< ପ୍ରଥମ ଶାମୁୟେଲ 22 >

1 ଏହେତୁ ଦାଉଦ ସେଠାରୁ ପ୍ରସ୍ଥାନ କରି ଅଦୁଲ୍ଲମ ଗୁମ୍ଫାକୁ ପଳାଇଲେ, ପୁଣି, ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃଗୃହସ୍ଥ ସମସ୍ତେ ତାହା ଶୁଣନ୍ତେ, ସେମାନେ ସେଠାକୁ ତାଙ୍କ କତିକି ଗଲେ।
David therefore departed thence, and escaped, into the cave of Adullam, —and, when his brethren and all the household of his father heard it, they went down unto him, thither.
2 ଆଉ ପ୍ରତ୍ୟେକ କ୍ଳିଷ୍ଟ ଓ ପ୍ରତ୍ୟେକ ଋଣଗ୍ରସ୍ତ ଓ ପ୍ରତ୍ୟେକ ତିକ୍ତମନା ଲୋକ ତାଙ୍କ ନିକଟରେ ଏକତ୍ର ହେଲେ; ତହିଁରେ ସେ ସେମାନଙ୍କର ସେନାପତି ହେଲେ; ଏହିରୂପେ ଊଣାଧିକ ଚାରି ଶହ ଲୋକ ତାଙ୍କର ସଙ୍ଗୀ ହେଲେ।
And there gathered themselves unto him—every one that was in distress, and every one that had a creditor, and every one embittered in soul, and he came to be over them as a prince, —and there were with him, about four hundred men.
3 ଏଥିଉତ୍ତାରେ ଦାଉଦ ସେଠାରୁ ମୋୟାବ ଦେଶସ୍ଥ ମିସ୍ପେକୁ ଗଲେ; ପୁଣି, ସେ ମୋୟାବର ରାଜାକୁ କହିଲେ, “ମୁଁ ବିନୟ କରୁଅଛି, ପରମେଶ୍ୱର ମୋʼ ପ୍ରତି କଅଣ କରିବେ, ତାହା ମୁଁ ଜାଣିବା ପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ଆସି ରହିବାକୁ ଦିଅ।”
And David departed thence, to Mizpah of Moab, —and said unto the king of Moab, I pray thee, let my father and my mother dwell with you, until that I know what God will do for me.
4 ତହୁଁ ସେ ସେମାନଙ୍କୁ ମୋୟାବ-ରାଜାର ସାକ୍ଷାତକୁ ଆଣିଲେ ତହିଁରେ ଦାଉଦ ଦୁର୍ଗମ ସ୍ଥାନରେ ରହିବା ସମୟଯାକ ସେମାନେ ସେହି ରାଜା ସହିତ ବାସ କଲେ।
So he set them before the king of Moab, —and they dwelt with him, all the days that David was in the fortress.
5 ଏଥିମଧ୍ୟରେ ଭବିଷ୍ୟଦ୍‍ବକ୍ତା ଗାଦ୍‍ ଦାଉଦଙ୍କୁ କହିଲା, “ଏହି ଦୁର୍ଗମ ସ୍ଥାନରେ ନ ରୁହ; ପ୍ରସ୍ଥାନ କରି ଯିହୁଦା ଦେଶକୁ ଯାଅ।” ତେବେ ଦାଉଦ ପ୍ରସ୍ଥାନ କରି ହେରତ୍‍ ବଣରେ ଉପସ୍ଥିତ ହେଲେ।
Then said Gad the prophet unto David—Thou must not abide in the fortress, go and get thee into the land of Judah. So David departed, and entered the forest of Hereth.
