< ୧ ପିତର 3 >
1 ସେହିପରି, ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ,
ହେ ଯୋଷିତଃ, ଯୂଯମପି ନିଜସ୍ୱାମିନାଂ ୱଶ୍ୟା ଭୱତ ତଥା ସତି ଯଦି କେଚିଦ୍ ୱାକ୍ୟେ ୱିଶ୍ୱାସିନୋ ନ ସନ୍ତି ତର୍ହି
2 ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ।
ତେ ୱିନାୱାକ୍ୟଂ ଯୋଷିତାମ୍ ଆଚାରେଣାର୍ଥତସ୍ତେଷାଂ ପ୍ରତ୍ୟକ୍ଷେଣ ଯୁଷ୍ମାକଂ ସଭଯସତୀତ୍ୱାଚାରେଣାକ୍ରଷ୍ଟୁଂ ଶକ୍ଷ୍ୟନ୍ତେ|
3 ପୁଣି, କେଶବେଶ, ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟ ଭୂଷଣ, ତାହା ତୁମ୍ଭମାନଙ୍କର ଭୂଷଣ ନ ହୋଇ,
ଅପରଂ କେଶରଚନଯା ସ୍ୱର୍ଣାଲଙ୍କାରଧାରଣୋନ ପରିଚ୍ଛଦପରିଧାନେନ ୱା ଯୁଷ୍ମାକଂ ୱାହ୍ୟଭୂଷା ନ ଭୱତୁ,
4 ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ବରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ।
କିନ୍ତ୍ୱୀଶ୍ୱରସ୍ୟ ସାକ୍ଷାଦ୍ ବହୁମୂଲ୍ୟକ୍ଷମାଶାନ୍ତିଭାୱାକ୍ଷଯରତ୍ନେନ ଯୁକ୍ତୋ ଗୁପ୍ତ ଆନ୍ତରିକମାନୱ ଏୱ|
5 କାରଣ ପୂର୍ବକାଳରେ ସାଧ୍ୱୀ ସ୍ତ୍ରୀମାନେ ମଧ୍ୟ ଈଶ୍ବରଙ୍କଠାରେ ଭରସା ରଖି ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୋଇ ଏହି ପ୍ରକାରେ ଆପଣା ଆପଣାକୁ ଭୂଷିତା କରୁଥିଲେ।
ଯତଃ ପୂର୍ୱ୍ୱକାଲେ ଯାଃ ପୱିତ୍ରସ୍ତ୍ରିଯ ଈଶ୍ୱରେ ପ୍ରତ୍ୟାଶାମକୁର୍ୱ୍ୱନ୍ ତା ଅପି ତାଦୃଶୀମେୱ ଭୂଷାଂ ଧାରଯନ୍ତ୍ୟୋ ନିଜସ୍ୱାମିନାଂ ୱଶ୍ୟା ଅଭୱନ୍|
6 ସେହିପରି ସାରା ଅବ୍ରହାମଙ୍କୁ ପ୍ରଭୁ ବୋଲି କହି ତାହାଙ୍କର ଆଜ୍ଞାବହ ହେଲେ; ତୁମ୍ଭେମାନେ ଯଦି କୌଣସି ବିଷୟରେ ଭୀତ ନ ହୋଇ ସଦାଚରଣ କର, ତେବେ ତୁମ୍ଭେମାନେ ହିଁ ତାହାଙ୍କର ସନ୍ତାନ।
ତଥୈୱ ସାରା ଇବ୍ରାହୀମୋ ୱଶ୍ୟା ସତୀ ତଂ ପତିମାଖ୍ୟାତୱତୀ ଯୂଯଞ୍ଚ ଯଦି ସଦାଚାରିଣ୍ୟୋ ଭୱଥ ୱ୍ୟାକୁଲତଯା ଚ ଭୀତା ନ ଭୱଥ ତର୍ହି ତସ୍ୟାଃ କନ୍ୟା ଆଧ୍ୱେ|
7 ସେହି ପ୍ରକାରେ, ହେ ସ୍ୱାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥିନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳା-ପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି, ଜ୍ଞାନରେ ସେମାନଙ୍କର ସହିତ ବାସ କର।
ହେ ପୁରୁଷାଃ, ଯୂଯଂ ଜ୍ଞାନତୋ ଦୁର୍ବ୍ବଲତରଭାଜନୈରିୱ ଯୋଷିଦ୍ଭିଃ ସହୱାସଂ କୁରୁତ, ଏକସ୍ୟ ଜୀୱନୱରସ୍ୟ ସହଭାଗିନୀଭ୍ୟତାଭ୍ୟଃ ସମାଦରଂ ୱିତରତ ଚ ନ ଚେଦ୍ ଯୁଷ୍ମାକଂ ପ୍ରାର୍ଥନାନାଂ ବାଧା ଜନିଷ୍ୟତେ|
