< ପ୍ରଥମ ରାଜାବଳୀ 21 >

1 ଏଉତ୍ତାରେ ଏହିପରି ଘଟିଲା; ଯିଷ୍ରିୟେଲରେ ଶମରୀୟାର ରାଜା ଆହାବଙ୍କର ଅଟ୍ଟାଳିକା ସନ୍ନିକଟରେ ଯିଷ୍ରିୟେଲୀୟ ନାବୋତର ଖଣ୍ଡେ ଦ୍ରାକ୍ଷାକ୍ଷେତ୍ର ଥିଲା।
Ó sì ṣe lẹ́yìn nǹkan wọ̀nyí Naboti ará Jesreeli sì ní ọgbà àjàrà kan ní Jesreeli, ní ẹ̀gbẹ́ ààfin Ahabu ọba Samaria.
2 ଏଣୁ ଆହାବ ନାବୋତକୁ କହିଲେ, “ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ, ମୁଁ ତାହା ଶାକକ୍ଷେତ୍ର କରିବି, କାରଣ ତାହା ମୋʼ ଗୃହ ନିକଟରେ ଅଛି; ଆଉ ମୁଁ ତହିଁ ବଦଳେ ତୁମ୍ଭକୁ ତହିଁରୁ ଉତ୍ତମ ଏକ ଦ୍ରାକ୍ଷାକ୍ଷେତ୍ର ଦେବି; ଯଦି ତୁମ୍ଭକୁ ଭଲ ଦେଖାଯାଏ, ମୁଁ ରୂପା-ମୁଦ୍ରାରେ ତହିଁର ମୂଲ୍ୟ ତୁମ୍ଭକୁ ଦେବି।”
Ahabu sì wí fún Naboti pé, “Fún mi ní ọgbà àjàrà rẹ, kí èmi kí ó fi ṣe ọgbà-ewébẹ̀, nítorí tí ó súnmọ́ tòsí ilé mi, èmi yóò sì fún ọ ní ọgbà àjàrà tí ó sàn jù ú lọ dípò rẹ̀; tàbí bí ó bá sì dára ní ojú rẹ, èmi yóò fi iye owó rẹ̀ fún ọ.”
3 ଏଥିରେ ନାବୋତ ଆହାବଙ୍କୁ କହିଲା, “ମୁଁ ଯେ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି, ଏହା ସଦାପ୍ରଭୁ ନ କରନ୍ତୁ।”
Ṣùgbọ́n Naboti wí fún Ahabu pé, “Olúwa má jẹ́ kí èmi fi ogún àwọn baba mi fún ọ.”
4 ତହୁଁ ଆହାବ ଯିଷ୍ରିୟେଲୀୟ ନାବୋତର ଉକ୍ତ କଥା ସକାଶୁ ବିଷଣ୍ଣ ଓ ଅତୁଷ୍ଟ ହୋଇ ଆପଣା ଗୃହକୁ ଆସିଲେ; କାରଣ ନାବୋତ କହିଥିଲା ଯେ, “ମୁଁ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି ନାହିଁ।” ଏଣୁ ଆହାବ ଆପଣା ମୁଖ ଫେରାଇ ଶଯ୍ୟାରେ ପଡ଼ି ଭୋଜନ କରିବାକୁ ଅସମ୍ମତ ହେଲେ।
Ahabu sì wá sí ilé rẹ̀, ó wugbọ́, inú rẹ̀ sì bàjẹ́ nítorí ọ̀rọ̀ tí Naboti ará Jesreeli sọ fún un; nítorí tí ó wí pé, “Èmi kì yóò fún ọ ní ogún àwọn baba mi.” Ó sì dùbúlẹ̀ lórí ibùsùn rẹ̀, ó sì yí ojú rẹ̀ padà, kò sì fẹ́ jẹun.
5 ମାତ୍ର ତାଙ୍କ ଭାର୍ଯ୍ୟା ଈଷେବଲ୍‍ ତାଙ୍କ ନିକଟକୁ ଆସି କହିଲା, “ତୁମ୍ଭ ମନ କାହିଁକି ଏଡ଼େ ଦୁଃଖିତ ଯେ, ତୁମ୍ଭେ ଭୋଜନ କରୁ ନାହଁ?”
