< ପ୍ରଥମ ରାଜାବଳୀ 2 >

1 ଏଥିଉତ୍ତାରେ ଦାଉଦଙ୍କର ମରଣକାଳ ସନ୍ନିକଟ ହୁଅନ୍ତେ, ସେ ଆପଣା ପୁତ୍ର ଶଲୋମନଙ୍କୁ ଆଜ୍ଞା ଦେଇ କହିଲେ,
Nígbà tí ọjọ́ ikú Dafidi súnmọ́ etílé, ó pàṣẹ fún Solomoni ọmọ rẹ̀.
2 “ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି; ଏହେତୁ ତୁମ୍ଭେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର।
Ó sì wí pé, “Èmi ti fẹ́ lọ sí ọ̀nà gbogbo ayé, nítorí náà jẹ́ alágbára kí o sì fi ara rẹ hàn bí ọkùnrin,
3 ତୁମ୍ଭେ ଯାହା ଯାହା କରିବ ଓ ଯେକୌଣସି ସ୍ଥାନକୁ ଯିବ, ସେହି ସବୁରେ ଯେପରି କୁଶଳ ପ୍ରାପ୍ତ ହୁଅ, ଏଥିପାଇଁ ମୋଶାଙ୍କ ବ୍ୟବସ୍ଥା-ଲିଖିତ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବିଧି ଓ ଆଜ୍ଞା ଓ ଶାସନ ଓ ପ୍ରମାଣ-ବାକ୍ୟ ପାଳନ କରି ତାହାଙ୍କ ପଥରେ ଚାଲ ଓ ତାହାଙ୍କର ରକ୍ଷଣୀୟ ରକ୍ଷା କର;
kí o sì wòye ohun tí Olúwa Ọlọ́run rẹ béèrè, rìn ní ọ̀nà rẹ̀, kí o sì pa àṣẹ àti òfin rẹ̀ mọ́, àti ìdájọ́ rẹ, àti ẹ̀rí rẹ̀ gẹ́gẹ́ bí a ti kọ ọ́ nínú ìwé òfin Mose, nítorí kí ìwọ kí ó le è máa ṣe rere ní ohun gbogbo tí ìwọ ṣe, àti ní ibikíbi tí ìwọ bá lọ,
4 ତହିଁରେ ସଦାପ୍ରଭୁ ମୋʼ ବିଷୟରେ ଯାହା କହିଅଛନ୍ତି, ଯଥା, ‘ଯଦି ତୁମ୍ଭ ସନ୍ତାନମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଆମ୍ଭ ଛାମୁରେ ସତ୍ୟାଚରଣ କରିବାକୁ ଆପଣା ଆପଣା ପଥରେ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ବସିବାକୁ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ, ସେ ଆପଣାର ଏହି ବାକ୍ୟ ସଫଳ କରିବେ।’
kí Olúwa kí ó lè pa ìlérí rẹ̀ tí ó sọ nípa tèmi mọ́ pé, ‘Bí àwọn ọmọ rẹ bá kíyèsi ọ̀nà wọn, tí wọ́n bá sì fi gbogbo àyà wọn àti ọkàn wọn rìn níwájú mi ní òtítọ́, o kì yóò sì kùnà láti ní ọkùnrin kan lórí ìtẹ́ Israẹli.’
5 ଆହୁରି ସରୁୟାର ପୁତ୍ର ଯୋୟାବ ମୋʼ ପ୍ରତି ଯାହା କରିଅଛି, ପୁଣି, ଇସ୍ରାଏଲର ଦୁଇ ସେନାପତି, ନେର୍‍ର ପୁତ୍ର ଅବ୍‍ନର ଓ ଯେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି, ତାହା ତୁମ୍ଭେ ଜାଣ; ସେ ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା।
“Ìwọ pẹ̀lú sì mọ ohun tí Joabu ọmọ Seruiah ṣe sí mi àti ohun tí ó ṣe sí balógun méjì nínú àwọn ológun Israẹli, sí Abneri ọmọ Neri àti sí Amasa ọmọ Jeteri. Ó sì pa wọ́n, ó sì ta ẹ̀jẹ̀ wọn sílẹ̀ ní ìgbà àlàáfíà bí í ti ojú ogun ó sì fi ẹ̀jẹ̀ náà sí ara àmùrè rẹ̀ tí ń bẹ ní ẹ̀gbẹ́ rẹ̀, àti sí ara sálúbàtà rẹ̀ tí ń bẹ ní ẹsẹ̀ rẹ̀.
