< ଦ୍ବିତୀୟ ବଂଶାବଳୀ 18 >

1 ଏହିରୂପେ ଯିହୋଶାଫଟ୍‍ ଅତିଶୟ ଧନବାନ ଓ ସମ୍ଭ୍ରାନ୍ତ ହେଲେ; ପୁଣି ସେ ଆହାବଙ୍କ ସଙ୍ଗେ କୁଟୁମ୍ବିତା କଲେ।
Nísinsin yìí Jehoṣafati sì ní ọrọ̀ àti ọlá púpọ̀, ó sì dá àna pẹ̀lú Ahabu nípa fífẹ́ ọmọ rẹ̀.
2 ଆଉ, କେତେକ ବର୍ଷ ଉତ୍ତାରେ ସେ ଶମରୀୟା ଦେଶରେ ଆହାବଙ୍କୁ ଦର୍ଶନ କରିବାକୁ ଗଲେ। ତହିଁରେ ଆହାବ ତାଙ୍କ ନିମନ୍ତେ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ ଅନେକ ମେଷ ଓ ବଳଦ ମାରିଲେ ଓ ଆପଣା ସଙ୍ଗେ ରାମୋତ୍‍-ଗିଲୀୟଦକୁ ଯିବା ପାଇଁ ତାଙ୍କୁ ମଣାଇଲେ।
Lẹ́yìn ọjọ́ díẹ̀, ó sọ̀kalẹ̀ láti lọ bá Ahabu lálejò ní Samaria. Ahabu sì pa àgùntàn àti màlúù púpọ̀ fún àti àwọn ènìyàn tí ó wà pẹ̀lú rẹ̀ ó sì rọ̀ ọ́ láti dojú ìjà kọ Ramoti Gileadi.
3 ଇସ୍ରାଏଲର ରାଜା ଆହାବ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ତୁମ୍ଭେ କି ମୋʼ ସଙ୍ଗେ ରାମୋତ୍‍-ଗିଲୀୟଦକୁ ଯିବ” ତହିଁରେ ସେ ଉତ୍ତର କଲେ, “ମୁଁ ତୁମ୍ଭ ପରି ଓ ମୋର ଲୋକ ତୁମ୍ଭର ଲୋକ ପରି; ଆମ୍ଭେମାନେ ଯୁଦ୍ଧରେ ତୁମ୍ଭର ସଙ୍ଗୀ ହେବୁ।”
Ahabu ọba Israẹli sì béèrè lọ́wọ́ ọba Jehoṣafati, ọba Juda pé, “Ṣé ìwọ yóò lọ pẹ̀lú mi sí Ramoti Gileadi?” Jehoṣafati sì dá a lóhùn pé, “Èmi wà gẹ́gẹ́ bí ìwọ ti ṣe wà, àti àwọn ènìyàn mi gẹ́gẹ́ bí ènìyàn rẹ àwa yóò pẹ̀lú rẹ nínú ogun náà”.
4 ଆହୁରି ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କୁ କହିଲେ, “ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର।”
Ṣùgbọ́n Jehoṣafati náà sì tún wí fún ọba Israẹli pé, “Kọ́kọ́ béèrè lọ́wọ́ Olúwa.”
5 ତେବେ ଇସ୍ରାଏଲର ରାଜା ଭବିଷ୍ୟଦ୍‍ବକ୍ତାମାନଙ୍କର ଚାରି ଶହ ଲୋକଙ୍କୁ ଏକତ୍ରିତ କରି ସେମାନଙ୍କୁ ପଚାରିଲେ; “ଆମ୍ଭେମାନେ କʼଣ ଯୁଦ୍ଧ କରିବା ପାଇଁ ରାମୋତ୍‍-ଗିଲୀୟଦକୁ ଯିବା, କିଅବା ମୁଁ କ୍ଷାନ୍ତ ହେବି?” ତହିଁରେ ସେମାନେ କହିଲେ, “ଯାଉନ୍ତୁ, କାରଣ ପରମେଶ୍ୱର ତାହା ରାଜାଙ୍କ ହସ୍ତରେ ସମର୍ପଣ କରିବେ।”
Bẹ́ẹ̀ ọba Israẹli kó àwọn wòlíì papọ̀, irinwó ọkùnrin ó sì bi wọ́n pé, “Kí àwa kí lọ sí ogun Ramoti Gileadi tàbí kí èmi kí ó jọ̀wọ́ rẹ?” Wọ́n dáhùn pé, “Lọ, nítorí tí Ọlọ́run yóò fi lé ọba lọ́wọ́.”
