< ଦ୍ବିତୀୟ ବଂଶାବଳୀ 16 >

1 ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକୁ ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା, ଆସାଙ୍କ ରାଜତ୍ଵର ଛତିଶ ବର୍ଷରେ ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ।
La trente-sixième année du règne d'Asa, Baesha, roi d'Israël, monta contre Juda, et il bâtit Rama, afin de ne laisser sortir ni entrer aucun homme pour Asa, roi de Juda.
2 ତହିଁରେ ଆସା ସଦାପ୍ରଭୁଙ୍କର ଗୃହ ଓ ରାଜଗୃହର ଭଣ୍ଡାରରୁ ରୂପା ଓ ସୁନା ଆଣି ଦମ୍ମେଶକ ନିବାସୀ ଅରାମୀୟ ରାଜା ବିନ୍‍ହଦଦ୍‍ ନିକଟକୁ ପଠାଇ ଏହି କଥା କହିଲେ,
Alors Asa tira de l'argent et de l'or des trésors de la maison de l'Éternel et de la maison royale, et il envoya vers Ben-Hadad, roi de Syrie, qui habitait à Damas, pour lui dire:
3 “ମୋʼ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ଯେପରି ନିୟମ ଥିଲା, ସେହିପରି ତୁମ୍ଭ ମୋʼ ମଧ୍ୟରେ ଅଛି; ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନା ପଠାଇଅଛି; ଯାଅ, ଇସ୍ରାଏଲର ରାଜା ବାଶା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି, ତାହା ଭାଙ୍ଗିଦିଅ, ତହିଁରେ ସେ ମୋʼ ନିକଟରୁ ପ୍ରସ୍ଥାନ କରିବ।”
Il y a alliance entre moi et toi, comme entre mon père et le tien; voici, je t'envoie de l'argent et de l'or; va, romps ton alliance avec Baesha, roi d'Israël, afin qu'il se retire de moi.
4 ଏଥିରେ ବିନ୍‍ହଦଦ୍‍ ଆସା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲ ନଗର ବିରୁଦ୍ଧରେ ପଠାଇଲା; ତହୁଁ ସେମାନେ ଇୟୋନ୍‍ ଓ ଦାନ୍ ଓ ଆବେଲ୍‍-ମୟିମ୍‍ ଓ ନପ୍ତାଲିରେ ସମସ୍ତ ଭଣ୍ଡାର ନଗର ପରାସ୍ତ କଲେ।
Et Ben-Hadad écouta le roi Asa, et il envoya les capitaines de ses armées contre les villes d'Israël, et ils frappèrent Ijjon, Dan, Abel-Maïm, et tous les magasins des villes de Nephthali.
5 ତହିଁରେ ବାଶା ଏହି କଥା ଶୁଣି ରାମା ନଗର ଦୃଢ଼କରଣରୁ କ୍ଷାନ୍ତ ହୋଇ ଆପଣା କାର୍ଯ୍ୟ ସ୍ଥଗିତ ରଖିଲା।
Et aussitôt que Baesha l'eut appris, il cessa de bâtir Rama et suspendit son travail.
6 ତେବେ ଆସା ରାଜା ସମଗ୍ର ଯିହୁଦାର ଲୋକଙ୍କୁ ନେଲେ; ପୁଣି ବାଶା ଯେଉଁ ପ୍ରସ୍ତର ଓ କାଷ୍ଠରେ ରାମା ନଗର ନିର୍ମାଣ କରିଥିଲା, ତାହାସବୁ ସେମାନେ ବହି ନେଇଗଲେ; ଆଉ ତଦ୍ଦ୍ୱାରା ସେ ଗେବା ଓ ମିସ୍ପା ନଗର ଦୃଢ଼ କଲେ।
Alors le roi Asa prit avec lui tout Juda, et ils emportèrent les pierres et le bois de Rama, que Baesha faisait bâtir; et il en bâtit Guéba et Mitspa.
7 ସେସମୟରେ ହନାନି ଦର୍ଶକ ଯିହୁଦାର ରାଜା ଆସାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର ନ କରି ଅରାମୀୟ ରାଜା ଉପରେ ନିର୍ଭର କଲ, ଏହେତୁ ଅରାମୀୟ ରାଜ୍ୟର ସୈନ୍ୟ ତୁମ୍ଭ ହସ୍ତରୁ ବଞ୍ଚିଗଲେ।
En ce temps-là, Hanani, le voyant, vint vers Asa, roi de Juda, et lui dit: Parce que tu t'es appuyé sur le roi de Syrie, et que tu ne t'es point appuyé sur l'Éternel, ton Dieu, l'armée du roi de Syrie a échappé de ta main.
