< ପ୍ରଥମ ରାଜାବଳୀ 18 >
1 ଅନେକ ଦିନ ଉତ୍ତାରେ ତୃତୀୟ ବର୍ଷରେ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା, “ତୁମ୍ଭେ ଯାଇ ଆହାବକୁ ଦେଖା ଦିଅ; ତହୁଁ ଆମ୍ଭେ ଭୂମିକୁ ବୃଷ୍ଟି ପଠାଇବା।”
Ó sì ṣe, lẹ́yìn ọjọ́ púpọ̀, ní ọdún kẹta, ọ̀rọ̀ Olúwa sì tọ Elijah wá pé, “Lọ, kí o sì fi ara rẹ̀ hàn fún Ahabu, èmi yóò sì rọ òjò sórí ilẹ̀.”
2 ଏଥିରେ ଏଲୀୟ ଆହାବଙ୍କୁ ଦେଖା ଦେବା ପାଇଁ ଗମନ କଲେ। ସେହି ସମୟରେ ଶମରୀୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା।
Bẹ́ẹ̀ ni Elijah lọ fi ara rẹ̀ han Ahabu. Ìyàn ńlá sì mú ní Samaria,
3 ଏଣୁ ଆହାବ ରାଜଗୃହର ଅଧ୍ୟକ୍ଷ ଓବଦୀୟକୁ ଡକାଇଲେ। (ସେହି ଓବଦୀୟ ସଦାପ୍ରଭୁଙ୍କୁ ଅତିଶୟ ଭୟ କରିଥିଲା।
Ahabu sì ti pe Obadiah, ẹni tí ń ṣe olórí ilé rẹ̀. Obadiah sì bẹ̀rù Olúwa gidigidi.
4 ପୁଣି, ଯେଉଁ ସମୟରେ ଈଷେବଲ୍ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ଉଚ୍ଛିନ୍ନ କରୁଥିଲା, ସେସମୟରେ ଓବଦୀୟ ଏକ ଶହ ଭବିଷ୍ୟଦ୍ବକ୍ତାଙ୍କୁ ନେଇ ପଚାଶ ପଚାଶ ଜଣ କରି ଗହ୍ୱର ମଧ୍ୟରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲା।)
Nígbà tí Jesebeli sì ń pa àwọn wòlíì Olúwa kúrò, Obadiah sì mú ọgọ́rùn-ún wòlíì, ó sì fi wọ́n pamọ́ sínú ihò òkúta, àádọ́ta ní ihò kọ̀ọ̀kan, ó sì fi àkàrà pẹ̀lú omi bọ́ wọn.
5 ପୁଣି, ଆହାବ ଓବଦୀୟକୁ କହିଲେ, “ଦେଶ ମଧ୍ୟଦେଇ ସବୁ ଜଳ ନିର୍ଝର ଓ ସବୁ ନଦୀ ନିକଟକୁ ଯାଅ; ହୋଇପାରେ, ଆମ୍ଭେମାନେ ଅଶ୍ୱ ଓ ଖଚରମାନଙ୍କୁ ବଞ୍ଚାଇ ରଖିବା ପାଇଁ ତୃଣ ପାଇ ପାରିବା, ତାହାହେଲେ ପଶୁମାନଙ୍କୁ ହରାଇବା ନାହିଁ।”
Ahabu sì ti wí fún Obadiah pé, “Lọ sí gbogbo ilẹ̀ sí orísun omi gbogbo àti sí ilẹ̀ gbogbo. Bóyá àwa lè rí koríko láti gba àwọn ẹṣin àti àwọn ìbáaka là, kí a má bá à ṣòfò àwọn ẹranko pátápátá.”
6 ତହୁଁ ସେମାନେ ସବୁଆଡ଼େ ଯିବା ପାଇଁ ଆପଣାମାନଙ୍କ ମଧ୍ୟରେ ଦେଶ ବିଭାଗ କଲେ; ଆହାବ ଆପେ ଏକଆଡ଼େ ଗଲେ ଓ ଓବଦୀୟ ଆପେ ଅନ୍ୟଆଡ଼େ ଗଲା।
Bẹ́ẹ̀ ni wọ́n sì pín ilẹ̀ tí wọ́n fẹ́ dé láàrín ara wọn, Ahabu gba ọ̀nà kan lọ, Obadiah sì gba ọ̀nà mìíràn lọ.
