< ପ୍ରଥମ ରାଜାବଳୀ 19 >
1 ଏଥିଉତ୍ତାରେ ଆହାବ ଏଲୀୟଙ୍କର କୃତ ସମସ୍ତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗରେ ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ବଧ କରିଥିଲେ, ତାହା ଈଷେବଲ୍କୁ ଜଣାଇଲେ।
Ahabu sì sọ gbogbo ohun tí Elijah ti ṣe fún Jesebeli àti bí ó ti fi idà pa gbogbo àwọn wòlíì.
2 ତହିଁରେ ଈଷେବଲ୍ ଏଲୀୟଙ୍କ ନିକଟକୁ ଦୂତ ପଠାଇ ଏହି କଥା କହିଲା, “ପ୍ରାୟ କାଲି ଏହି ସମୟକୁ ଯେବେ ମୁଁ ତୁମ୍ଭ ପ୍ରାଣକୁ ସେମାନଙ୍କ ଜଣକର ପ୍ରାଣ ତୁଲ୍ୟ ନ କରେ, ତେବେ ଦେବତାମାନେ ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।”
Nítorí náà Jesebeli rán oníṣẹ́ kan sí Elijah wí pé, “Kí àwọn òrìṣà kí ó ṣe sí mi àti jù bẹ́ẹ̀ lọ pẹ̀lú, bí èmi kò bá ṣe ẹ̀mí rẹ bí ọ̀kan nínú wọn ní ìwòyí ọ̀la.”
3 ତହୁଁ ଏଲୀୟ ଏହା ଦେଖି ଆପଣା ପ୍ରାଣ ସକାଶେ ଉଠିଯାଇ ଯିହୁଦାର ବେର୍ଶେବା ନଗରରେ ଉପସ୍ଥିତ ହେଲେ ଓ ସେଠାରେ ଆପଣା ଦାସକୁ ଛାଡ଼ିଲେ।
Elijah sì bẹ̀rù, ó sá fún ẹ̀mí rẹ̀. Nígbà tí ó sì dé Beerṣeba ti Juda, ó sì fi ọmọ ọ̀dọ̀ rẹ̀ sílẹ̀ níbẹ̀,
4 ମାତ୍ର ସେ ଆପେ ପ୍ରାନ୍ତର ଭିତରକୁ ଦିନକର ପଥ ଯାଇ ଏକ ରେତମବୃକ୍ଷ ମୂଳରେ ଉପସ୍ଥିତ ହୋଇ ବସିଲେ ଓ ଆପଣା ମୃତ୍ୟୁୁ-ପ୍ରାର୍ଥନା କରି କହିଲେ, “ଯଥେଷ୍ଟ ହେଲାଣି; ଏବେ ହେ ସଦାପ୍ରଭୋ, ମୋର ପ୍ରାଣ ନିଅ; କାରଣ ମୁଁ ଆପଣା ପୂର୍ବପୁରୁଷମାନଙ୍କଠାରୁ ଭଲ ନୁହେଁ।”
nígbà tí òun tìkára rẹ̀ sì lọ ní ìrìn ọjọ́ kan sí aginjù, ó sì wá sí ibi igi ọwọ̀ kan, ó sì jókòó lábẹ́ rẹ̀, ó sì gbàdúrà kí òun bá le kú, wí pé, “Mo ti ní tó, Olúwa, gba ẹ̀mí mi kúrò; nítorí èmi kò sàn ju àwọn baba mi lọ.”
5 ତହୁଁ ସେ ରେତମବୃକ୍ଷ ମୂଳେ ଶୟନ କରି ନିଦ୍ରା ଗଲେ; ଏଥିରେ ଦେଖ, ଏକ ଦୂତ ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୋଜନ କର।”
Nígbà náà ni ó dùbúlẹ̀ lábẹ́ igi, ó sì sùn lọ. Sì wò ó, angẹli fi ọwọ́ tọ́ ọ, ó sì wí pé, “Dìde, kí o jẹun.”
