< ପ୍ରଥମ ଶାମୁୟେଲ 19 >

1 ଏଥିଉତ୍ତାରେ ଦାଉଦଙ୍କୁ ବଧ କରିବା ପାଇଁ ଶାଉଲ ଆପଣା ପୁତ୍ର ଯୋନାଥନକୁ ଓ ଆପଣା ଦାସ ସମସ୍ତଙ୍କୁ କହିଲେ।
Sauli anawuza mwana wake Yonatani ndi nduna zake zonse kuti aphe Davide. Koma Yonatani amamukonda kwambiri Davide.
2 ମାତ୍ର ଶାଉଲଙ୍କର ପୁତ୍ର ଯୋନାଥନ ଦାଉଦଙ୍କଠାରେ ଅତ୍ୟନ୍ତ ଅନୁରକ୍ତ ଥିଲା। ଏହେତୁ ଯୋନାଥନ ଦାଉଦଙ୍କୁ କହିଲା, “ମୋର ପିତା ଶାଉଲ ତୁମ୍ଭକୁ ବଧ କରିବାକୁ ଚାହାନ୍ତି; ଏଥିପାଇଁ ମୁଁ ବିନୟ କରୁଅଛି, ତୁମ୍ଭେ ପ୍ରାତଃକାଳରେ ଆପଣା ବିଷୟରେ ସାବଧାନ ହୋଇ କୌଣସି ଗୁପ୍ତ ସ୍ଥାନରେ ରହି ଆପଣାକୁ ଲୁଚାଅ;
Choncho anawuza Davide kuti, “Abambo anga Sauli akufuna kukupha. Tsono uchenjere. Mmawa upite ukabisale ndipo ukakhale komweko.
3 ପୁଣି, ତୁମ୍ଭେ ଯେଉଁ କ୍ଷେତ୍ରରେ ଥିବ, ସେସ୍ଥାନକୁ ମୁଁ ଯାଇ ମୋହର ପିତାଙ୍କ ପାଖରେ ଠିଆ ହୋଇ ତୁମ୍ଭ ବିଷୟରେ ମୋର ପିତାଙ୍କ ସଙ୍ଗେ କଥୋପକଥନ କରିବି; ଯେବେ ମୁଁ କିଛି ଦେଖିବି, ତେବେ ତୁମ୍ଭକୁ ଜଣାଇବି।”
Ine ndidzapita ndi kukayima pafupi ndi abambo anga ku munda kumene iwe ukabisale. Ndipo ndidzayankhula ndi abambo anga za iwe ndipo chilichonse chimene ndikamve ndidzakuwuza.”
4 ପୁଣି, ଯୋନାଥନ ଆପଣା ପିତା ଶାଉଲଙ୍କୁ ଦାଉଦଙ୍କ ବିଷୟରେ ଭଲ କଥା କହି ତାଙ୍କୁ କହିଲା, “ମହାରାଜ, ଆପଣା ଦାସ ଦାଉଦ ବିରୁଦ୍ଧରେ ପାପ ନ କରନ୍ତୁ, ଯେହେତୁ ସେ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ; ମାତ୍ର ତାହାର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି;
Tsono Yonatani anakanena zabwino za Davide kwa abambo ake Sauli ndipo anati, “Mfumu musachimwire mtumiki wanu Davide, sanakuchimwireni, koma amakuchitirani zabwino kwambiri.
5 କାରଣ ସେ ଆପଣା ପ୍ରାଣ ହସ୍ତରେ ଧରି ସେହି ପଲେଷ୍ଟୀୟକୁ ବଧ କଲା, ତହିଁରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ଉଦ୍ଧାର ସାଧନ କଲେ; ଆପଣ ତାହା ଦେଖିଥିଲେ ଓ ଆନନ୍ଦ କରିଥିଲେ; ତେବେ ଆପଣ ବିନା କାରଣରେ ଦାଉଦଙ୍କୁ ବଧ କରି କାହିଁକି ନିର୍ଦ୍ଦୋଷ ରକ୍ତ ବିରୁଦ୍ଧରେ ପାପ କରିବେ?”
