< ଦ୍ବିତୀୟ ବଂଶାବଳୀ 32 >

1 ଏହି ସକଳ ଘଟଣା ଓ ଏହି ବିଶ୍ୱସ୍ତତାର କର୍ମ ଉତ୍ତାରେ ଅଶୂରର ରାଜା ସନ୍‍‌‌ହେରୀବ ଆସି ଯିହୁଦାରେ ପ୍ରବେଶ କଲା ଓ ପ୍ରାଚୀର-ବେଷ୍ଟିତ ନଗର ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହାସବୁ ଆପଣା ପାଇଁ ଲାଭ କରିବାକୁ ବିଚାର କଲା।
Après ces faits et ces actes de fidélité [d'Ézéchias], parut Sanchérib, roi d'Assyrie, et il envahit Juda et assiégea les places fortes et parlait de s'y ouvrir la brèche.
2 ପୁଣି, ସନ୍‍‌‌ହେରୀବ ଆସିଅଛି ଓ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ମନସ୍ଥ କରିଅଛି, ହିଜକୀୟ ଏହା ଦେଖନ୍ତେ,
Et Ezéchias voyant que Sanchérib était venu et projetait d'attaquer Jérusalem,
3 ସେ ନଗରର ବହିଃସ୍ଥିତ ନିର୍ଝରସବୁ ବନ୍ଦ କରିବା ପାଇଁ ଆପଣାର ଅଧିପତି ଓ ବଳବାନ ଲୋକଙ୍କ ସହିତ ମନ୍ତ୍ରଣା କଲେ; ଆଉ, ସେମାନେ ତାଙ୍କର ସାହାଯ୍ୟ କଲେ।
il décida avec ses chefs et ses braves d'obstruer les sources d'eau qui sont en dehors de la ville, et ils l'aidèrent.
4 “ଏଣୁ ଅଶୂର-ରାଜାଗଣ ଆସି କାହିଁକି ଅନେକ ଜଳ ପାଇବେ?” ଏହା କହି ଅସଂଖ୍ୟ ଲୋକ ଏକତ୍ରିତ ହୋଇ ସମସ୍ତ ଝର ଓ ଦେଶମଧ୍ୟବାହୀ ସ୍ରୋତ ବନ୍ଦ କଲେ।
Et il y eut concours d'une grande foule de gens qui obstruèrent toutes les sources et le cours d'eau qui arrose le milieu de la contrée, et disaient: Pourquoi faudrait-il que les rois d'Assyrie vinssent et trouvassent des eaux abondantes?
5 ପୁଣି, ସେ ସାହସ ବାନ୍ଧି ସମସ୍ତ ଭଗ୍ନ ପ୍ରାଚୀର ନିର୍ମାଣ କରି ଦୁର୍ଗ ସମାନ ଓ ବହିଃସ୍ଥିତ ଅନ୍ୟ ପ୍ରାଚୀର ସମାନ ଉଚ୍ଚ କଲେ ଓ ଦାଉଦ-ନଗରସ୍ଥ ମିଲ୍ଲୋ ଦୃଢ଼ କଲେ, ଆଉ ପ୍ରଚୁର ଅସ୍ତ୍ର ଓ ଢାଲ ପ୍ରସ୍ତୁତ କଲେ।
Et il prit courage et releva tous les murs écroulés et les éleva jusqu'aux tours, et en dehors il construisit un autre mur, et fortifia Millo, Cité de David, et fit quantité de projectiles et boucliers.
