< ପ୍ରଥମ ଶାମୁୟେଲ 5 >

1 ଏଥିମଧ୍ୟରେ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ସିନ୍ଦୁକ ନେଇ ଏବନ୍‍-ଏଜରରୁ ଅସ୍ଦୋଦକୁ ଯାଇଥିଲେ।
Filistifo no faa Onyankopɔn Apam Adaka no akyi, wɔmaa so fii Ebeneser akono hɔ kɔɔ kuropɔn Asdod mu.
2 ତହିଁ ଉତ୍ତାରେ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ସିନ୍ଦୁକ ନେଇ ଦାଗୋନ୍‍ ମନ୍ଦିରକୁ ଆଣି ଦାଗୋନ୍‍ ଦେବତା ନିକଟରେ ରଖିଲେ।
Wɔsoaa Onyankopɔn Apam Adaka no kɔɔ Dagon abosonnan mu. Wɔde kosii ohoni Dagon nkyɛn.
3 ତହିଁ ପରଦିନ ଅସ୍ଦୋଦୀୟମାନେ ଶୀଘ୍ର ଉଠନ୍ତେ, ଦେଖ, ଦାଗୋନ୍‍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି। ତେଣୁ ସେମାନେ ଦାଗୋନ୍‍କୁ ପୁନର୍ବାର ଉଠାଇ ତାହା ସ୍ଥାନରେ ରଖିଲେ।
Nanso ade kyee a Asdod kurowmma no kɔhwɛe no, na Dagon ahwe fam wɔ Awurade Apam Adaka no anim a nʼanim butuw fam. Enti wɔmaa ohoni no so gyinaa hɔ bio.
4 ପୁଣି, ସେମାନେ ତହିଁ ଆରଦିନ ପ୍ରଭାତରେ ଶୀଘ୍ର ଉଠନ୍ତେ, ଦେଖ, ଦାଗୋନ୍‍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି; ପୁଣି, ଦାଗୋନ୍‍ର ମୁଣ୍ଡ ଓ ହାତର ଦୁଇ ପାପୁଲି କଟା ହୋଇ ଦ୍ୱାରବନ୍ଧ ଉପରେ ପଡ଼ିଅଛି; କେବଳ ତାହାର ମତ୍ସ୍ୟାକାର ବାକି ରହିଅଛି।
Nanso ade kyee anɔpa no, na asɛm koro no ara asi bio. Na Dagon no ahwe fam wɔ Awurade Apam Adaka no anim a nʼanim butuw fam. Saa bere yi de, na ne ti ne ne nsa abubu afi so deda ɔpon ano. Ne sin no na na aka da hɔ a ammubu.
5 ଏହେତୁ ଦାଗୋନ୍‍ର ଯାଜକମାନେ ଅବା ଯେଉଁମାନେ ଦାଗୋନ୍‍ ମନ୍ଦିରକୁ ଆସନ୍ତି, ସେମାନଙ୍କ ମଧ୍ୟରୁ କେହି ଆଜି ପର୍ଯ୍ୟନ୍ତ ଅସ୍ଦୋଦସ୍ଥିତ ଦାଗୋନ୍‍ର ଦ୍ୱାରବନ୍ଧ ମାଡ଼ନ୍ତି ନାହିଁ।
Ɛno nti na ebesi nnɛ yi, Dagon asɔfo anaa obiara a obewura abosonnan mu hɔ no ntia aponnua no so no.
6 ମାତ୍ର ଅସ୍ଦୋଦୀୟ ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ ହସ୍ତ ଭାରୀ ହେଲା ଓ ସେ ଅସ୍ଦୋଦକୁ ଓ ତହିଁ ସୀମାସ୍ଥିତ ଲୋକମାନଙ୍କୁ ଅର୍ଶ ରୋଗରେ ଆଘାତ କରି ସଂହାର କଲେ।
Na Awurade maa pɔmpɔ bobɔɔ Asdodfo ne ne mpɔtam hɔfo no.
7 ତହୁଁ ଅସ୍ଦୋଦୀୟ ଲୋକମାନେ ତାହା ଦେଖି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ଦେବତା ଦାଗୋନ୍‍ ଉପରେ ତାହାଙ୍କର ହସ୍ତ ନିଷ୍ଠୁର ହୋଇଅଛି।”
Bere a Asdodfo huu asɛm a aba no, wɔkae se, “Yɛrentumi mma Onyankopɔn Apam Adaka no ntena yɛn nkyɛn. Otia yɛn! Ɔbɛsɛe yɛn ne yɛn nyame, Dagon nyinaa.”
