< ପ୍ରଥମ ରାଜାବଳୀ 22 >

1 ଏଥିଉତ୍ତାରେ ଅରାମ ଓ ଇସ୍ରାଏଲ ଯୁଦ୍ଧ ନ କରି ତିନି ବର୍ଷ ପର୍ଯ୍ୟନ୍ତ କ୍ଷାନ୍ତ ରହିଲେ।
Fún ọdún mẹ́ta kò sì sí ogun láàrín Aramu àti Israẹli.
2 ତହୁଁ ତୃତୀୟ ବର୍ଷରେ ଯିହୁଦାର ରାଜା ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କ ନିକଟକୁ ଆସିଲେ।
Ṣùgbọ́n ní ọdún kẹta, Jehoṣafati ọba Juda sọ̀kalẹ̀ lọ láti rí ọba Israẹli.
3 ଏଥିରେ ଇସ୍ରାଏଲର ରାଜା ଆପଣା ଦାସମାନଙ୍କୁ କହିଲେ, “ରାମୋତ୍‍-ଗିଲୀୟଦ ଯେ ଆମ୍ଭମାନଙ୍କର ଅଟେ, ଏହା କʼଣ ତୁମ୍ଭେମାନେ ଜାଣ ନାହିଁ? ତଥାପି ଆମ୍ଭେମାନେ ନୀରବ ହୋଇ ରହି ଅରାମର ରାଜା ହସ୍ତରୁ ତାହା ନେଉ ନାହୁଁ।”
Ọba Israẹli sì ti wí fún àwọn ìránṣẹ́ rẹ̀ pé, “Ǹjẹ́ ẹ̀yin mọ̀ pé ti wa ni Ramoti Gileadi, àwa sì dákẹ́ síbẹ̀, a kò sì gbà á padà lọ́wọ́ ọba Aramu?”
4 ପୁଣି, ସେ ଯିହୋଶାଫଟ୍‍ଙ୍କୁ କହିଲେ, “ତୁମ୍ଭେ କʼଣ ଯୁଦ୍ଧ କରିବା ପାଇଁ ମୋʼ ସଙ୍ଗେ ରାମୋତ୍‍-ଗିଲୀୟଦକୁ ଯିବ?” ତହିଁରେ ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କୁ କହିଲେ; “ମୁଁ ତୁମ୍ଭ ପରି, ମୋର ଲୋକ ତୁମ୍ଭ ଲୋକ ପରି, ମୋର ଅଶ୍ୱ ତୁମ୍ଭ ଅଶ୍ୱ ପରି।”
Ó sì béèrè lọ́wọ́ Jehoṣafati pé, “Ṣé ìwọ yóò bá mi lọ láti lọ bá Ramoti Gileadi jà?” Jehoṣafati sì dá ọba Israẹli lóhùn pé, “Èmi bí ìwọ, ènìyàn mi bí ènìyàn rẹ, ẹṣin mi bí ẹṣin rẹ.”
5 ଆହୁରି ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କୁ କହିଲେ, “ମୁଁ ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର।”
Ṣùgbọ́n Jehoṣafati sì tún wí fún ọba Israẹli pé, “Kọ́kọ́ béèrè lọ́wọ́ Olúwa.”
6 ତେବେ ଇସ୍ରାଏଲର ରାଜା ଭବିଷ୍ୟଦ୍‍ବକ୍ତାମାନଙ୍କର ଊଣାଧିକ ଚାରି ଶହ ଲୋକ ଏକତ୍ର କରି ସେମାନଙ୍କୁ ପଚାରିଲେ, “ମୁଁ ରାମୋତ୍‍-ଗିଲୀୟଦ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବି କି କ୍ଷାନ୍ତ ହେବି?” ତହୁଁ ସେମାନେ କହିଲେ, “ଯାଉନ୍ତୁ; କାରଣ ପ୍ରଭୁ ମହାରାଜାଙ୍କ ହସ୍ତରେ ତାହା ସମର୍ପଣ କରିବେ।”
Nígbà náà ni ọba Israẹli kó àwọn wòlíì jọ, bí irinwó ọkùnrin. Ó sì béèrè lọ́wọ́ wọn pé, “Ṣé kí n lọ sí Ramoti Gileadi lọ jagun, tàbí kí èmi kí ó jọ̀wọ́ rẹ̀?” Wọ́n sì dáhùn pé, “Lọ, nítorí tí Olúwa yóò fi lé ọba lọ́wọ́.”