7 ଓବଦୀୟ ପଥରେ ଯାଉ ଯାଉ ଦେଖ, ଏଲୀୟ ତାହାକୁ ଭେଟିଲେ; ତହୁଁ ଓବଦୀୟ ତାଙ୍କୁ ଚିହ୍ନି ମୁହଁ ମାଡ଼ି ପଡ଼ି କହିଲା, “ଆପଣ କʼଣ ମୋʼ ପ୍ରଭୁ ଏଲୀୟ?”
Bí Obadiah sì ti ń rìn lọ, Elijah sì pàdé rẹ̀. Obadiah sì mọ̀ ọ́n, ó dojúbolẹ̀, ó sì wí pé, “Ǹjẹ́ ìwọ ni nítòótọ́, Elijah, olúwa mi?”
8 ତହିଁରେ ସେ ଉତ୍ତର କଲେ; “ହଁ, ମୁଁ; ଯାଅ, ତୁମ୍ଭ ପ୍ରଭୁକୁ କୁହ, ‘ଦେଖ, ଏଲୀୟ ଏଠାରେ ଅଛନ୍ତି।’”
Elijah sì dá a lóhùn pé, “Bẹ́ẹ̀ ni, lọ kí o sọ fún olúwa rẹ pé, ‘Elijah ń bẹ níhìn-ín.’”
9 ତହୁଁ ସେ କହିଲା, “ମୁଁ କିପରି ପାପ କରିଅଛି ଯେ, ଆପଣ ଆପଣା ଦାସଙ୍କୁ ବଧ କରିବା ପାଇଁ ଆହାବଙ୍କ ହସ୍ତରେ ସମର୍ପଣ କରୁଅଛନ୍ତି?
Obadiah sì béèrè pé, “Ẹ̀ṣẹ̀ kí ni mo ha dá tí ìwọ fi ń fi ìránṣẹ́ rẹ lé Ahabu lọ́wọ́ láti pa?
10 ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଜୀବିତ ଥିବା ପ୍ରମାଣେ କହୁଅଛି, ମୋʼ ପ୍ରଭୁ ଆପଣଙ୍କୁ ଅନ୍ୱେଷଣ କରିବା ପାଇଁ ଯାହା ନିକଟକୁ ଲୋକ ପଠାଇ ନାହାନ୍ତି, ଏପରି କୌଣସି ଗୋଷ୍ଠୀ କିମ୍ବା ରାଜ୍ୟ ନାହିଁ। ପୁଣି, ‘ସେ ଏଠାରେ ନାହିଁ’ ବୋଲି ସେମାନେ କହିଲେ, ସେ ସେହି ରାଜ୍ୟ ଓ ଗୋଷ୍ଠୀକୁ ଆପଣଙ୍କୁ ଦେଖି ନ ଥିବା ବିଷୟରେ ଶପଥ କରାଇଲେ।
Mo mọ̀ dájú pé bí Olúwa Ọlọ́run rẹ ti ń bẹ, kò sí orílẹ̀-èdè tàbí ìjọba kan tí olúwa mi kò ti rán ènìyàn lọ láti wò ọ́. Àti nígbà tí orílẹ̀-èdè tàbí ìjọba kan bá wí pé o kò sí, òun a sì mú kí wọ́n búra wí pé wọn kò rí ọ.
11 ଏବେ ଆପଣ କହୁଅଛନ୍ତି, ‘ଯାଅ, ତୁମ୍ଭ ପ୍ରଭୁଙ୍କୁ କୁହ, ଦେଖ, ଏଲୀୟ ଏଠାରେ ଅଛନ୍ତି।’
Ṣùgbọ́n nísinsin yìí, ìwọ wí fún mi pé kí n lọ sọ́dọ̀ olúwa mi, kí n sì wí pé, ‘Elijah ń bẹ níhìn-ín.’
12 ମାତ୍ର ମୁଁ ଆପଣଙ୍କ ନିକଟରୁ ଗଲା କ୍ଷଣେ ଯେବେ ସଦାପ୍ରଭୁଙ୍କ ଆତ୍ମା ମୋହର ଅଜ୍ଞାତ କୌଣସି ସ୍ଥାନକୁ ଆପଣଙ୍କୁ ନେଇଯିବେ, ତେବେ ମୁଁ ଯାଇ ଆହାବଙ୍କୁ ସମ୍ବାଦ ଦେଲେ, ସେ ଆପଣଙ୍କୁ ପାଇ ନ ପାରି ମୋତେ ବଧ କରିବେ; ମାତ୍ର ଆପଣଙ୍କ ଦାସ ମୁଁ ବାଲ୍ୟକାଳାବଧି ସଦାପ୍ରଭୁଙ୍କୁ ଭୟ କରୁଅଛି।
Èmi kò sì mọ ibi tí ẹ̀mí Olúwa yóò gbé ọ lọ nígbà tí mo bá fi ọ́ sílẹ̀. Bí mo bá lọ, tí mo sì sọ fún Ahabu, tí kò sì rí ọ, òun a sì pa mí. Síbẹ̀ èmi ìránṣẹ́ rẹ bẹ̀rù Olúwa láti ìgbà èwe mi wá.