Jesebeli aya rẹ̀ sì tọ̀ ọ́ wá, ó sì béèrè lọ́wọ́ rẹ̀ pé, “Èéṣe tí inú rẹ fi bàjẹ́, èéṣe tí ìwọ kò sì jẹun?”
6 ତହିଁରେ ସେ ତାହାକୁ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭେ ରୂପା ମୁଦ୍ରା ନେଇ ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ; ଅବା ଯେବେ ତୁମ୍ଭର ସନ୍ତୋଷ ହୁଏ, ତେବେ ମୁଁ ତୁମ୍ଭକୁ ତହିଁ ବଦଳେ ଆଉ ଏକ ଦ୍ରାକ୍ଷାକ୍ଷେତ୍ର ଦେବି,” ମାତ୍ର ସେ ଉତ୍ତର କଲା, “ମୁଁ ତୁମ୍ଭକୁ ଆପଣା ଦ୍ରାକ୍ଷାକ୍ଷେତ୍ର ଦେବି ନାହିଁ।”
Ó sì dá a lóhùn pé, “Nítorí tí mo wí fún Naboti ará Jesreeli pé, ‘Ta ọgbà àjàrà rẹ fún mi, tàbí bí ó bá wù ọ́, èmi yóò fún ọ ní ọgbà àjàrà mìíràn ní ipò rẹ̀.’ Ṣùgbọ́n ó wí pé, ‘Èmi kì yóò fún ọ ní ọgbà àjàrà mi.’”
7 ତହୁଁ ତାଙ୍କର ଭାର୍ଯ୍ୟା ଈଷେବଲ୍‍ ତାଙ୍କୁ କହିଲା, “ତୁମ୍ଭେ କʼଣ ଏବେ ଇସ୍ରାଏଲର ରାଜ୍ୟ ଉପରେ କର୍ତ୍ତୃତ୍ୱ କରୁ ନାହଁ? ଉଠ, ଭୋଜନ କର ଓ ତୁମ୍ଭ ମନ ଆନନ୍ଦିତ ହେଉ; ମୁଁ ତୁମ୍ଭକୁ ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଦେବି।”
Jesebeli aya rẹ̀ sì wí pé, “Ṣé báyìí ni ìwọ yóò ṣe ṣe bí ọba lórí Israẹli? Dìde, jẹun! Kí o sì jẹ́ kí inú rẹ̀ dùn. Èmi yóò sì fún ọ ní ọgbà àjàrà Naboti ará Jesreeli.”
8 ତହୁଁ ସେ ଆହାବଙ୍କ ନାମରେ ପତ୍ର ଲେଖି ଓ ତାଙ୍କର ମୁଦ୍ରାରେ ମୁଦ୍ରାଙ୍କିତ କରି ନାବୋତର ନଗରସ୍ଥ ଓ ତାହାର ପ୍ରତିବାସୀ ପ୍ରାଚୀନ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲା।
Bẹ́ẹ̀ ni ó kọ̀wé ní orúkọ Ahabu, ó sì fi èdìdì rẹ̀ dì í, ó sì fi ìwé náà ránṣẹ́ sí àwọn àgbàgbà àti àwọn ọlọ́lá tí ó ń gbé ní ìlú Naboti pẹ̀lú rẹ̀.
9 ପୁଣି, ସେହି ପତ୍ରରେ ସେ ଏହା ଲେଖିଥିଲା, ଯଥା, ଉପବାସର ଘୋଷଣା କର ଓ ଲୋକମାନଙ୍କ ମଧ୍ୟରେ ନାବୋତକୁ ଉଚ୍ଚସ୍ଥାନରେ ବସାଅ;
Nínú àwọn ìwé náà, ó kọ pé, “Ẹ kéde àwẹ̀, kí ẹ sì fi Naboti sí ipò ọlá láàrín àwọn ènìyàn.
10 ଆଉ ତାହା ସମ୍ମୁଖରେ ଦୁଇଗୋଟି ଦୁଷ୍ଟ ମନୁଷ୍ୟକୁ ବସାଅ ଓ ସେମାନେ ତାହା ବିରୁଦ୍ଧରେ ସାକ୍ଷ୍ୟ ଦେଇ କହନ୍ତୁ, ତୁମ୍ଭେ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛ। ତହିଁ ଉତ୍ତାରେ ତାହାକୁ ବାହାରକୁ ନେଇ ପ୍ରସ୍ତରାଘାତ କରି ବଧ କର।
Ṣùgbọ́n kí ẹ fi ènìyàn méjì, ẹni búburú síwájú rẹ̀ láti jẹ́rìí sí i wí pé, ó bú Ọlọ́run àti ọba. Nígbà náà ni kí ẹ mú u jáde, kí ẹ sì sọ ọ́ ní òkúta pa.”
