< ପ୍ରଥମ ଶାମୁୟେଲ 25 >

1 ଏଥିଉତ୍ତାରେ ଶାମୁୟେଲ ମଲେ; ତହୁଁ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାଙ୍କ ପାଇଁ ବିଳାପ କଲେ ଓ ରାମାସ୍ଥିତ ତାଙ୍କର ଗୃହରେ ତାଙ୍କୁ କବର ଦେଲେ। ପୁଣି, ଦାଉଦ ଉଠି ପାରଣ ପ୍ରାନ୍ତରକୁ ଗଲେ।
Samuẹli sì kú; gbogbo ènìyàn Israẹli sì kó ara wọn jọ, wọ́n sì sọkún rẹ̀ wọ́n sì sin ín nínú ilé rẹ̀ ní Rama. Dafidi sì dìde, ó sì sọ̀kalẹ̀ lọ sí ijù Parani.
2 ସେହି ସମୟରେ ମାୟୋନ୍‌ସ୍ଥିତ ଜଣେ ଲୋକ କର୍ମିଲରେ ବ୍ୟବସାୟ କରୁଥିଲା; ସେ ଅତି ବଡ଼ ଲୋକ ଓ ତାହାର ତିନି ସହସ୍ର ମେଷ ଓ ଏକ ସହସ୍ର ଛାଗୀ ଥିଲେ; ପୁଣି, ସେ କର୍ମିଲରେ ଆପଣା ମେଷଲୋମ ଛେଦନ କରୁଥିଲା।
Ọkùnrin kan sì ń bẹ ní Maoni, ẹni tí iṣẹ́ rẹ̀ ń bẹ ní Karmeli; ọkùnrin náà sì ní ọrọ̀ púpọ̀, ó sì ní ẹgbẹ̀rún mẹ́ta àgùntàn, àti ẹgbẹ̀rún ewúrẹ́: ó sì ń rẹ irun àgùntàn rẹ̀ ní Karmeli.
3 ସେହି ମନୁଷ୍ୟର ନାମ ନାବଲ ଓ ତାହାର ଭାର୍ଯ୍ୟାର ନାମ ଅବୀଗଲ; ସେହି ସ୍ତ୍ରୀ ବୁଦ୍ଧିମତୀ ଓ ରୂପବତୀ; ମାତ୍ର ସେହି ପୁରୁଷ କଟୁଭାଷୀ ଓ କୁକର୍ମକାରୀ ଓ ସେ କାଲେବ ବଂଶଜ ଥିଲା।
Orúkọ ọkùnrin náà sì ń jẹ́ Nabali, orúkọ aya rẹ̀ ń jẹ́ Abigaili; òun sì jẹ́ olóye obìnrin, àti arẹwà ènìyàn; ṣùgbọ́n òǹrorò àti oníwà búburú ni ọkùnrin; ẹni ìdílé Kalebu ni òun jẹ́.
4 ଆଉ ନାବଲ ଆପଣା ମେଷର ଲୋମ ଛେଦନ କରୁଅଛି ବୋଲି ଦାଉଦ ପ୍ରାନ୍ତରରେ ଶୁଣିଲେ।
Dafidi sì gbọ́ ní aginjù pé Nabali ń rẹ́ irun àgùntàn rẹ̀.
5 ତହିଁରେ ଦାଉଦ ଦଶ ଜଣ ଯୁବାଙ୍କୁ ପଠାଇଲେ ଓ ଦାଉଦ ସେହି ଯୁବାମାନଙ୍କୁ କହିଲେ, “ତୁମ୍ଭେମାନେ କର୍ମିଲକୁ ଉଠି ନାବଲ କତିକି ଯାଅ ଓ ମୋହର ନାମରେ ତାହାକୁ ନମସ୍କାର ଜଣାଅ।
Dafidi sì rán ọmọkùnrin mẹ́wàá, Dafidi sì sọ fún àwọn ọ̀dọ́kùnrin náà pé, “Ẹ gòkè lọ sí Karmeli, kí ẹ sì tọ Nabali lọ, kí ẹ sì kí i ni orúkọ mi.
6 ପୁଣି, ତାହାକୁ ଏପରି କୁହ, ‘ତୁମ୍ଭେ ଚିରଜୀବୀ ହୁଅ, ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ ଓ ତୁମ୍ଭ ସର୍ବସ୍ୱର ମଙ୍ଗଳ ହେଉ।
Báyìí ni ẹ ó sì wí fún ẹni tí ó wà ni ìrora pé, ‘Àlàáfíà fún ọ! Àlàáfíà fún ohun gbogbo tí ìwọ ní!
