< ଦ୍ବିତୀୟ ବଂଶାବଳୀ 25 >
1 ଅମତ୍ସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିହୋୟଦ୍ଦନ୍, ସେ ଯିରୂଶାଲମ ନିବାସିନୀ ଥିଲେ।
Amasiah jẹ́ ẹni ọdún mẹ́ẹ̀ẹ́dọ́gbọ̀n nígbà tí ó di ọba, ó sì jẹ ọba ní Jerusalẹmu fún ọdún mọ́kàndínlọ́gbọ̀n orúkọ ìyá rẹ̀ a máa jẹ́ Jehoadani, ó wá láti Jerusalẹmu.
2 ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ମାତ୍ର ସିଦ୍ଧ ଅନ୍ତଃକରଣରେ କଲେ ନାହିଁ।
Ó ṣe ohun tí ó dára lójú Olúwa, ṣùgbọ́n kì í ṣe tọkàntọkàn.
3 ତାଙ୍କର ରାଜ୍ୟ ସୁସ୍ଥିର ହୁଅନ୍ତେ, ସେ ତାଙ୍କର ପିତା ରାଜାଙ୍କର ହତ୍ୟାକାରୀ ଆପଣା ଦାସମାନଙ୍କୁ ବଧ କଲେ।
Lẹ́yìn tí ìjọba ti wà ní ìdarí rẹ̀, ó pa àwọn oníṣẹ́ tí ó pa baba rẹ̀ ọba.
4 ତଥାପି ସେ ସେମାନଙ୍କ ସନ୍ତାନଗଣକୁ ବଧ କଲେ ନାହିଁ; “ମାତ୍ର ସନ୍ତାନଗଣ ପାଇଁ ପିତୃଗଣର ପ୍ରାଣଦଣ୍ଡ ହେବ ନାହିଁ, କିଅବା ପିତୃଗଣ ପାଇଁ ସନ୍ତାନଗଣର ପ୍ରାଣଦଣ୍ଡ ହେବ ନାହିଁ,” କିନ୍ତୁ ପ୍ରତ୍ୟେକ ଲୋକ ନିଜ ପାପ ଲାଗି ମୃତ୍ୟୁୁଭୋଗ କରିବ; ମୋଶାଙ୍କର ବ୍ୟବସ୍ଥା-ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ଏହି ଆଜ୍ଞା ପ୍ରମାଣେ କର୍ମ କଲେ।
Síbẹ̀ kò pa àwọn ọmọ wọn, ṣùgbọ́n ó ṣe ní ìbámu pẹ̀lú ohun tí a kọ nínú òfin nínú ìwé Mose, níbi tí Olúwa ti paláṣẹ pé, “A kò gbọdọ̀ pa àwọn baba fún àwọn ọmọ wọn tàbí àwọn ọmọ fún baba wọn, olúkúlùkù ni kí ó kú fún ẹ̀ṣẹ̀ rẹ̀.”
5 ଆହୁରି, ଅମତ୍ସୀୟ ଯିହୁଦା-ବଂଶକୁ ଏକତ୍ର କଲେ, ପୁଣି ସମସ୍ତ ଯିହୁଦା ଓ ବିନ୍ୟାମୀନ୍ର ପିତୃବଂଶାନୁସାରେ ସହସ୍ରପତି ଓ ଶତପତିମାନଙ୍କ ଅଧୀନରେ ସେମାନଙ୍କୁ ଶ୍ରେଣୀବଦ୍ଧ କଲେ; ପୁଣି, ସେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲୋକମାନଙ୍କୁ ଗଣନା କରନ୍ତେ, ବର୍ଚ୍ଛା ଓ ଢାଲ ଧରି ଯୁଦ୍ଧକୁ ଯିବାକୁ ସମର୍ଥ ତିନି ଲକ୍ଷ ବଛା ଲୋକ ପାଇଲେ।
Amasiah, pe gbogbo àwọn ènìyàn Juda pọ̀, ó sì fi iṣẹ́ lé wọn lọ́wọ́ gẹ́gẹ́ bí ìdílé wọn sí àwọn alákòóso ẹgbẹẹgbẹ̀rún àti àwọn alákòóso ọ̀rọ̀ọ̀rún fún gbogbo Juda àti Benjamini, ó sì gbá iye wọn láti ẹni ogún ọdún àti jù bẹ́ẹ̀ lọ jọ, ó sì rí i pé ọ̀kẹ́ mẹ́ẹ̀ẹ́dógún àwọn ọkùnrin ni ó ti múra fún ìsìn ogun, tí ó lè gbá ọ̀kọ̀ àti àpáta mú.
