< ପ୍ରଥମ ଶାମୁୟେଲ 15 >

1 ଏଥିଉତ୍ତାରେ ଶାମୁୟେଲ ଶାଉଲଙ୍କୁ କହିଲେ, “ସଦାପ୍ରଭୁ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜପଦରେ ଅଭିଷେକ କରିବା ପାଇଁ ମୋତେ ପଠାଇଥିଲେ; ଏଣୁ ଏବେ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ରବ ଶୁଣ।
Et Samuel dit à Saül: C'est à moi que l'Éternel a donné la mission de t'oindre pour t'établir roi sur son peuple, sur Israël: écoute donc l'énoncé des paroles de l'Éternel!
2 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ‘ଇସ୍ରାଏଲ ମିସରରୁ ବାହାରି ଆସିବା ବେଳେ ପଥ ମଧ୍ୟରେ ଅମାଲେକ ତାହା ବିରୁଦ୍ଧରେ ଉଠି ତାହା ପ୍ରତି ଯାହା କରିଥିଲା, ଆମ୍ଭେ ତହିଁର ତତ୍ତ୍ୱାନୁସନ୍ଧାନ କରିଅଛୁ।
Ainsi parle l'Éternel des armées: Je veux punir ce qu'ont fait les Amalécites à Israël en se mettant sur son chemin lorsqu'il sortait de l'Egypte.
3 ଏବେ ତୁମ୍ଭେ ଯାଇ ଅମାଲେକକୁ ଆଘାତ କର ଓ ସେମାନଙ୍କର ସର୍ବସ୍ୱ ସମ୍ପୂର୍ଣ୍ଣ ରୂପେ ବିନାଶ କର ଓ ସେମାନଙ୍କୁ ଦୟା କର ନାହିଁ; ମାତ୍ର ପୁରୁଷଠାରୁ ସ୍ତ୍ରୀ ପର୍ଯ୍ୟନ୍ତ, ବାଳକଠାରୁ ସ୍ତନ୍ୟପାୟୀ ଶିଶୁ ପର୍ଯ୍ୟନ୍ତ, ଗୋରୁଠାରୁ ମେଷ ପର୍ଯ୍ୟନ୍ତ, ଓଟଠାରୁ ଗଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବଧ କର।’”
Dès lors, marche et défais les Amalécites et dévoue tout ce qui est à eux, sans pitié pour eux, et fais mourir hommes et femmes, et l'enfant et le nourrisson, et le bœuf et la brebis, et le chameau et l'âne.
4 ଏଥିଉତ୍ତାରେ ଶାଉଲ ଲୋକମାନଙ୍କୁ ଡକାଇ ଟଲାୟୀମରେ ସେମାନଙ୍କର ଗଣନା କଲେ, ତହିଁରେ ଦୁଇ ଲକ୍ଷ ପଦାତିକ ଓ ଯିହୁଦାର ଦଶ ସହସ୍ର ଲୋକ ହେଲେ,
Et Saül adressa l'appel au peuple, et le fit passer à la revue à Telaïm où il compta deux cent mille hommes d'infanterie, et dix mille hommes de Juda.
5 ତହୁଁ ଶାଉଲ ଅମାଲେକ ନଗରକୁ ଆସି ଉପତ୍ୟକାରେ ଛକି ବସିଲେ।
Et Saül s'avança jusqu'à la ville d'Amalek et dressa une embuscade dans la vallée.
6 ପୁଣି, ଶାଉଲ କେନୀୟମାନଙ୍କୁ କହିଲେ, “ଯାଅ, ଚାଲିଯାଅ, ଅମାଲେକୀୟମାନଙ୍କ ମଧ୍ୟରୁ ବାହାର ହୁଅ, କେଜାଣି ମୁଁ ସେମାନଙ୍କ ସହିତ ତୁମ୍ଭମାନଙ୍କୁ ବିନାଶ କରିବି; କାରଣ ମିସରରୁ ଇସ୍ରାଏଲ ସନ୍ତାନମାନେ ବାହାରି ଆସିବା ବେଳେ, ତୁମ୍ଭେମାନେ ସେସମସ୍ତଙ୍କ ପ୍ରତି ଦୟା କରିଥିଲ।” ତହିଁରେ କେନୀୟମାନେ ଅମାଲେକୀୟମାନଙ୍କ ମଧ୍ୟରୁ ବାହାରିଗଲେ।
Et Saül dit aux Kénites: Allez, faites votre retraite, descendez et sortez du milieu des Amalécites, afin que je ne vous emporte pas avec eux. Car vous avez montré de l'amitié à tous les Israélites lorsqu'ils venaient de l'Egypte. Et les Kénites se retirèrent du milieu des Amalécites.