7 ଆମ୍ଭେ ଶୁଣିଲୁ, ତୁମ୍ଭର ଲୋମଛେଦକମାନେ ଅଛନ୍ତି; ତୁମ୍ଭର ମେଷପାଳକମାନେ ଏବେ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ଆମ୍ଭେମାନେ ସେମାନଙ୍କର କୌଣସି ଅପକାର କରି ନାହୁଁ, କିଅବା କର୍ମିଲରେ ଥିବା ସମୟଯାକ ସେମାନଙ୍କର କିଛି ହଜି ନାହିଁ।
“‘Ǹjẹ́ mo gbọ́ pé, àwọn olùrẹ́run ń bẹ lọ́dọ̀ rẹ. Wò ó, àwọn olùṣọ́-àgùntàn rẹ ti wà lọ́dọ̀ wa àwa kò sì pa wọ́n lára, wọn kò sì sọ ohunkóhun nù ní gbogbo ọjọ́ tí wọ́n wà ní Karmeli.
8 ତୁମ୍ଭେ ଆପଣା ଯୁବାମାନଙ୍କୁ ପଚାର, ସେମାନେ କହିବେ; ଏହେତୁ ଏହି ଯୁବାମାନେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଉନ୍ତୁ; କାରଣ ଆମ୍ଭେମାନେ ଶୁଭ ଦିନରେ ଆସିଅଛୁ। ବିନୟ କରୁଅଛୁ, ତୁମ୍ଭ ହସ୍ତରେ ଯାହା ଆସେ, ତାହା ତୁମ୍ଭେ ଆପଣା ଦାସମାନଙ୍କୁ ଓ ଆପଣା ପୁତ୍ର ଦାଉଦଙ୍କୁ ଦିଅ।’”
Bi àwọn ọmọkùnrin rẹ léèrè, wọn ó sì sọ fún ọ. Nítorí náà, jẹ́ kí àwọn ọmọkùnrin wọ̀nyí rí ojúrere lọ́dọ̀ rẹ; nítorí pé àwa sá wá ní ọjọ́ àsè: èmi bẹ̀ ọ́ ohunkóhun tí ọwọ́ rẹ bá bà, fi fún àwọn ìránṣẹ́ rẹ, àti fún Dafidi ọmọ rẹ.’”
9 ତହୁଁ ଦାଉଦଙ୍କର ଯୁବାମାନେ ଯାଇ ଦାଉଦଙ୍କ ନାମରେ ନାବଲକୁ ଏହିସବୁ କଥା କହି କ୍ଷାନ୍ତ ହେଲେ।
Àwọn ọmọkùnrin Dafidi sì lọ, wọ́n sì sọ fún Nabali gẹ́gẹ́ bí gbogbo ọ̀rọ̀ wọ̀nyí ní orúkọ Dafidi, wọ́n sì sinmi.
10 ତହିଁରେ ନାବଲ ଦାଉଦଙ୍କର ଦାସମାନଙ୍କୁ ଉତ୍ତର ଦେଇ କହିଲା, “ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି, ଯେଉଁମାନେ ଆପଣା ଆପଣା ମୁନିବଠାରୁ ବିଗିଡ଼ି ବୁଲୁଛନ୍ତି।
Nabali sì dá àwọn ìránṣẹ́ Dafidi lóhùn pé, “Ta ni ń jẹ́ Dafidi? Tàbí ta ni sì ń jẹ́ ọmọ Jese? Ọ̀pọ̀lọpọ̀ ìránṣẹ́ ni ń bẹ ni ìsinsin yìí tí wọn sá olúkúlùkù kúrò lọ́dọ̀ olúwa rẹ̀.
11 ତେବେ ମୁଁ କʼଣ ଆପଣା ରୁଟି ଓ ଆପଣା ଜଳ ଓ ଆପଣା ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁଆଡ଼ର ଅଜ୍ଞାତ ଲୋକମାନଙ୍କୁ ଦେବି?”
Ǹjẹ́ ki èmi o mú oúnjẹ mi, àti omi mi, àti ẹran mi ti mo pa fún àwọn olùrẹ́run mi, ki èmi sì fi fún àwọn ọkùnrin ti èmi kò mọ̀ ibi wọ́n ti wá?”
12 ତହୁଁ ଦାଉଦଙ୍କର ଯୁବାମାନେ ଆପଣା ବାଟରେ ଫେରିଗଲେ ଓ ତାଙ୍କ ନିକଟକୁ ଆସି ସେହି ସବୁ କଥା ତାଙ୍କୁ ଜଣାଇଲେ।
Bẹ́ẹ̀ ni àwọn ọmọkùnrin Dafidi sì mú ọ̀nà wọn pọ̀n, wọ́n sì padà, wọ́n sì wá, wọn si rò fún un gẹ́gẹ́ bi gbogbo ọ̀rọ̀ wọ̀nyí.
