< ୧ ପିତର 5 >

1 ଅତଏବ, ଜଣେ ସହ-ପ୍ରାଚୀନ ପୁଣି, ଖ୍ରୀଷ୍ଟଙ୍କ ଦୁଃଖଭୋଗର ସାକ୍ଷୀ ଏବଂ ମୁଁ ଯେ ଆଗାମୀ ଗୌରବର ଅଂଶାଧିକାରୀ, ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କୁ ଅନୁରୋଧ କରୁଅଛି,
ଖ୍ରୀଷ୍ଟସ୍ୟ କ୍ଲେଶାନାଂ ସାକ୍ଷୀ ପ୍ରକାଶିଷ୍ୟମାଣସ୍ୟ ପ୍ରତାପସ୍ୟାଂଶୀ ପ୍ରାଚୀନଶ୍ଚାହଂ ଯୁଷ୍ମାକଂ ପ୍ରାଚୀନାନ୍ ୱିନୀଯେଦଂ ୱଦାମି|
2 ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ବରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ବରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, ଅନ୍ୟାୟ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା କର;
ଯୁଷ୍ମାକଂ ମଧ୍ୟୱର୍ତ୍ତୀ ଯ ଈଶ୍ୱରସ୍ୟ ମେଷୱୃନ୍ଦୋ ଯୂଯଂ ତଂ ପାଲଯତ ତସ୍ୟ ୱୀକ୍ଷଣଂ କୁରୁତ ଚ, ଆୱଶ୍ୟକତ୍ୱେନ ନହି କିନ୍ତୁ ସ୍ୱେଚ୍ଛାତୋ ନ ୱ କୁଲୋଭେନ କିନ୍ତ୍ୱିଚ୍ଛୁକମନସା|
3 ପୁଣି, ଯେଉଁମାନଙ୍କର ଦାୟିତ୍ୱଭାର ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଛି, ସେମାନଙ୍କ ଉପରେ କର୍ତ୍ତାପଣ ନ କରି ପଲର ଆଦର୍ଶ ସ୍ୱରୂପ ହୋଇ ତାହା କର।
ଅପରମ୍ ଅଂଶାନାମ୍ ଅଧିକାରିଣ ଇୱ ନ ପ୍ରଭୱତ କିନ୍ତୁ ୱୃନ୍ଦସ୍ୟ ଦୃଷ୍ଟାନ୍ତସ୍ୱରୂପା ଭୱତ|
4 ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମ୍ଭେମାନେ ଗୌରବର ଅକ୍ଷୟ ମୁକୁଟ ପାଇବ।
ତେନ ପ୍ରଧାନପାଲକ ଉପସ୍ଥିତେ ଯୂଯମ୍ ଅମ୍ଲାନଂ ଗୌରୱକିରୀଟଂ ଲପ୍ସ୍ୟଧ୍ୱେ|
5 ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ, “ଈଶ୍ବର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରି, ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।”
ହେ ଯୁୱାନଃ, ଯୂଯମପି ପ୍ରାଚୀନଲୋକାନାଂ ୱଶ୍ୟା ଭୱତ ସର୍ୱ୍ୱେ ଚ ସର୍ୱ୍ୱେଷାଂ ୱଶୀଭୂଯ ନମ୍ରତାଭରଣେନ ଭୂଷିତା ଭୱତ, ଯତଃ, ଆତ୍ମାଭିମାନିଲୋକାନାଂ ୱିପକ୍ଷୋ ଭୱତୀଶ୍ୱରଃ| କିନ୍ତୁ ତେନୈୱ ନମ୍ରେଭ୍ୟଃ ପ୍ରସାଦାଦ୍ ଦୀଯତେ ୱରଃ|
6 ଅତଏବ, ଈଶ୍ବରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ;
ଅତୋ ଯୂଯମ୍ ଈଶ୍ୱରସ୍ୟ ବଲୱତ୍କରସ୍ୟାଧୋ ନମ୍ରୀଭୂଯ ତିଷ୍ଠତ ତେନ ସ ଉଚିତସମଯେ ଯୁଷ୍ମାନ୍ ଉଚ୍ଚୀକରିଷ୍ୟତି|
7 ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି।