13 ଈଷେବଲ୍ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ବଧ କରୁଥିଲା, ସେତେବେଳେ ମୁଁ ଯାହା କରିଥିଲି ଓ କିପରି ସଦାପ୍ରଭୁଙ୍କର ଏକ ଶତ ଭବିଷ୍ୟଦ୍ବକ୍ତାଙ୍କୁ ପଚାଶ ପଚାଶ ଜଣ କରି ଗହ୍ୱରରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲି, ଏହା କʼଣ ଆମ୍ଭ ପ୍ରଭୁଙ୍କୁ ଜ୍ଞାତ କରାଯାଇ ନାହିଁ?
Ṣé Olúwa mi kò ha ti gbọ́ ohun tí mo ṣe nígbà tí Jesebeli ń pa àwọn wòlíì Olúwa? Mo fi ọgọ́rùn-ún wòlíì Olúwa pamọ́ sínú ihò òkúta méjì, àràádọ́ta ní ọ̀kọ̀ọ̀kan, mo sì fi omi àti oúnjẹ bọ́ wọn.
14 ତଥାପି ଆପଣ ଏବେ କହୁଅଛନ୍ତି, ‘ଯାଅ, ତୁମ୍ଭ ପ୍ରଭୁଙ୍କୁ କୁହ, ଦେଖ, ଏଲୀୟ ଏଠାରେ ଅଛନ୍ତି;’ ତହିଁରେ ସେ ମୋତେ ବଧ କରିବେ।”
Ìwọ sì sọ fún mi nísinsin yìí pé, kí n tọ olúwa mi lọ pé, ‘Elijah ń bẹ níhìn-ín.’ Òun a sì pa mí!”
15 ତହୁଁ ଏଲୀୟ କହିଲେ, “ମୁଁ ଯାହାଙ୍କ ସମ୍ମୁଖରେ ଛିଡ଼ା ହେଉଅଛି, ସେହି ସୈନ୍ୟାଧିପତି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ନିଶ୍ଚୟ ଆଜି ତାହାକୁ ଦେଖା ଦେବି।”
Elijah sì wí pé, “Bí Olúwa àwọn ọmọ-ogun ti wà, ẹni tí èmi ń sìn, nítòótọ́ èmi yóò fi ara mi hàn fún Ahabu lónìí.”
16 ଏଥିରେ ଓବଦୀୟ ଆହାବଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ ସମ୍ବାଦ ଦେଲା; ତହିଁରେ ଆହାବ ଏଲୀୟ ସହିତ ସାକ୍ଷାତ କରିବାକୁ ଗଲେ।
Bẹ́ẹ̀ ni Obadiah sì lọ láti pàdé Ahabu, ó sì sọ fún un, Ahabu sì lọ láti pàdé Elijah.
17 ପୁଣି, ଆହାବ ଏଲୀୟଙ୍କୁ ଦେଖିବାମାତ୍ର ଆହାବ ତାଙ୍କୁ କହିଲେ, “ହେ ଇସ୍ରାଏଲର ଦୁଃଖଦାୟକ, ଏ କʼଣ ତୁମ୍ଭେ?”
Nígbà tí Ahabu sì rí Elijah, ó sì wí fún un pé, “Ṣé ìwọ nìyìí, ìwọ tí ń yọ Israẹli lẹ́nu?”
18 ତହୁଁ ସେ ଉତ୍ତର କଲେ, “ମୁଁ ଇସ୍ରାଏଲକୁ ଦୁଃଖ ଦେଇ ନାହିଁ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ଦେଇଅଛ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାସକଳ ତ୍ୟାଗ କରିଅଛ ଓ ତୁମ୍ଭେ ବାଲ୍ ଦେବଗଣର ଅନୁଗାମୀ ହୋଇଅଛ।
Elijah sì dá a lóhùn pé, “Èmi kò yọ Israẹli lẹ́nu, bí kò ṣe ìwọ àti ilé baba rẹ. Ẹ ti kọ òfin Olúwa sílẹ̀, ẹ sì ń tọ Baali lẹ́yìn.
