< ଦ୍ବିତୀୟ ବଂଶାବଳୀ 31 >

1 ଏହିସବୁ ସମାପ୍ତ ହେଲା ଉତ୍ତାରେ ଉପସ୍ଥିତ ସମଗ୍ର ଇସ୍ରାଏଲ ଯିହୁଦାର ନଗରମାନଙ୍କୁ ଯାଇ ସ୍ତମ୍ଭସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିମାନ କାଟି ପକାଇଲେ, ପୁଣି ନିଃଶେଷରେ ବିନାଶ ନ କରିବା ପର୍ଯ୍ୟନ୍ତ ସମସ୍ତ ଯିହୁଦା ଓ ବିନ୍ୟାମୀନ୍ ମଧ୍ୟରୁ, ଆହୁରି ଇଫ୍ରୟିମ ଓ ମନଃଶିରେ ସ୍ଥିତ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ତହୁଁ ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ଓ ନଗରକୁ ଫେରିଗଲେ।
Nígbà tí gbogbo nǹkan wọ̀nyí ti dé òpin, àwọn ọmọ Israẹli tí ó wà níbẹ̀ jáde lọ sí àwọn ìlú Juda, wọ́n fọ́ àwọn òkúta ìyàsọ́tọ̀ sí wẹ́wẹ́, wọ́n gé àwọn ère Aṣerah lulẹ̀. Wọ́n ba àwọn ibi gíga jẹ́ àti àwọn pẹpẹ jákèjádò Juda àti Benjamini àti ní Efraimu àti Manase. Lẹ́yìn ìgbà tí wọ́n ti pa gbogbo wọn run, àwọn ọmọ Israẹli padà sí ìlú wọn àti sí nǹkan ìní wọn.
2 ଆଉ, ହିଜକୀୟ ଯାଜକମାନଙ୍କର ଓ ଲେବୀୟମାନଙ୍କର ପାଳିକ୍ରମେ ପାଳି ନିରୂପଣ କଲେ, ହୋମାର୍ଥକ ଓ ମଙ୍ଗଳାର୍ଥକ ବଳିଦାନ, ପରିଚର୍ଯ୍ୟା ଓ ସଦାପ୍ରଭୁଙ୍କ ଛାଉଣିର ଦ୍ୱାରସମୂହରେ ଧନ୍ୟବାଦ ଓ ପ୍ରଶଂସା କରିବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପ୍ରତି ଜଣକୁ ତାହାର ସେବାନୁସାରେ ନିଯୁକ୍ତ କଲେ।
Hesekiah fi lé àwọn àlùfáà àti àwọn ará Lefi lọ́wọ́ sí àwọn ìpín olúkúlùkù wọn gẹ́gẹ́ bí iṣẹ́ wọn gẹ́gẹ́ bí àlùfáà tàbí ará Lefi láti tẹ́ ẹbọ sísun àti ọrẹ ìdàpọ̀, láti ṣe iṣẹ́ ìránṣẹ́ láti fi ọpẹ́ fún àti láti kọ àwọn orin ìyìn ní ẹnu-ọ̀nà ibùgbé Olúwa.
3 ମଧ୍ୟ ସେ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ନିମନ୍ତେ, ଅର୍ଥାତ୍‍, ପ୍ରଭାତୀୟ ଓ ସାୟଂକାଳୀନ ହୋମବଳି ନିମନ୍ତେ, ପୁଣି ବିଶ୍ରାମବାର ଓ ଅମାବାସ୍ୟା ଓ ନିରୂପିତ ପର୍ବାଦିର ହୋମବଳି ନିମନ୍ତେ ରାଜସମ୍ପତ୍ତିରୁ ଦେୟ ଅଂଶ ନିରୂପଣ କଲେ।
Ọba fi sílẹ̀ láti ara ohun ìní rẹ̀ fun ẹbọ sísun àárọ̀ àti ìrọ̀lẹ́ àti fún ẹbọ sísun ní ọjọ́ ìsinmi, òṣùpá tuntun àti ní àjọ̀dún tí a yàn gẹ́gẹ́ bi a ti ṣe kọ ọ́ nínú òfin Olúwa.