7 ଏଉତ୍ତାରେ ଶାଉଲ ହବୀଲାଠାରୁ ମିସର ସମ୍ମୁଖସ୍ଥ ଶୂରର ନିକଟ ପର୍ଯ୍ୟନ୍ତ ଅମାଲେକୀୟମାନଙ୍କୁ ଆଘାତ କଲେ।
Et Saül battit Amalek de Havila à Sour qui est au devant de l'Egypte.
8 ପୁଣି, ସେ ଅମାଲେକୀୟମାନଙ୍କ ରାଜା ଅଗାଗକୁ ଜିଅନ୍ତା ଧରିଲେ ଓ ଲୋକ ସମସ୍ତଙ୍କୁ ଖଡ୍ଗଧାରରେ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
Et il prit vivant Agag, roi d'Amalek; et il exécuta l'anathème sur tout le peuple au fil de l'épée.
9 ମାତ୍ର ଶାଉଲ ଓ ଲୋକମାନେ ଅଗାଗ ପ୍ରତି ଓ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଓ ହୃଷ୍ଟପୁଷ୍ଟ ବାଛୁରି ଓ ମେଷଛୁଆ ପ୍ରତି ଓ ଯାବତୀୟ ଉତ୍ତମ ବସ୍ତୁ ପ୍ରତି ଦୟା କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ନାହିଁ; ମାତ୍ର ଯାହା କିଛି ତୁଚ୍ଛ ଓ ରୋଗା ଥିଲା, ତାହା ସେମାନେ ବର୍ଜିତ ରୂପେ ବିନାଶ କଲେ।
Mais Saül et le peuple épargnèrent Agag et les meilleures pièces du menu et du gros bétail, et celles de seconde qualité, et les agneaux, et tout ce qui était bon; et ils ne voulurent pas le dévouer; mais tout ce qui était vil et détérioré, ils le dévouèrent.
10 ଏଉତ୍ତାରେ ଶାମୁୟେଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା;
Alors la parole de l'Éternel fut adressée à Samuel en ces termes:
11 “ଆମ୍ଭେ ଯେ ଶାଉଲକୁ ରାଜା କଲୁ, ଏଥିପାଇଁ ଆମ୍ଭେ ଦୁଃଖିତ; କାରଣ ସେ ଆମ୍ଭଠାରୁ ବିମୁଖ ହୋଇଅଛି ଓ ଆମ୍ଭର ବାକ୍ୟ ସଫଳ କରି ନାହିଁ।” ଏଥିରେ ଶାମୁୟେଲ କ୍ରୁଦ୍ଧ ହେଲେ, ତଥାପି ସମସ୍ତ ରାତ୍ରି ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
Je me repens d'avoir fait Saül roi, car il s'est détourné de moi, et n'a point mis à effet mes paroles. Et Samuel fut irrité, et toute la nuit il éleva des cris vers l'Éternel.
12 ପୁଣି, ଶାମୁୟେଲ ଶାଉଲଙ୍କ ସହିତ ପ୍ରଭାତରେ ସାକ୍ଷାତ କରିବା ପାଇଁ ଶୀଘ୍ର ଉଠିଲେ, ତହୁଁ ଶାମୁୟେଲଙ୍କୁ ଏହି ସମ୍ବାଦ ଦିଆଗଲା ଯେ, “ଶାଉଲ କର୍ମିଲକୁ ଆସିଥିଲେ, ଆଉ ଦେଖ, ସେ ଆପଣା ପାଇଁ ଜୟସ୍ତମ୍ଭ ସ୍ଥାପନ କରି ସେଠାରୁ ଫେରି, ପ୍ରସ୍ଥାନ କରି ଗିଲ୍‍ଗଲ୍‍କୁ ବାହାରି ଯାଇଅଛନ୍ତି।”
Et Samuel se leva pour rencontrer Saül le matin. Et Samuel reçut cet avis: Saül est venu au Carmel, et voilà qu'il s'érige un monument, et il s'en retourne et passe pour descendre à Guilgal.
