< ପ୍ରଥମ ଶାମୁୟେଲ 6 >

1 ସଦାପ୍ରଭୁଙ୍କ ସିନ୍ଦୁକ ପଲେଷ୍ଟୀୟମାନଙ୍କ ଦେଶରେ ସାତ ମାସ ରହିଲା।
Basi sanduku la BWANA lilikaa katika nchi ya Wafilisti kwa miezi saba.
2 ଏଥିରେ ପଲେଷ୍ଟୀୟମାନେ ଯାଜକମାନଙ୍କୁ ଓ ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ ବିଷୟରେ ଆମ୍ଭେମାନେ କଅଣ କରିବା, କି ଦେଇ ଆମ୍ଭେମାନେ ତାହା ସ୍ୱ ସ୍ଥାନକୁ ପଠାଇବା? ଏହା ଆମ୍ଭମାନଙ୍କୁ ଜଣାଅ।”
Ndipo Wafilisti wakawaita makuhani na waganga; wakawaambia, “Tulifanyie nini sanduku la BWANA? Twambieni jinsi ambavyo tunapaswa kulirudisha sanduku katika nchi yake.”
3 ତହିଁରେ ସେମାନେ କହିଲେ, “ଯେବେ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ପଠାଇଦେବ, ତେବେ ତାହା ରିକ୍ତ ପଠାଅ ନାହିଁ; ମାତ୍ର କୌଣସିମତେ ହେଲେ ଗୋଟିଏ ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଅ; ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ତୁମ୍ଭମାନଙ୍କଠାରୁ ତାହାଙ୍କ ହସ୍ତ କାହିଁକି ଘୁଞ୍ଚା ଯାଉ ନାହିଁ, ଏହା ତୁମ୍ଭମାନଙ୍କୁ ଜଣାଯିବ।”
Makuhani na waganga wakasema, “Kama mtalirudisha sanduku la Mungu wa Israeli, msilipeleke bila zawadi; kwa namna yoyote ile mpelekeeni sadakaa ya hatia. Hapo ndipo mtapona, na mtajua ni kwanini mkono wake hadi sasa haujaondoka juu yenu.”
4 ତହୁଁ ସେମାନେ ପଚାରିଲେ, “ଆମ୍ଭେମାନେ କି ପ୍ରକାର ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଇବା?” ଏଥିରେ ସେମାନେ କହିଲେ, “ପଲେଷ୍ଟୀୟମାନଙ୍କ ଅଧିପତିଗଣର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ପାଞ୍ଚ ଅର୍ଶ ଓ ସ୍ୱର୍ଣ୍ଣମୟ ପାଞ୍ଚ ମୂଷିକ, କାରଣ ତୁମ୍ଭ ସମସ୍ତଙ୍କୁ ଓ ତୁମ୍ଭମାନଙ୍କ ଅଧିପତିଗଣଙ୍କୁ ଏକରୂପ ମହାମାରୀ ଘଟିଥିଲା।
Ndipo wakawauliza, “Sadaka ya hatia itakuwa nini kwamba tunampelekea?” Wakawajibu, “Majipu matano ya dhahabu na panya watano wa dhahabu, Idadi hiyo ya watano ni sawa na idadi ya viongozi wa Wafilisti. Kwa sababu tauni ya aina moja iliwashambulia ninyi na viongozi wenu.
5 ଏନିମନ୍ତେ ତୁମ୍ଭେମାନେ ଆପଣାମାନଙ୍କ ଅର୍ଶ-ପ୍ରତିମା ଓ ତୁମ୍ଭମାନଙ୍କ ଦେଶନାଶକାରୀ ମୂଷିକ-ପ୍ରତିମା ନିର୍ମାଣ କର ଓ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ, ହୋଇପାରେ ସେ ତୁମ୍ଭମାନଙ୍କ ଉପରୁ ଓ ତୁମ୍ଭମାନଙ୍କ ଦେବତାମାନଙ୍କ ଉପରୁ ଓ ତୁମ୍ଭମାନଙ୍କ ଦେଶ ଉପରୁ ଆପଣା ହସ୍ତ ହାଲୁକା କରିବେ।
Kwa hiyo, nilazima mtengeneze mifano ya majipu yenu, na mifano ya panya wenu ambayo huiharibu nchi, na mpeni utukufu Mungu wa Israeli. Labda ataondoa mkono wake kutoka juu yenu, kutoka juu ya miungu yenu, na kutoka juu ya nchi yenu.