4 ଆହୁରି, ଯେପରି ଯାଜକଗଣ ଓ ଲେବୀୟଗଣ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆସକ୍ତ ରହିବେ, ଏଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅଂଶ ଦେବା ନିମନ୍ତେ ଯିରୂଶାଲମ ନିବାସୀ ଲୋକମାନଙ୍କୁ ଆଜ୍ଞା କଲେ।
Ó pàṣẹ fún àwọn ènìyàn tí ń gbé ní Jerusalẹmu láti fi ìpín tí ó yẹ fún àlùfáà fún un àti àwọn ará Lefi, kí wọn kí ó lè fi ara wọn jì fún òfin Olúwa.
5 ପୁଣି, ଏହି ଆଜ୍ଞା ଘୋଷିତ ହେବାକ୍ଷଣେ ଇସ୍ରାଏଲ-ସନ୍ତାନଗଣ ପ୍ରଚୁର ରୂପେ ପ୍ରଥମଜାତ ଶସ୍ୟ, ଦ୍ରାକ୍ଷାରସ, ତୈଳ, ମଧୁ ଓ କ୍ଷେତ୍ରୋତ୍ପନ୍ନ ସକଳ ଦ୍ରବ୍ୟ ଆଣିଲେ; ଆଉ ସେମାନେ ପ୍ରଚୁର ରୂପେ ସକଳ ଦ୍ରବ୍ୟର ଦଶମାଂଶ ଆଣିଲେ।
Ní kété tí àṣẹ náà jáde lọ, àwọn ọmọ Israẹli fi tìfẹ́tìfẹ́ fi àkọ́so ti ọkà wọn, ọtí tuntun, òróró àti oyin àti gbogbo ohun tí pápá mú jáde lélẹ̀. Wọ́n kó ọ̀pọ̀ iye, àti ìdámẹ́wàá gbogbo nǹkan wá.
6 ପୁଣି, ଯିହୁଦାର ନଗରସମୂହରେ ବାସକାରୀ ଇସ୍ରାଏଲ ଓ ଯିହୁଦାର ସନ୍ତାନମାନେ ମଧ୍ୟ ଗୋମେଷର ଦଶମାଂଶ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ପବିତ୍ର ଦ୍ରବ୍ୟାଦିର ଦଶମାଂଶ ଆଣି ରାଶି ରାଶି କରି ଥୋଇଲେ।
Àwọn ọkùnrin Israẹli àti Juda ti gbe inú àwọn ìlú Juda pẹ̀lú mú ìdámẹ́wàá agbo ẹran àti ohun èlò àti ohun ọ̀sìn àti ìdámẹ́wàá ti àwọn nǹkan mímọ́ tí a ti yà sọ́tọ̀ sí Olúwa Ọlọ́run wọn, wọ́n sì kó wọn jọ ní òkìtì.
7 ତୃତୀୟ ମାସରେ ସେମାନେ ସେହି ରାଶି କରିବାକୁ ଆରମ୍ଭ କରି ସପ୍ତମ ମାସରେ ତାହା ସମାପ୍ତ କଲେ।
Wọ́n bẹ̀rẹ̀ ṣíṣe èyí ní oṣù kẹta, wọ́n sì parí ní oṣù keje.
8 ଏଉତ୍ତାରେ ହିଜକୀୟ ଓ ଅଧିପତିମାନେ ସେହି ରାଶି ଦେଖିବାକୁ ଆସି ସଦାପ୍ରଭୁଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ଧନ୍ୟବାଦ କଲେ।
Nígbà tí Hesekiah àti àwọn oníṣẹ́ rẹ̀ wá, tí wọ́n sì rí òkìtì náà, wọ́n yin Olúwa, pẹ̀lú ìbùkún àwọn ènìyàn rẹ̀ Israẹli.