6 ଏହେତୁ ତୁମ୍ଭେ ଆପଣା ଜ୍ଞାନାନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ପକ୍ୱକେଶ-ମସ୍ତକକୁ ଶାନ୍ତିରେ ପାତାଳକୁ ଯିବା ପାଇଁ ନ ଦିଅ। (Sheol h7585)
Ṣe sí í gẹ́gẹ́ bí ọgbọ́n rẹ̀, ṣùgbọ́n má ṣe jẹ́ kí ewú orí rẹ̀ sọ̀kalẹ̀ lọ sí isà òkú ní àlàáfíà. (Sheol h7585)
7 ମାତ୍ର, ଗିଲୀୟଦୀୟ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର, ଆଉ, ତୁମ୍ଭ ମେଜରେ ଭୋଜନକାରୀମାନଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦିଅ; କାରଣ, ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଇବା ସମୟରେ ସେମାନେ ସେପରି ମୋʼ ନିକଟକୁ ଆସିଥିଲେ।
“Ṣùgbọ́n fi inú rere hàn sí àwọn ọmọ Barsillai, ti Gileadi, jẹ́ kí wọn wà lára àwọn tí ó ń jẹun lórí tábìlì rẹ̀. Wọ́n dúró tì mí nígbà tí mo sá kúrò níwájú Absalomu arákùnrin rẹ.
8 ଆଉ ଦେଖ, ତୁମ୍ଭ ନିକଟରେ ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମୀୟି ଅଛି; ମୁଁ ମହନୟିମକୁ ଯିବା ଦିନ ସେ ମୋତେ ଦାରୁଣ ଅଭିଶାପରେ ଅଭିଶାପ ଦେଇଥିଲା, ମାତ୍ର, ସେ ଯର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଆସିଥିଲା ଓ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଥିଲି, ମୁଁ ତୁମ୍ଭକୁ ଖଡ୍ଗରେ ବଧ କରିବି ନାହିଁ।
“Àti kí o rántí, Ṣimei ọmọ Gera ẹ̀yà Benjamini tí Bahurimu wà pẹ̀lú rẹ̀, tí ó bú mi ní èébú tí ó korò ní ọjọ́ tí mo lọ sí Mahanaimu. Nígbà tí ó sọ̀kalẹ̀ wá pàdé mi ní Jordani, mo fi Olúwa búra fún un pé, ‘Èmi kì yóò fi idà pa ọ́.’
9 ତୁମ୍ଭେ ତ ଜ୍ଞାନୀ ଲୋକ; ଏଣୁ ତାହାକୁ ନିରପରାଧ ମଣିବ ନାହିଁ; ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ, ତାହା ବୁଝିବ ଓ ତୁମ୍ଭେ ତାହାର ପକ୍ୱକେଶ-ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ।” (Sheol h7585)
Ṣùgbọ́n nísinsin yìí, má ṣe kíyèsi í gẹ́gẹ́ bí aláìlẹ́ṣẹ̀, ọkùnrin ọlọ́gbọ́n ni ìwọ ṣe; ìwọ yóò mọ ohun tí ìwọ yóò ṣe sí i. Mú ewú orí rẹ̀ sọ̀kalẹ̀ lọ sínú isà òkú pẹ̀lú ẹ̀jẹ̀.” (Sheol h7585)
10 ଏଥିଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଦାଉଦ-ନଗରରେ କବର ପାଇଲେ।
Nígbà náà ni Dafidi sinmi pẹ̀lú àwọn baba rẹ̀, a sì sin ín ní ìlú Dafidi.
11 ଦାଉଦ ଇସ୍ରାଏଲ ଉପରେ ଚାଳିଶ ବର୍ଷ ରାଜ୍ୟ କଲେ; ସେ ସାତ ବର୍ଷ ହିବ୍ରୋଣରେ ରାଜ୍ୟ କଲେ ଓ ତେତିଶ ବର୍ଷ ଯିରୂଶାଲମରେ ରାଜ୍ୟ କଲେ।
Dafidi ti jẹ ọba lórí Israẹli ní ogójì ọdún, ọdún méje ni Hebroni àti ọdún mẹ́tàlélọ́gbọ̀n ní Jerusalẹmu.
