< ୧ ପିତର 4 >

1 ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର, କାରଣ ଯେ, ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି,
ଅସ୍ମାକଂ ୱିନିମଯେନ ଖ୍ରୀଷ୍ଟଃ ଶରୀରସମ୍ବନ୍ଧେ ଦଣ୍ଡଂ ଭୁକ୍ତୱାନ୍ ଅତୋ ହେତୋଃ ଶରୀରସମ୍ବନ୍ଧେ ଯୋ ଦଣ୍ଡଂ ଭୁକ୍ତୱାନ୍ ସ ପାପାତ୍ ମୁକ୍ତ
2 ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ବରଙ୍କ ଇଚ୍ଛାନୁସାରେ କ୍ଷେପଣ କର।
ଇତିଭାୱେନ ଯୂଯମପି ସୁସଜ୍ଜୀଭୂଯ ଦେହୱାସସ୍ୟାୱଶିଷ୍ଟଂ ସମଯଂ ପୁନର୍ମାନୱାନାମ୍ ଇଚ୍ଛାସାଧନାର୍ଥଂ ନହି କିନ୍ତ୍ୱୀଶ୍ୱରସ୍ୟେଚ୍ଛାସାଧନାର୍ଥଂ ଯାପଯତ|
3 ଯେଣୁ ଅଣଯିହୁଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ;
ଆଯୁଷୋ ଯଃ ସମଯୋ ୱ୍ୟତୀତସ୍ତସ୍ମିନ୍ ଯୁଷ୍ମାଭି ର୍ୟଦ୍ ଦେୱପୂଜକାନାମ୍ ଇଚ୍ଛାସାଧନଂ କାମକୁତ୍ସିତାଭିଲାଷମଦ୍ୟପାନରଙ୍ଗରସମତ୍ତତାଘୃଣାର୍ହଦେୱପୂଜାଚରଣଞ୍ଚାକାରି ତେନ ବାହୁଲ୍ୟଂ|
4 ଏପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମ୍ଭେମାନେ ଯେ ସେମାନଙ୍କ ସହିତ ଧାବମାନ ହେଉ ନାହଁ, ଏହା ସେମାନେ ଆଶ୍ଚର୍ଯ୍ୟ ମଣି ତୁମ୍ଭମାନଙ୍କର ନିନ୍ଦା କରନ୍ତି;
ଯୂଯଂ ତୈଃ ସହ ତସ୍ମିନ୍ ସର୍ୱ୍ୱନାଶପଙ୍କେ ମଜ୍ଜିତୁଂ ନ ଧାୱଥ, ଇତ୍ୟନେନାଶ୍ଚର୍ୟ୍ୟଂ ୱିଜ୍ଞାଯ ତେ ଯୁଷ୍ମାନ୍ ନିନ୍ଦନ୍ତି|
5 କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ସେହି ଈଶ୍ବରଙ୍କ ଛାମୁରେ ସେମାନଙ୍କୁ ହିସାବ ଦେବାକୁ ହେବ।
କିନ୍ତୁ ଯୋ ଜୀୱତାଂ ମୃତାନାଞ୍ଚ ୱିଚାରଂ କର୍ତ୍ତୁମ୍ ଉଦ୍ୟତୋଽସ୍ତି ତସ୍ମୈ ତୈରୁତ୍ତରଂ ଦାଯିଷ୍ୟତେ|
6 କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ବରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ।
ଯତୋ ହେତୋ ର୍ୟେ ମୃତାସ୍ତେଷାଂ ଯତ୍ ମାନୱୋଦ୍ଦେଶ୍ୟଃ ଶାରୀରିକୱିଚାରଃ କିନ୍ତ୍ୱୀଶ୍ୱରୋଦ୍ଦେଶ୍ୟମ୍ ଆତ୍ମିକଜୀୱନଂ ଭୱତ୍ ତଦର୍ଥଂ ତେଷାମପି ସନ୍ନିଧୌ ସୁସମାଚାରଃ ପ୍ରକାଶିତୋଽଭୱତ୍|
