< ଦ୍ବିତୀୟ ବଂଶାବଳୀ 11 >

1 ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ଉପସ୍ଥିତ ହୁଅନ୍ତେ, ସେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରି ରିହବୀୟାମଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଯିହୁଦା ଓ ବିନ୍ୟାମୀନ୍ ବଂଶର ଏକ ଲକ୍ଷ ଅଶୀ ହଜାର ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ।
Rehoroboamu alipofiki Yerusalemu, akawakusanya nyumba ya Yuda na Benyamini, wanaume 180, 000 walaiaochaguliwa amabao wliakuwa wanajeshi, kwa ajili ya kupigana dhiidi ya Israeli, ili kuurudisha ufalme kwa Rehoboamu.
2 ମାତ୍ର ପରମେଶ୍ୱରଙ୍କ ଲୋକ ଶମୟୀୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
Lakini neno la Yahwe likamjia Shemaya mtu wa Mungu, likisema,
3 “ଯିହୁଦାର ରାଜା ଶଲୋମନଙ୍କ ପୁତ୍ର ରିହବୀୟାମଙ୍କୁ, ପୁଣି ଯିହୁଦା ଓ ବିନ୍ୟାମୀନ୍ ନିବାସୀ ସମସ୍ତ ଇସ୍ରାଏଲକୁ କୁହ,
“Sema kwa Rehoboamu mwana wa Selemani, mfalme wa Yuda, na kwa Israeli kataika Yuda na Benyamaini,
4 ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କିଅବା ଆପଣା ଭ୍ରାତୃଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ; ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ; କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି,’” ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ଯାରବୀୟାମ ବିରୁଦ୍ଧରେ ଯାତ୍ରା କରିବାରୁ ଫେରିଲେ।
Yahwe anasema hivi, “Msivamie wala kufanya vita dhidi ya ndugu zako. Kila mmoja lazima arudi kwenye nyumba yake, kwa maana nimesababisha jambo hili kutokea.” Kwa hiyo wakayatii maneno ya Yahwe na kuacha kumvamia Yeroboamu.
5 ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ବାସ କରି ରକ୍ଷା ନିମିତ୍ତ ଯିହୁଦା ଦେଶରେ ନଗରମାନ ନିର୍ମାଣ କଲେ।
Yeroboamu akaishi katika Yerusalemu na kujenga miji katika Yuda kwa ajili ya kujilinda.
6 ସେ ବେଥଲିହିମ, ଐଟମ୍‍, ତକୋୟ,
Akaijenga Bethelehemu, EtamuTekoa,
7 ବେଥ୍-ସୁର, ସୋଖୋ, ଅଦୁଲ୍ଲମ,
Bethsusi, Soko, Adulamu,
8 ଗାଥ୍‍, ମାରେଶା, ସୀଫ୍‍,
Gathi, Maresha, Zifu,
9 ଅଦୋରୟୀମ୍‍, ଲାଖୀଶ୍‍, ଅସେକା,
Adoraimu, Lakishi, Azeka,
10 ସରାୟ, ଅୟାଲୋନ୍‍, ହିବ୍ରୋଣ, ଯିହୁଦାର ଓ ବିନ୍ୟାମୀନ୍‍ର ମଧ୍ୟବର୍ତ୍ତୀ ଏହି ପ୍ରାଚୀର-ବେଷ୍ଟିତ ନଗରସବୁ ନିର୍ମାଣ କଲେ।
Sora, Aiyaloni, na Hebroni. Hii ni miji yenye ngome katika Yuda na Benyamini.
11 ଆଉ, ସେ ସକଳ ଦୁର୍ଗ ଦୃଢ଼ କରି ତହିଁ ମଧ୍ୟରେ ସେନାପତିମାନଙ୍କୁ ଓ ଖାଦ୍ୟଦ୍ରବ୍ୟ, ପୁଣି ତୈଳ ଓ ଦ୍ରାକ୍ଷାରସ ରଖିଲେ।
Akaziimarisha ngome na kuweka maamri jeshsi ndani yake, pamaoja na hazina ya chakula, mafuta, na divai.
