< ଦ୍ବିତୀୟ ବଂଶାବଳୀ 21 >
1 ଏଥିଉତ୍ତାରେ ଯିହୋଶାଫଟ୍ ମୃତ୍ୟୁବରଣ କଲେ ଓ ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସଙ୍ଗେ କବର ପାଇଲେ; ତହୁଁ ତାଙ୍କର ପୁତ୍ର ଯିହୋରାମ୍ ତାଙ୍କର ପଦରେ ରାଜ୍ୟ କଲେ।
ヨシヤパテその先祖等とともに寝りてダビデの邑にその先祖等とともに葬られその子ヨラムこれに代て王となる
2 ଯିହୋଶାଫଟ୍ଙ୍କ ଔରସଜାତ ଅସରୀୟ, ଯିହୀୟେଲ, ଜିଖରୀୟ, ଅସରୀୟାହ, ମୀଖାୟେଲ ଓ ଶଫଟୀୟ ତାଙ୍କର ଭାଇ ଥିଲେ; ଏସମସ୍ତେ ଇସ୍ରାଏଲର ରାଜା ଯିହୋଶାଫଟ୍ଙ୍କର ପୁତ୍ର ଥିଲେ।
ヨシヤパテの子たるその兄弟はアザリヤ、ヱヒエル、ゼカリヤ、アザリヤ、ミカエルおよびシバテヤ是みなイスラエルの王ヨシヤパテの子なり
3 ପୁଣି, ସେମାନଙ୍କର ପିତା ସେମାନଙ୍କୁ ମହାସମ୍ପତ୍ତି, ରୂପା ଓ ସୁନା ଓ ବହୁମୂଲ୍ୟ ଦ୍ରବ୍ୟ ଓ ଯିହୁଦା ଦେଶସ୍ଥ ପ୍ରାଚୀର-ବେଷ୍ଟିତ ନଗର ଦାନ କଲେ; ମାତ୍ର ଯିହୋରାମ୍ ଜ୍ୟେଷ୍ଠ ହେବାରୁ ତାଙ୍କୁ ରାଜ୍ୟ ଦେଲେ।
その父彼らに金銀寶物の賜物を多く與へまたユダの守衛の邑々を與へけるが國はヨラムに與へたりヨラム長子なりければなり
4 ଏହି ଯିହୋରାମ୍ ଆପଣା ପିତାଙ୍କର ରାଜ୍ୟରେ ଅଧିଷ୍ଠିତ ହୋଇ ଆପଣାକୁ ବଳବାନ କରନ୍ତେ, ଆପଣାର ସମସ୍ତ ଭ୍ରାତାଙ୍କୁ, ମଧ୍ୟ ଇସ୍ରାଏଲର କେତେକ ଅଧିପତିଙ୍କୁ ଖଡ୍ଗରେ ବଧ କଲେ।
ヨラムその父の位に登りて力つよくなりければその兄弟等をことごとく劍にかけて殺し又イスラエルの牧伯等數人を殺せり
5 ଯିହୋରାମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ।
ヨラムは三十二歳の時位に即ヱルサレムにて八年の間世を治めたり
6 ପୁଣି ସେ ଆହାବଙ୍କର ବଂଶ ତୁଲ୍ୟ ଇସ୍ରାଏଲର ରାଜାମାନଙ୍କ ପଥରେ ଗମନ କଲେ; କାରଣ ସେ ଆହାବଙ୍କର କନ୍ୟାକୁ ବିବାହ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
彼はアハブの家のなせるごとくイスラエルの王等の道にあゆめりアハブの女を妻となしたればなり斯かれヱホバの目に惡と觀たまふ事をなせしかども
7 ତଥାପି ସଦାପ୍ରଭୁ ଦାଉଦଙ୍କ ସଙ୍ଗେ ଯେଉଁ ନିୟମ କରିଥିଲେ, ତହିଁ ସକାଶୁ, ପୁଣି ତାଙ୍କୁ ଓ ତାଙ୍କର ସନ୍ତାନଗଣକୁ ନିତ୍ୟ ଏକ ପ୍ରଦୀପ ଦେବାକୁ ଯେଉଁ ପ୍ରତିଜ୍ଞା କରିଥିଲେ, ତଦନୁସାରେ ଦାଉଦ-ବଂଶକୁ ବିନାଶ କରିବା ପାଇଁ ସମ୍ମତ ନୋହିଲେ।
ヱホバ曩にダビデに契約をなし且彼とその子孫とに永遠に光明を與へんと言たまひし故によりてダビデの家を滅ぼすことを欲み給はざりき
