< ପ୍ରଥମ ଶାମୁୟେଲ 13 >
1 ଶାଉଲ ତିରିଶ ବର୍ଷ ବୟସରେ ଇସ୍ରାଏଲ ଉପରେ ରାଜତ୍ୱ କଲେ।
Saul İsrail'de iki yıl krallık yaptıktan sonra
2 ପୁଣି, ଶାଉଲ ଆପଣା ପାଇଁ ଇସ୍ରାଏଲ ମଧ୍ୟରୁ ତିନି ହଜାର ଲୋକ ମନୋନୀତ କଲେ; ଏମାନଙ୍କର ଦୁଇ ହଜାର ମିକ୍ମସ୍ରେ ଓ ବେଥେଲ୍ ପର୍ବତରେ ଶାଉଲଙ୍କ ସଙ୍ଗରେ ରହିଲେ, ଆଉ ଏକ ହଜାର ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାରେ ଯୋନାଥନ ସଙ୍ଗରେ ରହିଲେ; ପୁଣି, ଅବଶିଷ୍ଟ ଲୋକମାନଙ୍କର ପ୍ରତ୍ୟେକକୁ ସେ ଆପଣା ଆପଣା ତମ୍ବୁକୁ ବିଦାୟ କଲେ।
halktan üç bin kişi seçti. Bunlardan iki binini Mikmas ve Beytel'in dağlık bölgesinde yanına aldı. Binini de Benyamin oymağına ait Giva Kenti'nde Yonatan'ın yanına bıraktı. Halktan geri kalanları evlerine gönderdi.
3 ଆଉ ଯୋନାଥନ ଗେବାସ୍ଥିତ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳକୁ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶୁଣିଲେ। ସେତେବେଳେ ଶାଉଲ ଦେଶର ସର୍ବତ୍ର ତୂରୀ ବଜାଇ କହିଲେ, “ଏବ୍ରୀୟ ଲୋକମାନେ ଶୁଣନ୍ତୁ।”
Yonatan Giva'daki Filist birliğini yendi. Filistliler bunu duydular. Saul, bütün ülkede boru çaldırarak, “İbraniler bu haberi duysun” dedi.
4 ତହୁଁ ଶାଉଲ ଯେ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳକୁ ସଂହାର କରିଅଛନ୍ତି ଓ ମଧ୍ୟ ଇସ୍ରାଏଲ ଯେ ପଲେଷ୍ଟୀୟମାନଙ୍କ ନିକଟରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହା ସମୁଦାୟ ଇସ୍ରାଏଲ ଶୁଣିଲେ। ଏଣୁ ଲୋକମାନେ ଶାଉଲଙ୍କ ପାଖରେ ଗିଲ୍ଗଲ୍ରେ ଏକତ୍ର ହେଲେ।
Böylece İsrailliler'in hepsi Saul'un Filist birliğini yendiğini ve Filistliler'in İsrailliler'den iğrendiğini duydu. Bunun üzerine halk Gilgal'da Saul'un çevresinde toplandı.
5 ଏଉତ୍ତାରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଓ ସମୁଦ୍ରତୀରସ୍ଥ ବାଲୁକାର ନ୍ୟାୟ ଲୋକସମୂହ ଏକତ୍ର ହେଲେ; ସେମାନେ ଆସି ମିକ୍ମସ୍ରେ ବେଥ୍-ଆବନର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ।
Filistliler İsrailliler'le savaşmak üzere toplandılar. Otuz bin savaş arabası, altı bin atlı asker ve kıyılardaki kum kadar kalabalık bir orduya sahiptiler. Gidip Beytaven'in doğusundaki Mikmas'ta ordugah kurdular.
