< ଦ୍ବିତୀୟ ବଂଶାବଳୀ 23 >

1 ଏଥିଉତ୍ତାରେ ସପ୍ତମ ବର୍ଷରେ ଯିହୋୟାଦା ଆପଣାକୁ ବଳବାନ କରି ଯିରୋହମର ପୁତ୍ର ଅସରୀୟ ଓ ଯିହୋହାନନ୍‍ର ପୁତ୍ର ଇଶ୍ମାୟେଲ, ଓବେଦ୍‍ର ପୁତ୍ର ଅସରୀୟ ଓ ଅଦାୟାର ପୁତ୍ର ମାସେୟ ଓ ସିଖ୍ରିର ପୁତ୍ର ଇଲୀଶାଫଟ୍‍, ଏହି ଶତପତିମାନଙ୍କୁ ଆପଣା ସଙ୍ଗେ ନିୟମରେ ଆବଦ୍ଧ କଲା।
Ní ọdún keje, Jehoiada fi agbára rẹ̀ hàn. O dá májẹ̀mú pẹ̀lú àwọn alákòóso ọ̀rọ̀ọ̀rún kan, Asariah ọmọ Jerohamu, Iṣmaeli ọmọ Jehohanani Asariah ọmọ Obedi, Maaseiah ọmọ Adaiah àti Elisafati ọmọ Sikri.
2 ତହିଁରେ ସେମାନେ ଯିହୁଦାର ଚାରିଆଡ଼େ ଭ୍ରମଣ କରି ଯିହୁଦାର ସମସ୍ତ ନଗରରୁ ଲେବୀୟମାନଙ୍କୁ ଓ ଇସ୍ରାଏଲର ପିତୃବଂଶର ପ୍ରଧାନମାନଙ୍କୁ ଏକତ୍ର କଲେ, ତହୁଁ ସେମାନେ ଯିରୂଶାଲମକୁ ଆସିଲେ।
Wọ́n lọ sí gbogbo Juda, wọ́n sì pe àwọn ará Lefi àti àwọn olórí àwọn ìdílé àwọn ará Israẹli láti gbogbo àwọn ìlú jọ. Nígbà tí wọ́n wá sí Jerusalẹmu.
3 ଏଉତ୍ତାରେ ସମଗ୍ର ସମାଜ ପରମେଶ୍ୱରଙ୍କ ଗୃହରେ ରାଜାଙ୍କ ସଙ୍ଗେ ନିୟମ କଲେ। ପୁଣି ଯିହୋୟାଦା ସେମାନଙ୍କୁ କହିଲା, “ଦେଖ, ଦାଉଦଙ୍କର ସନ୍ତାନଗଣ ବିଷୟରେ ସଦାପ୍ରଭୁ ଯାହା କହିଅଛନ୍ତି, ତଦନୁସାରେ ରାଜପୁତ୍ର ରାଜ୍ୟ କରିବେ।
Gbogbo ìpéjọ náà dá májẹ̀mú pẹ̀lú ọba ní ilé Ọlọ́run. Jehoiada wí fún wọn pé, “Ọmọkùnrin ọba yóò jẹ ọba, bí Olúwa ti ṣèlérí nípa àwọn ìran Dafidi.
4 ତୁମ୍ଭେମାନେ ଏହି କର୍ମ କରିବ; ତୁମ୍ଭମାନଙ୍କ ମଧ୍ୟରୁ ଯେଉଁ ଯାଜକମାନେ ଓ ଲେବୀୟମାନେ ବିଶ୍ରାମବାରରେ ଆସନ୍ତି, ସେମାନଙ୍କର ତୃତୀୟାଂଶ ଦ୍ୱାରପାଳ ହେବେ।
Nísinsin yìí èyí ni ohun tí ó yẹ kí ó ṣe, ìdámẹ́ta àlùfáà yín àti àwọn ará Lefi tí ó ń lọ fún iṣẹ́ ìsìn ní ọjọ́ ìsinmi ni kí ó bojútó àwọn ìlẹ̀kùn.
5 ଓ ତୃତୀୟାଂଶ ରାଜଗୃହରେ ରହିବେ ଓ ତୃତୀୟାଂଶ ଭିତ୍ତିମୂଳ-ଦ୍ୱାରରେ ରହିବେ; ଆଉ ସମଗ୍ର ଲୋକ ସଦାପ୍ରଭୁଙ୍କ ଗୃହର ନାନା ପ୍ରାଙ୍ଗଣରେ ରହିବେ।
Ìdámẹ́ta yín níbi ààfin ọba àti ìdámẹ́ta níbi ẹnu odi ìdásílẹ̀ àti gbogbo ọkùnrin mìíràn ni kí ó wà ní àgbàlá ààfin ilé Olúwa.