7 ମାତ୍ର ସମସ୍ତ ବିଷୟର ଅନ୍ତିମ ସମୟ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ, ପୁଣି, ପ୍ରାର୍ଥନା କରିବା ପାଇଁ ଜାଗ୍ରତ ଥାଅ,
ସର୍ୱ୍ୱେଷାମ୍ ଅନ୍ତିମକାଲ ଉପସ୍ଥିତସ୍ତସ୍ମାଦ୍ ଯୂଯଂ ସୁବୁଦ୍ଧଯଃ ପ୍ରାର୍ଥନାର୍ଥଂ ଜାଗ୍ରତଶ୍ଚ ଭୱତ|
8 ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ।
ୱିଶେଷତଃ ପରସ୍ପରଂ ଗାଢଂ ପ୍ରେମ କୁରୁତ, ଯତଃ, ପାପାନାମପି ବାହୁଲ୍ୟଂ ପ୍ରେମ୍ନୈୱାଚ୍ଛାଦଯିଷ୍ୟତେ|
9 କୁଣ୍ଠିତ ନ ହୋଇ ପରସ୍ପରର ଆତିଥ୍ୟ କର;
କାତରୋକ୍ତିଂ ୱିନା ପରସ୍ପରମ୍ ଆତିଥ୍ୟଂ କୃରୁତ|
10 ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ବରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର;
ଯେନ ଯୋ ୱରୋ ଲବ୍ଧସ୍ତେନୈୱ ସ ପରମ୍ ଉପକରୋତୃ, ଇତ୍ଥଂ ଯୂଯମ୍ ଈଶ୍ୱରସ୍ୟ ବହୁୱିଧପ୍ରସାଦସ୍ୟୋତ୍ତମା ଭାଣ୍ଡାଗାରାଧିପା ଭୱତ|
11 କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ବରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ବରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ, ଯେପରି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବର ଗୌରବାନ୍ୱିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର। ଆମେନ୍‍। (aiōn g165)
ଯୋ ୱାକ୍ୟଂ କଥଯତି ସ ଈଶ୍ୱରସ୍ୟ ୱାକ୍ୟମିୱ କଥଯତୁ ଯଶ୍ଚ ପରମ୍ ଉପକରୋତି ସ ଈଶ୍ୱରଦତ୍ତସାମର୍ଥ୍ୟାଦିୱୋପକରୋତୁ| ସର୍ୱ୍ୱୱିଷଯେ ଯୀଶୁଖ୍ରୀଷ୍ଟେନେଶ୍ୱରସ୍ୟ ଗୌରୱଂ ପ୍ରକାଶ୍ୟତାଂ ତସ୍ୟୈୱ ଗୌରୱଂ ପରାକ୍ରମଶ୍ଚ ସର୍ୱ୍ୱଦା ଭୂଯାତ୍| ଆମେନ| (aiōn g165)
12 ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ;
ହେ ପ୍ରିଯତମାଃ, ଯୁଷ୍ମାକଂ ପରୀକ୍ଷାର୍ଥଂ ଯସ୍ତାପୋ ଯୁଷ୍ମାସୁ ୱର୍ତ୍ତତେ ତମ୍ ଅସମ୍ଭୱଘଟିତଂ ମତ୍ୱା ନାଶ୍ଚର୍ୟ୍ୟଂ ଜାନୀତ,
13 ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ।
କିନ୍ତୁ ଖ୍ରୀଷ୍ଟେନ କ୍ଲେଶାନାଂ ସହଭାଗିତ୍ୱାଦ୍ ଆନନ୍ଦତ ତେନ ତସ୍ୟ ପ୍ରତାପପ୍ରକାଶେଽପ୍ୟାନନନ୍ଦେନ ପ୍ରଫୁଲ୍ଲା ଭୱିଷ୍ୟଥ|