7 ମାତ୍ର ଯିହୋଶାଫଟ୍‍ କହିଲେ, “ଏମାନଙ୍କ ବ୍ୟତୀତ ଯାହାକୁ ଆମ୍ଭେମାନେ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟଦ୍‍ବକ୍ତା କି କେହି ଏଠାରେ ନାହିଁ?”
Ṣùgbọ́n Jehoṣafati béèrè pé, “Ǹjẹ́ wòlíì Olúwa kan kò sí níhìn-ín, tí àwa ìbá béèrè lọ́wọ́ rẹ̀?”
8 ତହିଁରେ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଆଉ ଜଣେ ଅଛନ୍ତି, ଯାହା ଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରି ପାରୁ, ସେ ଇମ୍ଲର ପୁତ୍ର ମୀଖାୟ; ମାତ୍ର ମୁଁ ତାହାକୁ ଘୃଣା କରେ; କାରଣ ସେ ମୋʼ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ ନାହିଁ।” ତହୁଁ ଯିହୋଶାଫଟ୍‍ କହିଲେ, “ରାଜା ଏପରି ନ କହନ୍ତୁ।”
Ọba Israẹli dá Jehoṣafati lóhùn pé, “Ọkùnrin kan ṣì wà, lọ́dọ̀ ẹni tí àwa lè béèrè lọ́wọ́ Olúwa, ṣùgbọ́n mo kórìíra rẹ̀ nítorí kì í sọ àsọtẹ́lẹ̀ rere kan nípa mi, bí kò ṣe ibi. Mikaiah ọmọ Imla ni.” Jehoṣafati sì wí pé, “Kí ọba má ṣe sọ bẹ́ẹ̀.”
9 ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷଙ୍କୁ ଡାକି କହିଲେ, “ଇମ୍ଲର ପୁତ୍ର ମୀଖାୟକୁ ଶୀଘ୍ର ଆଣ।”
Bẹ́ẹ̀ ni ọba Israẹli sì pe ìránṣẹ́ kan, ó sì wí pé, “Lọ yára mú Mikaiah, ọmọ Imla wá.”
10 ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍‍ ଆପଣାମାନଙ୍କ ରାଜବସ୍ତ୍ର ପିନ୍ଧି ଶମରୀୟାର ଦ୍ୱାର-ପ୍ରବେଶ ସ୍ଥାନ ନିକଟବର୍ତ୍ତୀ ମେଲାରେ ଆପଣା ଆପଣା ସିଂହାସନରେ ବସିଥିଲେ; ଆଉ ସେମାନଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବକ୍ତା ସମସ୍ତେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଥିଲେ।
Ọba Israẹli àti Jehoṣafati ọba Juda jókòó lórí ìtẹ́ wọn, wọ́n wọ aṣọ ìgúnwà wọn ní ìta ẹnu ibodè Samaria, gbogbo àwọn wòlíì náà sì ń sọtẹ́lẹ̀ níwájú wọn.
11 ଆଉ କନାନାର ପୁତ୍ର ସିଦିକୀୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ଦ୍ୱାରା ଆପଣ ଅରାମୀୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ।”
Sedekiah ọmọ Kenaana sì ṣe ìwo irin fún ara rẹ̀, ó sì wí pé, “Báyìí ni Olúwa wí: ‘Wọ̀nyí ni ìwọ yóò fi kan àwọn ará Aramu títí ìwọ yóò fi run wọ́n.’”
12 ତହିଁରେ ସବୁ ଭବିଷ୍ୟଦ୍‍ବକ୍ତା ତଦ୍ରୂପ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲେ, “ରାମୋତ୍‍-ଗିଲୀୟଦକୁ ଯାଇ କୃତକାର୍ଯ୍ୟ ହେଉନ୍ତୁ; କାରଣ ସଦାପ୍ରଭୁ ତାହା ମହାରାଜଙ୍କ ହସ୍ତରେ ସମର୍ପଣ କରିବେ।”
Gbogbo àwọn wòlíì tókù sì ń sọtẹ́lẹ̀ ohun kan náà wí pé, “Kọlu Ramoti Gileadi, kí o sì ṣẹ́gun.” Wọ́n sì wí pé, “Nítorí tí Olúwa yóò fi lé ọba lọ́wọ́.”