6 ମଧ୍ୟ ସେ ଏକ ଶହ ତାଳନ୍ତ ରୂପା ବେତନ ଦେଇ ଇସ୍ରାଏଲ ମଧ୍ୟରୁ ଏକ ଲକ୍ଷ ମହାବିକ୍ରମଶାଳୀ ଲୋକଙ୍କୁ ନିଯୁକ୍ତ କଲେ।
Ó sì yá ọ̀kẹ́ márùn-ún àwọn ọkùnrin oníjà láti Israẹli fún ọgọ́rùn-ún àwọn tálẹ́ǹtì fàdákà.
7 ମାତ୍ର ପରମେଶ୍ୱରଙ୍କର ଏକ ଲୋକ ତାଙ୍କ ନିକଟକୁ ଆସି କହିଲେ, “ହେ ରାଜନ୍, ଇସ୍ରାଏଲର ସୈନ୍ୟ ଆପଣଙ୍କ ସଙ୍ଗରେ ନ ଯାଉନ୍ତୁ; କାରଣ ସଦାପ୍ରଭୁ ଇସ୍ରାଏଲ ସଙ୍ଗରେ, ଅର୍ଥାତ୍, ଇଫ୍ରୟିମର ସମସ୍ତ ସନ୍ତାନ ସଙ୍ଗରେ ନାହାନ୍ତି।
Ṣùgbọ́n ènìyàn Ọlọ́run kan tọ̀ ọ́ wá ó sì wí pé, “Ọba, àwọn ọ̀wọ́ ogun láti Israẹli kò gbọdọ̀ yan pẹ̀lú rẹ, nítorí tí Olúwa kò wà pẹ̀lú Israẹli kì í ṣe pẹ̀lú ẹnìkankan láti Efraimu.
8 ମାତ୍ର ଯେବେ ଆପଣ ଯିବେ, ତେବେ ସାହସରେ କାର୍ଯ୍ୟ କରନ୍ତୁ, ଯୁଦ୍ଧ କରିବାକୁ ବଳବାନ ହେଉନ୍ତୁ; ପରମେଶ୍ୱର ଶତ୍ରୁ ସମ୍ମୁଖରେ ଆପଣଙ୍କୁ ନିପାତ କରିବେ, କାରଣ ସାହାଯ୍ୟ କରିବାକୁ ଓ ନିପାତ କରିବାକୁ ପରମେଶ୍ୱରଙ୍କ ଶକ୍ତି ଅଛି।”
Àní, tí ẹ bá lọ jà pẹ̀lú ìmúláyàle ní ojú ogun, Ọlọ́run yóò bì ọ́ ṣubú níwájú àwọn ọ̀tá, nítorí Ọlọ́run ní agbára láti ràn ọ́ lọ́wọ́ àti láti bì ọ́ ṣubú.”