9 ସେତେବେଳେ ହିଜକୀୟ ସେହି ସକଳ ରାଶି ବିଷୟରେ ଯାଜକ ଓ ଲେବୀୟମାନଙ୍କୁ ପଚାରନ୍ତେ,
Hesekiah béèrè lọ́wọ́ àwọn àlùfáà àti àwọn ará Lefi nípa òkìtì;
10 ସାଦୋକ ବଂଶୀୟ ପ୍ରଧାନ ଯାଜକ ଅସରୀୟ ତାଙ୍କୁ ଉତ୍ତର କରି କହିଲା, “ଲୋକମାନେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣିବା ପାଇଁ ଆରମ୍ଭ କରିବା ସମୟଠାରୁ ଆମ୍ଭେମାନେ ଭୋଜନ କରିଅଛୁ ଓ ତୃପ୍ତ ହୋଇଅଛୁ ଓ ପ୍ରଚୁର ଅବଶିଷ୍ଟ ରଖିଅଛୁ; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଆଶୀର୍ବାଦ କରିଅଛନ୍ତି; ତେଣୁ ଯାହା ଅବଶିଷ୍ଟ ରହିଅଛି, ତାହା ଏହି ବୃହତ ଦ୍ରବ୍ୟରାଶି।”
àti Asariah olórí àlùfáà ti ìdílé Sadoku sì dáhùn pé, “Ní ìwọ̀n ìgbà tí àwọn ènìyàn ti bẹ̀rẹ̀ sí ní mú ìdáwó wọn wá sí ilé Olúwa àti ní èyí tí yóò tó jẹ àti ọ̀pọ̀ láti tọ́jú pamọ́ nítorí Olúwa ti bùkún àwọn ènìyàn rẹ̀, ó sì ṣẹ́kù lọ́pọ̀lọ́pọ̀.”
11 ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ କେତେକ କୋଠରି ପ୍ରସ୍ତୁତ କରିବାକୁ ଆଜ୍ଞା କଲେ; ତହୁଁ ସେମାନେ ତାହା ପ୍ରସ୍ତୁତ କଲେ।
Hesekiah pàṣẹ láti tọ́jú àwọn yàrá ìṣúra nínú ilé Olúwa, wọ́n sì ṣe èyí.
12 ଏଉତ୍ତାରେ ଲୋକମାନେ ବିଶ୍ୱସ୍ତ ରୂପେ ଉପହାର, ଦଶମାଂଶ ଓ ପବିତ୍ରୀକୃତ ଦ୍ରବ୍ୟ ଆଣିଲେ; ଆଉ ତହିଁ ଉପରେ ଲେବୀୟ କୋନାନୀୟ ଅଧ୍ୟକ୍ଷ ଥିଲା ଓ ତାହାର ଭାଇ ଶିମୀୟି ଦ୍ୱିତୀୟ ଥିଲା।
Nígbà náà wọ́n mú ọrẹ àti ìdámẹ́wàá àti àwọn ẹ̀bùn tí a yà sí mímọ́ wọ ilé náà wá nítòótọ́. Lórí èyí tí Konaniah ọmọ Lefi, ń ṣe olórí, Ṣimei arákùnrin rẹ̀ ni igbákejì rẹ̀.
13 ପୁଣି, ଯିହୀୟେଲ ଓ ଅସସୀୟ, ନହତ୍‍, ଅସାହେଲ, ଯିରେମୋତ୍‍, ଯୋଷାବଦ୍‍, ଇଲୀୟେଲ୍‍, ଯିଷ୍ମଖୀୟ, ମାହତ୍‍, ବନାୟ, ଏମାନେ ହିଜକୀୟ ରାଜାଙ୍କର ଓ ପରମେଶ୍ୱରଙ୍କ ଗୃହାଧ୍ୟକ୍ଷ ଅସରୀୟର ନିଯୁକ୍ତି ଦ୍ୱାରା କୋନାନୀୟ ଓ ତାହାର ଭ୍ରାତା ଶିମୀୟିର ହସ୍ତାଧୀନରେ କାର୍ଯ୍ୟଶାସକ ଥିଲେ।
Jehieli, Asasiah, Nahati, Asaheli, Jerimoti, Josabadi, Elieli, Ismakia, Mahati àti Benaiah jẹ́ àwọn alábojútó lábẹ́ Konaniah àti Ṣimei arákùnrin rẹ̀ nípa ipá ọba Hesekiah àti Asariah olórí ti ó wà ní ìkáwọ́ ilé Ọlọ́run.
