< ପ୍ରଥମ ଶାମୁୟେଲ 8 >

1 ଏଥିଉତ୍ତାରେ ଶାମୁୟେଲ ବୃଦ୍ଧ ହୁଅନ୍ତେ, ଆପଣା ପୁତ୍ରମାନଙ୍କୁ ଇସ୍ରାଏଲ ଉପରେ ବିଚାରକର୍ତ୍ତା କଲେ।
Nígbà tí Samuẹli di arúgbó, ó yan àwọn ọmọ rẹ̀ gẹ́gẹ́ bí adájọ́ fún Israẹli.
2 ତାଙ୍କର ଜ୍ୟେଷ୍ଠ ପୁତ୍ରର ନାମ ଯୋୟେଲ ଓ ଦ୍ୱିତୀୟର ନାମ ଅବୀୟ; ଏମାନେ ବେର୍‍ଶେବାରେ ବିଚାରକର୍ତ୍ତା ଥିଲେ।
Orúkọ àkọ́bí rẹ̀ a máa jẹ́ Joẹli àti orúkọ èkejì a máa jẹ́ Abijah, wọ́n ṣe ìdájọ́ ní Beerṣeba.
3 ମାତ୍ର ତାଙ୍କର ପୁତ୍ରମାନେ ତାଙ୍କର ପଥରେ ନ ଚାଲି ଅନ୍ୟାୟ ଲାଭର ଅନୁଗାମୀ ହେଲେ ଓ ଲାଞ୍ଚ ନେଇ ବିଚାର ବିପରୀତ କଲେ।
Ṣùgbọ́n àwọn ọmọ rẹ̀, kò rìn ní ọ̀nà rẹ̀. Wọ́n yípadà sí èrè àìṣòótọ́, wọ́n gba àbẹ̀tẹ́lẹ̀, wọ́n sì ń yí ìdájọ́ po.
4 ତହିଁରେ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଏକତ୍ର ହୋଇ ରାମାରେ ଶାମୁୟେଲଙ୍କ ନିକଟକୁ ଆସିଲେ;
Bẹ́ẹ̀ ni, gbogbo àwọn àgbàgbà ti Israẹli péjọpọ̀, wọ́n sì wá sọ́dọ̀ Samuẹli ní Rama.
5 ପୁଣି, ସେମାନେ ତାଙ୍କୁ କହିଲେ, “ଦେଖ, ତୁମ୍ଭେ ବୃଦ୍ଧ ହେଲ, ପୁଣି, ତୁମ୍ଭର ପୁତ୍ରମାନେ ତୁମ୍ଭ ପଥରେ ଚାଲୁ ନାହାନ୍ତି; ଏହେତୁ ଅନ୍ୟ ସକଳ ଦେଶୀୟମାନଙ୍କ ପରି ଆମ୍ଭମାନଙ୍କର ବିଚାର କରିବାକୁ ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ରାଜା ନିଯୁକ୍ତ କର।”
Wọ́n wí fún un pé, “Ìwọ ti di arúgbó, àwọn ọmọ rẹ kò sì rìn ní ọ̀nà rẹ, nísinsin yìí, yan ọba fún wa kí ó lè máa darí wa gẹ́gẹ́ bí i tí gbogbo orílẹ̀-èdè.”
6 ମାତ୍ର ଆମ୍ଭମାନଙ୍କର ବିଚାର କରିବା ପାଇଁ ଆମ୍ଭମାନଙ୍କୁ ଏକ ରାଜା ଦିଅ, ସେମାନେ ଏହି କଥା କହିବା ବେଳେ ଶାମୁୟେଲଙ୍କର ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା। ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
Ṣùgbọ́n nígbà tí wọ́n wí pé, “Fún wa ní ọba tí yóò darí wa,” èyí kò tẹ́ Samuẹli lọ́rùn, ó sì gbàdúrà sí Olúwa.
7 ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହି ସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି।
Olúwa sì sọ fún Samuẹli pé, “Gbọ́ ohùn àwọn ènìyàn náà, ní gbogbo èyí tí wọ́n sọ fún ọ; nítorí kì í ṣe ìwọ ni wọ́n kọ̀, ṣùgbọ́n èmi ni wọ́n kọ̀ gẹ́gẹ́ bí ọba lórí wọn.
8 ଆମ୍ଭେ ସେମାନଙ୍କୁ ମିସରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ ସେମାନେ ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବଗଣର ସେବା କରି ଯେସମସ୍ତ କର୍ମ କରିଅଛନ୍ତି, ତଦନୁସାରେ ସେମାନେ ତୁମ୍ଭ ପ୍ରତି ମଧ୍ୟ କରୁଅଛନ୍ତି।
Gẹ́gẹ́ bí wọ́n ti ṣe ní ọjọ́ tí mo mú wọn jáde wá láti Ejibiti títí di ọjọ́ òní, wọ́n kọ̀ mí sílẹ̀, wọ́n sì ń sin ọlọ́run mìíràn, bẹ́ẹ̀ ni wọ́n ń ṣe sí ọ.
