< ପ୍ରଥମ ଶାମୁୟେଲ 2 >

1 ପୁଣି, ହାନ୍ନା ପ୍ରାର୍ଥନା କରି କହିଲା; “ମୋହର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହା ଉଲ୍ଲାସ କରୁଅଛି, ସଦାପ୍ରଭୁଙ୍କଠାରେ ମୋହର ଶୃଙ୍ଗ ଉନ୍ନତ ହୋଇଅଛି; ମୋହର ମୁଖ ମୋର ଶତ୍ରୁମାନଙ୍କ ନିକଟରେ ଖୋଲିଅଛି; ଯେହେତୁ ମୁଁ ତୁମ୍ଭ ପରିତ୍ରାଣରେ ଆନନ୍ଦ କରେ।
Hana sì gbàdúrà pé, “Ọkàn mi yọ̀ sí Olúwa; ìwo agbára mi ni a sì gbé sókè sí Olúwa. Ẹnu mi sì gbòòrò lórí àwọn ọ̀tá mi, nítorí ti èmi yọ̀ ni ìgbàlà rẹ̀.
2 ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ; ଯେହେତୁ ତୁମ୍ଭ ଭିନ୍ନ ଆଉ କେହି ନାହିଁ; କିଅବା ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।
“Kò sí ẹni tí ó mọ́ bi Olúwa; kò sí ẹlòmíràn bí kò ṣe ìwọ; kò sì sí àpáta bi Ọlọ́run wa.
3 ଏପରି ଅତି ଅହଙ୍କାରରେ ଆଉ କଥା ନ କୁହ; ତୁମ୍ଭମାନଙ୍କ ମୁଖରୁ ଦାମ୍ଭିକତା ନିର୍ଗତ ନ ହେଉ; କାରଣ ସଦାପ୍ରଭୁ ସର୍ବଜ୍ଞ ପରମେଶ୍ୱର ଅଟନ୍ତି, ତାହାଙ୍କ ଦ୍ୱାରା ସକଳ କ୍ରିୟା ତୌଲାଯାଏ।
“Má ṣe halẹ̀; má ṣe jẹ́ kí ìgbéraga ti ẹnu yín jáde nítorí pé Ọlọ́run olùmọ̀ ni Olúwa, láti ọ̀dọ̀ rẹ̀ wá ni a ti ń wọn ìwà.
4 ବୀରମାନଙ୍କର ଧନୁ ଭଙ୍ଗା ଯାଇଅଛି ଓ ଝୁଣ୍ଟି ପଡ଼ିବା ଲୋକମାନଙ୍କର କଟି ବଳରେ ବନ୍ଧାଯାଇଅଛି।
“Ọ̀run àwọn alágbára ti ṣẹ́, àwọn tí ó ṣe aláìlera ni a fi agbára dì ní àmùrè.
5 ଯେଉଁମାନେ ପରିତୃପ୍ତ ଥିଲେ, ସେମାନେ ଆପେ ଖାଦ୍ୟ ନିମନ୍ତେ ବେତନଜୀବୀ ହୋଇଅଛନ୍ତି ଓ ଯେଉଁମାନେ କ୍ଷୁଧିତ ଥିଲେ, ସେମାନେ ବିଶ୍ରାମ ପାଇଅଛନ୍ତି; ହଁ, ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି ଓ ଯାହାର ଅନେକ ସନ୍ତାନସନ୍ତତି ଥିଲେ, ସେ ନିସ୍ତେଜ ହେଉଅଛି।
Àwọn tí ó yọ̀ fún oúnjẹ ti fi ara wọn ṣe alágbàṣe, àwọn tí ebi ń pa kò sì ṣe aláìní. Tó bẹ́ẹ̀ tí àgàn fi bí méje. Ẹni tí ó bímọ púpọ̀ sì di aláìlágbára.
6 ସଦାପ୍ରଭୁ ମୃତ୍ୟୁୁ ଘଟାନ୍ତି ଓ ସଜୀବ କରନ୍ତି; ସେ ପାତାଳକୁ ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି। (Sheol h7585)
“Olúwa pa ó sì sọ di ààyè; ó mú sọ̀kalẹ̀ lọ sí isà òkú, ó sì gbé dìde. (Sheol h7585)
7 ସଦାପ୍ରଭୁ ନିର୍ଦ୍ଧନ କରନ୍ତି ଓ ଧନବାନ କରନ୍ତି; ସେ ନତ କରନ୍ତି, ସେ ମଧ୍ୟ ଉନ୍ନତ କରନ୍ତି।
Olúwa sọ di tálákà; ó sì sọ di ọlọ́rọ̀; ó rẹ̀ sílẹ̀, ó sì gbé sókè.
