< ଦ୍ବିତୀୟ ବଂଶାବଳୀ 15 >

1 ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ଓଦେଦ୍‍ର ପୁତ୍ର ଅସରୀୟ ଉପରେ ଅଧିଷ୍ଠାନ କଲେ;
Ẹ̀mí Ọlọ́run wá sórí Asariah ọmọ Odedi.
2 ତହୁଁ ସେ ଆସାଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ କହିଲା, “ହେ ଆସା ଓ ସମଗ୍ର ଯିହୁଦା ଓ ବିନ୍ୟାମୀନ୍, ତୁମ୍ଭେମାନେ ମୋʼ କଥା ଶୁଣ; ତୁମ୍ଭେମାନେ ସଦାପ୍ରଭୁଙ୍କ ସଙ୍ଗେ ଥିବାଯାଏ ସେ ତୁମ୍ଭମାନଙ୍କ ସଙ୍ଗେ ଅଛନ୍ତି; ଯଦି ତୁମ୍ଭେମାନେ ତାହାଙ୍କ ଅନ୍ୱେଷଣ କରିବ, ତେବେ ତୁମ୍ଭେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ତେବେ ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ।
Ó jáde lọ bá Asa, ó sì wí fún un pé, “Tẹ́tí si mi Asa, àti gbogbo Juda àti Benjamini. Olúwa wà pẹ̀lú rẹ, nígbà tí ìwọ bá wà pẹ̀lú rẹ̀. Ti ìwọ bá wá a, ìwọ yóò rí i ní ẹ̀bá ọ̀dọ̀ rẹ ṣùgbọ́n tí ìwọ bá kọ̀ ọ́ sílẹ̀, òun yóò kọ̀ ọ́ sílẹ̀.
3 ଇସ୍ରାଏଲ ବହୁ କାଳ ପର୍ଯ୍ୟନ୍ତ ସତ୍ୟ ପରମେଶ୍ୱର-ବିହୀନ ଓ ଶିକ୍ଷାଦାୟୀ-ଯାଜକବିହୀନ ଓ ବ୍ୟବସ୍ଥାବିହୀନ ହୋଇଥିଲେ।
Fún ọjọ́ pípẹ́ ni Israẹli ti wà láì sin Ọlọ́run òtítọ́, àti láìní àlùfáà ti ń kọ́ ni, àti láìní òfin.
4 ମାତ୍ର ସେମାନେ ଆପଣାମାନଙ୍କ ଦୁର୍ଦ୍ଦଶା ସମୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରି ତାହାଙ୍କର ଅନ୍ୱେଷଣ କରନ୍ତେ, ତାହାଙ୍କର ଉଦ୍ଦେଶ୍ୟ ପାଇଲେ।
Ṣùgbọ́n nínú ìpọ́njú wọn, wọ́n yí padà si Olúwa Ọlọ́run Israẹli, wọ́n sì wa kiri. Wọ́n sì ri i ní ẹ̀gbẹ́ wọn.
5 ସେହି ସମୟରେ ବାହାରେ ଯିବା ଓ ଭିତରେ ଆସିବା ଲୋକର କିଛି ଶାନ୍ତି ନ ଥିଲା, ମାତ୍ର ଦେଶର ନିବାସୀ ସମସ୍ତେ ମହାତ୍ରାସଯୁକ୍ତ ଥିଲେ।
Ní ọjọ́ wọ̀n-ọn-nì ó léwu kí ènìyàn máa rìn ìrìnàjò kiri, nítorí tí gbogbo àwọn olùgbé ilẹ̀ náà wà nínú làálàá ńlá.
6 ପୁଣି ସେମାନେ ଗୋଷ୍ଠୀ ବିରୁଦ୍ଧରେ ଗୋଷ୍ଠୀ ଓ ନଗର ବିରୁଦ୍ଧରେ ନଗର ଭିନ୍ନ ହୋଇଥିଲେ; କାରଣ ପରମେଶ୍ୱର ସର୍ବପ୍ରକାର ସଙ୍କଟ ଦ୍ୱାରା ସେମାନଙ୍କୁ ତ୍ରାସଯୁକ୍ତ କରିଥିଲେ।
Orílẹ̀-èdè kan ń run èkejì àti ìlú kan sí òmíràn nítorí Ọlọ́run ń yọ wọ́n lẹ́nu pẹ̀lú oríṣìíríṣìí ìpọ́njú.
