< ପ୍ରଥମ ଶାମୁୟେଲ 28 >
1 ସେହି ସମୟରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ନିମନ୍ତେ ପଲେଷ୍ଟୀୟମାନେ ସଂଗ୍ରାମ ପାଇଁ ଆପଣାମାନଙ୍କ ସୈନ୍ୟସାମନ୍ତ ସଂଗ୍ରହ କଲେ। ଏଣୁ ଆଖୀଶ୍ ଦାଉଦଙ୍କୁ କହିଲା, “ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସୈନ୍ୟସାମନ୍ତଭୁକ୍ତ ହୋଇ ମୋʼ ସଙ୍ଗେ ଯିବାକୁ ହେବ, ଏହା ତୁମ୍ଭେ ନିଶ୍ଚୟ ଜାଣ।”
En aquellos días aconteció que los filisteos reunieron sus escuadrones de guerra para combatir contra Israel. Y Aquís dijo a David: ¡Ten bien entendido que tú y tus hombres saldrán conmigo a la batalla!
2 ତହିଁରେ ଦାଉଦ ଆଖୀଶ୍କୁ କହିଲେ, “ତାହାହେଲେ ଆପଣଙ୍କ ଦାସ କଅଣ କରିବ, ତାହା ଆପଣ ଜାଣିବେ।” ତେଣୁ ଆଖୀଶ୍ ଦାଉଦଙ୍କୁ କହିଲା, “ସେଥିପାଇଁ ମୁଁ ତୁମ୍ଭକୁ ଯାବଜ୍ଜୀବନ ଆପଣା ମସ୍ତକ-ରକ୍ଷକ କରିବି।”
David respondió a Aquís: Muy bien. Sabrás lo que tu esclavo puede hacer. Así que Aquís dijo a David: Muy bien, te designaré mi guarda espalda por toda la vida.
3 ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି, ଶାଉଲ ଭୂତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ।
Samuel había muerto. Todo Israel hizo lamentación por él y lo sepultaron en Ramá, su ciudad. Saúl había expulsado de la tierra a los encantadores y adivinos.
4 ଏଥିରେ ପଲେଷ୍ଟୀୟମାନେ ଏକତ୍ର ହୋଇ ଆସି ଶୂନେମରେ ଛାଉଣି ସ୍ଥାପନ କଲେ; ପୁଣି, ଶାଉଲ ସମସ୍ତ ଇସ୍ରାଏଲକୁ ଏକତ୍ର କରନ୍ତେ, ସେମାନେ ଗିଲ୍ବୋୟରେ ଛାଉଣି ସ୍ଥାପନ କଲେ।
Los filisteos se reunieron y acamparon en Sunem. También Saúl reunió a todo Israel y acamparon en Gilboa.
5 ମାତ୍ର ଶାଉଲ ପଲେଷ୍ଟୀୟମାନଙ୍କ ସୈନ୍ୟସାମନ୍ତ ଦେଖି ଭୀତ ହେଲେ ଓ ତାଙ୍କର ହୃଦୟ ଅତ୍ୟନ୍ତ କମ୍ପିତ ହେଲା।
Cuando Saúl vio el campamento de los filisteos tuvo temor y su corazón tembló muchísimo.
6 ତହୁଁ ଶାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ; ନା ସ୍ୱପ୍ନ ଦ୍ୱାରା, ନା ଊରୀମ୍ ଦ୍ୱାରା, ନା ଭବିଷ୍ୟଦ୍ବକ୍ତାମାନଙ୍କ ଦ୍ୱାରା।
Entonces Saúl consultó a Yavé, pero Yavé no le respondió, ni por sueños, ni por urim, ni por profetas.
7 ତେବେ ଶାଉଲ ଆପଣା ଦାସମାନଙ୍କୁ କହିଲେ, “ମୋʼ ପାଇଁ ଗୋଟିଏ ଭୂତୁଡ଼ିଆ ସ୍ତ୍ରୀ ଖୋଜ, ମୁଁ ତାହା କତିକି ଯାଇ ତାହାଠାରୁ ବୁଝିବି।” ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, “ଦେଖନ୍ତୁ, ଐନ୍-ଦୋରରେ ଏକ ଭୂତୁଡ଼ିଆ ସ୍ତ୍ରୀ ଅଛି।”
Entonces Saúl dijo a sus esclavos: Búsquenme una mujer que sea bruja para que yo vaya a ella y consulte por medio de ella. Y sus esclavos le respondieron: En Endor hay una mujer que es bruja.