6 ମାତ୍ର ଯିହୋଶାଫଟ୍‍ କହିଲେ, “ଏମାନଙ୍କ ଛଡ଼ା ଆମ୍ଭେମାନେ ଯାହାକୁ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟଦ୍‍ବକ୍ତା କେହି କି ଏଠାରେ ନାହିଁ?”
Ṣùgbọ́n Jehoṣafati béèrè pé, “Ṣé kò ha sí wòlíì Olúwa níbí ẹni tí àwa ìbá béèrè lọ́wọ́ rẹ̀?”
7 ତହିଁରେ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଆଉ ଜଣେ ଅଛି, ତାହା ଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରି ପାରୁ; ମାତ୍ର ମୁଁ ତାହାକୁ ଘୃଣା କରେ; କାରଣ ସେ ମୋʼ ବିଷୟରେ କେବେ ମଙ୍ଗଳର ନୁହେଁ, ମାତ୍ର ସବୁବେଳେ ଅମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ; ସେ ଇମ୍ଲର ପୁତ୍ର ମୀଖାୟ,” ତହିଁରେ ଯିହୋଶାଫଟ୍‍ କହିଲେ, “ରାଜା ଏପରି ନ କହନ୍ତୁ।”
Ọba Israẹli dá Jehoṣafati lóhùn pé, “Ọkùnrin kan wà síbẹ̀ lọ́dọ̀ ẹni tí àwa ìbá tún béèrè lọ́wọ́ Olúwa, ṣùgbọ́n èmi kórìíra rẹ̀ nítorí kò jẹ́ sọ àsọtẹ́lẹ̀ ohun rere kan nípa mi ṣùgbọ́n bí kò ṣe ohun búburú, ní gbogbo ìgbà òun náà ni Mikaiah ọmọ Imla.” Jehoṣafati sì dá lóhùn pé, “Ọba kò gbọdọ̀ sọ bẹ́ẹ̀.”
8 ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷଙ୍କୁ ଡାକି କହିଲେ, “ଇମ୍ଲର ପୁତ୍ର ମୀଖାୟକୁ ଶୀଘ୍ର ଆଣ।”
Bẹ́ẹ̀ ni ọba Israẹli pe ọ̀kan lára àwọn ìjòyè ó sì wí pé, “Ẹ mú Mikaiah ọmọ Imla kí ó yára wá.”
9 ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍‍ ଆପଣା ଆପଣା ରାଜବସ୍ତ୍ର ପିନ୍ଧି ଆପଣା ଆପଣା ସିଂହାସନରେ ବସିଥିଲେ, ସେମାନେ ଶମରୀୟାର ଦ୍ୱାର-ପ୍ରବେଶ ସ୍ଥାନ ନିକଟସ୍ଥ ମେଲାରେ ବସିଥିଲେ; ଆଉ ସମସ୍ତ ଭବିଷ୍ୟଦ୍‍ବକ୍ତା ସେମାନଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଥିଲେ,
Wọ́n wọ aṣọ ìgúnwà wọn, ọba Israẹli àti Jehoṣafati ọba Juda wọ́n jókòó sórí ìtẹ́ wọ́n ní ìta ẹnu-bodè Samaria, pẹ̀lú gbogbo àwọn wòlíì tí ń sọtẹ́lẹ̀ níwájú wọn.
