< ପ୍ରଥମ ଶାମୁୟେଲ 18 >

1 ଏଥିଉତ୍ତାରେ ଶାଉଲଙ୍କ ସହିତ ତାଙ୍କର କଥା ସମାପ୍ତ ହୁଅନ୍ତେ, ଯୋନାଥନର ପ୍ରାଣ ଦାଉଦଙ୍କର ପ୍ରାଣରେ ସଂଲଗ୍ନ ହେଲା, ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲା।
Lẹ́yìn ìgbà tí Dafidi ti parí ọ̀rọ̀ tí ó ń bá Saulu sọ, ọkàn Jonatani di ọ̀kan pẹ̀lú ti Dafidi, ó sì fẹ́ràn rẹ̀ gẹ́gẹ́ bí ara rẹ̀.
2 ପୁଣି, ଶାଉଲ ସେହି ଦିନ ତାଙ୍କୁ ଗ୍ରହଣ କରି ତାଙ୍କର ପିତୃଗୃହକୁ ଆଉ ଯିବାକୁ ଦେଲେ ନାହିଁ।
Láti ọjọ́ náà Saulu pa Dafidi mọ́ sí ọ̀dọ̀ rẹ̀ kò sì jẹ́ kí ó padà sí ilé baba rẹ̀ mọ́.
3 ଆଉ ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏକ ନିୟମ କଲେ।
Jonatani bá Dafidi dá májẹ̀mú nítorí tí ó fẹ́ràn rẹ̀ gẹ́gẹ́ bí ara rẹ̀.
4 ପୁଣି, ଯୋନାଥନ ଆପଣା ଦେହରୁ ଚୋଗା କାଢ଼ି ଦାଉଦଙ୍କୁ ଦେଲା, ମଧ୍ୟ ଆପଣା ବସ୍ତ୍ର ଓ ଖଡ୍ଗ ଓ ଧନୁ ଓ କଟିବନ୍ଧନ ପର୍ଯ୍ୟନ୍ତ ତାଙ୍କୁ ଦେଲା।
Jonatani sì bọ́ aṣọ ìgúnwà, ó sì fi fun Dafidi pẹ̀lú aṣọ àwọ̀tẹ́lẹ̀ rẹ̀ àti pẹ̀lú idà rẹ̀, ọrun rẹ̀ àti àmùrè rẹ̀.
5 ଆଉ ଶାଉଲ ଦାଉଦଙ୍କୁ ଯେକୌଣସି ସ୍ଥାନକୁ ପଠାନ୍ତି, ସେ ସେଠାକୁ ଯାଇ ବୁଦ୍ଧିରେ କାର୍ଯ୍ୟ କରନ୍ତି, ଏହେତୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ କଲେ ଓ ଏହା ସମସ୍ତ ଲୋକଙ୍କ ଦୃଷ୍ଟିରେ ଓ ଶାଉଲଙ୍କ ଦାସମାନଙ୍କ ଦୃଷ୍ଟିରେ ମଧ୍ୟ ଉତ୍ତମ ଦେଖାଗଲା।
Ohunkóhun tí Saulu bá rán an láti ṣe, Dafidi máa ṣe ní àṣeyọrí, Saulu náà sì fun un ní ipò tí ó ga jù láàrín àwọn ológun. Eléyìí sì tẹ́ gbogbo ènìyàn lọ́rùn, àti pẹ̀lú ó sì tẹ́ àwọn ìjòyè Saulu lọ́rùn pẹ̀lú.