19 ଏହେତୁ ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ ଓ ଈଷେବଲ୍ର ମେଜରେ ଭୋଜନକାରୀ ବାଲ୍ର ଚାରି ଶହ ପଚାଶ ଭବିଷ୍ୟଦ୍ବକ୍ତାଙ୍କୁ ଓ ଆଶେରାର ଚାରି ଶହ ଭବିଷ୍ୟଦ୍ବକ୍ତାଙ୍କୁ କର୍ମିଲ ପର୍ବତରେ ମୋʼ ନିକଟରେ ଏକତ୍ର କର।”
Nísinsin yìí kó gbogbo Israẹli jọ láti pàdé mi lórí òkè Karmeli. Àti kí o sì mú àádọ́ta lé ní irinwó àwọn wòlíì Baali àti irinwó àwọn wòlíì òrìṣà Aṣerah tí wọ́n ń jẹun ní tábìlì Jesebeli.”
20 ତହିଁରେ ଆହାବ ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କ ନିକଟକୁ ଲୋକ ପଠାଇଲେ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ କର୍ମିଲ ପର୍ବତରେ ଏକତ୍ର କଲେ।
Bẹ́ẹ̀ ni Ahabu ránṣẹ́ sí gbogbo àwọn ọmọ Israẹli, ó sì kó àwọn wòlíì jọ sí orí òkè Karmeli.
21 ଏଉତ୍ତାରେ ଏଲୀୟ ସମଗ୍ର ଲୋକଙ୍କ ନିକଟକୁ ଆସି କହିଲେ, “ତୁମ୍ଭେମାନେ କେତେ କାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ? ସଦାପ୍ରଭୁ ଯେବେ ପରମେଶ୍ୱର ହୁଅନ୍ତି, ତେବେ ତାହାଙ୍କର ଅନୁଗାମୀ ହୁଅ; ମାତ୍ର ଯେବେ ବାଲ୍, ତେବେ ତାହାର ଅନୁଗାମୀ ହୁଅ।” ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ ନାହିଁ।
Elijah sì lọ síwájú gbogbo àwọn ènìyàn, ó sì wí pé, “Yóò ti pẹ́ tó tí ẹ̀yin yóò máa ṣiyèméjì? Bí Olúwa bá ni Ọlọ́run, ẹ máa tọ̀ ọ́ lẹ́yìn, ṣùgbọ́n bí Baali bá ni Ọlọ́run, ẹ máa tọ̀ ọ́ lẹ́yìn.” Ṣùgbọ́n àwọn ènìyàn náà kò sì wí ohun kan.
22 ତହୁଁ ଏଲୀୟ ଲୋକମାନଙ୍କୁ କହିଲେ, “ମୁଁ, କେବଳ ମୁଁ ସଦାପ୍ରଭୁଙ୍କର ଏକ ଭବିଷ୍ୟଦ୍ବକ୍ତା ଅବଶିଷ୍ଟ ଅଛି; ମାତ୍ର ବାଲ୍ର ଭବିଷ୍ୟଦ୍ବକ୍ତା ଚାରି ଶହ ପଚାଶ ଜଣ ଅଛନ୍ତି।
Nígbà náà ni Elijah wí fún wọn pé, “Èmi nìkan ṣoṣo ni ó kù ní wòlíì Olúwa, ṣùgbọ́n, àádọ́ta lé ní irinwó ni wòlíì Baali.
23 ଏହେତୁ ସେମାନେ ଆମ୍ଭମାନଙ୍କୁ ଦୁଇ ବୃଷ ଦେଉନ୍ତୁ, ଆଉ ସେମାନେ ଆପଣାମାନଙ୍କ ପାଇଁ ଗୋଟିଏ ବୃଷ ପସନ୍ଦ କରନ୍ତୁ ଓ ତାହା ଖଣ୍ଡ ଖଣ୍ଡ କରି କାଷ୍ଠ ଉପରେ ରଖନ୍ତୁ, ମାତ୍ର ତଳେ ଅଗ୍ନି ନ ଦେଉନ୍ତୁ; ଆଉ ମୁଁ ଅନ୍ୟ ବୃଷଟିକୁ ପ୍ରସ୍ତୁତ କରି କାଷ୍ଠ ଉପରେ ରଖିବି, ମାତ୍ର ତଳେ ଅଗ୍ନି ଦେବି ନାହିଁ।
Ẹ fún wa ní ẹgbọrọ akọ màlúù méjì. Jẹ́ kí wọn kí ó sì yan ẹgbọrọ akọ màlúù kan fún ara wọn, kí wọn kí ó sì gé e sí wẹ́wẹ́, kí wọn kí ó sì tò ó sí orí igi, kí wọn kí ó má ṣe fi iná sí i. Èmi yóò sì tún ẹgbọrọ akọ màlúù kejì ṣe, èmi yóò sì tò ó sórí igi, èmi kì yóò sì fi iná sí i.