14 ଆଉ, ଲେବୀୟ ଯିମ୍ନାର ପୁତ୍ର କୋରି, ଯେ ପୂର୍ବଦିଗ ଦ୍ୱାରପାଳ ଥିଲା, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଓ ମହାପବିତ୍ର ବସ୍ତୁ ବିତରଣ କରିବା ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଉପରେ ନିଯୁକ୍ତ ହେଲା।
Kore ọmọ Imina ará Lefi olùtọ́jú ẹnu-ọ̀nà ìlà-oòrùn, wà ní ìkáwọ́ àwọn ọrẹ àtinúwá tí a fi fún Ọlọ́run, o ń pín ìdáwó tí a ṣe fún Olúwa pẹ̀lú àwọn ẹ̀bùn tí a yà sọ́tọ̀
15 ପୁଣି, ତାହାର ଅଧୀନରେ ଏଦନ, ମିନ୍ୟାମୀନ, ଯେଶୂୟ, ଶମୟୀୟ, ଅମରୀୟ ଓ ଶଖନୀୟ, ଏମାନେ ଯାଜକମାନଙ୍କ ନାନା ନଗରରେ ଆପଣାମାନଙ୍କର ସାନ ବଡ଼ ଭାଇମାନଙ୍କୁ ପାଳି ଅନୁସାରେ ଦେବା ପାଇଁ ଆପଣା ଆପଣା ନିରୂପିତ ପଦରେ ରହିଲେ;
Edeni, Miniamini, Jeṣua, Ṣemaiah, Amariah àti Ṣekaniah ràn án lọ́wọ́ tọkàntọkàn nínú àwọn ìlú àwọn àlùfáà tí ń dáwó fún àwọn àlùfáà ẹlẹgbẹ́ wọn gẹ́gẹ́ bí ìpín wọn, àgbà àti kékeré.
16 ସେମାନଙ୍କ ବ୍ୟତୀତ ଯେଉଁମାନେ ପ୍ରତିଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପାଳିକ୍ରମେ ଆପଣା ଆପଣା ରକ୍ଷଣୀୟ ସେବା ନିମନ୍ତେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କଲେ, ଏପରି ତିନି ବର୍ଷ ଓ ତତୋଧିକ ବୟସ୍କ ପୁରୁଷ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ;
Ní àfikún, wọ́n pín sí àwọn ọkùnrin àgbà ọdún mẹ́ta tàbí ọ̀pọ̀ tí orúkọ wọn wà nínú ìtàn ìdílé láti ọ̀dọ̀ baba ńlá wọn. Gbogbo àwọn ti yóò wọ ilé Olúwa láti ṣe oríṣìí iṣẹ́ ti a gbà wọ́n fún gẹ́gẹ́ bí ìgbẹ́kẹ̀lé wọn àti ìpín wọn.
17 ଆଉ, ଆପଣା ଆପଣା ପିତୃବଂଶାନୁସାରେ ଯାଜକମାନେ, ପୁଣି କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନେ ବଂଶାବଳୀ କ୍ରମେ ସେମାନଙ୍କ ରକ୍ଷଣୀୟ ଓ ପାଳି ଅନୁସାରେ ଗଣିତ ହୋଇଥିଲେ;
Wọ́n sì pín àwọn àlùfáà, wọn kọ orúkọ àwọn ìdílé wọn sínú ìtàn ìdílé àti sí àwọn ará Lefi ogún ọdún tàbí jù bẹ́ẹ̀ gẹ́gẹ́ bí ìpinnu àti ìpín wọn.