8 କୂଶୀୟ ଓ ଲୂବୀୟମାନେ ଅପାର ଅପାର ରଥ ଓ ଅଶ୍ୱାରୂଢ଼ ସହିତ କି ଏକ ମହାସୈନ୍ୟ ନ ଥିଲେ? ତଥାପି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବାରୁ ସେ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।
Les Éthiopiens et les Libyens n'étaient-ils pas une fort grande armée, ayant des chars et des cavaliers en fort grand nombre? Mais parce que tu t'appuyais sur l'Éternel, il les livra entre tes mains.
9 କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ସପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେତେଣେ ଦୌଡ଼ଇ। ଏ ବିଷୟରେ ତୁମ୍ଭେ ଅଜ୍ଞାନର କାର୍ଯ୍ୟ କରିଅଛ; ଏଣୁ ଏହି ସମୟଠାରୁ ତୁମ୍ଭ ପ୍ରତି ଯୁଦ୍ଧ ଘଟିବ।”
Car les yeux de l'Éternel parcourent toute la terre, pour soutenir ceux dont le cœur est tout entier à lui. Tu as agi follement en cela; car désormais tu auras des guerres.
10 ସେତେବେଳେ ଆସା ସେହି ଦର୍ଶକ ପ୍ରତି କ୍ରୁଦ୍ଧ ହୋଇ ତାହାକୁ କାରାଗାରରେ ରଖିଲେ; କାରଣ ଏହି କଥା ସକାଶୁ ସେ ତାହା ଉପରେ କୋପାନ୍ୱିତ ହୋଇଥିଲେ। ଆଉ, ସେହି ସମୟରେ ଆସା କେତେକ ଲୋକ ପ୍ରତି ଅତ୍ୟାଚାର କଲେ।
Et Asa fut irrité contre le voyant, et le mit en prison, car il était fort indigné contre lui à ce sujet. Asa opprima aussi, en ce temps-là, quelques-uns du peuple.
11 ଦେଖ, ଏହି ଆସାଙ୍କର ଆଦ୍ୟନ୍ତ କ୍ରିୟାର ବୃତ୍ତାନ୍ତ ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖାଅଛି।
Or voici, les actions d'Asa, les premières et les dernières, sont écrites au livre des rois de Juda et d'Israël.
12 ଆସା ଆପଣା ରାଜତ୍ଵର ଅଣଚାଳିଶ ବର୍ଷରେ ପାଦରୋଗଗ୍ରସ୍ତ ହେଲେ; ତାଙ୍କର ରୋଗ ଅତିଶୟ ହୋଇଥିଲା; ତଥାପି ରୋଗ ସମୟରେ ସେ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ ନାହିଁ, ମାତ୍ର ବୈଦ୍ୟମାନଙ୍କର ଅନ୍ୱେଷଣ କଲେ।
La trente-neuvième année de son règne, Asa fut malade des pieds, et sa maladie fut très grave; et toutefois dans sa maladie, il ne chercha point l'Éternel, mais les médecins.
13 ଆଉ ଆସା ଆପଣା ରାଜତ୍ଵର ଏକଚାଳିଶ ବର୍ଷରେ ପ୍ରାଣତ୍ୟାଗ କରି ଆପଣା ପିତୃଗଣ ସହିତ କବରପ୍ରାପ୍ତ ହେଲେ।
Puis Asa s'endormit avec ses pères, et il mourut la quarante et unième année de son règne.
14 ଆଉ ସେ ଦାଉଦ-ନଗରରେ ଆପଣା ପାଇଁ ଯେଉଁ କବର ଖୋଳିଥିଲେ, ତାଙ୍କର ସେହି କବରରେ ଲୋକମାନେ ତାଙ୍କୁ କବର ଦେଲେ ଓ ଗନ୍ଧବଣିକର ପ୍ରକ୍ରିୟାରେ ପ୍ରସ୍ତୁତ ନାନା ପ୍ରକାର ସୁଗନ୍ଧି ଦ୍ରବ୍ୟରେ ପୂର୍ଣ୍ଣ ଶଯ୍ୟାରେ ତାଙ୍କୁ ଶୁଆଇଲେ ଓ ତାଙ୍କ ନିମନ୍ତେ ସେମାନେ ଅତି ବଡ଼ ଦାହ କଲେ।
Et on l'ensevelit dans le tombeau qu'il s'était creusé dans la cité de David. On le coucha sur un lit qu'il avait rempli de parfums et d'aromates, préparés en ouvrage de parfumerie; et on lui en brûla une quantité très considérable.

< ଦ୍ବିତୀୟ ବଂଶାବଳୀ 16 >