13 ଏଥିରେ ଦାଉଦ ଆପଣା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧ।” ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧିଲେ ଓ ଦାଉଦ ହିଁ ଆପଣା ଖଡ୍ଗ ବାନ୍ଧିଲେ; ତହୁଁ ଦାଉଦଙ୍କର ପଛରେ ଊଣାଧିକ ଚାରି ଶହ ଲୋକ ଗମନ କଲେ; ପୁଣି, ଦୁଇ ଶହ ଲୋକ ସାମଗ୍ରୀ ପାଖରେ ରହିଲେ।
Dafidi sí wí fún àwọn ọmọkùnrin rẹ̀ pé, “Kí olúkúlùkù yín ó di idà rẹ́ mọ́ ìdí,” olúkúlùkù ọkùnrin sì di idà tirẹ̀ mọ́ ìdí; àti Dafidi pẹ̀lú sì di idà tirẹ̀; ìwọ̀n irinwó ọmọkùnrin si gòkè tọ Dafidi lẹ́yìn; igba si jókòó níbi ẹrù.
14 ଏଥିମଧ୍ୟରେ ଯୁବାମାନଙ୍କ ମଧ୍ୟରୁ ଜଣେ ନାବଲର ଭାର୍ଯ୍ୟା ଅବୀଗଲକୁ ଜଣାଇ କହିଲା, “ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ମଙ୍ଗଳବାଦ କରିବା ନିମନ୍ତେ ପ୍ରାନ୍ତରରୁ ଦୂତମାନଙ୍କୁ ପଠାଇଥିଲେ, ତହିଁରେ ସେ ସେମାନଙ୍କୁ ଖାଇ ଗୋଡ଼ାଇଲେ।
Ọ̀kan nínú àwọn ọmọkùnrin Nabali si wí fún Abigaili aya rẹ̀ pé, “Wo o, Dafidi rán oníṣẹ́ láti aginjù wá láti kí olúwa wa; ó sì kanra mọ́ wọn.
15 ମାତ୍ର ସେହି ଲୋକମାନେ ଆମ୍ଭମାନଙ୍କର ବଡ଼ ଉପକାରୀ, ପୁଣି, ଆମ୍ଭେମାନେ କ୍ଷେତ୍ରରେ ସେମାନଙ୍କ ସଙ୍ଗେ ଥିବାଯାଏ ଆମ୍ଭମାନଙ୍କର କୌଣସି ଅପକାର ହୋଇ ନାହିଁ, କି ଆମ୍ଭେମାନେ କିଛି ହରାଇ ନାହୁଁ।
Ṣùgbọ́n àwọn ọkùnrin náà ṣe oore fún wa gidigidi, wọn kò ṣe wá ní ibi kan, ohunkóhun kò nù ni ọwọ́ wa ni gbogbo ọjọ́ ti àwa bá wọn rìn nígbà ti àwa ń bẹ lóko.
16 ଆମ୍ଭେମାନେ ସେମାନଙ୍କ ସଙ୍ଗେ ମେଷ ଜଗିବାର ସମୟଯାକ ସେମାନେ ରାତ୍ରିରେ ଓ ଦିନରେ ଆମ୍ଭମାନଙ୍କ ପ୍ରତି ପ୍ରାଚୀର ସ୍ୱରୂପ ଥିଲେ।
Odi ni wọ́n sá à jásí fún wa lọ́sàn án, àti lóru, ni gbogbo ọjọ́ ti a fi bá wọn gbé, tí a n bojútó àwọn àgùntàn.
17 ଏହେତୁ ଏବେ ତୁମ୍ଭର କି କର୍ତ୍ତବ୍ୟ, ଏହା ବିବେଚନା କରି ବୁଝ; କାରଣ ଆମ୍ଭମାନଙ୍କ କର୍ତ୍ତା ଓ ତାଙ୍କର ସମସ୍ତ ଗୃହ ପ୍ରତିକୂଳରେ ଅମଙ୍ଗଳ ସ୍ଥିର ହୋଇଅଛି; ମାତ୍ର ସେ ଏପରି ଦୁଷ୍ଟ ଲୋକ ଯେ, ତାଙ୍କୁ କେହି କିଛି କହି ନ ପାରେ।”
Ǹjẹ́, rò ó wò, kí ìwọ sì mọ èyí ti ìwọ yóò ṣe; nítorí pé a ti gbèrò ibi sí olúwa wa, àti sí gbogbo ilé rẹ̀; òun sì jásí ọmọ Beliali tí a kò le sọ̀rọ̀ fún.”
18 ତହୁଁ ଅବୀଗଲ ଶୀଘ୍ର ଦୁଇ ଶହ ରୁଟି ଓ ଦୁଇ କୁମ୍ପା ଦ୍ରାକ୍ଷାରସ ଓ ପାଞ୍ଚୋଟି କଟା ମେଷ ଓ ପାଞ୍ଚ ଗଉଣୀ ଭଜା ଶସ୍ୟ ଓ ଶହେ ପେଣ୍ଡା ଦ୍ରାକ୍ଷାଫଳ ଓ ଦୁଇ ଶହ ଡିମ୍ବିରି ଚକ୍ତି ନେଇ ଗଧମାନଙ୍କ ଉପରେ ନଦିଲା।
Abigaili sì yára, ó sì mú igbá ìṣù àkàrà àti ìgò ọtí wáìnì méjì, àti àgùntàn márùn-ún, tí a ti ṣè, àti òsùwọ̀n àgbàdo yíyan márùn-ún, àti ọgọ́rùn-ún ìdì àjàrà, àti igba àkàrà èso ọ̀pọ̀tọ́, ó sì dìwọ́n ru kẹ́tẹ́kẹ́tẹ́.
