< ୧ ତୀମଥି 1 >

1 ପାଉଲ, ଆମ୍ଭମାନଙ୍କ ଈଶ୍ବରଙ୍କ ଆଜ୍ଞାନୁସାରେ ଓ ତ୍ରାଣକର୍ତ୍ତା ଏବଂ ଭରସାଭୂମି ଖ୍ରୀଷ୍ଟ ଯୀଶୁଙ୍କ ଅନୁସାରେ ଜଣେ ପ୍ରେରିତ,
ଅସ୍ମାକଂ ତ୍ରାଣକର୍ତ୍ତୁରୀଶ୍ୱରସ୍ୟାସ୍ମାକଂ ପ୍ରତ୍ୟାଶାଭୂମେଃ ପ୍ରଭୋ ର୍ୟୀଶୁଖ୍ରୀଷ୍ଟସ୍ୟ ଚାଜ୍ଞାନୁସାରତୋ ଯୀଶୁଖ୍ରୀଷ୍ଟସ୍ୟ ପ୍ରେରିତଃ ପୌଲଃ ସ୍ୱକୀଯଂ ସତ୍ୟଂ ଧର୍ମ୍ମପୁତ୍ରଂ ତୀମଥିଯଂ ପ୍ରତି ପତ୍ରଂ ଲିଖତି|
2 ବିଶ୍ୱାସରେ ଆପଣା ପୁତ୍ର ତୀମଥିଙ୍କୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।
ଅସ୍ମାକଂ ତାତ ଈଶ୍ୱରୋଽସ୍ମାକଂ ପ୍ରଭୁ ର୍ୟୀଶୁଖ୍ରୀଷ୍ଟଶ୍ଚ ତ୍ୱଯି ଅନୁଗ୍ରହଂ ଦଯାଂ ଶାନ୍ତିଞ୍ଚ କୁର୍ୟ୍ୟାସ୍ତାଂ|
3 ମୁଁ ମାକିଦନିଆକୁ ଯିବା ସମୟରେ ତୁମ୍ଭକୁ ଯେପ୍ରକାର ଅନୁରୋଧ କରିଥିଲି, ସେହିପରି ତୁମ୍ଭେ ଏଫିସରେ ରହି କେତେକ ଲୋକ ଯେପରି ଭିନ୍ନ ଶିକ୍ଷା ନ ଦିଅନ୍ତି
ମାକିଦନିଯାଦେଶେ ମମ ଗମନକାଲେ ତ୍ୱମ୍ ଇଫିଷନଗରେ ତିଷ୍ଠନ୍ ଇତରଶିକ୍ଷା ନ ଗ୍ରହୀତୱ୍ୟା, ଅନନ୍ତେଷୂପାଖ୍ୟାନେଷୁ ୱଂଶାୱଲିଷୁ ଚ ଯୁଷ୍ମାଭି ର୍ମନୋ ନ ନିୱେଶିତୱ୍ୟମ୍
4 କି କଳ୍ପିତ ଗଳ୍ପ ଓ ଅଶେଷ ବଂଶାବଳୀରେ ମନୋଯୋଗ ନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; ସେହିସବୁ ତ ବିଶ୍ୱାସ ସମ୍ବନ୍ଧୀୟ ଈଶ୍ବରଙ୍କ କାର୍ଯ୍ୟର ଉପକାରୀ ନ ହୋଇ ବରଂ ଯୁକ୍ତିତର୍କ ସୃଷ୍ଟି କରେ।
ଇତି କାଂଶ୍ଚିତ୍ ଲୋକାନ୍ ଯଦ୍ ଉପଦିଶେରେତତ୍ ମଯାଦିଷ୍ଟୋଽଭୱଃ, ଯତଃ ସର୍ୱ୍ୱୈରେତୈ ର୍ୱିଶ୍ୱାସଯୁକ୍ତେଶ୍ୱରୀଯନିଷ୍ଠା ନ ଜାଯତେ କିନ୍ତୁ ୱିୱାଦୋ ଜାଯତେ|
5 କିନ୍ତୁ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ୱାସରୁ ଜାତ ଯେଉଁ ପ୍ରେମ,
ଉପଦେଶସ୍ୟ ତ୍ୱଭିପ୍ରେତଂ ଫଲଂ ନିର୍ମ୍ମଲାନ୍ତଃକରଣେନ ସତ୍ସଂୱେଦେନ ନିଷ୍କପଟୱିଶ୍ୱାସେନ ଚ ଯୁକ୍ତଂ ପ୍ରେମ|
