< ୧ ପିତର 3 >
1 ସେହିପରି, ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ,
ⲁ̅ⲛⲉϩⲓⲟⲙⲉ ⲟⲛ ⲛⲧⲉⲓϩⲉ ⲉⲩⲑⲃⲃⲓⲟ ⲙⲙⲟⲟⲩ ⲛⲛⲉⲩϩⲁⲓ ϫⲉⲕⲁⲥ ⲉϣⲱⲡⲉ ⲟⲩⲛϩⲟⲓⲛⲉ ⲟ ⲛⲁⲧⲥⲱⲧⲙ ⲉⲡϣⲁϫⲉ ⲛⲥⲉϯϩⲏⲩ ⲙⲙⲟⲟⲩ ⲁϫⲛϣⲁϫⲉ ϩⲓⲧⲛ ⲧⲁⲛⲁⲥⲧⲣⲟⲫⲏ ⲛⲛⲉϩⲓⲟⲙⲉ
2 ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ।
ⲃ̅ⲉⲩⲛⲁⲩ ⲉⲧⲉⲧⲛⲁⲛⲁⲥⲧⲡⲟⲫⲏ ⲉⲧⲟⲩⲁⲁⲃ ϩⲛ ⲟⲩϩⲟⲧⲉ
3 ପୁଣି, କେଶବେଶ, ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟ ଭୂଷଣ, ତାହା ତୁମ୍ଭମାନଙ୍କର ଭୂଷଣ ନ ହୋଇ,
ⲅ̅ⲛⲁⲓ ⲇⲉ ⲙⲡⲣⲧⲣⲉϥϣⲱⲡⲉ ⲛⲁⲩ ⲛϭⲓ ⲡⲕⲟⲥⲙⲟⲥ ⲉⲧϩⲓⲃⲟⲗ ⲛϩⲱⲗⲕ ϩⲓ ⲛⲟⲩⲃ ϩⲓ ϩⲟⲓⲧⲉ
4 ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ବରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ।
ⲇ̅ⲁⲗⲗⲁ ⲙⲡⲣⲱⲙⲉ ⲉⲧϩⲏⲡ ⲛⲧⲉ ⲡϩⲏⲧ ϩⲛ ⲧⲙⲛⲧⲁⲧⲧⲁⲕⲟ ⲙⲡⲉⲡⲛⲁ ⲛⲣⲙⲣⲁϣ ⲁⲩⲱ ⲉⲧϩⲟⲣⲕ ⲡⲁⲓ ⲉⲧⲙⲡⲉⲙⲧⲟ ⲉⲃⲟⲗ ⲙⲡⲛⲟⲩⲧⲉ ⲉⲧⲁⲓⲏⲩ
5 କାରଣ ପୂର୍ବକାଳରେ ସାଧ୍ୱୀ ସ୍ତ୍ରୀମାନେ ମଧ୍ୟ ଈଶ୍ବରଙ୍କଠାରେ ଭରସା ରଖି ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୋଇ ଏହି ପ୍ରକାରେ ଆପଣା ଆପଣାକୁ ଭୂଷିତା କରୁଥିଲେ।
ⲉ̅ⲧⲁⲓ ⲅⲁⲣ ⲧⲉ ⲑⲉ ⲉⲛⲉⲩⲕⲟⲥⲙⲉⲓ ⲙⲙⲟⲟⲩ ⲙⲡⲉⲓⲟⲩⲟⲉⲓϣ ⲛϭⲓ ⲛⲉϩⲓⲟⲙⲉ ⲉⲧⲟⲩⲁⲁⲃ ⲉⲧϩⲉⲗⲡⲓⲍ ⲉⲡⲛⲟⲩⲧⲉ ⲉⲩⲥⲱⲧⲙ ⲛⲥⲁ ⲛⲉⲩϩⲁⲓ