6 ଆଉ, ସେ ଲୋକମାନଙ୍କ ଉପରେ ସେନାପତି ନିଯୁକ୍ତ କଲେ ଓ ନଗର-ଦ୍ୱାର ଛକରେ ଆପଣା ନିକଟରେ ସେମାନଙ୍କୁ ଏକତ୍ର କରି ସେମାନଙ୍କୁ ଚିତ୍ତ ପ୍ରବୋଧକ ବାକ୍ୟ କହିଲେ,
Et il préposa des chefs militaires sur le peuple, et les assembla auprès de lui dans la place à la porte de la ville et leur parla affectueusement en ces termes:
7 “ବଳବାନ ଓ ସାହସିକ ହୁଅ, ଅଶୂରର ରାଜା ଓ ତାହାର ସଙ୍ଗୀ ସମସ୍ତ ଜନତା ସକାଶୁ ଭୀତ କି ନିରାଶ ହୁଅ ନାହିଁ; କାରଣ ତାହାର ସହାୟ ଅପେକ୍ଷା ଆମ୍ଭମାନଙ୍କ ସହାୟ ମହାନ;
Courage et fermeté! N'ayez ni crainte ni appréhension du roi d'Assyrie, non plus que de toute la multitude qu'il a avec lui! car nous, nous avons avec nous plus que lui.
8 ମାଂସର ବାହୁ ତାହାର ସହାୟ; ମାତ୍ର ଆମ୍ଭମାନଙ୍କର ସାହାଯ୍ୟ କରିବାକୁ ଓ ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବାକୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ସହାୟ ଅଛନ୍ତି।” ଏଥିରେ ଲୋକମାନେ ଯିହୁଦା-ରାଜା ହିଜକୀୟଙ୍କ ବାକ୍ୟରେ ନିର୍ଭର ରଖିଲେ।
Avec lui est un bras de chair, et avec nous, l'Éternel, notre Dieu, pour nous être en aide et combattre notre combat. Et le peuple s'assura sur les paroles d'Ézéchias, roi de Juda.
9 ଏଥିଉତ୍ତାରେ ଅଶୂରର ରାଜା ସନ୍‍‌‌ହେରୀବ ଓ ତାହା ସଙ୍ଗେ ତାହାର ସୈନ୍ୟସାମନ୍ତ ଲାଖୀଶ୍‍ ନଗର ସମ୍ମୁଖରେ ଥିବା ବେଳେ ସେ ଯିରୂଶାଲମକୁ ଯିହୁଦାର ରାଜା ହିଜକୀୟଙ୍କ ନିକଟକୁ ଓ ଯିରୂଶାଲମରେ ଉପସ୍ଥିତ ସମଗ୍ର ଯିହୁଦା ନିକଟକୁ ଆପଣା ଦାସଗଣ ପଠାଇ କହିଲା,
Sur ces entrefaites Sanchérib, roi d'Assyrie, envoya ses serviteurs à Jérusalem (lui-même étant devant Lachis, ayant avec lui toutes les forces de son empire) vers Ezéchias, roi de Juda, et vers tout le monde de Juda qui était à Jérusalem, pour dire:
10 “ଅଶୂରର ରାଜା ସନ୍‍‌‌ହେରୀବ ଏହି କଥା କହନ୍ତି, ତୁମ୍ଭେମାନେ କାହିଁରେ ନିର୍ଭର ରଖି ଅବରୋଧ କାଳରେ ଯିରୂଶାଲମରେ ରହୁଅଛ?
Ainsi parle Sanchérib, roi d'Assyrie: En quoi vous confiez-vous, et pourquoi restez-vous bloqués dans Jérusalem?
11 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଅଶୂର ରାଜାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି ଦୁର୍ଭିକ୍ଷରେ ଓ ତୃଷାରେ ମରିବା ପାଇଁ ତୁମ୍ଭମାନଙ୍କୁ ସମର୍ପି ଦେବାକୁ କʼଣ ହିଜକୀୟ ମଣାଉ ନାହାନ୍ତି?
N'êtes-vous pas les dupes d'Ézéchias qui vous mène à la mort par la famine et la soif, quand il dit: L'Éternel, notre Dieu, nous tirera des mains du roi d'Assyrie?
12 ଏହି ହିଜକୀୟ ତାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରି ଯିହୁଦା ଓ ଯିରୂଶାଲମକୁ ଆଜ୍ଞା କରି କି କହି ନାହାନ୍ତି, ତୁମ୍ଭେମାନେ ଏକ ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ ଓ ତହିଁ ଉପରେ ଧୂପ ଜ୍ୱଳାଇବ?
