< ଦ୍ବିତୀୟ ବଂଶାବଳୀ 22 >
1 ଏଥିଉତ୍ତାରେ ଯିରୂଶାଲମ ନିବାସୀମାନେ ତାଙ୍କର କନିଷ୍ଠ ପୁତ୍ର ଅହସୀୟଙ୍କୁ ତାଙ୍କ ପଦରେ ରାଜା କଲେ; କାରଣ ଆରବୀୟମାନଙ୍କ ସହିତ ଯେଉଁ ଲୋକଦଳ ଛାଉଣିକୁ ଆସିଥିଲେ, ସେମାନେ ଜ୍ୟେଷ୍ଠ ସମସ୍ତଙ୍କୁ ବଧ କରିଥିଲେ। ଏହେତୁ ଯିହୁଦାର ରାଜା ଯିହୋରାମ୍ଙ୍କର ପୁତ୍ର ଅହସୀୟ ରାଜ୍ୟ କଲେ।
Àwọn ènìyàn Jerusalẹmu mú Ahasiah, ọmọ Jehoramu tí ó kéré jùlọ, jẹ ọba ní ipò rẹ̀, láti ìgbà tí àwọn onísùnmọ̀mí, tí ó wá pẹ̀lú àwọn ará Arabia sínú ibùdó, tí wọn sì ti pa àwọn ọmọkùnrin àgbà. Bẹ́ẹ̀ ni Ahasiah ọmọ Jehoramu ọba Juda bẹ̀rẹ̀ sí ní jẹ ọba.
2 ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବୟାଳିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏକ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅଥଲୀୟା, ସେ ଅମ୍ରିରର କନ୍ୟା ଥିଲେ।
Ahasiah jẹ́ ẹni ọdún méjìlélógún nígbà tí ó di ọba. Ó sì jẹ ọba ní Jerusalẹmu fún ọdún kan. Orúkọ ìyá rẹ̀ a máa jẹ́ Ataliah, ọmọ ọmọbìnrin Omri.
3 ଅହସୀୟ ଆହାବ-ବଂଶର ପଥରେ ଗମନ କଲେ; କାରଣ ଦୁଷ୍କର୍ମ କରିବା ପାଇଁ ତାଙ୍କର ମାତା ତାଙ୍କର ମନ୍ତ୍ରଣାଦାୟିନୀ ଥିଲେ।
Ó mú ìrìn ní ọ̀nà ilé Ahabu. Nítorí tí ìyá rẹ̀ kì í láyà nínú ṣíṣe búburú.
4 ତହିଁରେ ସେ ଆହାବ-ବଂଶ ଅନୁଯାୟୀ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; କାରଣ ତାଙ୍କର ପିତାଙ୍କ ମୃତ୍ୟୁୁ ଉତ୍ତାରେ ସେମାନେ ତାଙ୍କ ବିନାଶାର୍ଥେ ତାଙ୍କର ପରାମର୍ଶଦାତା ଥିଲେ।
Ó ṣe búburú ní ojú Olúwa, gẹ́gẹ́ bí ilé Ahabu ti ṣe, nítorí lẹ́yìn ikú baba a rẹ̀, wọ́n di olùgbani nímọ̀ràn rẹ̀ sí ṣíṣe rẹ̀.
5 ମଧ୍ୟ ସେ ସେମାନଙ୍କ ପରାମର୍ଶନୁସାରେ ଚାଲିଲେ, ପୁଣି ସେ ଇସ୍ରାଏଲର ରାଜା ଆହାବଙ୍କର ପୁତ୍ର ଯିହୋରାମ୍ଙ୍କ ସଙ୍ଗେ ରାମୋତ୍-ଗିଲୀୟଦରେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ; ତହିଁରେ ଅରାମୀୟମାନେ ଯୋରାମ୍ଙ୍କୁ କ୍ଷତବିକ୍ଷତ କଲେ।
Ó tẹ̀lé ìgbìmọ̀ wọn nígbà tí ó lọ pẹ̀lú Joramu ọmọ Ahabu ọba Israẹli láti gbógun ti Hasaeli ọba Aramu ní Ramoti Gileadi. Àwọn ará Aramu ṣá Joramu ní ọgbẹ́;
6 ଏଣୁ ସେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବା ବେଳେ ରାମାରେ ଯେଉଁ ଆଘାତ ପାଇଥିଲେ, ତହିଁରୁ ଆରୋଗ୍ୟ ପାଇବା ନିମନ୍ତେ ଯିଷ୍ରିୟେଲକୁ ଫେରିଗଲେ। ପୁଣି, ଆହାବଙ୍କର ପୁତ୍ର ଯିହୋରାମ୍ ପୀଡ଼ିତ ହେବା ସକାଶୁ ଯିହୁଦାର ରାଜା ଯିହୋରାମ୍ଙ୍କର ପୁତ୍ର ଅସରୀୟ ଯିଷ୍ରିୟେଲରେ ତାଙ୍କୁ ଦେଖିବାକୁ ଗଲେ।
bẹ́ẹ̀ ni ó padà sí Jesreeli láti wo ọgbẹ́ rẹ̀ sàn tí wọ́n ti dá sí i lára ní Rama ní ojú ogun rẹ̀ pẹ̀lú Hasaeli ọba Siria. Nígbà náà, Ahasiah, ọmọ Jehoramu ọba Juda lọ sí Jesreeli láti lọ rí Joramu ọmọ Ahabu nítorí a ti ṣá a lọ́gbẹ́.