8 ସେ କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ ଓ ଗୌରବ ସିଂହାସନ ଅଧିକାର କରିବା ପାଇଁ ଧୂଳିରୁ ଦୀନହୀନକୁ ଉଠାନ୍ତି ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି; କାରଣ ପୃଥିବୀର ସ୍ତମ୍ଭସକଳ ସଦାପ୍ରଭୁଙ୍କର ଓ ସେ ତହିଁ ଉପରେ ଜଗତ ସ୍ଥାପନ କରିଅଛନ୍ତି।
Ó gbé tálákà sókè láti inú erùpẹ̀ wá, ó gbé alágbe sókè láti orí òkìtì eérú wá, láti mú wọn jókòó pẹ̀lú àwọn ọmọ-aládé, láti mu wọn jogún ìtẹ́ ògo, “Nítorí pé ọ̀wọ́n ayé ti Olúwa ni, ó sì ti gbé ayé ka orí wọn.
9 ସେ ଆପଣା ଧାର୍ମିକ ଲୋକମାନଙ୍କର ଚରଣ ରକ୍ଷା କରିବେ; ମାତ୍ର ଦୁଷ୍ଟମାନେ ଅନ୍ଧକାରରେ ନୀରବ କରାଯିବେ; ଯେହେତୁ କୌଣସି ମନୁଷ୍ୟ ବଳରେ ଜୟୀ ହୋଇ ପାରିବ ନାହିଁ।
Yóò pa ẹsẹ̀ àwọn ènìyàn mímọ́ rẹ̀ mọ́, àwọn ènìyàn búburú ni yóò dákẹ́ ní òkùnkùn. “Nípa agbára kò sí ọkùnrin tí yóò borí.
10 ଯେଉଁମାନେ ସଦାପ୍ରଭୁଙ୍କ ସହିତ ବିବାଦ କରନ୍ତି, ସେମାନେ ଭଗ୍ନ ହେବେ; ସେ ସ୍ୱର୍ଗରେ ଥାଇ ସେମାନଙ୍କ ବିରୁଦ୍ଧରେ ଗର୍ଜ୍ଜନ କରିବେ; ସଦାପ୍ରଭୁ ପୃଥିବୀର ପ୍ରାନ୍ତଭାଗ ପର୍ଯ୍ୟନ୍ତ ଶାସନ କରିବେ ଓ ସେ ଆପଣା ରାଜାକୁ ବଳ ଦେବେ, ପୁଣି, ଆପଣା ଅଭିଷେକୀଙ୍କ ଶୃଙ୍ଗ ଉନ୍ନତ କରିବେ।”
A ó fọ́ àwọn ọ̀tá Olúwa túútúú; láti ọ̀run wá ni yóò sán àrá sí wọn; Olúwa yóò ṣe ìdájọ́ òpin ayé. “Yóò fi agbára fún ọba rẹ̀, yóò si gbé ìwo ẹni àmì òróró rẹ̀ sókè.”
11 ଏଉତ୍ତାରେ ଇଲ୍‍କାନା ରାମାସ୍ଥିତ ଆପଣା ଗୃହକୁ ଗଲା। ପୁଣି, ବାଳକ ଏଲି ଯାଜକଙ୍କ ସମ୍ମୁଖରେ ଥାଇ ସଦାପ୍ରଭୁଙ୍କର ପରିଚର୍ଯ୍ୟା କଲା।
Elkana sì lọ sí Rama, sí ilé rẹ̀, ọmọ náà sì ń ṣe ìránṣẹ́ fún Olúwa níwájú Eli àlùfáà.
12 ଏଲିଙ୍କର ପୁତ୍ରମାନେ ଦୁଷ୍ଟ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ।
Àwọn ọmọ Eli sì jẹ́ ọmọ Beliali; wọn kò mọ Olúwa.
