< ପ୍ରଥମ ରାଜାବଳୀ 16 >

1 ଏଥିଉତ୍ତାରେ ବାଶାଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କର ବାକ୍ୟ ହନାନିର ପୁତ୍ର ଯେହୂଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
Ó sì ṣe, ọ̀rọ̀ Olúwa sì tọ Jehu ọmọ Hanani wá sí Baaṣa pé,
2 “ଯେପରି ଆମ୍ଭେ ତୁମ୍ଭକୁ ଧୂଳିରୁ ଉଠାଇ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ; ମାତ୍ର ତୁମ୍ଭେ ଯାରବୀୟାମର ପଥରେ ଚାଲିଅଛ ଓ ଆପଣା ଲୋକ ଇସ୍ରାଏଲକୁ ପାପ କରାଇଅଛ ଓ ସେମାନଙ୍କ ପାପ ଦ୍ୱାରା ଆମ୍ଭକୁ ବିରକ୍ତ କଲ;
“Èmi ti gbé ọ ga láti inú erùpẹ̀ wá, mo sì fi ọ́ ṣe olórí Israẹli ènìyàn mi, ṣùgbọ́n ìwọ sì rìn ní ọ̀nà Jeroboamu, ó sì mú kí Israẹli ènìyàn mi dẹ́ṣẹ̀, láti mú mi bínú nípa ẹ̀ṣẹ̀ wọn.
3 ଦେଖ, ଆମ୍ଭେ ବାଶାକୁ ଓ ତାହାର ଗୃହକୁ ନିଃଶେଷ ରୂପେ ବିନାଶ କରିବା ଓ ଆମ୍ଭେ ତୁମ୍ଭ ଗୃହକୁ ନବାଟର ପୁତ୍ର ଯାରବୀୟାମର ଗୃହ ତୁଲ୍ୟ କରିବା।
Nítorí náà, èmi yóò mú Baaṣa àti ilé rẹ̀ kúrò, èmi yóò sì ṣe ilé rẹ̀ bí ilé Jeroboamu ọmọ Nebati.
4 ବାଶାର କେହି ନଗରରେ ମଲେ, କୁକ୍କୁରମାନେ ତାହାକୁ ଖାଇବେ ଓ ତାହାର କେହି କ୍ଷେତ୍ରରେ ମଲେ, ଆକାଶର ପକ୍ଷୀମାନେ ତାହାକୁ ଖାଇବେ।”
Àwọn ajá yóò jẹ ẹni Baaṣa tí ó bá kú ní ìlú, ẹyẹ ojú ọ̀run yóò sì jẹ àwọn tí ó kú ní oko.”
5 ବାଶାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କ୍ରିୟା ଓ ପରାକ୍ରମ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Àti ìyókù ìṣe Baaṣa, ohun tí ó ṣe àti agbára rẹ̀, a kò ha kọ wọ́n sínú ìwé ọ̀rọ̀ ọjọ́ àwọn ọba Israẹli?
6 ଏଥିଉତ୍ତାରେ ବାଶାଙ୍କ ମୃତ୍ୟୁ ପରେ, ସେ ତିର୍ସାରେ କବର ପାଇଲେ ଓ ତାହାଙ୍କ ପୁତ୍ର ଏଲା ତାହାଙ୍କ ପଦରେ ରାଜ୍ୟ କଲେ।
Baaṣa sì sùn pẹ̀lú àwọn baba rẹ̀, a sì sin ín ní Tirsa. Ela ọmọ rẹ̀ sì jẹ ọba ní ipò rẹ̀.
7 ତଥାପି ବାଶା ଓ ତାଙ୍କର ବଂଶ ବିରୁଦ୍ଧରେ ହନାନିର ପୁତ୍ର ଯେହୂ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯେହେତୁ ସେ ଆପଣା ହସ୍ତକୃତ କର୍ମ ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ସବୁ କୁକର୍ମ କରି ଯାରବୀୟାମଙ୍କର ବଂଶ ତୁଲ୍ୟ ହୋଇଥିଲେ ଓ ତାହାକୁ ଉଚ୍ଛିନ୍ନ କରିଥିଲେ।
Ọ̀rọ̀ Olúwa sì wá nípa ọwọ́ Jehu wòlíì ọmọ Hanani pẹ̀lú sí Baaṣa àti ilé rẹ̀, nítorí gbogbo búburú tí ó ti ṣe níwájú Olúwa, ní mímú un bínú nípa ohun tó ti ṣe àti wíwà bí ilé Jeroboamu, àti nítorí tí ó pa á run pẹ̀lú.