9 ତହିଁରେ ଅମତ୍ସୀୟ ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, “ଭଲ, ମାତ୍ର ମୁଁ ଇସ୍ରାଏଲ-ସୈନ୍ୟକୁ ଯେଉଁ ଏକ ଶହ ତାଳନ୍ତ ରୂପା ଦେଇଅଛି, ତହିଁ ପାଇଁ ଆମ୍ଭେମାନେ କʼଣ କରିବା?” ଏଥିରେ ପରମେଶ୍ୱରଙ୍କ ଲୋକ ଉତ୍ତର କଲେ; “ସଦାପ୍ରଭୁ ତୁମ୍ଭକୁ ତହିଁରୁ ଅତି ଅଧିକ ଦେବାକୁ ସମର୍ଥ ଅଟନ୍ତି।”
Amasiah sì bi ènìyàn Ọlọ́run pé, “Ọgọ́rùn-ún tálẹ́ǹtì tí mo ti san fún àwọn ọ̀wọ́ ogun àwọn ọmọ Israẹli ń kọ́?” Ènìyàn Ọlọ́run dáhùn pé “Olúwa lè fún ọ ní èyí tí ó ju ìyẹn lọ.”
10 ତହୁଁ ଅମତ୍ସୀୟ ଇଫ୍ରୟିମରୁ ଆପଣା ନିକଟକୁ ଆଗତ ସୈନ୍ୟଦଳକୁ ସେମାନଙ୍କ ଗୃହକୁ ପୁନର୍ବାର ଯିବା ପାଇଁ ପୃଥକ କଲେ; ଏଣୁ ଯିହୁଦା ପ୍ରତିକୂଳରେ ସେମାନଙ୍କର କ୍ରୋଧ ଅତି ପ୍ରଜ୍ୱଳିତ ହେଲା ଓ ସେମାନେ ପ୍ରଚଣ୍ଡ କ୍ରୋଧରେ ଗୃହକୁ ଫେରିଗଲେ।
Bẹ́ẹ̀ ni Amasiah, tú àwọn ọwọ́ ogun tí ó ti wá sí ọ̀dọ̀ rẹ̀ láti Efraimu ká. Ó sì rán wọn lọ ilé. Wọ́n kún fún ìbínú pẹ̀lú Juda, wọ́n sì padà lọ ilé pẹ̀lú ìbínú ńlá.
11 ଏଉତ୍ତାରେ ଅମତ୍ସୀୟ ସାହସିକ ହୋଇ ଆପଣା ଲୋକଙ୍କୁ କଢ଼ାଇ ନେଇ ଲବଣ ଉପତ୍ୟକାକୁ ଗଲେ ଓ ସେୟୀର-ସନ୍ତାନଗଣର ଦଶ ସହସ୍ର ଲୋକଙ୍କୁ ବଧ କଲେ।
Nígbà náà, Amasiah ko ogun rẹ jọ àti àwọn ọmọ-ogun rẹ̀ lọ sí àfonífojì iyọ̀, níbi tí ó ti pa ẹgbẹ̀rún mẹ́wàá àwọn ọkùnrin Seiri.
12 ପୁଣି, ଯିହୁଦା-ସନ୍ତାନମାନେ ଅନ୍ୟ ଦଶ ସହସ୍ର ଲୋକଙ୍କୁ ଜୀବିତ ବନ୍ଦୀ କରି ନେଇଗଲେ ଓ ସେମାନଙ୍କୁ ଶୈଳଶିଖରକୁ ନେଇ ସେଠାରୁ ସେମାନଙ୍କୁ ତଳେ ପକାଇଦେଲେ, ତହିଁରେ ସେମାନେ ସମସ୍ତେ ଚୂର୍ଣ୍ଣ ହୋଇଗଲେ।
Àwọn ọkùnrin Juda pẹ̀lú fi agbára mú àwọn ọkùnrin ẹgbẹ̀rún mẹ́wàá láààyè. Wọ́n mú wọn lọ sí orí òkè bèbè òkúta, wọ́n jù wọ́n sílẹ̀, kí gbogbo wọn sì fọ́ sí wẹ́wẹ́.