12 ଏଥିଉତ୍ତାରେ ଶଲୋମନ ଆପଣାର ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହେଲେ ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା।
Bẹ́ẹ̀ ni Solomoni jókòó lórí ìtẹ́ Dafidi baba rẹ̀, ìjọba rẹ̀ sì fi ìdí múlẹ̀ gidigidi.
13 ତହିଁରେ ହଗୀତର ପୁତ୍ର ଅଦୋନୀୟ ଶଲୋମନଙ୍କର ମାତା ବତ୍‍ଶେବା ନିକଟକୁ ଆସନ୍ତେ, ସେ ପଚାରିଲେ, “କୁଶଳରେ ଆସିଲ?” ସେ ଉତ୍ତର କଲା, “କୁଶଳରେ।”
Wàyí, Adonijah ọmọ Haggiti tọ Batṣeba, ìyá Solomoni wá. Batṣeba sì bi í pé, “Àlàáfíà ni o bá wa bí?” Ó sì dáhùn pé, “Bẹ́ẹ̀ ni, àlàáfíà ni.”
14 ସେ ଆହୁରି କହିଲା, “ମୋହର ତୁମ୍ଭକୁ କିଛି କହିବାର ଅଛି।” ବତ୍‍ଶେବା କହିଲେ, “କୁହ।”
Nígbà náà ni ó sì fi kún un pé, “Mo ní ohun kan láti sọ fún ọ.” Batṣeba sì wí pé, “Máa wí.”
15 ତହୁଁ ସେ କହିଲା, “ତୁମ୍ଭେ ଜାଣ ଯେ, ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋʼ ପ୍ରତି ଅନାଇଥିଲେ; ଯାହାହେଉ, ରାଜ୍ୟ ବଦଳି ଯାଇ ମୋʼ ଭାଇଙ୍କର ହୋଇଅଛି; କାରଣ, ତାହା ସଦାପ୍ରଭୁଙ୍କ ଆଡ଼ୁ ତାଙ୍କର ଥିଲା।
Ó wí pé, “Gẹ́gẹ́ bí o ti mọ̀, ti tèmi ni ìjọba náà. Gbogbo Israẹli ti wò mí bí ọba wọn. Ṣùgbọ́n nǹkan yípadà, ìjọba náà sì ti lọ sí ọ̀dọ̀ arákùnrin mi, nítorí ó ti wá sọ́dọ̀ rẹ̀ láti ọwọ́ Olúwa wá.
16 ଏଣୁ ଏବେ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି, ମୋତେ ମନା ନ କର।” ବତ୍‍ଶେବା ତାହାକୁ କହିଲେ, “କୁହ।”
Nísinsin yìí mo ní ìbéèrè kan láti bi ọ́, má ṣe kọ̀ fún mi.” Ó wí pé, “O lè wí.”
17 ତହୁଁ ସେ କହିଲା, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋʼ ସଙ୍ଗେ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।”
Bẹ́ẹ̀ ni ó sì tẹ̀síwájú pé, “Mo bẹ̀ ọ́, jọ̀wọ́ sọ fún Solomoni ọba (òun kì yóò kọ̀ fún ọ́) kí ó fún mi ní Abiṣagi ará Ṣunemu ní aya.”
18 ଏଥିରେ ବତ୍‍ଶେବା କହିଲେ, “ଭଲ; ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।”
Batṣeba sì dáhùn pé, “Ó dára èmi yóò bá ọba sọ̀rọ̀ nítorí rẹ̀.”
19 ଏହେତୁ ବତ୍‍ଶେବା ଅଦୋନୀୟ ନିମନ୍ତେ କହିବା ପାଇଁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ; ତହିଁରେ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ।
Nígbà tí Batṣeba sì tọ Solomoni ọba lọ láti bá a sọ̀rọ̀ nítorí Adonijah, ọba sì dìde láti pàdé rẹ̀, ó sì tẹríba fún un, ó sì jókòó lórí ìtẹ́ rẹ̀. Ó sì tẹ́ ìtẹ́ kan fún ìyá ọba, ó sì jókòó lọ́wọ́ ọ̀tún rẹ̀.