Iye anayika moyo wake pa chiswe pamene anapha Mfilisiti uja. Choncho Yehova anachita zazikulu popambanitsa Aisraeli pa nkhondo. Inu munaona zonsezo ndipo munakondwera. Nanga nʼchifukwa chiyani mukufuna kuchimwira munthu wosalakwa pofuna kupha Davide?”
6 ଏଥିରେ ଶାଉଲ ଯୋନାଥନର ରବ ଶୁଣିଲେ; ପୁଣି, “ଶାଉଲ ଶପଥ କରି କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ହତ ହେବେ ନାହିଁ।”
Sauli anamvera mawu a Yonatani ndipo analumbira kuti, “Pali Yehova, Davide sadzaphedwa.”
7 ଏଉତ୍ତାରେ ଯୋନାଥନ ଦାଉଦଙ୍କୁ ଡାକିଲା ଓ ଯୋନାଥନ ତାଙ୍କୁ ସେ ସମସ୍ତ କଥା ଜଣାଇଲା। ପୁଣି, ଯୋନାଥନ ଦାଉଦଙ୍କୁ ଶାଉଲଙ୍କ ନିକଟକୁ ଆଣିଲା, ତହିଁରେ ସେ ପୂର୍ବ ପରି ତାଙ୍କ ସମ୍ମୁଖରେ ରହିଲେ।
Pambuyo pake Yonatani anayitana Davide namuwuza zonsezi. Choncho Yonatani anabwera naye Davide kwa Sauli ndipo ankamutumikira Sauliyo monga kale.
8 ଏଥିଉତ୍ତାରେ ପୁନର୍ବାର ଯୁଦ୍ଧ ହେଲା; ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ମହାସଂହାରରେ ବଧ କଲେ; ତହୁଁ ସେମାନେ ତାଙ୍କ ସମ୍ମୁଖରୁ ପଳାୟନ କଲେ।
Panabukanso nkhondo ina ndipo Davide anapita ndi kukamenyana ndi Afilisti. Iye anawakantha mwamphamvu kotero kuti Afilisti anathawa.
9 ଏଉତ୍ତାରେ ଶାଉଲ ଆପଣା ହାତରେ ବର୍ଚ୍ଛା ଧରି ଗୃହରେ ବସିଥିବା ବେଳେ ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କ ଉପରକୁ ଆସିଲା; ସେସମୟରେ ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉଥିଲେ,
Tsiku lina mzimu woyipa uja unafikanso pa Sauli. Nthawi imeneyi nʼkuti Sauli uja ali mʼnyumba mwake, mkondo uli mʼdzanja lake ndi Davide akuyimba zeze,
10 ଏପରି ସମୟରେ ଶାଉଲ ବର୍ଚ୍ଛାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଚାହିଁଲେ; ମାତ୍ର ସେ ଶାଉଲଙ୍କ ସମ୍ମୁଖରୁ ଘୁଞ୍ଚିଯିବାରୁ ବର୍ଚ୍ଛା କାନ୍ଥରେ ଫୋଡ଼ି ହୋଇଗଲା; ପୁଣି, ଦାଉଦ ପଳାଇ ସେହି ରାତ୍ରି ରକ୍ଷା ପାଇଲେ।
Sauli anafuna kumubaya Davide ndi kumukhomera kukhoma, koma Davide anapewa mkondowo kotero Sauli anakabaya pa khoma. Usiku womwewo Davide anathawa.
11 ତହୁଁ ଦାଉଦଙ୍କୁ ଜଗି ସକାଳେ ବଧ କରିବା ପାଇଁ ତାଙ୍କର ଗୃହକୁ ଶାଉଲ ଦୂତମାନଙ୍କୁ ପଠାଇଲେ; ଏଥିରେ ଦାଉଦଙ୍କର ଭାର୍ଯ୍ୟା ମୀଖଲ ତାଙ୍କୁ କହିଲା, “ତୁମ୍ଭେ ଆଜି ରାତ୍ରି ଆପଣା ପ୍ରାଣରକ୍ଷା ନ କଲେ, କାଲି ହତ ହେବ।”
Usiku womwewo Sauli anatumiza anthu ku nyumba ya Davide kuti akamubisalire ndi kumupha mmamawa. Koma Mikala mkazi wake anamuchenjeza nati, “Ngati usiku uno supulumutsa moyo wako, mawa udzaphedwa.”