6 ଏଣୁ ଇସ୍ରାଏଲ ଲୋକମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ; (କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ), ଏହେତୁ ଲୋକମାନେ ଗୁମ୍ଫାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣାମାନଙ୍କୁ ଲୁଚାଇଲେ।
Durumlarının tehlikeli olduğunu ve askerlerinin sıkıştırıldığını gören İsrailliler, mağaralarda, çalılıklarda, kayalıklarda, çukurlarda, sarnıçlarda gizlendiler.
7 ଏହି ସମୟରେ ଏବ୍ରୀୟମାନଙ୍କର କେତେକ ଲୋକ ଯର୍ଦ୍ଦନ ପାର ହୋଇ ଗାଦ୍ ଓ ଗିଲୀୟଦ ଦେଶକୁ ଯାଇଥିଲେ; ମାତ୍ର ଶାଉଲ ଏଯାଏ ଗିଲ୍ଗଲ୍ରେ ଥିଲେ, ଆଉ ସମସ୍ତ ଲୋକ ଥରଥର ହୋଇ ତାଙ୍କର ପଶ୍ଚାଦ୍ଗାମୀ ହେଲେ।
Bazı İbraniler de Şeria Irmağı'ndan Gad ve Gilat bölgesine geçti. Ama Saul daha Gilgal'daydı. Bütün askerler onu titreyerek izliyordu.
8 ଏଉତ୍ତାରେ ଶାମୁୟେଲଙ୍କର ନିରୂପିତ ସମୟାନୁସାରେ ଶାଉଲ ସାତ ଦିନ ବିଳମ୍ବ କଲେ; ମାତ୍ର ଶାମୁୟେଲ ଗିଲ୍ଗଲ୍କୁ ଆସିଲେ ନାହିଁ; ଏହେତୁ ଲୋକମାନେ ତାଙ୍କ ନିକଟରୁ ଛିନ୍ନଭିନ୍ନ ହେବାକୁ ଲାଗିଲେ।
Saul, Samuel tarafından belirlenen süreye uyarak, yedi gün bekledi. Ama Samuel Gilgal'a gelmeyince, halk Saul'un yanından dağılmaya başladı.
9 ଏଥିରେ ଶାଉଲ କହିଲେ, “ଏଠାରେ ମୋʼ ନିକଟକୁ ସେହି ହୋମବଳି ଓ ସେହି ମଙ୍ଗଳାର୍ଥକ ବଳି ଆଣ।” ଆଉ ସେ ହୋମବଳି ଉତ୍ସର୍ଗ କଲେ।
Saul, “Yakmalık sunuları ve esenlik sunularını bana getirin” dedi. Sonra yakmalık sunuyu sundu.
10 ପୁଣି, ସେ ହୋମବଳି ଉତ୍ସର୍ଗ କରିବାର ସମାପ୍ତ କରିବା ମାତ୍ରେ ଦେଖ, ଶାମୁୟେଲ ଉପସ୍ଥିତ ହେଲେ; ତହିଁରେ ଶାଉଲ ତାଙ୍କୁ ମଙ୍ଗଳବାଦ କରିବା ପାଇଁ ଭେଟିବାକୁ ଗଲେ।
Saul yakmalık sununun sunulmasını bitirir bitirmez Samuel geldi. Saul selamlamak için onu karşılamaya çıktı.
11 ଏଥିରେ ଶାମୁୟେଲ କହିଲେ, “ତୁମ୍ଭେ କଅଣ କଲ?” ଶାଉଲ ଉତ୍ତର କଲେ, “ମୁଁ ଦେଖିଲି, ଯେ ଲୋକମାନେ ମୋʼ ନିକଟରୁ ଛିନ୍ନଭିନ୍ନ ହେଉଅଛନ୍ତି, ପୁଣି, ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ, ମଧ୍ୟ ପଲେଷ୍ଟୀୟମାନେ ମିକ୍ମସ୍ରେ ଏକତ୍ର ହୋଇଅଛନ୍ତି;
Samuel, “Ne yaptın?” diye sordu. Saul, “Halk yanımdan dağılıyordu” diye karşılık verdi, “Sen de belirlenen gün gelmedin. Üstelik Filistliler Mikmas'ta toplandılar. Bunları görünce,
12 ଏଥିପାଇଁ ମୁଁ କହିଲି, ‘ପଲେଷ୍ଟୀୟମାନେ ଏହିକ୍ଷଣି ମୋʼ ବିରୁଦ୍ଧରେ ଗିଲ୍ଗଲ୍କୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ।’ ଏନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି।”
‘Şimdi Filistliler Gilgal'da üzerime yürüyecek; oysa ben RAB'bin yardımını dilememiştim’ diye düşündüm. Bu nedenle, yakmalık sunuyu sunma gerekliliğini duydum.”