6 ଯେପରି ମିସରୀୟମାନେ ଓ ଫାରୋ ଆପଣାମାନଙ୍କ ହୃଦୟ ଭାରୀ କରିଥିଲେ, ସେପରି ତୁମ୍ଭେମାନେ କାହିଁକି ଆପଣମାନଙ୍କ ହୃଦୟ ଭାରୀ କରୁଅଛ? ସେ ସେମାନଙ୍କ ମଧ୍ୟରେ ଆପଣା ମହାଶକ୍ତି ପ୍ରକାଶ କରନ୍ତେ, ସେମାନେ କି ଲୋକମାନଙ୍କୁ ଛାଡ଼ିଦେଲେ ନାହିଁ ଓ ଲୋକମାନେ କି ପ୍ରସ୍ଥାନ କଲେ ନାହିଁ?
Kwanini mfanye mioyo yenu kwa migumu, kama vile Wamisri na Farao walifanya mioyo yao kuwa migumu? Hicho ni kipindi ambacho Mungu wa Israeli aliwashughilikia sana; Je, Wamisri hawakuwaachilia watu, na wakaondoka?
7 ଏହେତୁ ଏବେ ଗୋଟିଏ ନୂଆ ଶଗଡ଼ ପ୍ରସ୍ତୁତ କର ଓ ଯେଉଁ ଦୁଗ୍ଧବତୀ ଗାଭୀମାନଙ୍କ ଉପରେ ଯୁଆଳି ଲାଗି ନାହିଁ, ଏପରି ଦୁଇ ଗାଭୀ ଶଗଡ଼ରେ ଯୋଚ ଓ ସେମାନଙ୍କଠାରୁ ସେମାନଙ୍କ ବାଛୁରିକୁ ଘରକୁ ଆଣ;
Basi sasa, andaeni mkokoteni mpya pamoja na ng'ombe wawili wake wanaonyonyesha, ambao hawajawahi kufungwa nira. Wafungeni ng'ombe hao kwenye mkokoteni, lakini warudisheni wale ndama wao nyumbani.
8 ପୁଣି, ସଦାପ୍ରଭୁଙ୍କ ସିନ୍ଦୁକ ନେଇ ସେହି ଶଗଡ଼ ଉପରେ ରଖ ଓ ଯେଉଁ ସ୍ୱର୍ଣ୍ଣମୟ ପଦାର୍ଥ ଦୋଷାର୍ଥକ ଉପହାର ରୂପେ ତାହାଙ୍କ ନିକଟକୁ ଫେରି ପଠାଇବ, ତାହା ତହିଁ ପାର୍ଶ୍ୱରେ ଏକ ସିନ୍ଦୁକରେ ରଖ; ତହୁଁ ଯିବା ପାଇଁ ତାହା ପଠାଇଦିଅ।
Kisha lichukueni sanduku la BWANA na kuliweka ndani ya mkokoteni. Wekeni ndani ya kasha yale maumbo ya dhahabu mnayompelekea ambyo ni sadaka ya hatia kando yake. Ndipo mlipeleke lipate kuondoka.
9 ଆଉ ଦେଖ, ଯେବେ ତାହା ଆପଣା ସୀମାସ୍ଥ ପଥ ଦେଇ ବେଥ୍-ଶେମଶକୁ ଯାଏ, ତେବେ ସେ ଆମ୍ଭମାନଙ୍କ ପ୍ରତି ଏହି ମହା ଅମଙ୍ଗଳ ଘଟାଇଅଛନ୍ତି, ମାତ୍ର ଯେବେ ନ ଯାଏ, ତେବେ ଆମ୍ଭେମାନେ ଜାଣିବୁ ଯେ, ତାହାଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ; ତାହା ଘଟଣାକ୍ରମେ ଆମ୍ଭମାନଙ୍କୁ ଘଟିଅଛି।”
Kisha muwe makini; kama litapanda kwenda kwa njia hadi nchini mwake hadi Beth Shemeshi, basi mjue kuwa BWANA ndiye aliyetenda pigo hili kubwa. Lakini kama halitakwenda, ndipo tutajua kwamba siyo mkono wake uliotupatia mateso; badala yake tutajua kuwa yaliyotupata ilikuwa ni kwa bahati mbaya tu.