9 ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ୱ କରିବେ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ।”
Nísinsin yìí, gbọ́ tiwọn; ṣùgbọ́n kìlọ̀ fún wọn dáradára, kí o sì jẹ́ kí wọ́n mọ irú ohun tí ọba tí yóò jẹ́ lórí wọn yóò ṣe.”
10 ଏଉତ୍ତାରେ ଯେଉଁମାନେ ଶାମୁୟେଲଙ୍କୁ ରାଜା ମାଗିଥିଲେ, ସେହି ଲୋକମାନଙ୍କୁ ସେ ସଦାପ୍ରଭୁଙ୍କର ସମସ୍ତ କଥା ଜଣାଇଲେ।
Samuẹli sọ gbogbo ọ̀rọ̀ Olúwa sí àwọn ọmọ ènìyàn tí ó ń béèrè fún ọba lọ́wọ́ rẹ̀.
11 ଆହୁରି ସେ କହିଲେ, “ତୁମ୍ଭମାନଙ୍କ ଉପରେ ଯେ ରାଜତ୍ୱ କରିବ, ସେହି ରାଜାର ଏହି ପ୍ରକାର ବିଧି ହେବ; ସେ ତୁମ୍ଭମାନଙ୍କର ପୁତ୍ରଗଣକୁ ନେଇ ଆପଣା ରଥ ନିମନ୍ତେ ଓ ଆପଣାର ଅଶ୍ୱାରୋହୀ ହେବା ନିମନ୍ତେ ନିଯୁକ୍ତ କରିବ ଓ ସେମାନେ ତାହାର ରଥ ଆଗେ ଆଗେ ଦୌଡ଼ିବେ।
Ó wí pé, “Èyí ni ohun tí ọba tí yóò jẹ lórí yín yóò ṣe. Yóò kó àwọn ọmọkùnrin yín, yóò sì mú wọn ṣiṣẹ́ pẹ̀lú àwọn kẹ̀kẹ́ ogun rẹ̀ àti fún ẹlẹ́ṣin rẹ, wọn yóò sì máa sáré níwájú kẹ̀kẹ́ rẹ̀.
12 ପୁଣି, ସେ ସେମାନଙ୍କୁ ଆପଣାର ସହସ୍ରପତି ଓ ପଚାଶପତି କରି ନିଯୁକ୍ତ କରିବ ଓ ସେ ଆପଣା ଭୂମି ଚାଷ କରିବାକୁ ଓ ଆପଣା ଶସ୍ୟ କାଟିବାକୁ ଓ ଆପଣା ଯୁଦ୍ଧାସ୍ତ୍ର ଓ ଆପଣା ରଥସଜ୍ଜା ନିର୍ମାଣ କରିବାକୁ ସେମାନଙ୍କୁ କାହାକୁ କାହାକୁ ନିଯୁକ୍ତ କରିବ।
Yóò yan díẹ̀ láti jẹ́ olórí ẹgbẹẹgbẹ̀rún àti olórí àádọ́ta àti àwọn mìíràn. Yóò yan wọ́n láti máa tulẹ̀ oko rẹ̀ àti láti máa kórè rẹ̀ àti àwọn mìíràn láti máa ṣe ohun èlò ogun àti ohun èlò kẹ̀kẹ́ ogun rẹ̀.
13 ଆଉ ସେ ତୁମ୍ଭମାନଙ୍କ କନ୍ୟାଗଣକୁ ନେଇ ଗନ୍ଧଦ୍ରବ୍ୟ ପ୍ରସ୍ତୁତକାରିଣୀ ଓ ପାଚିକା ଓ ସୂପକାରିଣୀ କରିବ।
Yóò mú àwọn ọmọbìnrin yín láti máa ṣe olùṣe ìkunra olóòórùn dídùn àti láti máa ṣe àsè àti láti máa ṣe àkàrà.
14 ଆହୁରି ସେ ତୁମ୍ଭମାନଙ୍କ ଶସ୍ୟକ୍ଷେତ୍ର ଓ ତୁମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ଓ ତୁମ୍ଭମାନଙ୍କ ଜୀତକ୍ଷେତ୍ର ମଧ୍ୟରୁ ସର୍ବୋତ୍ତମ କ୍ଷେତ୍ରସବୁ ନେଇ ଆପଣା ଦାସମାନଙ୍କୁ ଦେବ।
Yóò mú èyí tí ó dára jù nínú oko yín, àti nínú ọgbà àjàrà yín àti nínú igi olifi yín, yóò sì fi wọ́n fún àwọn ọmọ ọ̀dọ̀ rẹ̀.
