< ଦ୍ବିତୀୟ ବଂଶାବଳୀ 28 >
1 ଆହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। ପୁଣି, ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ।
Ahas dii adeɛ no, na wadi mfirinhyia aduonu. Ɔdii ɔhene wɔ Yerusalem mfirinhyia dunsia. Wanyɛ deɛ ɛsɔ Awurade ani sɛdeɛ ne tete agya Dawid yɛeɛ no.
2 ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ, ମଧ୍ୟ ବାଲ୍ଦେବଗଣ ଉଦ୍ଦେଶ୍ୟରେ ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କଲେ।
Mmom, ɔyɛɛ deɛ Israel ahemfo yɛeɛ no bi, yɛɛ ahoni a wɔde som Baal.
3 ଆହୁରି, ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଧୂପ ଜ୍ୱଳାଇଲେ ଓ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରିଥିଲେ, ସେମାନଙ୍କର ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ସନ୍ତାନଗଣକୁ ଅଗ୍ନିରେ ଦଗ୍ଧ କଲେ।
Ɔbɔɔ afɔdeɛ wɔ Hinom babarima bɔnhwa mu, na mpo ɔde ne mmammarima bɔɔ afɔdeɛ wɔ ogya mu. Ɔsuaa akyiwadeɛ a abosonsom aman no yɛeɛ a enti Awurade pamoo wɔn firii asase no so ansa na Israelfoɔ rekɔduru hɔ.
4 ପୁଣି, ସେ ଉଚ୍ଚସ୍ଥଳୀରେ ଓ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
Ɔbɔɔ afɔdeɛ, hyee nnuhwam wɔ abosomfie, mmepɔ so ne dua frɔmfrɔm biara ase.
5 ଏହେତୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମ-ରାଜାର ହସ୍ତରେ ତାଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ତାଙ୍କୁ ପରାସ୍ତ କଲେ ଓ ତାଙ୍କର ଅସଂଖ୍ୟ ଲୋକଙ୍କୁ ବନ୍ଦୀ କରି ଦମ୍ମେଶକକୁ ନେଇଗଲେ। ମଧ୍ୟ ସେ ଇସ୍ରାଏଲ ରାଜାଙ୍କର ହସ୍ତରେ ସମର୍ପିତ ହୁଅନ୍ତେ, ସେ ତାଙ୍କୁ ମହାସଂହାରରେ ପରାସ୍ତ କଲେ।
Ɛno enti na Awurade, ne Onyankopɔn, maa Aramhene kwan dii Ahas so nkonim, twaa ne nkurɔfoɔ bebree asuo kɔɔ Damasko no. Israel akodɔm bebree nso dii Ahas so nkonim, kunkumm nʼakodɔm no bebree nso.
6 କାରଣ ରମଲୀୟର ପୁତ୍ର ପେକହ ଯିହୁଦାରେ ଏକ ଲକ୍ଷ କୋଡ଼ିଏ ହଜାର ବିକ୍ରମଶାଳୀ ଲୋକଙ୍କୁ ଏକ ଦିନରେ ବଧ କଲା; ଯେଣୁ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ।
Israelhene Peka, a ɔyɛ Remalia babarima de da koro kunkumm Yuda akodɔm no nnipa ɔpeha aduonu, ɛfiri sɛ, na wɔapo Awurade, wɔn agyanom Onyankopɔn.
7 ପୁଣି, ସିଖ୍ରି ନାମରେ ଇଫ୍ରୟିମୀୟ ଏକ ବିକ୍ରମଶାଳୀ ଲୋକ ରାଜପୁତ୍ର ମାସେୟକୁ ଓ ଗୃହାଧ୍ୟକ୍ଷ ଅସ୍ରୀକାମକୁ ଓ ରାଜାଙ୍କର ଦ୍ୱିତୀୟ (ସ୍ଥାନୀୟ) ଇଲ୍କାନାକୁ ବଧ କଲା।
Afei, Sikri, ɔkofoɔ kɛseɛ a ɔfiri Efraim, kunkumm Maaseia a ɔyɛ ɔhene babarima Asrikam, a ɔyɛ ahemfie so sahene ne Elkana, a ɔyɛ ɔhene sahene abadiakyire no.
