< ଦ୍ବିତୀୟ ବଂଶାବଳୀ 29 >

1 ହିଜକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଅବୀୟ, ଯେ ଜିଖରୀୟର କନ୍ୟା ଥିଲେ।
Hesekiah sì jẹ́ ẹni ọdún mẹ́ẹ̀ẹ́dọ́gbọ̀n nígbà tí ó di ọba, ó sì jẹ ọba ní Jerusalẹmu fún ọdún mọ́kàndínlọ́gbọ̀n orúkọ ìyá rẹ̀ sì ni Abijah ọmọbìnrin Sekariah.
2 ପୁଣି, ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
Ó sì ṣe ohun tí ó tọ́ ní ojú Olúwa, gẹ́gẹ́ bí baba rẹ̀ Dafidi ti ṣe.
3 ସେ ଆପଣା ରାଜତ୍ଵର ପ୍ରଥମ ବର୍ଷର ପ୍ରଥମ ମାସରେ ସଦାପ୍ରଭୁଙ୍କ ଗୃହର କବାଟସବୁ ଫିଟାଇ ସେସବୁର ମରାମତି କଲେ।
Ní oṣù àkọ́kọ́ ní ọdún kìn-ín-ní ìjọba rẹ̀, ó sì ṣí àwọn ìlẹ̀kùn ilé Olúwa ó sì tún wọn ṣe.
4 ପୁଣି, ସେ ଯାଜକ ଓ ଲେବୀୟମାନଙ୍କୁ ଆଣି ପୂର୍ବଦିଗ ଛକରେ ଏକତ୍ର କରି ସେମାନଙ୍କୁ କହିଲେ,
Ó sì mú àwọn àlùfáà wá àti àwọn ọmọ Lefi, ó sì kó wọn jọ yíká ìta ìlà-oòrùn.
5 “ହେ ଲେବୀୟମାନେ, ତୁମ୍ଭେମାନେ ମୋʼ କଥା ଶୁଣ; ଏବେ ଆପଣାମାନଙ୍କୁ ପବିତ୍ର କର ଓ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଗୃହ ପବିତ୍ର କରି ସେହି ପବିତ୍ର ସ୍ଥାନରୁ ଅଶୁଚିତା ଦୂର କର।
Ó sì wí pé, “Ẹ gbọ́ tèmi, ẹ̀yin ọmọ Lefi! Ẹ ya ara yín sí mímọ́ nísinsin yìí kí ẹ sì ya ilé Olúwa Ọlọ́run sí mímọ́, kí ẹ sì kó ohun àìmọ́ baba mi jáde kúrò ní ibi mímọ́.
6 କାରଣ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ସତ୍ୟ-ଲଙ୍ଘନ କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କରିଅଛନ୍ତି ଓ ତାହାଙ୍କୁ ପରିତ୍ୟାଗ କରି ସଦାପ୍ରଭୁଙ୍କ ଆବାସରୁ ବିମୁଖ ହୋଇ ତାହାଙ୍କ ପ୍ରତି ଆପଣା ପିଠି ଦେଖାଇଅଛନ୍ତି।
Àwọn baba wa jẹ́ aláìṣòótọ́; wọ́n sì ṣe ohun àìtọ́ níwájú Olúwa Ọlọ́run wa, wọ́n sì kọ̀ ọ́ sílẹ̀. Wọ́n sì yí ojú wọn padà kúrò ní ibùgbé Olúwa, wọ́n sì pa ẹ̀yìn wọn dà sí i.
7 ଆହୁରି, ସେମାନେ ବାରଣ୍ଡାର କବାଟସବୁ ବନ୍ଦ କରି ପ୍ରଦୀପସବୁ ଲିଭାଇ ଦେଇଅଛନ୍ତି ଓ ସେହି ପବିତ୍ର ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ନାହାନ୍ତି, କିଅବା ହୋମବଳି ଉତ୍ସର୍ଗ କରି ନାହାନ୍ତି।
Wọ́n sì tún ti ìlẹ̀kùn ìloro náà pẹ̀lú, wọ́n sì pa fìtílà. Wọn kò sì sun tùràrí tàbí pèsè ẹbọ sísun si ibi mímọ́ si Ọlọ́run Israẹli.