8 ତାଙ୍କ ସମୟରେ ଇଦୋମୀୟ ଲୋକମାନେ ଯିହୁଦାର ଅଧୀନତାର ବିଦ୍ରୋହୀ ହୋଇ ଆପଣାମାନଙ୍କ ଉପରେ ଏକ ରାଜା କଲେ।
ヨラムの世にエドム人叛きてユダの手に服せず自ら王を立たれば
9 ତହିଁରେ ଯିହୋରାମ୍ ଆପଣା ସେନାପତିମାନଙ୍କୁ ଓ ଆପଣା ସଙ୍ଗେ ସମସ୍ତ ରଥ ନେଇ ଯାତ୍ରା କଲେ; ପୁଣି ସେ ରାତ୍ରିକାଳେ ଉଠି ଆପଣାର ଚତୁର୍ଦ୍ଦିଗ ବେଷ୍ଟିତ ଇଦୋମୀୟମାନଙ୍କୁ ଓ ରଥାଧ୍ୟକ୍ଷମାନଙ୍କୁ ସଂହାର କଲେ।
ヨラム其牧伯等および一切の戰車をしたがへて渉りゆき夜の中に起いでて自己を圍めるエドム人を撃ちその戰車の長等を撃り
10 ଏହିରୂପେ ଇଦୋମ ଆଜି ପର୍ଯ୍ୟନ୍ତ ଯିହୁଦାର ଅଧୀନତାର ବିଦ୍ରୋହୀ ହେଲା; ସେହି ସମୟରେ ମଧ୍ୟ ଲିବ୍ନା ତାହାର ଅଧୀନତାର ବିଦ୍ରୋହୀ ହେଲା; ଯେହେତୁ ସେ ସଦାପ୍ରଭୁ ଆପଣା ପିତୃଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ।
エドム人は斯叛きてユダの手に服せずなりしが今日まで然り此時にあたりてリブナもまた叛きてユダの手に服せずなりぬ是はヨラムその先祖の神ヱホバを棄たるに因てなり
11 ଆହୁରି, ସେ ଯିହୁଦାର ନାନା ପର୍ବତରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ଯିରୂଶାଲମ ନିବାସୀମାନଙ୍କୁ ବ୍ୟଭିଚାର କରାଇଲେ ଓ ଯିହୁଦାକୁ ବିପଥରେ ନେଲେ।
彼またユダの山々に崇邱を作りてヱルサレムの民に姦淫をおこなはせユダを惑はせり
12 ଏଉତ୍ତାରେ ତାଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍ବକ୍ତାଙ୍କଠାରୁ ଏକ ପତ୍ର ଆସିଲା, ଯଥା, “ସଦାପ୍ରଭୁ ତୁମ୍ଭ ପିତା ଦାଉଦର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଆପଣା ପିତା ଯିହୋଶାଫଟ୍ର ପଥରେ କିଅବା ଯିହୁଦାର ରାଜା ଆସାର ପଥରେ ଗମନ କରି ନାହଁ;
時に預言者エリヤの書ヨラムの許に達せり其言に云く汝の先祖ダビデの神ヱホバかく言たまふ汝はその父ヨシヤパテの道にあゆまずまたユダの王アサの道にあゆまずして
13 ମାତ୍ର ଇସ୍ରାଏଲର ରାଜାମାନଙ୍କ ପଥରେ ଗମନ କରିଅଛ, ପୁଣି ଆହାବର ବଂଶ ତୁଲ୍ୟ ଯିହୁଦାକୁ ଓ ଯିରୂଶାଲମ ନିବାସୀମାନଙ୍କୁ ବ୍ୟଭିଚାର କରାଇଅଛ, ମଧ୍ୟ ତୁମ୍ଭଠାରୁ ଉତ୍ତମ ତୁମ୍ଭ ପିତୃବଂଶର ଭ୍ରାତୃଗଣକୁ ବଧ କରିଅଛ;
イスラエルの王等の道にあゆみユダの人とヱルサレムの民をしてアハブの家の姦淫をなせるごとくに姦淫を行はしめまた汝の父の家の者にて汝に愈れるところの汝の兄弟等を殺せり