7 ଅହସୀୟ ଯୋରାମ୍ଙ୍କ ନିକଟକୁ ଯିବା ସକାଶୁ ପରମେଶ୍ୱରଙ୍କ ଆଡ଼ୁ ତାଙ୍କର ବିନାଶ ଘଟିଲା; କାରଣ ଆହାବ ବଂଶକୁ ଉଚ୍ଛିନ୍ନ କରିବା ପାଇଁ ସଦାପ୍ରଭୁ ନିମ୍ଶିର ପୁତ୍ର ଯେଉଁ ଯେହୂଙ୍କୁ ଅଭିଷିକ୍ତ କରିଥିଲେ, ତାଙ୍କର ପ୍ରତିକୂଳରେ ସେ ଆସି ଯୋରାମ୍ଙ୍କ ସଙ୍ଗେ ଗଲେ।
Ní gbogbo ìgbà ìbẹ̀wò Ahasiah sí Joramu, Ọlọ́run mú ìṣubú Ahasiah wá. Nígbà tí Ahasiah dé, ó jáde lọ pẹ̀lú Jehoramu láti lọ bá Jehu ọmọ Nimṣi, ẹni tí Olúwa ti fi àmì òróró yàn láti pa ìdílé Ahabu run.
8 ତହିଁରେ ଯେହୂ ଆହାବ-ବଂଶ ଉପରେ ଦଣ୍ଡାଜ୍ଞା ସଫଳ କରିବା ବେଳେ ସେ ଯିହୁଦାର ଅଧିପତିମାନଙ୍କୁ ଓ ଅହସୀୟଙ୍କର ପରିଚର୍ଯ୍ୟାକାରୀ ଅହସୀୟଙ୍କର ଭ୍ରାତୃପୁତ୍ରଗଣକୁ ପାଇ ବଧ କଲେ।
Nígbà tí Jehu ń ṣe ìdájọ́ lórí ilé Ahabu, ó rí àwọn ọmọbìnrin ọba ti Juda àti àwọn ọmọkùnrin ìbátan Ahasi, tí ó ń tọ́jú Ahasiah, ó sì pa wọ́n.
9 ଏସମୟରେ ଅହସୀୟ ଶମରୀୟାରେ ଲୁଚିଥିଲେ, ତହିଁରେ ଯେହୂ ତାଙ୍କର ଅନ୍ୱେଷଣ କରନ୍ତେ, ଲୋକମାନେ ତାଙ୍କୁ ଧରି ଯେହୂଙ୍କ ନିକଟକୁ ଆଣି ତାଙ୍କୁ ବଧ କଲେ; ପୁଣି ଲୋକମାନେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ, “ଯେଉଁ ଯିହୋଶାଫଟ୍ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ଏ ତାଙ୍କର ସନ୍ତାନ।” ଏଉତ୍ତାରେ ଅହସୀୟଙ୍କ ବଂଶ ରାଜ୍ୟ ରଖିବାକୁ ସମର୍ଥ ହେଲେ ନାହିଁ।
Ó lọ láti wá Ahasiah, àti àwọn ọkùnrin rẹ̀. Àwọn arákùnrin rẹ̀ ṣẹ́gun rẹ̀ nígbà tí ó sá pamọ́ ní Samaria. A gbé e wá sí ọ̀dọ̀ Jehu, a sì pa á. Wọ́n sin ín nítorí wọ́n wí pé, “Ọmọkùnrin Jehoṣafati ni, ẹni tí ó wá Olúwa pẹ̀lú gbogbo ọkàn rẹ̀.” Bẹ́ẹ̀ ni kò sí ẹnìkan ní ilé Ahasiah tí ó lágbára láti gbé ìjọba náà dúró.
10 ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ଯିହୁଦା-ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ।
Nígbà tí Ataliah ìyá Ahasiah rí i wí pé ọmọkùnrin rẹ̀ ti kú, ó tẹ̀síwájú láti pa gbogbo ìdílé ọba ti ilẹ̀ Juda run.
11 ମାତ୍ର ରାଜାଙ୍କର କନ୍ୟା ଯିହୋଶାବତ୍ ଅହସୀୟଙ୍କର ପୁତ୍ର ଯୋୟାଶ୍ଙ୍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାଙ୍କୁ ଚୋରାଇ ନେଇ ତାଙ୍କୁ ଓ ତାଙ୍କର ଧାତ୍ରୀକୁ ଶୟନାଗାରରେ ରଖିଲା। ଏହିରୂପେ ଯିହୋୟାଦା ଯାଜକର ଭାର୍ଯ୍ୟା, ଯିହୋରାମ୍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶାବତ୍, ଅଥଲୀୟାଙ୍କଠାରୁ ତାଙ୍କୁ ଲୁଚାଇଲା, ତେଣୁ ସେ ତାଙ୍କୁ ବଧ କରି ପାରିଲେ ନାହିଁ।
Ṣùgbọ́n Jehoṣeba ọmọbìnrin ọba Jehoramu mú Joaṣi, ọmọkùnrin Ahasiah ó sì jí gbé lọ kúrò láàrín àwọn ọmọbìnrin ọba, àwọn tí ó kù díẹ̀ kí wọn pa. Wọn gbé òun àti olùtọ́jú rẹ̀ sínú ìyẹ̀wù. Nítorí Jehoṣeba ọmọbìnrin ọba Jehoramu àti ìyàwó àlùfáà Jehoiada jẹ́ arábìnrin Ahasiah. Ó fi ọmọ náà pamọ́ kúrò fún Ataliah, kí ó má ba à pa á.
12 ଏଉତ୍ତାରେ ଯୋୟାଶ୍ ସେମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଛଅ ବର୍ଷ ରହିଲେ; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲେ।
Ó wà ní ìpamọ́ pẹ̀lú wọn ni ilé Ọlọ́run fún ọdún mẹ́fà nígbà tí Ataliah ṣàkóso ilẹ̀ náà.