< ଦ୍ବିତୀୟ ବଂଶାବଳୀ 13 >
1 ଯାରବୀୟାମ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ଅବୀୟ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ।
Ní ọdún kejìdínlógún ìjọba Jeroboamu, Abijah di ọba Juda.
2 ସେ ଯିରୂଶାଲମରେ ତିନି ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ମୀଖାୟ, ସେ ଗିବୀୟା ନିବାସୀ ଊରୀୟେଲର କନ୍ୟା ଥିଲେ। ପୁଣି ଅବୀୟ ଓ ଯାରବୀୟାମ ମଧ୍ୟରେ ଯୁଦ୍ଧ ଚାଲିଲା।
Ó sì jẹ ọba ní Jerusalẹmu fún ọdún mẹ́ta. Orúkọ ìyá rẹ̀ a máa jẹ́ Mikaiah, ọmọbìnrin Urieli ti Gibeah. Ogun wà láàrín Abijah àti Jeroboamu.
3 ଅବୀୟ ଚାରି ଲକ୍ଷ ବଛା ବିକ୍ରମଶାଳୀ ସୈନ୍ୟ ସଙ୍ଗେ ମିଶି ଯୁଦ୍ଧ କଲେ ଓ ଯାରବୀୟାମ ଆଠ ଲକ୍ଷ ବଛା ମହାବିକ୍ରମଶାଳୀ ଲୋକ ନେଇ ତାଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲା।
Abijah lọ sí ojú ogun pẹ̀lú àwọn ọmọ-ogun ogún ọ̀kẹ́ ọkùnrin alágbára, Jeroboamu kó ogun jọ pẹ̀lú ogójì ọ̀kẹ́ ọ̀wọ́ ogun tí ó lágbára.
4 ତହିଁରେ ଅବୀୟ ଇଫ୍ରୟିମର ପର୍ବତମୟ ଦେଶସ୍ଥ ସୀମାରୟମ୍ ପର୍ବତରେ ଠିଆ ହୋଇ କହିଲେ, “ହେ ଯାରବୀୟାମ ଓ ସମଗ୍ର ଇସ୍ରାଏଲ ଲୋକ, ମୋʼ କଥା ଶୁଣ;
Abijah dúró lórí òkè Semaraimu ní òkè orílẹ̀-èdè Efraimu, ó sì wí pé, Jeroboamu àti gbogbo Israẹli, ẹ gbọ́ mi!
5 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେ ଲବଣର ନିୟମ ଦ୍ୱାର ଇସ୍ରାଏଲର ରାଜତ୍ୱ ଚିରକାଳ ନିମନ୍ତେ ଦାଉଦଙ୍କୁ, ଅର୍ଥାତ୍, ତାଙ୍କୁ ଓ ତାଙ୍କ ସନ୍ତାନଗଣକୁ ଦେଇଅଛନ୍ତି, ଏହା କʼଣ ତୁମ୍ଭମାନଙ୍କର ଜାଣିବା ଉଚିତ ନୁହେଁ?
Ṣé ẹ̀yin kò mọ̀ pé Olúwa Ọlọ́run Israẹli ti fún Dafidi àti àwọn àtẹ̀lé rẹ̀ ni oyè ọba títí láé nípasẹ̀ májẹ̀mú iyọ̀?
6 ତଥାପି ଦାଉଦଙ୍କର ପୁତ୍ର ଶଲୋମନଙ୍କ ଦାସ ଯେ ନବାଟର ପୁତ୍ର ଯାରବୀୟାମ, ସେ ଉଠି ଆପଣା ପ୍ରଭୁର ବିଦ୍ରୋହୀ ହୋଇଅଛି।
Síbẹ̀ Jeroboamu ọmọ Nebati, oníṣẹ́ Solomoni ọmọ Dafidi, ṣọ̀tẹ̀ sí ọ̀gá rẹ̀.