8 ଏଣୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଆପଣାମାନଙ୍କ ନିକଟରେ ଏକତ୍ର କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ବିଷୟରେ ଆମ୍ଭେମାନେ କଅଣ କରିବା?” ତହିଁରେ ସେମାନେ ଉତ୍ତର କଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଗାଥ୍‍କୁ ନିଆଯାଉ।” ତହୁଁ ସେମାନେ ସେଠାକୁ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ନେଇଗଲେ।
Enti wɔfrɛɛ Filistifo nkuropɔn anum mu asodifo nyinaa bisaa wɔn se, “Dɛn na yɛnyɛ Israel Nyankopɔn Apam Adaka yi?” Asodifo no susuw asɛm no ho na wobuae se, “Momfa Israel Nyankopɔn Apam Adaka no nkɔ Gat.” Enti wɔde Onyankopɔn Apam Adaka no kɔɔ Gat.
9 ପୁଣି, ସେମାନେ ତାହା ନେଇଗଲା ଉତ୍ତାରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ନଗର ବିରୁଦ୍ଧରେ ଅତି ମହା ବ୍ୟାକୁଳତାଜନକ ହେଲା; ପୁଣି, ସେ ନଗରସ୍ଥ ସାନ ବଡ଼ ଉଭୟଙ୍କୁ ଆଘାତ କଲେ ଓ ସେମାନଙ୍କଠାରେ ଅର୍ଶ ରୋଗ ବାହାରିଲା।
Nanso Bere a Onyankopɔn Apam Adaka no duu Gat no, Awurade maa pɔmpɔ bobɔɔ kurow no mufo, mpanyin ne mmofra, na wosuroo yiye.
10 ତହୁଁ ସେମାନେ ଇକ୍ରୋଣକୁ ପରମେଶ୍ୱରଙ୍କ ସିନ୍ଦୁକ ପଠାଇଲେ। ତହିଁରେ ପରମେଶ୍ୱରଙ୍କ ସିନ୍ଦୁକ ଇକ୍ରୋଣରେ ଉପସ୍ଥିତ ହୁଅନ୍ତେ, ଇକ୍ରୋଣୀୟମାନେ କ୍ରନ୍ଦନ କରି କହିଲେ, “ଆମ୍ଭମାନଙ୍କୁ ଓ ଆମ୍ଭ ଲୋକମାନଙ୍କୁ ବଧ କରିବା ପାଇଁ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଆମ୍ଭମାନଙ୍କ ନିକଟକୁ ଆଣିଅଛନ୍ତି।”
Enti wɔde Onyankopɔn Apam Adaka no kɔɔ Ekron kuropɔn mu, na wɔde rewura hɔ no, Ekronfo no suu se, “Wɔde Israel Nyankopɔn Apam Adaka no reba yɛn nkyɛn de abekunkum yɛn nso.”
11 ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ପଠାଇଦିଅ, ତାହା ସ୍ୱ ସ୍ଥାନକୁ ଫେରିଯାଉ, ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକମାନଙ୍କୁ ବଧ ନ କରୁ;” କାରଣ ନଗରର ସର୍ବତ୍ର ମୃତ୍ୟୁୁଜନକ ବ୍ୟାକୁଳତା ଜନ୍ମିଥିଲା; ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରୀ ଥିଲା।
Enti nnipa no frɛɛ Filistifo asodifo no nyinaa, srɛɛ wɔn se, “Monsan mfa Onyankopɔn Apam Adaka no mfi ha nkɔ ne man mu, anyɛ saa a, ebekunkum yɛn nyinaa.” Saa bere no na ɔyaredɔm a efi Onyankopɔn nkyɛn no afi ase dedaw ama huboa abɛtɔ kuropɔn no so.
12 ପୁଣି, ଯେଉଁ ଲୋକମାନେ ମଲେ ନାହିଁ, ସେମାନେ ଅର୍ଶ ରୋଗରେ ପୀଡ଼ିତ ହେଲେ; ଆଉ ନଗରର ଆର୍ତ୍ତନାଦ ଆକାଶକୁ ଉଠିଲା।
Wɔn a wɔanwuwu no, wɔmaa pɔmpɔ bobɔɔ wɔn. Na agyaadwotwa baa baabiara.

< ପ୍ରଥମ ଶାମୁୟେଲ 5 >