6 ସେହିପରି ସାରା ଅବ୍ରହାମଙ୍କୁ ପ୍ରଭୁ ବୋଲି କହି ତାହାଙ୍କର ଆଜ୍ଞାବହ ହେଲେ; ତୁମ୍ଭେମାନେ ଯଦି କୌଣସି ବିଷୟରେ ଭୀତ ନ ହୋଇ ସଦାଚରଣ କର, ତେବେ ତୁମ୍ଭେମାନେ ହିଁ ତାହାଙ୍କର ସନ୍ତାନ।
ⲋ̅ⲛⲑⲉ ⲛⲥⲁⲣⲣⲁ ⲉⲛⲉⲥⲥⲱⲧⲙ ⲛⲥⲁ ⲁⲃⲣⲁϩⲁⲙ ⲉⲥⲙⲟⲩⲧⲉ ⲉⲣⲟϥ ϫⲉ ⲡⲁϫⲟⲉⲓⲥ ⲧⲁⲓ ⲛⲧⲁⲧⲉⲧⲛϣⲱⲡⲉ ⲛⲁⲥ ⲛϣⲉⲉⲣⲉ ⲉⲧⲉⲧⲛⲉⲓⲣⲉ ⲙⲡⲡⲉⲧⲛⲁⲛⲟⲩϥ ⲁⲩⲱ ⲛⲧⲉⲧⲛⲣ ϩⲟⲧⲉ ⲁⲛ ⲛϩⲏⲧⲥ ⲛⲗⲁⲁⲩ ⲛϩⲟⲧⲉ
7 ସେହି ପ୍ରକାରେ, ହେ ସ୍ୱାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥିନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳା-ପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି, ଜ୍ଞାନରେ ସେମାନଙ୍କର ସହିତ ବାସ କର।
ⲍ̅ⲛϩⲟⲟⲩⲧ ⲟⲛ ⲛⲧⲉⲓϩⲉ ⲉⲧⲉⲧⲛϣⲟⲟⲡ ⲛⲙⲙⲁⲩ ⲕⲁⲧⲁ ⲟⲩⲥⲟⲟⲩⲛ ⲛⲧⲉⲧⲛϯ ⲛⲟⲩⲧⲓⲙⲏ ⲛⲛⲉⲧⲛϩⲓⲟⲙⲉ ϩⲱⲥ ⲥⲕⲉⲩⲟⲥ ⲛϭⲱⲃ ϫⲉ ϩⲉⲛⲥⲩⲛⲕⲗⲏⲣⲟⲛⲟⲙⲟⲥ ⲛⲉ ⲛⲧⲉⲭⲁⲣⲓⲥ ⲙⲡⲱⲛϩ ⲉⲧⲙⲕⲁ ⲧⲏⲩⲧⲛ ⲉⲃⲟⲗ ϩⲛ ⲛⲉⲧⲛϣⲗⲏⲗ
8 ଶେଷ କଥା ଏହି, ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମରେ ପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ;
ⲏ̅ⲡϫⲱⲕ ⲇⲉ ⲉⲃⲟⲗ ⲡⲉ ⲉⲣ ⲟⲩϩⲏⲧ ⲛⲟⲩⲱⲧ ⲧⲏⲣⲧⲛ ⲉϣⲡ ϩⲓⲥⲉ ⲙⲛ ⲛⲉⲧⲛⲉⲣⲏⲩ ⲉⲣ ⲙⲁⲓⲥⲟⲛ ⲉⲣ ϣⲁⲛⲁϩⲧⲏϥ ⲉⲑⲃⲃⲓⲉ ⲧⲏⲩⲧⲛ
9 ଅନିଷ୍ଟ ପରିବର୍ତ୍ତେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ଆଶୀର୍ବାଦ କର, କାରଣ ତୁମ୍ଭେମାନେ ଯେପରି ଆଶୀର୍ବାଦର ଅଧିକାରୀ ହୁଅ, ଏଥିପାଇଁ ଆହୂତ ହୋଇଅଛ।
