< ପ୍ରଥମ ଶାମୁୟେଲ 23 >
1 ଏଥିଉତ୍ତାରେ ଲୋକମାନେ ଦାଉଦଙ୍କୁ ଜଣାଇ କହିଲେ, ଦେଖ, ପଲେଷ୍ଟୀୟମାନେ କିୟୀଲା ନଗର ବିରୁଦ୍ଧରେ ଯୁଦ୍ଧ କରି ଖଳାରୁ ଶସ୍ୟ ଲୁଟୁଅଛନ୍ତି।
І доне́сли Давидові, говорячи: „Ось филисти́мляни облягли́ Кеїлу, і грабують клу́ні“.
2 ଏନିମନ୍ତେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ ଯାଇ କି ଏହି ପଲେଷ୍ଟୀୟମାନଙ୍କୁ ଆଘାତ କରିବି?” ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, “ଯାଅ, ପଲେଷ୍ଟୀୟମାନଙ୍କୁ ଆଘାତ କରି କିୟୀଲାକୁ ଉଦ୍ଧାର କର।”
І запитав Давид Господа, говорячи: „Чи піду́ й перемо́жу тих филисти́млян?“А Госпо́дь сказав до Давида: „Іди, — і поб'єш филисти́млян та спасеш Кеїлу“.
3 ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଏ ଯିହୁଦା ଦେଶରେ ଭୟ କରୁଅଛୁ; ଯେବେ ପଲେଷ୍ଟୀୟମାନଙ୍କ ସୈନ୍ୟଗଣ ବିରୁଦ୍ଧରେ କିୟୀଲାକୁ ଯିବା, ତେବେ କେତେ ଅଧିକ ଭୟ ନ କରିବା?”
А Давидові люди сказали до нього: „Ось ми боїмо́ся тут у Юді, а що ж буде, коли пі́демо в Кеїлу, проти филистимських лав?“
4 ତେଣୁ ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଚାରିଲେ। ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଉଠ, କିୟୀଲାକୁ ଯାଅ; କାରଣ ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
А Давид ще далі питався Господа, і Господь відповів та сказав йому: „Устань, зійди́ до Кеїли, бо Я даю филисти́млян у твою руку“.
5 ଏଥିରେ ଦାଉଦ ଓ ତାଙ୍କର ଲୋକମାନେ କିୟୀଲାକୁ ଯାଇ ପଲେଷ୍ଟୀୟମାନଙ୍କ ସଙ୍ଗରେ ଯୁଦ୍ଧ କଲେ ଓ ସେମାନଙ୍କ ପଶୁଗଣକୁ ନେଇଗଲେ ଓ ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏହିରୂପେ ଦାଉଦ କିୟୀଲା ନିବାସୀମାନଙ୍କୁ ଉଦ୍ଧାର କଲେ।
І пішов Давид та люди його до Кеїли, та й воював із филисти́млянами, і зайняв їхню худобу, і наніс їм велику пора́зку. І спас Давид ме́шканців Кеїли.
6 ଯେତେବେଳେ ଅହୀମେଲକ୍ର ପୁତ୍ର ଅବୀୟାଥର କିୟୀଲାକୁ ଦାଉଦଙ୍କ କତିକି ପଳାଇ ଆସିଥିଲା, ସେତେବେଳେ ଏକ ଏଫୋଦ ହାତରେ ନେଇ ଆସିଥିଲା।
І сталося, коли втікав Евіята́р, син Ахімелеха, до Давида в Кеїлу, то ефо́д був у його руці.
7 ପୁଣି, ଦାଉଦ କିୟୀଲାକୁ ଆସିଅଛି ବୋଲି ଶାଉଲଙ୍କୁ କୁହାଯାଆନ୍ତେ, ଶାଉଲ କହିଲେ, “ପରମେଶ୍ୱର ତାହାକୁ ମୋʼ ହସ୍ତରେ ପରିତ୍ୟାଗ କରିଅଛନ୍ତି; ଯେହେତୁ ସେ ଦ୍ୱାର ଓ ଅର୍ଗଳବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ଅବରୁଦ୍ଧ ହୋଇଅଛି।”
А Саулові доне́сено, що Давид увійшов у Кеїлу. І сказав Саул: „Бог віддав його в мою руку, бо він замкнув себе, коли ввійшов до міста з воро́тами та за́сувом“.