8 ଯିହୁଦାର ଆସା ରାଜାଙ୍କ ରାଜତ୍ଵର ଛବିଶ ବର୍ଷରେ ବାଶାଙ୍କର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ବଂଶ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ।
Ní ọdún kẹrìndínlọ́gbọ̀n Asa ọba Juda, Ela ọmọ Baaṣa bẹ̀rẹ̀ sí ní jẹ ọba ní Israẹli, ó sì jẹ ọba ní Tirsa ní ọdún méjì.
9 ତହିଁ ଉତ୍ତାରେ ତାଙ୍କର ରଥସମୂହର ଅର୍ଦ୍ଧେକର ଅଧିପତି ସିମ୍ରି ନାମକ ତାଙ୍କର ଦାସ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ଏଲା ତିର୍ସାରେ ଥାଇ ତିର୍ସାସ୍ଥିତ ଆପଣା ଗୃହର ଅଧ୍ୟକ୍ଷ ଅର୍ସାର ଗୃହରେ ପାନ କରି ମତ୍ତ ହେଉଥିଲେ;
Simri, ọ̀kan nínú àwọn ìránṣẹ́ rẹ̀, olórí ìdajì kẹ̀kẹ́ rẹ̀, dìtẹ̀ sí i. Ela sì wà ní Tirsa nígbà náà, ó sì mu àmupara ní ilé Arsa, ìríjú ilé rẹ̀ ni Tirsa.
10 ଏପରି ସମୟରେ ସିମ୍ରି ଭିତରକୁ ଯାଇ ଯିହୁଦା-ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ତାଙ୍କୁ ଆଘାତ କରି ବଧ କଲେ ଓ ତାଙ୍କର ପଦରେ ରାଜ୍ୟ କଲେ।
Simri sì wọlé, ó sì kọlù ú, ó sì pa á ní ọdún kẹtàdínlọ́gbọ̀n Asa, ọba Juda, ó sì jẹ ọba ní ipò rẹ̀.
11 ପୁଣି, ସେ ରାଜ୍ୟ କରିବାକୁ ଆରମ୍ଭ କରି ଆପଣା ସିଂହାସନରେ ବସିବା ମାତ୍ର ସେ ବାଶାଙ୍କର ସମୁଦାୟ ବଂଶକୁ ସଂହାର କଲେ; ସେ ତାଙ୍କର କି ତାଙ୍କ ଜ୍ଞାତିମାନଙ୍କର କି ତାଙ୍କ ମିତ୍ରମାନଙ୍କର କାହାରି ଗୋଟିଏ ପୁଂସନ୍ତାନ ଅବଶିଷ୍ଟ ରଖିଲେ ନାହିଁ।
Bí ó sì ti bẹ̀rẹ̀ sí ní jẹ ọba, bí ó sì ti jókòó lórí ìtẹ́, ó lu gbogbo ilé Baaṣa pa, kò ku ọkùnrin kan sílẹ̀, bóyá ìbátan tàbí ọ̀rẹ́.
12 ଏହି ପ୍ରକାରେ ସଦାପ୍ରଭୁ ଯେହୂ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ବାଶାଙ୍କ ବିରୁଦ୍ଧରେ ଯେଉଁ କଥା କହିଥିଲେ, ତଦନୁସାରେ ସିମ୍ରି ବାଶାଙ୍କର ସମଗ୍ର ବଂଶ ଉଚ୍ଛିନ୍ନ କଲେ;
Bẹ́ẹ̀ ni Simri pa gbogbo ilé Baaṣa run, gẹ́gẹ́ bí ọ̀rọ̀ Olúwa tí ó sọ sí Baaṣa nípa ọwọ́ Jehu wòlíì:
13 ବାଶା ଓ ତାଙ୍କର ପୁତ୍ର ଏଲା ଆପଣାମାନଙ୍କ ଅସାରତା ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଯେଉଁ ପାପ କଲେ ଓ ଇସ୍ରାଏଲକୁ ପାପ କରାଇଲେ, ବାଶାଙ୍କର ସେହି ସମସ୍ତ ପାପ ଓ ତାଙ୍କର ପୁତ୍ର ଏଲାଙ୍କର ପାପ ଏଥିର କାରଣ।
nítorí gbogbo ẹ̀ṣẹ̀ tí Baaṣa àti Ela ọmọ rẹ̀ ti ṣẹ̀ àti tí wọ́n ti mú Israẹli ṣẹ̀, tí wọ́n fi mú Olúwa Ọlọ́run Israẹli bínú, wọ́n mú u bínú nípa òrìṣà asán wọn.
14 ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କି ଇସ୍ରାଏଲ-ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ?
Ìyókù ìṣe Ela àti gbogbo ohun tí ó ṣe, a kò ha kọ wọ́n sínú ìwé ọ̀rọ̀ ọjọ́ àwọn ọba Israẹli?
