< ପ୍ରଥମ ଶାମୁୟେଲ 24 >

1 ଏଥିଉତ୍ତାରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚାଦ୍‍ଗମନରୁ ଫେରନ୍ତେ, ଲୋକମାନେ ତାଙ୍କୁ ଜଣାଇ କହିଲେ, ଦେଖନ୍ତୁ, ଦାଉଦ ଐନଗଦୀସ୍ଥ ପ୍ରାନ୍ତରରେ ଅଛି।
Baada ya Sauli kurudi kuwafuatia Wafilisti, akaambiwa kwamba, “Daudi yuko katika Jangwa la En-Gedi.”
2 ତହୁଁ ଶାଉଲ ସମୁଦାୟ ଇସ୍ରାଏଲ ମଧ୍ୟରୁ ତିନି ହଜାର ବଛା ଲୋକ ନେଇ ଦାଉଦ ଓ ତାଙ୍କର ଲୋକମାନଙ୍କୁ ବନ୍ୟ ଛାଗର ଶୈଳ ସବୁରେ ଖୋଜିବାକୁ ଗଲେ।
Basi Sauli akachukua watu hodari 3,000 kutoka Israeli yote kwenda kumsaka Daudi na watu wake karibu na Majabali ya Mbuzi-Mwitu.
3 ପୁଣି, ସେ ପଥ ନିକଟସ୍ଥ ମେଷଶାଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ଗୋଟିଏ ଗୁମ୍ଫା ଥିଲା; ପୁଣି, ଶାଉଲ ପାଦ ଢାଙ୍କିବା ପାଇଁ ତହିଁ ଭିତରକୁ ଗଲେ। ସେହି ସମୟରେ ଦାଉଦ ଓ ତାଙ୍କର ଲୋକମାନେ ସେହି ଗୁମ୍ଫାର ଅନ୍ତର୍ଭାଗରେ ଥିଲେ।
Akaja mpaka kwenye mazizi ya kondoo kando ya njia, hapo palikuwa na pango, na Sauli akaingia ndani kujipumzisha. Daudi na watu wake walikuwa wamo mle pangoni kwa ndani zaidi.
4 ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, “ଯେଉଁ ଦିନ ବିଷୟରେ ସଦାପ୍ରଭୁ ତୁମ୍ଭକୁ କହିଥିଲେ, ଦେଖ, ‘ଆମ୍ଭେ ତୁମ୍ଭ ଶତ୍ରୁକୁ ତୁମ୍ଭ ହସ୍ତରେ ଦେବା, ତହିଁରେ ତୁମ୍ଭକୁ ଯେପରି ଭଲ ଦିଶିବ, ସେପରି ତୁମ୍ଭେ ତାହା ପ୍ରତି କରିବ, ସେଦିନ ଏହି ଦେଖ।’” ତହୁଁ ଦାଉଦ ଉଠି ଗୋପନରେ ଶାଉଲଙ୍କର ଚୋଗାଧଡ଼ି କାଟି ନେଲେ।
Watu wa Daudi wakasema, “Hii ndiyo siku aliyonena Bwana akikuambia, ‘Nitamtia adui yako mikononi mwako ili wewe umtendee utakavyo.’” Basi Daudi akanyemelea bila kuonekana na kukata upindo wa joho la Sauli.
5 ମାତ୍ର ଶାଉଲଙ୍କର ବସ୍ତ୍ରଧଡ଼ି କାଟିବାରୁ ପଛେ ଦାଉଦଙ୍କର ଅନ୍ତଃକରଣ ତାଙ୍କୁ ଆଘାତ କଲା।
Baada ya hilo, dhamiri ya Daudi ikataabika kwa kukata upindo wa joho la Sauli.
