< ୧ ଥେସଲନୀକୀୟ 1 1 >

1 ପାଉଲ, ସିଲ୍ୱାନ ଓ ତୀମଥି, ପିତା ଈଶ୍ବର ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀ ସହରରେ ଥିବା ମଣ୍ଡଳୀ ନିକଟକୁ ପତ୍ର; ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ପୌଲଃ ସିଲ୍ୱାନସ୍ତୀମଥିଯଶ୍ଚ ପିତୁରୀଶ୍ୱରସ୍ୟ ପ୍ରଭୋ ର୍ୟୀଶୁଖ୍ରୀଷ୍ଟସ୍ୟ ଚାଶ୍ରଯଂ ପ୍ରାପ୍ତା ଥିଷଲନୀକୀଯସମିତିଂ ପ୍ରତି ପତ୍ରଂ ଲିଖନ୍ତି| ଅସ୍ମାକଂ ତାତ ଈଶ୍ୱରଃ ପ୍ରଭୁ ର୍ୟୀଶୁଖ୍ରୀଷ୍ଟଶ୍ଚ ଯୁଷ୍ମାନ୍ ପ୍ରତ୍ୟନୁଗ୍ରହଂ ଶାନ୍ତିଞ୍ଚ କ୍ରିଯାସ୍ତାଂ|
2 ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ଆମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମ୍ଭମାନଙ୍କ ଭରସାର ଧୈର୍ଯ୍ୟ ବିଷୟ ନିରନ୍ତର ସ୍ମରଣ କରି,
ୱଯଂ ସର୍ୱ୍ୱେଷାଂ ଯୁଷ୍ମାକଂ କୃତେ ଈଶ୍ୱରଂ ଧନ୍ୟଂ ୱଦାମଃ ପ୍ରାର୍ଥନାସମଯେ ଯୁଷ୍ମାକଂ ନାମୋଚ୍ଚାରଯାମଃ,
3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛୁ;
ଅସ୍ମାକଂ ତାତସ୍ୟେଶ୍ୱରସ୍ୟ ସାକ୍ଷାତ୍ ପ୍ରଭୌ ଯୀଶୁଖ୍ରୀଷ୍ଟେ ଯୁଷ୍ମାକଂ ୱିଶ୍ୱାସେନ ଯତ୍ କାର୍ୟ୍ୟଂ ପ୍ରେମ୍ନା ଯଃ ପରିଶ୍ରମଃ ପ୍ରତ୍ୟାଶଯା ଚ ଯା ତିତିକ୍ଷା ଜାଯତେ
4 କାରଣ ହେ ଈଶ୍ବରଙ୍କ ପ୍ରିୟ ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ,
ତତ୍ ସର୍ୱ୍ୱଂ ନିରନ୍ତରଂ ସ୍ମରାମଶ୍ଚ| ହେ ପିଯଭ୍ରାତରଃ, ଯୂଯମ୍ ଈଶ୍ୱରେଣାଭିରୁଚିତା ଲୋକା ଇତି ୱଯଂ ଜାନୀମଃ|
5 ଯେଣୁ ଆମ୍ଭମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଥିଲା ଓ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ତୁମ୍ଭମାନଙ୍କ ସହିତ ଆମ୍ଭେମାନେ କି ପ୍ରକାର ବ୍ୟବହାର କରିଥିଲୁ, ତାହା ତ ତୁମ୍ଭେମାନେ ଜାଣ।
ଯତୋଽସ୍ମାକଂ ସୁସଂୱାଦଃ କେୱଲଶବ୍ଦେନ ଯୁଷ୍ମାନ୍ ନ ପ୍ରୱିଶ୍ୟ ଶକ୍ତ୍ୟା ପୱିତ୍ରେଣାତ୍ମନା ମହୋତ୍ସାହେନ ଚ ଯୁଷ୍ମାନ୍ ପ୍ରାୱିଶତ୍| ୱଯନ୍ତୁ ଯୁଷ୍ମାକଂ କୃତେ ଯୁଷ୍ମନ୍ମଧ୍ୟେ କୀଦୃଶା ଅଭୱାମ ତଦ୍ ଯୁଷ୍ମାଭି ର୍ଜ୍ଞାଯତେ|
