< ପ୍ରଥମ ଶାମୁୟେଲ 23 >

1 ଏଥିଉତ୍ତାରେ ଲୋକମାନେ ଦାଉଦଙ୍କୁ ଜଣାଇ କହିଲେ, ଦେଖ, ପଲେଷ୍ଟୀୟମାନେ କିୟୀଲା ନଗର ବିରୁଦ୍ଧରେ ଯୁଦ୍ଧ କରି ଖଳାରୁ ଶସ୍ୟ ଲୁଟୁଅଛନ୍ତି।
Wọ́n sì wí fún Dafidi pé, “Sá wò ó, àwọn ará Filistini ń bá ará Keila jagun, wọ́n sì ja àwọn ilẹ̀ ìpakà lólè.”
2 ଏନିମନ୍ତେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ ଯାଇ କି ଏହି ପଲେଷ୍ଟୀୟମାନଙ୍କୁ ଆଘାତ କରିବି?” ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, “ଯାଅ, ପଲେଷ୍ଟୀୟମାନଙ୍କୁ ଆଘାତ କରି କିୟୀଲାକୁ ଉଦ୍ଧାର କର।”
Dafidi sì béèrè lọ́dọ̀ Olúwa pé, “Ṣé kí èmi ó lọ kọlu àwọn ará Filistini wọ̀nyí bí?” Olúwa sì wí fún Dafidi pé, “Lọ kí o sì kọlu àwọn ará Filistini kí o sì gba Keila sílẹ̀.”
3 ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଏ ଯିହୁଦା ଦେଶରେ ଭୟ କରୁଅଛୁ; ଯେବେ ପଲେଷ୍ଟୀୟମାନଙ୍କ ସୈନ୍ୟଗଣ ବିରୁଦ୍ଧରେ କିୟୀଲାକୁ ଯିବା, ତେବେ କେତେ ଅଧିକ ଭୟ ନ କରିବା?”
Àwọn ọmọkùnrin tí ó wà lọ́dọ̀ Dafidi sì wí fún un pé, “Wò ó, àwa ń bẹ̀rù níhìn-ín yìí ní Juda; ǹjẹ́ yóò ti rí nígbà ti àwa bá dé Keila láti fi ojú ko ogun àwọn ara Filistini?”
4 ତେଣୁ ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଚାରିଲେ। ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଉଠ, କିୟୀଲାକୁ ଯାଅ; କାରଣ ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
Dafidi sì tún béèrè lọ́dọ̀ Olúwa. Olúwa sì dá a lóhùn, ó sì wí pé, “Dìde, kí o sọ̀kalẹ̀ lọ sí Keila, nítorí pé èmi ó fi àwọn ará Filistini náà lé ọ lọ́wọ́.”
5 ଏଥିରେ ଦାଉଦ ଓ ତାଙ୍କର ଲୋକମାନେ କିୟୀଲାକୁ ଯାଇ ପଲେଷ୍ଟୀୟମାନଙ୍କ ସଙ୍ଗରେ ଯୁଦ୍ଧ କଲେ ଓ ସେମାନଙ୍କ ପଶୁଗଣକୁ ନେଇଗଲେ ଓ ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏହିରୂପେ ଦାଉଦ କିୟୀଲା ନିବାସୀମାନଙ୍କୁ ଉଦ୍ଧାର କଲେ।
Dafidi àti àwọn ọmọkùnrin rẹ̀ sì lọ sí Keila, wọ́n sì bá àwọn ará Filistini jà, wọ́n sì kó ohun ọ̀sìn wọn, wọ́n sì fi ìparun ńlá pa wọ́n. Dafidi sì gba àwọn ará Keila sílẹ̀.
6 ଯେତେବେଳେ ଅହୀମେଲକ୍‍ର ପୁତ୍ର ଅବୀୟାଥର କିୟୀଲାକୁ ଦାଉଦଙ୍କ କତିକି ପଳାଇ ଆସିଥିଲା, ସେତେବେଳେ ଏକ ଏଫୋଦ ହାତରେ ନେଇ ଆସିଥିଲା।
Ó sì ṣe, nígbà tí Abiatari ọmọ Ahimeleki fi sá tọ Dafidi lọ ní Keila, ó sọ̀kalẹ̀ òun pẹ̀lú efodu kan lọ́wọ́ rẹ̀.