11 ତହୁଁ ନାବୋତର ନଗରସ୍ଥ ଲୋକମାନଙ୍କୁ, ଅର୍ଥାତ୍‍, ତାହାର ନଗର ନିବାସୀ ପ୍ରାଚୀନ ଓ ପ୍ରଧାନବର୍ଗଙ୍କୁ ଈଷେବଲ୍‍ ଯେପରି କହି ପଠାଇଥିଲା ଓ ତାହାର ପ୍ରେରିତ ପତ୍ରରେ ଯେପରି ଲେଖାଥିଲା, ତଦନୁସାରେ ସେମାନେ କର୍ମ କଲେ।
Bẹ́ẹ̀ ni àwọn àgbàgbà àti àwọn ọlọ́lá tí wọ́n ń ṣe ará ìlú Naboti sì ṣe gẹ́gẹ́ bí ìwé tí Jesebeli kọ ránṣẹ́ sí wọn.
12 ସେମାନେ ଉପବାସର ଘୋଷଣା କଲେ ଓ ନାବୋତକୁ ଲୋକମାନଙ୍କ ମଧ୍ୟରେ ଉଚ୍ଚସ୍ଥାନରେ ବସାଇଲେ।
Wọ́n sì kéde àwẹ̀, wọ́n sì fi Naboti sí ipò ọlá láàrín àwọn ènìyàn.
13 ଆଉ ଦୁଇଗୋଟି ଦୁଷ୍ଟ ମନୁଷ୍ୟ ଆସି ତାହା ସମ୍ମୁଖରେ ବସିଲେ; ପୁଣି, ସେହି ପାପାଧମ ମନୁଷ୍ୟମାନେ ଲୋକମାନଙ୍କ ସାକ୍ଷାତରେ ନାବୋତ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଲେ, “ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛି।” ତହୁଁ ସେମାନେ ତାହାକୁ ନଗରର ବାହାରକୁ ନେଇଯାଇ ପ୍ରସ୍ତରାଘାତ କରି ବଧ କଲେ।
Bẹ́ẹ̀ ni àwọn ọkùnrin méjì sì dé, àwọn ẹni búburú, wọ́n sì jókòó síwájú rẹ̀, wọ́n sì jẹ́rìí lòdì sí Naboti níwájú àwọn ènìyàn wí pé, “Naboti ti bú Ọlọ́run àti ọba.” Nígbà náà ni wọ́n mú jáde kúrò ní ìlú, wọ́n sì sọ ọ́ ní òkúta pa.
14 ତହିଁ ଉତ୍ତାରେ ସେମାନେ ଈଷେବଲ୍‍ ନିକଟକୁ କହି ପଠାଇଲେ, ନାବୋତ ପ୍ରସ୍ତରାଘାତରେ ମରିଅଛି।
Nígbà náà ni wọ́n ránṣẹ́ sí Jesebeli wí pé, “A ti sọ Naboti ní òkúta, ó sì kú.”
15 ଏଥିରେ ଈଷେବଲ୍‍, ପ୍ରସ୍ତରାଘାତରେ ନାବୋତର ମରିଥିବା ବିଷୟ ଶୁଣନ୍ତେ, ଈଷେବଲ୍‍ ଆହାବଙ୍କୁ କହିଲା, “ଉଠ, ଯିଷ୍ରିୟେଲୀୟ ନାବୋତ ରୂପା-ମୁଦ୍ରାରେ ତୁମ୍ଭକୁ ଯେଉଁ ଦ୍ରାକ୍ଷାକ୍ଷେତ୍ର ଦେବାକୁ ମନା କଲା, ତାହା ଅଧିକାରରେ ଆଣ; କାରଣ ନାବୋତ ଜୀବିତ ନାହିଁ, ମାତ୍ର ମଲାଣି।”
Bí Jesebeli sì ti gbọ́ pé, a ti sọ Naboti ní Òkúta pa, ó sì wí fún Ahabu pé, “Dìde! Kí o sì jogún ọgbà àjàrà Naboti, ará Jesreeli, tí ó kọ̀ láti tà fún ọ kò sí láààyè mọ́, ó ti kú.”