8 ଏହେତୁ ଯିହୁଦା ଓ ଯିରୂଶାଲମ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା, ପୁଣି ତୁମ୍ଭେମାନେ ସ୍ୱଚକ୍ଷୁରେ ଦେଖୁଅଛ ଯେ, ସେ ସେମାନଙ୍କୁ ଏଣେତେଣେ ଚାଳିତ ହେବା ପାଇଁ, ଆଶଙ୍କାର ଓ ଶୀସ୍‍ର ବିଷୟ କରିବା ପାଇଁ ସମର୍ପଣ କରିଅଛନ୍ତି।
Nítorí náà, ìbínú Olúwa ti ru sókè wá sórí Juda àti Jerusalẹmu ó sì ti fi wọ́n ṣe ohun èlò fún wàhálà, àti ìdààmú àti ẹ̀sín, gẹ́gẹ́ bí ó ti ṣe fi ojú rẹ̀ rí i.
9 କାରଣ ଦେଖ, ତହିଁ ସକାଶୁ ଆମ୍ଭମାନଙ୍କ ପିତୃଗଣ ଖଡ୍ଗରେ ପଡ଼ିଅଛନ୍ତି ଓ ଆମ୍ଭମାନଙ୍କ ପୁତ୍ରକନ୍ୟା ଓ ଆମ୍ଭମାନଙ୍କ ଭାର୍ଯ୍ୟାଗଣ ବନ୍ଦୀ ହୋଇଅଛନ୍ତି।
Ìdí nìyí tí àwọn baba wa ṣe ṣubú nípa idà àti ìdí tí àwọn ọmọkùnrin àti ọmọbìnrin àti àwọn aya wa tiwọn kó wọ́n ní ìgbèkùn.
10 ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧ ଯେପରି ଆମ୍ଭମାନଙ୍କ ଉପରୁ ନିବୃତ୍ତ ହେବ, ଏଥିପାଇଁ ତାହାଙ୍କ ସଙ୍ଗେ ଏକ ନିୟମ କରିବାକୁ ମୋʼ ମନରେ ଅଛି।
Nísinsin yìí ó wà ní ọkàn mi láti bá Olúwa Ọlọ́run Israẹli dá májẹ̀mú. Bẹ́ẹ̀ ni kí ìbínú rẹ̀ kíkan kí ó lè yípadà kúrò lọ́dọ̀ wa.
11 ହେ ମୋହର ପୁତ୍ରମାନେ, ଏବେ ହେଳା କର ନାହିଁ; କାରଣ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବା ପାଇଁ, ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ତୁମ୍ଭେମାନେ ଯେପରି ତାହାଙ୍କର ପରିଚାରକ ହେବ ଓ ଧୂପ ଜ୍ୱଳାଇବ, ଏଥିପାଇଁ ସେ ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି।”
Àwọn ọmọ mi, ẹ má ṣe jáfara nísinsin yìí, nítorí tí Olúwa ti yàn yín láti dúró níwájú rẹ̀ láti sin, kí ẹ sì máa ṣe ìránṣẹ́ níwájú rẹ̀ àti láti sun tùràrí.”
12 ଏଥିରେ କହାତୀୟ ସନ୍ତାନଗଣ ମଧ୍ୟରୁ ଅମାସୟର ପୁତ୍ର ମାହତ୍‍ ଓ ଅସରୀୟର ପୁତ୍ର ଯୋୟେଲ, ଆଉ ମରାରି-ସନ୍ତାନଗଣ ମଧ୍ୟରୁ ଅବ୍‍ଦିର ପୁତ୍ର କୀଶ୍‍ ଓ ଯିହଲିଲେଲର ପୁତ୍ର ଅସରୀୟ, ପୁଣି ଗେର୍ଶୋନୀୟମାନଙ୍କ ମଧ୍ୟରୁ ସିମ୍ମର ପୁତ୍ର ଯୋୟାହ ଓ ଯୋୟାହର ପୁତ୍ର ଏଦନ,
Nígbà náà àwọn ọmọ Lefi wọ̀nyí múra láti ṣe iṣẹ́: nínú àwọn ọmọ Kohati, Mahati ọmọ Amasai: àti Joẹli ọmọ Asariah; nínú àwọn ọmọ Merari, Kiṣi ọmọ Abdi àti Asariah ọmọ Jehaleeli; nínú àwọn ọmọ Gerṣoni, Joah, ọmọ Simma àti Edeni ọmọ Joah;
13 ଆଉ, ଇଲୀଶାଫନ୍‍ର ସନ୍ତାନମାନଙ୍କ ମଧ୍ୟରୁ ଶିମ୍ରି ଓ ଯିୟୀୟେଲ୍‍ ଓ ଆସଫର ସନ୍ତାନମାନଙ୍କ ମଧ୍ୟରୁ ଜିଖରୀୟ ଓ ମତ୍ତନୀୟ
nínú àwọn ọmọ Elisafani, Ṣimri àti Jeieli; nínú àwọn ọmọ Asafu, Sekariah àti Mattaniah;
14 ଓ ହେମନର ସନ୍ତାନମାନଙ୍କ ମଧ୍ୟରୁ ଯିହୀୟେଲ ଓ ଶିମୀୟି ଓ ଯିଦୂଥୂନ୍‍‍ର ସନ୍ତାନମାନଙ୍କ ମଧ୍ୟରୁ ଶମୟୀୟ ଓ ଉଷୀୟେଲ, ଏହିସବୁ ଲେବୀୟ ଲୋକ ଉଠିଲେ।
nínú àwọn ọmọ Hemani, Jehieli àti Ṣimei; nínú àwọn ọmọ Jedutuni, Ṣemaiah àti Usieli.