7 ମାତ୍ର ତୁମ୍ଭେମାନେ ବଳବାନ ହୁଅ ଓ ଆପଣାମାନଙ୍କ ହସ୍ତ ଶିଥିଳ ହେବାକୁ ନ ଦିଅ; କାରଣ ତୁମ୍ଭମାନଙ୍କ କର୍ମ ପୁରସ୍କୃତ ହେବ।”
Ṣùgbọ́n fun ìwọ, jẹ́ alágbára, kí ó má sì ṣe ṣàárẹ̀. Nítorí tí a ó fi èrè sí iṣẹ́ ẹ̀ rẹ.”
8 ଏଥିରେ ଆସା ଏହିସବୁ କଥା ଓ ଓଦେଦ୍‍ ଭବିଷ୍ୟଦ୍‍ବକ୍ତାର ଭବିଷ୍ୟତ ବାକ୍ୟ ଶୁଣନ୍ତେ, ସାହସ ପାଇଲେ, ପୁଣି ଯିହୁଦା ଓ ବିନ୍ୟାମୀନ୍‍ର ସମୁଦାୟ ଦେଶରୁ ଓ ଇଫ୍ରୟିମର ପର୍ବତମୟ ଦେଶରେ ହସ୍ତଗତ କରିଥିବା ନଗରସବୁରୁ ଘୃଣାଯୋଗ୍ୟ ବସ୍ତୁସବୁ ଦୂର କଲେ; ଆଉ ସଦାପ୍ରଭୁଙ୍କ ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦି ପୁନର୍ବାର ସଜାଡ଼ିଲେ।
Nígbà tí Asa gbọ́ ọ̀rọ̀ wọ̀nyí àti àsọtẹ́lẹ̀ Asariah ọmọ Odedi wòlíì, ó mú àyà rẹ̀ le. Ó sì mú gbogbo ohun ìríra kúrò ní gbogbo ilẹ̀ Juda àti Benjamini àti kúrò nínú àwọn ìlú tí ó ti fi agbára mú ní orí òkè Efraimu. Ó tún pẹpẹ Olúwa ṣe tí ó wà ní iwájú portiko ti ilé Olúwa.
9 ଏଉତ୍ତାରେ ସେ ସମୁଦାୟ ଯିହୁଦା ଓ ବିନ୍ୟାମୀନ୍ ଲୋକଙ୍କୁ, ପୁଣି ଇଫ୍ରୟିମ ଓ ମନଃଶି ଓ ଶିମୀୟୋନ ମଧ୍ୟରୁ ସେମାନଙ୍କ ସହିତ ପ୍ରବାସକାରୀ ଲୋକମାନଙ୍କୁ ଏକତ୍ର କଲେ; କାରଣ ଇସ୍ରାଏଲ ମଧ୍ୟରୁ ଅନେକେ ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ଅଛନ୍ତି ବୋଲି ଦେଖି ତାଙ୍କ ସପକ୍ଷ ହୋଇଥିଲେ।
Nígbà náà, ó pe gbogbo Juda àti Benjamini jọ àti àwọn ènìyàn láti Efraimu, Manase àti Simeoni tí ó ti ṣe àtìpó ní àárín wọn. Nítorí ọ̀pọ̀ ènìyàn ti wá sí ọ̀dọ̀ rẹ̀ láti Israẹli nígbà tí wọ́n rí i wí pé Olúwa Ọlọ́run rẹ̀ wà pẹ̀lú rẹ̀.
10 ଏହେତୁ ଆସାଙ୍କ ରାଜତ୍ଵର ପନ୍ଦର ବର୍ଷର ତୃତୀୟ ମାସରେ ଲୋକମାନେ ଯିରୂଶାଲମରେ ଏକତ୍ରିତ ହେଲେ।
Wọ́n péjọ sí Jerusalẹmu ní oṣù kẹta ọdún kẹ́ẹ̀dógún ti ìjọba Asa.
11 ଆଉ, ସେହି ଦିନ ସେମାନେ ଆପଣାମାନଙ୍କର ଆନୀତ ଲୁଟଦ୍ରବ୍ୟ ମଧ୍ୟରୁ ସାତ ଶହ ଗୋରୁ ଓ ସାତ ହଜାର ମେଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ
Ní àkókò yìí, wọ́n rú ẹbọ sí Olúwa ẹ̀ẹ́dẹ́gbẹ̀rin akọ màlúù àti ẹ̀ẹ́dẹ́gbàárin àgùntàn àti àwọn ewúrẹ́ láti ibi ìkógun tí wọ́n ti kó padà.