6 ତାହା ଧର୍ମ ଶିକ୍ଷାର ଉଦ୍ଦେଶ୍ୟ ଅଟେ; କେହି କେହି ଏସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇଅଛନ୍ତି;
କେଚିତ୍ ଜନାଶ୍ଚ ସର୍ୱ୍ୱାଣ୍ୟେତାନି ୱିହାଯ ନିରର୍ଥକକଥାନାମ୍ ଅନୁଗମନେନ ୱିପଥଗାମିନୋଽଭୱନ୍,
7 ସେମାନେ ମୋଶାଙ୍କ ବ୍ୟବସ୍ଥାର ଶିକ୍ଷକ ହେବାକୁ ଇଚ୍ଛା କରନ୍ତି, ମାତ୍ର ଯାହା କହନ୍ତି, କି କେଉଁ ବିଷୟରେ ଦୃଢ଼ ଶିକ୍ଷା ଦିଅନ୍ତି, ତାହା ନିଜେ ବୁଝନ୍ତି ନାହିଁ।
ଯଦ୍ ଭାଷନ୍ତେ ଯଚ୍ଚ ନିଶ୍ଚିନ୍ୱନ୍ତି ତନ୍ନ ବୁଧ୍ୟମାନା ୱ୍ୟୱସ୍ଥୋପଦେଷ୍ଟାରୋ ଭୱିତୁମ୍ ଇଚ୍ଛନ୍ତି|
8 କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା,
ସା ୱ୍ୟୱସ୍ଥା ଯଦି ଯୋଗ୍ୟରୂପେଣ ଗୃହ୍ୟତେ ତର୍ହ୍ୟୁତ୍ତମା ଭୱତୀତି ୱଯଂ ଜାନୀମଃ|
9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟ-ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି,
ଅପରଂ ସା ୱ୍ୟୱସ୍ଥା ଧାର୍ମ୍ମିକସ୍ୟ ୱିରୁଦ୍ଧା ନ ଭୱତି କିନ୍ତ୍ୱଧାର୍ମ୍ମିକୋ ଽୱାଧ୍ୟୋ ଦୁଷ୍ଟଃ ପାପିଷ୍ଠୋ ଽପୱିତ୍ରୋ ଽଶୁଚିଃ ପିତୃହନ୍ତା ମାତୃହନ୍ତା ନରହନ୍ତା
10 ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ;
ୱେଶ୍ୟାଗାମୀ ପୁଂମୈଥୁନୀ ମନୁଷ୍ୟୱିକ୍ରେତା ମିଥ୍ୟାୱାଦୀ ମିଥ୍ୟାଶପଥକାରୀ ଚ ସର୍ୱ୍ୱେଷାମେତେଷାଂ ୱିରୁଦ୍ଧା,
11 ଏହା ତ ମୋ ନିକଟରେ ସମର୍ପିତ ପରମଧନ୍ୟ ଈଶ୍ବରଙ୍କ ଗୌରବମୟ ସୁସମାଚାରର ଶିକ୍ଷା ଅନୁଯାୟୀ ଅଟେ।
ତଥା ସଚ୍ଚିଦାନନ୍ଦେଶ୍ୱରସ୍ୟ ଯୋ ୱିଭୱଯୁକ୍ତଃ ସୁସଂୱାଦୋ ମଯି ସମର୍ପିତସ୍ତଦନୁଯାଯିହିତୋପଦେଶସ୍ୟ ୱିପରୀତଂ ଯତ୍ କିଞ୍ଚିଦ୍ ଭୱତି ତଦ୍ୱିରୁଦ୍ଧା ସା ୱ୍ୟୱସ୍ଥେତି ତଦ୍ଗ୍ରାହିଣା ଜ୍ଞାତୱ୍ୟଂ|