14 ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଲୋକମାନଙ୍କୁ ଓ ତୁମ୍ଭ ସନ୍ତାନଗଣକୁ ଓ ତୁମ୍ଭ ପତ୍ନୀମାନଙ୍କୁ ଓ ତୁମ୍ଭ ସମସ୍ତ ସମ୍ପତ୍ତିକୁ ମହାଘାତରେ ସଂହାର କରିବେ।
故にヱホバ大なる災禍をもて汝の民汝の子女汝の妻等および汝の一切の所有を撃たまふべし
15 ପୁଣି, ତୁମ୍ଭେ ଅନ୍ତ୍ରପୀଡ଼ାରେ ମହାପୀଡ଼ିତ ହେବ, ଶେଷରେ ସେହି ପୀଡ଼ା ସକାଶୁ ତୁମ୍ଭ ଅନ୍ତ୍ର ଦିନକୁ ଦିନ ବାହରି ପଡ଼ିବ।”
汝はまた臓腑の疾を得て大病になりその疾日々に重りて臓腑つひに墜んと
16 ଏଥିଉତ୍ତାରେ ସଦାପ୍ରଭୁ ଯିହୋରାମ୍ଙ୍କର ପ୍ରତିକୂଳରେ ପଲେଷ୍ଟୀୟ ଓ କୂଶୀୟମାନଙ୍କ ନିକଟସ୍ଥ ଆରବୀୟମାନଙ୍କ ମନକୁ ଉତ୍ତେଜିତ କଲେ।
即ちヱホバ、ヨラムを攻させんとてエテオピアに近きところのペリシテ人とアラビヤ人の心を振起したまひければ
17 ତହିଁରେ ସେମାନେ ଯିହୁଦାର ପ୍ରତିକୂଳରେ ଆସି ତାହା ଭାଙ୍ଗି ତହିଁ ମଧ୍ୟରେ ପ୍ରବେଶ କଲେ ଓ ରାଜଗୃହରେ ପ୍ରାପ୍ତ ସକଳ ସମ୍ପତ୍ତି, ମଧ୍ୟ ପୁତ୍ରଗଣକୁ ଓ ପତ୍ନୀଗଣକୁ ନେଇଗଲେ; ତହିଁରେ ତାଙ୍କର କନିଷ୍ଠ ପୁତ୍ର ଯିହୋୟାହସ୍ ବ୍ୟତୀତ ଆଉ ତାଙ୍କର ଗୋଟିଏ ପୁତ୍ର ଅବଶିଷ୍ଟ ରହିଲା ନାହିଁ।
彼らユダに攻のぼりて之を侵し王の家に在ところの貨財を盡く奪ひ取りまたヨウムの子等と妻等をも携へ去れり是をもてその末子ヱホアハズの外には一人も遺れる者なかりき
18 ଏସବୁର ଉତ୍ତାରେ ସଦାପ୍ରଭୁ ତାଙ୍କୁ ଅସାଧ୍ୟ ଅନ୍ତ୍ରବ୍ୟାଧିରେ ଆଘାତ କଲେ।
此もろもろの事の後ヱホバ彼を撃て臓腑に愈ざる疾を生ぜしめたまひければ
19 ତହିଁରେ ସମୟାନୁକ୍ରମେ ଦୁଇ ବର୍ଷ ଶେଷରେ ସେହି ପୀଡ଼ା ସକାଶୁ ତାଙ୍କର ଅନ୍ତ୍ର ବାହାରି ପଡ଼ିଲା ଓ ସେ ଉତ୍କଟ ପୀଡ଼ାରେ ମଲେ। ତହୁଁ ତାଙ୍କର ଲୋକମାନେ ତାଙ୍କର ପିତୃଗଣର ଦାହ ଅନୁଯାୟୀ ତାଙ୍କ ପାଇଁ ଦାହ କଲେ ନାହିଁ।
月日を送り二年を經るにおよびてその臓腑疾のために墜ち重き病苦によりて死ねり民かれの先祖のために焚物をなせし如く彼のためには焚物をなさざりき
20 ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ ଓ ସେ ପ୍ରିୟପାତ୍ର ନ ହୋଇ ମଲେ; ଆଉ ଲୋକମାନେ ତାଙ୍କୁ ଦାଉଦ-ନଗରରେ କବର ଦେଲେ, ମାତ୍ର ରାଜାମାନଙ୍କ କବରରେ ନୁହେଁ।
彼は三十二歳の時位に即き八年の間ヱルサレムにて世を治めて終に薨去れり之を惜む者なかりき人衆これをダビデの邑に葬れり但し王等の墓にはあらず