13 ସେହି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ୟବହାର କରୁଥିଲେ ଯେ, କୌଣସି ଲୋକ ବଳିଦାନ କଲେ, ମାଂସ ସିଦ୍ଧ ହେବା ସମୟରେ ଯାଜକର ଦାସ ହସ୍ତରେ ତ୍ରିଶୂଳ ଘେନି ଆସେ;
Iṣẹ́ àwọn àlùfáà pẹ̀lú àwọn ènìyàn ni pé nígbà tí ẹnìkan bá ṣe ìrúbọ, ìránṣẹ́ àlùfáà á dé, nígbà tí ẹran náà bá ń hó lórí iná, pẹ̀lú ọ̀pá-ẹran náà oníga mẹ́ta ní ọwọ́ rẹ̀.
14 ଆଉ ସେ ପାତ୍ର, ବା ତସଲା, ବା ହଣ୍ଡା, ବା କହ୍ରାଇ ଭିତରେ ମାରେ; ଯେତେକ ତ୍ରିଶୂଳରେ ଆସେ, ସେସବୁ ଯାଜକ ନିଏ। ଇସ୍ରାଏଲର ଯେତେ ଲୋକ ଶୀଲୋକୁ ଆସିଲେ, ସେଠାରେ ସେମାନେ ସେସମସ୍ତଙ୍କ ପ୍ରତି ଏହିପରି କରୁଥିଲେ।
Òun a sì fi gún inú apẹ, tàbí àgé tàbí ọpọ́n, tàbí ìkòkò, gbogbo èyí tí ọ̀pá-ẹran oníga náà bá mú wá sí òkè, àlùfáà á mú un fún ara rẹ̀. Bẹ́ẹ̀ ni wọ́n ń ṣe sí gbogbo Israẹli tí ó wá sí ibẹ̀ ní Ṣilo.
15 ଆହୁରି ମେଦ ଦଗ୍ଧ କରିବା ପୂର୍ବରୁ ଯାଜକର ଦାସ ବଳିଦାନକାରୀ ଲୋକ ନିକଟକୁ ଆସି କହେ, “ଯାଜକ ପାଇଁ ମାଂସ ଦିଅ; କାରଣ ସେ ତୁମ୍ଭଠାରୁ ସିଦ୍ଧ ମାଂସ ନେବେ ନାହିଁ, କଞ୍ଚା ନେବେ।”
Pẹ̀lú, kí wọn tó sun ọ̀rá náà, ìránṣẹ́ àlùfáà á dé, á sì wí fún ọkùnrin tí ó ń ṣe ìrúbọ pé, “Fi ẹran fún mi láti sun fún àlùfáà; nítorí tí kì yóò gba ẹran sísè lọ́wọ́ rẹ, bí kò ṣe tútù.”
16 ଏଥିରେ ଯେବେ ସେ ଲୋକ ତାହାକୁ କହେ, “ମେଦ ଏହିକ୍ଷଣି ଦଗ୍ଧ ହେବ, ତହିଁ ଉତ୍ତାରେ ତୁମ୍ଭ ପ୍ରାଣ ଯେତେ ଚାହେଁ ସେତେ ନିଅ;” ତେବେ ସେ ଉତ୍ତର କରେ, “ନାହିଁ, ମାତ୍ର ଏହିକ୍ଷଣି ତାହା ମୋତେ ଦେବାକୁ ହେବ; ତୁମ୍ଭେ ନ ଦେଲେ ତାହା ବଳରେ ନେବି।”
Bí ọkùnrin náà bá sì wí fún un pé, “Jẹ́ kí wọn ó sun ọ̀rá náà nísinsin yìí, kí o sì mú iyekíye tí ọkàn rẹ̀ bá fẹ́,” nígbà náà ni yóò dá a lóhùn pé, “Bẹ́ẹ̀ kọ́, ṣùgbọ́n kí ìwọ ó fi í fún mi nísinsin yìí, bí kó ṣe bẹ́ẹ̀, èmi ó fi agbára gbà á.”
17 ଏରୂପେ ସଦାପ୍ରଭୁଙ୍କ ସାକ୍ଷାତରେ ସେହି ଯୁବା ଲୋକଙ୍କର ପାପ ଅତି ଭାରୀ ହେଲା; କାରଣ ସେହି ଲୋକମାନେ ସଦାପ୍ରଭୁଙ୍କ ନୈବେଦ୍ୟ ତୁଚ୍ଛଜ୍ଞାନ କଲେ।
Ẹ̀ṣẹ̀ àwọn ọ̀dọ́mọkùnrin náà sì tóbi gidigidi níwájú Olúwa: nítorí tí àwọn ènìyàn kórìíra ẹbọ Olúwa.