7 ପୁଣି, ଦାଉଦ କିୟୀଲାକୁ ଆସିଅଛି ବୋଲି ଶାଉଲଙ୍କୁ କୁହାଯାଆନ୍ତେ, ଶାଉଲ କହିଲେ, “ପରମେଶ୍ୱର ତାହାକୁ ମୋʼ ହସ୍ତରେ ପରିତ୍ୟାଗ କରିଅଛନ୍ତି; ଯେହେତୁ ସେ ଦ୍ୱାର ଓ ଅର୍ଗଳବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ଅବରୁଦ୍ଧ ହୋଇଅଛି।”
A sì sọ fún Saulu pé Dafidi wá sí Keila. Saulu sì wí pé, “Ọlọ́run ti fi í lé mi lọ́wọ́; nítorí tí ó ti sé ara rẹ̀ mọ́ ní ti wíwá tí ó wá sí ìlú tí ó ní ìlẹ̀kùn àti kẹrẹ.”
8 ଏଥିରେ କିୟୀଲାକୁ ଯାଇ ଦାଉଦଙ୍କୁ ଓ ତାଙ୍କର ଲୋକମାନଙ୍କୁ ଘେରିବା ପାଇଁ ଶାଉଲ ଆପଣାର ସମସ୍ତ ଲୋକଙ୍କୁ ଯୁଦ୍ଧକୁ ଡକାଇଲେ।
Saulu sì pe gbogbo àwọn ènìyàn náà jọ sí ogun, láti sọ̀kalẹ̀ lọ sí Keila, láti ká Dafidi mọ́ àti àwọn ọmọkùnrin rẹ̀.
9 ପୁଣି, ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରତିକୂଳରେ ମନ୍ଦ କଳ୍ପନା କରିଅଛନ୍ତି; ଏଣୁ ସେ ଅବୀୟାଥର ଯାଜକକୁ କହିଲେ, “ଏଠାକୁ ଏଫୋଦ ଆଣ।”
Dafidi sì mọ̀ pé Saulu ti gbèrò búburú sí òun; ó sì wí fún Abiatari àlùfáà náà pé, “Mú efodu náà wá níhìn-ín yìí!”
10 ତେବେ ଦାଉଦ କହିଲେ, ହେ ସଦାପ୍ରଭୋ, “ଇସ୍ରାଏଲର ପରମେଶ୍ୱର, ଶାଉଲ କିୟୀଲାକୁ ଆସି ମୋʼ ସକାଶେ ସେହି ନଗର ଉଚ୍ଛିନ୍ନ କରିବାକୁ ଚାହୁଁଅଛନ୍ତି ବୋଲି ତୁମ୍ଭ ଦାସ ନିଶ୍ଚିତ ରୂପେ ଶୁଣିଅଛି।
Dafidi sì wí pé, “Olúwa Ọlọ́run Israẹli, lóòótọ́ ni ìránṣẹ́ rẹ ti gbọ́ pé Saulu ń wá ọ̀nà láti wá sí Keila, láti wá fọ́ ìlú náà nítorí mi.
11 କିୟୀଲା ନିବାସୀମାନେ କʼଣ ମୋତେ ତାଙ୍କ ହସ୍ତରେ ସମର୍ପି ଦେବେ? ତୁମ୍ଭ ଦାସ ଯେପରି ଶୁଣିଅଛି, ସେପରି କʼଣ ଶାଉଲ ଆସିବେ? ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି, ଆପଣା ଦାସକୁ ଏହା ଜଣାଅ।” ତହିଁରେ ସଦାପ୍ରଭୁ କହିଲେ, “ସେ ଆସିବ।”
Àwọn àgbà ìlú Keila yóò fi mí lé e lọ́wọ́ bí? Saulu yóò ha sọ̀kalẹ̀, gẹ́gẹ́ bí ìránṣẹ́ rẹ ti gbọ́ bí?” Olúwa Ọlọ́run Israẹli, èmi bẹ̀ ọ́, wí fún ìránṣẹ́ rẹ. Olúwa sì wí pé, “Yóò sọ̀kalẹ̀ wá.”