12 ତେଣୁ ମୀଖଲ ଝରକା ଦେଇ ଦାଉଦଙ୍କୁ ଓହ୍ଲାଇ ଦେଲା; ଏଥିରେ ସେ ଗଲେ ଓ ପଳାଇ ରକ୍ଷା ପାଇଲେ।
Choncho Mikala anamutulutsira Davide pa zenera, ndipo anathawa ndi kupulumuka.
13 ତହୁଁ ମୀଖଲ ମୂର୍ତ୍ତି ନେଇ ଶଯ୍ୟାରେ ଶୁଆଇଲା ଓ ଛାଗଲୋମ ନିର୍ମିତ ରେଜାଇ ତହିଁର ମସ୍ତକରେ ଦେଇ ତାହାକୁ ଚାଦରରେ ଘୋଡ଼ାଇ ରଖିଲା।
Kenaka Mikala anatenga fano naligoneka pa bedi nayika pilo wa ubweya wa mbuzi ku mutu kwa fanolo ndipo analifunditsa nsalu.
14 ଏଉତ୍ତାରେ ଦାଉଦଙ୍କୁ ଧରି ନେବା ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ, ମୀଖଲ କହିଲା, “ସେ ପୀଡ଼ିତ ଅଛନ୍ତି।”
Pamene amithenga a Sauli aja anafika kuti akamugwire Davide, Mikala anati, “Davide akudwala.”
15 ତହିଁରେ ଶାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲେ, “ତାହାକୁ ଶଯ୍ୟାରେ ମୋʼ ନିକଟକୁ ଆଣ, ମୁଁ ତାହାକୁ ବଧ କରିବି।”
Koma Sauli anatumanso anthuwo kuti akamuone Davide, nati, “Mubwere naye kuno ali pa bedi pomwepo kuti ndidzamuphe.”
16 ତହୁଁ ଦୂତମାନେ ଭିତରେ ଯାଆନ୍ତେ, ଦେଖ, ଶଯ୍ୟାରେ ମୂର୍ତ୍ତି ଅଛି ଓ ତହିଁର ମସ୍ତକରେ ଛାଗଲୋମ ନିର୍ମିତ ରେଜାଇ ଅଛି।
Koma pamene anthuwo analowa, anangoona fano pa bedipo ndi pilo wa ubweya wa mbuzi ku mutu kwake.
17 ଏଣୁ ଶାଉଲ ମୀଖଲକୁ କହିଲେ, “ତୁମ୍ଭେ କାହିଁକି ମୋତେ ଏରୂପ ପ୍ରବଞ୍ଚନା କଲ ଓ ମୋʼ ଶତ୍ରୁକୁ ଛାଡ଼ିଦେଲ ଯେ, ସେ ପଳାଇଗଲା?” ତହିଁରେ ମୀଖଲ ଶାଉଲଙ୍କୁ ଉତ୍ତର କଲା, “ସେ ମୋତେ କହିଲେ, ‘ମୋତେ ଛାଡ଼ିଦିଅ; ମୁଁ କାହିଁକି ତୁମ୍ଭକୁ ବଧ କରିବି?’”
Tsono Sauli anafunsa Mikala kuti, “Nʼchifukwa chiyani wandinamiza chotere polola kuti mdani wanga athawe?” Mikala anayankha kuti, “Davide anandiwuza kuti, ‘Ukapanda kutero ndikupha.’”
18 ଏଥିମଧ୍ୟରେ ଦାଉଦ ପଳାଇ ରକ୍ଷା ପାଇଲେ ଓ ରାମାରେ ଶାମୁୟେଲଙ୍କ ନିକଟକୁ ଯାଇ ଶାଉଲ ତାଙ୍କ ପ୍ରତି ଯାହା କରିଥିଲେ, ତାହାସବୁ ତାଙ୍କୁ ଜଣାଇଲେ। ତହୁଁ ସେ ଓ ଶାମୁୟେଲ ଯାଇ ନାୟୋତରେ ବାସ କଲେ।
Choncho Davide anathawa napulumuka. Pambuyo pake anapita kwa Samueli ku Rama nakamuwuza zonse zimene Sauli anamuchita. Kenaka iye ndi Samueli anapita kukakhala ku Nayoti.