18 ସେସମୟରେ ଶାମୁୟେଲ ବାଳକ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ।
Ṣùgbọ́n Samuẹli ń ṣe ìránṣẹ́ níwájú Olúwa, ọmọdé, ti a wọ̀ ní efodu ọ̀gbọ̀.
19 ଆହୁରି ତାଙ୍କର ମାତା ପ୍ରତି ବର୍ଷ ଆପଣା ସ୍ୱାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ତାଙ୍କ ପାଇଁ ଗୋଟିଏ ସାନ ଚୋଗା ବନାଇ ତାଙ୍କ କତିକି ଆଣିଥାଏ।
Pẹ̀lúpẹ̀lú, ìyá rẹ̀ máa ń dá aṣọ ìlekè péńpé fún un, a sì máa mú wá fún un lọ́dọọdún, nígbà tí ó bá bá ọkọ rẹ̀ gòkè wá láti ṣe ìrúbọ ọdún.
20 ପୁଣି, ଏଲି ଇଲ୍‍କାନାକୁ ଓ ତାହାର ଭାର୍ଯ୍ୟାକୁ ଆଶୀର୍ବାଦ କରି କହିଲେ, “ସଦାପ୍ରଭୁଙ୍କ ନିକଟରେ ଯାହା ନିବେଦିତ ହୋଇଅଛି, ସେହି ନିବେଦନ ସକାଶୁ ସଦାପ୍ରଭୁ ଏହି ସ୍ତ୍ରୀଠାରୁ ତୁମ୍ଭକୁ ସନ୍ତାନ ଦେଉନ୍ତୁ।”
Eli súre fún Elkana àti aya rẹ̀ pé, “Kí Olúwa fún ọ ní irú-ọmọ láti ara obìnrin yìí wá, nítorí ẹ̀bùn tí ó béèrè tí ó sì tún fún Olúwa.” Wọ́n sì lọ sí ilé wọn.
21 ଏଉତ୍ତାରେ ସେମାନେ ଆପଣା ଗୃହକୁ ଫେରିଗଲେ। ପୁଣି, ସଦାପ୍ରଭୁ ହାନ୍ନାର ତତ୍ତ୍ୱାବଧାରଣ କଲେ ଓ ସେ ଗର୍ଭଧାରଣ କରି ତିନି ପୁତ୍ର ଓ ଦୁଇ କନ୍ୟା ପ୍ରସବ କଲେ। ଏଥିମଧ୍ୟରେ ଶାମୁୟେଲ ବାଳକ ସଦାପ୍ରଭୁଙ୍କ ସାକ୍ଷାତରେ ବଢ଼ିବାକୁ ଲାଗିଲେ।
Olúwa si bojú wo Hana, ó sì lóyún, ó bí ọmọkùnrin mẹ́ta àti ọmọbìnrin méjì. Samuẹli ọmọ náà sì ń dàgbà níwájú Olúwa.
22 ଏଲି ଅତି ବୃଦ୍ଧ ହେଲେ; ପୁଣି, ତାଙ୍କର ପୁତ୍ରମାନେ ସମୁଦାୟ ଇସ୍ରାଏଲ ପ୍ରତି ଯାହା ଯାହା କଲେ ଓ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେବାକାରିଣୀ ସ୍ତ୍ରୀଗଣ ସହିତ କିପରି ଶୟନ କଲେ, ଏସବୁ କଥା ସେ ଶୁଣିଲେ।
Eli sì di arúgbó gidigidi, ó sì gbọ́ gbogbo èyí ti àwọn ọmọ rẹ̀ ṣe sí gbogbo Israẹli; àti bi wọ́n ti máa ń bá àwọn obìnrin sùn, tí wọ́n máa ń péjọ ní ẹnu-ọ̀nà àgọ́ àjọ.
