< ପ୍ରଥମ ଶାମୁୟେଲ 24 >

1 ଏଥିଉତ୍ତାରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚାଦ୍‍ଗମନରୁ ଫେରନ୍ତେ, ଲୋକମାନେ ତାଙ୍କୁ ଜଣାଇ କହିଲେ, ଦେଖନ୍ତୁ, ଦାଉଦ ଐନଗଦୀସ୍ଥ ପ୍ରାନ୍ତରରେ ଅଛି।
サウル、ペリシテ人を追ふことをやめて還りし時人々かれにつげていひけるは視よダビデはエンゲデの野にありと
2 ତହୁଁ ଶାଉଲ ସମୁଦାୟ ଇସ୍ରାଏଲ ମଧ୍ୟରୁ ତିନି ହଜାର ବଛା ଲୋକ ନେଇ ଦାଉଦ ଓ ତାଙ୍କର ଲୋକମାନଙ୍କୁ ବନ୍ୟ ଛାଗର ଶୈଳ ସବୁରେ ଖୋଜିବାକୁ ଗଲେ।
サウル、イスラエルの中より選みたる三千の人を率ゐゆきて野羊の巌にダビデと其從者を尋ぬ
3 ପୁଣି, ସେ ପଥ ନିକଟସ୍ଥ ମେଷଶାଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ଗୋଟିଏ ଗୁମ୍ଫା ଥିଲା; ପୁଣି, ଶାଉଲ ପାଦ ଢାଙ୍କିବା ପାଇଁ ତହିଁ ଭିତରକୁ ଗଲେ। ସେହି ସମୟରେ ଦାଉଦ ଓ ତାଙ୍କର ଲୋକମାନେ ସେହି ଗୁମ୍ଫାର ଅନ୍ତର୍ଭାଗରେ ଥିଲେ।
途にて羊の棧にいたるに其處に洞穴ありサウル其足を掩んとていりぬ時にダビデと其從者洞の隅に居たり
4 ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, “ଯେଉଁ ଦିନ ବିଷୟରେ ସଦାପ୍ରଭୁ ତୁମ୍ଭକୁ କହିଥିଲେ, ଦେଖ, ‘ଆମ୍ଭେ ତୁମ୍ଭ ଶତ୍ରୁକୁ ତୁମ୍ଭ ହସ୍ତରେ ଦେବା, ତହିଁରେ ତୁମ୍ଭକୁ ଯେପରି ଭଲ ଦିଶିବ, ସେପରି ତୁମ୍ଭେ ତାହା ପ୍ରତି କରିବ, ସେଦିନ ଏହି ଦେଖ।’” ତହୁଁ ଦାଉଦ ଉଠି ଗୋପନରେ ଶାଉଲଙ୍କର ଚୋଗାଧଡ଼ି କାଟି ନେଲେ।
ダビデの從者これにいひけるはヱホバが汝に告て視よ我汝の敵を汝の手にわたし汝をして善と見るところを彼になさしめんといひたまひし日は今なりとダビデすなはち起てひそかにサウルの衣の裾をきれり
5 ମାତ୍ର ଶାଉଲଙ୍କର ବସ୍ତ୍ରଧଡ଼ି କାଟିବାରୁ ପଛେ ଦାଉଦଙ୍କର ଅନ୍ତଃକରଣ ତାଙ୍କୁ ଆଘାତ କଲା।
ダビデ、サウルの衣の裾をきりしによりて後ち其心みづから責む
6 ଏଣୁ ସେ ଆପଣା ଲୋକମାନଙ୍କୁ କହିଲେ, “ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତ ମୋର ପ୍ରଭୁଙ୍କ ପ୍ରତିକୂଳରେ ହାତ ଉଠାଇବି, ସଦାପ୍ରଭୁ ଏହା କରିବାକୁ ମୋତେ ନ ଦେଉନ୍ତୁ; କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ।”
ダビデ其從者にいひけるはヱホバの膏そそぎし者なるわが主にわが此事をなすをヱホバ禁じたまふかれはヱホバの膏そそぎし者なればかれに敵してわが手をのぶるは善らず
7 ଏସବୁ କଥା ଦ୍ୱାରା ଦାଉଦ ଆପଣା ଲୋକମାନଙ୍କୁ ଦମନ କଲେ ଓ ଶାଉଲଙ୍କ ପ୍ରତିକୂଳରେ ସେମାନଙ୍କୁ ଉଠିବାକୁ ଦେଲେ ନାହିଁ। ଏଉତ୍ତାରେ ଶାଉଲ ଗୁମ୍ଫାରୁ ବାହାରି ଆପଣା ପଥରେ ଗଲେ।
ダビデ此ことばをもって其從者を止めサウルに撃ちかかる事を容さずサウルたちて洞を出て其道にゆく
8 ଦାଉଦ ମଧ୍ୟ ତହିଁ ଉତ୍ତାରେ ଉଠି ଗୁମ୍ଫାରୁ ବାହାରକୁ ଗଲେ ଓ ଶାଉଲଙ୍କର ପଛେ ଡାକି କହିଲେ, “ହେ ମୋହର ପ୍ରଭୋ, ମହାରାଜ।” ତହିଁରେ ଶାଉଲ ଆପଣା ପଛକୁ ଅନାନ୍ତେ, ଦାଉଦ ଭୂମିଷ୍ଠ ହୋଇ ପ୍ରଣାମ କଲେ।
ダビデもまた後よりたちて洞をいでサウルのうしろに呼はりて我主王よといふサウル後をかへりみる時ダビデ地にふして拝す
9 ଆଉ ଦାଉଦ ଶାଉଲଙ୍କୁ କହିଲେ, “ଦେଖନ୍ତୁ, ଦାଉଦ ଆପଣଙ୍କର ଅନିଷ୍ଟ ଚାହୁଁଅଛି, ଲୋକମାନଙ୍କର ଏପରି କଥା ଆପଣ କାହିଁକି ଶୁଣୁଅଛନ୍ତି?”