6 ଏଣୁ ସେ ଆପଣା ଲୋକମାନଙ୍କୁ କହିଲେ, “ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତ ମୋର ପ୍ରଭୁଙ୍କ ପ୍ରତିକୂଳରେ ହାତ ଉଠାଇବି, ସଦାପ୍ରଭୁ ଏହା କରିବାକୁ ମୋତେ ନ ଦେଉନ୍ତୁ; କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ।”
Akawaambia watu wake, “Bwana na apishie mbali nisije nikafanya jambo kama hilo kwa bwana wangu, yeye ambaye ni mpakwa mafuta wa Bwana, au kuinua mkono wangu dhidi yake; kwani yeye ni mpakwa mafuta wa Bwana.”
7 ଏସବୁ କଥା ଦ୍ୱାରା ଦାଉଦ ଆପଣା ଲୋକମାନଙ୍କୁ ଦମନ କଲେ ଓ ଶାଉଲଙ୍କ ପ୍ରତିକୂଳରେ ସେମାନଙ୍କୁ ଉଠିବାକୁ ଦେଲେ ନାହିଁ। ଏଉତ୍ତାରେ ଶାଉଲ ଗୁମ୍ଫାରୁ ବାହାରି ଆପଣା ପଥରେ ଗଲେ।
Kwa maneno haya Daudi akawaonya watu wake na hakuwaruhusu wamshambulie Sauli. Naye Sauli akaondoka pangoni na kwenda zake.
8 ଦାଉଦ ମଧ୍ୟ ତହିଁ ଉତ୍ତାରେ ଉଠି ଗୁମ୍ଫାରୁ ବାହାରକୁ ଗଲେ ଓ ଶାଉଲଙ୍କର ପଛେ ଡାକି କହିଲେ, “ହେ ମୋହର ପ୍ରଭୋ, ମହାରାଜ।” ତହିଁରେ ଶାଉଲ ଆପଣା ପଛକୁ ଅନାନ୍ତେ, ଦାଉଦ ଭୂମିଷ୍ଠ ହୋଇ ପ୍ରଣାମ କଲେ।
Ndipo Daudi naye akatoka pangoni na kumwita Sauli akisema, “Mfalme, bwana wangu!” Sauli alipotazama nyuma, Daudi akainama na kusujudu uso wake mpaka nchi.
9 ଆଉ ଦାଉଦ ଶାଉଲଙ୍କୁ କହିଲେ, “ଦେଖନ୍ତୁ, ଦାଉଦ ଆପଣଙ୍କର ଅନିଷ୍ଟ ଚାହୁଁଅଛି, ଲୋକମାନଙ୍କର ଏପରି କଥା ଆପଣ କାହିଁକି ଶୁଣୁଅଛନ୍ତି?”
Akamwambia Sauli, “Kwa nini unasikiliza wakati watu wanapokuambia, ‘Daudi amenuia kukudhuru’?
10 ଦେଖନ୍ତୁ, ଆଜି ସଦାପ୍ରଭୁ ଗୁମ୍ଫା ମଧ୍ୟରେ କିପରି ଆପଣଙ୍କୁ ମୋହର ହସ୍ତରେ ଦେଇଥିଲେ, ଏହା ଆଜି ଆପଣଙ୍କ ଚକ୍ଷୁ ଦେଖିଅଛି; ଆପଣଙ୍କୁ ବଧ କରିବା ପାଇଁ କେହି କେହି ମୋତେ କହିଥିଲେ; ମାତ୍ର ମୋର ଚକ୍ଷୁ ଆପଣଙ୍କୁ ଦୟା କଲା ଓ ମୁଁ କହିଲି, ମୁଁ ଆପଣା ପ୍ରଭୁଙ୍କ ବିରୁଦ୍ଧରେ ହାତ ଉଠାଇବି ନାହିଁ, କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ।
Leo umeona kwa macho yako mwenyewe jinsi Bwana alivyokutia mikononi mwangu huko pangoni. Watu wengine walisisitiza nikuue, lakini nilikuacha, nikisema, ‘Sitainua mkono wangu dhidi ya bwana wangu, kwa sababu yeye ni mpakwa mafuta wa Bwana.’