6 ତହିଁରେ ସେ ଅନାନ୍ତେ, ଦେଖ, ତାଙ୍କ ମସ୍ତକ ପାଖରେ ଅଙ୍ଗାରରେ ପକ୍ୱ ଏକ ପିଠା ଓ ଏକ ପାତ୍ର ଜଳ ଅଛି। ଏଣୁ ସେ ଭୋଜନପାନ କରି ପୁନର୍ବାର ଶୟନ କଲେ।
Ó sì wò ó yíká, àkàrà tí a dín lórí ẹ̀yín iná, àti orù-omi wà lẹ́bàá orí rẹ̀. Ó sì jẹ, ó sì mu, ó sì tún dùbúlẹ̀.
7 ଏଉତ୍ତାରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୋଜନ କର; କାରଣ ତୁମ୍ଭ ଶକ୍ତିରୁ ପଥ ଅଧିକ।”
Angẹli Olúwa sì tún padà wá lẹ́ẹ̀kejì, ó sì tún fi ọwọ́ tọ́ ọ, ó sì wí pé, “Dìde, kí ó jẹun, nítorí ìrìnàjò náà jì fún ọ.”
8 ତହୁଁ ସେ ଉଠି ଭୋଜନପାନ କଲେ ଓ ସେହି ଖାଦ୍ୟର ବଳରେ ପରମେଶ୍ୱରଙ୍କ ପର୍ବତ ହୋରେବ ପର୍ଯ୍ୟନ୍ତ ଚାଳିଶ ଦିନ ଓ ଚାଳିଶ ରାତ୍ରି ଗମନ କଲେ।
Ó si dìde, ó sì jẹ, ó mu, o sì fi agbára oúnjẹ yìí lọ ní ogójì ọ̀sán àti ogójì òru sí Horebu, òkè Ọlọ́run.
9 ଆଉ ସେ ସେଠାସ୍ଥିତ ଏକ ଗହ୍ୱରରେ ଉପସ୍ଥିତ ହୋଇ ରାତ୍ରି କ୍ଷେପଣ କଲେ; ସେତେବେଳେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା ଓ ସେ ତାଙ୍କୁ କହିଲେ, “ଏଲୀୟ, ତୁମ୍ଭେ ଏଠାରେ କʼଣ କରୁଅଛ?”
Níbẹ̀, ó lọ sí ibi ihò òkúta, ó sì wọ̀ níbẹ̀. Ọ̀rọ̀ Olúwa sì tọ Elijah wá wí pé, “Kí ni ìwọ ń ṣe níhìn-ín yìí, Elijah?”
10 ତହୁଁ ଏଲୀୟ କହିଲେ, “ମୁଁ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରଙ୍କ ପକ୍ଷରେ ଅତ୍ୟନ୍ତ ଉଦ୍ଯୋଗୀ ହେଲି; କାରଣ ଇସ୍ରାଏଲ-ସନ୍ତାନଗଣ ତୁମ୍ଭ ନିୟମ ପରିତ୍ୟାଗ କଲେ, ତୁମ୍ଭର ଯଜ୍ଞବେଦିସବୁ ଉତ୍ପାଟନ କଲେ ଓ ତୁମ୍ଭ ଭବିଷ୍ୟଦ୍ବକ୍ତାମାନଙ୍କୁ ଖଡ୍ଗରେ ବଧ କଲେ; ତହିଁରେ ମୁଁ, କେବଳ ମୁଁ ଅବଶିଷ୍ଟ ରହିଲି; ଆଉ ସେମାନେ ମୋʼ ପ୍ରାଣ ନେବାକୁ ଅନ୍ୱେଷଣ କରୁଅଛନ୍ତି।”
Ó sì dáhùn wí pé, “Èmi ti ń jowú fún Olúwa Ọlọ́run àwọn ọmọ-ogun. Àwọn ọmọ Israẹli ti kọ májẹ̀mú rẹ sílẹ̀, wọ́n sì ti wó àwọn pẹpẹ rẹ lulẹ̀, wọ́n sì ti fi idà pa àwọn wòlíì rẹ. Èmi nìkan ṣoṣo ni ó kù, wọ́n sì ń wá ẹ̀mí mi láti gbà á kúrò báyìí.”