6 ଏଥିଉତ୍ତାରେ ଶାଉଲ ଶୁଣିଲେ ଯେ, ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କର ସନ୍ଧାନ ମିଳିଅଛି; ଏହି ସମୟରେ ଶାଉଲ ନିଜ ହସ୍ତରେ ବର୍ଚ୍ଛା ଧରି ଗିବୀୟାସ୍ଥିତ ରାମାରେ ଝାଉଁଗଛ ତଳେ ବସିଥିଲେ ଓ ତାଙ୍କର ଚାରିଆଡ଼େ ତାଙ୍କର ଦାସ ସମସ୍ତେ ଠିଆ ହୋଇଥିଲେ।
And, when Saul heard that David was discovered, and the men that were with him—Saul, being seated in Gibeah under the tamarisk-tree in Ramah, with his spear in his hand, and all his servants stationed by him, —
7 ତହିଁରେ ଶାଉଲ ଚାରିଆଡ଼େ ଠିଆ ହୋଇଥିବା ଆପଣା ଦାସମାନଙ୍କୁ କହିଲେ, “ହେ ବିନ୍ୟାମୀନୀୟ ଲୋକମାନେ, ଶୁଣ; ଯିଶୀର ପୁତ୍ର କʼଣ ତୁମ୍ଭମାନଙ୍କ ପ୍ରତି ଜଣକୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ, ସେ କʼଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ,
then said Saul unto his servants who were stationed by him—Hear, I pray you, ye Benjamites! What! even to all of you, will the son of Jesse give fields and vineyards? All of you, will he appoint to be princes of thousands, and princes of hundreds?
8 ଏଥିପାଇଁ କʼଣ ତୁମ୍ଭେ ସମସ୍ତେ ମୋହର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ, ମୋହର ପୁତ୍ର ଯିଶୀର ପୁତ୍ର ସଙ୍ଗେ ନିୟମ କଲା ବେଳେ କେହି ମୋହର କର୍ଣ୍ଣଗୋଚର କଲ ନାହିଁ ଓ ତୁମ୍ଭମାନଙ୍କର କେହି ମୋʼ ପାଇଁ ଚିନ୍ତିତ ହେଲ ନାହିଁ, କିଅବା ଆଜିର ପରି ମୋହର ପ୍ରତିକୂଳରେ ଛକି ବସି ଆକ୍ରମଣ କରିବା ପାଇଁ ମୋର ପୁତ୍ର ଯେ ମୋର ଦାସକୁ ମତାଇ ଅଛି, ଏହା କେହି ମୋର କର୍ଣ୍ଣଗୋଚର କଲ ନାହିଁ?”
That ye have conspired, all of you, against me, and there is none to uncover mine ear as to the covenanting of my son with the son of Jesse? And none from among you that taketh pity upon me, and that uncovereth mine ear [to this], —that, mine own son, hath stirred up, my servants, against me, to lie in wait, as at this day?
9 ତେବେ ଶାଉଲଙ୍କର ଦାସମାନଙ୍କ ନିକଟରେ ଠିଆ ହୋଇଥିବା ଇଦୋମୀୟ ଦୋୟେଗ୍‍ ଉତ୍ତର ଦେଇ କହିଲା, “ମୁଁ ଯିଶୀର ପୁତ୍ରକୁ ନୋବରେ ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ ନିକଟକୁ ଯିବାର ଦେଖିଥିଲି।
Then answered Doeg the Edomite—he, being stationed near the servants of Saul—and said, —I saw the son of Jesse coming into Nob, unto Ahimelech son of Ahitub;
10 ପୁଣି, ଅହୀମେଲକ୍‍ ତାହା ପାଇଁ ସଦାପ୍ରଭୁଙ୍କ ନିକଟରେ ପଚାରିଲା ଓ ତାହାକୁ ଖାଦ୍ୟଦ୍ରବ୍ୟ ଓ ପଲେଷ୍ଟୀୟ ଗଲୀୟାତର ଖଡ୍ଗ ଦେଲା।”
Then enquired he for him of Yahweh, Provisions also, gave he unto him, —and, the sword of Goliath the Philistine, gave he unto him.
11 ତହୁଁ ରାଜା ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ ଯାଜକକୁ ଓ ନୋବ ନିବାସୀ ତାହାର ପିତୃବଂଶୀୟ ସମସ୍ତ ଯାଜକଙ୍କୁ ଡାକିବା ପାଇଁ ଲୋକ ପଠାଇଲେ; ତହିଁରେ ସେମାନେ ସମସ୍ତେ ରାଜାଙ୍କ ନିକଟକୁ ଆସିଲେ।
Then the king sent to call Ahimelech, son of Ahitub, the priest, and all the house of his father—the priests, who were in Nob, —and they came, all of them, unto the king.