20 ତେବେ ସେ କହିଲେ, “ତୁମ୍ଭଠାରେ ମୋହର ଏକ କ୍ଷୁଦ୍ର ନିବେଦନ ଅଛି; ମୋତେ ନାସ୍ତି ନ କର।” ତହୁଁ ରାଜା ତାଙ୍କୁ କହିଲେ, “ମୋହର ମାତା, କୁହ; କାରଣ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।”
Ó sì wí pé, “Mo ní ìbéèrè kékeré kan láti béèrè lọ́wọ́ rẹ, má ṣe kọ̀ fún mi.” Ọba sì dáhùn wí pé, “Béèrè, ìyá mi; èmi kì yóò kọ̀ ọ́.”
21 ଏଥିରେ ସେ କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନୀୟ ସହିତ ବିବାହ ଦିଆଯାଉ।”
Nígbà náà ni ó wí pé, “Jẹ́ kí a fi Abiṣagi ará Ṣunemu fún Adonijah arákùnrin rẹ ní aya.”
22 ତହୁଁ ଶଲୋମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, “ତୁମ୍ଭେ ଅଦୋନୀୟ ନିମନ୍ତେ ଶୁନେମୀୟା ଅବୀଶଗକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ, ସେ ତ ମୋହର ବଡ଼ ଭାଇ; ହଁ ତାହା ପାଇଁ, ପୁଣି, ଅବୀୟାଥର ଯାଜକ ଓ ସରୁୟାର ପୁତ୍ର ଯୋୟାବ ପାଇଁ ମଧ୍ୟ ମାଗ।”
Solomoni ọba sì dá ìyá rẹ̀ lóhùn pé, “Èéṣe tí ìwọ fi béèrè Abiṣagi ará Ṣunemu fún Adonijah! Ìwọ ìbá sì béèrè ìjọba fún un pẹ̀lú nítorí ẹ̀gbọ́n mi ní í ṣe, fún òun pàápàá àti fún Abiatari àlùfáà àti fun Joabu ọmọ Seruiah!”
23 ସେତେବେଳେ ଶଲୋମନ ରାଜା ସଦାପ୍ରଭୁଙ୍କ ନାମରେ ଶପଥ କରି କହିଲେ, “ଯେବେ ଅଦୋନୀୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।
Nígbà náà ni Solomoni ọba fi Olúwa búra pé, “Kí Ọlọ́run ki ó jẹ mí ní yà, àti jù bẹ́ẹ̀ pẹ̀lú, bí Adonijah kò bá ní fi ẹ̀mí rẹ̀ san ìbéèrè yìí!
24 ଏହେତୁ ଯେଉଁ ସଦାପ୍ରଭୁ ନିଜ ପ୍ରତିଜ୍ଞାନୁସାରେ ମୋତେ ସୁସ୍ଥିର କରି ମୋʼ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇ ଅଛନ୍ତି ଓ ଯେ ମୋʼ ଗୃହ ଦୃଢ଼ କରିଅଛନ୍ତି, ତାହାଙ୍କ ଜୀବିତ ଥିବା ପ୍ରମାଣେ ଅଦୋନୀୟ ନିଶ୍ଚୟ ଆଜି ହତ ହେବ।”
Àti nísinsin yìí, bí ó ti dájú pé Olúwa wà láààyè, ẹni tí ó ti mú mi jókòó lórí ìtẹ́ baba mi Dafidi, àti tí ó sì ti kọ́ ilé fún mi bí ó ti ṣèlérí, lónìí ni a ó pa Adonijah!”
25 ଏଉତ୍ତାରେ ଶଲୋମନ ରାଜା ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ; ତହୁଁ ସେ ତାହାକୁ ଆକ୍ରମଣ କରନ୍ତେ, ସେ ମଲା।
Solomoni ọba sì pàṣẹ fún Benaiah ọmọ Jehoiada, ó sì kọlu Adonijah, ó sì kú.