ଯୂଯଂ ସର୍ୱ୍ୱଚିନ୍ତାଂ ତସ୍ମିନ୍ ନିକ୍ଷିପତ ଯତଃ ସ ଯୁଷ୍ମାନ୍ ପ୍ରତି ଚିନ୍ତଯତି|
8 ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜ୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି;
ଯୂଯଂ ପ୍ରବୁଦ୍ଧା ଜାଗ୍ରତଶ୍ଚ ତିଷ୍ଠତ ଯତୋ ଯୁଷ୍ମାକଂ ପ୍ରତିୱାଦୀ ଯଃ ଶଯତାନଃ ସ ଗର୍ଜ୍ଜନକାରୀ ସିଂହ ଇୱ ପର୍ୟ୍ୟଟନ୍ କଂ ଗ୍ରସିଷ୍ୟାମୀତି ମୃଗଯତେ,
9 ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି।
ଅତୋ ୱିଶ୍ୱାସେ ସୁସ୍ଥିରାସ୍ତିଷ୍ଠନ୍ତସ୍ତେନ ସାର୍ଦ୍ଧଂ ଯୁଧ୍ୟତ, ଯୁଷ୍ମାକଂ ଜଗନ୍ନିୱାସିଭ୍ରାତୃଷ୍ୱପି ତାଦୃଶାଃ କ୍ଲେଶା ୱର୍ତ୍ତନ୍ତ ଇତି ଜାନୀତ|
10 ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ବର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ। (aiōnios g166)
କ୍ଷଣିକଦୁଃଖଭୋଗାତ୍ ପରମ୍ ଅସ୍ମଭ୍ୟଂ ଖ୍ରୀଷ୍ଟେନ ଯୀଶୁନା ସ୍ୱକୀଯାନନ୍ତଗୌରୱଦାନାର୍ଥଂ ଯୋଽସ୍ମାନ୍ ଆହୂତୱାନ୍ ସ ସର୍ୱ୍ୱାନୁଗ୍ରାହୀଶ୍ୱରଃ ସ୍ୱଯଂ ଯୁଷ୍ମାନ୍ ସିଦ୍ଧାନ୍ ସ୍ଥିରାନ୍ ସବଲାନ୍ ନିଶ୍ଚଲାଂଶ୍ଚ କରୋତୁ| (aiōnios g166)
11 ପରାକ୍ରମ ଯୁଗେ ଯୁଗେ ତାହାଙ୍କର। ଆମେନ୍‍। (aiōn g165)
ତସ୍ୟ ଗୌରୱଂ ପରାକ୍ରମଶ୍ଚାନନ୍ତକାଲଂ ଯାୱଦ୍ ଭୂଯାତ୍| ଆମେନ୍| (aiōn g165)
12 ଈଶ୍ବରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏହି ବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋʼ ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ।
ଯଃ ସିଲ୍ୱାନୋ (ମନ୍ୟେ) ଯୁଷ୍ମାକଂ ୱିଶ୍ୱାସ୍ୟୋ ଭ୍ରାତା ଭୱତି ତଦ୍ୱାରାହଂ ସଂକ୍ଷେପେଣ ଲିଖିତ୍ୱା ଯୁଷ୍ମାନ୍ ୱିନୀତୱାନ୍ ଯୂଯଞ୍ଚ ଯସ୍ମିନ୍ ଅଧିତିଷ୍ଠଥ ସ ଏୱେଶ୍ୱରସ୍ୟ ସତ୍ୟୋ ଽନୁଗ୍ରହ ଇତି ପ୍ରମାଣଂ ଦତ୍ତୱାନ୍|
13 ତୁମ୍ଭମାନଙ୍କ ସହିତ ମନୋନୀତ ବାବିଲସ୍ଥ ମଣ୍ଡଳୀ ଓ ମୋହର ପୁତ୍ର ମାର୍କ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
ଯୁଷ୍ମାଭିଃ ସହାଭିରୁଚିତା ଯା ସମିତି ର୍ବାବିଲି ୱିଦ୍ୟତେ ସା ମମ ପୁତ୍ରୋ ମାର୍କଶ୍ଚ ଯୁଷ୍ମାନ୍ ନମସ୍କାରଂ ୱେଦଯତି|
14 ପ୍ରେମ ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।
ଯୂଯଂ ପ୍ରେମଚୁମ୍ବନେନ ପରସ୍ପରଂ ନମସ୍କୁରୁତ| ଯୀଶୁଖ୍ରୀଷ୍ଟାଶ୍ରିତାନାଂ ଯୁଷ୍ମାକଂ ସର୍ୱ୍ୱେଷାଂ ଶାନ୍ତି ର୍ଭୂଯାତ୍| ଆମେନ୍|

< ୧ ପିତର 5 >