11 ଆହୁରି ମୋହର ପିତା, ଦେଖନ୍ତୁ, ହଁ, ମୋର ହାତରେ ଆପଣଙ୍କ ଚୋଗାଧଡ଼ି ଦେଖନ୍ତୁ; ମୁଁ ଯେ ଆପଣଙ୍କ ଚୋଗାଧଡ଼ି କାଟିଲି, ମାତ୍ର ଆପଣଙ୍କୁ ବଧ ନ କଲି, ଏଥିରୁ ଆପଣ ବୁଝନ୍ତୁ ଓ ଦେଖନ୍ତୁ ଯେ, ମୋʼ ହାତରେ କିଛି ମନ୍ଦ ବା ଅଧର୍ମ ନାହିଁ, ଆପଣ ମୋʼ ପ୍ରାଣକୁ ଧରିବା ପାଇଁ ଅନ୍ୱେଷଣ କଲେ ହେଁ ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ।
Tazama, baba yangu, ona kipande hiki cha joho lako mkononi mwangu! Nilikata upindo wa joho lako lakini sikukuua. Basi ujue na kutambua kuwa sina hatia ya kutenda mabaya wala ya kuasi. Wewe sijakukosea, lakini wewe unaniwinda mimi ili kuuondoa uhai wangu.
12 ସଦାପ୍ରଭୁ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ ଓ ସଦାପ୍ରଭୁ ଆପଣଙ୍କଠାରୁ ମୋହର ପରିଶୋଧ ନେଉନ୍ତୁ; ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ।
Bwana na ahukumu kati yangu na wewe. Naye Bwana alipize mabaya unayonitendea, lakini mkono wangu hautakugusa.
13 ପ୍ରାଚୀନମାନଙ୍କ ପ୍ରବାଦ କହେ, ଯଥା, ଦୁଷ୍ଟଠାରୁ ଦୁଷ୍ଟତା ବାହାରେ; ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ।
Kama msemo wa kale usemavyo, ‘Kutoka kwa watenda maovu hutoka matendo maovu,’ kwa hiyo mkono wangu hautakugusa wewe.
14 ଇସ୍ରାଏଲର ରାଜା କାହା ପଛରେ ବାହାର ହୋଇ ଆସିଅଛନ୍ତି? ଆପଣ କାହା ପଛରେ ଗୋଡ଼ାଇଅଛନ୍ତି? ଗୋଟିଏ ମଲା କୁକ୍କୁର ପଛରେ, ଗୋଟିଏ ଡାଉଁଶ ପଛରେ।
“Je, mfalme wa Israeli ametoka dhidi ya nani? Ni nani unayemfuatia? Je, ni mbwa mfu? Ni kiroboto?
15 ଏହେତୁ ସଦାପ୍ରଭୁ ବିଚାରକର୍ତ୍ତା ହେଉନ୍ତୁ, ଆଉ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ, ପୁଣି, ଦୃଷ୍ଟି କରି ମୋହର ବିବାଦ ନିଷ୍ପତ୍ତି କରନ୍ତୁ ଓ ଆପଣଙ୍କ ହସ୍ତରୁ ମୋତେ ରକ୍ଷା କରନ୍ତୁ।
Bwana na awe mwamuzi wetu, yeye na aamue kati yetu. Yeye na anitetee shauri langu; anihesabie haki kwa kuniokoa mkononi mwako.”
