< ଦ୍ବିତୀୟ ବଂଶାବଳୀ 17 >
1 ଏଥିଉତ୍ତାରେ ତାଙ୍କର ପୁତ୍ର ଯିହୋଶାଫଟ୍ ତାଙ୍କର ପଦରେ ରାଜ୍ୟ କରି ଇସ୍ରାଏଲ ବିରୁଦ୍ଧରେ ଆପଣାକୁ ବଳବାନ କଲେ।
Onda se na njegovo mjesto zakralji sin mu Jošafat; on pokaza svoju silu protiv Izraela.
2 ପୁଣି ସେ ଯିହୁଦାର ସକଳ ପ୍ରାଚୀର-ବେଷ୍ଟିତ ନଗରରେ ସୈନ୍ୟ ରଖିଲେ, ଆଉ ଯିହୁଦା ଦେଶରେ ଓ ତାଙ୍କର ପିତା ଆସାଙ୍କର ହସ୍ତଗତ ଇଫ୍ରୟିମର ସକଳ ନଗରରେ ପ୍ରହରୀ-ଦଳ ସ୍ଥାପନ କଲେ।
Razmjestio je vojsku po svim utvrđenim judejskim gradovima i postavio namjesnike po judejskoj zemlji i po Efrajimovim gradovima, koje bijaše zauzeo otac mu Asa.
3 ଆଉ, ଯିହୋଶାଫଟ୍ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣରୂପ ପଥରେ ଗମନ କରି ବାଲ୍ ଦେବଗଣର ଅନ୍ୱେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ;
Jahve je bio s Jošafatom jer je hodio pravim putovima svoga oca Davida i nije tražio baala.
4 ପୁଣି, ସେ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ତାହାଙ୍କ ଆଜ୍ଞାଗୁଡ଼ିକୁ ପାଳନ କଲେ, ଓ ଇସ୍ରାଏଲର କର୍ମାନୁଯାୟୀ କଲେ ନାହିଁ।
Tražio je Boga svojih otaca i hodio po njegovim zapovijedima, ne čineći kao Izraelovi sinovi.
5 ଏହେତୁ ସଦାପ୍ରଭୁ ତାଙ୍କର ହସ୍ତରେ ରାଜ୍ୟ ଦୃଢ଼ କଲେ ଓ ସମଗ୍ର ଯିହୁଦା ଯିହୋଶାଫଟ୍ଙ୍କ ନିକଟକୁ ଦର୍ଶନୀ ଆଣିଲେ; ତହିଁରେ ସେ ଅତିଶୟ ଧନ ଓ ସମ୍ଭ୍ରମ ପାଇଲେ।
Zato je Jahve utvrdio kraljevstvo u njegovoj ruci, pa su svi Judejci davali Jošafatu danak, tako da je stekao veliko bogatstvo i slavu.
6 ପୁଣି, ତାଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କ ପଥରେ ଉନ୍ନତ ହେଲା; ଆହୁରି ସେ ଯିହୁଦା ମଧ୍ୟରୁ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତିସବୁ ଦୂର କଲେ।
Njegovo se srce hrabrilo na Jahvinim putovima, pa je uklonio još i uzvišice i ašere iz Judeje.
7 ମଧ୍ୟ ସେ ଆପଣା ରାଜତ୍ଵର ତୃତୀୟ ବର୍ଷରେ ଯିହୁଦାର ନଗରସବୁରେ ଶିକ୍ଷା ଦେବା ପାଇଁ ଆପଣା ଅଧିପତିମାନଙ୍କୁ, ଅର୍ଥାତ୍, ବିନ୍ହୟିଲ, ଓବଦୀୟ, ଜିଖରୀୟ, ନଥନେଲ ଓ ମୀଖାୟକୁ ପଠାଇଲେ;
Treće godine kraljevanja posla knezove Ben-Hajila, Obadju, Zahariju, Netanela i Miheja da uče po judejskim gradovima.
8 ଆଉ ସେମାନଙ୍କ ସଙ୍ଗେ ଲେବୀୟମାନଙ୍କୁ, ଅର୍ଥାତ୍, ଶମୟୀୟ, ନଥନୀୟ, ସବଦୀୟ, ଅସାହେଲ, ଶମୀରାମୋତ୍, ଯିହୋନାଥନ୍, ଅଦୋନୀୟ, ଟୋବୀୟ ଓ ଟୋବଦୋନୀୟ, ଏହି ଲେବୀୟମାନଙ୍କୁ ଓ ସେମାନଙ୍କ ସଙ୍ଗେ ଇଲୀଶାମା ଓ ଯିହୋରାମ୍ ଯାଜକକୁ ପଠାଇଲେ।
I s njima levite: Šemaju, Netaniju, Zebadju, Asahela, Šemiramota, Jonatana, Adoniju, Tobiju i Tob Adoniju; a s njima svećenike Elišamu i Jorama.
9 ତହିଁରେ ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ସଙ୍ଗରେ ନେଇ ଯିହୁଦା ଦେଶରେ ଶିକ୍ଷା ଦେଲେ; ଆଉ, ସେମାନେ ଯିହୁଦାର ସକଳ ନଗରରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ।
Poučavali su po Judeji noseći sa sobom Knjigu Zakona Jahvina i obilazili sve judejske gradove učeći narod.