23 ତହୁଁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏପରି କଥା କରୁଅଛ? କାରଣ ମୁଁ ଏହି ସମସ୍ତ ଲୋକଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ନାନା ମନ୍ଦ କଥା ଶୁଣୁଅଛି।
Ó sì wí fún wọn pé, kí ni ó ti ri “Èétirí tí èmi fi ń gbọ́ irú nǹkan bẹ́ẹ̀ sí yín? Nítorí tí èmi ń gbọ́ iṣẹ́ búburú yín láti ọ̀dọ̀ gbogbo ènìyàn.
24 ନାହିଁ, ନାହିଁ, ମୋହର ପୁତ୍ରମାନେ, ମୁଁ ଯେଉଁ ଜନରବ ଶୁଣୁଅଛି, ତାହା ଭଲ ନୁହେଁ; ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଙ୍ଘନ କରାଉଅଛ।
Bẹ́ẹ̀ kọ́ ẹ̀yin ọmọ mi, nítorí kì ṣe ìròyìn rere èmi gbọ́; ẹ̀yin mú ènìyàn Olúwa dẹ́ṣẹ̀.
25 ମନୁଷ୍ୟ ଯଦି ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ତାହାର ବିଚାର କରିବେ; ମାତ୍ର ମନୁଷ୍ୟ ଯଦି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପକ୍ଷରେ ପ୍ରାର୍ଥନା କରିବ?” ତଥାପି ସେମାନେ ଆପଣା ପିତାଙ୍କ ରବ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।
Bí ẹnìkan bá ṣẹ̀ sí ẹnìkejì, onídàájọ́ yóò ṣe ìdájọ́ rẹ̀: ṣùgbọ́n bí ẹnìkan bá ṣẹ̀ sí Olúwa, ta ni yóò bẹ̀bẹ̀ fún un?” Wọn kò sì fi etí sí ohùn baba wọn, nítorí tí Olúwa ń fẹ́ pa wọ́n.
26 ମାତ୍ର ବାଳକ ଶାମୁୟେଲ କ୍ରମେ କ୍ରମେ ବୃଦ୍ଧି ପାଇଲେ, ପୁଣି, ସଦାପ୍ରଭୁଙ୍କର ଓ ମଧ୍ୟ ମନୁଷ୍ୟର ସାକ୍ଷାତରେ ଅନୁଗ୍ରହପ୍ରାପ୍ତ ହେଲେ।
Ọmọ náà Samuẹli ń dàgbà, ó sì rí ojúrere lọ́dọ̀ Olúwa, àti ènìyàn pẹ̀lú.
27 ଏଥିଉତ୍ତାରେ ପରମେଶ୍ୱରଙ୍କର ଏକ ଲୋକ ଏଲିଙ୍କ ନିକଟକୁ ଆସି ତାଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ‘ଯେଉଁ ସମୟରେ ତୁମ୍ଭ ପିତୃଗୃହ ମିସରରେ ଫାରୋର ଦାସତ୍ୱରେ ଥିଲେ, ସେସମୟରେ ଆମ୍ଭେ କି ପ୍ରତ୍ୟକ୍ଷ ରୂପେ ସେମାନଙ୍କୁ ଦର୍ଶନ ଦେଇ ନାହୁଁ
Ènìyàn Ọlọ́run kan tọ Eli wá, ó sì wí fún un pé, “Báyìí ni Olúwa wí, ‘Èmi fi ara mi hàn ní gbangba fún ilé baba rẹ, nígbà tí wọ́n ń bẹ ní Ejibiti nínú ilé Farao.
28 ଓ ଆମ୍ଭେ କି ଆମ୍ଭ ବେଦି ଉପରକୁ ଯିବାକୁ ଓ ଧୂପ ଜ୍ୱଳାଇବାକୁ ଓ ଆମ୍ଭ ସମ୍ମୁଖରେ ଏଫୋଦ ପରିଧାନ କରିବାକୁ ସମଗ୍ର ଇସ୍ରାଏଲ ଗୋଷ୍ଠୀ ମଧ୍ୟରୁ ତାହାକୁ ଯାଜକ ହେବା ପାଇଁ ମନୋନୀତ କରି ନାହୁଁ? ଆହୁରି, ଆମ୍ଭେ କି ଇସ୍ରାଏଲ-ସନ୍ତାନଗଣର ଅଗ୍ନିକୃତ ସମସ୍ତ ଉପହାର ତୁମ୍ଭ ପିତୃଗୃହକୁ ଦେଇ ନାହୁଁ?