13 ଏଥିରେ ଶାମୁୟେଲ ଶାଉଲଙ୍କ ନିକଟକୁ ଗଲେ; ପୁଣି, ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ଆଶୀର୍ବାଦ-ପାତ୍ର, ମୁଁ ସଦାପ୍ରଭୁଙ୍କ ବାକ୍ୟ ସଫଳ କରିଅଛି।”
Et lorsque Samuel arriva près de Saül, Saül lui dit: Sois béni de l'Éternel, car j'ai mis à effet la parole de l'Éternel.
14 ତହିଁରେ ଶାମୁୟେଲ କହିଲେ, “ତେବେ ମୋʼ କର୍ଣ୍ଣରେ ଯେ ମେଷରବ ହେଉଛି ଓ ମୁଁ ଯେ ଗୋରୁ-ରବ ଶୁଣୁଛି, ଏଥିର ଅର୍ଥ କଅଣ?”
Et Samuel dit: Mais qu'est-ce que ce que ces bêlements de brebis, qui arrivent à mes oreilles, et ces mugissements de bœufs que j'entends?
15 ତହୁଁ ଶାଉଲ କହିଲେ, “ସେମାନେ ଅମାଲେକୀୟମାନଙ୍କଠାରୁ ସେସବୁ ଆଣିଛନ୍ତି; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନେ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଦୟା କଲେ; ମାତ୍ର ଅବଶିଷ୍ଟ ସକଳକୁ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛୁ।”
Et Saül dit: ils ont été amenés d'Amalek parce que le peuple a épargné les meilleures pièces du menu et du gros bétail, pour les offrir à l'Éternel, ton Dieu; mais le reste, nous l'avons dévoué.
16 ସେତେବେଳେ ଶାମୁୟେଲ ଶାଉଲଙ୍କୁ କହିଲେ, “ତାହା ଛାଡ଼, ସଦାପ୍ରଭୁ ଆଜି ରାତ୍ରିରେ ମୋତେ ଯାହା କହିଅଛନ୍ତି, ତାହା ମୁଁ ତୁମ୍ଭକୁ ଜଣାଇବି।” ଏଥିରେ ସେ କହିଲେ, “କୁହ।”
Et Samuel dit à Saül: Arrête pour que je te déclare ce que l'Éternel m'a dit cette nuit. Et il lui dit: Parle.
17 ତେଣୁ ଶାମୁୟେଲ କହିଲେ, “କୁହ ଦେଖି, ତୁମ୍ଭେ ଆପଣା ଦୃଷ୍ଟିରେ କ୍ଷୁଦ୍ର ହେଲେ ହେଁ କି ଇସ୍ରାଏଲ ବଂଶସମୂହର ମସ୍ତକ ହୋଇ ନାହଁ? ପୁଣି, ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା କରି ଅଭିଷିକ୍ତ କଲେ;
Et Samuel dit: Est-ce que, lors même que tu étais petit à tes propres yeux, tu n'es pas devenu le chef des Tribus d'Israël et par l'onction de l'Éternel ne t'a-t-Il pas créé roi d'Israël?
18 ଆଉ ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧ ଯାତ୍ରାରେ ପଠାଇ କହିଲେ, ‘ଯାଅ, ସେହି ଅମାଲେକୀୟ ପାପୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କର, ଆଉ ସେମାନେ ନିଃଶେଷରେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ ଯୁଦ୍ଧ କର।’
Et l'Éternel t'avait donné la mission de marcher, et Il t'avait dit: Va et mets sous l'anathème les pécheurs, les Amalécites, et leur fais la guerre jusqu'à ce que tu les aies extermines;
19 ଏଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ, ମାତ୍ର ଲୁଟଦ୍ରବ୍ୟ ଉପରେ ଉଡ଼ି ପଡ଼ିଲ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲ?”
or, pourquoi n'as-tu pas écouté la voix de l'Éternel, et t'es-tu jeté sur le butin, et as-tu fait ce qui est mal aux yeux de l'Éternel?