13 ଯେଉଁ ଦୂତ ମୀଖାୟକୁ ଡାକିବାକୁ ଯାଇଥିଲା, ସେ ତାହାକୁ କହିଲା, “ଦେଖ, ଭବିଷ୍ୟଦ୍‍ବକ୍ତାମାନଙ୍କର ବାକ୍ୟ ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି; ମୁଁ ବିନୟ କରୁଅଛି, ତୁମ୍ଭର ବାକ୍ୟ ସେମାନଙ୍କର ଜଣକର ବାକ୍ୟ ତୁଲ୍ୟ ହେଉ, ଆଉ ତୁମ୍ଭେ ମଙ୍ଗଳର କଥା କୁହ।”
Ìránṣẹ́ tí ó lọ pe Mikaiah wí fún un pé, “Wò ó, ẹnu kan náà ni ọ̀rọ̀ àwọn wòlíì fi jẹ́ rere fún ọba. Jẹ́ kí ọ̀rọ̀ rẹ bá ti àwọn tókù mu, kí o sì sọ rere.”
14 ତହୁଁ ମୀଖାୟ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସଦାପ୍ରଭୁ ମୋତେ ଯାହା କହିବେ, ମୁଁ ତାହା ହିଁ କହିବି।”
Ṣùgbọ́n Mikaiah wí pé, “Bí Olúwa ti wà, ohun tí Olúwa bá sọ fún mi ni èmi yóò sọ fún un.”
15 ଏଉତ୍ତାରେ ମୀଖାୟ ରାଜାଙ୍କ ନିକଟକୁ ଆସନ୍ତେ, ରାଜା ତାହାକୁ କହିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମୋତ୍‍-ଗିଲୀୟଦକୁ ଯିବା କି କ୍ଷାନ୍ତ ହେବା?” ତହିଁରେ ସେ ଉତ୍ତର କଲା, “ଯାଉନ୍ତୁ, କୃତକାର୍ଯ୍ୟ ହେଉନ୍ତୁ; ସଦାପ୍ରଭୁ ତାହା ମହାରାଜଙ୍କ ହସ୍ତରେ ସମର୍ପଣ କରିବେ।”
Nígbà tí ó sì dé, ọba sì béèrè lọ́wọ́ rẹ̀ pé, “Mikaiah, ṣé kí a lọ bá Ramoti Gileadi jagun, tàbí kí a jọ̀wọ́ rẹ̀?” Ó sì dáhùn wí pé, “Lọ, kí o sì ṣẹ́gun, nítorí Olúwa yóò fi lé ọba lọ́wọ́.”
16 ତହୁଁ ରାଜା ତାହାକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନୁ ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେ ଥର ତୁମ୍ଭକୁ ଶପଥ କରାଇବି?”
Ọba sì wí fún un pé, “Ìgbà mélòó ni èmi yóò fi ọ bú pé kí o má ṣe sọ ohun kan fún mi bí kò ṣe òtítọ́ ní orúkọ Olúwa?”
17 ଏଥିରେ ସେ କହିଲା, “ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ଏମାନଙ୍କର କର୍ତ୍ତା ନାହିଁ; ଏମାନେ ପ୍ରତ୍ୟେକେ କୁଶଳରେ ଆପଣା ଆପଣା ଗୃହକୁ ଫେରି ଯାଉନ୍ତୁ।’”
Mikaiah sì dáhùn pé, “Mo rí gbogbo Israẹli túká kiri lórí àwọn òkè bí àgùntàn tí kò ní olùṣọ́, Olúwa sì wí pé, ‘Àwọn wọ̀nyí kò ní olúwa. Jẹ́ kí olúkúlùkù padà sí ilé rẹ̀ ní àlàáfíà.’”
18 ତହୁଁ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଏ ଆମ୍ଭ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମ୍ଭକୁ କହିଲି ନାହିଁ?”
Ọba Israẹli sì wí fún Jehoṣafati pé, “Ǹjẹ́ èmi kò sọ fún ọ pé kò sọ àsọtẹ́lẹ̀ ìre kan sí mi rí bí kò ṣe ibi?”