19 ପୁଣି, ସେ ଆପଣା ଯୁବାମାନଙ୍କୁ କହିଲା, “ମୋହର ଆଗେ ଆଗେ ଚାଲ; ଦେଖ, ମୁଁ ତୁମ୍ଭମାନଙ୍କ ପଛେ ପଛେ ଯାଉଅଛି।” ମାତ୍ର ସେ ଆପଣା ସ୍ୱାମୀ ନାବଲକୁ ଏହା ଜଣାଇଲା ନାହିଁ।
Òun sì wí fún àwọn ọmọkùnrin rẹ̀ pé, “Máa lọ níwájú mi; wò ó, èmi ń bọ̀ lẹ́yìn yín,” ṣùgbọ́n òun kò wí fún Nabali baálé rẹ̀.
20 ଏରୂପେ ସେ ଗର୍ଦ୍ଦଭ ଉପରେ ଚଢ଼ି ପର୍ବତ ଉହାଡ଼ ନିକଟକୁ ଆସନ୍ତେ, ଦେଖ, ଦାଉଦ ଓ ତାଙ୍କର ଲୋକମାନେ ଅବୀଗଲ ସମ୍ମୁଖରେ ଉପସ୍ଥିତ ହେଲେ ଓ ସେ ସେମାନଙ୍କୁ ଭେଟିଲା।
Bí o ti gun orí kẹ́tẹ́kẹ́tẹ́ tí ó sì ń sọ̀kalẹ̀ sí ibi ìkọ̀kọ̀ òkè náà, wò ó, Dafidi àti àwọn ọmọkùnrin rẹ̀ sì sọ̀kalẹ̀ níwájú rẹ̀; òun sì wá pàdé wọn.
21 ପୂର୍ବରେ ଦାଉଦ କହିଥିଲେ, “ମୁଁ ଏଇଟାର ପ୍ରାନ୍ତରରେ ଥିବା ଦ୍ରବ୍ୟସବୁ ଖାଲି ମିଛରେ ଜଗିଲି, ଏହାର ସବୁ ଦ୍ରବ୍ୟରୁ କିଛି ହରଣ ହୋଇ ନାହିଁ; ମାତ୍ର ସେ ଭଲ ପାଲଟେ ମୋର ମନ୍ଦ କରିଅଛି।
Dafidi sì ti wí pé, “Ǹjẹ́ lásán ni èmi ti pa gbogbo èyí tí i ṣe ti eléyìí ní aginjù, ti ohunkóhun kò sì nù nínú gbogbo èyí ti í ṣe tirẹ̀: òun ni ó sì fi ibi san ìre fún mi yìí.
22 ଏହାର ଯାହା କିଛି ଅଛି, ସେସବୁ ମଧ୍ୟରୁ ଯେବେ ସକାଳ ଆଲୁଅ ପର୍ଯ୍ୟନ୍ତ ଗୋଟିଏ ପୁରୁଷ ପିଲା ଅବଶିଷ୍ଟ ରଖେ, ତେବେ ପରମେଶ୍ୱର ଦାଉଦଙ୍କର ଶତ୍ରୁମାନଙ୍କୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।”
Bẹ́ẹ̀ àti jù bẹ́ẹ̀ lọ, ni ki Ọlọ́run ó ṣe sí àwọn ọ̀tá Dafidi, bi èmi bá fi ọkùnrin kan sílẹ̀ nínú gbogbo èyí tí i ṣe tirẹ̀ títí di ìmọ́lẹ̀ òwúrọ̀.”
23 ଏଣୁ ଅବୀଗଲ ଦାଉଦଙ୍କୁ ଦେଖନ୍ତେ, ଶୀଘ୍ର ଗର୍ଦ୍ଦଭରୁ ଓହ୍ଲାଇ ଦାଉଦଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ଭୂମିଷ୍ଠ ପ୍ରଣାମ କଲା।
Abigaili sì rí Dafidi, ó sì yára, ó sọ̀kalẹ̀ lórí kẹ́tẹ́kẹ́tẹ́, ó sì dojúbolẹ̀ níwájú Dafidi, ó sì rẹ ara rẹ̀ sílẹ̀.