8 ଆଉ, ଇସ୍ରାଏଲ ସନ୍ତାନମାନେ ଆପଣାମାନଙ୍କ ଭ୍ରାତୃଗଣର ସ୍ତ୍ରୀ, ପୁତ୍ର ଓ କନ୍ୟା, ଦୁଇ ଲକ୍ଷ ପ୍ରାଣୀକୁ ବନ୍ଦୀ କରି ନେଇଗଲେ, ମଧ୍ୟ ସେମାନଙ୍କଠାରୁ ବହୁତ ଲୁଟଦ୍ରବ୍ୟ ନେଲେ ଓ ସେହି ଲୁଟ ଦ୍ରବ୍ୟସବୁ ଶମରୀୟାକୁ ଆଣିଲେ।
Israelfoɔ akodɔm kyekyeree mmaa ne Yuda mmɔfra ɔpehanu, faa asadeɛ bebree, de kɔɔ Samaria.
9 ମାତ୍ର ସେଠାରେ ଓଦେଦ୍ ନାମରେ ସଦାପ୍ରଭୁଙ୍କର ଜଣେ ଭବିଷ୍ୟଦ୍ବକ୍ତା ଥିଲେ; ସେ ଶମରୀୟାକୁ ଆଗତ ସୈନ୍ୟଦଳ ସଙ୍ଗେ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ କହିଲା, “ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ଯିହୁଦା ପ୍ରତି କୋପାନ୍ୱିତ ହେବାରୁ ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ, ଆଉ ତୁମ୍ଭେମାନେ ଗଗନସ୍ପର୍ଶୀ କ୍ରୋଧାଗ୍ନି ଦ୍ୱାରା ସେମାନଙ୍କୁ ବଧ କରିଅଛ।
Na Awurade odiyifoɔ a ne din de Oded wɔ Samaria hɔ wɔ ɛberɛ a Israel akodɔm sane baa efie no. Ɔkɔhyiaa wɔn ka kyerɛɛ wɔn sɛ, “Awurade, mo agyanom Onyankopɔn, bo fuu Yuda, na ɔmaa modii wɔn so nkonim. Nanso, moayɛ ma aboro so dodo sɛ mode atirimuɔden akunkum wɔn, ama aha ɔsoro nyinaa.
10 ଆଉ, ଏବେ ତୁମ୍ଭେମାନେ ଯିହୁଦାର ଓ ଯିରୂଶାଲମର ସନ୍ତାନସନ୍ତତିଗଣକୁ ଆପଣାମାନଙ୍କର ବନ୍ଧାଦାସ ଓ ବନ୍ଧାଦାସୀ କରି ରଖିବାକୁ ମନସ୍ଥ କରୁଅଛ; ମାତ୍ର ତୁମ୍ଭମାନଙ୍କ ମଧ୍ୟରେ କʼଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସ୍ୱକୃତ ଅପରାଧ ନାହିଁ?
Na seesei, moredwene sɛ mobɛfa saa nnipa yi a wɔfiri Yuda ne Yerusalem nkoa. Na mo ankasa mo bɔne a moyɛ tiaa Awurade, mo Onyankopɔn no, ho asɛm te sɛn?
11 ଏହେତୁ ଏବେ ଆମ୍ଭ କଥା ଶୁଣ, ଆଉ ତୁମ୍ଭେମାନେ ଆପଣାମାନଙ୍କ ଭ୍ରାତୃଗଣ ମଧ୍ୟରୁ ଯେଉଁମାନଙ୍କୁ ବନ୍ଦୀ କରି ଆଣିଅଛ, ସେମାନଙ୍କୁ ଫେରି ପଠାଇଦିଅ; କାରଣ ତୁମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ରହିଅଛି।”
Montie me, na monnyaa saa nneduafoɔ a wɔwɔ mo nsam no, ɛfiri sɛ, wɔyɛ mo ankasa mo abusuafoɔ. Monhwɛ no yie, ɛfiri sɛ, seesei, wɔadane Awurade abufuhyeɛ no aba mo so!”