15 ପୁଣି, ସେମାନେ ଆପଣା ଭ୍ରାତୃଗଣକୁ ଏକତ୍ର କରି ଆପଣା ଆପଣାକୁ ପବିତ୍ର କଲେ ଓ ରାଜାଜ୍ଞାନୁସାରେ ସଦାପ୍ରଭୁଙ୍କ ବାକ୍ୟମତେ ସଦାପ୍ରଭୁଙ୍କ ଗୃହ ଶୁଚି କରିବାକୁ ଭିତରକୁ ଗଲେ।
Nígbà tí wọ́n sì ti kó ara wọn jọ pọ̀ pẹ̀lú àwọn arákùnrin wọn, wọ́n sì ya ara wọn sí mímọ́, wọ́n sì lọ láti gbá ilé Olúwa mọ́, gẹ́gẹ́ bí ọba ti pa á láṣẹ, ẹ tẹ̀lé ọ̀rọ̀ Olúwa.
16 ପୁଣି, ଯାଜକମାନେ ସଦାପ୍ରଭୁଙ୍କ ଗୃହର ଅନ୍ତର୍ଭାଗକୁ ଶୁଚି କରିବା ପାଇଁ ଗଲେ, ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଯେସବୁ ଅଶୁଚି ବସ୍ତୁ ପାଇଲେ, ତାହା ବାହାର କରି ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣକୁ ଆଣିଲେ ଆଉ, ଲେବୀୟମାନେ ତାହା ସଂଗ୍ରହ କରି ବାହାରକୁ କିଦ୍ରୋଣ ନଦୀକୁ ବହି ନେଇଗଲେ।
Àwọn àlùfáà sì wọ inú ilé Olúwa lọ́hùn ún lọ láti gbá a mọ́. Wọ́n sì gbé e jáde sí inú àgbàlá ilé Olúwa gbogbo ohun àìmọ́ tí wọ́n rí nínú ilé Olúwa. Àwọn ọmọ Lefi sì mú u wọ́n sì gbangba odò Kidironi.
17 ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ପବିତ୍ର କରିବାକୁ ଆରମ୍ଭ କଲେ ଓ ମାସର ଅଷ୍ଟମ ଦିନରେ ସେମାନେ ସଦାପ୍ରଭୁଙ୍କ ବାରଣ୍ଡାକୁ ଆସିଲେ; ପୁଣି ଆଠ ଦିନ ମଧ୍ୟରେ ସେମାନେ ସଦାପ୍ରଭୁଙ୍କ ଗୃହ ପବିତ୍ର କଲେ; ଆଉ ସେମାନେ ପ୍ରଥମ ମାସର ଷୋଡ଼ଶ ଦିନରେ ସମାପ୍ତ କଲେ।
Wọ́n sì bẹ̀rẹ̀ ìyàsímímọ́ ní ọjọ́ kìn-ín-ní oṣù kìn-ín-ní, àti ní ọjọ́ kẹjọ oṣù náà wọ́n sì dé ìloro Olúwa. Fún ọjọ́ mẹ́jọ mìíràn sí i, wọ́n sì ya ilé Olúwa sí mímọ́ fúnra rẹ̀. Wọ́n sì parí ní ọjọ́ kẹrìndínlógún oṣù kìn-ín-ní.