26 ଏଥିଉତ୍ତାରେ ରାଜା ଅବୀୟାଥର ଯାଜକଙ୍କୁ କହିଲେ, “ତୁମ୍ଭେ ଅନାଥୋତ୍‍କୁ ଆପଣା କ୍ଷେତ୍ରକୁ ଯାଅ; କାରଣ, ତୁମ୍ଭେ ମୃତ୍ୟୁୁଯୋଗ୍ୟ; ମାତ୍ର, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବି ନାହିଁ, ଯେହେତୁ ତୁମ୍ଭେ ମୋʼ ପିତା ଦାଉଦଙ୍କ ସମ୍ମୁଖରେ ପ୍ରଭୁ ସଦାପ୍ରଭୁଙ୍କ ସିନ୍ଦୁକ ବହିଥିଲ, ଆହୁରି ମୋʼ ପିତାଙ୍କ ସମସ୍ତ ଦୁଃଖଭୋଗରେ ଦୁଃଖଭୋଗ କରିଥିଲ।”
Ọba sì wí fún Abiatari àlùfáà pé, “Padà lọ sí pápá rẹ ni Anatoti, ó yẹ fún ọ láti kú, ṣùgbọ́n èmi kì yóò pa ọ́ nísinsin yìí, nítorí o ti gbé àpótí ẹ̀rí Olúwa Olódùmarè níwájú Dafidi baba mi, o sì ti ní ìpín nínú gbogbo ìyà tí baba mi jẹ.”
27 ଏନିମନ୍ତେ ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାହାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବୀୟାଥରକୁ ସଦାପ୍ରଭୁଙ୍କ ଯାଜକ କର୍ମରୁ ଦୂର କରିଦେଲେ।
Bẹ́ẹ̀ ni Solomoni yọ Abiatari kúrò nínú iṣẹ́ àlùfáà Olúwa, kí ó lè mú ọ̀rọ̀ Olúwa tí ó ti sọ nípa ilé Eli ní Ṣilo ṣẹ.
28 ଏଉତ୍ତାରେ ଯୋୟାବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଯୋୟାବ ଯଦ୍ୟପି ଅବଶାଲୋମର ଅନୁଗାମୀ ହେବା ପାଇଁ ବିପଥଗାମୀ ହୋଇ ନ ଥିଲା, ତଥାପି ଅଦୋନୀୟର ଅନୁଗାମୀ ହେବା ପାଇଁ ବିପଥଗାମୀ ହେଲା। ସେଥିସକାଶୁ ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦିର ଶୃଙ୍ଗ ଧରିପକାଇଲା।
Nígbà tí ìròyìn sì dé ọ̀dọ̀ Joabu, ẹni tí ó ti dìtẹ̀ pẹ̀lú Adonijah bí ó tilẹ̀ jẹ́ pé kò wà pẹ̀lú Absalomu, ó sì sálọ sínú àgọ́ Olúwa, ó sì di ìwo pẹpẹ mú.
29 ଏଉତ୍ତାରେ ଦେଖ, “ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ବେଦି ନିକଟରେ ଅଛି,” ଏହି ସମ୍ବାଦ ଶଲୋମନ ରାଜାଙ୍କୁ ଦିଆଯାଆନ୍ତେ, ସେ ଯିହୋୟାଦାର ପୁତ୍ର ବନାୟକୁ ପଠାଇ କହିଲେ, ଯାଅ, ତାକୁ ଆକ୍ରମଣ କର।
A sì sọ fún Solomoni ọba pé Joabu ti sálọ sínú àgọ́ Olúwa àti pé ó wà ní ẹ̀gbẹ́ pẹpẹ. Nígbà náà ni Solomoni pàṣẹ fún Benaiah ọmọ Jehoiada pé, “Lọ, kí o sì kọlù ú.”
30 ତହିଁରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ତାହାକୁ କହିଲା, “ରାଜା କହିଅଛନ୍ତି, ବାହାରକୁ ଆସ।” ମାତ୍ର ସେ କହିଲା, “ନା, ମୁଁ ଏଠାରେ ମରିବି।” ଏଥିରେ ବନାୟ ପୁଣି, ରାଜାଙ୍କ ନିକଟକୁ ସମ୍ବାଦ ଆଣି କହିଲା, “ଯୋୟାବ ଏପରି କହିଲା ଓ ମୋତେ ଏପରି ଉତ୍ତର ଦେଲା।”
Benaiah sì wọ inú àgọ́ Olúwa, ó sì wí fún Joabu pé, “Ọba sọ wí pé, ‘Jáde wá.’” Ṣùgbọ́n ó dáhùn pé, “Bẹ́ẹ̀ kọ́, èmi yóò kú níhìn-ín.” Benaiah sì mú èsì fún ọba, “Báyìí ni Joabu ṣe dá mi lóhùn.”