6 ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,
ଯୂଯମପି ବହୁକ୍ଲେଶଭୋଗେନ ପୱିତ୍ରେଣାତ୍ମନା ଦତ୍ତେନାନନ୍ଦେନ ଚ ୱାକ୍ୟଂ ଗୃହୀତ୍ୱାସ୍ମାକଂ ପ୍ରଭୋଶ୍ଚାନୁଗାମିନୋଽଭୱତ|
7 ଯେପରିକି ତୁମ୍ଭେମାନେ ମାକିଦନିଆ ଓ ଆଖାୟା ନିବାସୀ ସମସ୍ତ ବିଶ୍ୱାସୀଙ୍କ ପ୍ରତି ଆଦର୍ଶ ସ୍ୱରୂପ ହୋଇଥିଲ।
ତେନ ମାକିଦନିଯାଖାଯାଦେଶଯୋ ର୍ୟାୱନ୍ତୋ ୱିଶ୍ୱାସିନୋ ଲୋକାଃ ସନ୍ତି ଯୂଯଂ ତେଷାଂ ସର୍ୱ୍ୱେଷାଂ ନିଦର୍ଶନସ୍ୱରୂପା ଜାତାଃ|
8 କାରଣ ତୁମ୍ଭମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ପ୍ରଚାରିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ।
ଯତୋ ଯୁଷ୍ମତ୍ତଃ ପ୍ରତିନାଦିତଯା ପ୍ରଭୋ ର୍ୱାଣ୍ୟା ମାକିଦନିଯାଖାଯାଦେଶୌ ୱ୍ୟାପ୍ତୌ କେୱଲମେତନ୍ନହି କିନ୍ତ୍ୱୀଶ୍ୱରେ ଯୁଷ୍ମାକଂ ଯୋ ୱିଶ୍ୱାସସ୍ତସ୍ୟ ୱାର୍ତ୍ତା ସର୍ୱ୍ୱତ୍ରାଶ୍ରାୱି, ତସ୍ମାତ୍ ତତ୍ର ୱାକ୍ୟକଥନମ୍ ଅସ୍ମାକଂ ନିଷ୍ପ୍ରଯୋଜନଂ|
9 ଯେଣୁ ଲୋକମାନେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କଅଣ ଘଟିଥିଲା ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ବରଙ୍କର ସେବା କରିବା ନିମନ୍ତେ,
ଯତୋ ଯୁଷ୍ମନ୍ମଧ୍ୟେ ୱଯଂ କୀଦୃଶଂ ପ୍ରୱେଶଂ ପ୍ରାପ୍ତା ଯୂଯଞ୍ଚ କଥଂ ପ୍ରତିମା ୱିହାଯେଶ୍ୱରଂ ପ୍ରତ୍ୟାୱର୍ତ୍ତଧ୍ୱମ୍ ଅମରଂ ସତ୍ୟମୀଶ୍ୱରଂ ସେୱିତୁଂ
10 ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କ ସେହି ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ନିମନ୍ତେ ଈଶ୍ଵରଙ୍କ ପ୍ରତି ଫେରିଲ।
ମୃତଗଣମଧ୍ୟାଚ୍ଚ ତେନୋତ୍ଥାପିତସ୍ୟ ପୁତ୍ରସ୍ୟାର୍ଥତ ଆଗାମିକ୍ରୋଧାଦ୍ ଅସ୍ମାକଂ ନିସ୍ତାରଯିତୁ ର୍ୟୀଶୋଃ ସ୍ୱର୍ଗାଦ୍ ଆଗମନଂ ପ୍ରତୀକ୍ଷିତୁମ୍ ଆରଭଧ୍ୱମ୍ ଏତତ୍ ସର୍ୱ୍ୱଂ ତେ ଲୋକାଃ ସ୍ୱଯମ୍ ଅସ୍ମାନ୍ ଜ୍ଞାପଯନ୍ତି|

< ୧ ଥେସଲନୀକୀୟ 1 1 >