18 ତହୁଁ ସେମାନେ ରାଜଗୃହ ଭିତରକୁ ହିଜକୀୟ ରାଜାଙ୍କ ନିକଟକୁ ଯାଇ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କର ସମୁଦାୟ ଗୃହ ଓ ହୋମବଳିର ଯଜ୍ଞବେଦି ଓ ତହିଁର ପାତ୍ରସକଳ, ଦର୍ଶନୀୟ ରୁଟିର ମେଜ ଓ ତହିଁର ପାତ୍ରସକଳ ଶୁଚି କରିଅଛୁ।
Nígbà náà wọn sì lọ sí ọ̀dọ̀ ọba Hesekiah láti lọ jábọ̀ fún un: “Àwa ti gbá ilé Olúwa mọ́, pẹpẹ ẹbọ sísun pẹ̀lú gbogbo ohun ẹbọ rẹ̀, àti tábìlì àkàrà ìfihàn, pẹ̀lú gbogbo ohun èlò.
19 ଆହୁରି, ଆହସ୍‌ ରାଜା ଆପଣା ରାଜତ୍ୱ ସମୟରେ ସତ୍ୟ-ଲଙ୍ଘନ କରି ଯେ ଯେ ପାତ୍ର ପକାଇ ଦେଇଥିଲେ, ତାହାସବୁ ଆମ୍ଭେମାନେ ପ୍ରସ୍ତୁତ କରି ପବିତ୍ର କରିଅଛୁ; ଆଉ ଦେଖନ୍ତୁ, ତାହାସବୁ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଅଛି।”
A ti pèsè a sì ti yà sí mímọ́ gbogbo ohun èlò tí ọba Ahasi ti sọ di aláìmọ́ nínú àìṣòótọ́ rẹ̀ nígbà tí ó jẹ́ ọba; nísinsin yìí, wọ́n wà níwájú pẹpẹ Olúwa.”
20 ତହିଁ ଉତ୍ତାରେ ହିଜକୀୟ ରାଜା ପ୍ରତ୍ୟୁଷରେ ଉଠି ନଗରର ଅଧିପତିମାନଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ଗୃହକୁ ଗଲେ।
Ní kùtùkùtù òwúrọ̀ ọjọ́ kejì, ọba Hesekiah sì kó olórí àwọn ìjòyè jọ, ó sì lọ sókè ilé Olúwa.
21 ପୁଣି, ସେମାନେ ରାଜ୍ୟ ନିମନ୍ତେ ଓ ଧର୍ମଧାମ ନିମନ୍ତେ ଓ ଯିହୁଦା ନିମନ୍ତେ ପାପାର୍ଥକ ବଳି ରୂପେ ସାତ ବୃଷ ଓ ସାତ ମେଷ ଓ ସାତ ମେଷଶାବକ ଓ ସାତ ଛାଗ ଆଣିଲେ। ତହିଁରେ ସେ ହାରୋଣ-ସନ୍ତାନ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ତାହାସବୁ ଉତ୍ସର୍ଗ କରିବାକୁ ଆଜ୍ଞା କଲେ।
Wọ́n sì mú akọ màlúù méje wá, àti àgbò méje, àti ọ̀dọ́-àgùntàn méje àti òbúkọ méje gẹ́gẹ́ bí ẹbọ ẹ̀ṣẹ̀ fún ìjọba, fún ibi mímọ́ àti fún Juda. Ọba pàṣẹ fun àwọn àlùfáà, àwọn ọmọ Aaroni, láti ṣe èyí lórí pẹpẹ Olúwa.