8 ଶେଷ କଥା ଏହି, ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମରେ ପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ;
ୱିଶେଷତୋ ଯୂଯଂ ସର୍ୱ୍ୱ ଏକମନସଃ ପରଦୁଃଖୈ ର୍ଦୁଃଖିତା ଭ୍ରାତୃପ୍ରମିଣଃ କୃପାୱନ୍ତଃ ପ୍ରୀତିଭାୱାଶ୍ଚ ଭୱତ|
9 ଅନିଷ୍ଟ ପରିବର୍ତ୍ତେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ଆଶୀର୍ବାଦ କର, କାରଣ ତୁମ୍ଭେମାନେ ଯେପରି ଆଶୀର୍ବାଦର ଅଧିକାରୀ ହୁଅ, ଏଥିପାଇଁ ଆହୂତ ହୋଇଅଛ।
ଅନିଷ୍ଟସ୍ୟ ପରିଶୋଧେନାନିଷ୍ଟଂ ନିନ୍ଦାଯା ୱା ପରିଶୋଧେନ ନିନ୍ଦାଂ ନ କୁର୍ୱ୍ୱନ୍ତ ଆଶିଷଂ ଦତ୍ତ ଯତୋ ଯୂଯମ୍ ଆଶିରଧିକାରିଣୋ ଭୱିତୁମାହୂତା ଇତି ଜାନୀଥ|
10 ଯେଣୁ, “ଯେ ଜୀବନରେ ସୁଖଭୋଗ କରିବାକୁ ପୁଣି, ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରେ, ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ୱାକୁ, ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ବନ୍ଦ କରୁ;
ଅପରଞ୍ଚ, ଜୀୱନେ ପ୍ରୀଯମାଣୋ ଯଃ ସୁଦିନାନି ଦିଦୃକ୍ଷତେ| ପାପାତ୍ ଜିହ୍ୱାଂ ମୃଷାୱାକ୍ୟାତ୍ ସ୍ୱାଧରୌ ସ ନିୱର୍ତ୍ତଯେତ୍|
11 ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ।
ସ ତ୍ୟଜେଦ୍ ଦୁଷ୍ଟତାମାର୍ଗଂ ସତ୍କ୍ରିଯାଞ୍ଚ ସମାଚରେତ୍| ମୃଗଯାଣଶ୍ଚ ଶାନ୍ତିଂ ସ ନିତ୍ୟମେୱାନୁଧାୱତୁ|
12 କାରଣ ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି, ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଅଟେ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ।”
ଲୋଚନେ ପରମେଶସ୍ୟୋନ୍ମୀଲିତେ ଧାର୍ମ୍ମିକାନ୍ ପ୍ରତି| ପ୍ରାର୍ଥନାଯାଃ କୃତେ ତେଷାଃ ତଚ୍ଛ୍ରୋତ୍ରେ ସୁଗମେ ସଦା| କ୍ରୋଧାସ୍ୟଞ୍ଚ ପରେଶସ୍ୟ କଦାଚାରିଷୁ ୱର୍ତ୍ତତେ|
13 ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ?
ଅପରଂ ଯଦି ଯୂଯମ୍ ଉତ୍ତମସ୍ୟାନୁଗାମିନୋ ଭୱଥ ତର୍ହି କୋ ଯୁଷ୍ମାନ୍ ହିଂସିଷ୍ୟତେ?
14 ପୁଣି, ଯଦିବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖଭୋଗ କରିବାକୁ ପଡ଼େ, ତାହାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍ବିଗ୍ନ ହୁଅ ନାହିଁ;
ଯଦି ଚ ଧର୍ମ୍ମାର୍ଥଂ କ୍ଲିଶ୍ୟଧ୍ୱଂ ତର୍ହି ଧନ୍ୟା ଭୱିଷ୍ୟଥ| ତେଷାମ୍ ଆଶଙ୍କଯା ଯୂଯଂ ନ ବିଭୀତ ନ ୱିଙ୍କ୍ତ ୱା|
15 କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,