N'est-ce pas Ezéchias qui a aboli ses tertres et ses autels, et fait cette injonction à Juda et à Jérusalem: Devant l'unique autel vous adorerez et offrirez l'encens?
13 ମୁଁ ଓ ମୋʼ ପିତୃଲୋକମାନେ ଏହିସବୁ ଦେଶର ଲୋକମାନଙ୍କ ପ୍ରତି ଯାହା କରିଅଛୁ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେହି ସବୁ ଦେଶସ୍ଥ ଗୋଷ୍ଠୀମାନଙ୍କ ଦେବଗଣ କି କୌଣସି ରୂପେ ଆମ୍ଭ ହସ୍ତରୁ ଆପଣା ଆପଣା ଦେଶ ଉଦ୍ଧାର କରି ପାରିଲେ?
Ne savez-vous pas ce que moi et mes pères avons fait à tous les peuples des pays divers? Les dieux des nations des pays divers ont-ils été capables de sauver leurs pays de ma main?
14 ମୋʼ ପିତୃଲୋକମାନେ ଯେଉଁ ଗୋଷ୍ଠୀମାନଙ୍କୁ ନିଃଶେଷରେ ବିନାଶ କଲେ, ସେମାନଙ୍କ ଦେବଗଣ ମଧ୍ୟରୁ କିଏ ଆପଣା ଲୋକଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିଅଛି ଯେ, ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବେ?
De tous ces dieux des nations anéantis par mes pères lequel est-ce qui a pu sauver son peuple de ma main, pour que votre Dieu puisse vous en sauver?
15 ଏହେତୁ ହିଜକୀୟ ତୁମ୍ଭମାନଙ୍କୁ ନ ଭୁଲାଉ, କି ଏରୂପ ନ ମଣାଉ, କିଅବା ତୁମ୍ଭେମାନେ ତାହାକୁ ବିଶ୍ୱାସ କର ନାହିଁ; କାରଣ କୌଣସି ଦେଶର କି ରାଜ୍ୟର ଦେବତା ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଓ ମୋʼ ପିତୃଲୋକଙ୍କ ହସ୍ତରୁ ଉଦ୍ଧାର କରିପାରି ନାହିଁ; ତେବେ ତୁମ୍ଭମାନଙ୍କ ପରମେଶ୍ୱର କି ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବେ?”
Eh bien! donc, ne soyez pas les dupes d'Ézéchias, et ne vous laissez pas leurrer de la sorte, et ne le croyez pas! Car aucun dieu d'aucune nation ni royaume n'a su sauver son peuple de ma main et de celles de mes pères combien moins votre Dieu vous sauverait-il de ma main?
16 ପୁଣି, ତାହାର ଦାସମାନେ ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତାହାଙ୍କ ଦାସ ହିଜକୀୟଙ୍କ ବିରୁଦ୍ଧରେ ଆହୁରି ଅନେକ କଥା କହିଲେ।
Et plus encore en dirent ses serviteurs contre Dieu, l'Éternel, et contre Ézéchias, son serviteur.
17 ମଧ୍ୟ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ନିନ୍ଦା କରିବାକୁ ଓ ତାହାଙ୍କ ବିରୁଦ୍ଧରେ କଥା କହିବାକୁ ଏହିପରି ପତ୍ରମାନ ଲେଖିଲା, ଯଥା, “ନାନା ଦେଶୀୟ ଲୋକମାନଙ୍କ ଦେବଗଣ ଯେପରି ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ନାହାନ୍ତି, ସେପରି ହିଜକୀୟର ପରମେଶ୍ୱର ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରିବେ ନାହିଁ।”
Et il écrivit une lettre pour outrager l'Éternel, Dieu d'Israël, et l'attaquer par ses discours, en disant: De même que les dieux des nations des pays divers qui n'ont pu sauver leur peuple de ma main, de même le Dieu d'Ézéchias ne sauvera pas son peuple de ma main.