22 ତେଣୁ ବୃଷସବୁ ବଧ କରାଯାʼନ୍ତେ, ଯାଜକମାନେ ରକ୍ତ ଗ୍ରହଣ କରି ବେଦି ଉପରେ ସେଚନ କଲେ; ପୁଣି ମେଷ ବଧ କରାଯାʼନ୍ତେ, ସେମାନେ ଯଜ୍ଞବେଦି ଉପରେ ରକ୍ତ ସେଚନ କଲେ; ଆହୁରି, ମେଷଶାବକ ବଧ କରାଯାʼନ୍ତେ, ସେମାନେ ଯଜ୍ଞବେଦି ଉପରେ ରକ୍ତ ସେଚନ କଲେ।
Bẹ́ẹ̀ ni wọ́n sì pa akọ màlúù, àwọn àlùfáà mú ẹ̀jẹ̀ náà, wọ́n sì fi wọ́n ara pẹpẹ. Bẹ́ẹ̀ gẹ́gẹ́ ni nígbà tí wọ́n pa àgbò, wọ́n sì fi ẹ̀jẹ̀ wọ́n orí pẹpẹ. Nígbà náà wọ́n sì pa ọ̀dọ́-àgùntàn, wọ́n sì fi ẹ̀jẹ̀ wọn ara pẹpẹ.
23 ଏଉତ୍ତାରେ ସେମାନେ ପାପାର୍ଥକ ବଳିରୂପ ଛାଗସକଳ ରାଜା ଓ ସମାଜ ସାକ୍ଷାତରେ ନିକଟକୁ ଆଣିଲେ; ତହିଁରେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ;
Òbúkọ fún ẹbọ ẹ̀ṣẹ̀ ni wọ́n gbé wá síwájú ọba àti ìjọ ènìyàn, wọ́n sì gbé ọwọ́ lé wọn.
24 ତହୁଁ ସମଗ୍ର ଇସ୍ରାଏଲ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଯାଜକମାନେ ସେସବୁ ବଧ କରି ଯଜ୍ଞବେଦି ଉପରେ ସେମାନଙ୍କ ରକ୍ତ ଦ୍ୱାରା ପାପାର୍ଥକ ବଳି କଲେ; କାରଣ ସମଗ୍ର ଇସ୍ରାଏଲ ନିମନ୍ତେ ହୋମବଳି ଓ ପାପାର୍ଥକ ବଳି ଉତ୍ସର୍ଗ କରିବାକୁ ରାଜା ଆଜ୍ଞା ଦେଇଥିଲେ।
Àwọn àlùfáà wọn sì pa òbúkọ, wọ́n sì gbé ẹ̀jẹ̀ kalẹ̀ lórí pẹpẹ fún ẹbọ ẹ̀ṣẹ̀ láti ṣe ètùtù fún gbogbo Israẹli, nítorí ọba ti pàṣẹ kí a ṣe ẹbọ sísun àti ẹbọ ẹ̀ṣẹ̀ fún gbogbo Israẹli.
25 ଆଉ, ସେ ଦାଉଦଙ୍କର ଓ ରାଜାଙ୍କର ଦର୍ଶକ ଗାଦ୍‍ର ଓ ନାଥନ ଭବିଷ୍ୟଦ୍‍ବକ୍ତାଙ୍କର ଆଜ୍ଞାନୁସାରେ କରତାଳ ଓ ନେବଲ ଓ ବୀଣାଧାରୀ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ସ୍ଥାପନ କଲେ; କାରଣ ସଦାପ୍ରଭୁ ଆପଣା ଭବିଷ୍ୟଦ୍‍ବକ୍ତାମାନଙ୍କ ଦ୍ୱାରା ଏହି ଆଜ୍ଞା କରିଥିଲେ।
Ó sì mú àwọn Lefi dúró nínú ilé Olúwa pẹ̀lú Kimbali, ohun èlò orin olókùn àti dùùrù ní ọ̀nà tí a ti paláṣẹ fún wọn láti ọ̀dọ̀ Dafidi àti Gadi aríran ọba àti Natani wòlíì. Èyí ni a pàṣẹ láti ọ̀dọ̀ Olúwa láti ọwọ́ àwọn wòlíì rẹ̀.
26 ଏହେତୁ ଲେବୀୟମାନେ ଦାଉଦଙ୍କର ବାଦ୍ୟଯନ୍ତ୍ର ଓ ଯାଜକମାନେ ତୂରୀ ନେଇ ଠିଆ ହେଲେ।
Bẹ́ẹ̀ ni àwọn ọmọ Lefi sì dúró pẹ̀lú ohun èlò orin Dafidi, àti àwọn àlùfáà pẹ̀lú ìpè wọn.