ⲑ̅ⲛⲧⲉⲧⲛⲧⲱⲱⲃⲉ ⲁⲛ ⲛⲟⲩⲡⲉⲑⲟⲟⲩ ⲉⲡⲙⲁ ⲛⲟⲩⲡⲉⲑⲟⲟⲩ ⲏ ⲟⲩⲥⲁϩⲟⲩ ⲉⲡⲙⲁ ⲛⲟⲩⲥⲁϩⲟⲩ ⲛϩⲟⲩⲟ ⲇⲉ ⲛⲧⲟϥ ⲛⲧⲉⲧⲛⲥⲙⲟⲩ ϫⲉ ⲛⲧⲁⲩⲧⲉϩⲙ ⲧⲏⲩⲧⲛ ⲉⲡⲁⲓ ϫⲉⲕⲁⲥ ⲉⲧⲉⲧⲛⲉⲕⲗⲏⲣⲟⲛⲟⲙⲉⲓ ⲙⲡⲉⲥⲙⲟⲩ
10 ଯେଣୁ, “ଯେ ଜୀବନରେ ସୁଖଭୋଗ କରିବାକୁ ପୁଣି, ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରେ, ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ୱାକୁ, ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ବନ୍ଦ କରୁ;
ⲓ̅ⲡⲉⲧⲟⲩⲱϣ ⲅⲁⲣ ⲉⲙⲉⲣⲉ ⲡⲱⲛϩ ⲁⲩⲱ ⲉⲛⲁⲩ ⲉϩⲉϩⲟⲟⲩ ⲉⲧⲛⲁⲛⲟⲩⲟⲩ ⲙⲁⲣⲉϥⲧⲁⲗϭⲉ ⲡⲉϥⲗⲁⲥ ⲉⲃⲟⲗ ϩⲙ ⲡⲉⲑⲟⲟⲩ ⲁⲩⲱ ⲛⲉϥⲥⲡⲟⲧⲟⲩ ⲉⲧⲙϫⲱ ⲛⲟⲩⲕⲣⲟϥ
11 ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ।
ⲓ̅ⲁ̅ⲙⲁⲣⲉϥⲣⲉⲕⲧϥ ⲉⲃⲟⲗ ⲙⲡⲉⲑⲟⲟⲩ ⲛϥⲉⲓⲣⲉ ⲙⲡⲡⲉⲧⲛⲁⲛⲟⲩϥ ⲛϥϣⲓⲛⲉ ⲙⲁⲣⲉϥϣⲓⲛⲉ ⲛⲥⲁ ϯⲣⲏⲛⲏ ⲛϥⲡⲱⲧ ⲛⲥⲱⲥ
12 କାରଣ ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି, ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଅଟେ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ।”
ⲓ̅ⲃ̅ϫⲉ ⲛⲉⲃⲁⲗ ⲙⲡϫⲟⲉⲓⲥ ⲉⲩϭⲱϣⲧ ⲉϫⲛ ⲛⲇⲓⲕⲁⲓⲟⲥ ⲁⲩⲱ ⲛⲉϥⲙⲁⲁϫⲉ ⲉⲩⲣⲁⲕⲉ ⲉⲡⲉⲩⲥⲟⲡⲥ ⲡϩⲟ ⲇⲉ ⲙⲡϫⲟⲉⲓⲥ ⲉϫⲛ ⲛⲉⲧⲉⲓⲣⲉ ⲛⲙⲡⲉⲑⲟⲟⲩ
13 ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ?