19 ପୁଣି, ମୀଖାୟ କହିଲା, “ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟଙ୍କୁ ଉଭା ହେବାର ଦେଖିଲି।
Mikaiah sì tún wí pé, “Nítorí náà gbọ́ ọ̀rọ̀ Olúwa. Mo rí Olúwa jókòó lórí ìtẹ́ rẹ̀ pẹ̀lú gbogbo ogun ọ̀run dúró ní apá ọ̀tún àti ní apá òsì rẹ̀.
20 ତହିଁରେ ସଦାପ୍ରଭୁ କହିଲେ, ‘ଆହାବ ଯେପରି ରାମୋତ୍‍-ଗିଲୀୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସଲାଇବ?’ ତହିଁରେ ଜଣେ ଏପ୍ରକାର, ଅନ୍ୟ ଜଣେ ସେପ୍ରକାର କହିଲେ।
Olúwa sì wí pé, ‘Ta ni yóò tan Ahabu láti kọlu Ramoti Gileadi? Kí ó sì tọ ikú rẹ̀ lọ níbẹ̀?’ “Ẹnìkan wí báyìí, ẹlòmíràn sì sọ òmíràn.
21 ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ‘ମୁଁ ତାହାକୁ ଫୁସଲାଇବି।’
Ẹ̀mí kan sì jáde wá, ó sì dúró níwájú Olúwa, ó sì wí pé, ‘Èmi yóò tàn án.’
22 ତହୁଁ ସଦାପ୍ରଭୁ ତାହାକୁ କହିଲେ, ‘କାହିଁରେ?’ ସେ କହିଲା, ‘ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି।’ ତେବେ ସେ କହିଲେ, ‘ତୁମ୍ଭେ ତାହାକୁ ଫୁସଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର।’
“Olúwa sì béèrè pé, ‘Báwo?’ “Ó sì wí pé, ‘Èmi yóò jáde lọ, èmi yóò sì di ẹ̀mí èké ní ẹnu gbogbo àwọn wòlíì rẹ̀.’ “Olúwa sì wí pé, ‘Ìwọ yóò tàn án, ìwọ yóò sì borí, jáde lọ, kí o sì ṣe bẹ́ẹ̀.’
23 ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି।”
“Bẹ́ẹ̀ ni Olúwa ti fi ẹ̀mí èké sí ẹnu gbogbo àwọn wòlíì rẹ wọ̀nyí. Olúwa sì ti sọ ibi sí ọ.”
24 ସେତେବେଳେ କନାନାର ପୁତ୍ର ସିଦିକୀୟ ନିକଟକୁ ଆସି ମୀଖାୟର ଗାଲରେ ଚାପୁଡ଼ା ମାରି କହିଲା, “ସଦାପ୍ରଭୁଙ୍କ ଆତ୍ମା ତୋତେ କହିବା ପାଇଁ ମୋʼ ଠାରୁ କେଉଁ ବାଟେ ଗଲେ?”
Nígbà náà ni Sedekiah ọmọ Kenaana sì dìde, ó sì gbá Mikaiah lójú, ó sì wí pé, “Ọ̀nà wo ni ẹ̀mí Olúwa gbà lọ kúrò lọ́dọ̀ mi láti bá ọ sọ̀rọ̀?”
25 ତହିଁରେ ମୀଖାୟ କହିଲା, “ଦେଖ, ଯେଉଁ ଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରିକି ଯିବ, ସେହି ଦିନ ତାହା ଜାଣିବ।”
Mikaiah sì dáhùn pé, “Ìwọ yóò ṣe ìwádìí ní ọjọ́ tí ìwọ yóò sá pamọ́ sínú ìyẹ̀wù.”