12 ଆଉ, ପ୍ରତ୍ୟେକ ନଗରରେ ସେ ଢାଲ ଓ ବର୍ଚ୍ଛା ରଖିଲେ, ପୁଣି ନଗରସବୁକୁ ଅତିଶୟ ଦୃଢ଼ କଲେ ଆଉ ଯିହୁଦା ଓ ବିନ୍ୟାମୀନ୍ ତାଙ୍କର ପକ୍ଷ ହେଲେ।
Akaweka ngao na mikuki katika miji yote na kuifanya imara sana. Kwa hiyo Yuda na Benyamini zikawa zake.
13 ଆହୁରି, ସମୁଦାୟ ଇସ୍ରାଏଲର ମଧ୍ୟବର୍ତ୍ତୀ ଯାଜକ ଓ ଲେବୀୟମାନେ ଆପଣା ଆପଣା ସମସ୍ତ ଅଞ୍ଚଳରୁ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲେ।
Makuhani na Walawi waliokuwa katika Israeli yote wakaenda kwake kutoka ndani ya mipaka yao.
14 କାରଣ ଲେବୀୟମାନେ ଆପଣା ଆପଣା (ନଗରର) ତଳିଭୂମି ଓ ଆପଣା ଆପଣା ଅଧିକାର ତ୍ୟାଗ କରି ଯିହୁଦା ଓ ଯିରୂଶାଲମକୁ ଆସିଲେ; ଯେହେତୁ ଯାରବୀୟାମ ଓ ତାଙ୍କର ପୁତ୍ରଗଣ ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଜକର କାର୍ଯ୍ୟ କରିବାକୁ ନ ଦେଇ ତଡ଼ି ଦେଇଥିଲେ।
Kwa kuwa Walawi waliacha nchi za malisho yao na mali zao ili kuja Yuda na Yerusalemu, kwa maana
15 ପୁଣି, ସେ ଉଚ୍ଚସ୍ଥଳୀସକଳର ଓ ଛାଗ ଦେବତାମାନଙ୍କର ଓ ସ୍ୱର୍ଣ୍ଣନିର୍ମିତ ଗୋବତ୍ସସକଳର ନିମନ୍ତେ ଆପଣାର ଯାଜକ ନିଯୁକ୍ତ କଲେ।
Yeroboamu na wanaaye walikuwa wamewafukuza, ili kwamba wasifanye majukumu yao ya kikuhani kwa ajili ya sehemu za juu na mbuzi na sanamu za ndama alizokuwa ametengeneza.
16 ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନ୍ୱେଷଣ କରିବା ପାଇଁ ଆପଣା ଆପଣା ମନ ନିବିଷ୍ଟ କଲେ, ସେମାନେ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲେବୀୟମାନଙ୍କ ପଶ୍ଚାତ୍‍ ଯିରୂଶାଲମକୁ ଆସିଲେ।
Watu kutoka kabila zote za Israeli wakaja nyuma yao, wale walio wameiilekeza mioyo yao kumtafuta Yahwe, Mungu wa Israeli; wakaja Yerusalemu kwa ajili ya kumtolea dhabihu Yahwe. Mungu wa baba zao.
17 ଏହିରୂପେ ସେମାନେ ଯିହୁଦାର ରାଜ୍ୟ ଦୃଢ଼ କଲେ, ପୁଣି ଶଲୋମନଙ୍କର ପୁତ୍ର ରିହବୀୟାମଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ବଳବାନ କଲେ; କାରଣ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଦାଉଦଙ୍କର ଓ ଶଲୋମନଙ୍କର ପଥରେ ଚାଲିଲେ।
Kwa hiyo wakauimarisha ufalame wa Yuda na kumfanya imara Rehoboamu mwana wa Selemani kwa miaka mitatu, na wakatembea kwa miaka mitatu katika njia ya Daudi na Selemani.