12 ତେବେ ଦାଉଦ କହିଲେ, “କିୟୀଲା ନିବାସୀମାନେ ମୋତେ ଓ ମୋʼ ଲୋକମାନଙ୍କୁ କʼଣ ଶାଉଲଙ୍କ ହସ୍ତରେ ସମର୍ପଣ କରିବେ?” ତହିଁରେ ସଦାପ୍ରଭୁ କହିଲେ, “ସେମାନେ ତୁମ୍ଭକୁ ସମର୍ପଣ କରିବେ।”
Dafidi sì wí pé, “Àwọn àgbà ìlú Keila yóò fi èmi àti àwọn ọmọkùnrin mi lé Saulu lọ́wọ́ bí?” Olúwa sì wí pé, “Wọn ó fi ọ́ lé wọn lọ́wọ́.”
13 ତହୁଁ ଦାଉଦ ଓ ତାଙ୍କର ଊଣାଧିକ ଛଅ ଶହ ଲୋକ ଉଠି କିୟୀଲାରୁ ପ୍ରସ୍ଥାନ କଲେ ଓ ଯେଉଁଠାକୁ ଯାଇ ପାରିଲେ, ସେଠାକୁ ଗଲେ। ଏଥିରେ ଦାଉଦ କିୟୀଲାରୁ ପଳାଇ ଯାଇଅଛି ବୋଲି ଶାଉଲଙ୍କୁ କୁହାଗଲା; ତେଣୁ ସେ ଯିବାରୁ କ୍ଷାନ୍ତ ହେଲେ।
Dafidi àti àwọn ọmọkùnrin rẹ̀ tí wọ́n tó ẹgbẹ̀ta ènìyàn sì dìde, wọ́n lọ kúrò ní Keila, wọ́n sì lọ sí ibikíbi tí wọ́n lè rìn lọ. A sì wí fún Saulu pé, “Dafidi ti sá kúrò ní Keila; kò sì lọ sí Keila mọ́.”
14 ଏଥିଉତ୍ତାରେ ଦାଉଦ ପ୍ରାନ୍ତରସ୍ଥ ନାନା ଦୁର୍ଗମ ସ୍ଥାନରେ ବାସ କରି ସୀଫ୍‍ ପ୍ରାନ୍ତରସ୍ଥ ପର୍ବତମୟ ଦେଶରେ ରହିଲେ। ପୁଣି, ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, ମାତ୍ର ପରମେଶ୍ୱର ତାଙ୍କୁ ତାଙ୍କ ହାତରେ ଦେଲେ ନାହିଁ।
Dafidi sì ń gbé ní aginjù, níbi tí ó ti sá pamọ́ sí, ó sì ń gbé níbi òkè ńlá kan ní aginjù Sifi. Saulu sì ń wá a lójoojúmọ́, ṣùgbọ́n Ọlọ́run kò fi lé e lọ́wọ́.
15 ଏଉତ୍ତାରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରାଣ ନେବା ପାଇଁ ବାହାର ହୋଇ ଆସିଅଛନ୍ତି; ସେସମୟରେ ଦାଉଦ ସୀଫ୍‍ ପ୍ରାନ୍ତରସ୍ଥ ବଣରେ ଥିଲେ।
Nígbà tí Dafidi wà ní Horeṣi ní aginjù Sifi, Dafidi sì rí i pé, Saulu ti jáde láti wá ẹ̀mí òun kiri.
16 ଏଣୁ ଶାଉଲଙ୍କର ପୁତ୍ର ଯୋନାଥନ ଉଠି ଦାଉଦଙ୍କ କତିକି ବଣକୁ ଗଲା ଓ ପରମେଶ୍ୱରଙ୍କଠାରେ ତାଙ୍କ ହସ୍ତ ସବଳ କଲା।
Jonatani ọmọ Saulu sì dìde, ó sì tọ Dafidi lọ nínú igbó Horeṣi, ó sì gbà á ní ìyànjú nípa ti Ọlọ́run.
17 ପୁଣି, ସେ ତାଙ୍କୁ କହିଲା, “ଭୟ ନ କର; କାରଣ ମୋର ପିତା ଶାଉଲଙ୍କର ହସ୍ତ ତୁମ୍ଭକୁ ପାଇବ ନାହିଁ; ପୁଣି, ତୁମ୍ଭେ ଇସ୍ରାଏଲ ଉପରେ ରାଜା ହେବ ଓ ମୁଁ ତୁମ୍ଭର ଦ୍ୱିତୀୟ ହେବି; ଏହା ମଧ୍ୟ ମୋର ପିତା ଶାଉଲ ଜାଣନ୍ତି।”
Òun sì wí fún un pé, “Má ṣe bẹ̀rù, nítorí tí ọwọ́ Saulu baba mi kì yóò tẹ̀ ọ́. Ìwọ ni yóò jẹ ọba lórí Israẹli, èmi ni yóò sì ṣe ibìkejì rẹ. Saulu baba mi mọ̀ bẹ́ẹ̀ pẹ̀lú.”