18 ଆଉ, ଯିରୂଶାଲମର ଯେଉଁ ଲୋକମାନେ ପ୍ରାଚୀର ଉପରେ ଥିଲେ, ସେମାନଙ୍କୁ ଭୟାର୍ତ୍ତ ଓ ବ୍ୟାକୁଳ କରି ନଗର ହସ୍ତଗତ କରିବା ପାଇଁ ସେମାନେ ଯିହୁଦୀୟ ଭାଷାରେ ଉଚ୍ଚସ୍ୱରରେ ଡାକି କହିଲେ।
Et ils crièrent à voix forte en hébreu au peuple de Jérusalem assis sur le mur, pour les effrayer et les épouvanter, à l'effet de venir à bout de la ville.
19 ଆଉ, ପୃଥିବୀସ୍ଥ ନାନା ଗୋଷ୍ଠୀୟମାନଙ୍କର ମନୁଷ୍ୟ ହସ୍ତକୃତ ଦେବଗଣ ବିରୁଦ୍ଧରେ କଥା କହିବା ତୁଲ୍ୟ ସେମାନେ ଯିରୂଶାଲମର ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିଲେ।
Et ils parlèrent du Dieu de Jérusalem comme des dieux des peuples de la terre, ouvrages de mains d'homme.
20 ଏଥିରେ ହିଜକୀୟ ରାଜା ଓ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ଏସକାଶୁ ପ୍ରାର୍ଥନା କରି ସ୍ୱର୍ଗ ଆଡ଼େ ଡାକ ପକାଇଲେ।
Et sur cela, le roi Ezéchias fut en prière ainsi que Ésaïe, fils d'Atmos, le prophète, et ils crièrent au ciel.
21 ତହିଁରେ ସଦାପ୍ରଭୁ ଏକ ଦୂତ ପ୍ରେରଣ କରି ଅଶୂର ରାଜାର ଛାଉଣି ମଧ୍ୟରେ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଆଉ ପ୍ରଧାନ ଓ ସେନାପତିମାନଙ୍କୁ ଉଚ୍ଛିନ୍ନ କଲେ। ତହିଁରେ ସେ ଲଜ୍ଜିତମୁଖ ହୋଇ ଆପଣା ଦେଶକୁ ଫେରିଗଲା। ତହିଁ ଉତ୍ତାରେ ସେ ଆପଣା ଦେବ ମନ୍ଦିରକୁ ଆସନ୍ତେ, ତାହାର କେତେକ ଔରସଜାତ ସେଠାରେ ତାହାକୁ ଖଡ୍ଗରେ ବଧ କଲେ।
Alors l'Éternel envoya un ange qui fit périr tous les guerriers et princes et généraux dans le camp du roi d'Assyrie, qui retourna la honte au front dans son pays. Et comme il entrait dans le temple de son dieu, [les fils] sortis de ses entrailles l'y firent périr par l'épée.
22 ଏହିରୂପେ ସଦାପ୍ରଭୁ ହିଜକୀୟଙ୍କୁ ଓ ଯିରୂଶାଲମ ନିବାସୀମାନଙ୍କୁ ଅଶୂରର ରାଜା ସନ୍‍‌‌ହେରୀବ ହସ୍ତରୁ ଓ ଅନ୍ୟ ସମସ୍ତଙ୍କ ହସ୍ତରୁ ଉଦ୍ଧାର କଲେ, ପୁଣି ଚତୁର୍ଦ୍ଦିଗରୁ ସେମାନଙ୍କୁ ପଥ ଦେଖାଇଲେ।
Ainsi l'Éternel sauva Ézéchias et les habitants de Jérusalem de la main de Sanchérib, roi d'Assyrie, et de la main de tous, et les mit en sûreté de toutes parts.