14 ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍‍, ଈଶ୍ବରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି।
ଯଦି ଖ୍ରୀଷ୍ଟସ୍ୟ ନାମହେତୁନା ଯୁଷ୍ମାକଂ ନିନ୍ଦା ଭୱତି ତର୍ହି ଯୂଯଂ ଧନ୍ୟା ଯତୋ ଗୌରୱଦାଯକ ଈଶ୍ୱରସ୍ୟାତ୍ମା ଯୁଷ୍ମାସ୍ୱଧିତିଷ୍ଠତି ତେଷାଂ ମଧ୍ୟେ ସ ନିନ୍ଦ୍ୟତେ କିନ୍ତୁ ଯୁଷ୍ମନ୍ମଧ୍ୟେ ପ୍ରଶଂସ୍ୟତେ|
15 ଏଣୁ ତୁମ୍ଭମାନଙ୍କ ମଧ୍ୟରୁ କେହି ହତ୍ୟାକାରୀ କି ଚୋର, କି ଦୂରାଚାରୀ, କି ଅନଧିକାର ଚର୍ଚ୍ଚାକାରୀ ହୋଇ ଦଣ୍ଡ ଭୋଗ ନ କରୁ;
କିନ୍ତୁ ଯୁଷ୍ମାକଂ କୋଽପି ହନ୍ତା ୱା ଚୈରୋ ୱା ଦୁଷ୍କର୍ମ୍ମକୃଦ୍ ୱା ପରାଧିକାରଚର୍ଚ୍ଚକ ଇୱ ଦଣ୍ଡଂ ନ ଭୁଙ୍କ୍ତାଂ|
16 କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ଡ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ।
ଯଦି ଚ ଖ୍ରୀଷ୍ଟୀଯାନ ଇୱ ଦଣ୍ଡଂ ଭୁଙ୍କ୍ତେ ତର୍ହି ସ ନ ଲଜ୍ଜମାନସ୍ତତ୍କାରଣାଦ୍ ଈଶ୍ୱରଂ ପ୍ରଶଂସତୁ|
17 କାରଣ, ଈଶ୍ବରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ବରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କଅଣ ନ ହେବ!
ଯତୋ ୱିଚାରସ୍ୟାରମ୍ଭସମଯେ ଈଶ୍ୱରସ୍ୟ ମନ୍ଦିରେ ଯୁଜ୍ୟତେ ଯଦି ଚାସ୍ମତ୍ସ୍ୱାରଭତେ ତର୍ହୀଶ୍ୱରୀଯସୁସଂୱାଦାଗ୍ରାହିଣାଂ ଶେଷଦଶା କା ଭୱିଷ୍ୟତି?
18 ପୁଣି, “ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ, ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ?”
ଧାର୍ମ୍ମିକେନାପି ଚେତ୍ ତ୍ରାଣମ୍ ଅତିକୃଚ୍ଛ୍ରେଣ ଗମ୍ୟତେ| ତର୍ହ୍ୟଧାର୍ମ୍ମିକପାପିଭ୍ୟାମ୍ ଆଶ୍ରଯଃ କୁତ୍ର ଲପ୍ସ୍ୟତେ|
19 ଅତଏବ, ଯେଉଁମାନେ ଈଶ୍ବରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କର୍ମରେ ନିବିଷ୍ଟ ରହନ୍ତୁ।
ଅତ ଈଶ୍ୱରେଚ୍ଛାତୋ ଯେ ଦୁଃଖଂ ଭୁଞ୍ଜତେ ତେ ସଦାଚାରେଣ ସ୍ୱାତ୍ମାନୋ ୱିଶ୍ୱାସ୍ୟସ୍ରଷ୍ଟୁରୀଶ୍ୱସ୍ୟ କରାଭ୍ୟାଂ ନିଦଧତାଂ|

< ୧ ପିତର 4 >