18 ଏଥିରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ; ତହୁଁ ଦାଉଦ ବଣରେ ବାସ କଲେ ଓ ଯୋନାଥନ ଆପଣା ଘରକୁ ଗଲା।
Àwọn méjèèjì sì ṣe àdéhùn níwájú Olúwa; Dafidi sì jókòó nínú igbó Horeṣi. Jonatani sì lọ sí ilé rẹ̀.
19 ଏଉତ୍ତାରେ ସୀଫୀୟ ଲୋକମାନେ ଗିବୀୟାକୁ ଶାଉଲଙ୍କ କତିକି ଆସି କହିଲେ, “ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ମରୁଭୂମିର ଦକ୍ଷିଣ ଦିଗସ୍ଥ ହଖୀଲା ପର୍ବତର ବଣରେ ନାନା ଦୁର୍ଗମ ସ୍ଥାନରେ ଲୁଚି ରହି ନାହିଁ?
Àwọn ará Sifi sì gòkè tọ Saulu wá sí Gibeah, wọ́n sì wí pé, “Ṣé Dafidi ti fi ara rẹ̀ pamọ́ sọ́dọ̀ wa ní ibi gíga ìsápamọ́sí ní Horeṣi, ní òkè Hakila, tí ó wà níhà gúúsù ti Jeṣimoni.
20 ଏହେତୁ ହେ ମହାରାଜ, ଆପଣଙ୍କ ଆଗମନର ସମସ୍ତ ମନୋବାଞ୍ଛାନୁସାରେ ଆସନ୍ତୁ, ପୁଣି, ମହାରାଜଙ୍କ ହସ୍ତରେ ତାହାକୁ ସମର୍ପଣ କରିବା ଭାର ଆମ୍ଭମାନଙ୍କର।”
Ǹjẹ́ nísinsin yìí, ọba, sọ̀kalẹ̀ wá gẹ́gẹ́ bi gbogbo ìfẹ́ tí ó wà ní ọkàn rẹ láti sọ̀kalẹ̀: ipa tí àwa ní láti fi lé ọba lọ́wọ́.”
21 ତହୁଁ ଶାଉଲ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଆଶୀର୍ବାଦର ପାତ୍ର; କାରଣ ତୁମ୍ଭେମାନେ ମୋʼ ପ୍ରତି କୃପା କଲ।
Saulu sì wí pé, “Alábùkún fún ni ẹ̀yin nípa Olúwa; nítorí pé ẹ̀yin ti káàánú fún mi.
22 ମୁଁ ବିନୟ କରୁଅଛି, ତୁମ୍ଭେମାନେ ଯାଇ ଆହୁରି ସ୍ଥିର କର ଓ କେଉଁଠାରେ ତାହାର ଖୋଜ ପଡ଼ିଅଛି, କିଏ ତାହାକୁ ସେଠାରେ ଦେଖିଅଛି, ଏହା ବୁଝି ଦେଖ; କାରଣ ମୋତେ କୁହାଯାଇଅଛି ଯେ, ସେ ଅତି ସତର୍କ ହୋଇ ଚଳୁଅଛି।
Lọ, èmi bẹ̀ yín, ẹ tún múra, kí ẹ sì mọ̀ ki ẹ si rí ibi tí ẹsẹ̀ rẹ̀ gbé wà, àti ẹni tí ó rí níbẹ̀: nítorí tí a ti sọ fún mi pé, ọgbọ́n ni ó ń lò jọjọ.
23 ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋʼ କତିକି ନିଶ୍ଚୟ ଫେରି ଆସ, ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି; ସେ ଯେବେ ଦେଶରେ ଥାଏ, ତେବେ ମୁଁ ଯିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି।”
Ẹ sì wò, kí ẹ sì mọ ibi ìsápamọ́ tí ó máa ń sá pamọ́ sí, kí ẹ sì tún padà tọ̀ mí wá, kí èmi lè mọ̀ dájú; èmi ó sì bá yín lọ: yóò sì ṣe bí ó bá wà ní ilẹ̀ Israẹli, èmi ó sì wá a ní àwárí nínú gbogbo ẹgbẹ̀rún Juda!”