10 ଆଉ କନାନାର ପୁତ୍ର ସିଦିକୀୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ଦ୍ୱାରା ଆପଣ ଅରାମୀୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ।”
Nísinsin yìí Sedekiah ọmọ Kenaana sì ti ṣe ìwo irin, ó sì wí pé, “Èyí ni ohun tí Olúwa sọ: ‘Pẹ̀lú èyí ìwọ yóò kan àwọn ará Siria títí ìwọ ó fi pa wọ́n run.’”
11 ତହିଁରେ ସବୁ ଭବିଷ୍ୟଦ୍‍ବକ୍ତା ତଦ୍ରୂପ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲେ, “ରାମୋତ୍‍-ଗିଲୀୟଦକୁ ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ; କାରଣ ସଦାପ୍ରଭୁ ତାହା ମହାରାଜାଙ୍କ ହସ୍ତରେ ସମର୍ପଣ କରିବେ।”
Gbogbo àwọn wòlíì tí ó kù ni wọn ń sọtẹ́lẹ̀ ní àkókò kan náà. Wọ́n sì wí pé, “Dojúkọ Ramoti Gileadi ìwọ yóò sì ṣẹ́gun, nítorí Olúwa yóò fi lé ọba lọ́wọ́.”
12 ପୁଣି, ଯେଉଁ ଦୂତ ମୀଖାୟକୁ ଡାକିବାକୁ ଯାଇଥିଲା, ସେ ତାହାକୁ କହିଲା, “ଦେଖ, ଭବିଷ୍ୟଦ୍‍ବକ୍ତାମାନଙ୍କର ବାକ୍ୟ ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି; ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭ ବାକ୍ୟ ସେମାନଙ୍କ ବାକ୍ୟ ତୁଲ୍ୟ ହେଉ ଓ ତୁମ୍ଭେ ମଙ୍ଗଳର କଥା କୁହ।”
Ìránṣẹ́ tí ó ti lọ pe Mikaiah sì wí fún un pé, “Ẹ wò ó, gẹ́gẹ́ bí ọkùnrin kan àti òmíràn wòlíì fi ẹnu kan sọ rere fún ọba. Jẹ́ kí ọ̀rọ̀ rẹ kí ó dàbí ọ̀kan nínú tiwọn, kí o sì sọ rere.”
13 ତହୁଁ ମୀଖାୟ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଯାହା ମୋʼ ପରମେଶ୍ୱର କହିବେ, ତାହା ହିଁ ମୁଁ କହିବି।”
Ṣùgbọ́n Mikaiah wí pe, “Gẹ́gẹ́ bí ó ti dájú pé Olúwa ń bẹ láààyè, èmi yóò sọ ohun tí Ọlọ́run mi sọ.”
14 ଏଉତ୍ତାରେ ମୀଖାୟ ରାଜାଙ୍କ ନିକଟକୁ ଆସନ୍ତେ, ରାଜା ତାହାକୁ କହିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମୋତ୍‍-ଗିଲୀୟଦକୁ ଯିବା, କିଅବା ମୁଁ କ୍ଷାନ୍ତ ହେବି?” ତହୁଁ ସେ କହିଲା, “ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ; ସେମାନେ ଆପଣମାନଙ୍କ ହସ୍ତରେ ସମର୍ପିତ ହେବେ।”
Nígbà tí ó dé, ọba béèrè lọ́wọ́ rẹ̀, “Mikaiah, ṣe kí àwa ki ó lọ sí ogun ti Ramoti Gileadi, tàbí kí àwa kí ó fàsẹ́yìn?” Ó sì dáhùn pé, “Ẹ dojúkọ wọ́n kí ẹ sì ṣẹ́gun, nítorí a ó fi wọ́n lé yín lọ́wọ́.”
15 ଏଥିରେ ରାଜା ତାହାକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନା ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେ ଥର ତୁମ୍ଭକୁ ଶପଥ କରାଇବି।”
Ọba sì wí fún un pé, “Ìgbà mélòó ni èmi ó fi ọ́ búra láti sọ ohun kan fún mi bí kò ṣe ọ̀rọ̀ òtítọ́ ní orúkọ Olúwa?”