6 ଦାଉଦ ପଲେଷ୍ଟୀୟକୁ ବଧ କରି ଫେରିଲା ବେଳେ ଲୋକମାନେ ଆସୁ ଆସୁ ଏପରି ହେଲା ଯେ, ଇସ୍ରାଏଲୀୟ ସମସ୍ତ ନଗରରୁ ସ୍ତ୍ରୀମାନେ ବାହାରି ଦାରା, ଆନନ୍ଦଧ୍ୱନି ଓ ତ୍ରିତନ୍ତ୍ରୀ ବାଦ୍ୟ ସହିତ ଗାୟନ ଓ ନୃତ୍ୟ କରୁ କରୁ ଶାଉଲ ରାଜାଙ୍କୁ ଭେଟିବା ପାଇଁ ଆସିଲେ।
Nígbà tí àwọn ènìyàn padà sí ilé lẹ́yìn ìgbà tí Dafidi ti pa Filistini, gbogbo àwọn obìnrin tú jáde láti inú ìlú Israẹli wá láti pàdé ọba Saulu pẹ̀lú orin àti ijó, pẹ̀lú orin ayọ̀ àti tambori àti ohun èlò orin olókùn.
7 ଆଉ ସେହି ସ୍ତ୍ରୀମାନେ ବାଦ୍ୟ କରୁ କରୁ ଉତ୍ତର ପ୍ରତ୍ୟୁତ୍ତର କ୍ରମେ ଗାୟନ କରି କହିଲେ: “ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ।”
Bí wọ́n ṣe ń jó, bẹ́ẹ̀ ni wọ́n ń kọrin pé, “Saulu pa ẹgbẹ̀rún tirẹ̀ Dafidi sì pa ẹgbẹẹgbàárún ní tirẹ̀.”
8 ଏଥିରେ ଶାଉଲ ଅତି କ୍ରୁଦ୍ଧ ହେଲେ ଓ ଏହି କଥା ତାଙ୍କର ଦୃଷ୍ଟିରେ ମନ୍ଦ ବୋଧ ହେଲା; ଏଣୁ ସେ କହିଲେ, “ସେମାନେ ଦାଉଦଙ୍କୁ ଅୟୁତ ଅୟୁତର ଜୟୀ ଓ ଆମ୍ଭଙ୍କୁ କେବଳ ସହସ୍ର ସହସ୍ରର ଜୟୀ ବୋଲି କହିଲେ; ରାଜତ୍ୱ ଛଡ଼ା ତାହାର ଆଉ କଅଣ ପାଇବାର ବାକି ଅଛି?”
Saulu sì bínú gidigidi, ọ̀rọ̀ náà sì korò létí rẹ̀ pé, “Wọ́n ti gbé ògo fún Dafidi pẹ̀lú ẹgbẹẹgbàárún,” ó sì wí pé, “ṣùgbọ́n èmi pẹ̀lú ẹgbẹ̀rún kan. Kí ni ó kù kí ó gbà bí kò ṣe ìjọba?”
9 ସେହି ଦିନାବଧି ଶାଉଲ ଦାଉଦଙ୍କ ପ୍ରତି କୁଦୃଷ୍ଟି ରଖିଲେ।
Láti ìgbà náà lọ ni Saulu ti bẹ̀rẹ̀ sí ní fi ojú ìlara wo Dafidi.
10 ପରଦିନ ପରମେଶ୍ୱରଙ୍କଠାରୁ ମନ୍ଦ ଆତ୍ମା ଶାଉଲଙ୍କୁ ଆକ୍ରାନ୍ତ କରନ୍ତେ, ସେ ଗୃହ ମଧ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ପୁଣି, ଦାଉଦ ପ୍ରତିଦିନ ପରି ହସ୍ତରେ ବାଦ୍ୟ ବଜାଇଲେ; ସେସମୟରେ ଶାଉଲଙ୍କ ହସ୍ତରେ ବର୍ଚ୍ଛା ଥିଲା।
Ní ọjọ́ kejì ẹ̀mí búburú láti ọ̀dọ̀ Ọlọ́run wá pẹ̀lú agbára sórí Saulu, ó sì sọ àsọtẹ́lẹ̀ ní ilé rẹ̀ nígbà tí Dafidi sì ń fọn ohun èlò orin olókùn, gẹ́gẹ́ bí ó ti máa ń ṣe láti ẹ̀yìn wá, Saulu sì ní ọ̀kọ̀ kan ní ọwọ́ rẹ̀.