8 ତହୁଁ ଶାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମବେଶ ଧରି ଦୁଇ ଜଣ ପୁରୁଷଙ୍କୁ ସଙ୍ଗେ ନେଇଗଲେ ଓ ସେମାନେ ରାତ୍ରି ବେଳେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ; ତହୁଁ ଶାଉଲ କହିଲେ, “ତୁମ୍ଭେ ଭୂତ ଦ୍ୱାରା ମୋʼ ପାଇଁ ଟିକିଏ ମନ୍ତ୍ର ପଢ଼, ମୁଁ ତୁମ୍ଭକୁ ଯାହାଙ୍କର ନାମ କହିବି, ତାଙ୍କୁ ମୋʼ କତିକି ଉଠାଇ ଆଣ।”
Entonces Saúl se disfrazó, se vistió con otras ropas y salió con dos hombres. Llegaron a aquella mujer de noche y dijo: Te ruego que me hagas una práctica de brujería y me subas al que yo te nombre.
9 ଏଥିରେ ସେ ସ୍ତ୍ରୀ କହିଲା, “ଦେଖ, ଶାଉଲ ଯାହା କରିଅଛି, କିପରି ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ଦେଶରୁ ଉଚ୍ଛିନ୍ନ କରିଅଛି, ତାହା ତୁମ୍ଭେ ଜାଣ; ଏଣୁ ମୋହର ମୃତ୍ୟୁୁ ଘଟାଇବା ପାଇଁ କାହିଁକି ମୋହର ପ୍ରାଣ ବିରୁଦ୍ଧରେ ଫାନ୍ଦ ପାତୁଅଛ?”
Y la mujer le contestó: Mira, tú sabes lo que Saúl hizo, cómo echó de la tierra a los evocadores y adivinos. ¿Por qué pones trampa a mi vida para producirme la muerte?
10 ଏଥିରେ ଶାଉଲ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ସକାଶୁ ତୁମ୍ଭ ପ୍ରତି କୌଣସି ଦଣ୍ଡ ବର୍ତ୍ତିବ ନାହିଁ।”
Entonces Saúl le juró por Yavé: ¡Vive Yavé que ningún castigo te vendrá por este asunto!
11 ସେତେବେଳେ ସେହି ସ୍ତ୍ରୀ କହିଲା, “ମୁଁ କାହାକୁ ତୁମ୍ଭ କତିକି ଉଠାଇ ଆଣିବି?” ସେ କହିଲେ, “ମୋʼ କତିକି ଶାମୁୟେଲଙ୍କୁ ଉଠାଇ ଆଣ।”
La mujer preguntó: ¿A quién te hago subir? Y dijo: Hazme subir a Samuel.
12 ଏଥିରେ ସେ ସ୍ତ୍ରୀ ଶାମୁୟେଲଙ୍କୁ ଦେଖି ଉଚ୍ଚସ୍ୱରରେ କ୍ରନ୍ଦନ କଲା, ଆଉ ସେ ଶାଉଲଙ୍କୁ କହିଲା, “ଆପଣ କାହିଁକି ମୋତେ ପ୍ରତାରଣା କଲେ? କାରଣ ଆପଣ ଶାଉଲ।”
Al ver a Samuel, la mujer clamó a gran voz. La mujer habló a Saúl y dijo:
13 ତହୁଁ ରାଜା ତାହାକୁ କହିଲେ, “ଭୟ ନ କର; ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ସେ ସ୍ତ୍ରୀ ଶାଉଲଙ୍କୁ କହିଲା, “ମୁଁ ଦେବଗଣ (ତୁଲ୍ୟ ଏକ ବ୍ୟକ୍ତି) ଭୂମିରୁ ଉଠି ଆସିବାର ଦେଖୁଅଛି।”
¿Por qué me engañaste? ¡Tú eres Saúl! Y el rey le dijo: No temas. ¿Qué miras? La mujer respondió a Saúl: Miro a un ʼElohim celestial que sube a la tierra.