12 ପୁଣି ସେମାନେ ଆପଣା ଆପଣା ସର୍ବାନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କର ଅନ୍ୱେଷଣ କରିବାକୁ,
Wọ́n sì tún dá májẹ̀mú láti wá Olúwa Ọlọ́run àwọn baba wọn tinútinú wọn àti tọkàntọkàn wọn.
13 ଆଉ ସାନ କି ବଡ଼, ପୁରୁଷ କି ସ୍ତ୍ରୀ, ଯେକେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଅନ୍ୱେଷଣ ନ କରିବ, ତାହାର ପ୍ରାଣଦଣ୍ଡ ହେବ ବୋଲି ନିୟମ କଲେ।
Pé ẹnikẹ́ni tí kò bá wá Olúwa Ọlọ́run Israẹli, pípa ni á ó pa á láti ẹni kékeré dé orí ẹni ńlá àti ọkùnrin àti obìnrin.
14 ଆହୁରି ସେମାନେ ଉଚ୍ଚସ୍ୱରରେ ଜୟଧ୍ୱନି କରି ତୂରୀ ଓ ଶୃଙ୍ଗ ବଜାଇ ସଦାପ୍ରଭୁଙ୍କ ନିକଟରେ ଶପଥ କଲେ।
Wọ́n sì búra ní ohùn rara fún Olúwa àti pẹ̀lú ìhó ńlá àti pẹ̀lú ìpè àti pẹ̀lú fèrè.
15 ତହିଁରେ ସମଗ୍ର ଯିହୁଦା ସେହି ଶପଥରେ ଆନନ୍ଦ କଲେ; କାରଣ ସେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ସହିତ ଶପଥ କରିଥିଲେ ଓ ଆପଣା ଆପଣାର ସମ୍ପୂର୍ଣ୍ଣ ଇଚ୍ଛାରେ ତାହାଙ୍କର ଅନ୍ୱେଷଣ କଲେ, ଏଣୁ ସେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇଲେ; ପୁଣି ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।
Gbogbo Juda yọ̀ nípa ìbúra náà nítorí wọ́n ti búra tinútinú wọn wọ́n sì fi gbogbo ìfẹ́ inú wọn wá a, wọ́n sì rí i, Olúwa sì fún wọn ní ìsinmi yí káàkiri.
16 ମଧ୍ୟ ଆସା ରାଜାଙ୍କର ମାତାମହୀ ମାଖା ଆଶେରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆସା ତାହାର ସେହି ପ୍ରତିମା ଛେଦନ କରି ଚୂର୍ଣ୍ଣ କଲେ ଓ କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ି ପକାଇଲେ।
Ọba Asa sì mú Maaka ìyá ńlá rẹ̀ kúrò láti máa ṣe ayaba, nítorí tí ó yá ère kan fún Aṣerah òrìṣà rẹ̀. Asa sì ké ère náà lulẹ̀, ó sì jó o ní àfonífojì Kidironi.
17 ମାତ୍ର ଉଚ୍ଚସ୍ଥଳୀସକଳ ଇସ୍ରାଏଲ ମଧ୍ୟରୁ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଯାବଜ୍ଜୀବନ ତାଙ୍କର ଅନ୍ତଃକରଣ ସିଦ୍ଧ ଥିଲା।
Ṣùgbọ́n a kò mú àwọn ibi gíga náà kúrò ní Israẹli; síbẹ̀síbẹ̀ ọkàn Asa wà ní pípé ní ọjọ́ rẹ̀ gbogbo.
18 ଆଉ ସେ ଆପଣା ପିତାଙ୍କର ପ୍ରତିଷ୍ଠିତ ବସ୍ତୁସବୁ ଓ ନିଜର ପ୍ରତିଷ୍ଠିତ ରୂପା ଓ ସୁନା ଓ ପାତ୍ରସବୁ ପରମେଶ୍ୱରଙ୍କ ଗୃହକୁ ଆଣିଲେ।
Ó sì mú àwọn ohun mímọ́ náà ti baba rẹ̀ àti àwọn ohun mímọ́ ti òun tìkára rẹ̀ tirẹ̀ wá sínú ilé Ọlọ́run, wúrà àti fàdákà àti àwọn ohun èlò náà.
19 ପୁଣି, ଆସାଙ୍କ ରାଜତ୍ଵର ପଞ୍ଚତିରିଶ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ହେଲା ନାହିଁ।
Kò sí ogun mọ́ títí fún ọdún márùndínlógójì ti ìjọba Asa.

< ଦ୍ବିତୀୟ ବଂଶାବଳୀ 15 >