8 ଏଥିରେ କିୟୀଲାକୁ ଯାଇ ଦାଉଦଙ୍କୁ ଓ ତାଙ୍କର ଲୋକମାନଙ୍କୁ ଘେରିବା ପାଇଁ ଶାଉଲ ଆପଣାର ସମସ୍ତ ଲୋକଙ୍କୁ ଯୁଦ୍ଧକୁ ଡକାଇଲେ।
І скликав Саул увесь народ на війну, щоб зійти до Кеїли облягти Давида та людей його.
9 ପୁଣି, ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରତିକୂଳରେ ମନ୍ଦ କଳ୍ପନା କରିଅଛନ୍ତି; ଏଣୁ ସେ ଅବୀୟାଥର ଯାଜକକୁ କହିଲେ, “ଏଠାକୁ ଏଫୋଦ ଆଣ।”
І дізнався Давид, що Саул задумує лихо на нього, і сказав до священика Евіята́ра: „Принеси ефо́да!“
10 ତେବେ ଦାଉଦ କହିଲେ, ହେ ସଦାପ୍ରଭୋ, “ଇସ୍ରାଏଲର ପରମେଶ୍ୱର, ଶାଉଲ କିୟୀଲାକୁ ଆସି ମୋʼ ସକାଶେ ସେହି ନଗର ଉଚ୍ଛିନ୍ନ କରିବାକୁ ଚାହୁଁଅଛନ୍ତି ବୋଲି ତୁମ୍ଭ ଦାସ ନିଶ୍ଚିତ ରୂପେ ଶୁଣିଅଛି।
І Давид сказав: „Господи, Боже Ізраїлів! Дослухуючися, чув Твій раб, що Саул хоче ввійти до Кеїли, щоб вигубити місто через мене.
11 କିୟୀଲା ନିବାସୀମାନେ କʼଣ ମୋତେ ତାଙ୍କ ହସ୍ତରେ ସମର୍ପି ଦେବେ? ତୁମ୍ଭ ଦାସ ଯେପରି ଶୁଣିଅଛି, ସେପରି କʼଣ ଶାଉଲ ଆସିବେ? ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି, ଆପଣା ଦାସକୁ ଏହା ଜଣାଅ।” ତହିଁରେ ସଦାପ୍ରଭୁ କହିଲେ, “ସେ ଆସିବ।”
Чи ви́дадуть мене громадя́ни Кеїли в його руку? Чи зі́йде Саул, як чув твій раб? Господи, Боже Ізраїлів, розпові́ж же Своєму рабо́ві!“І сказав Господь: „Зі́йде“.
12 ତେବେ ଦାଉଦ କହିଲେ, “କିୟୀଲା ନିବାସୀମାନେ ମୋତେ ଓ ମୋʼ ଲୋକମାନଙ୍କୁ କʼଣ ଶାଉଲଙ୍କ ହସ୍ତରେ ସମର୍ପଣ କରିବେ?” ତହିଁରେ ସଦାପ୍ରଭୁ କହିଲେ, “ସେମାନେ ତୁମ୍ଭକୁ ସମର୍ପଣ କରିବେ।”
І запитався Давид: „Чи видадуть громадя́ни Кеїли мене та людей моїх у Саулову руку?“А Господь сказав: „Видадуть“.
13 ତହୁଁ ଦାଉଦ ଓ ତାଙ୍କର ଊଣାଧିକ ଛଅ ଶହ ଲୋକ ଉଠି କିୟୀଲାରୁ ପ୍ରସ୍ଥାନ କଲେ ଓ ଯେଉଁଠାକୁ ଯାଇ ପାରିଲେ, ସେଠାକୁ ଗଲେ। ଏଥିରେ ଦାଉଦ କିୟୀଲାରୁ ପଳାଇ ଯାଇଅଛି ବୋଲି ଶାଉଲଙ୍କୁ କୁହାଗଲା; ତେଣୁ ସେ ଯିବାରୁ କ୍ଷାନ୍ତ ହେଲେ।
І встав Давид та його люди, бли́зько шости сотень чоловіка, та й вийшли з Кеїли, і ходили, де можна було ходити. А Саулові доне́сено, що Давид утік із Кеїли, і він занеха́яв по́хід.