31 ତେବେ ରାଜା ତାହାକୁ କହିଲେ, “ସେ ଯେପରି କହିଅଛି, ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ; ତହିଁରେ ଯୋୟାବ ଅକାରଣରେ ଯେଉଁ ରକ୍ତପାତ କରିଅଛି, ତହିଁର ଅପରାଧ ତୁମ୍ଭେ ମୋʼ ଠାରୁ ଓ ମୋʼ ପିତୃଗୃହରୁ ଦୂର କରିବ।
Ọba sì pàṣẹ fún Benaiah pé, “Ṣe bí ó ti wí. Kọlù ú, kí o sì sin ín, kí o sì mú ẹ̀jẹ̀ aláìṣẹ̀ kúrò lọ́dọ̀ mi àti kúrò lọ́dọ̀ ilé baba mi, tí Joabu ti ta sílẹ̀.
32 ପୁଣି, ସଦାପ୍ରଭୁ ତାହାର ରକ୍ତପାତର ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତାଇବେ, କାରଣ, ସେ ମୋʼ ପିତା ଦାଉଦଙ୍କ ଅଜ୍ଞାତସାରରେ ଆପଣାଠାରୁ ଧାର୍ମିକ ଓ ଉତ୍ତମ, ଇସ୍ରାଏଲର ସେନାପତି ନେର୍‍ର ପୁତ୍ର ଅବ୍‍ନର ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା, ଏ ଦୁଇ ଜଣଙ୍କୁ ଆକ୍ରମଣ କରି ଖଡ୍ଗରେ ବଧ କରିଥିଲା।
Olúwa yóò sì san ẹ̀jẹ̀ tí ó ti ta sílẹ̀ padà fún un, nítorí tí ó kọlu ọkùnrin méjì, ó sì fi idà rẹ̀ pa wọ́n, Dafidi baba mi kò sì mọ̀. Àwọn méjèèjì ni Abneri ọmọ Neri olórí ogun Israẹli, àti Amasa ọmọ Jeteri olórí ogun Juda, wọ́n jẹ́ olódodo, wọ́n sì sàn ju òun fúnra rẹ̀ lọ.
33 ତହୁଁ ସେମାନଙ୍କ ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ସଦାକାଳ ତାହାର ବଂଶର ମସ୍ତକରେ ବର୍ତ୍ତିବ; ମାତ୍ର ଦାଉଦଙ୍କ ପ୍ରତି ଓ ତାଙ୍କ ବଂଶ ପ୍ରତି ଓ ତାଙ୍କ ଗୃହ ପ୍ରତି ଓ ତାଙ୍କ ସିଂହାସନ ପ୍ରତି, ସଦାପ୍ରଭୁଙ୍କଠାରୁ ସଦାକାଳ ଶାନ୍ତି ବର୍ତ୍ତିବ।”
Kí ẹ̀bi ẹ̀jẹ̀ wọn wá sórí Joabu àti sórí irú-ọmọ rẹ̀ títí láé. Ṣùgbọ́n sórí Dafidi àti irú-ọmọ rẹ̀, sí ilé rẹ̀ àti sí ìtẹ́ rẹ̀, ni kí àlàáfíà Olúwa wà títí láé.”
34 ଏଉତ୍ତାରେ ଯିହୋୟାଦାର ପୁତ୍ର ବନାୟ ଯାଇ ତାହାକୁ ଆକ୍ରମଣ କରି ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜ ଗୃହରେ ତାହାକୁ କବର ଦିଆଗଲା।
Bẹ́ẹ̀ ni Benaiah ọmọ Jehoiada sì gòkè lọ, ó sì kọlu Joabu, ó sì pa á, a sì sin ín ní ilẹ̀ ibojì ara rẹ̀ ní aginjù.
35 ପୁଣି, ରାଜା ତାହାର ପଦରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି କରି ନିଯୁକ୍ତ କଲେ ଓ ରାଜା ଅବୀୟାଥର ପଦରେ ସାଦୋକଙ୍କୁ ଯାଜକ କରି ନିଯୁକ୍ତ କଲେ।
Ọba sì fi Benaiah ọmọ Jehoiada jẹ olórí ogun ní ipò Joabu àti Sadoku àlùfáà ní ipò Abiatari.