16 ତହିଁରେ ସେ କହିଲା, “ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି; ଆଉ ସଦାପ୍ରଭୁ କହିଲେ, ଏମାନଙ୍କର ସ୍ୱାମୀ ନାହିଁ; ଏମାନେ ପ୍ରତ୍ୟେକେ କୁଶଳରେ ଆପଣା ଆପଣା ଗୃହକୁ ଫେରି ଯାଉନ୍ତୁ।”
Mikaiah sì dáhùn pé, “Mo rí gbogbo Israẹli túká kiri lórí àwọn òkè bí àgùntàn tí kò ní olùṣọ́, Olúwa sì wí pé, ‘Àwọn wọ̀nyí kò ní olúwa. Jẹ́ kí olúkúlùkù padà sí ilé rẹ̀ ní àlàáfíà.’”
17 ତହୁଁ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଏ ମୋʼ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମ୍ଭକୁ କହି ନାହିଁ?”
Ọba Israẹli wí fún Jehoṣafati pé, “Ṣe èmi kò sọ fún ọ wí pé òun kò sọ àsọtẹ́lẹ̀ rere kankan nípa mi rí, ṣùgbọ́n búburú nìkan?”
18 ପୁଣି ମୀଖାୟ କହିଲା, “ଏହେତୁ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟକୁ ଉଭା ହେବାର ଦେଖିଲି।
Mikaiah tẹ̀síwájú pé, “Nítorí náà, gbọ́ ọ̀rọ̀ Olúwa, mo rí Olúwa jókòó lórí ìtẹ́ rẹ̀ gbogbo ogun ọ̀run sì dúró lápá ọ̀tún àti lápá òsì.
19 ତହିଁରେ ସଦାପ୍ରଭୁ କହିଲେ, ‘ଇସ୍ରାଏଲର ରାଜା ଆହାବ ଯେପରି ରାମୋତ୍‍-ଗିଲୀୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସୁଲାଇବ?’ ତହିଁରେ ଜଣେ ଏପ୍ରକାର ଓ ଅନ୍ୟ ଜଣ ସେପ୍ରକାର କହିଲେ।
Olúwa sì wí pé, ‘Ta ni yóò tan Ahabu ọba Israẹli lọ sí Ramoti Gileadi kí ó sì lọ kú ikú rẹ̀ níbẹ̀?’ “Èkínní sì sọ tìhín, òmíràn sì sọ tọ̀hún.
20 ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ‘ମୁଁ ତାହାକୁ ଫୁସୁଲାଇବି।’ ତହୁଁ ସଦାପ୍ରଭୁ ତାହାକୁ କହିଲେ, ‘କାହିଁରେ?’
Ní ìparí, ni ẹ̀mí kan wá síwájú, ó dúró níwájú Olúwa ó sì wí pé, ‘Èmi yóò tàn án.’ “‘Nípa ọ̀nà wo?’ Olúwa béèrè.
21 ସେ କହିଲା, ‘ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି’ ତେବେ ସେ କହିଲେ, ‘ତୁମ୍ଭେ ତାହାକୁ ଫୁସୁଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର।’
“‘Èmi yóò lọ láti lọ di ẹ̀mí èké ní ẹnu gbogbo àwọn wòlíì.’ “‘Ìwọ yóò sì borí nínú ìtànjẹ rẹ̀ báyìí,’ ni Olúwa wí. ‘Lọ kí ó sì ṣe bẹ́ẹ̀.’
22 ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ପୁଣି ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି।”
“Bẹ́ẹ̀ ni nísinsin yìí Olúwa ti fi ẹ̀mí èké sí ẹnu àwọn wòlíì rẹ. Olúwa sì ti sọ ibi sí ọ.”
23 ସେତେବେଳେ କନାନାର ପୁତ୍ର ସିଦିକୀୟ ନିକଟକୁ ଆସି ମୀଖାୟର ଗାଲରେ ଚାପୁଡ଼ା ମାରି କହିଲା, “ସଦାପ୍ରଭୁଙ୍କ ଆତ୍ମା ତୋତେ କହିବା ପାଇଁ ମୋʼ ଠାରୁ କେଉଁ ବାଟେ ଗଲେ?”