24 ତହୁଁ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର, ପୁଣି, ମୁଁ ସଦାପ୍ରଭୁଙ୍କ ନାମରେ ଡାକି ପ୍ରାର୍ଥନା କରିବି; ତହିଁରେ ଯେ ଅଗ୍ନି ଦ୍ୱାରା ଉତ୍ତର ଦେବେ, ସେ ପରମେଶ୍ୱର ହେଉନ୍ତୁ।” ଏଥିରେ ସମସ୍ତ ଲୋକ ଉତ୍ତର କଲେ, “ଏ କଥା ଉତ୍ତମ।”
Nígbà náà ẹ ó sì ké pe orúkọ àwọn Ọlọ́run yín, èmi yóò sì ké pe orúkọ Olúwa. Ọlọ́run náà tí ó fi iná dáhùn, òun ni Ọlọ́run.” Nígbà náà ni gbogbo àwọn ènìyàn náà sì wí pé, “Ohun tí ìwọ sọ dára.”
25 ଏଥିଉତ୍ତାରେ ଏଲୀୟ ବାଲ୍ର ଭବିଷ୍ୟଦ୍ବକ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଏକ ବୃଷ ପସନ୍ଦ କରି ପ୍ରଥମେ ତାହା ପ୍ରସ୍ତୁତ କର; କାରଣ ତୁମ୍ଭେମାନେ ଅନେକ; ଆଉ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର; ମାତ୍ର ତଳେ ଅଗ୍ନି ନ ଦିଅ।”
Elijah sì wí fún àwọn wòlíì Baali wí pé, “Ẹ yan ẹgbọrọ akọ màlúù kan fún ara yín, kí ẹ sì tètè kọ́ ṣe é, nítorí ẹ̀yin pọ̀. Ẹ ké pe orúkọ àwọn ọlọ́run yín, ṣùgbọ́n ẹ má ṣe fi iná sí i.”
26 ତହୁଁ ସେମାନେ ଆପଣାମାନଙ୍କୁ ଦତ୍ତ ବୃଷ ନେଇ ତାହା ପ୍ରସ୍ତୁତ କଲେ, ପୁଣି, ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍ ନାମରେ ଡାକି ପ୍ରାର୍ଥନା କରି କହିଲେ, “ହେ ବାଲ୍, ଆମ୍ଭମାନଙ୍କ କଥା ଶୁଣ।” ମାତ୍ର କୌଣସି ରବ ନୋହିଲା, ଅବା କେହି ଉତ୍ତର ଦେଲା ନାହିଁ। ତହିଁରେ ସେମାନେ ସେହି ନିର୍ମିତ ଯଜ୍ଞବେଦିର ଚାରିଆଡ଼େ ନାଚିଲେ।
Nígbà náà ni wọ́n sì mú ẹgbọrọ akọ màlúù náà, tí a ti fi fún wọn, wọ́n sì ṣe é. Nígbà náà ni wọ́n sì ké pe orúkọ Baali láti òwúrọ̀ títí di ọ̀sán gangan wí pé, “Baali! Dá wa lóhùn!” Wọ́n sì ń kégbe. Ṣùgbọ́n kò sí ìdáhùn; kò sí ẹnìkan tí ó sì dáhùn. Wọ́n sì jó yí pẹpẹ náà ká, èyí tí wọ́n tẹ́.
27 ଏଣୁ ମଧ୍ୟାହ୍ନ ସମୟରେ ଏଲୀୟ ସେମାନଙ୍କୁ ପରିହାସ କରି କହିଲେ, “ଉଚ୍ଚସ୍ୱର କରି ଡାକ; କାରଣ ସେ ତ ଦେବତା; ସେ ଧ୍ୟାନ କରୁଥିବ, ଅବା ବାହାରେ ଯାଇଥିବ, କିଅବା ଯାତ୍ରା କରୁଥିବ, ଅବା ହୋଇପାରେ ନିଦ୍ରିତ ଥିବ, ଏଣୁ ତାହାକୁ ଜଗାଇବାକୁ ହେବ।”
Ní ọ̀sán gangan, Elijah bẹ̀rẹ̀ sí ń fi wọ́n ṣe ẹlẹ́yà ó sì wí pé, “Ẹ kígbe lóhùn rara Ọlọ́run sá à ni òun! Bóyá ó ń ṣe àṣàrò, tàbí kò ráyè, tàbí ó re àjò. Bóyá ó sùn, ó yẹ kí a jí i.”