23 ତହିଁରେ ଅନେକେ ଯିରୂଶାଲମକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ ଓ ଯିହୁଦାର ରାଜା ହିଜକୀୟଙ୍କ ନିକଟକୁ ବହୁମୂଲ୍ୟ ପଦାର୍ଥ ଆଣିଲେ; ତହୁଁ ସେ ସେହି ସମୟଠାରୁ ସମଗ୍ର ଗୋଷ୍ଠୀର ଦୃଷ୍ଟିରେ ଉନ୍ନତ ହେଲେ।
Et un grand nombre apportèrent des offrandes à l'Éternel, à Jérusalem, et des objets de prix à Ézéchias, roi de Juda, qui dorénavant fut éminent aux yeux de toutes les nations.
24 ସେହି ସମୟରେ ହିଜକୀୟଙ୍କୁ ସାଂଘାତିକ ପୀଡ଼ା ହୋଇଥିଲା; ପୁଣି ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କୁ ଉତ୍ତର ଓ ଏକ ଚିହ୍ନ ଦେଲେ।
Dans ces mêmes temps Ézéchias fut malade à la mort, et il fit sa prière à l'Éternel, qui l'exauça et lui accorda un prodige.
25 ମାତ୍ର ହିଜକୀୟ ଆପଣା ପ୍ରତି କୃତ ମଙ୍ଗଳ ଅନୁସାରେ ପ୍ରତିଦାନ କଲେ ନାହିଁ; କାରଣ ତାଙ୍କର ଅନ୍ତଃକରଣ ଗର୍ବିତ ହେଲା; ଏହେତୁ ତାଙ୍କ ଉପରେ, ପୁଣି ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା।
Mais Ézéchias ne fut pas reconnaissant en raison du bienfait dont il était l'objet, car son cœur s'éleva; ce qui attira de la colère sur lui et sur Juda et Jérusalem.
26 ତଥାପି ଆପଣା ଅନ୍ତଃକରଣର ଗର୍ବ ସକାଶୁ ହିଜକୀୟ ଓ ଯିରୂଶାଲମ ନିବାସୀମାନେ ଆପଣାମାନଙ୍କୁ ନମ୍ର କଲେ, ତେଣୁ ହିଜକୀୟଙ୍କର ସମୟରେ ସେମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା ନାହିଁ।
Alors Ézéchias s'humilia de l'orgueil de son cœur, lui et les habitants de Jérusalem, et la colère de l'Éternel n'éclata pas sur eux du vivant d'Ézéchias.
27 ଆଉ, ହିଜକୀୟଙ୍କର ଅତି ପ୍ରଚୁର ସମ୍ପଦ ଓ ସମ୍ଭ୍ରମ ଥିଲା ପୁଣି, ସେ ରୂପା, ସୁନା, ବହୁମୂଲ୍ୟ ପ୍ରସ୍ତର, ସୁଗନ୍ଧି ଦ୍ରବ୍ୟ, ଢାଲ ଓ ସର୍ବପ୍ରକାର ମନୋହର ପାତ୍ର ନିମନ୍ତେ ଭଣ୍ଡାର ପ୍ରସ୍ତୁତ କଲେ;
Et Ézéchias eut richesse et gloire en grande abondance; et il se fit des trésors pour l'argent et l'or et les pierres précieuses et les aromates et les boucliers et toutes sortes de vases précieux,
28 ମଧ୍ୟ ଉତ୍ପନ୍ନ ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳ ନିମନ୍ତେ ଭଣ୍ଡାର, ପୁଣି ସର୍ବପ୍ରକାର ପଶୁ ନିମନ୍ତେ ଶାଳା ଓ ମେଷପଲ ନିମନ୍ତେ ଖୁଆଡ଼ ପ୍ରସ୍ତୁତ କଲେ।
et des magasins pour les produits en blé et moût et huile, et des râteliers pour toute espèce de bestiaux et des parcs pour les troupeaux.