13 ମାତ୍ର ଅମତ୍ସୀୟ ଯେଉଁ ସେନାମାନଙ୍କୁ ଆପଣା ସଙ୍ଗେ ଯୁଦ୍ଧକୁ ଯିବା ପାଇଁ ଉପଯୁକ୍ତ ମନେ ନ କରି ଫେରାଇ ଦେଇଥିଲେ, ସେମାନେ ଶମରୀୟାଠାରୁ ବେଥ୍-ହୋରଣ ପର୍ଯ୍ୟନ୍ତ ପଡ଼ି ଯିହୁଦାର ନଗରସବୁ ଆକ୍ରମଣ କଲେ ଓ ତିନି ସହସ୍ର ଲୋକଙ୍କୁ ବଧ କରି ବହୁତ ଲୁଟଦ୍ରବ୍ୟ ନେଲେ।
Ní báyìí àwọn ọ̀wọ́ ogun tí Amasiah ti rán lọ padà, tí wọn kò nípa nínú ogun gbógun sí àwọn ìlú Juda láti Samaria sí Beti-Horoni. Wọ́n pa ẹgbẹ̀rún mẹ́ta nínú wọn, wọ́n sì kó ọ̀pọ̀ ìkógun ńlá.
14 ଅମତ୍ସୀୟ ଇଦୋମୀୟମାନଙ୍କୁ ସଂହାର କରି ଫେରି ଆସିଲା ଉତ୍ତାରେ ସେ ସେୟୀର-ସନ୍ତାନମାନଙ୍କ ଦେବଗଣକୁ ଆଣି ଆପଣାର ଦେବତା ହେବା ପାଇଁ ସ୍ଥାପନ କଲେ, ସେମାନଙ୍କ ସମ୍ମୁଖରେ ପ୍ରଣାମ କରି ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ।
Nígbà tí Amasiah padà láti ibi pípa àwọn ará Edomu, ó mú àwọn ọlọ́run àwọn ènìyàn Seiri padà wá. Ó gbé wọn kalẹ̀ gẹ́gẹ́ bi àwọn ọlọ́run tirẹ̀. Ó tẹríba fún wọn, ó sì rú ẹbọ fún wọn.
15 ଏହେତୁ ଅମତ୍ସୀୟଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ତାଙ୍କ ନିକଟକୁ ଏକ ଭବିଷ୍ୟଦ୍ବକ୍ତା ପଠାଇଲେ, ଯେ ତାଙ୍କୁ କହିଲା, “ଯେଉଁ ଦେବଗଣ ଆପଣା ଲୋକମାନଙ୍କୁ ଆପଣଙ୍କ ହସ୍ତରୁ ଉଦ୍ଧାର କଲେ ନାହିଁ, ଆପଣ କାହିଁକି ସେହି ଲୋକମାନଙ୍କ ଦେବଗଣର ଅନ୍ୱେଷଣ କରୁଅଛନ୍ତି?”
Ìbínú Olúwa ru sí Amasiah, ó sì rán wòlíì kan sí i, tí ó wí pé, “Kí ni ó dé tí ìwọ fi ń béèrè lọ́wọ́ àwọn ọlọ́run àwọn ènìyàn yìí, tí wọn kò le gba àwọn ènìyàn tiwọn kúrò lọ́wọ́ rẹ?”