24 ତହୁଁ ସେମାନେ ଉଠି ଶାଉଲଙ୍କ ଆଗେ ସୀଫ୍‍କୁ ଗଲେ; ସେତେବେଳେ ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ଦକ୍ଷିଣସ୍ଥିତ ପଦାରେ ମାୟୋନ୍‍ ପ୍ରାନ୍ତରରେ ଥିଲେ।
Wọ́n sì dìde, wọ́n sì ṣáájú Saulu lọ sí Sifi, ṣùgbọ́n Dafidi àti àwọn ọmọkùnrin rẹ̀ wà ní aginjù Maoni, ní pẹ̀tẹ́lẹ̀ níhà gúúsù ti Jeṣimoni.
25 ଏଣୁ ଶାଉଲ ଓ ତାଙ୍କର ଲୋକମାନେ ତାଙ୍କୁ ଖୋଜିବାକୁ ଗଲେ; ମାତ୍ର ଲୋକମାନେ ଦାଉଦଙ୍କୁ ଏହା ଜଣାନ୍ତେ, ସେ ଶୈଳକୁ ଓହ୍ଲାଇ ଆସି ମାୟୋନ୍‍ ପ୍ରାନ୍ତରରେ ରହିଲେ। ଏଉତ୍ତାରେ ଶାଉଲ ତାହା ଶୁଣି ମାୟୋନ୍‍ ପ୍ରାନ୍ତରରେ ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ।
Saulu àti àwọn ọmọkùnrin rẹ̀ sì lọ ń wá a. Wọ́n sì sọ fún Dafidi: ó sì sọ̀kalẹ̀ wá sí ibi òkúta kan, ó sì jókòó ní aginjù ti Maoni. Saulu sì gbọ́, ó sì lépa Dafidi ní aginjù Maoni.
26 ପୁଣି, ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ୱକୁ ଗଲେ; ତହୁଁ ଦାଉଦ ଶାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ; କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ।
Saulu sì ń rin apá kan òkè kan, Dafidi àti àwọn ọmọkùnrin rẹ̀ ní apá kejì òkè náà. Dafidi sì yára láti sá kúrò níwájú Saulu; nítorí pé Saulu àti àwọn ọmọkùnrin rẹ̀ ti rọ̀gbà yí Dafidi àti àwọn ọmọkùnrin rẹ̀ ká láti mú wọn.
27 ଏପରି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, “ଶୀଘ୍ର ଆସନ୍ତୁ; କାରଣ ପଲେଷ୍ଟୀୟମାନେ ଦେଶ ଆକ୍ରମଣ କଲେଣି।”
Ṣùgbọ́n oníṣẹ́ kan sì tọ Saulu wá ó sì wí pé, “Ìwọ yára kí o sì wá, nítorí tí àwọn Filistini ti gbé ogun ti ilẹ̀ wa.”
28 ତହୁଁ ଶାଉଲ ଦାଉଦଙ୍କର ପଶ୍ଚାତ୍‍ ଗୋଡ଼ାଇବାରୁ ଫେରି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯାତ୍ରା କଲେ; ଏଣୁ ସେମାନେ ସେହି ସ୍ଥାନର ନାମ ସେଲା-ହମ୍ମହଲିକୋତ୍‍ (ବିଭାଗକାରୀ ଶୈଳ) ରଖିଲେ।
Saulu sì padà kúrò ní lílépa Dafidi, ó sì lọ pàdé àwọn Filistini nítorí náà ni wọ́n sì ṣe ń pe ibẹ̀ náà ní Selahamalekoti (èyí tí ó túmọ̀ sí “Òkúta Ìpinyà”).
29 ଏଉତ୍ତାରେ ଦାଉଦ ସେହି ସ୍ଥାନରୁ ଯାଇ ଐନଗଦୀସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ।
Dafidi sì gòkè láti ibẹ̀ lọ, ó sì jókòó níbi tí ó sá pamọ́ sí ní En-Gedi.

< ପ୍ରଥମ ଶାମୁୟେଲ 23 >