ダビデ、サウルにいひけるは汝なんぞダビデ汝を害せん事を求むといふ人の言を聽くや
10 ଦେଖନ୍ତୁ, ଆଜି ସଦାପ୍ରଭୁ ଗୁମ୍ଫା ମଧ୍ୟରେ କିପରି ଆପଣଙ୍କୁ ମୋହର ହସ୍ତରେ ଦେଇଥିଲେ, ଏହା ଆଜି ଆପଣଙ୍କ ଚକ୍ଷୁ ଦେଖିଅଛି; ଆପଣଙ୍କୁ ବଧ କରିବା ପାଇଁ କେହି କେହି ମୋତେ କହିଥିଲେ; ମାତ୍ର ମୋର ଚକ୍ଷୁ ଆପଣଙ୍କୁ ଦୟା କଲା ଓ ମୁଁ କହିଲି, ମୁଁ ଆପଣା ପ୍ରଭୁଙ୍କ ବିରୁଦ୍ଧରେ ହାତ ଉଠାଇବି ନାହିଁ, କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ।
視よ今日汝の目ヱホバの汝を洞のうちにて今日わが手にわたしたまひしことを見たり人々我に汝をころさんことを勸めたれども我汝を惜めり我いひけらくわが主はヱホバの膏そそぎし者なればこれに敵してわが手をのぶべからずと
11 ଆହୁରି ମୋହର ପିତା, ଦେଖନ୍ତୁ, ହଁ, ମୋର ହାତରେ ଆପଣଙ୍କ ଚୋଗାଧଡ଼ି ଦେଖନ୍ତୁ; ମୁଁ ଯେ ଆପଣଙ୍କ ଚୋଗାଧଡ଼ି କାଟିଲି, ମାତ୍ର ଆପଣଙ୍କୁ ବଧ ନ କଲି, ଏଥିରୁ ଆପଣ ବୁଝନ୍ତୁ ଓ ଦେଖନ୍ତୁ ଯେ, ମୋʼ ହାତରେ କିଛି ମନ୍ଦ ବା ଅଧର୍ମ ନାହିଁ, ଆପଣ ମୋʼ ପ୍ରାଣକୁ ଧରିବା ପାଇଁ ଅନ୍ୱେଷଣ କଲେ ହେଁ ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ।
わが父よ視よわが手にある汝の衣の裾を見よわが汝の衣の裾をきりて汝を殺さざるを見ばわが手には惡も罪過もなきことを汝見て知るべし我汝に罪ををかせしことなし然るに汝わが生命をとらんとねらふ
12 ସଦାପ୍ରଭୁ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ ଓ ସଦାପ୍ରଭୁ ଆପଣଙ୍କଠାରୁ ମୋହର ପରିଶୋଧ ନେଉନ୍ତୁ; ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ।
ヱホバ我と汝の間を審きたまはんヱホバわがために汝に報いたまふべし然どわが手は汝に加へざるべし
13 ପ୍ରାଚୀନମାନଙ୍କ ପ୍ରବାଦ କହେ, ଯଥା, ଦୁଷ୍ଟଠାରୁ ଦୁଷ୍ଟତା ବାହାରେ; ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ।
古への諺にいふごとく惡は惡人よりいづされどわが手は汝にくはへざるべし
14 ଇସ୍ରାଏଲର ରାଜା କାହା ପଛରେ ବାହାର ହୋଇ ଆସିଅଛନ୍ତି? ଆପଣ କାହା ପଛରେ ଗୋଡ଼ାଇଅଛନ୍ତି? ଗୋଟିଏ ମଲା କୁକ୍କୁର ପଛରେ, ଗୋଟିଏ ଡାଉଁଶ ପଛରେ।
イスラエルの王は誰を趕んとて出たるや汝たれを追ふや死たる犬をおひ一の蚤をおふなり