16 ସେ ତାଙ୍କୁ ଏହି କଥା କହିବା ବେଳେ, ରାଜା ତାହାକୁ କହିଲେ, “ଆମ୍ଭେମାନେ କʼଣ ତୁମ୍ଭକୁ ରାଜମନ୍ତ୍ରୀ କରିଅଛୁ? କ୍ଷାନ୍ତ ହୁଅ! କାହିଁକି ମାଡ଼ ଖାଇବ?” ଏଥିରେ ଭବିଷ୍ୟଦ୍ବକ୍ତା କ୍ଷାନ୍ତ ହୋଇ କହିଲା, “ମୁଁ ଜାଣେ, ପରମେଶ୍ୱର ଆପଣଙ୍କୁ ବିନାଶ କରିବା ପାଇଁ ସ୍ଥିର କରିଅଛନ୍ତି, କାରଣ ଆପଣ ଏହା କରିଅଛନ୍ତି ଓ ମୋʼ ପରାମର୍ଶରେ କର୍ଣ୍ଣପାତ କରି ନାହାନ୍ତି।”
Bí ó ti n sọ̀rọ̀, ọba wí fún un pé, “Ṣé a yàn ọ́ ní olùgba ọba lámọ̀ràn ni? Dúró! Èéṣe tí a ó fi lù ọ́ bolẹ̀?” Bẹ́ẹ̀ ni, wòlíì náà dúró ṣùgbọ́n ó wí pé, “Èmi mọ̀ pé Ọlọ́run ti pinnu láti pa ọ́ run nítorí ìwọ ti ṣe èyí, ìwọ kò sì tẹ́tí sí ìmọ̀ràn mi.”
17 ଏଥିଉତ୍ତାରେ ଯିହୁଦାର ରାଜା ଅମତ୍ସୀୟ ପରାମର୍ଶ ନେଇ ଯେହୂଙ୍କର ପୌତ୍ର, ଯିହୋୟାହସ୍ଙ୍କର ପୁତ୍ର, ଇସ୍ରାଏଲର ରାଜା ଯୋୟାଶ୍ଙ୍କ ନିକଟକୁ ଲୋକ ପଠାଇ କହିଲେ, “ଆସ, ଆମ୍ଭେମାନେ ପରସ୍ପର ମୁଖ ଦେଖାଦେଖି ହେବା।”
Lẹ́yìn tí Amasiah ọba Juda ti béèrè lọ́wọ́ àwọn olùdámọ̀ràn, ó rán ìpèníjà yìí sí Jehoaṣi ọmọ Jehoahasi ọmọ Jehu, ọba Israẹli pé, “Wá bá mi lójúkojú.”
18 ତହିଁରେ ଇସ୍ରାଏଲର ରାଜା ଯୋୟାଶ୍ ଯିହୁଦାର ରାଜା ଅମତ୍ସୀୟଙ୍କ ନିକଟକୁ ଲୋକ ପଠାଇ କହିଲେ, “ଲିବାନୋନର କଣ୍ଟକଲତା ଲିବାନୋନର ଏରସ ବୃକ୍ଷ ନିକଟକୁ କହି ପଠାଇଲା, ‘ତୁମ୍ଭ କନ୍ୟାକୁ ମୋʼ ପୁତ୍ର ସଙ୍ଗେ ବିବାହ ଦିଅ;’ ଏଥିମଧ୍ୟରେ ଲିବାନୋନର ଏକ ବନ୍ୟ ପଶୁ ନିକଟ ଦେଇ ଯାଉ ଯାଉ ସେହି କଣ୍ଟକଲତାକୁ ଦଳି ପକାଇଲା।
Ṣùgbọ́n Jehoaṣi ọba Israẹli fèsì padà sí Amasiah ọba Juda pé, “Koríko kékeré kan ní Lebanoni rán iṣẹ́ sí igi kedari ní Lebanoni, fi ọmọbìnrin rẹ fún ọmọkùnrin mi ní ìgbéyàwó. Nígbà náà, ẹhànnà ẹranko ènìyàn ni Lebanoni wá, ó sì tẹ òṣùṣú náà lábẹ́ ẹsẹ̀.