10 ତହୁଁ ଯିହୁଦାର ଚତୁର୍ଦ୍ଦିଗସ୍ଥ ଦେଶର ସକଳ ରାଜ୍ୟରେ ସଦାପ୍ରଭୁଙ୍କ ଆଡ଼ୁ ଭୟ ଉପସ୍ଥିତ ହେଲା, ଏଣୁ ସେମାନେ ଯିହୋଶାଫଟ୍ଙ୍କ ପ୍ରତିକୂଳରେ ଯୁଦ୍ଧ କଲେ ନାହିଁ।
Jahvin je strah spopao sva zemaljska kraljevstva oko Judeje, tako da nisu smjela zaratiti na Jošafata.
11 ପୁଣି, କେତେକ ପଲେଷ୍ଟୀୟ ଲୋକ ଯିହୋଶାଫଟ୍ଙ୍କ ନିକଟକୁ ଦର୍ଶନୀ ଓ କର ନିମନ୍ତେ ରୂପା ଆଣିଲେ; ଆରବୀୟମାନେ ମଧ୍ୟ ତାଙ୍କ ନିକଟକୁ ପଲ ପଲ କରି ସାତ ହଜାର ସାତ ଶହ ମେଷ ଓ ସାତ ହଜାର ସାତ ଶହ ଛାଗ ଆଣିଲେ।
Sami su mu neki Filistejci donosili darove i novčani danak, a Arapi mu dogonili sitnu stoku: po sedam tisuća i sedam stotina ovnova te sedam tisuća i sedam stotina jaraca.
12 ତହିଁରେ ଯିହୋଶାଫଟ୍ ବେଳକୁ ବେଳ ଅତି ମହାନ ହୋଇ ଉଠିଲେ ଓ ସେ ଯିହୁଦା ଦେଶରେ ଦୁର୍ଗ ଓ ଭଣ୍ଡାର-ନଗରମାନ ନିର୍ମାଣ କଲେ।
Tako je Jošafat sve više napredovao dok ne postade vrlo velik. Sazidao je u Judeji kule i gradove-skladišta.
13 ଆଉ, ଯିହୁଦାର ସବୁ ନଗରରେ ତାଙ୍କର ଅନେକ କର୍ମ ଥିଲା ଓ ଯିରୂଶାଲମରେ ଯୋଦ୍ଧା, ମହାବିକ୍ରମଶାଳୀ ଲୋକ ଥିଲେ।
Imao je mnogo zaliha u judejskim gradovima, a hrabrih junaka u Jeruzalemu.
14 ଆପଣା ଆପଣା ପିତୃବଂଶାନୁସାରେ ସେମାନଙ୍କର ସଂଖ୍ୟା ଏହି; ଯିହୁଦାର ସହସ୍ରପତିମାନଙ୍କ ମଧ୍ୟରେ ଅଦ୍ନହ ସେନାପତି ଥିଲା ଓ ତାହା ସଙ୍ଗରେ ତିନି ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ।
Evo njihova popisa po obiteljima: od Judina plemena tisućnici: vojvoda Adna i s njim trista tisuća hrabrih junaka;
15 ତାହା ଉତ୍ତାରେ ଯିହୋହାନନ୍ ସେନାପତି ଥିଲା, ତାହା ସଙ୍ଗରେ ଦୁଇ ଲକ୍ଷ ଅଶୀ ହଜାର ଲୋକ ଥିଲେ।
do njega vojvoda Johanan i s njim dvjesta i osamdeset tisuća;
16 ପୁଣି, ତାହା ଉତ୍ତାରେ ସିଖ୍ରିର ପୁତ୍ର ଅମସୀୟ, ସେ ସ୍ୱେଚ୍ଛାରେ ଆପଣାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲା; ତାହା ସଙ୍ଗରେ ଦୁଇ ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ;
za njim Zikrijev sin Amasja, koji se spremno stavio u Jahvinu službu, a s njim dvjesta tisuća hrabrih junaka.
17 ପୁଣି, ବିନ୍ୟାମୀନ୍ ମଧ୍ୟରୁ ଇଲୀୟାଦା, ସେ ମହାବିକ୍ରମଶାଳୀ ଲୋକ ଥିଲା ଓ ତାହା ସଙ୍ଗରେ ଦୁଇ ଲକ୍ଷ ଧନୁର୍ଦ୍ଧାରୀ ଓ ଢାଲଧାରୀ ଲୋକ ଥିଲେ;
Od Benjaminova plemena: hrabri junak Eliada i s njim dvjesta tisuća ljudi naoružanih lukom i štitom;
18 ଆଉ ତାହା ଉତ୍ତାରେ ଯିହୋଷାବଦ୍ ଓ ତାହା ସଙ୍ଗରେ ଯୁଦ୍ଧାର୍ଥେ ପ୍ରସ୍ତୁତ ଏକ ଲକ୍ଷ ଅଶୀ ହଜାର ଲୋକ ଥିଲେ।
za njim Jehozabad i s njim sto i osamdeset tisuća pripravnih za boj.
19 ରାଜା ଯିହୁଦାର ସର୍ବତ୍ର ପ୍ରାଚୀର-ବେଷ୍ଟିତ ନଗରମାନରେ ଯେଉଁମାନଙ୍କୁ ରଖିଥିଲେ, ସେମାନଙ୍କ ଛଡ଼ା ଏମାନେ ରାଜାଙ୍କର ସେବା କଲେ।
To su oni koji su služili kralju, ne brojeći one što ih je kralj namjestio u tvrdim gradovima po svoj Judeji.