24 ପୁଣି, ତାଙ୍କ ଚରଣରେ ପଡ଼ି କହିଲା, “ହେ ମୋହର ପ୍ରଭୋ, ମୋʼ ଉପରେ, ମୋହର ଉପରେ ହିଁ ସେହି ଅପରାଧ ବର୍ତ୍ତୁ; ଆପଣା ଦାସୀକୁ ଆପଣଙ୍କ କର୍ଣ୍ଣଗୋଚରରେ କହିବାକୁ ଦେଉନ୍ତୁ ଓ ଆପଣା ଦାସୀର କଥା ଆପଣ ଶୁଣନ୍ତୁ।
Ó sì wólẹ̀ lẹ́bàá ẹsẹ̀ rẹ̀, ó wí pé, “Olúwa mi, fi ẹ̀ṣẹ̀ yìí yá mi: kí ó sì jẹ́ kí ìránṣẹ́bìnrin rẹ, èmi bẹ̀ ọ́, sọ̀rọ̀ létí rẹ, kí ó sì gbọ́ ọ̀rọ̀ ìránṣẹ́bìnrin rẹ.
25 ବିନୟ କରୁଅଛି, ମୋହର ପ୍ରଭୋ, ସେହି ଦୁଷ୍ଟ ମନୁଷ୍ୟ ନାବଲକୁ ମନରେ ନ କରନ୍ତୁ; କାରଣ ତାହାର ନାମ ଯେପରି, ସେ ସେପରି; ତାହାର ନାମ ନାବଲ ଓ ମୂଢ଼ତା ତାହାଠାରେ ଅଛି; ମାତ୍ର ଆପଣଙ୍କ ଏହି ଦାସୀ ମୋହର ପ୍ରଭୁଙ୍କ ପ୍ରେରିତ ଯୁବାମାନଙ୍କୁ ଦେଖି ନାହିଁ।
Olúwa mi, èmi bẹ̀ ọ́ má ka ọkùnrin Beliali yìí sí, àní Nabali. Nítorí pé bí orúkọ rẹ̀ ti jẹ́ bẹ́ẹ̀ ni òun náà rí. Nabali ni orúkọ rẹ̀, àìmoye si wà pẹ̀lú rẹ̀; ṣùgbọ́n èmi ìránṣẹ́bìnrin rẹ kò ri àwọn ọmọkùnrin olúwa mi, ti ìwọ rán.
26 ହେ ମୋହର ପ୍ରଭୋ, ସଦାପ୍ରଭୁ ତ ଆପଣଙ୍କୁ ରକ୍ତପାତ ଦୋଷରୁ ଓ ଆପଣଙ୍କ ନିଜ ହସ୍ତରେ ଆତ୍ମ-ପ୍ରତିକାର କରିବାରୁ ବାରଣ କଲେ, ଏହେତୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପ୍ରମାଣେ ଆପଣଙ୍କ ଶତ୍ରୁମାନେ ଓ ମୋର ପ୍ରଭୁଙ୍କ ଅମଙ୍ଗଳ ଅନ୍ୱେଷଣକାରୀମାନେ ନାବଲ ପରି ହେଉନ୍ତୁ।
Ǹjẹ́ olúwa mi, bi Olúwa ti wà láààyè, àti bí ẹ̀mí rẹ̀ si ti wà láààyè, bi Olúwa sì ti dá ọ dúró láti wá ta ẹ̀jẹ̀ sílẹ̀, àti láti fi ọwọ́ ara rẹ gba ẹ̀san; ǹjẹ́, kí àwọn ọ̀tá rẹ, àti àwọn ẹni tí ń gbèrò ibi sí olúwa mi rí bi i Nabali.
27 ଏଣୁ ଆପଣଙ୍କ ଦାସୀ ମୋର ପ୍ରଭୁଙ୍କ ନିକଟକୁ ଯେଉଁ ଭେଟି ଆଣିଅଛି, ତାହା ମୋର ପ୍ରଭୁଙ୍କ ଅନୁଗାମୀ ଯୁବାମାନଙ୍କୁ ଦିଆଯାଉ।
Ǹjẹ́ èyí ni ẹ̀bùn tí ìránṣẹ́bìnrin rẹ mú wá fún olúwa mi, jẹ́ kí a sì fi fún àwọn ọmọkùnrin ti ń tọ olúwa mi lẹ́yìn.
28 ବିନୟ କରୁଅଛି, ଆପଣଙ୍କ ଦାସୀର ଅପରାଧ କ୍ଷମା କରନ୍ତୁ; ମୋର ପ୍ରଭୁ ସଦାପ୍ରଭୁଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି, ଏଥିପାଇଁ ସଦାପ୍ରଭୁ ମୋର ପ୍ରଭୁଙ୍କ ଗୃହ ନିଶ୍ଚୟ ସୁସ୍ଥିର କରିବେ ଓ ଯାବଜ୍ଜୀବନ ଆପଣଙ୍କଠାରେ ମନ୍ଦତା ଦେଖା ନ ଯିବ।
“Èmi bẹ̀ ọ́, fi ìrékọjá arábìnrin rẹ jìn ín, nítorí Olúwa yóò sá ṣe ilé òdodo fún olúwa mi, nítorí pé ó ja ogun Olúwa. Nítorí náà kí a má ri ibi kan ni ọwọ́ rẹ níwọ̀n ìgbà tí ó wà láààyè.
