< ପ୍ରଥମ ଶାମୁୟେଲ 29 >
1 ସେହି ସମୟରେ ପଲେଷ୍ଟୀୟମାନେ ଆପଣାମାନଙ୍କ ସୈନ୍ୟସାମନ୍ତ ସକଳ ଅଫେକରେ ଏକତ୍ର କଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ନିର୍ଝର ନିକଟରେ ଛାଉଣି ସ୍ଥାପନ କଲେ।
Men de Philisteer samlade alla sina härar i Aphek, och Israel lägrade sig i Ajin i Jisreel.
2 ଏଥିରେ ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶତ ଶତ ଓ ସହସ୍ର ସହସ୍ର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ; ଆଉ ଦାଉଦ ଓ ତାଙ୍କର ଲୋକମାନେ ଆଖୀଶ୍ ସହିତ ପଛେ ପଛେ ଅଗ୍ରସର ହେଲେ।
Och de Philisteers Förstar gingo med hundrad, och med tusend; men David gick efterst med sina män när Achis.
3 ତହିଁରେ ପଲେଷ୍ଟୀୟ ଅଧିପତିମାନେ କହିଲେ, “ଏହି ଏବ୍ରୀୟମାନେ ଏଠାରେ କଅଣ କରୁଅଛନ୍ତି?” ତହୁଁ ଆଖୀଶ୍ ପଲେଷ୍ଟୀୟ ଅଧିପତିମାନଙ୍କୁ କହିଲେ, “ଏ କʼଣ ଇସ୍ରାଏଲର ରାଜା ଶାଉଲଙ୍କର ଦାସ ଦାଉଦ ନୁହେଁ? ସେ ଏତେ ଦିନ ଓ ଏତେ ବର୍ଷ ହେଲା ମୋʼ ସଙ୍ଗରେ ଅଛି ଓ ମୋହର ପକ୍ଷ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ତାହାଠାରେ କୌଣସି ଦୋଷ ପାଇ ନାହିଁ।”
Då sade de Philisteers Förstar: Hvad skola denne Ebreer? Achis sade till dem: Är icke det David, Sauls tjenare, Israels Konungs, den nu när mig varit hafver år och dag; och jag hafver intet funnit med honom, ifrå den tiden han föll intill mig?
4 ମାତ୍ର ପଲେଷ୍ଟୀୟ ଅଧିପତିମାନେ ତାହା ଉପରେ କ୍ରୁଦ୍ଧ ହେଲେ ଓ ପଲେଷ୍ଟୀୟ ଅଧିପତିମାନେ ତାହାକୁ କହିଲେ, “ତୁମ୍ଭେ ସେ ଲୋକକୁ ଫେରାଇ ଦିଅ, ତୁମ୍ଭେ ତାହା ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ଆପଣାର ସେହି ସ୍ଥାନକୁ ଫେରିଯାଉ, ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ, କେଜାଣି ଯୁଦ୍ଧ ସମୟରେ ସେ ଆମ୍ଭମାନଙ୍କର ବିପକ୍ଷ ହୋଇ ପଡ଼ିବ; ଏଇଟା ଆଉ କାହିଁରେ ଆପଣା ପ୍ରଭୁକୁ ପ୍ରସନ୍ନ କରିବ? କି ଏହି ଲୋକମାନଙ୍କ ମସ୍ତକ ଦ୍ୱାରା ନୁହେଁ?
Men de Philisteers Förstar vordo vrede på honom, och sade till honom: Låt den mannen vända om, och blifva i sitt rum, der du hafver satt honom, att han icke drager neder med oss i stridena, och varder vår fiende i stridene; ty i hvad kunde han bättre blidka sin herra, än med dessa männernas hufvud?
5 ଏଇଟା କି ସେହି ଦାଉଦ ନୁହେଁ, ଯାହାର ବିଷୟ ଲୋକମାନେ ନୃତ୍ୟ କରୁ କରୁ ପରସ୍ପର ଗାନ କରି କହିଥିଲେ; ‘ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ?’”
Är icke han den David, om hvilken de söngo i dansen: Saul slog tusende, men David slog tiotusend?