6 ମାତ୍ର ଯାଜକମାନଙ୍କର ଓ ପରିଚର୍ଯ୍ୟାକାରୀ ଲେବୀୟମାନଙ୍କର ବ୍ୟତୀତ ଆଉ କାହାକୁ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରିବାକୁ ଦିଅ ନାହିଁ; ସେମାନେ ପବିତ୍ର, ଏଥିପାଇଁ ସେମାନେ ପ୍ରବେଶ କରିବେ; ମାତ୍ର ସମଗ୍ର ଲୋକ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କରିବେ।
Kò sí ẹnìkan tí ó gbọdọ̀ wọ inú ilé Olúwa yàtọ̀ sí àwọn àlùfáà àti àwọn ará Lefi tí a rán ní iṣẹ́ ìsìn. Wọ́n lè wọlé nítorí tí a ti yà wọ́n sọ́tọ̀, ṣùgbọ́n gbogbo ọkùnrin mìíràn ni kí wọn ó sọ ohun tí Olúwa ti yàn fún wọn.
7 ପୁଣି ଲେବୀୟମାନଙ୍କର ପ୍ରତ୍ୟେକେ ଆପଣା ଆପଣା ହାତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କୁ ଚତୁର୍ଦ୍ଦିଗରେ ବେଷ୍ଟନ କରିବେ; ଆଉ ଯେକେହି ଗୃହ ଭିତରକୁ ଆସେ, ସେ ହତ ହେଉ; ପୁଣି ରାଜା ଭିତରକୁ ଆସିବା ବେଳେ ଓ ବାହାରକୁ ଯିବା ବେଳେ ତୁମ୍ଭେମାନେ ତାଙ୍କ ସଙ୍ଗେ ଥାଅ।”
Àwọn ará Lefi gbọdọ̀ wà ní ìdúró ṣinṣin yí ọba ká. Olúkúlùkù pẹ̀lú àwọn nǹkan ìjà ní ọwọ́ rẹ̀. Ẹnikẹ́ni tí ó bá wọ ilé Olúwa ni kí ẹ pa. Ẹ dúró ti ọba níbikíbi tí ó bá lọ.”
8 ତହୁଁ ଲେବୀୟମାନେ ଓ ସମଗ୍ର ଯିହୁଦା, ଯିହୋୟାଦା ଯାଜକର ଆଜ୍ଞା ପ୍ରମାଣେ ସମସ୍ତ କର୍ମ କଲେ; ପୁଣି ସେମାନେ ପ୍ରତ୍ୟେକେ ବିଶ୍ରାମବାରରେ ଅନ୍ତର୍ଗାମୀ ଓ ବିଶ୍ରାମବାରରେ ବହିର୍ଗାମୀ ଆପଣା ଆପଣା ଲୋକଙ୍କୁ ନେଲେ; କାରଣ ଯିହୋୟାଦା ଯାଜକ ଲୋକମାନଙ୍କୁ ପାଳିରୁ ବିଦାୟ କରି ନ ଥିଲା।
Àwọn ará Lefi àti gbogbo ọkùnrin Juda ṣe gẹ́gẹ́ bí Jehoiada àlùfáà ti paláṣẹ. Olúkúlùkù mú àwọn ọkùnrin rẹ̀, àwọn tí wọ́n lọ fún iṣẹ́ ìsìn ní ọjọ́ ìsinmi àti àwọn tí wọ́n ń kúrò ní ibi iṣẹ́. Nítorí Jehoiada àlùfáà kò ì tí tú ìpín kankan sílẹ̀.
9 ଆଉ, ଦାଉଦ ରାଜାଙ୍କର ଯେଉଁ ବର୍ଚ୍ଛା ଓ ଢାଲ ଓ ଚର୍ମ ପରମେଶ୍ୱରଙ୍କ ଗୃହରେ ଥିଲା, ତାହାସବୁ ଯିହୋୟାଦା ଯାଜକ ଶତପତିମାନଙ୍କୁ ଦେଲା।
Jehoiada àlùfáà, sì fi ọ̀kọ̀ àti asà, àti àpáta wọ̀n-ọn-nì, tí ó jẹ́ ti ọba Dafidi tí wọn wà ní ilé Ọlọ́run, fún àwọn balógun ọ̀rọ̀ọ̀rún.
10 ଆଉ, ସେ ସମସ୍ତ ଲୋକଙ୍କୁ, ସ୍ୱହସ୍ତରେ ଅସ୍ତ୍ରଧାରୀ ପ୍ରତି ଜଣକୁ ଗୃହର ଦକ୍ଷିଣ ପାର୍ଶ୍ୱର ବାମ ପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ଗୃହ ନିକଟରେ ରାଜାଙ୍କର ଚତୁର୍ଦ୍ଦିଗରେ ସ୍ଥାପନ କଲା।
Ó sì to gbogbo àwọn ènìyàn ti ọba káàkiri, olúkúlùkù pẹ̀lú ohun ìjà rẹ̀ ní ọwọ́ rẹ̀, láti apá ọ̀tún ilé náà títí dé apá òsì ilé náà, lẹ́bàá pẹpẹ àti lẹ́bàá ilé náà.