29 ପୁଣି, ମନୁଷ୍ୟ ଆପଣଙ୍କୁ ତାଡ଼ନା କରିବାକୁ ଓ ଆପଣଙ୍କ ପ୍ରାଣ ନେବାକୁ ଉଠିଲେ ହେଁ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନିକଟରେ ମୋର ପ୍ରଭୁଙ୍କ ପ୍ରାଣ ଜୀବନରୂପ ଗଣ୍ଠିଲୀରେ ଗଣ୍ଠି ପଡ଼ି ରହିବ; ମାତ୍ର ସେ ଆପଣଙ୍କ ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀଖୋଲରୁ ଫିଙ୍ଗିଦେଲା ପରି ଫିଙ୍ଗି ଦେବେ।
Bí ọkùnrin kan bá sì dìde láti máa lépa rẹ, àti máa wá ẹ̀mí rẹ, a ó sì di ẹ̀mí olúwa mi nínú ìdì ìyè lọ́dọ̀ Olúwa Ọlọ́run rẹ; àti ẹ̀mí àwọn ọ̀tá rẹ ni a ó sì gbọ̀n sọnù gẹ́gẹ́ bí kànnàkànnà jáde.
30 ସଦାପ୍ରଭୁ ଆପଣଙ୍କ ବିଷୟରେ ଯେସମସ୍ତ ମଙ୍ଗଳ କଥା କହିଅଛନ୍ତି, ତାହା ଯେତେବେଳେ ସେ ମୋର ପ୍ରଭୁଙ୍କ ପ୍ରତି ସଫଳ କରି ଆପଣଙ୍କୁ ଇସ୍ରାଏଲର ଅଗ୍ରଣୀ ରୂପେ ନିଯୁକ୍ତ କରିବେ,
Yóò sì ṣe, Olúwa yóò ṣe sí olúwa mi gẹ́gẹ́ bí gbogbo ìre tí ó ti wí nípa tirẹ̀, yóò sì yàn ọ́ ni aláṣẹ lórí Israẹli.
31 ସେତେବେଳେ ଆପଣ ଅକାରଣରେ ରକ୍ତପାତ କଲେ, କିଅବା ମୋର ପ୍ରଭୁ ନିଜେ ଆତ୍ମ-ପ୍ରତିକାର କଲେ ବୋଲି ଆପଣଙ୍କର ବିଘ୍ନ କି ହୃଦୟର ବ୍ୟସ୍ତତା ଜନ୍ମିବ ନାହିଁ; ମାତ୍ର ସଦାପ୍ରଭୁ ମୋର ପ୍ରଭୁଙ୍କ ମଙ୍ଗଳ କରିବା ବେଳେ ଆପଣଙ୍କର ଏହି ଦାସୀକୁ ସ୍ମରଣ କରିବେ।”
Èyí kì yóò sì jásí ìbànújẹ́ fún ọ, tàbí ìbànújẹ́ ọkàn fún olúwa mi, nítorí pé ìwọ ta ẹ̀jẹ̀ aláìṣẹ̀ sílẹ̀, tàbí pé olúwa mi gba ẹ̀san fún ara rẹ̀, ṣùgbọ́n nígbà tí Olúwa ba ṣe oore fún olúwa mi, ǹjẹ́ rántí ìránṣẹ́bìnrin rẹ!”
32 ଏଥିରେ ଦାଉଦ ଅବୀଗଲକୁ କହିଲେ, “ଆଜି ଯେ ମୋʼ ସଙ୍ଗରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ;
Dafidi sì wí fún Abigaili pé, “Alábùkún fún ni Olúwa Ọlọ́run Israẹli, tí ó rán ọ lónìí yìí láti pàdé mi.
33 ପୁଣି, ତୁମ୍ଭର ସୁବିଚାର ଧନ୍ୟ ହେଉ ଓ ଆଜି ମୋତେ ରକ୍ତପାତ ଦୋଷରୁ ଓ ମୋର ନିଜ ହସ୍ତରେ ଆତ୍ମ-ପ୍ରତିକାରରୁ ନିବୃତ୍ତ କଲ ଯେ ତୁମ୍ଭେ, ତୁମ୍ଭେ ଧନ୍ୟା ହୁଅ।
Ìbùkún ni fún ọgbọ́n rẹ, alábùkún sì ni ìwọ, tí ó da mi dúró lónìí yìí láti wá ta ẹ̀jẹ̀ sílẹ̀, àti láti fi ọwọ́ mi gba ẹ̀san fún ara mi.