14 ଏଥିରେ ଶାଉଲ ତାହାକୁ ପଚାରିଲେ, “ତାହାର ରୂପ କି ପ୍ରକାର?” ସେ କହିଲା, “ଜଣେ ବୃଦ୍ଧ ଲୋକ ଉଠି ଆସୁଅଛି; ସେ ଚୋଗାରେ ଆଚ୍ଛନ୍ନ!” ତହୁଁ ଶାଉଲ ଜାଣିଲେ ଯେ, ସେ ଶାମୁୟେଲ, ଏଣୁ ସେ ଭୂମିଷ୍ଠ ପ୍ରଣାମ କଲେ।
Y le preguntó: ¿Cuál es su forma? Ella respondió: Sube un anciano cubierto con un manto. Entonces Saúl entendió que era Samuel, inclinó el rostro a tierra y se postró.
15 ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ?” ତହୁଁ ଶାଉଲ ଉତ୍ତର ଦେଲେ, “ମୁଁ ଅତ୍ୟନ୍ତ ବିପଦଗ୍ରସ୍ତ ହୋଇଅଛି; କାରଣ ପଲେଷ୍ଟୀୟମାନେ ମୋʼ ସଙ୍ଗେ ଯୁଦ୍ଧ କରୁଅଛନ୍ତି ଓ ପରମେଶ୍ୱର ମୋତେ ତ୍ୟାଗ କରିଅଛନ୍ତି, ପୁଣି, ମୋତେ ଆଉ ଉତ୍ତର ଦେଉ ନାହାନ୍ତି, ନା ଭବିଷ୍ୟଦ୍ବକ୍ତାମାନଙ୍କ ହାତରେ, ନା ସ୍ୱପ୍ନରେ (ଉତ୍ତର ଦେଉ ନାହାନ୍ତି); ଏଥିପାଇଁ ମୁଁ କଅଣ କରିବି, ଏହା ମୋତେ ଜଣାଇବା ପାଇଁ ମୁଁ ତୁମ୍ଭକୁ ଡକାଇଲି।”
Entonces Samuel preguntó a Saúl: ¿Por qué me perturbaste al hacerme subir? Y Saúl respondió: Estoy muy angustiado, pues los filisteos pelean contra mí, y ʼElohim se apartó de mí. Ya no me responde, ni por profeta ni por sueños, por lo cual te llamé para que me reveles qué debo hacer.
16 ଏଥିରେ ଶାମୁୟେଲ କହିଲେ, “ସଦାପ୍ରଭୁ ତ ତୁମ୍ଭକୁ ତ୍ୟାଗ କରିଅଛନ୍ତି ଓ ତୁମ୍ଭର ବିପକ୍ଷ ହୋଇଅଛନ୍ତି, ତେବେ ତୁମ୍ଭେ ମୋତେ କାହିଁକି ପଚାରୁଅଛ?
Samuel dijo: Si Yavé se apartó de ti y es tu adversario, ¿por qué me preguntas a mí?
17 ସଦାପ୍ରଭୁ ମୋʼ ଦ୍ୱାରା ଯେପରି କହିଥିଲେ, ସେ ଆପଣା ପାଇଁ ସେପରି କରିଅଛନ୍ତି; ପୁଣି, ସଦାପ୍ରଭୁ ତୁମ୍ଭ ହସ୍ତରୁ ରାଜତ୍ୱ ଟାଣି ଚିରିଅଛନ୍ତି ଓ ତୁମ୍ଭ ପ୍ରତିବାସୀ ଦାଉଦଙ୍କୁ ତାହା ଦେଇଅଛନ୍ତି।
Yavé hizo como habló por medio de mí: Yavé quitó el reino de tu mano y lo dio a tu compañero David,
18 ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ ଓ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ଡ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି।
por cuanto no obedeciste la voz de Yavé, ni cumpliste el furor de su ira contra Amalec. Por eso Yavé te hace esto hoy.
19 ଆହୁରି ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ମଧ୍ୟ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କରିବେ; ଏଣୁ କାଲି ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଆମ୍ଭ ସଙ୍ଗୀ ହେବ; ମଧ୍ୟ ସଦାପ୍ରଭୁ ଇସ୍ରାଏଲର ସୈନ୍ୟସାମନ୍ତଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କରିବେ।”
Además, Yavé te entregará junto con Israel en manos de los filisteos, y mañana tú y tus hijos estarán conmigo. Ciertamente Yavé también entregará al ejército de Israel en manos de los filisteos.