11 ଏଥିରେ ସେ କହିଲେ, “ତୁମ୍ଭେ ବାହାର ହୋଇ ଏହି ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୁଅ।” ଆଉ ଦେଖ, ସଦାପ୍ରଭୁ ନିକଟ ଦେଇ ଗମନ କଲେ, ତହିଁରେ ପ୍ରବଳ ଓ ପ୍ରଚଣ୍ଡ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣକୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ଡ ଖଣ୍ଡ କଲା; ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ; ପୁଣି, ବାୟୁ ଉତ୍ତାରେ ଭୂମିକମ୍ପ ହେଲା; ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ।
Olúwa sì wí pé, “Jáde lọ, kí o sì dúró lórí òkè níwájú Olúwa, nítorí Olúwa fẹ́ rékọjá.” Nígbà náà ni ìjì ńlá àti líle sì fa àwọn òkè ńlá ya, ó sì fọ́ àwọn àpáta túútúú níwájú Olúwa; ṣùgbọ́n Olúwa kò sí nínú ìjì náà. Lẹ́yìn ìjì náà ni ìṣẹ̀lẹ̀-ìrilẹ̀, ṣùgbọ́n Olúwa kò sí nínú ìṣẹ̀lẹ̀-ìrilẹ̀ náà.
12 ଆଉ ଭୂମିକମ୍ପ ଉତ୍ତାରେ ଅଗ୍ନି ହେଲା; ମାତ୍ର ସଦାପ୍ରଭୁ ସେହି ଅଗ୍ନିରେ ନ ଥିଲେ; ପୁଣି, ଅଗ୍ନି ଉତ୍ତାରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା।
Lẹ́yìn ìṣẹ̀lẹ̀-ìrilẹ̀ náà ni iná wá, ṣùgbọ́n Olúwa kò sí nínú iná náà. Àti lẹ́yìn iná náà ni ohùn kẹ́lẹ́ kékeré wá.
13 ତହୁଁ ଏଲୀୟ ତାହା ଶୁଣନ୍ତେ, ଆପଣା ବସ୍ତ୍ରରେ ମୁଖ ଆଚ୍ଛାଦନ କରି ବାହାରେ ଯାଇ ଗହ୍ୱର-ମୁଖ ନିକଟରେ ଠିଆ ହେଲେ। ତହିଁରେ ଦେଖ, ଏକ ରବ ତାଙ୍କ ନିକଟରେ ଉପସ୍ଥିତ ହୋଇ କହିଲା, “ଏଲୀୟ, ତୁମ୍ଭେ ଏଠାରେ କଅଣ କରୁଅଛ?”
Nígbà tí Elijah sì gbọ́ ọ, ó sì fi agbádá rẹ̀ bo ojú rẹ̀, ó sì jáde lọ, ó dúró ní ẹnu ihò òkúta náà. Nígbà náà ni ohùn kan tọ̀ ọ́ wá wí pé, “Kí ni ìwọ ń ṣe níhìn-ín, Elijah?”