11 ତହୁଁ ସେମାନେ ରାଜପୁତ୍ରଙ୍କୁ ବାହାରକୁ ଆଣି ତାଙ୍କ ମସ୍ତକରେ ମୁକୁଟ ପିନ୍ଧାଇ ଓ ସାକ୍ଷ୍ୟ ପୁସ୍ତକ ଦେଇ ତାଙ୍କୁ ରାଜା କଲେ; ପୁଣି ଯିହୋୟାଦା ଓ ତାହାର ପୁତ୍ରମାନେ ତାଙ୍କୁ ଅଭିଷେକ କଲେ; ତହୁଁ ସେମାନେ କହିଲେ, ରାଜା ଚିରଜୀବୀ ହେଉନ୍ତୁ।
Jehoiada àti àwọn ọmọkùnrin rẹ̀ mú ọmọkùnrin ọba jáde wá wọ́n sì gbé adé sórí rẹ̀; wọ́n mú ẹ̀dà májẹ̀mú kan fún un. Wọ́n sì kéde rẹ̀ lọ́ba. Wọ́n fi àmì òróró yàn án, wọ́n sì kígbe pé, “Kí ọba kí ó pẹ́!”
12 ଏଥିରେ ଅଥଲୀୟା ଲୋକମାନଙ୍କ ଦୌଡ଼ା ଦୌଡ଼ିର ଓ ରାଜାଙ୍କର ପ୍ରଶଂସା କରିବାର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ କତିକି ଆସିଲେ;
Nígbà tí Ataliah gbọ́ igbe àwọn ènìyàn tí wọ́n ń sáré tí wọ́n ń kígbe ọba, ó lọ sí ọ̀dọ̀ wọn ní ilé Olúwa.
13 ଆଉ, ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ଦ୍ୱାର-ପ୍ରବେଶ ସ୍ଥାନରେ ଆପଣା ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଅଛନ୍ତି ଓ ତୂରୀ ଅଛି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି; ମଧ୍ୟ ଗାୟକମାନେ ବାଦ୍ୟଯନ୍ତ୍ର ବଜାଇ ପ୍ରଶଂସା ଗାନ କରୁଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି ରାଜଦ୍ରୋହ, ରାଜଦ୍ରୋହ ବୋଲି ଡାକ ପକାଇଲେ।
Ó sì wò, sì kíyèsi, ọba dúró ní ibùdó rẹ̀ ní ẹ̀bá ẹnu-ọ̀nà, àti àwọn balógun àti àwọn afùnpè lọ́dọ̀ ọba, gbogbo àwọn ènìyàn ilẹ̀ náà sì yọ̀, wọ́n sì fọn ìpè, àti àwọn akọrin pẹ̀lú ohun èlò ìyìn. Nígbà náà ni Ataliah fa aṣọ rẹ̀ ya, ó sì kégbe wí pé, “Ọ̀tẹ̀! Ọ̀tẹ̀!”
14 ତହିଁରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ବାହାରକୁ ଆଣି କହିଲା, “ସୈନ୍ୟଶ୍ରେଣୀ ମଧ୍ୟଦେଇ ଏହାକୁ ବାହାରକୁ ନେଇଯାଅ ଓ ଯେକେହି ତାହାର ପଶ୍ଚାଦ୍‍ଗାମୀ ହୁଏ, ସେ ଖଡ୍ଗରେ ହତ ହେଉ;” କାରଣ ଯାଜକ କହିଲା, “ସଦାପ୍ରଭୁଙ୍କ ଗୃହ ଭିତରେ ତାହାକୁ ବଧ କର ନାହିଁ।”
Jehoiada àlùfáà mú àwọn alákòóso ọ̀rọ̀ọ̀rún, tí ó wà ní àbojútó àwọn ọ̀wọ́ ogun, ó sì wá wí fún wọn pé, “Mú un jáde wá láàrín àwọn ọgbà, kí a sì fi idà pa ẹnikẹ́ni tí ó bá tẹ̀lé.” Nítorí tí àlùfáà ti wí pé, “Má ṣe pa á nínú ilé Olúwa.”
15 ତହୁଁ ଲୋକମାନେ ତାଙ୍କ ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହର ଅଶ୍ୱଦ୍ୱାରର ପ୍ରବେଶ ସ୍ଥାନକୁ ଗଲେ; ଆଉ ସେଠାରେ ସେମାନେ ତାଙ୍କୁ ବଧ କଲେ।
Bẹ́ẹ̀ ni wọ́n fi ipá mú un kí ó tó dé ẹnu-ọ̀nà àbáwọlé ẹṣin ti ilé ọba, wọ́n sì ti pa á níbẹ̀.