ⲓ̅ⲅ̅ⲁⲩⲱ ⲛⲓⲙ ⲡⲉⲧⲛⲁⲑⲙⲕⲉ ⲧⲏⲩⲧⲛ ⲉⲧⲉⲧⲛϣⲁⲛⲛⲉⲣ ⲣⲉϥⲕⲱϩ ⲉⲡⲁⲅⲁⲑⲟⲛ
14 ପୁଣି, ଯଦିବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖଭୋଗ କରିବାକୁ ପଡ଼େ, ତାହାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍ବିଗ୍ନ ହୁଅ ନାହିଁ;
ⲓ̅ⲇ̅ⲁⲗⲗⲁ ⲉϣⲱⲡⲉ ⲟⲛ ⲉⲧⲉⲧⲛϣⲡ ϩⲓⲥⲉ ⲉⲧⲃⲉ ⲇⲓⲕⲁⲓⲟⲥⲩⲛⲏ ⲛⲁⲓⲁⲧ ⲧⲏⲩⲧⲛ ⲧⲉⲩϩⲟⲧⲉ ⲇⲉ ⲙⲡⲉⲣⲣ ϩⲟⲧⲉ ϩⲏⲧⲥ ⲟⲩⲇⲉ ⲙⲡⲣϣⲧⲟⲣⲧⲣ
15 କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,
ⲓ̅ⲉ̅ⲡϫⲟⲉⲓⲥ ⲇⲉ ⲡⲉⲭⲥ ⲙⲁⲧⲃⲃⲟϥ ϩⲛ ⲛⲉⲧⲛϩⲏⲧ ⲉⲧⲉⲧⲛⲥⲉⲃⲧⲱⲧ ⲛⲟⲩⲟⲉⲓϣ ⲛⲓⲙ ⲉϯ ⲁⲡⲟⲗⲟⲅⲓⲁ ⲛⲟⲩⲟⲛ ⲛⲓⲙ ⲉⲧⲁⲓⲧⲉⲓ ⲙⲙⲱⲧⲛ ⲙⲡϣⲁϫⲉ ⲉⲧⲃⲉ ⲑⲉⲗⲡⲓⲥ ⲉⲧⲛϩⲏⲧ ⲧⲏⲩⲧⲛ
16 ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ।
ⲓ̅ⲋ̅ⲁⲗⲗⲁ ϩⲛ ⲟⲩⲙⲛⲧⲣⲙⲣⲁϣ ⲙⲛ ⲟⲩϩⲟⲧⲉ ⲉⲩⲉⲛⲧⲏⲧⲛ ⲙⲙⲁⲩ ⲛⲛⲟⲩⲥⲩⲛⲏⲇⲏⲥⲓⲥ ⲉⲛⲁⲛⲟⲩⲥ ϫⲉⲕⲁⲥ ϩⲙ ⲡⲉⲧⲟⲩⲕⲁⲧⲁⲗⲁⲗⲉⲓ ⲙⲙⲱⲧⲛ ⲛϩⲏⲧϥ ⲉⲩⲉϫⲓ ϣⲓⲡⲉ ⲛϭⲓ ⲛⲉⲧⲥⲱϣϥ ⲛⲧⲉⲧⲛⲁⲛⲁⲥⲧⲣⲟⲫⲏ ⲉⲧⲛⲁⲛⲟⲩⲥ ⲉⲧϩⲙ ⲡⲉⲭⲥ
17 କାରଣ ଦୁଷ୍କର୍ମ ସକାଶେ ଦୁଃଖଭୋଗ କରିବାଠାରୁ ବରଂ ଯଦି ଈଶ୍ବରଙ୍କର ଇଚ୍ଛା ହୁଏ, ତାହାହେଲେ ସତ୍କର୍ମ ସକାଶେ ଦୁଃଖଭୋଗ କରିବା ଭଲ।
ⲓ̅ⲍ̅ⲛⲁⲛⲟⲩⲥ ⲅⲁⲣ ⲉⲧⲉⲧⲛⲉⲓⲣⲉ ⲙⲡⲡⲉⲧⲛⲁⲛⲟⲩϥ ⲉⲧⲉⲧⲛϣⲡ ϩⲓⲥⲉ ⲉϣϫⲉ ⲡⲁⲓ ⲡⲉ ⲡⲟⲩⲱϣ ⲙⲡⲛⲟⲩⲧⲉ ⲛϩⲟⲩⲟ ⲉⲣⲟⲥ ⲉⲧⲉⲧⲛⲉⲓⲣⲉ ⲙⲡⲡⲉⲑⲟⲟⲩ
18 ଯେଣୁ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ;