26 ପୁଣି, ଇସ୍ରାଏଲର ରାଜା କହିଲେ, “ମୀଖାୟକୁ ଧରି ନଗରାଧ୍ୟକ୍ଷ ଆମୋନ୍‍ର ଓ ରାଜପୁତ୍ର ଯୋୟାଶ୍‍ର ନିକଟକୁ ଫେରାଇ ନେଇଯାଅ;
Ọba Israẹli sì pàṣẹ pé, “Ẹ mú Mikaiah, kí ẹ sì mú un padà sọ́dọ̀ Amoni, olórí ìlú, àti sọ́dọ̀ Joaṣi ọmọ ọba
27 ପୁଣି, କୁହ, ‘ରାଜା ଏହି କଥା କହନ୍ତି, ଏଇଟାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରି ଆସିବା ପର୍ଯ୍ୟନ୍ତ ତାକୁ କେବଳ ଅଳ୍ପ ଅନ୍ନ ଓ ଅଳ୍ପ ଜଳ ଖୁଆଅ।’”
kí ẹ sì wí pé, ‘Báyìí ni ọba wí: Ẹ fi eléyìí sínú túbú, kí ẹ sì fi oúnjẹ ìpọ́njú àti omi ìpọ́njú bọ́ ọ, títí èmi yóò fi padà bọ̀ ní àlàáfíà.’”
28 ତହିଁରେ ମୀଖାୟ କହିଲା, “ଯଦି ତୁମ୍ଭେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋʼ ଦ୍ୱାରା କହି ନାହାନ୍ତି।” ଆହୁରି ସେ କହିଲା, “ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”
Mikaiah sì wí pé, “Bí ìwọ bá padà bọ̀ ní àlàáfíà, Olúwa kò ti ipa mi sọ̀rọ̀.” Ó sì tún wí pé, “Ẹ kíyèsi ọ̀rọ̀ mi, ẹ̀yin ènìyàn gbogbo!”
29 ଏଥିଉତ୍ତାରେ ଇସ୍ରାଏଲର ରାଜା ଓ ଯିହୁଦାର ଯିହୋଶାଫଟ୍‍ ରାଜା ରାମୋତ୍‍-ଗିଲୀୟଦକୁ ଗଲେ।
Bẹ́ẹ̀ ni ọba Israẹli àti Jehoṣafati ọba Juda gòkè lọ sí Ramoti Gileadi.
30 ପୁଣି, ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି; ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ। ଆଉ ଇସ୍ରାଏଲର ରାଜା ଛଦ୍ମବେଶ ଧରି ଯୁଦ୍ଧକୁ ଗଲେ।”
Ọba Israẹli sì wí fún Jehoṣafati pé, “Èmi yóò pa aṣọ dà, èmi yóò sì lọ sí ojú ìjà, ṣùgbọ́n ìwọ yóò wọ aṣọ ìgúnwà rẹ.” Bẹ́ẹ̀ ni ọba Israẹli pa aṣọ dà, ó sì lọ sí ojú ìjà.
31 ମାତ୍ର ଅରାମର ରାଜା ଆପଣାର ବତିଶ ରଥାଧ୍ୟକ୍ଷଙ୍କୁ ଆଜ୍ଞା ଦେଇ କହିଥିଲେ, “ତୁମ୍ଭେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର।”
Ọba Aramu ti pàṣẹ fún àwọn olórí kẹ̀kẹ́ rẹ̀ méjìlélọ́gbọ̀n wí pé, “Ẹ má ṣe bá ẹnìkankan jà, ẹni kékeré tàbí ẹni ńlá, bí kò ṣe ọba Israẹli nìkan.”
32 ଏହେତୁ ରଥାଧ୍ୟକ୍ଷମାନେ ଯିହୋଶାଫଟ୍‍ଙ୍କୁ ଦେଖି କହିଲେ, “ଏ ଅବଶ୍ୟ ଇସ୍ରାଏଲର ରାଜା; ଆଉ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ; ତହିଁରେ ଯିହୋଶାଫଟ୍‍ ଡାକ ପକାଇଲେ।”
Nígbà tí àwọn olórí kẹ̀kẹ́ sì rí Jehoṣafati, wọ́n sì wí pé, “Dájúdájú ọba Israẹli ni èyí.” Bẹ́ẹ̀ ni wọ́n yípadà láti bá a jà, ṣùgbọ́n nígbà tí Jehoṣafati sì kígbe sókè,
33 ତହୁଁ ସେ ଇସ୍ରାଏଲର ରାଜା ନୁହନ୍ତି ବୋଲି ରଥାଧ୍ୟକ୍ଷମାନେ ଦେଖି ତାଙ୍କୁ ଗୋଡ଼ାଇବାରୁ ଫେରିଗଲେ।
àwọn olórí kẹ̀kẹ́ sì rí i pé kì í ṣe ọba Israẹli, wọ́n sì padà kúrò lẹ́yìn rẹ̀.