13 ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ତୁମ୍ଭେ ମୂର୍ଖର କର୍ମ କରିଅଛ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଆଜ୍ଞା ଦେଇଥିଲେ, ତାହା ତୁମ୍ଭେ ପାଳନ କଲ ନାହିଁ; କରିଥିଲେ ସଦାପ୍ରଭୁ ଇସ୍ରାଏଲ ଉପରେ ତୁମ୍ଭର ରାଜତ୍ୱ ଏବେ ଅନନ୍ତକାଳସ୍ଥାୟୀ କରିଥାʼନ୍ତେ।
Samuel, “Akılsızca davrandın” dedi, “Tanrın RAB'bin sana verdiği buyruğa uymadın; yoksa, RAB İsrail üzerinde senin krallığının sonsuza dek sürmesini sağlayacaktı.
14 ମାତ୍ର ଏବେ ତୁମ୍ଭର ରାଜତ୍ୱ ସ୍ଥିର ହେବ ନାହିଁ; ସଦାପ୍ରଭୁ ନିଜ ମନର ମତ ଏକ ଜଣ ଆପଣା ପାଇଁ ଅନ୍ୱେଷଣ କରିଅଛନ୍ତି, ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ତାହାକୁ ଅଗ୍ରଣୀ ନିରୂପଣ କରିଅଛନ୍ତି, କାରଣ ସଦାପ୍ରଭୁ ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କଲ ନାହିଁ।”
Ama artık krallığın sürmeyecek. RAB kendi gönlüne uygun birini arayıp onu kendi halkına önder olarak atamaya kararlı. Çünkü sen RAB'bin buyruğunu tutmadın.”
15 ଏଥିଉତ୍ତାରେ ଶାମୁୟେଲ ଉଠି ଗିଲ୍ଗଲ୍ରୁ ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାକୁ ଗଲେ। ସେତେବେଳେ ଶାଉଲ ଗଣନା କରି ଊଣାଧିକ ଛଅ ଶତ ଲୋକ ଆପଣା ନିକଟରେ ଥିବାର ଦେଖିଲେ।
Bundan sonra Samuel Gilgal'dan ayrılarak Benyaminoğulları'nın Giva Kenti'ne gitti. Saul yanında kalan halkı saydı; yaklaşık altı yüz kişiydi.
16 ପୁଣି, ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସେମାନଙ୍କ ନିକଟରେ ବର୍ତ୍ତମାନ ଥିବା ଲୋକମାନେ ବିନ୍ୟାମୀନ୍ ପ୍ରଦେଶସ୍ଥ ଗେବାରେ ରହିଲେ; ମାତ୍ର ପଲେଷ୍ଟୀୟମାନେ ମିକ୍ମସ୍ରେ ଛାଉଣି ସ୍ଥାପନ କଲେ।
Saul, oğlu Yonatan ve yanlarındaki halk Benyaminoğulları'nın bölgesindeki Giva'da kalıyorlardı. Filistliler ise Mikmas'ta ordugah kurmuşlardı.