Nígbà náà Sedekiah ọmọ Kenaana lọ sókè ó sì gbá Mikaiah ní ojú. Ó sì béèrè pé, “Ní ọ̀nà wo ni ẹ̀mí Olúwa gbà kọjá lọ kúrò lọ́dọ̀ mi láti bá ọ sọ̀rọ̀?”
24 ତହିଁରେ ମୀଖାୟ କହିଲା, “ଦେଖ, ଯେଉଁ ଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରିକୁ ଯିବ, ସେହି ଦିନ ତାହା ଜାଣିବ।”
Mikaiah sì dáhùn pé, “Ìwọ yóò ṣe ìwádìí ní ọjọ́ tí ìwọ yóò sá pamọ́ sínú ìyẹ̀wù.”
25 ପୁଣି ଇସ୍ରାଏଲର ରାଜା କହିଲେ, “ମୀଖାୟକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ୍‍ ଓ ରାଜପୁତ୍ର ଯୋୟାଶ୍‍ ନିକଟକୁ ନେଇଯାଅ;
Ọba Israẹli pa á láṣẹ pé, “Mú Mikaiah kí o sì ran padà sí Amoni olórí ìlú àti sí Joaṣi ọmọ ọba,
26 ପୁଣି କୁହ, ‘ରାଜା ଏହି କଥା କହନ୍ତି, ଏହାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରି ଆସିବା ପର୍ଯ୍ୟନ୍ତ ତାହାକୁ ଦୁଃଖରୂପ ଅନ୍ନ ଓ ଦୁଃଖରୂପ ଜଳ ଖୁଆଅ।’”
Ó sì wí pé, ‘Èyí ni ohun tí ọba sọ, ẹ fi ènìyàn yìí sínú túbú kí ẹ má sì ṣe fún un ní ohunkóhun ṣùgbọ́n àkàrà àti omi títí tí èmi yóò fi dé ní àlàáfíà.’”
27 ତହିଁରେ ମୀଖାୟ କହିଲା, “ଯେବେ ତୁମ୍ଭେ କୌଣସି ରୂପେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋʼ ଦ୍ୱାରା କହି ନାହାନ୍ତି।” ଆହୁରି ସେ କହିଲା, “ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”
Mikaiah sì wí pe, “Tí ìwọ bá padà ní àlàáfíà, Olúwa kò sọ̀rọ̀ láti ọ̀dọ̀ mi.” Nígbà náà, ó sì fi kún un pé, “Ẹ gbọ́ ọ̀rọ̀ mi, gbogbo ẹ̀yin ènìyàn!”
28 ଏଥିଉତ୍ତାରେ ଇସ୍ରାଏଲର ରାଜା ଓ ଯିହୁଦାର ଯିହୋଶାଫଟ୍‍ ରାଜା ରାମୋତ୍‍-ଗିଲୀୟଦକୁ ଗଲେ।
Bẹ́ẹ̀ ni ọba Israẹli àti Jehoṣafati ọba Juda lọ sókè ní Ramoti Gileadi.
29 ପୁଣି, ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି; ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ।” ତହୁଁ ଇସ୍ରାଏଲର ରାଜା ଛଦ୍ମବେଶ ଧରିଲେ ଓ ସେମାନେ ଯୁଦ୍ଧକୁ ଗଲେ।
Ọba Israẹli sọ fún Jehoṣafati pé, “Èmi yóò lọ sí ojú ìjà, ṣùgbọ́n ìwọ wọ aṣọ ìgúnwà rẹ.” Bẹ́ẹ̀ ni ọba Israẹli pa aṣọ rẹ̀ dà, ó sì lọ sí ojú ìjà.