34 ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ଇସ୍ରାଏଲ ରାଜାଙ୍କ ସାଞ୍ଜୁଆର ଯୋଡ଼ ମଧ୍ୟରେ ଆଘାତ କଲା; ତେଣୁ ସେ ଆପଣା ସାରଥିକୁ କହିଲେ, “ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ; କାରଣ ମୁଁ ଅତିଶୟ ଆଘାତ ପାଇଲି।”
Ṣùgbọ́n ẹnìkan sì fa ọrun rẹ̀ láìròtẹ́lẹ̀, ó sì ta ọba Israẹli láàrín ìpàdé ẹ̀wù irin. Ọba Israẹli sì wí fún olùtọ́jú kẹ̀kẹ́ rẹ̀ pé, “Yí ọwọ́ rẹ dà, kí o sì mú mi jáde kúrò nínú ogun. Èmi ti gbọgbẹ́.”
35 ସେଦିନ ଯୁଦ୍ଧ ପ୍ରବଳ ହେଲା; ପୁଣି, ଲୋକମାନେ ଅରାମୀୟମାନଙ୍କ ସମ୍ମୁଖରେ ରାଜାଙ୍କୁ ତାଙ୍କର ରଥରେ ଠିଆ କରି ରଖିଲେ, ଆଉ ସେ ସନ୍ଧ୍ୟା ବେଳେ ମଲେ; ପୁଣି, ତାଙ୍କର କ୍ଷତର ରକ୍ତ ରଥ ଗର୍ଭରେ ବହି ପଡ଼ିଲା।
Ogun náà sì le ní ọjọ́ náà, a sì dá ọba dúró nínú kẹ̀kẹ́ kọjú sí àwọn ará Aramu. Ẹ̀jẹ̀ sì sàn jáde láti inú ọgbẹ́ rẹ̀ sí àárín kẹ̀kẹ́ náà, ó sì kú ní àṣálẹ́.
36 “ଆଉ ପ୍ରତ୍ୟେକେ ଆପଣା ନଗରକୁ ଓ ଆପଣା ଦେଶକୁ ଯାଅ,” ଏହି ଡାକ ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସୈନ୍ୟମାନଙ୍କର ସର୍ବତ୍ର ବ୍ୟାପିଗଲା।
A sì kéde la ibùdó já ní àkókò ìwọ̀-oòrùn wí pé, “Olúkúlùkù sí ìlú rẹ̀ àti olúkúlùkù sí ilẹ̀ rẹ̀!”
37 ଏହିରୂପେ ରାଜା ମଲେ ଓ ଶମରୀୟାକୁ ଅଣାଗଲେ; ପୁଣି, ଲୋକମାନେ ରାଜାଙ୍କୁ ଶମରୀୟାରେ କବର ଦେଲେ।
Bẹ́ẹ̀ ni ọba kú, a sì gbé e wá sí Samaria, wọ́n sì sin ín ní Samaria.
38 ଆଉ ସେମାନେ ଶମରୀୟାର ପୁଷ୍କରିଣୀ ନିକଟରେ ରଥ ଧୋଇଲେ; ତହିଁରେ ସଦାପ୍ରଭୁଙ୍କ ଉକ୍ତ ବାକ୍ୟାନୁସାରେ କୁକ୍କୁରମାନେ ତାଙ୍କର ରକ୍ତ ଚାଟି ଖାଇଲେ। ଏହି ସ୍ଥାନରେ ବେଶ୍ୟାମାନେ ସ୍ନାନ କରନ୍ତି।
Wọ́n sì wẹ kẹ̀kẹ́ náà ní adágún Samaria, àwọn ajá sì lá ẹ̀jẹ̀ rẹ̀, àwọn àgbèrè sì wẹ ara wọn nínú rẹ̀ gẹ́gẹ́ bí ọ̀rọ̀ Olúwa ti sọ.
39 ଏହି ଆହାବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ନିର୍ମିତ ହସ୍ତୀଦନ୍ତମୟ ଗୃହ ଓ ଯେ ଯେ ନଗର ସେ ନିର୍ମାଣ କରିଥିଲେ, ତାହାସବୁ କʼଣ ଇସ୍ରାଏଲ ରାଜାଗଣଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ?