7 ପୁଣି ଦୁଷ୍ଟ ଓ ଅସାର ଲୋକମାନେ ତାହା ପକ୍ଷରେ ଏକତ୍ର ହୋଇ ଶଲୋମନଙ୍କର ପୁତ୍ର, ରିହବୀୟାମଙ୍କ ପ୍ରତିକୂଳରେ ଆପଣମାନଙ୍କୁ ବଳିଷ୍ଠ କଲେ; ସେହି ସମୟରେ ରିହବୀୟାମ ଯୁବା ଓ କୋମଳାନ୍ତଃକରଣ ଥିଲେ ଓ ସେମାନଙ୍କର ପ୍ରତିବାଧା କରି ପାରିଲେ ନାହିଁ।
Àwọn ènìyàn lásán sì kó ara wọn jọ sí ọ̀dọ̀ rẹ̀, àwọn ọmọ ẹni búburú, wọ́n sì kẹ̀yìn sí Rehoboamu ọmọ Solomoni ní ìgbà tí ó sì kéré tí kò lè pinnu fúnra rẹ̀, tí kò lágbára tó láti takò wọ́n.
8 ଆଉ, ଏବେ ତୁମ୍ଭେମାନେ ଦାଉଦ-ସନ୍ତାନଗଣର ହସ୍ତାଧୀନ ସଦାପ୍ରଭୁଙ୍କ ରାଜ୍ୟର ପ୍ରତିବାଧା କରିବାକୁ ମାନସ କରୁଅଛ; ପୁଣି ତୁମ୍ଭେମାନେ ଲୋକସମୂହ ଓ ତୁମ୍ଭମାନଙ୍କର ଦେବତା ହେବା ପାଇଁ ଯାରବୀୟାମ ନିର୍ମିତ ସ୍ୱର୍ଣ୍ଣମୟ ଗୋବତ୍ସ ତୁମ୍ଭମାନଙ୍କ ସଙ୍ଗେ ଅଛି।
“Nísinsin yìí, ìwọ ṣètò láti kọ́ ìjọba Olúwa, tí ó wà lọ́wọ́ àwọn àtẹ̀lé Dafidi. Ìwọ jẹ́ ọmọ-ogun tí ó gbilẹ̀, ìwọ sì ní pẹ̀lú rẹ ẹgbọrọ màlúù wúrà ti Jeroboamu dà láti fi ṣe Ọlọ́run yín.
9 ତୁମ୍ଭେମାନେ କି ସଦାପ୍ରଭୁଙ୍କ ଯାଜକ ହାରୋଣଙ୍କର ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ତଡ଼ିଦେଇ ଅନ୍ୟ ଦେଶସ୍ଥ ଗୋଷ୍ଠୀମାନଙ୍କ ରୀତି ଅନୁସାରେ ଆପଣମାନଙ୍କ ପାଇଁ ଯାଜକ ନିଯୁକ୍ତ କରି ନାହଁ? ଏଣୁ ଯେକେହି ଆପଣାର ପଦନିଯୋଗାର୍ଥେ ଏକ ଗୋବତ୍ସ ଓ ସାତ ମେଷ ନେଇ ଆସେ, ସେ ଏହି ଅନୀଶ୍ୱରମାନଙ୍କର ଯାଜକ ହୋଇପାରେ।
Ṣùgbọ́n ṣé ìwọ kò lé àwọn àlùfáà Olúwa jáde, àwọn ọmọ Aaroni àti àwọn ará Lefi. Tí ó sì ṣe àwọn àlùfáà ti ara rẹ̀ gẹ́gẹ́ bí àwọn ènìyàn ilẹ̀ mìíràn ti ṣe? Ẹnikẹ́ni tí ó bá wá láti ya ara rẹ̀ sọ́tọ̀ pẹ̀lú ọ̀dọ́ akọ màlúù àti àgbò méjì lè jẹ́ àlùfáà ohun tí kì í ṣe Ọlọ́run.
10 ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି ଓ ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରି ନାହୁଁ; ପୁଣି ସଦାପ୍ରଭୁଙ୍କ ପରିଚର୍ଯ୍ୟାକାରୀ ହାରୋଣ-ସନ୍ତାନଗଣ ଆମ୍ଭମାନଙ୍କର ଯାଜକ ଅଛନ୍ତି ଓ ଲେବୀୟମାନେ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି;
“Ní ti àwa, Olúwa ni Ọlọ́run wa, àwa kò sì ti ì kọ̀ ọ́ sílẹ̀. Àwọn àlùfáà tí ó ń sin Olúwa jẹ́ àwọn ọmọ Aaroni àwọn ará Lefi sì ń ràn wọ́n lọ́wọ́.