12 ଏଥିରେ ଯିହୋହାନନ୍ର ପୁତ୍ର ଅସରୀୟ, ମଶିଲ୍ଲୋମୋତ୍ର ପୁତ୍ର ବେରିଖୀୟ ଓ ଶଲ୍ଲୁମ୍ର ପୁତ୍ର ଯିହିଷ୍କିୟ ଓ ହଦ୍ଲୟର ପୁତ୍ର ଅମାସା, ଏହି କେତେକ ଇଫ୍ରୟିମ-ସନ୍ତାନଗଣର ପ୍ରଧାନ ଲୋକ ଯୁଦ୍ଧରୁ ଆଗତ ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ କହିଲେ,
Na Israel ntuanofoɔ bi a wɔn ne Yehohanan babarima Asaria, Mesilemot babarima Berekia, Salum babarima Yehiskia ne Hadlai babarima Amasa penee yei so, na wɔne mmarima a wɔfiri akono reba no kaa sɛ,
13 “ତୁମ୍ଭେମାନେ ବନ୍ଦୀମାନଙ୍କୁ ଏହି ସ୍ଥାନକୁ ଆଣିବ ନାହିଁ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ଆମ୍ଭମାନଙ୍କୁ ଆହୁରି ଅପରାଧଗ୍ରସ୍ତ କରିବା ପାଇଁ ଆମ୍ଭମାନଙ୍କର ପାପ ଓ ଅପରାଧସକଳର ବୃଦ୍ଧି କରିବାକୁ ମନସ୍ଥ କରୁଅଛ; ଆମ୍ଭମାନଙ୍କର ଭାରୀ ଅପରାଧ ହୋଇଅଛି ଓ ଇସ୍ରାଏଲ ଉପରେ ପ୍ରଚଣ୍ଡ କ୍ରୋଧ ରହିଅଛି।”
“Mommfa nneduafoɔ no mma ha! Yɛrentumi mfa nka yɛn bɔne ne yɛn afɔdie ho. Yɛn afɔdie so dada, na wɔadane Awurade abufuhyeɛ no aba Israel so dada.”
14 ତହିଁରେ ଅସ୍ତ୍ରଧାରୀ ଲୋକମାନେ ସେହି ବନ୍ଦୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଅଧିପତିମାନଙ୍କର ଓ ସମଗ୍ର ସମାଜର ସମ୍ମୁଖରେ ରଖିଲେ।
Enti, akofoɔ no gyaee nneduafoɔ no de asadeɛ no maeɛ, wɔ ɔmanfoɔ no ne ntuanofoɔ no anim.
15 ତହିଁରେ ପୂର୍ବୋକ୍ତ ଲୋକମାନେ ଉଠି ବନ୍ଦୀମାନଙ୍କୁ ନେଲେ ଓ ଲୁଟିତ ଦ୍ରବ୍ୟ ନେଇ ସେମାନଙ୍କ ମଧ୍ୟରେ ସମସ୍ତ ବସ୍ତ୍ରହୀନ ଲୋକଙ୍କୁ ବସ୍ତ୍ର ଓ ପାଦୁକା ପିନ୍ଧାଇଲେ ଓ ସେମାନଙ୍କୁ ଭୋଜନପାନ କରିବାକୁ ଦେଇ ତୈଳ ମର୍ଦ୍ଦନ କଲେ ଓ ସେମାନଙ୍କ ମଧ୍ୟରୁ ଦୁର୍ବଳ ସମସ୍ତଙ୍କୁ ଗର୍ଦ୍ଦଭରେ ଚଢ଼ାଇ ଖର୍ଜ୍ଜୁରପୁର ଯିରୀହୋକୁ ସେମାନଙ୍କ ଭ୍ରାତୃଗଣ ନିକଟକୁ ନେଇଗଲେ; ଏଥିଉତ୍ତାରେ ସେମାନେ ଶମରୀୟାକୁ ଫେରି ଆସିଲେ।
Afei, nnipa baanan a wɔbobɔɔ wɔn din no baa anim, bɛkyekyɛɛ ntadeɛ a ɛwɔ asadeɛ no mu no maa nneduafoɔ a wɔda adagya no. Wɔmaa wɔn ntadeɛ ne mpaboa sɛ wɔnhyɛ ne nnuane pii ne nsuo, de ngo guguu wɔn apirakuro mu. Wɔde wɔn a wɔyɛ mmrɛ no tenatenaa mfunumu so, de nneduafoɔ no nyinaa sane baa wɔn asase Yeriko, mmɛkuro, no so. Afei, wɔsane kɔɔ Samaria.
16 ସେହି ସମୟରେ ଆହସ୍ ରାଜା ଆପଣାର ସାହାଯ୍ୟ ପାଇଁ ଅଶୂରୀୟ ରାଜାମାନଙ୍କ ନିକଟକୁ ଲୋକ ପଠାଇଲେ।
Saa ɛberɛ no mu, Yudahene Ahas kɔsrɛɛ Asiriahene sɛ ɔmmɛboa no na ɔnkɔko ntia nʼatamfoɔ.