19 ଦେଖ, ତୁମ୍ଭେ ଇଦୋମକୁ ପରାସ୍ତ କରିଅଛ ବୋଲି କହୁଅଛ; ତେଣୁ ଦର୍ପ କରିବା ପାଇଁ ତୁମ୍ଭ ମନ ତୁମ୍ଭକୁ ପ୍ରବୃତ୍ତି ଦେଉଅଛି; ଏବେ ଆପଣା ଘରେ ଥାଅ, ଆପଣାର ଅମଙ୍ଗଳ ପାଇଁ କାହିଁକି ବିରୋଧ କରିବ? ପୁଣି ତୁମ୍ଭେ ଓ ତୁମ୍ଭ ସଙ୍ଗେ ଯିହୁଦା, ଦୁହେଁ କାହିଁକି ପତିତ ହେବ?”
Ìwọ wí fún ara à rẹ wí pé, ìwọ ti ṣẹ́gun Edomu àti nísinsin yìí ìwọ ní ìhàlẹ̀ àti ìgbéraga. Ṣùgbọ́n dúró ní ilé! Kí ni ó dé tí ìwọ fi ń wá wàhálà tí o sì fi ń fa ìṣubú rẹ àti ti Juda pẹ̀lú?”
20 ମାତ୍ର ଅମତ୍ସୀୟ ଶୁଣିଲେ ନାହିଁ; କାରଣ ଲୋକମାନେ ଇଦୋମୀୟ ଦେବଗଣର ଅନ୍ୱେଷଣ କରିବା ହେତୁରୁ ପରମେଶ୍ୱର ଯେପରି ସେମାନଙ୍କ ଶତ୍ରୁଗଣ ହସ୍ତରେ ସେମାନଙ୍କୁ ସମର୍ପଣ କରିବେ, ଏଥିପାଇଁ ତାହାଙ୍କ ଆଡ଼ୁ ଏହି ଘଟଣା ହେଲା।
Amasiah, bí ó tì wù kí ó rí kò tẹ́tí nítorí Ọlọ́run ṣe é kí ó lè gbé wọn lé Jehoaṣi lọ́wọ́: nítorí wọ́n wá àwọn ọlọ́run Edomu.
21 ତହୁଁ ଇସ୍ରାଏଲର ରାଜା ଯୋୟାଶ୍ ଗଲେ; ଆଉ ଯିହୁଦାର ଅଧିକାରସ୍ଥ ବେଥ୍-ଶେମଶରେ ସେ ଓ ଯିହୁଦାର ରାଜା ଅମତ୍ସୀୟ ପରସ୍ପର ମୁଖ ଦେଖାଦେଖି ହେଲେ।
Bẹ́ẹ̀ ni Jehoaṣi, ọba Israẹli: òun àti Amasiah ọba Juda dojúkọ ara wọn ní Beti-Ṣemeṣi ní Juda.
22 ଏଥିରେ ଇସ୍ରାଏଲ ସମ୍ମୁଖରେ ଯିହୁଦା ପରାସ୍ତ ହେଲା, ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ।
Àwọn ọmọ Israẹli da Juda rú, gbogbo olúkúlùkù ènìyàn sì sálọ sí ìlú rẹ̀.
23 ଆଉ, ଇସ୍ରାଏଲର ରାଜା ଯୋୟାଶ୍ ବେଥ୍-ଶେମଶରେ ଯିହୋୟାହସ୍ଙ୍କର ପୌତ୍ର, ଯୋୟାଶ୍ଙ୍କର ପୁତ୍ର, ଯିହୁଦାର ରାଜା ଅମତ୍ସୀୟଙ୍କୁ ଧରି ଯିରୂଶାଲମକୁ ଆଣିଲେ ଓ ଇଫ୍ରୟିମର ନଗର-ଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ଯିରୂଶାଲମର ଚାରି ଶହ ହାତ ପ୍ରାଚୀର ଭାଙ୍ଗି ପକାଇଲେ।
Jehoaṣi ọba Israẹli fi agbára mú Amasiah ọba Juda, ọmọ Joaṣi ọmọ Ahasiah ní Beti-Ṣemeṣi. Nígbà náà Joaṣi mú u wá sí Jerusalẹmu. Ó sì wó ògiri Jerusalẹmu lulẹ̀ láti ẹnu-ọ̀nà Efraimu sí igun ẹnu-ọ̀nà apá kan títí ń lọ sí irinwó ìgbọ̀nwọ́ ní gígùn.