28 ପୁଣି, ସେମାନେ ଉଚ୍ଚସ୍ୱର କରି ଡାକିଲେ ଓ ଆପଣାମାନଙ୍କ ବ୍ୟବହାରାନୁସାରେ ଦେହରୁ ରକ୍ତ ବହିଯିବା ପର୍ଯ୍ୟନ୍ତ ସେମାନେ ଛୁରୀ ଓ ବର୍ଚ୍ଛାରେ ଆପଣାମାନଙ୍କୁ କ୍ଷତବିକ୍ଷତ କଲେ।
Bẹ́ẹ̀ ni wọ́n sì kígbe lóhùn rara, wọ́n sì fi ọ̀bẹ àti ọ̀kọ̀ ya ara wọn gẹ́gẹ́ bí ìṣe wọn, títí tí ẹ̀jẹ̀ fi tú jáde ní ara wọn.
29 ପୁଣି, ମଧ୍ୟାହ୍ନ କାଳ ଗତ ହେଲା ଉତ୍ତାରେ ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପୋକ୍ତି କଲେ; ମାତ୍ର କୌଣସି ରବ ନୋହିଲା, କି ଉତ୍ତର ଦେବାକୁ କେହି ନ ଥିଲା, ଅବା କେହି ମନୋଯୋଗ କଲା ନାହିଁ।
Nígbà tí ọjọ́ yẹ àtàrí, wọ́n sì ń fi òmùgọ̀ sọtẹ́lẹ̀ títí di àkókò ìrúbọ àṣálẹ́, ṣùgbọ́n kò sí ohùn, kò sì ṣí ìdáhùn, kò sì ṣí ẹni tí ó kà á sí.
30 ଏଥିରେ ଏଲୀୟ ସମଗ୍ର ଲୋକଙ୍କୁ କହିଲେ, “ମୋʼ ନିକଟକୁ ଆସ,” ତହୁଁ ସମଗ୍ର ଲୋକ ତାଙ୍କ ନିକଟକୁ ଆସିଲେ। ତହିଁରେ ସେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞବେଦି ପୁନଃନିର୍ମାଣ କଲେ।
Nígbà náà ni Elijah wí fún gbogbo àwọn ènìyàn náà pé, “Ẹ súnmọ́ mi.” Wọ́n sì súnmọ́ ọn, ó sì tún pẹpẹ Olúwa tí ó ti wó lulẹ̀ ṣe.
31 ପୁଣି, ଯେଉଁ ଯାକୁବ ନିକଟରେ “ତୁମ୍ଭର ନାମ ଇସ୍ରାଏଲ ହେବ” ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟାନୁସାରେ ଏଲୀୟ ବାର ପଥର ନେଲେ।
Elijah sì mú òkúta méjìlá, ọ̀kọ̀ọ̀kan fún ẹ̀yà ọmọ Jakọbu kan, ẹni tí ọ̀rọ̀ Olúwa tọ̀ wá wí pé, “Israẹli ni orúkọ rẹ̀ yóò máa jẹ́.”
32 ଆଉ ସେହି ପଥର ସବୁରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ନିର୍ମାଣ କରି ଯଜ୍ଞବେଦିର ଚାରିଆଡ଼େ ଦୁଇ ମହଣ ବିହନ ଧରୁଥିବା ଭଳି ଖାଇ ନିର୍ମାଣ କଲେ।
Ó sì tẹ́ pẹpẹ pẹ̀lú àwọn òkúta wọ̀nyí ní orúkọ Olúwa, ó sì wa yàrá yí pẹpẹ náà ká, tí ó lè gba ìwọ̀n òsùwọ̀n irúgbìn méjì.
33 ତହୁଁ ସେ କାଷ୍ଠ ସଜାଇ ବୃଷକୁ ଖଣ୍ଡ ଖଣ୍ଡ କରି କାଟି କାଷ୍ଠ ଉପରେ ଥୋଇଲେ। ଆଉ ସେ କହିଲେ, “ଚାରି କଳସ ଜଳରେ ପୂର୍ଣ୍ଣ କରି ହୋମାର୍ଥକ ବଳି ଓ କାଷ୍ଠ ଉପରେ ତାହା ଢାଳ।”
Ó sì to igi náà dáradára, ó sì ké ẹgbọrọ akọ màlúù náà wẹ́wẹ́, ó sì tò ó sórí igi. Nígbà náà ni ó sì wí fún wọn wí pé, “Ẹ fi omi kún ìkòkò mẹ́rin, kí ẹ sì tu sórí ẹbọ sísun àti sórí igi náà.”