16 ସେତେବେଳେ ଆହାବ ନାବୋତର ମରଣ କଥା ଶୁଣନ୍ତେ, ଆହାବ ଉଠି ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଅଧିକାରରେ ଆଣିବା ପାଇଁ ଗଲେ।
Nígbà tí Ahabu sì gbọ́ pé Naboti ti kú, ó sì dìde, ó sì sọ̀kalẹ̀ lọ láti jogún ọgbà àjàrà Naboti.
17 ଏଥିଉତ୍ତାରେ ତିଶ୍‍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା,
Nígbà náà ni ọ̀rọ̀ Olúwa sì tọ Elijah ará Tiṣibi wá wí pé,
18 ଉଠ, ଶମରୀୟା-ନିବାସୀ ଇସ୍ରାଏଲର ରାଜା ଆହାବ ସଙ୍ଗେ ସାକ୍ଷାତ କରିବାକୁ ଯାଅ; ଦେଖ, ସେ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି, ସେ ତାହା ଅଧିକାରରେ ଆଣିବା ପାଇଁ ସେସ୍ଥାନକୁ ଯାଇଅଛି।
“Sọ̀kalẹ̀ lọ láti lọ pàdé Ahabu ọba Israẹli, tí ó wà ní Samaria. Ó wà ní ọgbà àjàrà Naboti báyìí, níbi tí ó sọ̀kalẹ̀ lọ láti jogún rẹ̀.
19 ଏହେତୁ ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ୍‍ କରିଅଛ?” ଆହୁରି ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକ୍କୁରମାନେ ନାବୋତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକ୍କୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ।”
Sọ fún un pé, ‘Báyìí ni Olúwa wí: Ǹjẹ́ ìwọ kò ti pa ènìyàn, o sì ti fi agbára gba ogún rẹ̀?’ Nígbà náà ni kí o wí fún un pé, ‘Báyìí ni Olúwa wí: Níbi tí ajá gbé lá ẹ̀jẹ̀ Naboti, ni àwọn ajá yóò lá ẹ̀jẹ̀ rẹ, àní tìrẹ!’”
20 ତହିଁରେ ଆହାବ ଏଲୀୟଙ୍କୁ କହିଲେ, “ହେ ମୋହର ଶତ୍ରୁ, ତୁମ୍ଭେ କʼଣ ମୋତେ ପାଇଲ?” ତହୁଁ ସେ ଉତ୍ତର କଲେ, “ମୁଁ ତୁମ୍ଭକୁ ପାଇଲି; ଯେହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ତୁମ୍ଭେ ଆପଣାକୁ ବିକ୍ରି କରିଅଛ।
Ahabu sì wí fún Elijah pé, “Ìwọ ti rí mi, ìwọ ọ̀tá mi!” Ó sì dáhùn wí pé, “Èmi ti rí ọ, nítorí tí ìwọ ti tan ara rẹ láti ṣe búburú níwájú Olúwa.
21 ଦେଖ, ମୁଁ ତୁମ୍ଭ ପ୍ରତି ଅମଙ୍ଗଳ ଘଟାଇବି ଓ ତୁମ୍ଭକୁ ନିଃଶେଷ ରୂପେ ବିନାଶ କରିବି, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଆହାବଠାରୁ ଉଚ୍ଛିନ୍ନ କରିବି।
‘Èmi yóò mú ibi wá sórí rẹ. Èmi yóò sì mú ìran rẹ kúrò, èmi yóò sì ké kúrò lọ́dọ̀ Ahabu gbogbo ọmọdé ọkùnrin, àti ọmọ ọ̀dọ̀, àti òmìnira ní Israẹli.
22 ପୁଣି, ତୁମ୍ଭେ ଯେଉଁ ବିରକ୍ତିଜନକ କର୍ମ ଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲକୁ ପାପ କରାଇଅଛ, ତହିଁ ନିମନ୍ତେ ମୁଁ ତୁମ୍ଭ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବି।
Èmi yóò ṣe ilé rẹ bí ilé Jeroboamu, ọmọ Nebati, àti bí ilé Baaṣa, ọmọ Ahijah, nítorí ìwọ ti mú mi bínú, ìwọ sì ti mú Israẹli ṣẹ̀.’