14 ଏଥିଉତ୍ତାରେ ଦାଉଦ ପ୍ରାନ୍ତରସ୍ଥ ନାନା ଦୁର୍ଗମ ସ୍ଥାନରେ ବାସ କରି ସୀଫ୍ ପ୍ରାନ୍ତରସ୍ଥ ପର୍ବତମୟ ଦେଶରେ ରହିଲେ। ପୁଣି, ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, ମାତ୍ର ପରମେଶ୍ୱର ତାଙ୍କୁ ତାଙ୍କ ହାତରେ ଦେଲେ ନାହିଁ।
І осівся Давид у пустині в тверди́нях, і осівся на горі в пустині Зіф. А Саул шукав його повсякденно, та Бог не дав його в руку йому.
15 ଏଉତ୍ତାରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରାଣ ନେବା ପାଇଁ ବାହାର ହୋଇ ଆସିଅଛନ୍ତି; ସେସମୟରେ ଦାଉଦ ସୀଫ୍ ପ୍ରାନ୍ତରସ୍ଥ ବଣରେ ଥିଲେ।
І побачив Давид, що Саул вийшов шукати душі його, а Давид пробува́в у пустині Зіф у Хореші.
16 ଏଣୁ ଶାଉଲଙ୍କର ପୁତ୍ର ଯୋନାଥନ ଉଠି ଦାଉଦଙ୍କ କତିକି ବଣକୁ ଗଲା ଓ ପରମେଶ୍ୱରଙ୍କଠାରେ ତାଙ୍କ ହସ୍ତ ସବଳ କଲା।
І встав Йонатан, Саулів син, і пішов до Давида до Хорешу, і зміцнив його на дусі в Бозі,
17 ପୁଣି, ସେ ତାଙ୍କୁ କହିଲା, “ଭୟ ନ କର; କାରଣ ମୋର ପିତା ଶାଉଲଙ୍କର ହସ୍ତ ତୁମ୍ଭକୁ ପାଇବ ନାହିଁ; ପୁଣି, ତୁମ୍ଭେ ଇସ୍ରାଏଲ ଉପରେ ରାଜା ହେବ ଓ ମୁଁ ତୁମ୍ଭର ଦ୍ୱିତୀୟ ହେବି; ଏହା ମଧ୍ୟ ମୋର ପିତା ଶାଉଲ ଜାଣନ୍ତି।”
та й сказав до нього: „Не бійся, бо не зна́йде тебе рука мого батька Саула! І ти бу́деш царювати над Ізраїлем, а я буду тобі засту́пником. І це знає й батько мій Саул“.
18 ଏଥିରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ; ତହୁଁ ଦାଉଦ ବଣରେ ବାସ କଲେ ଓ ଯୋନାଥନ ଆପଣା ଘରକୁ ଗଲା।
І вони оби́два склали умову перед Господнім лицем. І осівся Давид у Хорешу, а Йонатан пішов до свого дому.
19 ଏଉତ୍ତାରେ ସୀଫୀୟ ଲୋକମାନେ ଗିବୀୟାକୁ ଶାଉଲଙ୍କ କତିକି ଆସି କହିଲେ, “ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ମରୁଭୂମିର ଦକ୍ଷିଣ ଦିଗସ୍ଥ ହଖୀଲା ପର୍ବତର ବଣରେ ନାନା ଦୁର୍ଗମ ସ୍ଥାନରେ ଲୁଚି ରହି ନାହିଁ?
А зіфе́яни прийшли до Саула до Ґів'ї, говорячи: „Ось Давид ховається в нас у тверди́нях у Хорешу, на взгі́р'ї Хахіла, що з пі́вдня від Єшішону.
20 ଏହେତୁ ହେ ମହାରାଜ, ଆପଣଙ୍କ ଆଗମନର ସମସ୍ତ ମନୋବାଞ୍ଛାନୁସାରେ ଆସନ୍ତୁ, ପୁଣି, ମହାରାଜଙ୍କ ହସ୍ତରେ ତାହାକୁ ସମର୍ପଣ କରିବା ଭାର ଆମ୍ଭମାନଙ୍କର।”
А тепер, за всім жада́нням своєї душі, о ца́рю, конче зійди, а нам — хіба́ видати його в цареву руку“.
21 ତହୁଁ ଶାଉଲ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଆଶୀର୍ବାଦର ପାତ୍ର; କାରଣ ତୁମ୍ଭେମାନେ ମୋʼ ପ୍ରତି କୃପା କଲ।
І сказав Саул: „Благослове́нні ви в Господа, бо змилосе́рдилися надо мною!