36 ଏଉତ୍ତାରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ କହିଲେ, “ଯିରୂଶାଲମରେ ଆପଣା ପାଇଁ ଏକ ଗୃହ ନିର୍ମାଣ କରି ସେଠାରେ ବାସ କର, ଆଉ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଅ ନାହିଁ।
Nígbà náà ni ọba ránṣẹ́ sí Ṣimei, ó sì wí fún un pé, “Kọ́ ilé fún ara rẹ ní Jerusalẹmu, kí o sì máa gbé ibẹ̀, ṣùgbọ́n kí o má sì ṣe lọ sí ibòmíràn.
37 କାରଣ, ତୁମ୍ଭେ ଯେଉଁ ଦିନ ବାହାରି କିଦ୍ରୋଣ ନଦୀ ପାର ହେବ; ସେହି ଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ; ତୁମ୍ଭ ରକ୍ତପାତର ଅପରାଧ ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ।”
Ọjọ́ tí ìwọ bá jáde, tí o sì kọjá àfonífojì Kidironi, kí ìwọ kí ó mọ̀ dájúdájú pé ìwọ yóò kú; ẹ̀jẹ̀ rẹ yóò sì wà lórí ara rẹ.”
38 ତହିଁରେ ଶିମୀୟି ରାଜାଙ୍କୁ କହିଲା, “ଏ ଉତ୍ତମ କଥା; ମୋʼ ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ଆପଣଙ୍କ ଦାସ ସେପରି କରିବ।” ଏଣୁ ଶିମୀୟି ଅନେକ ଦିନ ଯିରୂଶାଲମରେ ବାସ କଲା।
Ṣimei sì dá ọba lóhùn pé, “Ohun tí ìwọ sọ dára. Ìránṣẹ́ rẹ yóò ṣe bí olúwa mi ọba ti wí.” Ṣimei sì gbé ní Jerusalẹmu fún ìgbà pípẹ́.
39 ଏଥିଉତ୍ତାରେ ତିନି ବର୍ଷ ଶେଷରେ ଶିମୀୟିର ଦାସମାନଙ୍କ ମଧ୍ୟରୁ ଦୁଇ ଜଣ ମାଖାର ପୁତ୍ର ଗାଥୀୟ ରାଜା ଆଖୀଶ୍‍ ନିକଟକୁ ପଳାଇଲେ। ଏଥିରେ ଲୋକେ ଶିମୀୟିକୁ ଜଣାଇ କହିଲେ, “ଦେଖ, ତୁମ୍ଭ ଦାସମାନେ ଗାଥ୍‍ ନଗରରେ ଅଛନ୍ତି।”
Ṣùgbọ́n lẹ́yìn ọdún mẹ́ta, àwọn ọmọ ọ̀dọ̀ Ṣimei méjì sì sálọ sọ́dọ̀ Akiṣi ọmọ Maaka, ọba Gati, a sì sọ fún Ṣimei pé, “Àwọn ọmọ ọ̀dọ̀ rẹ méjì wà ní Gati.”
40 ତହୁଁ ଶିମୀୟି ଉଠି ଗର୍ଦ୍ଦଭ ସଜାଇ ଆପଣା ଦାସମାନଙ୍କୁ ଅନ୍ୱେଷଣ କରିବା ପାଇଁ ଗାଥ୍‍ ନଗରକୁ ଆଖୀଶ୍‍ ନିକଟକୁ ଗଲା; ପୁଣି, ଶିମୀୟି ଯାଇ ଗାଥ୍‍ରୁ ଆପଣା ଦାସମାନଙ୍କୁ ଆଣିଲା।
Fún ìdí èyí, ó sì di kẹ́tẹ́kẹ́tẹ́ rẹ̀ ní gàárì, ó sì lọ sọ́dọ̀ Akiṣi ní Gati láti wá àwọn ọmọ ọ̀dọ̀ rẹ̀. Bẹ́ẹ̀ ni Ṣimei sì lọ, ó sì mú àwọn ọmọ ọ̀dọ̀ rẹ̀ padà bọ̀ láti Gati.