16 ଦାଉଦ ଶାଉଲଙ୍କୁ ଏହିସବୁ କଥା କହିସାରିଲା ଉତ୍ତାରେ ଶାଉଲ କହିଲେ, “ଆମ୍ଭର ପୁତ୍ର ଦାଉଦ, ଏ କʼଣ ତୁମ୍ଭର ରବ?” ତହୁଁ ଶାଉଲ ରବ ଉଠାଇ ରୋଦନ କଲେ।
Daudi alipomaliza kusema haya, Sauli akamuuliza, “Je, hiyo ni sauti yako, Daudi mwanangu?” Ndipo Sauli akalia kwa sauti kuu, akisema,
17 ପୁଣି, ସେ ଦାଉଦଙ୍କୁ କହିଲେ, “ତୁମ୍ଭେ ମୋʼ ଠାରୁ ଅଧିକ ଧାର୍ମିକ; କାରଣ ମୁଁ ତୁମ୍ଭର ମନ୍ଦ କଲେ ହେଁ ତୁମ୍ଭେ ମୋହର ଭଲ କରିଅଛ।
“Wewe ni mwenye haki kuliko mimi; umenitendea mema, lakini mimi nimekutendea mabaya.
18 ତୁମ୍ଭେ ମୋʼ ପ୍ରତି କିପରି ଉତ୍ତମ ବ୍ୟବହାର କରିଅଛ, ତାହା ଆଜି ପ୍ରକାଶ କରିଅଛ; କାରଣ ସଦାପ୍ରଭୁ ମୋତେ ତୁମ୍ଭ ହସ୍ତରେ ଦେଲେ ହେଁ ତୁମ୍ଭେ ମୋତେ ବଧ କଲ ନାହିଁ।
Sasa umeniambia juu ya mema uliyonitendea. Bwana alinitia mikononi mwako, lakini wewe hukuniua.
19 ମନୁଷ୍ୟ ଆପଣା ଶତ୍ରୁକୁ ପାଇଲେ, ସେ କʼଣ ତାକୁ ଭଲରେ ଯିବାକୁ ଦେବ? ଏଣୁ ଆଜି ତୁମ୍ଭେ ମୋʼ ପ୍ରତି ଯାହା କରିଅଛ, ତହିଁ ଲାଗି ସଦାପ୍ରଭୁ ତୁମ୍ଭକୁ ଉତ୍ତମ ପୁରସ୍କାର ଦେଉନ୍ତୁ।
Je, mtu ampatapo adui yake, humwacha aende zake bila kumdhuru? Bwana na akulipe mema kwa jinsi ulivyonitenda leo.
20 ଏବେ ଦେଖ, ମୁଁ ଜାଣେ, ତୁମ୍ଭେ ଅବଶ୍ୟ ରାଜା ହେବ ଓ ତୁମ୍ଭ ହସ୍ତରେ ଇସ୍ରାଏଲର ରାଜ୍ୟ ସ୍ଥିର ହେବ।
Ninajua kwamba hakika utakuwa mfalme na ya kwamba ufalme wa Israeli utakuwa imara mikononi mwako.
21 ଏହେତୁ ଏବେ ସଦାପ୍ରଭୁଙ୍କ ନାମରେ ମୋର ନିକଟରେ ଶପଥ କର ଯେ, ତୁମ୍ଭେ ମୋʼ ଉତ୍ତାରେ ମୋହର ବଂଶକୁ ଉଚ୍ଛିନ୍ନ କରିବ ନାହିଁ ଓ ମୋହର ପିତୃଗୃହରୁ ମୋʼ ନାମ ଲୋପ କରିବ ନାହିଁ।”
Sasa niapie kwa Bwana kwamba hutakatilia mbali uzao wangu wala kulifuta jina langu kutoka jamaa ya baba yangu.”
22 ତହିଁରେ ଦାଉଦ ଶାଉଲଙ୍କ ନିକଟରେ ଶପଥ କଲେ। ଏଉତ୍ତାରେ ଶାଉଲ ଗୃହକୁ ଗଲେ; ମାତ୍ର ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗମ ସ୍ଥାନକୁ ଆରୋହୀ ଗଲେ।
Basi Daudi akamwapia Sauli. Kisha Sauli akarudi zake nyumbani, lakini Daudi na watu wake wakapanda kwenda ngomeni.

< ପ୍ରଥମ ଶାମୁୟେଲ 24 >