12 ଏଥିରେ ଶାଉଲ କହିଲେ, “ହେ ଅହୀଟୂବ୍‍ର ପୁତ୍ର, ତୁମ୍ଭେ ଶୁଣ।” ସେ ଉତ୍ତର କଲା, “ହେ ମୋହର ପ୍ରଭୋ, ମୁଁ ଏଠାରେ ଅଛି।”
And Saul said, Hear, I pray thee, thou son of Ahitub! And he said—Behold me! my lord.
13 ପୁଣି, ଶାଉଲ ତାହାକୁ କହିଲେ, “ତୁମ୍ଭେ ଓ ଯିଶୀର ପୁତ୍ର କାହିଁକି ମୋʼ ବିରୁଦ୍ଧରେ କୁମନ୍ତ୍ରଣା କରିଅଛ? ଆଜିର ପରି ଯିଶୀର ପୁତ୍ର ମୋʼ ବିରୁଦ୍ଧରେ ଉଠି ଛକି ବସିବା ପାଇଁ ତୁମ୍ଭେ ତ ତାହାକୁ ରୁଟି ଓ ଖଡ୍ଗ ଦେଇଅଛ ଓ ପରମେଶ୍ୱରଙ୍କ ନିକଟରେ ତାହା ପାଇଁ ପଚାରିଅଛ।”
And Saul said unto him, Wherefore have ye conspired against me, thou, and the son of Jesse, —in that thou gavest him bread and a sword, and didst enquire for him of God, that he might rise up against me, that he might lie in wait, as at this day?
14 ଏଥିରେ ଅହୀମେଲକ୍‍ ରାଜାଙ୍କୁ ଉତ୍ତର ଦେଇ କହିଲା, ଆପଣଙ୍କ ସମସ୍ତ ଦାସ ମଧ୍ୟରେ ଦାଉଦ ପରି କିଏ ବିଶ୍ୱସ୍ତ? ସେ ତ ମହାରାଜାଙ୍କର ଜୁଆଁଇ ଓ ଆପଣଙ୍କର ସଭାସଦ୍‍ ଓ ଆପଣଙ୍କ ଗୃହରେ ସମ୍ଭ୍ରାନ୍ତ।
Then Ahimelech answered the king, and said, —But who, among all thy servants, like David, is, faithful, being son-in-law to the king, and, cometh near to have audience with thee, and is, honoured in thy household?
15 ମୁଁ କʼଣ ପରମେଶ୍ୱରଙ୍କ ନିକଟରେ ତାହା ଲାଗି ପଚାରିବାକୁ ଆଜି ଆରମ୍ଭ କଲି? ତାହା ମୋʼ ଠାରୁ ଦୂର ହେଉ; ମହାରାଜ ଆପଣାର ଏହି ଦାସକୁ ବା ମୋହର ସମସ୍ତ ପିତୃଗୃହକୁ କୌଣସି ଦୋଷ ନ ଦେଉନ୍ତୁ; କାରଣ ଆପଣଙ୍କ ଦାସ ଏସବୁ ବିଷୟରେ ଅଳ୍ପ କି ବହୁତ କିଛି ଜାଣେ ନାହିଁ।
Did I, that day, begin to enquire for him of God? Far from me! Let not the king impute to his servant such a thing, nor to any of the household of my father, for thy servant knoweth nothing of all this, less or more.
16 ଏଥିରେ ରାଜା କହିଲେ, “ହେ ଅହୀମେଲକ୍‍, ତୁମ୍ଭେ ଓ ତୁମ୍ଭ ପିତୃଗୃହ ସମସ୍ତେ ନିଶ୍ଚୟ ମରିବ।”
And the king said: Thou shalt, die, Ahimelech, —thou and all the household of thy father.