12 ଆମ୍ଭମାନଙ୍କର ଯେଉଁ ପ୍ରଭୁ ଖ୍ରୀଷ୍ଟ ଯୀଶୁ ମୋତେ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ମୁଁ ଧନ୍ୟବାଦ ଦେଉଅଛି ଯେ, ସେ ମୋତେ ବିଶ୍ୱସ୍ତ ମନେ କରି ସେବକ ପଦରେ ନିଯୁକ୍ତ କରିଅଛନ୍ତି,
ମହ୍ୟଂ ଶକ୍ତିଦାତା ଯୋଽସ୍ମାକଂ ପ୍ରଭୁଃ ଖ୍ରୀଷ୍ଟଯୀଶୁସ୍ତମହଂ ଧନ୍ୟଂ ୱଦାମି|
13 ଯଦ୍ୟପି ମୁଁ ପୂର୍ବେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି; କିନ୍ତୁ ମୁଁ ଅବିଶ୍ୱାସ ହେତୁ ଅଜ୍ଞାନ ପଣରେ ତାହା କରିଥିଲି ବୋଲି ଦୟା ପାଇଲି;
ଯତଃ ପୁରା ନିନ୍ଦକ ଉପଦ୍ରାୱୀ ହିଂସକଶ୍ଚ ଭୂତ୍ୱାପ୍ୟହଂ ତେନ ୱିଶ୍ୱାସ୍ୟୋ ଽମନ୍ୟେ ପରିଚାରକତ୍ୱେ ନ୍ୟଯୁଜ୍ୟେ ଚ| ତଦ୍ ଅୱିଶ୍ୱାସାଚରଣମ୍ ଅଜ୍ଞାନେନ ମଯା କୃତମିତି ହେତୋରହଂ ତେନାନୁକମ୍ପିତୋଽଭୱଂ|
14 ଆଉ, ଆମ୍ଭମାନଙ୍କ ପ୍ରଭୁଙ୍କ ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ବିଶ୍ୱାସ ଓ ପ୍ରେମ ସହକାରେ ମୋ ପ୍ରତି ଅତି ପ୍ରଚୁର ହେଲା।
ଅପରଂ ଖ୍ରୀଷ୍ଟେ ଯୀଶୌ ୱିଶ୍ୱାସପ୍ରେମଭ୍ୟାଂ ସହିତୋଽସ୍ମତ୍ପ୍ରଭୋରନୁଗ୍ରହୋ ଽତୀୱ ପ୍ରଚୁରୋଽଭତ୍|
15 ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ; ଏହି ବାକ୍ୟ ବିଶ୍ୱାସଯୋଗ୍ୟ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ; ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ।
ପାପିନଃ ପରିତ୍ରାତୁଂ ଖ୍ରୀଷ୍ଟୋ ଯୀଶୁ ର୍ଜଗତି ସମୱତୀର୍ଣୋଽଭୱତ୍, ଏଷା କଥା ୱିଶ୍ୱାସନୀଯା ସର୍ୱ୍ୱୈ ଗ୍ରହଣୀଯା ଚ|
16 ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋʼଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥିନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି। (aiōnios g166)