20 ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ରବ ଶୁଣିଲି ଓ ସଦାପ୍ରଭୁ ମୋତେ ଯେଉଁ ଯାତ୍ରା କରିବାକୁ ପଠାଇଲେ, ତାହା କଲି ଓ ଅମାଲେକର ରାଜା ଅଗାଗକୁ ଆଣିଲି, ପୁଣି, ଅମାଲେକୀୟମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲି।
Et Saül dit à Samuel: J'ai écouté la voix de l'Éternel et suivi la route par laquelle Il m'envoyait; et j'ai amené Agag, roi d'Amalek et exécuté l'anathème sur les Amalécites.
21 ମାତ୍ର ଲୋକମାନେ ଗିଲ୍‍ଗଲ୍‍ରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ବିନାଶାର୍ଥେ ବର୍ଜିତ ଦ୍ରବ୍ୟ ମଧ୍ୟରୁ ଲୁଟ ରୂପେ ଉତ୍ତମ ଉତ୍ତମ ମେଷ ଓ ଗୋରୁ ନେଲେ।”
Mais le peuple a pris sur le butin des brebis et des bœufs, prémices de l'anathème, pour les sacrifier à l'Éternel ton Dieu, à Guilgal.
22 ତହିଁରେ ଶାମୁୟେଲ କହିଲେ, “ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ।
Et Samuel dit: L'Éternel prend-Il plaisir aux holocaustes et aux victimes comme à l'obéissance rendue à l'Éternel? Voici, l'obéissance est plus qu'une belle victime, l'attention plus que la graisse des béliers.
23 ଯେହେତୁ ବିଦ୍ରୋହ ମନ୍ତ୍ର ପାଠ ପାପ ତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନର ପୂଜା ତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି।”
Car la rébellion équivaut au péché de divination, et la révolte au crime d'idolâtrie. Puisque tu as rejeté la parole de l'Éternel, l'Éternel t'a rejeté pour t'ôter la royauté.
24 ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ପାପ କରିଅଛି; କାରଣ ମୁଁ ସଦାପ୍ରଭୁଙ୍କର ଆଜ୍ଞା ଓ ତୁମ୍ଭ ବାକ୍ୟ ଲଙ୍ଘନ କରିଅଛି; ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ ରବ ଶୁଣିଲି।
Et Saül dit à Samuel: J'ai péché en transgressant l'ordre de l'Éternel et tes instructions, car j'ai eu peur du peuple et j'ai écouté sa voix.
25 ଏହେତୁ ବିନୟ କରୁଅଛି, ଏବେ ମୋʼ ପାପ କ୍ଷମା କର ଓ ମୁଁ ଯେପରି ସଦାପ୍ରଭୁଙ୍କ ନିକଟରେ ପ୍ରଣାମ କରିବି, ଏଥିପାଇଁ ମୋʼ ସଙ୍ଗେ ଫେରି ଆସ।”
Et maintenant pardonne mon péché, et reviens avec moi, afin que j'adore l'Éternel!
26 ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ମୁଁ ତୁମ୍ଭ ସଙ୍ଗେ ଫେରିଯିବି ନାହିଁ; କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି।”
Et Samuel dit à Saül: Je ne retournerai point avec toi! Puisque tu as répudié la parole de l'Éternel, l'Éternel t'a aussi répudié pour que tu ne règnes plus sur Israël.
27 ଏଥିରେ ଶାଉଲଙ୍କୁ ଚାଲିଯିବା ପାଇଁ ମୁଖ ଫେରାନ୍ତେ, ସେ ତାଙ୍କ ଚୋଗାର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା।
Puis Samuel se tourna pour s'en aller; mais Saül le saisit par la houppe de son manteau, qui fut arrachée.
28 ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ତୁମ୍ଭଠାରୁ ଇସ୍ରାଏଲର ରାଜତ୍ୱ ଟାଣି ଚିରିଲେ ଓ ତୁମ୍ଭଠାରୁ ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ।
Alors Samuel lui dit: Aujourd'hui l'Éternel t'arrache la royauté d'Israël, et Il la donne à un autre, meilleur que toi.
29 ଆହୁରି ଇସ୍ରାଏଲର ବିଶ୍ୱାସଭୂମି ମିଥ୍ୟା କହିବେ ନାହିଁ, କି ମତ ପରିବର୍ତ୍ତନ କରିବେ ନାହିଁ; କାରଣ ସେ ମନୁଷ୍ୟ ନୁହନ୍ତି ଯେ, ସେ ଦ୍ୱିମତ ହେବେ।”
Aussi bien Celui en qui Israël place sa confiance ne ment point et ne se repent point; car Il n'est pas homme, pour se repentir.