34 କାରଣ ତୁମ୍ଭକୁ ହିଂସା କରିବାରୁ ମୋତେ ବାରଣ କଲେ ଯେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତାହାଙ୍କର ଜୀବିତ ଥିବା ପ୍ରମାଣେ ଏହା ସତ୍ୟ ଯେ, ତୁମ୍ଭେ ଶୀଘ୍ର ମୋତେ ଭେଟିବା ପାଇଁ ଆସି ନ ଥିଲେ, ସକାଳ ଆଲୁଅ ବେଳକୁ ନାବଲର ଗୋଟିଏ ପୁରୁଷ ପିଲା ଅବଶିଷ୍ଟ ନ ଥାଆନ୍ତା।”
Nítòótọ́, bí Olúwa Ọlọ́run Israẹli tí ń bẹ, tí ó da mi dúró láti pa ọ́ lára bí kò ṣe pé bí ìwọ ti yára tí ó sì wá pàdé mi, nítòótọ́ kì bá tí kù fún Nabali di ìmọ́lẹ̀ òwúrọ̀ nínú àwọn ọkùnrin rẹ̀.”
35 ତହୁଁ ସେ ତାଙ୍କ ପାଇଁ ଯାହା ଆଣିଥିଲା, ଦାଉଦ ତାହା ହସ୍ତରୁ ତାହା ଗ୍ରହଣ କଲେ ଓ ତାହାକୁ କହିଲେ, “କୁଶଳରେ ଆପଣା ଗୃହକୁ ଯାଅ; ଦେଖ, ମୁଁ ତୁମ୍ଭ ରବ ଶୁଣିଲି ଓ ତୁମ୍ଭକୁ ଗ୍ରାହ୍ୟ କଲି।”
Bẹ́ẹ̀ ni Dafidi sì gba nǹkan tí ó mú wá fún un lọ́wọ́ rẹ̀, ó sì wí fún un pé, “Gòkè lọ ni àlàáfíà sí ilé rẹ, wò ó, èmi ti gbọ́ ohùn rẹ, inú mi sì dùn sí ọ.”
36 ଏଉତ୍ତାରେ ଅବୀଗଲ ନାବଲ ନିକଟକୁ ଆସିଲା, ସେତେବେଳେ ଦେଖ, ସେ ଆପଣା ଗୃହରେ ରାଜଭୋଜ ପରି ଭୋଜ କରିଥିଲା; ପୁଣି, ନାବଲ ଅତିଶୟ ମତ୍ତ ଥିବାରୁ ତାହାର ମନ ଅତି ପ୍ରଫୁଲ୍ଲ ଥିଲା; ଏହେତୁ ସକାଳ ଆଲୁଅ ପର୍ଯ୍ୟନ୍ତ ଅବୀଗଲ ତାହାକୁ ଅଳ୍ପ ବା ବହୁତ କୌଣସି କଥା ଜଣାଇଲା ନାହିଁ।
Abigaili sì tọ Nabali wá, sì wò ó, òun sì ṣe àsè ni ilé rẹ̀ gẹ́gẹ́ bí àsè ọba: inú Nabali sì dùn nítorí pé, ó ti mú ọtí ni àmupara; òun kò si sọ nǹkan fún un, díẹ̀ tàbí púpọ̀: títí di ìmọ́lẹ̀ òwúrọ̀
37 ମାତ୍ର ପ୍ରାତଃକାଳରେ ନାବଲର ମତ୍ତତା ତୁଟନ୍ତେ, ତାହାର ଭାର୍ଯ୍ୟା ତାହାକୁ ସେହି ସବୁ କଥା ଜଣାଇଲା; ତହିଁରେ ତାହାର ହୃଦୟ ତାହା ଅନ୍ତରରେ ମରିଗଲା ଓ ସେ ପଥର ପରି ହୋଇଗଲା।
Ó sì ṣe; ni òwúrọ̀, nígbà ti ọtí náà si dá tán lójú Nabali, obìnrin rẹ̀ sì ro nǹkan wọ̀nyí fún un, ọkàn rẹ sì kú nínú rẹ̀, òun sì dàbí òkúta.
38 ଏଥିଉତ୍ତାରେ ଊଣାଧିକ ଦଶ ଦିନ ଉତ୍ତାରେ ସଦାପ୍ରଭୁ ନାବଲକୁ ଆଘାତ କରନ୍ତେ, ସେ ମଲା।
Ó sì ṣe lẹ́yìn ìwọ̀n ọjọ́ mẹ́wàá, Olúwa lu Nabali, ó sì kú.