17 ଏଉତ୍ତାରେ ପଲେଷ୍ଟୀୟମାନଙ୍କ ଛାଉଣିରୁ ତିନି ଦଳ ବିନାଶକ ଲୋକ ଆସିଲେ; ଏକ ଦଳ ଅଫ୍ରା ପଥରେ ଗମନ କରି ଶୂୟାଲ ପ୍ରଦେଶକୁ ଗଲେ;
Akıncılar üç koldan Filistliler'in ordugahından çıktılar. Kollardan biri Şual bölgesindeki Ofra'ya,
18 ପୁଣି, ଅନ୍ୟ ଏକ ଦଳ ବେଥ୍-ହୋରଣ ପଥ ଆଡ଼େ ଫେରିଲେ; ଆଉ ଅନ୍ୟ ଏକ ଦଳ ପ୍ରାନ୍ତର ଆଡ଼େ ସିବୋୟିମ ଉପତ୍ୟକାର ଅଭିମୁଖସ୍ଥ ଅଞ୍ଚଳର ପଥ ଦେଇ ଗମନ କଲେ।
biri Beythoron'a, öbürü ise çöle, Sevoyim Vadisi'ne bakan sınıra doğru ilerledi.
19 ସେସମୟରେ ସମସ୍ତ ଇସ୍ରାଏଲ ଦେଶରେ କମାର ମିଳୁ ନ ଥିଲେ; କାରଣ ପଲେଷ୍ଟୀୟମାନେ କହିଲେ, “କେଜାଣି ଏବ୍ରୀୟମାନେ ଆପଣାମାନଙ୍କ ପାଇଁ ଖଡ୍ଗ ବା ବର୍ଚ୍ଛା ନିର୍ମାଣ କରିବେ;”
Bütün İsrail ülkesinde bir tek demirci yoktu. Filistliler, “İbraniler kılıç, mızrak yapmasın” demişlerdi.
20 ଏଣୁ ଆପଣା ଆପଣା ଫାଳ ଓ ଛୁରୀ ଓ କୁହ୍ରାଡ଼ି ଓ କୋଡ଼ି ପଜାଇବା ପାଇଁ ଇସ୍ରାଏଲର ସମସ୍ତ ଲୋକଙ୍କୁ ପଲେଷ୍ଟୀୟମାନଙ୍କ ନିକଟକୁ ଯିବାର ହେଲା;
Bu nedenle bütün İsrailliler saban demirlerini, kazma, balta ve oraklarını biletmek için Filistliler'e gitmek zorundaydılar.
21 ତେଣୁ ସମସ୍ତଙ୍କର କୋଡ଼ି ଓ ଛୁରୀ ଓ ବିଦା ଓ କୁହ୍ରାଡ଼ି ଦନ୍ଥଡ଼ା ହୋଇଥାଏ; ମଧ୍ୟ ଅଙ୍କୁଶ ଧାର କରିବା ପାଇଁ ସେମାନଙ୍କର (ପଲେଷ୍ଟୀୟମାନଙ୍କ ନିକଟକୁ ଯିବାର ହେଲା)।
Saban demiriyle kazmanın bileme fiyatı, şekelin üçte ikisi kadardı. Beller, baltalar, üvendireler için istenilen fiyat ise şekelin üçte biriydi.
22 ଏଣୁ ଯୁଦ୍ଧ ସମୟରେ ଶାଉଲ ଓ ଯୋନାଥନର ସଙ୍ଗୀ ଲୋକମାନଙ୍କ କାହାରି ହସ୍ତରେ ଖଡ୍ଗ କି ବର୍ଚ୍ଛା ନ ଥିଲା; କେବଳ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନର ହସ୍ତରେ ଥିଲା।
İşte bu yüzden, savaş sırasında Saul ile Yonatan dışında, yanlarındaki hiç kimsenin elinde kılıç, mızrak yoktu.
23 ଏଉତ୍ତାରେ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ବାହାର ହୋଇ ମିକ୍ମସ୍ ଘାଟିକୁ ଗଲେ।
O sırada Filistliler'in bir kolu Mikmas Geçidi'ne çıkmıştı.