15 ଏହେତୁ ସଦାପ୍ରଭୁ ବିଚାରକର୍ତ୍ତା ହେଉନ୍ତୁ, ଆଉ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ, ପୁଣି, ଦୃଷ୍ଟି କରି ମୋହର ବିବାଦ ନିଷ୍ପତ୍ତି କରନ୍ତୁ ଓ ଆପଣଙ୍କ ହସ୍ତରୁ ମୋତେ ରକ୍ଷା କରନ୍ତୁ।
ねがはくはヱホバ審判者となりて我と汝のあひだをさばきかつ見てわが訟を理し我を汝の手よりすくひいだしたまはんことを
16 ଦାଉଦ ଶାଉଲଙ୍କୁ ଏହିସବୁ କଥା କହିସାରିଲା ଉତ୍ତାରେ ଶାଉଲ କହିଲେ, “ଆମ୍ଭର ପୁତ୍ର ଦାଉଦ, ଏ କʼଣ ତୁମ୍ଭର ରବ?” ତହୁଁ ଶାଉଲ ରବ ଉଠାଇ ରୋଦନ କଲେ।
ダビデこれらの言をサウルに語りをへしときサウルいひけるはわが子ダビデよ是は汝の聲なるかとサウル聲をあげて哭きぬ
17 ପୁଣି, ସେ ଦାଉଦଙ୍କୁ କହିଲେ, “ତୁମ୍ଭେ ମୋʼ ଠାରୁ ଅଧିକ ଧାର୍ମିକ; କାରଣ ମୁଁ ତୁମ୍ଭର ମନ୍ଦ କଲେ ହେଁ ତୁମ୍ଭେ ମୋହର ଭଲ କରିଅଛ।
しかしてダビデにいひけるは汝は我よりも正し我は汝に惡をむくゆるに汝は我に善をむくゆ
18 ତୁମ୍ଭେ ମୋʼ ପ୍ରତି କିପରି ଉତ୍ତମ ବ୍ୟବହାର କରିଅଛ, ତାହା ଆଜି ପ୍ରକାଶ କରିଅଛ; କାରଣ ସଦାପ୍ରଭୁ ମୋତେ ତୁମ୍ଭ ହସ୍ତରେ ଦେଲେ ହେଁ ତୁମ୍ଭେ ମୋତେ ବଧ କଲ ନାହିଁ।
汝今日いかに汝が我に善くなすかを明かにせりヱホバ我を爾の手にわたしたまひしに爾我をころさざりしなり
19 ମନୁଷ୍ୟ ଆପଣା ଶତ୍ରୁକୁ ପାଇଲେ, ସେ କʼଣ ତାକୁ ଭଲରେ ଯିବାକୁ ଦେବ? ଏଣୁ ଆଜି ତୁମ୍ଭେ ମୋʼ ପ୍ରତି ଯାହା କରିଅଛ, ତହିଁ ଲାଗି ସଦାପ୍ରଭୁ ତୁମ୍ଭକୁ ଉତ୍ତମ ପୁରସ୍କାର ଦେଉନ୍ତୁ।
人もし其敵にあはばこれを安らかに去しむべけんや爾が今日我になしたる事のためにヱホバ爾に善をむくいたまふべし
20 ଏବେ ଦେଖ, ମୁଁ ଜାଣେ, ତୁମ୍ଭେ ଅବଶ୍ୟ ରାଜା ହେବ ଓ ତୁମ୍ଭ ହସ୍ତରେ ଇସ୍ରାଏଲର ରାଜ୍ୟ ସ୍ଥିର ହେବ।
視よ我爾が必ず王とならんことを知りまたイスラエルの王國の爾の手によりて堅くたたんことをしる
21 ଏହେତୁ ଏବେ ସଦାପ୍ରଭୁଙ୍କ ନାମରେ ମୋର ନିକଟରେ ଶପଥ କର ଯେ, ତୁମ୍ଭେ ମୋʼ ଉତ୍ତାରେ ମୋହର ବଂଶକୁ ଉଚ୍ଛିନ୍ନ କରିବ ନାହିଁ ଓ ମୋହର ପିତୃଗୃହରୁ ମୋʼ ନାମ ଲୋପ କରିବ ନାହିଁ।”
今爾ヱホバをさして我にわが後にてわが子孫を斷ずわが名をわが父の家に滅せざらんことを誓へと
22 ତହିଁରେ ଦାଉଦ ଶାଉଲଙ୍କ ନିକଟରେ ଶପଥ କଲେ। ଏଉତ୍ତାରେ ଶାଉଲ ଗୃହକୁ ଗଲେ; ମାତ୍ର ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗମ ସ୍ଥାନକୁ ଆରୋହୀ ଗଲେ।
ダビデすなはちサウルにちかふ是においてサウルは家にかへりダビデと其從者は要害にのぼれり

< ପ୍ରଥମ ଶାମୁୟେଲ 24 >