16 ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ଆପଣାର, ପୁଣି ସମଗ୍ର ଲୋକଙ୍କର ଓ ରାଜାଙ୍କର ମଧ୍ୟରେ ଏକ ନିୟମ କଲା।
Nígbà náà ni Jehoiada, dá májẹ̀mú pé òun àti àwọn ènìyàn àti ọba yóò jẹ́ ènìyàn Olúwa.
17 ଏଉତ୍ତାରେ ସମଗ୍ର ଲୋକ ବାଲ୍‍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ, ସେମାନେ ତାହାର ଯଜ୍ଞବେଦି ଓ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଯଜ୍ଞବେଦି ସମ୍ମୁଖରେ ବାଲ୍‍ର ଯାଜକ ମତ୍ତନକୁ ବଧ କଲେ।
Gbogbo àwọn ènìyàn lọ sí ilé Baali, wọ́n sì fà á ya lulẹ̀. Wọ́n fọ́ àwọn pẹpẹ àti àwọn òrìṣà, wọ́n sì pa Mattani àlùfáà Baali níwájú àwọn pẹpẹ.
18 ଆଉ, ଦାଉଦଙ୍କର ବିଧାନମତେ ଆନନ୍ଦ ଓ ଗାନ ସହିତ ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଦାଉଦ ଯେଉଁ ଲେବୀୟ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ବିଭାଗ କରିଥିଲେ, ସେମାନଙ୍କ ହସ୍ତାଧୀନରେ ଯିହୋୟାଦା ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କାର୍ଯ୍ୟ ସ୍ଥାପନ କଲା।
Nígbà náà, Jehoiada tẹ àwòrán ilé Olúwa sí ọwọ́ àwọn àlùfáà tí wọ́n jẹ́ ará Lefi ẹni tí Dafidi ti fi ṣe iṣẹ́ ní ilé Olúwa láti tẹ ẹbọ sísun ti Olúwa bí a ti kọ ọ́ nínú òfin Mose, pẹ̀lú ayọ̀ àti orin kíkọ, gẹ́gẹ́ bí Dafidi ti pàṣẹ.
19 ଆଉ, କୌଣସି ବିଷୟରେ ଅଶୁଚି କୌଣସି ଲୋକ ଯେପରି ପ୍ରବେଶ କରି ନ ପାରେ, ଏଥିପାଇଁ ସେ ସଦାପ୍ରଭୁଙ୍କ ଗୃହର ଦ୍ୱାରସବୁରେ ଦ୍ୱାରପାଳମାନଙ୍କୁ ନିଯୁକ୍ତ କଲା।
Ó mú àwọn olùṣọ́nà wà ni ipò ìdúró ní ẹnu odi ilé Olúwa kí ẹni aláìmọ́ nínú ohunkóhun kó má ba à wọlé.
20 ଏଥିଉତ୍ତାରେ ସେ ଶତପତିମାନଙ୍କୁ ଓ କୁଳୀନମାନଙ୍କୁ ଓ ଲୋକମାନଙ୍କର ଶାସନକର୍ତ୍ତାମାନଙ୍କୁ ଓ ଦେଶର ସମଗ୍ର ଲୋକଙ୍କୁ ନେଇ ରାଜାଙ୍କୁ ସଦାପ୍ରଭୁଙ୍କ ଗୃହକୁ ଆଣିଲା; ଆଉ, ସେମାନେ ଉପର ଦ୍ୱାର ଦେଇ ରାଜଗୃହକୁ ଆସି ରାଜସିଂହାସନରେ ରାଜାଙ୍କୁ ବସାଇଲେ।
Ó mú pẹ̀lú rẹ̀ àwọn alákòóso ọ̀rọ̀ọ̀rún, àwọn ẹni ọlá, àwọn olórí àwọn ènìyàn àti gbogbo àwọn ènìyàn ilẹ̀ náà. Ó sì mú ọba sọ̀kalẹ̀ wá láti ilé Olúwa. Wọ́n lọ sínú ààfin láti ẹnu òde ti òkè. Wọ́n sì fi ọba jókòó lórí ìtẹ́.
21 ସେତେବେଳେ ଦେଶର ସମସ୍ତ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା; ଆଉ, ସେମାନେ ଅଥଲୀୟାଙ୍କୁ ଖଡ୍ଗରେ ବଧ କଲେ।
Gbogbo àwọn ènìyàn ilẹ̀ náà sì yọ̀, ìlú náà sì dákẹ́ rọ́rọ́. Nítorí a pa Ataliah pẹ̀lú idà.

< ଦ୍ବିତୀୟ ବଂଶାବଳୀ 23 >