17 ତହୁଁ ରାଜା ଆପଣା ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଧାଉଡ଼ିଆମାନଙ୍କୁ କହିଲେ, “ତୁମ୍ଭେମାନେ ଫେରି ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କର; କାରଣ ଦାଉଦ ପକ୍ଷରେ ସେମାନଙ୍କର ମଧ୍ୟ ହସ୍ତ ଅଛି, ଆଉ ସେମାନେ ଦାଉଦର ପଳାଇବା କଥା ଜାଣିଲେ ହେଁ ତାହା ମୋହର କର୍ଣ୍ଣଗୋଚର କଲେ ନାହିଁ।” ମାତ୍ର ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କ ଯାଜକମାନଙ୍କୁ ଆକ୍ରମଣ କରିବା ପାଇଁ ହସ୍ତ ବଢ଼ାଇବାକୁ ଅସମ୍ମତ ହେଲେ।
And the king said unto the runners that were stationed by him—Turn ye round and put to death the priests of Yahweh, because, their hand also, is with David, and because they knew that he was, in flight, and unveiled not mine ear. But the servants of the king were not willing to thrust forth their hand, to fall upon the priests of Yahweh.
18 ଏଣୁ ରାଜା ଦୋୟେଗ୍‍କୁ କହିଲେ, “ତୁମ୍ଭେ ଫେରି ଏହି ଯାଜକମାନଙ୍କୁ ଆକ୍ରମଣ କର।” ତହିଁରେ ଇଦୋମୀୟ ଦୋୟେଗ୍‍ ଫେରି ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହି ଦିନ ସେ ଶୁକ୍ଳ ଏଫୋଦ-ପରିଧାନକାରୀ ପଞ୍ଚାଅଶୀ ଜଣଙ୍କୁ ବଧ କଲା।
Then said the king to Doeg, Turn, thou, and fall upon the priests. So Doeg the Edomite turned, and, himself, fell upon the priests, and put to death, that day, four score and five men bearing an ephod of linen;
19 ପୁଣି, ସେ ଯାଜକମାନଙ୍କର ନୋବ ନଗରକୁ ଖଡ୍ଗଧାରରେ ଆଘାତ କଲା; ସେ ଖଡ୍ଗଧାରରେ ପୁରୁଷ ଓ ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁ ଉଭୟଙ୍କୁ, ପୁଣି, ଗୋରୁ ଓ ଗର୍ଦ୍ଦଭ ଓ ମେଷାଦିକୁ ଆଘାତ କଲା।
Nob also, the city of the priests, smote he with the edge of the sword, both men and women, children and sucklings, —and oxen and asses and sheep, with the edge of the sword.
20 ସେହି ସମୟରେ ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ର ପୁତ୍ରମାନଙ୍କ ମଧ୍ୟରୁ ଅବୀୟାଥର ନାମରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡ଼କୁ ପଳାଇଲା।
But there escaped one son of Ahimelech, son of Ahitub, whose, name, was Abiathar, —and he fled after David.
21 ପୁଣି, ଅବୀୟାଥର ଦାଉଦଙ୍କୁ ଜଣାଇଲା ଯେ, ଶାଉଲ ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କରିଅଛି।
So Abiathar told David, —that Saul had slain the priests of Yahweh.
22 ତହୁଁ ଦାଉଦ ଅବୀୟାଥରକୁ କହିଲେ, “ଇଦୋମୀୟ ଦୋୟେଗ୍‍ ସେଠାରେ ଥିବା ବେଳେ ମୁଁ ସେହି ଦିନ ଜାଣିଲି ଯେ, ସେ ନିଶ୍ଚୟ ଶାଉଲଙ୍କୁ ଜଣାଇବ; ମୁଁ ତୁମ୍ଭ ପିତୃଗୃହସ୍ଥ ସମସ୍ତ ପ୍ରାଣୀଙ୍କର ମୃତ୍ୟୁୁ ଘଟାଇଅଛି।
Then said David to Abiathar—I knew, that day, when Doeg the Edomite was, there, that he would, surely tell, Saul. I, am chargeable with all the lives of the house of thy father.
23 ତୁମ୍ଭେ ମୋʼ ସଙ୍ଗେ ରୁହ, ଭୟ ନ କର; କାରଣ ଯେ ମୋର ପ୍ରାଣ ଚାହେଁ, ସେ ତୁମ୍ଭ ପ୍ରାଣ ଚାହେଁ; ମାତ୍ର ମୋʼ ସଙ୍ଗେ ତୁମ୍ଭେ ସୁରକ୍ଷିତ ହେବ।”
Abide with me! do not fear, for, whoso seeketh my life, seeketh thy life, —for, in safeguard, shall thou be, with me.

< ପ୍ରଥମ ଶାମୁୟେଲ 22 >