Ní ti ìyókù ìṣe Ahabu, àti gbogbo èyí tí ó ṣe, àti ilé eyín erin tí ó kọ́, àti gbogbo ìlú tí ó tẹ̀dó, a kò ha kọ wọ́n sínú ìwé ọ̀rọ̀ ọjọ́ àwọn ọba Israẹli?
40 ଏହିରୂପେ ଆହାବଙ୍କ ମୃତ୍ୟୁ ପରେ ଓ ତାହାଙ୍କ ପୁତ୍ର ଅହସୀୟ ତାହାଙ୍କ ପଦରେ ରାଜ୍ୟ କଲେ।
Ahabu sì sùn pẹ̀lú àwọn baba rẹ̀. Ahasiah ọmọ rẹ̀ sì jẹ ọba ní ipò rẹ̀.
41 ଇସ୍ରାଏଲର ରାଜା ଆହାବଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ଆସାଙ୍କର ପୁତ୍ର ଯିହୋଶାଫଟ୍‍ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ।
Jehoṣafati ọmọ Asa, sì bẹ̀rẹ̀ sí ní jẹ ọba lórí Juda ní ọdún kẹrin Ahabu ọba Israẹli.
42 ରାଜ୍ୟ କରିବାର ଆରମ୍ଭରେ ଯିହୋଶାଫଟ୍‍ଙ୍କର ବୟସ ପଞ୍ଚତିରିଶ ବର୍ଷ ହୋଇଥିଲା ଓ ସେ ଯିରୂଶାଲମରେ ପଚିଶ ବର୍ଷ ରାଜ୍ୟ କଲେ। ତାଙ୍କର ମାତାର ନାମ ଅସୂବା, ସେ ଶିଲ୍‍ହିର କନ୍ୟା।
Jehoṣafati sì jẹ́ ẹni ọdún márùndínlógójì nígbà tí ó bẹ̀rẹ̀ sí ń jẹ ọba ní ọdún mẹ́ẹ̀ẹ́dọ́gbọ̀n ní Jerusalẹmu. Orúkọ ìyá rẹ̀ ni Asuba ọmọbìnrin Silihi.
43 ଯିହୋଶାଫଟ୍‍ ଆପଣା ପିତା ଆସାଙ୍କର ସମସ୍ତ ପଥରେ ଚାଲିଲେ; ସେ ତହିଁରୁ ବିମୁଖ ନ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କଲେ; ତଥାପି ଉଚ୍ଚସ୍ଥଳୀମାନ ଉଚ୍ଛିନ୍ନ ନୋହିଲା; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
Ó sì rìn nínú gbogbo ọ̀nà Asa baba rẹ̀, kò sì yípadà kúrò nínú rẹ̀; ó sì ṣe èyí tí ó tọ́ ní ojú Olúwa. Kìkì àwọn ibi gíga ni a kò mú kúrò, àwọn ènìyàn sì ń rú ẹbọ, wọ́n sì ń sun tùràrí níbẹ̀.
44 ପୁଣି, ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କ ସଙ୍ଗେ ସନ୍ଧି ସ୍ଥାପନ କଲେ।
Jehoṣafati sì wà ní àlàáfíà pẹ̀lú ọba Israẹli.
45 ଏହି ଯିହୋଶାଫଟ୍‍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ପ୍ରକାଶିତ ପରାକ୍ରମ ଓ ସେ କି ପ୍ରକାର ଯୁଦ୍ଧ କଲେ, ତାହାସବୁ କʼଣ ଯିହୁଦାର ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ?
Ní ti ìyókù ìṣe Jehoṣafati àti ìṣe agbára rẹ̀ tí ó ṣe, àti bí ó ti jagun sí, a kò ha kọ wọ́n sínú ìwé ọ̀rọ̀ ọjọ́ àwọn ọba Juda?
46 ତାଙ୍କର ପିତା ଆସାଙ୍କର ସମୟରେ ଯେଉଁ ସଦୋମୀମାନେ ଅବଶିଷ୍ଟ ରହିଥିଲେ, ସେମାନଙ୍କୁ ସେ ଦେଶରୁ ଦୂର କରିଦେଲେ।
Ó pa ìyókù àwọn ọkùnrin alágbèrè ojúbọ òrìṣà ní ọjọ́ Asa baba rẹ̀ run kúrò ní ilẹ̀ náà.