29 ଆହୁରି, ସେ ଆପଣା ନିମନ୍ତେ ନାନା ନଗର ଓ ଗୋମେଷାଦି ପ୍ରଚୁର ପଶୁଧନ ଆୟୋଜନ କଲେ; କାରଣ ପରମେଶ୍ୱର ତାଙ୍କୁ ବହୁତ ବହୁତ ସମ୍ପତ୍ତି ଦେଇଥିଲେ।
Et il se créa des villes et des troupeaux de menu et de gros bétail, en quantité, car Dieu lui avait accordé des biens très considérables.
30 ଏହି ହିଜକୀୟ ମଧ୍ୟ ଗୀହୋନସ୍ଥିତ ଉଚ୍ଚତର ଜଳଝର ବନ୍ଦ କରି ତାହା ସଳଖ ପଥରେ ଦାଉଦ-ନଗରର ପଶ୍ଚିମ ପାର୍ଶ୍ୱକୁ ଆଣିଲେ। ପୁଣି, ହିଜକୀୟ ଆପଣାର ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ହେଲେ।
Et ce même Ézéchias boucha l'issue supérieure de l'eau de Gihon qu'il conduisit en bas à l'occident de la Cité de David. Et Ézéchias réussit dans toutes ses entreprises.
31 ତଥାପି ଦେଶରେ ଯେଉଁ ଅଦ୍ଭୁତ କାର୍ଯ୍ୟ ହୋଇଥିଲା, ତହିଁର ବିବରଣ ପଚାରିବା ନିମିତ୍ତ ତାଙ୍କ ନିକଟକୁ ବାବିଲୀୟ ଅଧିପତିମାନଙ୍କ ପ୍ରେରିତ ଦୂତମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ଯେପରି ସେ ଆପଣା ଅନ୍ତଃକରଣର ସମସ୍ତ ଭାବ ଜାଣି ପାରିବେ, ଏଥିପାଇଁ ପରମେଶ୍ୱର ତାଙ୍କର ପରୀକ୍ଷା ନେବା ସକାଶେ ତାଙ୍କୁ ଛାଡ଼ିଦେଲେ।
Et en conséquence lors des messages des princes de Babel qui députèrent vers lui pour s'enquérir du miracle arrivé dans le pays, Dieu l'abandonna pour l'éprouver afin de connaître tout son cœur.
32 ଏହି ହିଜକୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସୁକ୍ରିୟା, ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ-ପୁସ୍ତକ ଅନ୍ତର୍ଗତ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତାର ଦର୍ଶନ ପୁସ୍ତକରେ ଲେଖାଅଛି।
Le reste des actes d'Ézéchias et ses actions pieuses sont d'ailleurs consignés dans la Vision d'Ésaïe, fils d'Amots, le prophète, dans le livre des rois de Juda et d'Israël.
33 ଏଥିଉତ୍ତାରେ ହିଜକୀୟ ମୃତ୍ୟୁବରଣ କଲେ, ତହିଁରେ ଲୋକମାନେ ଦାଉଦ-ସନ୍ତାନଗଣର କବର ସ୍ଥାନର ଊର୍ଦ୍ଧ୍ୱଗାମୀ ପଥ ପାର୍ଶ୍ୱରେ ତାଙ୍କୁ କବର ଦେଲେ; ପୁଣି, ତାଙ୍କର ମରଣ ସମୟରେ ସମଗ୍ର ଯିହୁଦା ଓ ଯିରୂଶାଲମ ନିବାସୀମାନେ ତାଙ୍କର ସମ୍ମାନ କଲେ। ତହୁଁ ତାଙ୍କର ପୁତ୍ର ମନଃଶି ତାଙ୍କର ପଦରେ ରାଜ୍ୟ କଲେ।
Et Ézéchias reposa à côté de ses pères, et reçut la sépulture sur l'éminence des tombeaux des fils de David, et dans sa mort il fut l'objet de témoignages magnifiques de la part de tout Juda et des habitants de Jérusalem. Et Manassé, son fils, devint roi en sa place.

< ଦ୍ବିତୀୟ ବଂଶାବଳୀ 32 >