30 ମାତ୍ର ଅରାମର ରାଜା ଆପଣାର ରଥାଧ୍ୟକ୍ଷମାନଙ୍କୁ ଆଜ୍ଞା କରି କହିଥିଲା, “ତୁମ୍ଭେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର।”
Nísinsin yìí ọba Siria ti pàṣẹ fún àwọn olórí kẹ̀kẹ́ tí ó wà ní ọ̀dọ̀ rẹ̀ pé, “Ẹ má ṣe jà pẹ̀lú ẹnìkankan, èwe tàbí àgbà àyàfi ọba Israẹli.”
31 ଏଣୁ ରଥାଧ୍ୟକ୍ଷମାନେ ଯିହୋଶାଫଟ୍‍ଙ୍କୁ ଦେଖି କହିଲେ, “ଏ ଇସ୍ରାଏଲର ରାଜା।” ତେଣୁ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ; ମାତ୍ର ଯିହୋଶାଫଟ୍‍ ଡାକ ପକାଇଲେ ଓ ସଦାପ୍ରଭୁ ତାଙ୍କର ସାହାଯ୍ୟ କଲେ; ଆଉ ପରମେଶ୍ୱର ସେମାନଙ୍କୁ ତାଙ୍କ ନିକଟରୁ ଫେରିଯିବା ପାଇଁ ପ୍ରବର୍ତ୍ତାଇଲେ।
Nígbà tí àwọn olórí kẹ̀kẹ́ rí Jehoṣafati, wọ́n rò wí pé, “Èyí ní ọba Israẹli.” Bẹ́ẹ̀ ni wọ́n sì yípadà láti bá a jà. Ṣùgbọ́n Jehoṣafati kégbe sókè, Olúwa sì ràn án lọ́wọ́. Ọlọ́run sì lé wọn kúrò lọ́dọ̀ rẹ̀,
32 ତହୁଁ ସେ ଇସ୍ରାଏଲର ରାଜା ନୁହନ୍ତି ବୋଲି ରଥାଧ୍ୟକ୍ଷମାନେ ଦେଖି ତାଙ୍କୁ ଗୋଡ଼ାଇବାରୁ କ୍ଷାନ୍ତ ହେଲେ।
Ó sì ṣe, nígbà tí olórí kẹ̀kẹ́ rí i wí pé kì í ṣe ọba Israẹli, wọ́n sì dáwọ́ lílé rẹ̀ dúró.
33 ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ସାଞ୍ଜୁଆର ଯୋଡ଼ ମଧ୍ୟରେ ଇସ୍ରାଏଲ-ରାଜାଙ୍କୁ ଆଘାତ କଲା; ତେଣୁ ସେ ଆପଣା ସାରଥିକୁ କହିଲେ, “ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ; କାରଣ ମୁଁ ଅତିଶୟ ଆଘାତ ପାଇଲି।”
Ṣùgbọ́n ẹnìkan fa ọrun rẹ̀ láì pète, ó sì bá ọba Israẹli láàrín ìpàdé ẹ̀wù irin, ọba sì sọ fún olùtọ́jú kẹ̀kẹ́ rẹ̀ pé, “Yí ọwọ́ rẹ padà, kí o sì wà mí jáde kúrò lójú ìjà. Nítorí èmi ti gbọgbẹ́.”
34 ସେହି ଦିନ ଯୁଦ୍ଧ ପ୍ରବଳ ହେଲା; ତଥାପି ଇସ୍ରାଏଲର ରାଜା ଆପଣା ରଥରେ ସନ୍ଧ୍ୟା ପର୍ଯ୍ୟନ୍ତ ଅରାମୀୟମାନଙ୍କ ସମ୍ମୁଖରେ ଆପଣାକୁ ଠିଆ କରି ରଖିଲେ; ପୁଣି, ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସେ ମଲେ।
Ní ọjọ́ pípẹ́, ìjà náà sì ń pọ̀ sí i, ọba Israẹli dúró nínú kẹ̀kẹ́ rẹ̀ kọjú sí àwọn ará Siria títí ó fi di àṣálẹ́. Lẹ́yìn náà ní àkókò ìwọ oòrùn, ó sì kú.

< ଦ୍ବିତୀୟ ବଂଶାବଳୀ 18 >