17 କାରଣ ଇଦୋମୀୟ ଲୋକମାନେ ପୁନର୍ବାର ଯିହୁଦା ଦେଶକୁ ଆସି ପରାସ୍ତ କରି ଅନେକଙ୍କୁ ବନ୍ଦୀ କରି ନେଇ ଯାଇଥିଲେ।
Bio, na Edom akodɔm adi Yuda so nkonim, akyekyere binom nnommum.
18 ପଲେଷ୍ଟୀୟମାନେ ମଧ୍ୟ ତଳଭୂମିର ଓ ଯିହୁଦା-ଦକ୍ଷିଣାଞ୍ଚଳର ନଗରମାନ ଆକ୍ରମଣ କରି ବେଥ୍-ଶେମଶ ଓ ଅୟାଲୋନ୍ ଓ ଗଦେରୋତ୍, ପୁଣି ସୋଖୋ ଓ ତହିଁର ଉପନଗର, ତିମ୍ନା ଓ ତହିଁର ଉପନଗର, ଗିମ୍ସୋ ଓ ତହିଁର ଉପନଗରସକଳ ହସ୍ତଗତ କରି ସେଠାରେ ବାସ କରୁଥିଲେ।
Na Filistifoɔ ato ahyɛ nkuro a ɛwɔ Yuda mmepɔ ayaase ne Negeb so. Na wɔako afa Bet-Semes, Ayalon, Gederot ne Soko ne wɔn nkurotoɔ ne Timna ne Gimso ne wɔn nkurotoɔ no. Na Filistifoɔ no tenatenaa saa nkuro yi so.
19 କାରଣ ଇସ୍ରାଏଲର ରାଜା ଆହସ୍ଙ୍କ ସକାଶୁ ସଦାପ୍ରଭୁ ଯିହୁଦାକୁ ଖର୍ବ କଲେ; ଯେଣୁ ସେ ଯିହୁଦା ମଧ୍ୟରେ ସ୍ୱେଚ୍ଛାଚାର କରି ସଦାପ୍ରଭୁଙ୍କ ବିରୁଦ୍ଧରେ ନିତାନ୍ତ ସତ୍ୟ-ଲଙ୍ଘନ କରିଥିଲେ।
Na Awurade rebrɛ Yuda ase, ɛsiane Yudahene Ahas enti, ɛfiri sɛ, na ɔboa ne nkurɔfoɔ ma wɔyɛ bɔne, na na ɔnni Awurade nokorɛ korakora nso.
20 ଏଥିଉତ୍ତାରେ ଅଶୂରର ରାଜା ତିଗ୍ଲତ୍-ପିଲ୍ନେଷର ତାଙ୍କ ନିକଟକୁ ଆସିଲା, ମାତ୍ର ତାଙ୍କୁ ବଳ ନ ଦେଇ କ୍ଳେଶ ଦେଲା।
Enti, ɛberɛ a Asiriahene Tilgat-Pilneser bɛduruiɛ no a anka ɛsɛ sɛ ɔboa ɔhene Ahas no, ɔhyɛɛ no so mmom.
21 କାରଣ ଆହସ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜାଙ୍କର ଓ ଅଧିପତିମାନଙ୍କ ଗୃହରୁ ଧନ ହରଣ କରି ଅଶୂରର ରାଜାଙ୍କୁ ଦେଲେ; ମାତ୍ର ତଦ୍ଦ୍ୱାରା ତାଙ୍କର ସାହାଯ୍ୟ ହେଲା ନାହିଁ।
Ahas tasee nneɛma a ɛsom bo firii Awurade asɔredan no mu, ahemfie hɔ ne ne mpanimfoɔ afie mu, de kɔmaa Asiriahene sɛ ne toɔ. Nanso, yei mpo, ammoa no.
22 ପୁଣି, ସେହି ଆହସ୍ ରାଜା ଆପଣାର କ୍ଳେଶ ସମୟରେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ସତ୍ୟ-ଲଙ୍ଘନ କଲେ।
Na sɛ ɔhaw bi ba ɔhene Ahas so mpo a, ɔkɔ so yɛ asoɔden ma Awurade.