24 ପୁଣି, ପରମେଶ୍ୱରଙ୍କ ଗୃହରେ ଓବେଦ୍-ଇଦୋମର ଅଧୀନରେ ପ୍ରାପ୍ତ ସକଳ ସୁବର୍ଣ୍ଣ ଓ ରୌପ୍ୟ ଓ ସକଳ ପାତ୍ର ଓ ରାଜଗୃହର ଧନ, ମଧ୍ୟ ବନ୍ଧକ ଥିବା ଲୋକମାନଙ୍କୁ ନେଇ ଶମରୀୟାକୁ ଫେରିଗଲେ।
Ọba kó gbogbo wúrà àti fàdákà àti gbogbo ohun èlò tí wọ́n rí ni ilé Ọlọ́run tí ọ́ wà ní àbojútó Obedi-Edomu, lápapọ̀ pẹ̀lú àwọn ìṣúra ààfin àti àwọn ògo pẹ̀lú, ó sì padà lọ sí Samaria.
25 ଇସ୍ରାଏଲର ରାଜା ଯିହୋୟାହସ୍ଙ୍କର ପୁତ୍ର ଯୋୟାଶ୍ଙ୍କର ମୃତ୍ୟୁୁ ଉତ୍ତାରେ ଯିହୁଦାର ରାଜା ଯୋୟାଶ୍ଙ୍କର ପୁତ୍ର ଅମତ୍ସୀୟ ପନ୍ଦର ବର୍ଷ ବଞ୍ଚିଲେ।
Amasiah ọmọ Joaṣi ọba Juda gbé fún ọdún mẹ́ẹ̀ẹ́dógún lẹ́yìn ikú Jehoaṣi ọmọ Jehoahasi ọba Israẹli.
26 ଏହି ଅମତ୍ସୀୟଙ୍କର ଅବଶିଷ୍ଟ କ୍ରିୟାର ଆଦ୍ୟନ୍ତ ବୃତ୍ତାନ୍ତ କʼଣ ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Fún ti iṣẹ́ mìíràn ti ìjọba Amasiah láti ìbẹ̀rẹ̀ dé ìparí, ṣé a kò kọ wọ́n sínú ìwé àwọn ọba Juda àti Israẹli?
27 ଅମତ୍ସୀୟ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହେବା ସମୟଠାରୁ ଲୋକମାନେ ଯିରୂଶାଲମରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ତହିଁରେ ସେ ଲାଖୀଶ୍କୁ ପଳାଇଲେ; ମାତ୍ର ସେମାନେ ତାଙ୍କ ପଛେ ଲାଖୀଶ୍କୁ ଲୋକ ପଠାଇ ସେଠାରେ ତାଙ୍କୁ ବଧ କଲେ।
Láti ìgbà tí Amasiah ti yípadà kúrò láti máa tẹ̀lé Olúwa, wọ́n dìtẹ̀ sí i ní Jerusalẹmu, ó sì sálọ sí Lakiṣi ṣùgbọ́n, wọ́n rán àwọn ọkùnrin tẹ̀lé e lọ sí Lakiṣi, wọ́n sì pa á síbẹ̀.
28 ପୁଣି, ସେମାନେ ଅଶ୍ୱମାନଙ୍କ ଉପରେ ତାଙ୍କୁ ଆଣି ଯିହୁଦା-ନଗରରେ ତାଙ୍କର ପିତୃଗଣ ସହିତ ତାଙ୍କୁ କବର ଦେଲେ।
A gbé e padà pẹ̀lú ẹṣin. A sì sin ín pẹ̀lú àwọn baba rẹ̀ ní ìlú ńlá ti Juda.