11 ତହୁଁ ଶାଉଲ ବର୍ଚ୍ଛା ଫିଙ୍ଗିଲେ; କାରଣ ସେ କହିଲେ, “ମୁଁ ଦାଉଦଙ୍କୁ କାନ୍ଥରେ ଫୋଡ଼ିବି।” ମାତ୍ର ଦାଉଦ ତାଙ୍କ ନିକଟରୁ ଦୁଇ ଥର ଘୁଞ୍ଚିଗଲେ।
Ó sì gbé e sókè, ó sì wí fún ara rẹ̀ pé, “Èmi yóò gún Dafidi pọ̀ mọ́ ògiri.” Ṣùgbọ́n, Dafidi yẹ̀ fún un lẹ́ẹ̀méjì.
12 ପୁଣି, ଶାଉଲ ଦାଉଦଙ୍କୁ ଭୟ କଲେ, କାରଣ ସଦାପ୍ରଭୁ ତାଙ୍କ ସଙ୍ଗରେ ଥିଲେ ଓ ଶାଉଲଙ୍କୁ ତ୍ୟାଗ କରିଥିଲେ।
Saulu sì ń bẹ̀rù Dafidi nítorí pé Olúwa wà pẹ̀lú Dafidi, ṣùgbọ́n ó ti fi Saulu sílẹ̀.
13 ଏହେତୁ ଶାଉଲ ଆପଣା ନିକଟରୁ ତାଙ୍କୁ ଅନ୍ତର କରି ତାଙ୍କୁ ସହସ୍ର ଉପରେ ଆପଣାର ସେନାପତି କଲେ; ଆଉ ସେ ଲୋକମାନଙ୍କ ସମ୍ମୁଖରେ ଗତାୟାତ କଲେ।
Ó sì lé Dafidi jáde ní ọ̀dọ̀ rẹ̀, ó sì fi jẹ olórí ogun ẹgbẹ̀rún kan, Dafidi ń kó wọn lọ, ó ń kó wọn bọ̀ nínú ìgbòkègbodò ogun.
14 ଆଉ ଦାଉଦ ଆପଣାର ସବୁ କଥାରେ ବୁଦ୍ଧିମାନ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗରେ ହେଲେ।
Dafidi sì ṣe ọlọ́gbọ́n ní gbogbo ìṣe rẹ̀, nítorí tí Olúwa wà pẹ̀lú rẹ̀.
15 ପୁଣି, ଯେତେବେଳେ ଶାଉଲ ତାଙ୍କୁ ଅତି ବୁଦ୍ଧିମାନ ଦେଖିଲେ, ସେ ତାଙ୍କ ବିଷୟରେ ଭୀତ ହେଲେ।
Nígbà tí Saulu rí bi àṣeyọrí rẹ̀ ti tó, ó sì bẹ̀rù rẹ̀.
16 ମାତ୍ର ସମସ୍ତ ଇସ୍ରାଏଲ ଓ ଯିହୁଦା ଦାଉଦଙ୍କୁ ପ୍ରେମ କଲେ; କାରଣ ସେ ସେମାନଙ୍କ ସମ୍ମୁଖରେ ଗତାୟାତ କଲେ।
Ṣùgbọ́n gbogbo Israẹli àti Juda ni wọ́n fẹ́ràn Dafidi, nítorí ó darí wọn lọ ní ìgbòkègbodò ogun wọn.
17 ଏଥିଉତ୍ତାରେ ଶାଉଲ ଦାଉଦଙ୍କୁ କହିଲେ, “ମେରବ୍‍ ନାମ୍ନୀ ମୋହର ଜ୍ୟେଷ୍ଠା କନ୍ୟାକୁ ଦେଖ, ମୁଁ ତୁମ୍ଭ ସଙ୍ଗରେ ତାହାର ବିବାହ ଦେବି; କେବଳ ତୁମ୍ଭେ ମୋହର ପକ୍ଷରେ ବିକ୍ରମୀ ହୁଅ ଓ ସଦାପ୍ରଭୁଙ୍କ ଯୁଦ୍ଧରେ ଯୁଦ୍ଧ କର।” ଶାଉଲ ମନେ କଲେ, “ମୋହର ହସ୍ତ ତାହା ଉପରେ ନ ଉଠୁ, ମାତ୍ର ପଲେଷ୍ଟୀୟମାନଙ୍କ ହସ୍ତ ତାହା ଉପରେ ଉଠୁ।”
Saulu wí fún Dafidi pé, “Èyí ni àgbà nínú àwọn ọmọbìnrin mi Merabu. Èmi yóò fi òun fún ọ ní aya. Kí ìwọ sìn mí bí akọni, kí o sì máa ja ogun Olúwa.” Nítorí tí Saulu wí fún ara rẹ̀ pé, “Èmi kì yóò gbé ọwọ́ mi sókè sí i. Jẹ́ kí àwọn Filistini ṣe èyí.”