41 ତହୁଁ ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, “ଶିମୀୟି ଯିରୂଶାଲମରୁ ଗାଥ୍‍କୁ ଯାଇଥିଲା, ପୁଣି, ଫେରି ଆସିଅଛି।”
Nígbà tí a sì sọ fún Solomoni pé Ṣimei ti lọ láti Jerusalẹmu sí Gati, ó sì ti padà.
42 ଏଥିରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ ତାହାକୁ କହିଲେ, “ତୁମ୍ଭେ ଯେଉଁ ଦିନ ବାହାରି ଅନ୍ୟ କୌଣସି ସ୍ଥାନରେ ଭ୍ରମଣ କରିବ, ସେହି ଦିନ ତୁମ୍ଭେ ନିତାନ୍ତ ମରିବ, ‘ଏହା ନିଶ୍ଚୟ ଜାଣ, ମୁଁ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଶପଥ କରାଇ ତୁମ୍ଭ ବିପକ୍ଷରେ କʼଣ ଏହି ସାକ୍ଷ୍ୟ ଦେଇ ନାହିଁ?’ ଆଉ ତୁମ୍ଭେ ମୋତେ କହିଥିଲ, ‘ମୁଁ ଯେଉଁ କଥା ଶୁଣିଲି, ତାହା ଉତ୍ତମ।’
Ọba pe Ṣimei lẹ́jọ́, ó wí fún un pé, “Ǹjẹ́ èmi kò ti mú ọ búra ní ti Olúwa, èmi sì ti kìlọ̀ fún ọ pé, ‘Ní ọjọ́ tí ìwọ bá kúrò láti lọ sí ibikíbi, kí o mọ̀ dájú pé ìwọ yóò kú.’ Nígbà náà ni ìwọ sì sọ fún mi pé, ‘Ohun tí ìwọ sọ dára. Èmi yóò ṣe ìgbọ́ràn.’
43 ତେବେ ତୁମ୍ଭେ ସଦାପ୍ରଭୁଙ୍କ ଶପଥ ଓ ତୁମ୍ଭକୁ ଦତ୍ତ ମୋହର ଆଜ୍ଞା କାହିଁକି ପାଳନ ନ କଲ?”
Èéṣe, nígbà náà tí ìwọ kò pa ìbúra Olúwa mọ́, àti kí o sì ṣe ìgbọ́ràn sí àṣẹ tí mo pa fún ọ?”
44 ରାଜା ଆହୁରି ଶିମୀୟିକୁ କହିଲେ, “ମୋହର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ, ତାହା ତୁମ୍ଭେ ଜାଣୁଅଛ; ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ।
Ọba sì tún wí fún Ṣimei pé, “Ìwọ mọ̀ ní ọkàn rẹ gbogbo búburú tí ìwọ ti ṣe sí Dafidi baba mi. Báyìí, Olúwa yóò san gbogbo ìṣe búburú rẹ padà fún ọ.
45 ମାତ୍ର, ଶଲୋମନ ରାଜା ଆଶୀର୍ବାଦ ପ୍ରାପ୍ତ ହେବ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଦାଉଦଙ୍କ ସିଂହାସନ ଅନନ୍ତକାଳ ସ୍ଥିରୀକୃତ ହେବ।”
Ṣùgbọ́n a ó sì bùkún fún Solomoni ọba, ìtẹ́ Dafidi yóò sì wà láìfòyà níwájú Olúwa títí láéláé.”
46 ଏଉତ୍ତାରେ ରାଜା ଯିହୋୟାଦାର ପୁତ୍ର ବନାୟକୁ ଆଜ୍ଞା କରନ୍ତେ, ସେ ଯାଇ ତାହାକୁ ଆକ୍ରମଣ କଲା, ତହୁଁ ସେ ମଲା। ଏହିରୂପେ ଶଲୋମନଙ୍କ ହସ୍ତରେ ରାଜ୍ୟ ଦୃଢ଼ ହେଲା।
Nígbà náà ni ọba pàṣẹ fún Benaiah ọmọ Jehoiada, ó sì jáde lọ, ó sì kọlu Ṣimei, ó sì pa á. Ìjọba náà sì wá fi ìdí múlẹ̀ ní ọwọ́ Solomoni.

< ପ୍ରଥମ ରାଜାବଳୀ 2 >