Èmi sì yàn án kúrò láàrín gbogbo ẹ̀yà Israẹli láti jẹ́ àlùfáà mi, láti rú ẹbọ lórí pẹpẹ mi, láti fi tùràrí jóná, láti wọ efodu níwájú mi, èmi sì fi gbogbo ẹbọ tí ọmọ Israẹli máa ń fi iná sun fún ìdílé baba rẹ̀.
29 ତେବେ ଆମ୍ଭେ ଆପଣା ଆବାସରେ ଯେ ଯେ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିବାକୁ ଆଜ୍ଞା ଦେଇଅଛୁ, ତୁମ୍ଭେମାନେ କାହିଁକି ତହିଁରେ ପଦାଘାତ କରୁଅଛ? ପୁଣି, ଆମ୍ଭ ଲୋକ ଇସ୍ରାଏଲର ସର୍ବୋତ୍ତମ ସମସ୍ତ ନୈବେଦ୍ୟରେ ଆପଣାମାନଙ୍କୁ ହୃଷ୍ଟପୁଷ୍ଟ କରିବା ନିମନ୍ତେ ଆମ୍ଭ ଅପେକ୍ଷା ଆପଣା ପୁତ୍ରମାନଙ୍କର ଅଧିକ ଗୌରବ କରୁଅଛ?’
Èéha ṣe tí ẹ̀yin fi tàpá sí ẹbọ àti ọrẹ mi, tí mo pàṣẹ ní ibùjókòó mi, ìwọ sì bu ọlá fún àwọn ọmọ rẹ jù mí lọ, tí ẹ sì fi gbogbo àṣàyàn ẹbọ Israẹli àwọn ènìyàn mi mú ara yín sanra.’
30 ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭ ଗୃହ ଓ ତୁମ୍ଭ ପିତୃଗୃହ ଆମ୍ଭ ସମ୍ମୁଖରେ ଅନନ୍ତକାଳ ଗମନାଗମନ କରିବେ ବୋଲି ଆମ୍ଭେ କହିଥିଲୁ ପ୍ରମାଣ,’ ମାତ୍ର ଏବେ ସଦାପ୍ରଭୁ କହନ୍ତି, ‘ତାହା ଆମ୍ଭଠାରୁ ଦୂର ହେଉ; କାରଣ ଯେଉଁମାନେ ଆମ୍ଭର ଗୌରବ କରନ୍ତି, ଆମ୍ଭେ ସେମାନଙ୍କର ଗୌରବ କରିବା, ମାତ୍ର ଯେଉଁମାନେ ଆମ୍ଭକୁ ତୁଚ୍ଛଜ୍ଞାନ କରନ୍ତି, ସେମାନେ ଲଘୁ ଜ୍ଞାନ କରାଯିବେ।
“Nítorí náà Olúwa Ọlọ́run Israẹli wí pé, ‘Èmi ti wí nítòótọ́ pé, ilé rẹ àti ilé baba rẹ, yóò máa rìn níwájú mi títí.’ Ṣùgbọ́n nísinsin yìí Olúwa wí pé, ‘Kí á má rí i! Àwọn tí ó bú ọlá fún mi ni èmi yóò bu ọlá fún, àti àwọn tí kò kà mí sí ni a ó sì ṣe aláìkàsí.
31 ଦେଖ, ଯେଉଁ ଦିନ ଆମ୍ଭେ ତୁମ୍ଭର ବାହୁ ଓ ତୁମ୍ଭ ପିତୃଗୃହର ବାହୁ କାଟି ପକାଇବା, ଏପରି ଦିନ ଆସୁଅଛି, ତହିଁରେ ତୁମ୍ଭ ଗୃହରେ ଜଣେ ବୃଦ୍ଧ ଲୋକ ରହିବ ନାହିଁ।
Kíyèsi i, àwọn ọjọ́ ń bọ̀ tí èmi ó gé agbára rẹ kúrò, àti agbára baba rẹ, tí kì yóò sí arúgbó kan nínú ilé rẹ.
32 ପୁଣି, ପରମେଶ୍ୱର ଇସ୍ରାଏଲକୁ ଯେ ଯେ ମଙ୍ଗଳ ପ୍ରଦାନ କରିବେ, ସେସବୁ ମଧ୍ୟରେ ତୁମ୍ଭେ ଆମ୍ଭ ଆବାସରେ ବିପତ୍ତି ଦେଖିବ; ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବ ନାହିଁ।
Ìwọ yóò rí wàhálà ti Àgọ́, nínú gbogbo ọlá tí Ọlọ́run yóò fi fún Israẹli; kì yóò sí arúgbó kan nínú ilé rẹ láéláé.