ମନୋଭିଃ କିନ୍ତୁ ମନ୍ୟଧ୍ୱଂ ପୱିତ୍ରଂ ପ୍ରଭୁମୀଶ୍ୱରଂ| ଅପରଞ୍ଚ ଯୁଷ୍ମାକମ୍ ଆନ୍ତରିକପ୍ରତ୍ୟାଶାଯାସ୍ତତ୍ତ୍ୱଂ ଯଃ କଶ୍ଚିତ୍ ପୃଚ୍ଛତି ତସ୍ମୈ ଶାନ୍ତିଭୀତିଭ୍ୟାମ୍ ଉତ୍ତରଂ ଦାତୁଂ ସଦା ସୁସଜ୍ଜା ଭୱତ|
16 ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ।
ଯେ ଚ ଖ୍ରୀଷ୍ଟଧର୍ମ୍ମେ ଯୁଷ୍ମାକଂ ସଦାଚାରଂ ଦୂଷଯନ୍ତି ତେ ଦୁଷ୍କର୍ମ୍ମକାରିଣାମିୱ ଯୁଷ୍ମାକମ୍ ଅପୱାଦେନ ଯତ୍ ଲଜ୍ଜିତା ଭୱେଯୁସ୍ତଦର୍ଥଂ ଯୁଷ୍ମାକମ୍ ଉତ୍ତମଃ ସଂୱେଦୋ ଭୱତୁ|
17 କାରଣ ଦୁଷ୍କର୍ମ ସକାଶେ ଦୁଃଖଭୋଗ କରିବାଠାରୁ ବରଂ ଯଦି ଈଶ୍ବରଙ୍କର ଇଚ୍ଛା ହୁଏ, ତାହାହେଲେ ସତ୍କର୍ମ ସକାଶେ ଦୁଃଖଭୋଗ କରିବା ଭଲ।
ଈଶ୍ୱରସ୍ୟାଭିମତାଦ୍ ଯଦି ଯୁଷ୍ମାଭିଃ କ୍ଲେଶଃ ସୋଢୱ୍ୟସ୍ତର୍ହି ସଦାଚାରିଭିଃ କ୍ଲେଶସହନଂ ୱରଂ ନ ଚ କଦାଚାରିଭିଃ|
18 ଯେଣୁ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ;
ଯସ୍ମାଦ୍ ଈଶ୍ୱରସ୍ୟ ସନ୍ନିଧିମ୍ ଅସ୍ମାନ୍ ଆନେତୁମ୍ ଅଧାର୍ମ୍ମିକାଣାଂ ୱିନିମଯେନ ଧାର୍ମ୍ମିକଃ ଖ୍ରୀଷ୍ଟୋ ଽପ୍ୟେକକୃତ୍ୱଃ ପାପାନାଂ ଦଣ୍ଡଂ ଭୁକ୍ତୱାନ୍, ସ ଚ ଶରୀରସମ୍ବନ୍ଧେ ମାରିତଃ କିନ୍ତ୍ୱାତ୍ମନଃ ସମ୍ବନ୍ଧେ ପୁନ ର୍ଜୀୱିତୋ ଽଭୱତ୍|
19 ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ;
ତତ୍ସମ୍ବନ୍ଧେ ଚ ସ ଯାତ୍ରାଂ ୱିଧାଯ କାରାବଦ୍ଧାନାମ୍ ଆତ୍ମନାଂ ସମୀପେ ୱାକ୍ୟଂ ଘୋଷିତୱାନ୍|
20 ପୂର୍ବକାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ, ଯେତେବେଳେ ଈଶ୍ବର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ, ଅର୍ଥାତ୍ ଆଠ ପ୍ରାଣୀ, ଜଳ ମଧ୍ୟ ଦେଇ ରକ୍ଷା ପାଇଲେ;
ପୁରା ନୋହସ୍ୟ ସମଯେ ଯାୱତ୍ ପୋତୋ ନିରମୀଯତ ତାୱଦ୍ ଈଶ୍ୱରସ୍ୟ ଦୀର୍ଘସହିଷ୍ଣୁତା ଯଦା ୱ୍ୟଲମ୍ବତ ତଦା ତେଽନାଜ୍ଞାଗ୍ରାହିଣୋଽଭୱନ୍| ତେନ ପୋତୋନାଲ୍ପେଽର୍ଥାଦ୍ ଅଷ୍ଟାୱେୱ ପ୍ରାଣିନସ୍ତୋଯମ୍ ଉତ୍ତୀର୍ଣାଃ|
21 ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ବରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା, ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି;
ତନ୍ନିଦର୍ଶନଞ୍ଚାୱଗାହନଂ (ଅର୍ଥତଃ ଶାରୀରିକମଲିନତାଯା ଯସ୍ତ୍ୟାଗଃ ସ ନହି କିନ୍ତ୍ୱୀଶ୍ୱରାଯୋତ୍ତମସଂୱେଦସ୍ୟ ଯା ପ୍ରତଜ୍ଞା ସୈୱ) ଯୀଶୁଖ୍ରୀଷ୍ଟସ୍ୟ ପୁନରୁତ୍ଥାନେନେଦାନୀମ୍ ଅସ୍ମାନ୍ ଉତ୍ତାରଯତି,
22 ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି।
ଯତଃ ସ ସ୍ୱର୍ଗଂ ଗତ୍ୱେଶ୍ୱରସ୍ୟ ଦକ୍ଷିଣେ ୱିଦ୍ୟତେ ସ୍ୱର୍ଗୀଯଦୂତାଃ ଶାସକା ବଲାନି ଚ ତସ୍ୟ ୱଶୀଭୂତା ଅଭୱନ୍|