ତେଷାଂ ପାପିନାଂ ମଧ୍ୟେଽହଂ ପ୍ରଥମ ଆସଂ କିନ୍ତୁ ଯେ ମାନୱା ଅନନ୍ତଜୀୱନପ୍ରାପ୍ତ୍ୟର୍ଥଂ ତସ୍ମିନ୍ ୱିଶ୍ୱସିଷ୍ୟନ୍ତି ତେଷାଂ ଦୃଷ୍ଟାନ୍ତେ ମଯି ପ୍ରଥମେ ଯୀଶୁନା ଖ୍ରୀଷ୍ଟେନ ସ୍ୱକୀଯା କୃତ୍ସ୍ନା ଚିରସହିଷ୍ଣୁତା ଯତ୍ ପ୍ରକାଶ୍ୟତେ ତଦର୍ଥମେୱାହମ୍ ଅନୁକମ୍ପାଂ ପ୍ରାପ୍ତୱାନ୍| (aiōnios g166)
17 ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ବର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ। ଆମେନ୍‍। (aiōn g165)
ଅନାଦିରକ୍ଷଯୋଽଦୃଶ୍ୟୋ ରାଜା ଯୋଽଦ୍ୱିତୀଯଃ ସର୍ୱ୍ୱଜ୍ଞ ଈଶ୍ୱରସ୍ତସ୍ୟ ଗୌରୱଂ ମହିମା ଚାନନ୍ତକାଲଂ ଯାୱଦ୍ ଭୂଯାତ୍| ଆମେନ୍| (aiōn g165)
18 ହେ ବତ୍ସ ତୀମଥି, ତୁମ୍ଭ ବିଷୟରେ ପୂର୍ବରେ ଏହି ସମସ୍ତ ଭାବବାଣୀ ଅନୁସାରେ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି, ଯେପରି ତୁମ୍ଭେ ସେହି ସମସ୍ତ ଭାବବାଣୀ ସାହାଯ୍ୟରେ ଉତ୍ତମ ଯୁଦ୍ଧ କରିପାର;
ହେ ପୁତ୍ର ତୀମଥିଯ ତ୍ୱଯି ଯାନି ଭୱିଷ୍ୟଦ୍ୱାକ୍ୟାନି ପୁରା କଥିତାନି ତଦନୁସାରାଦ୍ ଅହମ୍ ଏନମାଦେଶଂ ତ୍ୱଯି ସମର୍ପଯାମି, ତସ୍ୟାଭିପ୍ରାଯୋଽଯଂ ଯତ୍ତ୍ୱଂ ତୈ ର୍ୱାକ୍ୟୈରୁତ୍ତମଯୁଦ୍ଧଂ କରୋଷି
19 ବିଶ୍ୱାସ ଓ ଶୁଚି ବିବେକ ଧରି ରଖ; ତାହା ପରିତ୍ୟାଗ କରିବାରୁ କେତେକଙ୍କର ବିଶ୍ୱାସରୂପ ଜାହାଜ ଭାଙ୍ଗି ଯାଇଅଛି,
ୱିଶ୍ୱାସଂ ସତ୍ସଂୱେଦଞ୍ଚ ଧାରଯସି ଚ| ଅନଯୋଃ ପରିତ୍ୟାଗାତ୍ କେଷାଞ୍ଚିଦ୍ ୱିଶ୍ୱାସତରୀ ଭଗ୍ନାଭୱତ୍|
20 ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‌ଜାଣ୍ଡର ଅନ୍ୟତମ; ଏମାନେ ଯେପରି ଶାସନ ପାଇ ଈଶ୍ବର ନିନ୍ଦା ନ କରନ୍ତି, ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି।
ହୁମିନାଯସିକନ୍ଦରୌ ତେଷାଂ ଯୌ ଦ୍ୱୌ ଜନୌ, ତୌ ଯଦ୍ ଧର୍ମ୍ମନିନ୍ଦାଂ ପୁନ ର୍ନ କର୍ତ୍ତୁଂ ଶିକ୍ଷେତେ ତଦର୍ଥଂ ମଯା ଶଯତାନସ୍ୟ କରେ ସମର୍ପିତୌ|

< ୧ ତୀମଥି 1 >