18 ଏଥିରେ ଦାଉଦ ଶାଉଲଙ୍କୁ କହିଲେ, “ମୁଁ କିଏ ଓ ମୋହର ଜୀବନ କଅଣ ଓ ଇସ୍ରାଏଲ ମଧ୍ୟରେ ମୋହର ପିତୃବଂଶ କଅଣ ଯେ, ମୁଁ ମହାରାଜାଙ୍କ ଜୁଆଁଇ ହେବି?”
Ṣùgbọ́n Dafidi wí fún Saulu pé, “Ta ni mí, kí sì ni ìdílé mi tàbí ìdílé baba mi ní Israẹli, tí èmi yóò di àna ọba?”
19 ମାତ୍ର ଯେଉଁ ସମୟରେ ଦାଉଦଙ୍କୁ ଶାଉଲଙ୍କର କନ୍ୟା ମେରବ୍‍ ଦତ୍ତ ହୋଇଥାʼନ୍ତା, ସେସମୟରେ ଏପରି ଘଟିଲା ଯେ, ସେ ମହୋଲାତୀୟ ଅଦ୍ରୀୟେଲକୁ ଭାର୍ଯ୍ୟା ରୂପେ ଦତ୍ତ ହେଲା।
Nígbà tí àkókò tó fún Merabu, ọmọbìnrin Saulu, láti fi fún Dafidi, ni a sì fi fún Adrieli ará Mehola ní aya.
20 ପୁଣି, ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କଲା; ତହୁଁ ଲୋକମାନେ ଶାଉଲଙ୍କୁ ତାହା ଜଣାନ୍ତେ, ସେ କଥା ତାଙ୍କ ଦୃଷ୍ଟିରେ ପସନ୍ଦ ହେଲା।
Nísinsin yìí ọmọbìnrin Saulu Mikali sì fẹ́ràn Dafidi, nígbà tí wọ́n sọ fún Saulu nípa rẹ̀, ó sì dùn mọ́ ọn.
21 ପୁଣି, ଶାଉଲ କହିଲେ, ମୁଁ ତାହାକୁ ସେହି କନ୍ୟା ଦେବି, ତହିଁରେ ସେ ତାହାର ଫାନ୍ଦ ସ୍ୱରୂପ ହେବ ଓ ପଲେଷ୍ଟୀୟମାନଙ୍କ ହସ୍ତ ତାହାର ପ୍ରତିକୂଳ ହେବ। ଏଣୁ ଶାଉଲ ଦାଉଦଙ୍କୁ କହିଲେ, “ତୁମ୍ଭେ ଆଜି ଦ୍ୱିତୀୟ ଥର ମୋର ଜୁଆଁଇ ହେବ।”
Ó sọ nínú ara rẹ̀ pé, “Èmi yóò fi fún un kí òun ba à le jẹ́ ìkẹ́kùn fún un, kí ọwọ́ àwọn ará Filistini lè wà lára rẹ̀.” Nígbà náà ni Saulu wí fún Dafidi pé, “Nísinsin yìí ìwọ ní àǹfààní eléyìí láti jẹ́ àna án mi.”