22 ମୁଁ ବିନୟ କରୁଅଛି, ତୁମ୍ଭେମାନେ ଯାଇ ଆହୁରି ସ୍ଥିର କର ଓ କେଉଁଠାରେ ତାହାର ଖୋଜ ପଡ଼ିଅଛି, କିଏ ତାହାକୁ ସେଠାରେ ଦେଖିଅଛି, ଏହା ବୁଝି ଦେଖ; କାରଣ ମୋତେ କୁହାଯାଇଅଛି ଯେ, ସେ ଅତି ସତର୍କ ହୋଇ ଚଳୁଅଛି।
Ідіть же, приготу́йте ще, і розпізна́йте, і побачте місце його, де буде нога його, хто його там бачив, бо казали мені: сильно хитру́є він!
23 ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋʼ କତିକି ନିଶ୍ଚୟ ଫେରି ଆସ, ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି; ସେ ଯେବେ ଦେଶରେ ଥାଏ, ତେବେ ମୁଁ ଯିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି।”
І подивіться, і розізнайте всі схо́ванки, де́ він ховається, і ве́рнетесь до мене з певною звісткою, — і я піду́ з вами. І буде, якщо він є в Краю́, то пошукаю його по всіх Юдиних тисячах“.
24 ତହୁଁ ସେମାନେ ଉଠି ଶାଉଲଙ୍କ ଆଗେ ସୀଫ୍କୁ ଗଲେ; ସେତେବେଳେ ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ଦକ୍ଷିଣସ୍ଥିତ ପଦାରେ ମାୟୋନ୍ ପ୍ରାନ୍ତରରେ ଥିଲେ।
І встали вони, і пішли в Зіф перед Саулом. А Давид та його люди були в Маонській пустині в Араві, на пі́вдень від Єшімону.
25 ଏଣୁ ଶାଉଲ ଓ ତାଙ୍କର ଲୋକମାନେ ତାଙ୍କୁ ଖୋଜିବାକୁ ଗଲେ; ମାତ୍ର ଲୋକମାନେ ଦାଉଦଙ୍କୁ ଏହା ଜଣାନ୍ତେ, ସେ ଶୈଳକୁ ଓହ୍ଲାଇ ଆସି ମାୟୋନ୍ ପ୍ରାନ୍ତରରେ ରହିଲେ। ଏଉତ୍ତାରେ ଶାଉଲ ତାହା ଶୁଣି ମାୟୋନ୍ ପ୍ରାନ୍ତରରେ ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ।
А Саул та його люди пішли шукати. І доне́сли про це Давидові, і він зійшов до Сели, і спинився в Маонській пустині. А Саул прочув, та й гнався за Давидом до Маонської пустині.
26 ପୁଣି, ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ୱକୁ ଗଲେ; ତହୁଁ ଦାଉଦ ଶାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ; କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ।
І пішов Саул з цього боку гори, а Давид та його люди — з того боку гори. І поспішав Давид відійти перед Саулом, а Саул та люди його оточували Давида та людей його, щоб схопи́ти їх.
27 ଏପରି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, “ଶୀଘ୍ର ଆସନ୍ତୁ; କାରଣ ପଲେଷ୍ଟୀୟମାନେ ଦେଶ ଆକ୍ରମଣ କଲେଣି।”
І прийшов послане́ць до Саула, говорячи: „Іди поспішно, бо филисти́мляни кинулися на Край!“
28 ତହୁଁ ଶାଉଲ ଦାଉଦଙ୍କର ପଶ୍ଚାତ୍ ଗୋଡ଼ାଇବାରୁ ଫେରି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯାତ୍ରା କଲେ; ଏଣୁ ସେମାନେ ସେହି ସ୍ଥାନର ନାମ ସେଲା-ହମ୍ମହଲିକୋତ୍ (ବିଭାଗକାରୀ ଶୈଳ) ରଖିଲେ।
І вернувся Саул з погоні за Давидом, і пішов навпере́йми филисти́млян. Тому то назвали ім'я́ тому місцю: Села-Гаммахлекот.
29 ଏଉତ୍ତାରେ ଦାଉଦ ସେହି ସ୍ଥାନରୁ ଯାଇ ଐନଗଦୀସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ।
А Давид вийшов звідти, і осівся в тверди́нях Ен-Ґеді.