10 ତହିଁରେ ଲୋକମାନେ ସେପରି କଲେ; ପୁଣି, ଦୁଇ ଦୁଗ୍ଧବତୀ ଗାଭୀ ନେଇ ଶଗଡ଼ରେ ଯୋଚିଲେ ଓ ସେମାନଙ୍କ ବାଛୁରିକୁ ଘରେ ବନ୍ଦ କଲେ।
Watu hao wakafanya kama walivyoambiwa, walichukuwa ng'ombe wawili wanaonyonyesha, wakawafunga kwenye mkokoteni, na kuwabakiza ndama wao nyumbani.
11 ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସ୍ୱର୍ଣ୍ଣ ମୂଷିକ ଓ ସେମାନଙ୍କ ଅର୍ଶ-ପ୍ରତିମାର ସିନ୍ଦୁକ ରଖିଲେ।
Wakaliweka sanduku la BWANA juu ya mkokoteni, pamoja na lile kasha lililobeba panya wa dhahabu na yale maumbo ya majipu yao.
12 ତହୁଁ ସେହି ଗାଭୀମାନେ ସଳଖ ପଥ ଧରି ବେଥ୍-ଶେମଶକୁ ଯିବା ବାଟରେ ଗଲେ; ସେମାନେ ଯାଉ ଯାଉ ହମ୍ବାରବ ପକାଇ ସଡ଼କରେ ଗଲେ, ଦକ୍ଷିଣକୁ କି ବାମକୁ ଫେରିଲେ ନାହିଁ; ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବେଥ୍-ଶେମଶ ସୀମା ପର୍ଯ୍ୟନ୍ତ ଗଲେ।
Hao ng'ombe waliondoka moja kwa moja kuelekea Beth Shemeshi. Walikwenda kwa kuifuata nija moja kuu, wakiteremka walipokuwa wakienda, na hwakugeuka upande wa kushoto au kulia. Viongozi wa Wafilisti walifuata kwa nyuma hadi mpaka wa Beth Shemeshi.
13 ସେହି ସମୟରେ ବେଥ୍-ଶେମଶର ଲୋକମାନେ ତଳଭୂମିରେ ଆପଣାମାନଙ୍କ ଗହମ କାଟୁଥିଲେ; ପୁଣି, ସେମାନେ ଅନାଇ ସିନ୍ଦୁକ ଦେଖିଲେ ଓ ତାହା ଦେଖି ଆନନ୍ଦିତ ହେଲେ।
Nao watu wa Beth Shemeshi walikuwa wakivuna ngano yao katika bonde. Waliponyanyua macho yao juu na kuliona sanduku, wakafurahi.
14 ଏଉତ୍ତାରେ ସେହି ଶଗଡ଼ ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରକୁ ଆସି ଏକ ବଡ଼ ପଥର ଥିବା ସ୍ଥାନରେ ଛିଡ଼ା ହୋଇ ରହିଲା; ତହିଁରେ ସେମାନେ ସେ ଶଗଡ଼ର କାଠ ଚିରି ସେହି ଗାଭୀମାନଙ୍କୁ ହୋମବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ।
Huo mkokoteni ulifikia ndani ya shamba la Yoshua wa Beth Shemeshi na ukasimama hapo. Kulikuapo jiwe kubwa mahali hapo, wakatayarisha kuni kutokana na mkokoteni huo, na wakawatoa ng'ombe hao kama sadaka ya kuteketezwa kwa ajili ya BWANA.
15 ପୁଣି, ଲେବୀୟମାନେ ସଦାପ୍ରଭୁଙ୍କ ସିନ୍ଦୁକ ଓ ତହିଁ ସହିତ ଥିବା ସ୍ୱର୍ଣ୍ଣ ପଦାର୍ଥର ସିନ୍ଦୁକ ଓହ୍ଲାଇ ସେହି ବଡ଼ ପଥର ଉପରେ ଥୋଇଲେ; ଆଉ ବେଥ୍-ଶେମଶର ଲୋକମାନେ ସେହି ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ଉପହାର ଦେଲେ ଓ ବଳି ଉତ୍ସର୍ଗ କଲେ।
Walawi walilitelemsha sanduku la BWANA chini pamoja na kasha lake lililoyatunza yale maumbo ya dhahabu, wakaweka vitu hivyo juu ya hilo jiwe kubwa. Watu wa Beth Shemeshi walitoa sadaka za kuteketezwa na kutoa dhabihu kwa BWANA siku iyo hiyo.