22 ଏଉତ୍ତାରେ ଶାଉଲ ଆପଣା ଦାସମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଗୋପନରେ ଦାଉଦ ସଙ୍ଗେ ଆଳାପ କରି କୁହ, ‘ଦେଖ, ରାଜା ତୁମ୍ଭ ଉପରେ ସନ୍ତୁଷ୍ଟ ଅଛନ୍ତି ଓ ତାଙ୍କର ସମସ୍ତ ଦାସ ତୁମ୍ଭଙ୍କୁ ପ୍ରେମ କରୁଅଛନ୍ତି; ଏହେତୁ ତୁମ୍ଭେ ରାଜାଙ୍କର ଜୁଆଁଇ ହୁଅ।’”
Saulu pàṣẹ fún àwọn ìránṣẹ́ rẹ̀ pé, “Ẹ sọ fún Dafidi ní ìkọ̀kọ̀, kí ẹ sì wí pé, ‘Wò ó, inú ọba dùn sí ọ, gbogbo àwọn ìránṣẹ́ rẹ̀ ni ó fẹ́ràn rẹ, nísinsin yìí jẹ́ àna ọba.’”
23 ତହିଁରେ ଶାଉଲଙ୍କର ଦାସମାନେ ଦାଉଦଙ୍କର କର୍ଣ୍ଣଗୋଚରରେ ଏହି କଥା କହିଲେ। ତହୁଁ ଦାଉଦ କହିଲେ, “ରାଜାଙ୍କର ଜୁଆଁଇ ହେବା ତୁମ୍ଭମାନଙ୍କ ଦୃଷ୍ଟିରେ କି କ୍ଷୁଦ୍ର କଥା? କାରଣ ମୁଁ ଦରିଦ୍ର ଲୋକ ଓ ଅଳ୍ପମାନ୍ୟ।”
Wọ́n tún ọ̀rọ̀ náà sọ fún Dafidi. Ṣùgbọ́n Dafidi wí pé, “Ṣé ẹ rò pé ohun kékeré ni láti jẹ́ àna ọba? Mo jẹ́ tálákà ènìyàn àti onímọ̀ kékeré.”
24 ଏଥିରେ ଦାଉଦ ଏପରି ଏପରି କହିଲେ ବୋଲି ଶାଉଲଙ୍କ ଦାସମାନେ ତାଙ୍କୁ ଜଣାଇ କହିଲେ।
Nígbà tí àwọn ìránṣẹ́ Saulu sọ fún un ohun tí Dafidi sọ,
25 ତହିଁରେ ଶାଉଲ କହିଲେ, “ତୁମ୍ଭେମାନେ ଦାଉଦଙ୍କୁ ଏପରି କୁହ, ‘ରାଜା କିଛି ମୂଲ୍ୟ ଚାହାନ୍ତି ନାହିଁ, ମାତ୍ର ରାଜାଙ୍କ ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ନିମନ୍ତେ ପଲେଷ୍ଟୀୟମାନଙ୍କର ଶହେ ସୁନ୍ନତ ଚର୍ମ ଚାହାନ୍ତି।’” ପଲେଷ୍ଟୀୟମାନଙ୍କ ହସ୍ତ ଦ୍ୱାରା ଦାଉଦଙ୍କୁ ବଧ କରିବା ପାଇଁ ଶାଉଲଙ୍କର ବିଚାର ଥିଲା।
Saulu dáhùn pé, “Sọ fún Dafidi pé, ‘Ọba kò fẹ́ owó orí láti ọ̀dọ̀ àna rẹ̀ ju awọ iwájú orí ọgọ́rùn-ún Filistini lọ láti fi gba ẹ̀san lórí àwọn ọ̀tá rẹ̀.’” Èrò Saulu ni wí pé kí Dafidi ṣubú sí ọwọ́ àwọn ará Filistini.