39 ଏଉତ୍ତାରେ ନାବଲ ମରିଅଛି, ଏହା ଦାଉଦ ଶୁଣି କହିଲେ, “ନାବଲ ହସ୍ତରୁ ମୋହର ଅପମାନଜନକ ବିବାଦର ପ୍ରତିବାଦ କଲେ ଓ ଆପଣା ଦାସକୁ ମନ୍ଦ କର୍ମରୁ ନିବୃତ୍ତ କଲେ ଯେ ସଦାପ୍ରଭୁ, ସେ ଧନ୍ୟ ହେଉନ୍ତୁ; ଆଉ ସଦାପ୍ରଭୁ ନାବଲର ମନ୍ଦ କର୍ମର ପ୍ରତିଫଳ ତାହା ମସ୍ତକରେ ବର୍ତ୍ତାଇଅଛନ୍ତି।” ଏଉତ୍ତାରେ ଦାଉଦ ଅବୀଗଲକୁ ବିବାହ କରିବା ବିଷୟ କଥାବାର୍ତ୍ତା କରିବା ପାଇଁ ତାହା ନିକଟକୁ ଲୋକ ପଠାଇଲେ।
Dafidi sì gbọ́ pé Nabali kú, ó sì wí pé, “Ìyìn ni fún Olúwa tí o gbèjà gígàn mi láti ọwọ́ Nabali wá, tí ó sì dá ìránṣẹ́ rẹ̀ dúró láti ṣe ibi: Olúwa sì yí ìkà Nabali sí orí òun tìkára rẹ̀.” Dafidi sì ránṣẹ́, ó sì ba Abigaili sọ̀rọ̀ láti mú un fi ṣe aya fún ara rẹ̀.
40 ତହୁଁ ଦାଉଦଙ୍କର ଦାସମାନେ କର୍ମିଲକୁ; ଅବୀଗଲ କତିକି ଆସି ତାହାକୁ କହିଲେ, “ଦାଉଦ ତୁମ୍ଭକୁ ବିବାହ କରିବା ପାଇଁ ତାଙ୍କ ନିକଟକୁ ନେବାକୁ ଆମ୍ଭମାନଙ୍କୁ ତୁମ୍ଭ କତିକି ପଠାଇଅଛନ୍ତି।”
Àwọn ìránṣẹ́ Dafidi sì lọ sọ́dọ̀ Abigaili ni Karmeli, wọn sì sọ fún un pé, “Dafidi rán wá si ọ láti mu ọ ṣe aya rẹ̀.”
41 ଏଥିରେ ସେ ଉଠି ଭୂମିଷ୍ଠ ପ୍ରଣାମ କରି କହିଲା, “ଦେଖ, ତୁମ୍ଭ ଦାସୀ ମୋହର ପ୍ରଭୁଙ୍କ ଦାସମାନଙ୍କ ପାଦ ଧୋଇବା ଦାସୀ।”
Ó sì dìde, ó sì dojúbolẹ̀, ó sì wí pé, “Wò ó, jẹ́ kí ìránṣẹ́bìnrin rẹ ó jẹ́ ìránṣẹ́ kan láti máa wẹ ẹsẹ̀ àwọn ìránṣẹ́ olúwa mi.”
42 ତହୁଁ ଅବୀଗଲ ନିଜର ପାଞ୍ଚ ଅନୁଚରୀ ଯୁବତୀଙ୍କି ସଙ୍ଗେ ଘେନି ଶୀଘ୍ର ଉଠି ଗର୍ଦ୍ଦଭ ଉପରେ ଆରୋହଣ କଲା; ପୁଣି, ସେ ଦାଉଦଙ୍କର ଦୂତମାନଙ୍କ ପଶ୍ଚାଦ୍‍ଗମନ କରି ତାଙ୍କର ଭାର୍ଯ୍ୟା ହେଲା।
Abigaili sì yára, ó sì dìde, ó sì gun kẹ́tẹ́kẹ́tẹ́, àwọn ìránṣẹ́bìnrin rẹ̀ márùn-ún sì tẹ̀lé e lẹ́yìn; òun sì tẹ̀lé àwọn ìránṣẹ́ Dafidi, o sì wá di aya rẹ̀.
43 ମଧ୍ୟ ଦାଉଦ ଯିଷ୍ରିୟେଲୀୟା ଅହୀନୋୟମକୁ ବିବାହ କଲେ; ତହିଁରେ ସେ ଦୁହେଁ ତାଙ୍କର ଭାର୍ଯ୍ୟା ହେଲେ।
Dafidi sì mú Ahinoamu ará Jesreeli; àwọn méjèèjì sì jẹ́ aya rẹ̀.
44 ମାତ୍ର ଶାଉଲ ଆପଣା ମୀଖଲ ନାମ୍ନୀ କନ୍ୟା ଦାଉଦଙ୍କର ଭାର୍ଯ୍ୟାକୁ ଗଲ୍ଲୀମ ନିବାସୀ ଲୟିଶର ପୁତ୍ର ପଲ୍ଟିକୁ ଦେଇଥିଲେ।
Ṣùgbọ́n Saulu ti fi Mikali ọmọ rẹ̀ obìnrin aya Dafidi, fún Palti ọmọ Laiṣi tí i ṣe ara Galimu.

< ପ୍ରଥମ ଶାମୁୟେଲ 25 >