14 ତହୁଁ ସେ କହିଲେ, “ମୁଁ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରଙ୍କ ପକ୍ଷରେ ଅତ୍ୟନ୍ତ ଉଦ୍ଯୋଗୀ ହେଲି; କାରଣ ଇସ୍ରାଏଲ-ସନ୍ତାନଗଣ ତୁମ୍ଭ ନିୟମ ପରିତ୍ୟାଗ କଲେ, ତୁମ୍ଭ ଯଜ୍ଞବେଦିସବୁ ଉତ୍ପାଟନ କଲେ ଓ ତୁମ୍ଭ ଭବିଷ୍ୟଦ୍ବକ୍ତାମାନଙ୍କୁ ଖଡ୍ଗରେ ବଧ କଲେ; ତହିଁରେ, କେବଳ ମୁଁ ଅବଶିଷ୍ଟ ରହିଲି; ଆଉ ସେମାନେ ମୋହର ପ୍ରାଣ ନେବାକୁ ଅନ୍ୱେଷଣ କରୁଅଛନ୍ତି।”
Ó sì dáhùn pé, “Èmi ti ń jowú fún Olúwa Ọlọ́run àwọn ọmọ-ogun. Àwọn ọmọ Israẹli ti kọ májẹ̀mú rẹ sílẹ̀, wọ́n sì ti wó pẹpẹ rẹ lulẹ̀, wọ́n sì ti fi idà pa àwọn wòlíì rẹ. Èmi nìkan ṣoṣo ni ó kù, wọ́n sì ń gbìyànjú láti pa èmi náà báyìí.”
15 ସେତେବେଳେ ସଦାପ୍ରଭୁ ତାଙ୍କୁ କହିଲେ, “ଆପଣା ପଥରେ ଫେରି ଦମ୍ମେଶକ ପ୍ରାନ୍ତରକୁ ଯାଅ; ଆଉ ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ହସାୟେଲକୁ ଅରାମ ଉପରେ ରାଜାଭିଷିକ୍ତ କର;
Olúwa sì wí fún un pé, “Padà lọ sí ọ̀nà tí ìwọ ti wá, kí o sì lọ sí aginjù Damasku. Nígbà tí ìwọ bá dé ibẹ̀, fi òróró yan Hasaeli ní ọba lórí Aramu.
16 ଆଉ ନିମ୍ଶିର ପୁତ୍ର ଯେହୂଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର; ଆଉ ଆବେଲ୍-ମହୋଲା ନିବାସୀ ଶାଫଟ୍ର ପୁତ୍ର ଇଲୀଶାୟଙ୍କୁ ତୁମ୍ଭ ପଦରେ ଭବିଷ୍ୟଦ୍ବକ୍ତା କରି ଅଭିଷେକ କର।
Tún fi òróró yan Jehu ọmọ Nimṣi ní ọba lórí Israẹli, àti kí o fi òróró yan Eliṣa ọmọ Ṣafati, ará Abeli-Mehola ní wòlíì ní ipò rẹ.
17 ତହିଁରେ ଯେଉଁ ଲୋକ ହସାୟେଲର ଖଡ୍ଗରୁ ବଞ୍ଚିବ, ଯେହୂ ତାହାଙ୍କୁ ବଧ କରିବ ଓ ଯେ ଯେହୂର ଖଡ୍ଗରୁ ବଞ୍ଚିବ, ତାହାକୁ ଇଲୀଶାୟ ବଧ କରିବ।
Jehu yóò pa ẹni tí ó bá sálà kúrò lọ́wọ́ idà Hasaeli, Eliṣa yóò sì pa ẹni tí ó bá sálà kúrò lọ́wọ́ idà Jehu.
18 ତଥାପି ଆମ୍ଭେ ଇସ୍ରାଏଲ ମଧ୍ୟରେ ଆପଣା ପାଇଁ ସାତ ସହସ୍ର ଲୋକ ଅବଶିଷ୍ଟ ରଖିବା, ଯେଉଁମାନଙ୍କର ଆଣ୍ଠୁ ବାଲ୍ ସମ୍ମୁଖରେ ନତ ହୋଇ ନାହିଁ ଓ ଯେଉଁମାନଙ୍କର ମୁଖ ତାହାକୁ ଚୁମ୍ବନ କରି ନାହିଁ।”
Síbẹ̀, èmi ti pa ẹ̀ẹ́dẹ́gbàárin ènìyàn mọ́ fún ara mi ní Israẹli, àní gbogbo eékún tí kò ì tí ì kúnlẹ̀ fún òrìṣà Baali, àti gbogbo ẹnu tí kò ì tí ì fi ẹnu kò ó ní ẹnu.”