20 ତହିଁରେ ଶାଉଲ ସେହିକ୍ଷଣି ଭୂମିରେ ଲମ୍ବ ହୋଇ ପଡ଼ିଗଲେ ଓ ଶାମୁୟେଲଙ୍କର କଥା ସକାଶୁ ଅତିଶୟ ଭୟ କଲେ ଓ ତାଙ୍କଠାରେ ଆଉ କିଛି ବଳ ରହିଲା ନାହିଁ; କାରଣ ସେ ସାରାଦିନ ଓ ସାରାରାତ୍ରି କିଛି ଭୋଜନ କରି ନ ଥିଲେ।
Inmediatamente Saúl cayó en tierra, tan grande como era, por las palabras de Samuel. Quedó sin fuerzas, porque todo aquel día y aquella noche no comió.
21 ଏଥିରେ ସେ ସ୍ତ୍ରୀ ଶାଉଲଙ୍କ ନିକଟକୁ ଆସି ତାଙ୍କୁ ଅତିଶୟ ବିହ୍ୱଳ ଦେଖି କହିଲା, “ଦେଖନ୍ତୁ, ଆପଣଙ୍କ ଦାସୀ ଆପଣଙ୍କ ରବ ଶୁଣିଅଛି ଓ ମୁଁ ମୋʼ ପ୍ରାଣ ଆପଣା ହାତରେ ଧରି ଯାହା ଆପଣ ମୋତେ କହିଲେ, ଆପଣଙ୍କ ସେହି କଥା ମୁଁ ଶୁଣିଲି।
Entonces la mujer fue a Saúl y al ver que estaba muy turbado, le dijo: Mira que tu esclava obedeció tu voz, arriesgué mi vida y escuché las palabras que me dijiste.
22 ଏହେତୁ ବିନୟ କରୁଅଛି, ଏବେ ଆପଣ ମଧ୍ୟ ଆପଣା ଦାସୀର ରବ ଶୁଣନ୍ତୁ ଓ ଆପଣଙ୍କ ସମ୍ମୁଖରେ ମୁଠିଏ ଆହାର ଥୋଇବା ପାଇଁ ମୋତେ ଅନୁମତି ଦେଉନ୍ତୁ ଓ ଭୋଜନ କରନ୍ତୁ, ତହିଁରେ ନିଜ ପଥରେ ଗଲା ବେଳେ ବଳ ପାଇବେ।”
Te ruego que tú también atiendas la voz de tu esclava. Permíteme servirte un trozo de pan a fin de que comas, recuperes fuerzas y seguirás tu camino.
23 ମାତ୍ର ସେ ଅସମ୍ମତ ହୋଇ କହିଲେ, “ମୁଁ ଭୋଜନ କରିବି ନାହିଁ।” ତଥାପି ତାଙ୍କର ଦାସମାନେ ଓ ସେ ସ୍ତ୍ରୀ ମିଶି ତାଙ୍କୁ ବଳାନ୍ତେ, ସେ ସେମାନଙ୍କ ରବ ଶୁଣିଲେ। ପୁଣି, ସେ ଭୂମିରୁ ଉଠି ଶଯ୍ୟା ଉପରେ ବସିଲେ।
Pero él rehusó y dijo: No comeré. Entonces los esclavos de él le insistieron juntamente con la mujer, y él los escuchó. Así que se levantó del piso y se sentó en la cama.
24 ସେତେବେଳେ ସେ ସ୍ତ୍ରୀର ଗୃହରେ ଗୋଟିଏ ହୃଷ୍ଟପୁଷ୍ଟ ବାଛୁରି ଥିଲା; ଏଣୁ ସେ ଶୀଘ୍ର ତାକୁ ମାରିଲା ଓ ମଇଦା ନେଇ ତାହା ଦଳି ତାଡ଼ିଶୂନ୍ୟ ରୁଟି ପ୍ରସ୍ତୁତ କଲା।
Y aquella mujer tenía en la casa un ternero engordado, el cual mató. Tomó harina, la amasó, coció panes sin levadura,
25 ତହୁଁ ସେ ଶାଉଲଙ୍କ ସମ୍ମୁଖକୁ ଓ ତାଙ୍କର ଦାସମାନଙ୍କ ସମ୍ମୁଖକୁ ତାହା ଆଣନ୍ତେ, ସେମାନେ ଭୋଜନ କଲେ। ତହିଁ ଉତ୍ତାରେ ସେହି ରାତ୍ରିରେ ସେମାନେ ଉଠି ଚାଲିଗଲେ।
y los sirvió a Saúl y a sus esclavos. Después que comieron, se levantaron y salieron aquella misma noche.