< ଦ୍ବିତୀୟ ବଂଶାବଳୀ 10 >

1 ଏଥିଉତ୍ତାରେ ରିହବୀୟାମ ଶିଖିମକୁ ଗଲେ; କାରଣ ସମୁଦାୟ ଇସ୍ରାଏଲ ତାଙ୍କୁ ରାଜା କରିବା ନିମନ୍ତେ ଶିଖିମରେ ଉପସ୍ଥିତ ହୋଇଥିଲେ।
رحبعام به شکیم رفت، زیرا ده قبیله اسرائیل در آنجا جمع شده بودند تا او را پادشاه سازند.
2 ଏଥିମଧ୍ୟରେ ନବାଟର ପୁତ୍ର ଯାରବୀୟାମ, ଯେ ଶଲୋମନ ରାଜାଙ୍କ ଛାମୁରୁ ପଳାଇ ମିସରରେ ଥିଲେ, ସେହି ଯାରବୀୟାମ ସମ୍ବାଦ ପାଇ ମିସରରୁ ଫେରି ଆସିଲେ।
یربعام که از ترس سلیمان به مصر فرار کرده بود، به‌وسیلۀ یارانش از این موضوع باخبر شد و از مصر بازگشت. او همراه ده قبیلهٔ اسرائیل نزد رحبعام رفت و گفت:
3 ଆଉ, ଲୋକମାନେ ତାଙ୍କୁ ଡକାଇ ପଠାଇଲେ; ତହିଁରେ ଯାରବୀୟାମ ଓ ସମଗ୍ର ଇସ୍ରାଏଲ ଆସି ରିହବୀୟାମଙ୍କୁ ଏହି କଥା କହିଲେ;
4 “ଆପଣଙ୍କ ପିତା ଆମ୍ଭମାନଙ୍କ ଯୁଆଳି ଅସହ୍ୟ କରିଥିଲେ; ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରୀ ଯୁଆଳି ଦେଇଥିଲେ, ତାହା ଆପଣ ହାଲୁକା କରନ୍ତୁ; ତହିଁରେ ଆମ୍ଭେମାନେ ଆପଣଙ୍କର ସେବା କରିବୁ।”
«پدر تو سلیمان، پادشاه بسیار سختگیری بود. اگر تو می‌خواهی بر ما سلطنت نمایی باید قول بدهی مثل او سختگیر نباشی و با مهربانی با ما رفتار کنی.»
5 ତହୁଁ ସେ ସେମାନଙ୍କୁ କହିଲେ, “ତିନି ଦିନ ଉତ୍ତାରେ ପୁନର୍ବାର ଆମ୍ଭ ନିକଟକୁ ଆସ” ତହିଁରେ ଲୋକମାନେ ଚାଲିଗଲେ।
رحبعام جواب داد: «سه روز به من فرصت بدهید تا در این باره تصمیم بگیرم.» آنها نیز قبول کردند.
6 ଏଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବିତ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଠିଆ ହେଉଥିଲେ, ସେମାନଙ୍କ ସହିତ ପରାମର୍ଶ କରି କହିଲେ, “ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ?”
رحبعام با ریش‌سفیدان قوم که قبلاً مشاوران پدرش سلیمان بودند، مشورت کرد و از ایشان پرسید: «به نظر شما باید به مردم چه جوابی بدهم؟»
7 ତେବେ ସେମାନେ ତାଙ୍କୁ କହିଲେ, “ଯେବେ ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହୋଇ ସେମାନଙ୍କୁ ସନ୍ତୁଷ୍ଟ କରିବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”
گفتند: «اگر می‌خواهی این مردم همیشه مطیع تو باشند، جواب نرمی به ایشان بده و موافقت نما که با ایشان خوش‌رفتاری کنی.»
8 ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଠିଆ ହେଉଥିଲେ, ସେମାନଙ୍କ ସଙ୍ଗେ ପରାମର୍ଶ କଲେ।
ولی رحبعام نصیحت ریش‌سفیدان را نپذیرفت و رفت با مشاوران جوان خود که با او پرورش یافته بودند مشورت کرد.
9 ପୁଣି, ସେ ସେମାନଙ୍କୁ କହିଲେ, “ଏହି ଲୋକମାନେ ଆମ୍ଭକୁ କହୁଅଛନ୍ତି, ‘ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ଥୋଇଅଛନ୍ତି, ତାହା ହାଲୁକା କର; ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ଆମ୍ଭକୁ କି ପରାମର୍ଶ ଦେଉଅଛ?’”
او از آنها پرسید: «به نظر شما باید به این مردم که به من می‌گویند:”مثل پدرت سختگیر نباش.“چه جوابی بدهم؟»
10 ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, “ତୁମ୍ଭ ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ‘ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର’ ବୋଲି କହୁଛନ୍ତି ଏହି ଯେଉଁ ଲୋକମାନେ, ସେମାନଙ୍କୁ ତୁମ୍ଭେ ଏପରି କହିବ, ‘ମୋହର କନିଷ୍ଠ ଅଙ୍ଗୁଳି ମୋହର ପିତାଙ୍କ କଟିଠାରୁ ମୋଟା।
مشاوران جوانش به او گفتند: «به مردم بگو:”انگشت کوچک من از کمر پدرم کلفتتر است!