19 ଏଥିରେ ଏଲୀୟ ଏଠାରୁ ପ୍ରସ୍ଥାନ କରି ଶାଫଟ୍ର ପୁତ୍ର ଇଲୀଶାୟଙ୍କର ସନ୍ଧାନ ପାଇଲେ। ସେସମୟରେ ସେ ହଳ ବୁଲାଉଥିଲେ, ତାଙ୍କ ଆଗରେ ବାର ହଳ ବଳଦ ଥିଲେ, ପୁଣି, ସେ ଦ୍ୱାଦଶ ହଳରେ ଥିଲେ; ତହିଁରେ ଏଲୀୟ ତାଙ୍କ ନିକଟକୁ ଯାଇ ଆପଣା ବସ୍ତ୍ର ତାଙ୍କ ଉପରେ ପକାଇଲେ।
Bẹ́ẹ̀ ni Elijah lọ kúrò níbẹ̀, ó sì rí Eliṣa ọmọ Ṣafati. Ó ń fi àjàgà màlúù méjìlá tulẹ̀ níwájú rẹ̀, àti òun náà níwájú èkejìlá. Elijah sì tọ̀ ọ́ lọ, ó sì da agbádá rẹ̀ bò ó.
20 ତହିଁରେ ସେ ବଳଦ ଛାଡ଼ି ଏଲୀୟଙ୍କ ପଛେ ଦୌଡ଼ି ତାଙ୍କୁ କହିଲେ, “ବିନୟ କରୁଅଛି, ମୋʼ ପିତା ଓ ମାତାଙ୍କୁ ଚୁମ୍ବନ ଦେବା ପାଇଁ ଅନୁମତି ଦେଉନ୍ତୁ, ତହିଁ ଉତ୍ତାରେ ମୁଁ ଆପଣଙ୍କ ପଛେ ଯିବି।” ତହୁଁ ଏଲୀୟ ତାଙ୍କୁ କହିଲେ, “ଫେରିଯାଅ; କିନ୍ତୁ ଚିନ୍ତା କର ଆମ୍ଭେ ତୁମ୍ଭର କଅଣ କଲୁ।”
Nígbà náà ni Eliṣa sì fi àwọn màlúù sílẹ̀, ó sì sáré tọ Elijah lẹ́yìn. Ó wí pé, “Èmi bẹ̀ ọ́, jẹ́ kí èmi lọ fi ẹnu ko baba àti ìyá mi ní ẹnu. Nígbà náà ni èmi yóò tọ̀ ọ́ lẹ́yìn.” Elijah sì dáhùn wí pé, “Padà sẹ́yìn, kí ni mo fi ṣe ọ́?”
21 ତହିଁରେ ସେ ତାଙ୍କ ପଶ୍ଚାତ୍ଗମନରୁ ଫେରିଗଲେ ଓ ସେହି ବଳଦ ହଳକ ନେଇ ବଧ କରି ଯୁଆଳି କାଠରେ ସେହି ମାଂସ ସିଦ୍ଧ କରି ଲୋକମାନଙ୍କୁ ଦିଅନ୍ତେ, ସେମାନେ ଭୋଜନ କଲେ। ତହୁଁ ସେ ଉଠି ଏଲୀୟଙ୍କର ପଶ୍ଚାତ୍ଗମନ କରି ତାଙ୍କର ପରିଚର୍ଯ୍ୟା କଲେ।
Eliṣa sì fi í sílẹ̀, ó padà sẹ́yìn. Ó sì mú àjàgà màlúù rẹ, ó sì pa wọ́n. Ó sì fi ohun èlò àwọn màlúù náà bọ́ ẹran wọn, ó sì fi fún àwọn ènìyàn, wọ́n sì jẹ. Nígbà náà ni ó sì dìde láti tọ Elijah lẹ́yìn, ó sì ṣe ìránṣẹ́ fún un.