18 ପୁଣି, ରିହବୀୟାମ ମହଲତ୍‍ ନାମ୍ନୀ ଏକ ଭାର୍ଯ୍ୟା ଗ୍ରହଣ କଲେ, ସେ ଦାଉଦଙ୍କର ପୁତ୍ର ଯିରେମୋତ୍‍ର ଓ ଯିଶୀର ପୁତ୍ର ଇଲୀୟାବ୍‍ର କନ୍ୟା ଅବୀହୟିଲର କନ୍ୟା ଥିଲା;
Rehoboamu akajitwalia mke: Mahalathi, binti wa Yerimothi, mwana wa Daudi na wa Abihaili, binti wa Eliabu, mwana wa Yese.
19 ସେ ତାଙ୍କ ଔରସରେ ଯିୟୂଶ୍‍ ଓ ଶେମରୀୟ ଓ ସହମ ନାମକ ପୁତ୍ରମାନଙ୍କୁ ଜାତ କଲା
Akamzalia wana: Yeushi, Shemaraia, na Zahamu.
20 ଏଥିଉତ୍ତାରେ ରିହବୀୟାମ ଅବଶାଲୋମର କନ୍ୟା ମାଖାକୁ ବିବାହ କଲେ; ସେ ସ୍ତ୍ରୀ ତାଙ୍କ ଔରସରେ ଅବୀୟ ଓ ଅତ୍ତୟ ଓ ସୀଷ ଓ ଶଲୋମୀତ୍‍କୁ ଜାତ କଲା।
Baaad ya Mahalathi, Rehoboamu akamchukua Maaka, binti Absalomu; akamzalia Abiya, Atai, Ziza, na Shelomithi.
21 ରିହବୀୟାମ ଆପଣାର ସବୁ ପତ୍ନୀ ଓ ଉପପତ୍ନୀ ଅପେକ୍ଷା ଅବଶାଲୋମର କନ୍ୟା ମାଖାକୁ ଅଧିକ ପ୍ରେମ କଲେ; ସେ ଅଠର ପତ୍ନୀ ଓ ଷାଠିଏ ଉପପତ୍ନୀ ଗ୍ରହଣ କଲେ ଓ ଅଠାଇଶ ପୁତ୍ର ଓ ଷାଠିଏ କନ୍ୟା ଜାତ କଲେ।
Rehoboamu akampenda Maaka, binti Solomoni, zaidi kuliko wake za wengine wote na masuria (alichukua wake kumi na nane na masuria sitini, na akawa baba wa wana ishirini na nane na mabinti sitini).
22 ପୁଣି ରିହବୀୟାମ ମାଖାର ପୁତ୍ର ଅବୀୟଙ୍କୁ ପ୍ରଧାନ ଓ ତାହାର ଭ୍ରାତୃଗଣ ମଧ୍ୟରେ ଅଧିପତି କଲେ; କାରଣ ତାହାକୁ ରାଜା କରିବା ପାଇଁ ତାଙ୍କର ମନ ଥିଲା।
Rehoboamu akamteua Abiya mwana wa Maaka kuwa mkuu, kiongozi miongoni mwa ndugu zake alikuwa na wazo la kumfanya mfalme.
23 ଆଉ, ସେ ବୁଦ୍ଧିର କାର୍ଯ୍ୟ କରି ଆପଣାର ପୁତ୍ରମାନଙ୍କୁ ଯିହୁଦା ଓ ବିନ୍ୟାମୀନ୍ ଦେଶର ସର୍ବତ୍ର ପ୍ରତ୍ୟେକ ପ୍ରାଚୀର-ବେଷ୍ଟିତ ନଗରରେ ଛିନ୍ନଭିନ୍ନ କରି ରଖିଲେ; ଆଉ ସେ ସେମାନଙ୍କୁ ପ୍ରଚୁର ଖାଦ୍ୟଦ୍ରବ୍ୟ ଦେଲେ ପୁଣି ସେମାନଙ୍କ ନିମନ୍ତେ ଅନେକ ଭାର୍ଯ୍ୟା ଖୋଜିଲେ।
Rehoboamu akatawala kwa hekima; akawatawanya wanaye katika nchi yote ya Yuda na Benyamini katika kila mji imara. Pia akawapa chakula kwa wingi na akatafuta wake wengi kwa ajili yao.

< ଦ୍ବିତୀୟ ବଂଶାବଳୀ 11 >