23 କାରଣ ଯେଉଁ ଦମ୍ମେଶକୀୟ ଦେବଗଣ ତାଙ୍କୁ ପରାସ୍ତ କରିଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ସେ ବଳିଦାନ କଲେ; ଆଉ ସେ କହିଲେ, ଅରାମୀୟ ରାଜାମାନଙ୍କ ଦେବଗଣ ସେମାନଙ୍କର ସାହାଯ୍ୟ କରିଅଛନ୍ତି, ଏହେତୁ ମୁଁ ସେମାନଙ୍କ ନିକଟରେ ବଳିଦାନ କରିବି, ତହିଁରେ ସେମାନେ ମୋହର ସାହାଯ୍ୟ କରିବେ। ମାତ୍ର ସେମାନେ ତାଙ୍କର ଓ ସମଗ୍ର ଇସ୍ରାଏଲର ବିନାଶର କାରଣ ହେଲେ।
Ɔbɔɔ afɔdeɛ maa Damasko anyame a wɔdii ne so nkonim no, na ɔkaa sɛ, “Saa anyame yi na wɔboaa Aram ahemfo enti, sɛ mebɔ afɔdeɛ ma wɔn a, wɔbɛboa me nso.” Nanso, wɔmaa no sɛeeɛ, ma Israel nyinaa sɛeeɛ.
24 ଏଉତ୍ତାରେ ଆହସ୍ ପରମେଶ୍ୱରଙ୍କ ଗୃହର ପାତ୍ରସକଳ ଏକତ୍ର କଲେ ଓ ପରମେଶ୍ୱରଙ୍କ ଗୃହର ସେହି ପାତ୍ରସବୁ କାଟି ଖଣ୍ଡ ଖଣ୍ଡ କଲେ ଓ ସଦାପ୍ରଭୁଙ୍କ ଗୃହର କବାଟସବୁ ବନ୍ଦ କଲେ; ପୁଣି ସେ ଯିରୂଶାଲମର ପ୍ରତ୍ୟେକ କୋଣରେ ଆପଣା ପାଇଁ ଯଜ୍ଞବେଦି ନିର୍ମାଣ କଲେ।
Ɔhene no tasee nneɛma ahodoɔ a ɛwɔ Onyankopɔn Asɔredan no mu nyinaa, bubuu mu asinasini. Ɔtotoo Awurade asɔredan no apono mu, sɛdeɛ obiara ntumi nkɔsom wɔ hɔ. Ɔsisii afɔrebukyia maa abosonsom anyame wɔ Yerusalem twɛtwɛwa so baabiara.
25 ଆହୁରି, ସେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଯିହୁଦାର ପ୍ରତ୍ୟେକ ନଗରରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ସଦାପ୍ରଭୁ ତାଙ୍କର ପିତୃଗଣଙ୍କର ପରମେଶ୍ୱରଙ୍କୁ ବିରକ୍ତ କଲେ।
Ɔyɛɛ abosonsom asɔreeɛ wɔ Yuda nkuro nyinaa so a wɔbɔ afɔdeɛ wɔ hɔ ma anyame foforɔ no. Ɔnam saa ɛkwan yi so, hyɛɛ Awurade, nʼagyanom Onyankopɔn, abufuo.
26 ତାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଆଦ୍ୟନ୍ତସକଳ ଆଚରଣ, ଦେଖ, ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ ଲେଖାଅଛି।
Ahas ahennie ho nsɛm nkaeɛ no firi ahyɛaseɛ kɔsi awieeɛ no, wɔatwerɛ agu Yuda ahemfo ne Israel ahemfo nwoma mu.
27 ଏଉତ୍ତାରେ ଆହସ୍ଙ୍କ ମୃତ୍ୟୁ ପରେ, ଲୋକମାନେ ଯିରୂଶାଲମରେ, ନଗର ମଧ୍ୟରେ ତାଙ୍କୁ କବର ଦେଲେ; କାରଣ ସେମାନେ ତାଙ୍କୁ ଇସ୍ରାଏଲର ରାଜାମାନଙ୍କ କବରକୁ ଆଣିଲେ ନାହିଁ; ତହିଁ ଉତ୍ତାରେ ତାଙ୍କର ପୁତ୍ର ହିଜକୀୟ ତାଙ୍କର ପଦରେ ରାଜ୍ୟ କଲେ।
Ɔhene Ahas wuiɛ no, wɔsiee no wɔ Yerusalem, nanso wɔansie no wɔ adehyeɛ amusieeɛ. Ne babarima Hesekia na ɔdii nʼadeɛ sɛ ɔhene.