6 ଏଥିରେ ଆଖୀଶ୍ ଦାଉଦଙ୍କୁ ଡାକି କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭେ ସରଳ ଲୋକ ଓ ମୋʼ ସହିତ ସୈନ୍ୟସାମନ୍ତ ମଧ୍ୟରେ ତୁମ୍ଭର ଗମନାଗମନ ମୋʼ ଦୃଷ୍ଟିରେ ଉତ୍ତମ; କାରଣ ତୁମ୍ଭେ ମୋʼ କତିକି ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ତୁମ୍ଭଠାରେ କୌଣସି ମନ୍ଦତା ପାଇ ନାହିଁ; ତଥାପି ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ।
Då kallade Achis David, och sade till honom: Så visst som Herren lefver, jag håller dig för en redelig man; och din utgång och ingång, med mig i härenom, behagar mig väl, och hafver intet argt sport af dig, ifrå den tiden, du kom till mig, intill nu; men du behagar icke Förstomen.
7 ଏଣୁ ଏବେ ଫେର ଓ କୁଶଳରେ ଯାଅ, ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ନ କର।”
Så vänd nu om, och gack med frid, på det du icke skall förtörna de Philisteers Förstar.
8 ତହୁଁ ଦାଉଦ ଆଖୀଶ୍କୁ କହିଲେ, “ମାତ୍ର ମୁଁ କଅଣ କଲି? ଓ ମୁଁ ଆପଣଙ୍କ ସମ୍ମୁଖରେ ଥିବା ଦିନାବଧି ଆଜି ପର୍ଯ୍ୟନ୍ତ ଆପଣଙ୍କ ଏହି ଦାସଠାରେ ଆପଣ କʼଣ ପାଇଲେ ଯେ, ମୁଁ ଯାଇ ମୋʼ ପ୍ରଭୁ ରାଜାଙ୍କ ଶତ୍ରୁମାନଙ୍କ ବିପକ୍ଷରେ ଯୁଦ୍ଧ କରିବି ନାହିଁ?”
David sade: Hvad hafver jag gjort? Och hvad hafver du sport af din tjenare, ifrå den tid jag hafver varit när dig, intill nu, att jag icke skall komma och strida emot mins herras Konungens fiendar?
9 ଏଥିରେ ଆଖୀଶ୍ ଦାଉଦଙ୍କୁ ଉତ୍ତର ଦେଇ କହିଲା, “ମୁଁ ଜାଣେ, ତୁମ୍ଭେ ମୋʼ ଦୃଷ୍ଟିରେ ପରମେଶ୍ୱରଙ୍କ ଦୂତ ପରି ଉତ୍ତମ; ତଥାପି ପଲେଷ୍ଟୀୟ ଅଧିପତିମାନେ କହୁଅଛନ୍ତି, ‘ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ।’
Achis svarade, och sade till David: Jag vet väl, att du äst täck för min ögon, såsom en Guds Ängel; men de Philisteers Förstar hafva sagt: Låt honom icke draga upp med oss i stridena.
10 ଏହେତୁ ତୁମ୍ଭେ ଓ ତୁମ୍ଭ ସହିତ ଆଗତ ତୁମ୍ଭ ପ୍ରଭୁର ଦାସମାନେ ଅତି ପ୍ରଭାତରେ ଉଠ ଓ ଅତି ପ୍ରଭାତରେ ଉଠିଲାକ୍ଷଣି ଆଲୁଅ ହେଲେ ପ୍ରସ୍ଥାନ କର।”
Så var nu i morgon bittida uppe, och dins herras tjenare, som med dig komne äro; och när I ären i morgon bittida uppståndne, och ljust är, så går edar väg.
11 ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ପ୍ରଭାତରେ ପ୍ରସ୍ଥାନ କରି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଯିବା ପାଇଁ ଶୀଘ୍ର ଉଠିଲେ। ଆଉ ପଲେଷ୍ଟୀୟମାନେ ଯିଷ୍ରିୟେଲକୁ ଗମନ କଲେ।
Så var då David och hans män bittida uppe, att de skulle om morgonen färdas, och komma uti de Philisteers land igen; men de Philisteer drogo upp till Jisreel.