27 ଏଉତ୍ତାରେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରିବାକୁ ହିଜକୀୟ ଆଜ୍ଞା କଲେ। ଯେତେବେଳେ ହୋମବଳି ଆରମ୍ଭ ହେଲା, ସେତେବେଳେ ତୂରୀ ଓ ଇସ୍ରାଏଲର ରାଜା ଦାଉଦଙ୍କର ବାଦ୍ୟଯନ୍ତ୍ର ସହିତ ସଦାପ୍ରଭୁଙ୍କ ଗୀତ ମଧ୍ୟ ଆରମ୍ଭ ହେଲା।
Hesekiah sì pa á láṣẹ láti rú ẹbọ sísun lórí pẹpẹ, bí ẹbọ sísun náà ti bẹ̀rẹ̀, orin sí Olúwa bẹ̀rẹ̀ pẹ̀lú ìpè àti pẹ̀lú ohun èlò orin Dafidi ọba Israẹli.
28 ତହିଁରେ ସମଗ୍ର ସମାଜ ପ୍ରଣାମ କଲେ ଓ ଗାୟକମାନେ ଗାନ କଲେ ଓ ତୂରୀବାଦକମାନେ ତୂରୀ ବଜାଇଲେ; ହୋମବଳିଦାନର ସମାପ୍ତି ପର୍ଯ୍ୟନ୍ତ ଏସବୁ ହେଲା।
Gbogbo ìjọ ènìyàn náà sì wólẹ̀ sìn, àwọn akọrin kọrin, àwọn afùnpè sì fọn ìpè, gbogbo wọ̀nyí sì wà bẹ́ẹ̀ títí ẹbọ sísun náà fi parí tán.
29 ପୁଣି, ସେମାନେ ବଳିଦାନ ସମାପ୍ତ କରନ୍ତେ, ରାଜା ଓ ତାଙ୍କ ସଙ୍ଗେ ଉପସ୍ଥିତ ଲୋକ ସମସ୍ତେ ମୁହଁ ମାଡ଼ି ପଡ଼ି ପ୍ରଣାମ କଲେ।
Nígbà tí wọ́n sì ṣe ìparí ẹbọ rírú, ọba àti gbogbo àwọn tí ó wà pẹ̀lú rẹ̀ tẹ ara wọn ba, wọ́n sì sìn.
30 ଆହୁରି, ହିଜକୀୟ ରାଜା ଓ ଅଧିପତିମାନେ ଦାଉଦଙ୍କର ଓ ଆସଫ ଦର୍ଶକର ବାକ୍ୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାକୁ ଲେବୀୟମାନଙ୍କୁ ଆଜ୍ଞା କଲେ ତହୁଁ ସେମାନେ ଆନନ୍ଦରେ ପ୍ରଶଂସା ଗାନ କଲେ ଓ ମସ୍ତକ ନତ କରି ପ୍ରଣାମ କଲେ।
Pẹ̀lúpẹ̀lú Hesekiah ọba, àti àwọn ìjòyè pàṣẹ fún àwọn ọmọ Lefi, láti fi ọ̀rọ̀ Dafidi àti ti Asafu aríran, kọrin ìyìn sí Olúwa: wọ́n sì fi inú dídùn kọrin ìyìn, wọ́n sì tẹrí wọn ba, wọ́n sì sìn.
31 ସେତେବେଳେ ହିଜକୀୟ ଉତ୍ତର କରି କହିଲେ, “ଏବେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କରିଅଛ, ନିକଟକୁ ଆସ ଓ ସଦାପ୍ରଭୁଙ୍କ ଗୃହକୁ ବଳି ଓ ପ୍ରଶଂସାର୍ଥକ ଉପହାର ଆଣ।” ତହିଁରେ ସମାଜ ବଳି ଓ ପ୍ରଶଂସାର୍ଥକ ଉପହାର ଆଣିଲେ ଓ ଯେତେ ଲୋକର ମନରେ ପ୍ରବୃତ୍ତି ଜନ୍ମିଲା, ସେମାନେ ହୋମବଳି ଆଣିଲେ।
Nígbà náà ni Hesekiah dáhùn, ó sì wí pé, nísinsin yìí, ọwọ́ yín kún fún ẹ̀bùn fún Olúwa, ẹ súnmọ́ ìhín, kí ẹ sì mú ẹbọ àti ọrẹ-ọpẹ́ wá sínú ilé Olúwa. Ìjọ ènìyàn sì mú ẹbọ àti ọrẹ-ọpẹ́ wá; àti olúkúlùkù tí ọkàn rẹ̀ fẹ́, mú ẹbọ sísun wá.