16 ତହୁଁ ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି ତାହା ଦେଖି ସେହି ଦିନ ଇକ୍ରୋଣକୁ ଫେରି ଆସିଲେ।
Hao viongozi watano wa Wafilisti walipoona hayo, walirejea Ekroni siku iyo hiyo.
17 ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୋଷାର୍ଥକ ଉପହାର ରୂପେ ଏହିସବୁ ସ୍ୱର୍ଣ୍ଣମୟ ଅର୍ଶ ପଠାଇଥିଲେ; ଯଥା, ଅସ୍ଦୋଦ ପାଇଁ ଏକ, ଘସା ପାଇଁ ଏକ, ଅସ୍କିଲୋନ ପାଇଁ ଏକ, ଗାଥ୍‍ ପାଇଁ ଏକ, ଇକ୍ରୋଣ ପାଇଁ ଏକ;
Haya ndiyo majipu ya dhahabu ambayo Wafilisti walirudisha kama sadaka ya hatia kwa BWANA: moja kwa ajili ya Ashdodi, moja kwa Gaza, moja kwa Ashkeloni, moja kwa Gathi, na moja kwa Ekroni.
18 ପୁଣି, ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରସ୍ଥିତ ଯେଉଁ ବଡ଼ ପଥର ଆଜି ପର୍ଯ୍ୟନ୍ତ ଅଛି, ଯହିଁ ଉପରେ ସେମାନେ ସଦାପ୍ରଭୁଙ୍କ ସିନ୍ଦୁକ ରଖିଥିଲେ, ସେପର୍ଯ୍ୟନ୍ତ ପାଞ୍ଚ ଅଧିପତିଙ୍କ ଅଧୀନସ୍ଥ ପ୍ରାଚୀର-ବେଷ୍ଟିତ ନଗର ହେଉ କି ଦେଶୀୟ ଗ୍ରାମମାନ ହେଉ, ପଲେଷ୍ଟୀୟମାନଙ୍କ ନଗରସକଳର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ମୂଷିକ ପଠାଇଲେ।
Idadi ya wale panya wa dhahabu ilikuwa sawa na ile ya idadi ya miji yote ya Wafilisti inayomilikiwa na viongozi watano, kwa miji iliyojengewa maboma na vijiji vya mashambani. Lile jiwe kubwa, ambalo kando yake waliweka sanduku la BWANA, lipo kama ushuhuda hadi leo katika shamba la Yoshua Mbeth- Shemeshi.
19 ପୁଣି, ବେଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ଲୋକମାନଙ୍କ ମଧ୍ୟରୁ ସତୁରି ଜଣଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ।
BWANA akawashambulia baadhi ya watu wa Bethi Shemeshi kwa sababu walichungulia ndani ya sanduku lake. Aliwaua watu sabini. Watu wakaomboleza, kwa sababu BWANA aliwapa watu pigo kubwa mno.
20 ଆହୁରି ବେଥ୍-ଶେମଶୀୟ ଲୋକମାନେ କହିଲେ, “ଏହି ପବିତ୍ର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ?”
Watu wa Bethi Shemeshi wakasema, “Ni nani mwenye uwezo wa kushindana na BWANA, huyu Mungu mtakatifu? Na atampandia nani akitoka kwetu.”” Je, ni nani awezaye kusimama mbele ya BWANA, huyu Mungu mtakatifu? Na ni kwa nani ambako sanduku litaenda likitoka hapa.”
21 ତହୁଁ ସେମାନେ କିରୀୟଥ୍‍-ଯିୟାରୀମୀୟ ଲୋକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ସିନ୍ଦୁକ ଫେରାଇ ଆଣିଅଛନ୍ତି; ତୁମ୍ଭେମାନେ ଆସି ଆପଣାମାନଙ୍କ ନିକଟକୁ ତାହା ନେଇଯାଅ।”
Wakawatuma wajumbe kwenda kwa wenyeji wa Kiriath Yearimu, wakisema, “Wafilisti wamelirudisha sanduku la BWANA; teremkeni na mkalipeleke kwenu.”

< ପ୍ରଥମ ଶାମୁୟେଲ 6 >