34 ପୁଣି, ସେ କହିଲେ, “ଦ୍ୱିତୀୟ ଥର ତାହା କର,” ତହୁଁ ସେମାନେ ଦ୍ୱିତୀୟ ଥର ତାହା କଲେ। ଆହୁରି ସେ କହିଲେ, “ତୃତୀୟ ଥର ତାହା କର,” ତହୁଁ ସେମାନେ ତୃତୀୟ ଥର ତାହା କଲେ।
Ó sì wí pe, “Ẹ ṣe é ní ìgbà kejì.” Wọ́n sì ṣe é ní ìgbà kejì. Ó sì tún wí pé, “Ṣe é ní ìgbà kẹta.”
35 ତହିଁରେ ଯଜ୍ଞବେଦିର ଚାରିଆଡ଼େ ଜଳ ବହିଗଲା; ଏଲୀୟ ଖାଇକୁ ମଧ୍ୟ ଜଳରେ ପୂର୍ଣ୍ଣ କଲେ।
Omi náà sì sàn yí pẹpẹ náà ká, ó sì fi omi kún yàrá náà pẹ̀lú.
36 ଏଉତ୍ତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲୀୟ ଭବିଷ୍ୟଦ୍ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, “ହେ ସଦାପ୍ରଭୋ, ଅବ୍ରହାମର ଓ ଇସ୍ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ ଓ ମୁଁ ଯେ ତୁମ୍ଭର ସେବକ ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ।”
Ó sì ṣe, ní ìrúbọ àṣálẹ́, wòlíì Elijah sì súnmọ́ tòsí, ó sì gbàdúrà wí pé, “Olúwa, Ọlọ́run Abrahamu, Isaaki àti Israẹli, jẹ́ kí ó di mí mọ̀ lónìí pé ìwọ ni Ọlọ́run ní Israẹli àti pé èmi ni ìránṣẹ́ rẹ, àti pé mo ṣe gbogbo nǹkan wọ̀nyí nípa àṣẹ rẹ.
37 ତୁମ୍ଭେ ସଦାପ୍ରଭୁ ଯେ ପରମେଶ୍ୱର ଅଟ ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣି ପାରିବେ, ଏଥିପାଇଁ ମୋʼ କଥା ଶୁଣ, ହେ ସଦାପ୍ରଭୋ, ମୋʼ କଥା ଶୁଣ।
Gbọ́ ti èmi, Olúwa, gbọ́ ti èmi, kí àwọn ènìyàn wọ̀nyí lè mọ̀ pé ìwọ Olúwa ni Ọlọ́run àti pé ìwọ tún yí ọkàn wọn padà.”
38 ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ଥକ ବଳି, କାଷ୍ଠ, ପ୍ରସ୍ତରସବୁ, ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା।
Nígbà náà ni iná Olúwa bọ́ sílẹ̀, ó sì sun ẹbọ sísun náà àti igi, àti àwọn òkúta, àti erùpẹ̀, ó sì tún lá omi tí ń bẹ nínú yàrá náà.
39 ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।”
Nígbà tí gbogbo àwọn ènìyàn sì rí èyí, wọ́n da ojú wọn bolẹ̀, wọ́n sì kígbe pé, “Olúwa, òun ni Ọlọ́run! Olúwa, òun ni Ọlọ́run!”
40 ତହୁଁ ଏଲୀୟ ସେମାନଙ୍କୁ କହିଲେ, “ବାଲ୍ର ଭବିଷ୍ୟଦ୍ବକ୍ତାମାନଙ୍କୁ ଧର; ସେମାନଙ୍କର କାହାରିକୁ ପଳାଇବାକୁ ଦିଅ ନାହିଁ।” ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ, ପୁଣି, ଏଲୀୟ ସେମାନଙ୍କୁ କୀଶୋନ୍ ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଧ କଲେ।
Nígbà náà ni Elijah sì pàṣẹ fún wọn pé, “Ẹ mú àwọn wòlíì Baali. Ẹ má ṣe jẹ́ kí ọ̀kan nínú wọn kí ó sálọ!” Wọ́n sì mú wọn, Elijah sì mú wọn sọ̀kalẹ̀ sí àfonífojì Kiṣoni, ó sì pa wọ́n níbẹ̀.