ⲓ̅ⲏ̅ϫⲉ ⲡⲉⲭⲥ ⲁϥⲙⲟⲩ ⲛⲟⲩⲥⲟⲡ ϩⲁ ⲛⲉⲛⲛⲟⲃⲉ ⲡⲇⲓⲕⲁⲓⲟⲥ ϩⲁⲛⲣⲉϥϫⲓ ⲛϭⲟⲛⲥ ϫⲉⲕⲁⲥ ⲉϥⲧⲉⲣⲉⲧⲛϩⲱⲛ ⲉϩⲟⲩⲛ ⲉⲡⲛⲟⲩⲧⲉ ⲉⲁϥⲙⲟⲩ ⲙⲛ ϩⲛ ⲧⲥⲁⲣⲝ ⲁϥⲱⲛϩ ⲇⲉ ϩⲙ ⲡⲉⲡⲛⲁ
19 ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ;
ⲓ̅ⲑ̅ϩⲙ ⲡⲁⲓ ⲉⲁϥⲃⲱⲕ ⲁϥⲧⲁϣⲉⲟⲉⲓϣ ⲛⲛⲉⲡⲛⲁ ⲉⲧϩⲙ ⲡⲉϣⲧⲉⲕⲟ
20 ପୂର୍ବକାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ, ଯେତେବେଳେ ଈଶ୍ବର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ, ଅର୍ଥାତ୍ ଆଠ ପ୍ରାଣୀ, ଜଳ ମଧ୍ୟ ଦେଇ ରକ୍ଷା ପାଇଲେ;
ⲕ̅ⲛⲁⲓ ⲛⲧⲁⲩⲣ ⲁⲧⲥⲱⲧⲙ ⲙⲡⲉⲓⲟⲩⲟⲉⲓϣ ⲉⲛⲉⲣⲉⲧⲙⲛⲧϩⲁⲣϣ ϩⲏⲧ ⲙⲡⲛⲟⲩⲧⲉ ⲕⲱ ⲉⲃⲟⲗ ϩⲛ ⲛⲉϩⲟⲟⲩ ⲛⲛⲱϩⲉ ⲉⲩⲧⲁⲙⲓⲟ ⲛⲧϭⲓⲃⲱⲧⲟⲥ ⲧⲁⲓ ⲛⲧⲁϩⲉⲛⲕⲟⲩⲓ ⲡⲱⲧ ⲉϩⲟⲩⲛ ⲉⲣⲟⲥ ⲁⲩⲟⲩϫⲁⲓ ⲉⲡⲙⲟⲟⲩ ⲉⲩⲙⲉϩ ϣⲙⲟⲩⲛⲉ ⲙⲯⲩⲭⲏ
21 ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ବରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା, ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି;
ⲕ̅ⲁ̅ⲕⲁⲧⲁ ⲡⲧⲩⲡⲟⲥ ⲙⲡⲃⲁⲡⲧⲓⲥⲙⲁ ⲉⲧⲟⲩϫⲟ ⲙⲙⲱⲧⲛ ⲧⲉⲛⲟⲩ ϩⲛ ⲟⲩⲉⲓⲱ ⲁⲛ ⲉⲃⲟⲗ ⲛϭⲟⲣϫⲉ ⲛⲧⲉ ⲧⲥⲁⲣⲝ ⲁⲗⲗⲁ ⲙⲡⲟⲩⲱϣⲃ ⲛⲧⲉⲩⲥⲩⲛⲉⲓⲇⲏⲥⲓⲥ ⲉⲧⲛⲁⲛⲟⲩⲥ ⲛⲁϩⲣⲙ ⲡⲛⲟⲩⲧⲉ ϩⲓⲧⲙ ⲡⲧⲱⲟⲩⲛ ⲛⲓⲏⲥ ⲡⲉⲭⲥ
22 ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି।
ⲕ̅ⲃ̅ⲡⲁⲓ ⲉⲧϩⲓ ⲟⲩⲛⲁⲙ ⲙⲡⲛⲟⲩⲧⲉ ⲉⲁϥⲃⲱⲕ ⲉϩⲣⲁⲓ ⲉⲧⲡⲉ ⲁⲛⲁⲅⲅⲉⲗⲟⲥ ϩⲩⲡⲟⲧⲁⲥⲥⲉ ⲛⲁϥ ⲙⲛ ⲛⲉⲝⲟⲩⲥⲓⲁ ⲙⲛ ⲛϭⲟⲙ