30 ତେବେ ସେ କହିଲେ, “ଆମ୍ଭେ ପାପ କରିଅଛୁ; ତଥାପି ଏବେ ମୋହର ଲୋକମାନଙ୍କ ପ୍ରାଚୀନବର୍ଗ ଓ ଇସ୍ରାଏଲ ସମ୍ମୁଖରେ ମୋହର ଗୌରବ ରଖ ଓ ମୁଁ ଯେପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରଣାମ କରିବି, ଏଥିପାଇଁ ମୋʼ ସଙ୍ଗେ ଫେରି ଆସ।”
Et [Saül] dit: J'ai péché! toutefois honore-moi devant les Anciens de mon peuple et devant Israël et reviens avec moi, afin que je rende mes adorations à l'Éternel, ton Dieu.
31 ତହିଁରେ ଶାମୁୟେଲ ଶାଉଲଙ୍କର ପଶ୍ଚାତ୍‍ ଫେରିଯାଆନ୍ତେ, ଶାଉଲ ସଦାପ୍ରଭୁଙ୍କ ନିକଟରେ ପ୍ରଣାମ କଲେ।
Alors Samuel retourna à la suite de Saül, et Saül rendit ses adorations à l'Éternel.
32 ଏଥିଉତ୍ତାରେ ଶାମୁୟେଲ କହିଲେ, “ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଅଗାଗକୁ ଏଠାରେ ଆମ୍ଭ ନିକଟକୁ ଆଣ।” ତହିଁରେ ଅଗାଗ ଖୁସି ହୋଇ ତାଙ୍କ ନିକଟକୁ ଆସିଲା; କାରଣ ଅଗାଗ କହିଲା, “ଅବଶ୍ୟ ମୃତ୍ୟୁର ତିକ୍ତତା ଗଲା।”
Et Samuel dit: Amenez-moi Agag, roi d'Amalek. Et Agag l'aborda gaiement, et Agag dit: Certes, la mort a perdu son amertume.
33 ମାତ୍ର ଶାମୁୟେଲ କହିଲେ, “ତୁମ୍ଭର ଖଡ୍ଗ ଯେପରି ସ୍ତ୍ରୀମାନଙ୍କୁ ସନ୍ତାନହୀନ କରିଅଛି, ସେପରି ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହୀନ ହେବ।” ତହୁଁ ଶାମୁୟେଲ ଗିଲ୍‍ଗଲ୍‍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଅଗାଗକୁ ଖଣ୍ଡ ଖଣ୍ଡ କରି ହାଣିଲେ।
Et Samuel dit: De même que ton épée a privé des femmes [de leurs enfants], de même entre les femmes ta mère restera sans enfants. Et Samuel coupa Agag en pièces devant l'Éternel à Guilgal.
34 ଏଥିଉତ୍ତାରେ ଶାମୁୟେଲ ରାମାକୁ ଗଲେ; ପୁଣି, ଶାଉଲ ଗିବୀୟା-ଶାଉଲରେ ସ୍ଥିତ ଆପଣା ଗୃହକୁ ଗଲେ।
Ensuite Samuel partit pour Rama, et Saül retourna dans sa maison à Gibea de Saül.
35 ମାତ୍ର ଶାଉଲଙ୍କର ମରଣ ଦିନ ପର୍ଯ୍ୟନ୍ତ ଶାମୁୟେଲ ଆଉ ତାଙ୍କୁ ସାକ୍ଷାତ କଲେ ନାହିଁ; କାରଣ ଶାମୁୟେଲ ଶାଉଲଙ୍କ ପାଇଁ ଶୋକ କଲେ; ପୁଣି, ସଦାପ୍ରଭୁ ଇସ୍ରାଏଲ ଉପରେ ଶାଉଲଙ୍କୁ ରାଜା କରିବାରୁ ଦୁଃଖିତ ହେଲେ।
Samuel ne visita plus Saül jusqu'au jour de sa mort; car Samuel était dans le deuil à cause de Saül, et l'Éternel se repentait d'avoir fait Saül roi d'Israël.

< ପ୍ରଥମ ଶାମୁୟେଲ 15 >