11 ଏଥିପାଇଁ ମୋର ପିତା ଯେଉଁ ଭାରୀ ଯୁଆଳି ତୁମ୍ଭମାନଙ୍କ ଉପରେ ଥୋଇଅଛନ୍ତି, ମୁଁ ତାହା ଆହୁରି ଭାରୀ କରିବି; ମୋର ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।’”
اگر فکر می‌کنید پدرم سختگیر بود، بدانید که من از او سختگیرتر هستم! پدرم برای تنبیه شما از تازیانه استفاده می‌کرد، ولی من از شلّاق خاردار استفاده خواهم کرد.“»
12 ଏଥିରେ “ତୃତୀୟ ଦିନରେ ମୋʼ ନିକଟକୁ ପୁଣି ଆସ” ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯାରବୀୟାମ ଓ ସମସ୍ତ ଲୋକ ତୃତୀୟ ଦିନ ରିହବୀୟାମଙ୍କ ନିକଟକୁ ଆସିଲେ
بعد از سه روز همان‌طور که رحبعام پادشاه گفته بود یربعام همراه قوم نزد او رفت.
13 ତହିଁରେ ରାଜା ସେମାନଙ୍କୁ କଟୁ ଉତ୍ତର ଦେଲେ। ପୁଣି ରିହବୀୟାମ ରାଜା ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି
رحبعام پادشاه جواب تندی به آنها داد. او نصیحت ریش‌سفیدان را نشنیده گرفت و آنچه جوانان گفته بودند به قوم بازگفت.
14 ସେହି ଯୁବାମାନଙ୍କ ମନ୍ତ୍ରଣାନୁସାରେ ସେମାନଙ୍କୁ ଏହି କଥା କହିଲେ, “ମୋହର ପିତା ତୁମ୍ଭମାନଙ୍କ ଯୁଆଳି ଭାରୀ କରିଥିଲେ, ମାତ୍ର ମୁଁ ତାହା ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।”
15 ଏରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ; କାରଣ ସଦାପ୍ରଭୁ ଶୀଲୋନୀୟ ଅହୀୟ ହାତରେ ନବାଟର ପୁତ୍ର ଯାରବୀୟାମଙ୍କୁ ଯାହା କହିଥିଲେ, ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ପରମେଶ୍ୱରଙ୍କ ଆଡ଼ୁ ଘଟିଲା।
پس پادشاه به مردم جواب رد داد، زیرا دست خدا در این کار بود تا وعده‌ای را که به‌وسیلۀ اخیای نبی به یربعام داده بود، عملی کند.
16 ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ, ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର କେଉଁ ଅଂଶ ଅଛି? ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର କୌଣସି ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଯାଅ; ହେ ଦାଉଦ, ତୁମ୍ଭେ ଏବେ ଆପଣା ନିଜ ଘର କଥା ବୁଝ।” ତହୁଁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ତମ୍ବୁକୁ ଚାଲିଗଲେ।
وقتی مردم دیدند که پادشاه جدید به خواسته‌های ایشان هیچ اهمیتی نمی‌دهد، فریاد برآوردند: «ما خاندان داوود را نمی‌خواهیم! ما با پسر یَسا کاری نداریم! ای مردم بیایید، به شهرهای خود برگردیم. بگذارید رحبعام بر خاندان خودش سلطنت کند.» به این ترتیب قبیله‌های اسرائیل رحبعام را ترک نمودند، و او فقط بر سرزمین یهودا پادشاه شد.
17 ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଯିହୁଦାର ନାନା ନଗରରେ ବାସ କଲେ, ସେମାନଙ୍କ ଉପରେ ରିହବୀୟାମ ରାଜ୍ୟ କଲେ।
18 ଏଥିଉତ୍ତାରେ ରିହବୀୟାମ ରାଜା ବେଠିକର୍ମାଧ୍ୟକ୍ଷ ହଦୋରାମକୁ ପଠାଇଲେ; ମାତ୍ର ଇସ୍ରାଏଲ ସନ୍ତାନମାନେ ତାହାକୁ ପ୍ରସ୍ତରାଘାତ କରନ୍ତେ, ସେ ମଲା। ତହିଁରେ ରିହବୀୟାମ ରାଜା ଯିରୂଶାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ।
چندی بعد رحبعام پادشاه، ادونیرام، سرپرست کارهای اجباری را فرستاد تا قبیله‌های اسرائیل را بررسی کند. اما مردم او را سنگسار کرده کشتند و رحبعام با عجله سوار بر ارابه شده، به اورشلیم گریخت.
19 ଏହିରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ-ବଂଶର ବିଦ୍ରୋହୀ ହେଲେ।
به این ترتیب، تا به امروز اسرائیل بر ضد خاندان داوود هستند.

< ଦ୍ବିତୀୟ ବଂଶାବଳୀ 10 >