33 ଆଉ ତୁମ୍ଭର ଯେଉଁ ଲୋକକୁ ଆମ୍ଭେ ଆପଣା ଯଜ୍ଞବେଦିରୁ ଉଚ୍ଛିନ୍ନ ନ କରିବା, ସେ ତୁମ୍ଭ ଚକ୍ଷୁର କ୍ଷୟ ଓ ତୁମ୍ଭ ହୃଦୟର ଶୋକ ଜନ୍ମାଇବାକୁ ରହିବ; ପୁଣି, ତୁମ୍ଭ ବଂଶଜାତ ସମସ୍ତେ ଯୌବନାବସ୍ଥାରେ ମରିବେ।
Ọkùnrin tí ó jẹ́ tìrẹ, tí èmi kì yóò gé kúrò ní ibi pẹpẹ mi ni a ó dá sí láti sọkún yọ lójú àti láti banújẹ́. Ṣùgbọ́n gbogbo irú-ọmọ ilé rẹ̀ ni a ó fi idà pa ní ààbọ̀ ọjọ́ wọn.
34 ପୁଣି, ତୁମ୍ଭର ଦୁଇ ପୁତ୍ର ହଫ୍ନି ଓ ପୀନହସ୍‍ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନସ୍ୱରୂପ ହେବ; ସେ ଦୁହେଁ ଏକ ଦିନରେ ମରିବେ।
“‘Kí ni ohun tí ó ṣẹlẹ̀ sí àwọn ọmọ ọkùnrin rẹ̀ méjèèjì, Hofini àti Finehasi, yóò jẹ́ àmì fún ọ—àwọn méjèèjì yóò kú ní ọjọ́ kan náà.
35 ପୁଣି, ଆମ୍ଭେ ଆପଣା ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବା, ସେ ଆମ୍ଭ ମନ ଓ ଆମ୍ଭ ହୃଦୟ ଅନୁସାରେ କର୍ମ କରିବ; ଆଉ ଆମ୍ଭେ ତାହାର ବଂଶ ସ୍ଥିର କରିବା; ପୁଣି, ସେ ଆମ୍ଭ ଅଭିଷିକ୍ତଙ୍କ ସମ୍ମୁଖରେ ସର୍ବଦା ଗମନାଗମନ କରିବ।
Èmi yóò dìde fún ara mi láti gbé àlùfáà olódodo dìde fún ara mi, ẹni tí yóò ṣe gẹ́gẹ́ bí ohun tí ó wà ní ọkàn mi àti inú mi. Èmi yóò fi ẹsẹ̀ ilé rẹ̀ múlẹ̀ gbọningbọnin òun yóò sì ṣe òjíṣẹ́ níwájú ẹni òróró mi ní ọjọ́ gbogbo.
36 ଆଉ, ତୁମ୍ଭ ବଂଶର ଅବଶିଷ୍ଟ ପ୍ରତ୍ୟେକ ଜଣ ଏକ ରୂପା ମୁଦ୍ରା ଓ ଏକ ରୁଟି ପାଇଁ ତାହା ପାଖକୁ ଆସି ପ୍ରଣାମ କରି କହିବେ, ବିନୟ କରୁଅଛି, ମୁଁ ଯେପରି ଖଣ୍ଡେ ରୁଟି ଖାଇବାକୁ ପାଇବି, ଏଥିପାଇଁ କୌଣସି ଯାଜକତ୍ୱ ପଦରେ ମୋତେ ରଖ।’”
Nígbà náà olúkúlùkù ẹnikẹ́ni tí ó bá kù ní ìdílé yín, yóò jáde wá yóò sì foríbalẹ̀ níwájú rẹ̀ nítorí ẹyọ fàdákà àti nítorí èépá àkàrà àti ẹ̀bẹ̀ pé, “Jọ̀wọ́ yàn mí sí ọ̀kan nínú iṣẹ́ àwọn àlùfáà, kí èmi kí ó le máa rí oúnjẹ jẹ.”’”

< ପ୍ରଥମ ଶାମୁୟେଲ 2 >