18 ପୁଣି ସମଗ୍ର ସମାଜ ମଧ୍ୟରେ ଲୋକମାନଙ୍କର ଶିଶୁ, ଭାର୍ଯ୍ୟା ଓ ପୁତ୍ରକନ୍ୟାମାନେ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ; କାରଣ ସେମାନେ ଆପଣା ଆପଣା ନିରୂପିତ କାର୍ଯ୍ୟରେ ପବିତ୍ରତାରେ ଆପଣାମାନଙ୍କୁ ପବିତ୍ର କଲେ;
Wọ́n fi gbogbo àwọn ọmọ kéékèèké sí i, àwọn ìyàwó, àti àwọn ọmọkùnrin àti àwọn ọmọbìnrin gbogbo ará ìlú tí a kọ lẹ́sẹẹsẹ sínú ìtàn ìdílé ti baba ńlá wọn fún ìrántí. Nítorí tí wọ́n ṣe òtítọ́ ní yíya ara wọn sí ọ̀tọ̀.
19 ମଧ୍ୟ ହାରୋଣଙ୍କର ଯେଉଁ ସନ୍ତାନ-ଯାଜକମାନେ ଆପଣା ଆପଣା ନଗରସ୍ଥ ତଳିଭୂମିର କ୍ଷେତ୍ରରେ ବାସ କଲେ, ସେମାନଙ୍କ ପ୍ରତ୍ୟେକ ନଗରରେ ଯାଜକମାନଙ୍କ ମଧ୍ୟରେ ସମସ୍ତ ପୁରୁଷଙ୍କୁ ଓ ଲେବୀୟମାନଙ୍କ ମଧ୍ୟରେ ବଂଶାବଳୀ କ୍ରମେ ଗଣିତ ସମସ୍ତଙ୍କୁ ଅଂଶ ଦେବା ପାଇଁ ଲୋକେ ନାମରେ ନିର୍ଣ୍ଣୀତ ହେଲେ।
Ní ti àwọn àlùfáà, àwọn ìran ọmọ Aaroni, tí ń gbé ni àwọn ilẹ̀ oko lẹ́bàá àwọn ìlú wọn tàbí ní àwọn ìlú mìíràn. A yan àwọn ọkùnrin pẹ̀lú orúkọ láti pín ìlú fún gbogbo ọkùnrin láàrín wọn àti sí gbogbo àwọn tí a kọ sínú ìtàn ìdílé láti ọ̀dọ̀ baba ńlá àwọn ará Lefi.
20 ହିଜକୀୟ ଯିହୁଦାର ସର୍ବତ୍ର ଏପ୍ରକାର କଲେ; ପୁଣି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ଓ ବିଶ୍ୱସ୍ତତାର କର୍ମ କଲେ।
Èyí ni Hesekiah ṣe jákèjádò Juda, ó sì ṣe ohun tí ó dára àti tí ó tọ́ àti ohun òtítọ́ níwájú Olúwa Ọlọ́run rẹ̀.
21 ଆଉ, ସେ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କରିବା ନିମନ୍ତେ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟ, ପୁଣି ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧରେ ଯେ ଯେ କାର୍ଯ୍ୟ ଆରମ୍ଭ କଲେ, ତାହାସବୁ ଆପଣା ସର୍ବାନ୍ତଃକରଣ ସହିତ କରି କୃତକାର୍ଯ୍ୟ ହେଲେ।
Nínú ohun gbogbo tí ó dáwọ́lé ní ti iṣẹ́ ìsìn nínú ilé Ọlọ́run àti ní ìgbọ́ràn sí òfin àti àwọn àṣẹ. Ó wá Ọlọ́run rẹ̀, ó sì ṣiṣẹ́ tọkàntọkàn. Ó sì ṣe rere.

< ଦ୍ବିତୀୟ ବଂଶାବଳୀ 31 >