47 ସେହି ସମୟରେ ଇଦୋମରେ କେହି ରାଜା ନ ଥିଲା; ଜଣେ ପ୍ରତିନିଧି ରାଜ୍ୟ କଲା।
Nígbà náà kò sí ọba ní Edomu; adelé kan ni ọba.
48 ଯିହୋଶାଫଟ୍‍ ସୁନା ପାଇଁ ଓଫୀରକୁ ଯିବା ସକାଶେ ତର୍ଶୀଶର ଜାହାଜମାନ ନିର୍ମାଣ କଲେ; ମାତ୍ର ତାହାସବୁ ଗଲା ନାହିଁ; କାରଣ ଇତ୍‍ସିୟୋନ-ଗେବରରେ ଜାହାଜମାନ ଭାଙ୍ଗିଗଲା।
Jehoṣafati kan ọkọ̀ Tarṣiṣi láti lọ sí Ofiri fún wúrà, ṣùgbọ́n wọn kò lọ, nítorí àwọn ọkọ̀ náà fọ́ ní Esioni-Geberi.
49 ତେବେ ଆହାବଙ୍କର ପୁତ୍ର ଅହସୀୟ ଯିହୋଶାଫଟ୍‍ଙ୍କୁ କହିଲେ, “ମୋʼ ଦାସମାନେ ତୁମ୍ଭ ଦାସମାନଙ୍କ ସଙ୍ଗେ ଜାହାଜରେ ଯାଉନ୍ତୁ।” ମାତ୍ର ଯିହୋଶାଫଟ୍‍ ସମ୍ମତ ହେଲେ ନାହିଁ।
Ní ìgbà náà Ahasiah ọmọ Ahabu wí fún Jehoṣafati pé, “Jẹ́ kí àwọn ìránṣẹ́ mi bá àwọn ìránṣẹ́ rẹ lọ nínú ọkọ̀,” ṣùgbọ́n Jehoṣafati kọ̀.
50 ଏଥିଉତ୍ତାରେ ଯିହୋଶାଫଟ୍‍ ଆପଣା ପିତୃଗଣ ସହିତ ଶୟନ କରି ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଲୋକଙ୍କ ସହିତ କବରପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଯିହୋରାମ୍‍ ତାଙ୍କର ପଦରେ ରାଜ୍ୟ କଲେ।
Nígbà náà ni Jehoṣafati sùn pẹ̀lú àwọn baba rẹ̀, a sì sin ín pẹ̀lú àwọn baba rẹ̀ ní ìlú Dafidi, baba rẹ. Jehoramu ọmọ rẹ̀ sì jẹ ọba ní ipò rẹ̀.
51 ଯିହୁଦାର ରାଜା ଯିହୋଶାଫଟ୍‍ଙ୍କ ରାଜତ୍ଵର ସତର ବର୍ଷରେ ଆହାବଙ୍କର ପୁତ୍ର ଅହସୀୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜ୍ୟ କଲେ।
Ahasiah ọmọ Ahabu bẹ̀rẹ̀ sí jẹ ọba lórí Israẹli ní Samaria ní ọdún kẹtàdínlógún Jehoṣafati ọba Juda, ó sì jẹ ọba ní ọdún méjì lórí Israẹli.
52 ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ସେ ଆପଣା ପିତାଙ୍କର ପଥରେ ଓ ଆପଣା ମାତାର ପଥରେ ଓ ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପଥରେ ଚାଲିଲେ।
Ó sì ṣe búburú níwájú Olúwa, nítorí tí ó rìn ní ọ̀nà baba rẹ̀, àti ní ọ̀nà ìyá rẹ̀, àti ní ọ̀nà Jeroboamu ọmọ Nebati, tí ó mú Israẹli dẹ́ṣẹ̀.
53 ପୁଣି, ସେ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ବାଲ୍‍ର ସେବା ଓ ପୂଜା କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତ କଲେ।
Ó sì sin Baali, ó sì ń bọ Baali, ó sì mú Olúwa, Ọlọ́run Israẹli bínú, gẹ́gẹ́ bí i baba rẹ̀ ti ṣe.

< ପ୍ରଥମ ରାଜାବଳୀ 22 >