15 ପୁଣି, ସେ ତୁମ୍ଭମାନଙ୍କ ବିହନର ଓ ତୁମ୍ଭମାନଙ୍କ ଦ୍ରାକ୍ଷାର ଦଶମାଂଶ ନେଇ ଆପଣାର ଗୃହାଧ୍ୟକ୍ଷ ଓ ଦାସମାନଙ୍କୁ ଦେବ।
Yóò mú ìdásímẹ́wàá hóró ọkà yín àti àká èso àjàrà yín, yóò sì fi fún àwọn oníṣẹ́ àti ọmọ ọ̀dọ̀ rẹ̀.
16 ଆଉ ସେ ତୁମ୍ଭମାନଙ୍କ ଦାସମାନଙ୍କୁ ଓ ତୁମ୍ଭମାନଙ୍କ ଦାସୀମାନଙ୍କୁ ଓ ତୁମ୍ଭମାନଙ୍କ ସର୍ବୋତ୍ତମ ଯୁବା ପୁରୁଷମାନଙ୍କୁ ଓ ତୁମ୍ଭମାନଙ୍କ ଗର୍ଦ୍ଦଭ ସକଳ ନେଇ ଆପଣା କାର୍ଯ୍ୟରେ ଲଗାଇବ।
Àwọn ìránṣẹ́kùnrin àti ìránṣẹ́bìnrin yín àti èyí tí ó dára jù nínú ẹran ọ̀sìn àti àwọn kẹ́tẹ́kẹ́tẹ́ yín ni yóò mú fún ìlò ti ara rẹ̀.
17 ସେ ତୁମ୍ଭମାନଙ୍କ ମେଷପଲର ଦଶମାଂଶ ନେବ ଓ ତୁମ୍ଭେମାନେ ତାହାର ଦାସ ହେବ।
Yóò sì mú ìdámẹ́wàá nínú àwọn agbo ẹran yín, yóò sì máa ṣe ẹrú u rẹ̀.
18 ପୁଣି, ସେସମୟରେ ତୁମ୍ଭେମାନେ ଆପଣା ମନୋନୀତ ରାଜା ସକାଶୁ କ୍ରନ୍ଦନ କରିବ; ମାତ୍ର ସେସମୟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଉତ୍ତର ଦେବେ ନାହିଁ।”
Tí ọjọ́ náà bá dé, ẹ̀yin yóò kígbe fún ìrànlọ́wọ́ láti ọ̀dọ̀ ọba tí ẹ̀yin ti yàn. Olúwa kò sì ní dá a yín lóhùn ní ọjọ́ náà.”
19 ତଥାପି ଲୋକମାନେ ଶାମୁୟେଲଙ୍କର ରବ ଶୁଣିବାକୁ ନାସ୍ତି କଲେ; ଆଉ ସେମାନେ କହିଲେ, “ନା; ଆମ୍ଭମାନଙ୍କ ଉପରେ ଜଣେ ରାଜା ହେଉନ୍ତୁ;
Ṣùgbọ́n àwọn ènìyàn náà kọ̀ láti tẹ́tí sí Samuẹli wọ́n wí pé, “Rárá! A bí ìwọ fẹ́ jẹ́ ọba lórí i wa?
20 ତହିଁରେ ଆମ୍ଭେମାନେ ମଧ୍ୟ ଅନ୍ୟସବୁ ଦେଶୀୟଙ୍କ ପରି ହେବା; ଆମ୍ଭମାନଙ୍କ ରାଜା ଆମ୍ଭମାନଙ୍କୁ ବିଚାର କରିବେ ଓ ଆମ୍ଭମାନଙ୍କ ଅଗ୍ରସର ହୋଇ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ।”
Nígbà náà àwa yóò dàbí gbogbo àwọn orílẹ̀-èdè mìíràn, pẹ̀lú ọba láti darí i wa àti láti jáde lọ níwájú wa láti ja ogun wa.”
21 ଏଥିରେ ଶାମୁୟେଲ ଲୋକମାନଙ୍କର ସମସ୍ତ କଥା ଶୁଣି ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ତାହା କହିଲେ।
Nígbà tí Samuẹli gbọ́ gbogbo ohun tí àwọn ènìyàn sọ, ó tún tún un sọ níwájú Olúwa.
22 ତହୁଁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ସେମାନଙ୍କ ରବ ଶୁଣ ଓ ସେମାନଙ୍କ ପାଇଁ ଜଣେ ରାଜା ସ୍ଥିର କର।” ଏଉତ୍ତାରେ ଶାମୁୟେଲ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ନଗରକୁ ଯାଅ।”
Olúwa dáhùn pé, “Tẹ́tí sí wọn, kí o sì yan ọba fún wọn.” Nígbà náà, Samuẹli sọ fún àwọn ọkùnrin Israẹli pé, “Kí olúkúlùkù padà sí ìlú u rẹ̀.”

< ପ୍ରଥମ ଶାମୁୟେଲ 8 >