11 ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସୁଗନ୍ଧି ଧୂପ ଦଗ୍ଧ କରୁଅଛନ୍ତି; ସେମାନେ ପବିତ୍ର ମେଜ ଉପରେ ଦର୍ଶନୀୟ ରୁଟି ଓ ପ୍ରତି ସନ୍ଧ୍ୟାରେ ଜ୍ୱଳାଇବା ପାଇଁ ପ୍ରଦୀପ ସହିତ ସ୍ୱର୍ଣ୍ଣମୟ ଦୀପବୃକ୍ଷ ସଜାନ୍ତି; କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ରକ୍ଷା କରୁଅଛୁ; ମାତ୍ର ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିଅଛ।
Ní àràárọ̀ àti ìrọ̀lẹ́, wọ́n gbé ẹbọ sísun àti tùràrí olóòórùn dídùn síwájú Olúwa. Wọ́n gbé àkàrà jáde sórí tábìlì àsè mímọ́, wọ́n sì tan iná sí àwọn fìtílà lórí ìdúró ọ̀pá fìtílà wúrà ní gbogbo ìrọ̀lẹ́. A ń pa àṣẹ Olúwa Ọlọ́run wa mọ́. Ṣùgbọ́n ìwọ ti kọ̀ ọ́ sílẹ̀.
12 ଆଉ ଦେଖ, ପରମେଶ୍ୱର ଆମ୍ଭମାନଙ୍କର ମସ୍ତକ ସ୍ୱରୂପ ଅଛନ୍ତି ଓ ତାହାଙ୍କ ଯାଜକମାନେ ତୁମ୍ଭମାନଙ୍କ ପ୍ରତିକୂଳରେ ରଣତୂରୀ ବଜାଇବା ପାଇଁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତିକୂଳରେ ଯୁଦ୍ଧ ନ କର; କାରଣ ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ।”
Ọlọ́run wà pẹ̀lú wa; òun ni olórí wa. Àwọn àlùfáà rẹ̀ pẹ̀lú fèrè wọn yóò fọn ìpè ogun sí i yín. Ẹyin ọkùnrin Israẹli, ẹ má ṣe dojú ìjà kọ Olúwa Ọlọ́run baba yín nítorí ẹ̀yin kì yóò yege.”
13 ତଥାପି ଯାରବୀୟାମ ସେମାନଙ୍କ ଆକ୍ରମଣାର୍ଥେ ପଶ୍ଚାଦ୍ଦିଗରେ ଗୋପନରେ ସୈନ୍ୟ ରଖିଲେ; ଏଣୁ ଲୋକମାନେ ଯିହୁଦାର ଆଗରେ ଓ ସେହି ଗୁପ୍ତ ଦଳ ସେମାନଙ୍କ ପଛରେ ରହିଲେ।
Nísinsin yìí, Jeroboamu ti rán àwọn ọ̀wọ́ ogun lọ yíká láti jagun ẹ̀yìn. Kí ó lè jẹ́ pé, tí òun bá wà níwájú Juda, bíba ní bùba á wà ní ẹ̀yìn wọn.
14 ତହିଁରେ ଯିହୁଦା ପଛକୁ ଅନାନ୍ତେ, ଦେଖ, ସେମାନଙ୍କ ଆଗରେ ଓ ପଛରେ ଯୁଦ୍ଧ; ତହୁଁ ସେମାନେ ସଦାପ୍ରଭୁଙ୍କ ନିକଟରେ ଡାକ ପକାଇଲେ ଓ ଯାଜକମାନେ ତୂରୀଧ୍ୱନି କଲେ।
Nígbà tí Juda sì bojú wo ẹ̀yìn, sì kíyèsi i, ogun ń bẹ níwájú àti lẹ́yìn, wọn sì ké pe Olúwa, àwọn àlùfáà sì fun ìpè.
15 ସେତେବେଳେ ଯିହୁଦାର ଲୋକମାନେ ସିଂହନାଦ କଲେ; ଆଉ ଯିହୁଦାର ଲୋକମାନେ ସିଂହନାଦ କରିବା ସମୟରେ ପରମେଶ୍ୱର ଅବୀୟ ଓ ଯିହୁଦାର ସମ୍ମୁଖରେ ଯାରବୀୟାମଙ୍କୁ ଓ ସମସ୍ତ ଇସ୍ରାଏଲକୁ ଆଘାତ କଲେ।
Olúkúlùkù, ọkùnrin Juda sì fún ìpè ogun, ó sì ṣe, bí àwọn ọkùnrin Juda sì ti fun ìpè ogun, ni Ọlọ́run kọlu Jeroboamu àti gbogbo Israẹli níwájú Abijah àti Juda.