26 ପୁଣି, ତାଙ୍କର ଦାସମାନେ ଦାଉଦଙ୍କୁ ଏହି କଥା ଜଣାନ୍ତେ, ରାଜାଙ୍କର ଜୁଆଁଇ ହେବା ପାଇଁ ଦାଉଦଙ୍କ ଦୃଷ୍ଟିରେ ପସନ୍ଦ ହେଲା।
Nígbà tí àwọn ìránṣẹ́ sọ àwọn nǹkan yìí fún Dafidi, inú rẹ̀ dùn láti di àna ọba kí àkókò tí ó dá tó kọjá,
27 ଏଥିଉତ୍ତାରେ କାଳ ସମ୍ପୂର୍ଣ୍ଣ ନୋହୁଣୁ, ଦାଉଦ ଓ ତାଙ୍କର ଲୋକମାନେ ଉଠିଯାଇ ପଲେଷ୍ଟୀୟମାନଙ୍କର ଦୁଇ ଶହ ଲୋକଙ୍କୁ ବଧ କଲେ; ପୁଣି, ଦାଉଦ ସେମାନଙ୍କର ସୁନ୍ନତ ଚର୍ମ ଆଣିଲେ, ତହୁଁ ସେ ଯେପରି ରାଜାଙ୍କର ଜୁଆଁଇ ହେବେ, ଏଥିପାଇଁ ପୂର୍ଣ୍ଣ ସଂଖ୍ୟାନୁସାରେ ତାହା ରାଜାଙ୍କୁ ଦେଲେ। ତହିଁରେ ଶାଉଲ ତାଙ୍କୁ ଆପଣା କନ୍ୟା ମୀଖଲକୁ ଭାର୍ଯ୍ୟା ରୂପେ ଦାନ କଲେ।
Dafidi àti àwọn arákùnrin rẹ̀ jáde lọ wọ́n sì pa igba lára àwọn Filistini. Ó kó awọ iwájú orí wọn wá, ó sì pé iye tí ọba fẹ́ kí ó ba à lè jẹ́ àna ọba. Saulu sì fi ọmọ obìnrin Mikali fún un ní aya.
28 ଆଉ ସଦାପ୍ରଭୁ ଦାଉଦଙ୍କର ସଙ୍ଗରେ ଅଛନ୍ତି; ଏହା ଶାଉଲ ଦେଖିଲେ ଓ ଜାଣିଲେ; ମଧ୍ୟ ଶାଉଲଙ୍କର କନ୍ୟା ମୀଖଲ ତାଙ୍କୁ ପ୍ରେମ କଲା।
Nígbà tí Saulu sì wá mọ̀ pé Olúwa wà pẹ̀lú Dafidi tí ọmọbìnrin rẹ̀ Mikali sì fẹ́ràn Dafidi,
29 ଏହେତୁ ଶାଉଲ ଦାଉଦଙ୍କର ବିଷୟରେ ଅଧିକ ଭୀତ ହେଲେ; ଆଉ ଶାଉଲ ସର୍ବଦା ଦାଉଦଙ୍କର ଶତ୍ରୁ ହେଲେ।
Saulu sì tún wá bẹ̀rù Dafidi síwájú àti síwájú, Saulu sì wá di ọ̀tá Dafidi fún gbogbo ọjọ́ rẹ̀ tókù.
30 ଏଥିଉତ୍ତାରେ ପଲେଷ୍ଟୀୟ ଅଧିପତିମାନେ ବାହାରିବାକୁ ଲାଗିଲେ; ପୁଣି, ସେମାନେ ଯେତେ ଥର ବାହାରିଲେ, ସେତେଥର ଦାଉଦ ଶାଉଲଙ୍କର ସମସ୍ତ ଦାସ ଅପେକ୍ଷା ଅଧିକ ବୁଦ୍ଧିର କାର୍ଯ୍ୟ କଲେ; ଏଣୁ ତାଙ୍କର ନାମ ଅତିଶୟ ମାନ୍ୟ ହେଲା।
Àwọn ọmọ-aládé Filistini tún tẹ̀síwájú láti lọ sí ogun, ó sì ṣe lẹ́yìn ìgbà tí wọ́n lọ, Dafidi ṣe àṣeyọrí ju gbogbo àwọn ìránṣẹ́ Saulu lọ, orúkọ rẹ̀ sì gbilẹ̀.

< ପ୍ରଥମ ଶାମୁୟେଲ 18 >