19 ଏଉତ୍ତାରେ ଶାଉଲଙ୍କୁ ଜଣାଇ ଦିଆଗଲା, ଦେଖ, ଦାଉଦ ରାମାସ୍ଥିତ ନାୟୋତରେ ଅଛନ୍ତି।
Sauli anamva kuti, “Davide ali ku Nayoti ku Rama.”
20 ତେଣୁ ଶାଉଲ ଦାଉଦଙ୍କୁ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ; ମାତ୍ର ସେମାନେ ଭବିଷ୍ୟଦ୍‍ବକ୍ତା ଦଳକୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବାର ଓ ସେମାନଙ୍କ ଉପରେ ନିଯୁକ୍ତ ଶାମୁୟେଲଙ୍କୁ ଠିଆ ହେବାର ଦେଖନ୍ତେ, ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକୁ ଆସିଲେ, ତହିଁରେ ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
Choncho iye anatumiza anthu kuti akamugwire Davide. Koma anaona gulu la aneneri likulosera ndi Samueli akuwatsogolera. Pomwepo Mzimu wa Mulungu unawafikira ndipo nawonso anayamba kulosera.
21 ଆଉ ଏହି କଥା ଶାଉଲଙ୍କୁ ଜଣାଇ ଦିଆଯାଆନ୍ତେ, ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ, ମାତ୍ର ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ। ଏଉତ୍ତାରେ ଶାଉଲ ପୁନର୍ବାର ତୃତୀୟ ଥର ଦୂତମାନଙ୍କୁ ପଠାଇଲେ ଓ ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
Sauli atamva zimenezi anatumizanso anthu ena, koma nawonso anayamba kulosa. Anatumanso anthu ena kachitatu, koma nawonso anayamba kulosa.
22 ତେବେ ସେ ନିଜେ ମଧ୍ୟ ରାମାକୁ ଯାଇ ସେଖୁସ୍ଥିତ ବୃହତ କୂପ ନିକଟରେ ଉପସ୍ଥିତ ହେଲେ; ପୁଣି, ସେ ପଚାରି କହିଲେ, “ଶାମୁୟେଲ ଓ ଦାଉଦ କେଉଁଠାରେ ଅଛନ୍ତି?” ଏଥିରେ ଜଣେ କହିଲା, “ଦେଖ, ସେମାନେ ରାମାସ୍ଥିତ ନାୟୋତରେ ଅଛନ୍ତି।”
Pomaliza Sauli mwini wake ananyamuka kupita ku Rama ndipo anafika ku chitsime chachikulu cha ku Seku. Ndipo anafunsa, “Samueli ndi Davide ali kuti?” Munthu wina anamuyankha kuti, “Ali ku Nayoti ku Rama.”
23 ତେଣୁ ସେ ରାମାସ୍ଥିତ ନାୟୋତକୁ ଗଲେ; ତହିଁରେ ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ମଧ୍ୟ ଆସନ୍ତେ, ସେ ଯାଉ ଯାଉ ରାମାସ୍ଥିତ ନାୟୋତରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
Choncho Sauli anapita ku Nayoti ku Rama. Koma Mzimu wa Mulungu unafikanso pa iye ndipo ankalosa akuyenda mpaka anafika ku Nayoti.
24 ପୁଣି, ସେ ମଧ୍ୟ ଆପଣା ବସ୍ତ୍ର କାଢ଼ି ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ, ଆଉ ସେହି ସାରାଦିନ ଓ ସାରାରାତ୍ରି ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, “ଶାଉଲ ହିଁ କି ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଜଣେ?”
Nayenso anavula zovala zake nayamba kulosa pamaso pa Samueli. Kenaka anagona wamaliseche tsiku lonse ndi usiku wonse. Nʼchifukwa chake anthu amati, “Kodi Sauli alinso mmodzi wa aneneri?”

< ପ୍ରଥମ ଶାମୁୟେଲ 19 >