23 ଆଉ ଈଷେବଲ୍‍ ବିଷୟରେ ମଧ୍ୟ ସଦାପ୍ରଭୁ କହୁଅଛନ୍ତି, ଯିଷ୍ରିୟେଲର ଗଡ଼-ପାଚେରୀ ନିକଟରେ କୁକ୍କୁରମାନେ ଈଷେବଲ୍‍କୁ ଖାଇବେ।”
“Àti ní ti Jesebeli pẹ̀lú Olúwa wí pé, ‘Àwọn ajá yóò jẹ Jesebeli nínú yàrá Jesreeli.’
24 ଆହାବର ଯେଉଁ ଲୋକ ନଗରରେ ମରିବ, କୁକ୍କୁରମାନେ ତାହାକୁ ଖାଇବେ; ପୁଣି, ଯେଉଁ ଲୋକ କ୍ଷେତ୍ରରେ ମରିବ, ଆକାଶର ପକ୍ଷୀଗଣ ତାହାକୁ ଖାଇବେ।
“Àwọn ajá yóò jẹ ẹni Ahabu tí ó kú ní ìlú, àwọn ẹyẹ ojú ọ̀run yóò jẹ àwọn ẹni tí ó kú ní igbó.”
25 ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଈଷେବଲ୍‍ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ।
(Kò sí ẹnìkan bí Ahabu tí ó ta ara rẹ̀ láti ṣe búburú níwájú Olúwa, ẹni tí Jesebeli aya rẹ̀ ń tì.
26 ସଦାପ୍ରଭୁ ଯେଉଁ ଇମୋରୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରିଦେଲେ, ସେମାନଙ୍କ ସମସ୍ତ କ୍ରିୟାନୁସାରେ ସେ ପ୍ରତିମାଗଣର ଅନୁଗାମୀ ହୋଇ ଅତିଶୟ ଘୃଣାଯୋଗ୍ୟ କର୍ମ କଲେ।
Ó sì ṣe ohun ìríra gidigidi ní tí tọ òrìṣà lẹ́yìn, gẹ́gẹ́ bí gbogbo ohun tí àwọn ará Amori ti ṣe, tí Olúwa lé jáde níwájú àwọn ọmọ Israẹli.)
27 ଆହାବ ଏହିସବୁ କଥା ଶୁଣନ୍ତେ, ଆପଣା ବସ୍ତ୍ର ଚିରିଲେ ଓ ଆପଣା ଦେହରେ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ପୁଣି, ଧୀରେ ଧୀରେ ଚାଲିଲେ।
Nígbà tí Ahabu sì gbọ́ àwọn ọ̀rọ̀ wọ̀nyí, ó sì fa aṣọ rẹ̀ ya, ó sì fi aṣọ ọ̀fọ̀ sí ara rẹ̀, ó sì gbààwẹ̀. Ó sì dùbúlẹ̀ nínú aṣọ ọ̀fọ̀, ó sì ń lọ jẹ́ẹ́.
28 ତହୁଁ ତିଶ୍‍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା,
Nígbà náà ni ọ̀rọ̀ Olúwa sì tọ Elijah ará Tiṣibi wá wí pé,
29 ଆହାବ ଆମ୍ଭ ସାକ୍ଷାତରେ କିପରି ଆପଣାକୁ ନମ୍ର କରୁଅଛି, “ଏହା କି ତୁମ୍ଭେ ଦେଖୁଅଛ? ସେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବା ହେତୁ ଆମ୍ଭେ ତାହାର ସମୟରେ ସେହି ଅମଙ୍ଗଳ ଘଟାଇବା ନାହିଁ; ମାତ୍ର ତାହାର ପୁତ୍ରର ସମୟରେ ତାହାର ବଂଶ ପ୍ରତି ଏହି ଅମଙ୍ଗଳ ଘଟାଇବା।”
“Ǹjẹ́ ìwọ ti rí bí Ahabu ti rẹ̀ ara rẹ̀ sílẹ̀ níwájú mi? Nítorí tí ó ti rẹ̀ ara rẹ̀ sílẹ̀, èmi kì yóò mú ibi náà wá ní ọjọ́ rẹ, ṣùgbọ́n èmi yóò mú u wá sí ilé rẹ̀ ní ọjọ́ ọmọ rẹ̀.”

< ପ୍ରଥମ ରାଜାବଳୀ 21 >