32 ସମାଜ ଯେଉଁ ହୋମବଳି ଆଣିଲେ, ତହିଁର ସଂଖ୍ୟା, ଯଥା, ସତୁରି ବୃଷ ଓ ଏକ ଶହ ମେଷ ଓ ଦୁଇ ଶହ ମେଷଶାବକ, ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି।
Iye ẹbọ sísun, tí ìjọ ènìyàn mú wá, sì jẹ́ àádọ́rin akọ màlúù, àti ọgọ́rùn-ún àgbò, àti igba ọ̀dọ́-àgùntàn, gbogbo wọ̀nyí sì ni fún ẹbọ sísun sí Olúwa.
33 ପୁଣି ଛଅ ଶହ ବୃଷ ଓ ତିନି ସହସ୍ର ମେଷ ପବିତ୍ରୀକୃତ ହେଲେ।
Àwọn ohun ìyàsímímọ́ sì jẹ́ ẹgbẹ̀ta màlúù, àti ẹgbẹ̀rún mẹ́ta àgùntàn.
34 ମାତ୍ର ଯାଜକମାନେ ଅଳ୍ପସଂଖ୍ୟକ ଥିବାରୁ ସେମାନେ ହୋମାର୍ଥକ ସକଳ ପଶୁର ଚର୍ମ କାଢ଼ି ପାରିଲେ ନାହିଁ। ଏଣୁ କାର୍ଯ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ଯାଜକମାନେ ଆପଣାମାନଙ୍କୁ ପବିତ୍ର ନ କରିବା ପର୍ଯ୍ୟନ୍ତ ସେମାନଙ୍କ ଭ୍ରାତା ଲେବୀୟମାନେ ସେମାନଙ୍କର ସାହାଯ୍ୟ କଲେ; କାରଣ ଲେବୀୟମାନେ ଆପଣାମାନଙ୍କୁ ପବିତ୍ର କରିବା ପାଇଁ ଯାଜକମାନଙ୍କ ଅପେକ୍ଷା ଅଧିକ ସିଦ୍ଧମନା ଥିଲେ।
Ṣùgbọ́n àwọn àlùfáà kò pọ̀ tó, wọn kò sì le bó gbogbo àwọn ẹran ẹbọ sísun náà: nítorí náà àwọn arákùnrin wọn, àwọn Lefi ràn wọ́n lọ́wọ́, títí iṣẹ́ náà fi parí, àti títí àwọn àlùfáà ìyókù fi yà wọ́n sí mímọ́: nítorí àwọn ọmọ Lefi ṣe olóòtítọ́ ní ọkàn ju àwọn àlùfáà lọ láti ya ara wọn sí mímọ́.
35 ଆହୁରି ହୋମବଳି, ମଙ୍ଗଳାର୍ଥକ ବଳିର ମେଦ ଓ ପ୍ରତ୍ୟେକ ହୋମବଳିର ପେୟ-ନୈବେଦ୍ୟ ପ୍ରଚୁର ହୋଇଥିଲା। ଏହିରୂପେ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ ସୁଧାରାମତେ ସ୍ଥାପିତ ହେଲା।
Àti pẹ̀lú, àwọn ẹbọ sísun pàpọ̀jù, pẹ̀lú ọ̀rá ẹbọ àlàáfíà, pẹ̀lú ẹbọ ohun mímu fún ẹbọ sísun. Bẹ́ẹ̀ ni a sì tún bẹ̀rẹ̀ iṣẹ́ ìsìn ilé Olúwa.
36 ଆଉ, ପରମେଶ୍ୱର ଲୋକମାନଙ୍କ ନିମନ୍ତେ ଏହାସବୁ ପ୍ରସ୍ତୁତ କରିଥିବାରୁ ହିଜକୀୟ ଓ ସମସ୍ତ ଲୋକ ଆନନ୍ଦ କଲେ; କାରଣ ଏହି କାର୍ଯ୍ୟ ଅକସ୍ମାତ୍‍ ସାଧିତ ହେଲା।
Hesekiah sì yọ̀, àti gbogbo ènìyàn pé, Ọlọ́run ti múra àwọn ènìyàn náà sílẹ̀, nítorí lójijì ni a ṣe nǹkan náà.

< ଦ୍ବିତୀୟ ବଂଶାବଳୀ 29 >