16 ତହିଁରେ ଇସ୍ରାଏଲ-ସନ୍ତାନଗଣ ଯିହୁଦା ସମ୍ମୁଖରୁ ପଳାଇଲେ ଓ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ।
Àwọn ọmọ Israẹli sálọ kúrò níwájú Juda, Ọlọ́run sì fi wọ́n lé wọn lọ́wọ́.
17 ତହୁଁ ଅବୀୟ ଓ ତାଙ୍କର ଲୋକମାନେ ମହାସଂହାରରେ ସେମାନଙ୍କୁ ବଧ କଲେ; ଏଥିରେ ଇସ୍ରାଏଲର ପାଞ୍ଚ ଲକ୍ଷ ବଛା ଲୋକ ହତ ହୋଇ ପଡ଼ିଲେ।
Abijah àti àwọn arákùnrin rẹ̀ fi ìdààmú ńlá jẹ wọ́n ní ìyà, bẹ́ẹ̀ ni ọ̀kẹ́ mẹ́ẹ̀ẹ́dọ́gbọ̀n ọkùnrin tí a yàn ṣubú ní pípa nínú Israẹli.
18 ଏହିରୂପେ ସେହି ସମୟରେ ଇସ୍ରାଏଲ ସନ୍ତାନମାନେ ଅବନତ ହେଲେ ଓ ଯିହୁଦାର ସନ୍ତାନମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଉପରେ ନିର୍ଭର ରଖିବାରୁ ଜୟଯୁକ୍ତ ହେଲେ।
Báyìí ni a rẹ àwọn ọmọ Israẹli sílẹ̀ ní àkókò náà, àwọn ọmọ Juda sì borí nítorí tí wọ́n gbẹ́kẹ̀lé Olúwa Ọlọ́run àwọn baba wọn.
19 ଏଉତ୍ତାରେ ଅବୀୟ ଯାରବୀୟାମଙ୍କର ପଛେ ପଛେ ଗୋଡ଼ାଇ ତାଙ୍କର କେତେକ ନଗର, ଅର୍ଥାତ୍, ବେଥେଲ୍ ଓ ତହିଁର ଉପନଗର, ଯିଶାନା ଓ ତହିଁର ଉପନଗର, ପୁଣି ଇଫ୍ରୋଣ ଓ ତହିଁର ଉପନଗରସକଳ ହସ୍ତଗତ କରି ନେଲେ।
Abijah sì lépa Jeroboamu, ó sì gba ìlú lọ́wọ́ rẹ̀, Beteli pẹ̀lú àwọn ìlú rẹ̀, àti Jeṣana pẹ̀lú àwọn ìlú rẹ̀, àti Efroni pẹ̀lú àwọn ìlú rẹ̀.
20 ପୁଣି ଅବୀୟଙ୍କର ଜୀବନ କାଳ ଯାଏ ଯାରବୀୟାମ ଆଉ ବଳ ପାଇ ପାରିଲେ ନାହିଁ; ଏଉତ୍ତାରେ ସଦାପ୍ରଭୁ ତାଙ୍କୁ ଆଘାତ କରନ୍ତେ, ସେ ମଲେ।
Bẹ́ẹ̀ ní Jeroboamu kò sì tún ní agbára mọ́ ní ọjọ́ Abijah. Olúwa sì lù ú ó sì kú.
21 ମାତ୍ର ଅବୀୟ ବେଳକୁ ବେଳ ବଳବାନ ହୋଇ ଉଠିଲେ, ପୁଣି ଚଉଦ ଭାର୍ଯ୍ୟା ବିବାହ କରି ବାଇଶ ପୁତ୍ର ଓ ଷୋହଳ କନ୍ୟା ଜାତ କଲେ।
Abijah sì di alágbára, ó sì gbé obìnrin mẹ́tàlá ní ìyàwó, ó sì bi ọmọkùnrin méjìlélógún, àti ọmọbìnrin mẹ́rìndínlógún.
22 ଏହି ଅବୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ଉକ୍ତି ଇଦ୍ଦୋ ଭବିଷ୍ୟଦ୍ବକ୍ତାର ଟୀକାଗ୍ରନ୍ଥରେ ଲିଖିତ ଅଛି।
Àti ìyókù ìṣe Abijah, àti ìwà rẹ̀, àti iṣẹ́ rẹ̀, a kọ wọ́n sínú ìwé ìtumọ̀, wòlíì Iddo.