41 ଏଥିଉତ୍ତାରେ ଏଲୀୟ ଆହାବଙ୍କୁ କହିଲେ, “ତୁମ୍ଭେ ଉଠିଯାଇ ଭୋଜନପାନ କର; କାରଣ ଅତିଶୟ ବୃଷ୍ଟିର ଶବ୍ଦ ହେଉଅଛି।”
Elijah sì wí fún Ahabu pé, “Lọ, jẹ, kí o sì mu, nítorí ìró ọ̀pọ̀lọpọ̀ òjò ń bọ̀.”
42 ତହୁଁ ଆହାବ ଭୋଜନପାନ କରିବାକୁ ଉଠିଗଲେ। ପୁଣି, ଏଲୀୟ କର୍ମିଲର ଶୃଙ୍ଗକୁ ଯାଇ ଭୂମିରେ ନଇଁପଡ଼ି ଆପଣା ଆଣ୍ଠୁ ମଧ୍ୟରେ ମୁଖ ରଖିଲେ।
Bẹ́ẹ̀ ni Ahabu gòkè lọ láti jẹ àti láti mu. Ṣùgbọ́n Elijah gun orí òkè Karmeli lọ ó sì tẹríba, ó sì fi ojú rẹ̀ sí agbede-méjì eékún rẹ̀.
43 ପୁଣି, ସେ ଆପଣା ଦାସକୁ କହିଲେ, “ଉଠିଯାଇ ସମୁଦ୍ର ଆଡ଼େ ଅନାଅ।” ତହୁଁ ସେ ଉଠିଯାଇ ଅନାଇ କହିଲା, “କିଛି ନାହିଁ।” ଏଥିରେ ଏଲୀୟ କହିଲେ, “ପୁନର୍ବାର ସାତ ଥର ଯାଅ।”
Ó sì wí fún ọmọ ọ̀dọ̀ rẹ̀ pé, “Lọ, kí o sì wo ìhà Òkun, òun sì gòkè lọ, ó sì wò.” Ó sì wí pé, “Kò sí nǹkan níbẹ̀.” Ó sì wí pé, “Tún lọ nígbà méje.”
44 ତହୁଁ ସେ ସପ୍ତମ ଥର କହିଲା, “ଦେଖନ୍ତୁ, ମନୁଷ୍ୟର ହାତ ପରି ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠୁଅଛି।” ଏଥିରେ ଏଲୀୟ କହିଲେ, “ଉଠିଯାଇ ଆହାବଙ୍କୁ କୁହ, ବୃଷ୍ଟି ଯେପରି ତୁମ୍ଭକୁ ନ ଅଟକାଏ, ଏଥିପାଇଁ ରଥ ପ୍ରସ୍ତୁତ କରି ତଳକୁ ଯାଅ।”
Nígbà keje, ìránṣẹ́ náà sì wí pé, “Àwọsánmọ̀ kékeré kan dìde láti inú Òkun, gẹ́gẹ́ bí ọwọ́ ènìyàn.” Elijah sì wí pé, “Lọ, kí o sọ fún Ahabu pé, ‘Di kẹ́tẹ́kẹ́tẹ́ rẹ, kí o sì sọ̀kalẹ̀ lọ, kí òjò ó má ba à dá ọ dúró.’”
45 ତହୁଁ ଅଳ୍ପକ୍ଷଣ ମଧ୍ୟରେ ମେଘ ଓ ବାୟୁରେ ଆକାଶ କଳା ହୋଇଗଲା ଓ ମହାବୃଷ୍ଟି ହେଲା। ପୁଣି, ଆହାବ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ।
Ó sì ṣe, nígbà díẹ̀ sí i, ọ̀run sì ṣú fún àwọsánmọ̀, ìjì sì dìde, òjò púpọ̀ sì rọ̀, Ahabu sì gun kẹ̀kẹ́ lọ sí Jesreeli.
46 ଏଥିରେ ସଦାପ୍ରଭୁଙ୍କ ହସ୍ତ ଏଲୀୟଙ୍କ ଉପରେ ଅବସ୍ଥାନ କରନ୍ତେ, ସେ ଆପଣା କଟି ବାନ୍ଧି ଯିଷ୍ରିୟେଲର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଆହାବଙ୍କର ଆଗେ ଆଗେ ଦୌଡ଼ି ଗଲେ।
Agbára Olúwa sì ń bẹ lára Elijah; ó sì di àmùrè ẹ̀gbẹ́ rẹ, ó sì sáré níwájú Ahabu títí dé Jesreeli.