15 ଯିହୁଦା-ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ସିମ୍ରି ତିର୍ସାରେ ସାତ ଦିନ ରାଜତ୍ୱ କଲେ। ସେହି ସମୟରେ ଲୋକମାନେ ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ।
Ní ọdún kẹtàdínlọ́gbọ̀n Asa ọba Juda, ni Simri jẹ ọba ọjọ́ méje ní Tirsa. Àwọn ọmọ-ogun sì dó ti Gibetoni, ìlú àwọn ará Filistini.
16 ଏଥିମଧ୍ୟରେ ଛାଉଣି ସ୍ଥାପନ କରିଥିବା ଲୋକମାନେ ଶୁଣିଲେ ଯେ, ସିମ୍ରି ଚକ୍ରାନ୍ତ କରିଅଛନ୍ତି, ମଧ୍ୟ ରାଜାଙ୍କୁ ବଧ କରିଅଛନ୍ତି; ଏହେତୁ ସମସ୍ତ ଇସ୍ରାଏଲ ସେହି ଦିନ ଛାଉଣି ମଧ୍ୟରେ ଅମ୍ରି ନାମକ ସେନାପତିଙ୍କୁ ଇସ୍ରାଏଲ ଉପରେ ରାଜା କଲେ।
Nígbà tí àwọn ọmọ Israẹli tí ó dó tì gbọ́ wí pé Simri ti dìtẹ̀ sí ọba, ó sì ti pa á, wọ́n kéde Omri, olórí ogun, bí ọba lórí Israẹli ní ọjọ́ náà ní ibùdó.
17 ତହୁଁ ଅମ୍ରି ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଗିବ୍ବଥୋନରୁ ଯାତ୍ରା କରି ତିର୍ସା ଅବରୋଧ କଲେ।
Nígbà náà ni Omri àti gbogbo Israẹli pẹ̀lú rẹ̀ kúrò ní Gibetoni, wọ́n sì dó ti Tirsa.
18 ତହିଁରେ ସିମ୍ରି ନଗର ହସ୍ତଗତ ହେବାର ଦେଖି ରାଜଗୃହର ଦୁର୍ଗକୁ ଯାଇ ଆପଣା ଉପରେ ରାଜଗୃହରେ ଅଗ୍ନି ଲଗାଇ ତାହା ଦଗ୍ଧ କଲେ;
Nígbà tí Simri sì ri pé a ti gba ìlú, ó sì wọ inú ààfin ilé ọba lọ, ó sì tẹ iná bọ ilé ọba lórí ara rẹ̀, ó sì kú,
19 ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରିବାରେ, ଯାରବୀୟାମଙ୍କର ପଥରେ ଚାଲିବାରେ ଓ ଇସ୍ରାଏଲକୁ ପାପ କରାଇବାରେ ଆପେ ଯେଉଁ ପାପ କଲେ, ତାଙ୍କ କୃତ ସେହି ପାପ ସକାଶୁ ମଲେ।
nítorí àwọn ẹ̀ṣẹ̀ rẹ̀ tí ó ti ṣẹ̀, ní ṣíṣe búburú níwájú Olúwa àti ní rírìn ní ọ̀nà Jeroboamu àti nínú ẹ̀ṣẹ̀ rẹ̀ tí ó ti ṣe àti tí ó ti mú Israẹli ṣẹ̀.
20 ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କ କୃତ ରାଜଦ୍ରୋହ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Ní ti ìyókù ìṣe Simri, àti ọ̀tẹ̀ rẹ̀ tí ó dì, a kò ha kọ wọ́n sínú ìwé ọ̀rọ̀ ọjọ́ àwọn ọba Israẹli?
21 ସେସମୟରେ ଇସ୍ରାଏଲ ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଲେ; ଅର୍ଦ୍ଧେକ ଲୋକ ଗୀନତର ପୁତ୍ର ତିବ୍ନିକୁ ରାଜା କରିବା ପାଇଁ ତାହାର ଅନୁଗାମୀ ହେଲେ ଓ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ।
Nígbà náà ní àwọn ènìyàn Israẹli dá sí méjì; apá kan wọn ń tọ Tibni ọmọ Ginati lẹ́yìn, láti fi í jẹ ọba, apá kan tókù sì ń tọ Omri lẹ́yìn.
22 ମାତ୍ର ଅମ୍ରିଙ୍କର ଅନୁଗାମୀ ଲୋକମାନେ ଗୀନତର ପୁତ୍ର ତିବ୍ନିର ଅନୁଗାମୀ ଲୋକମାନଙ୍କୁ ପରାସ୍ତ କଲେ; ତିବ୍ନି ମଲା ଓ ଅମ୍ରି ରାଜ୍ୟ କଲେ।
Ṣùgbọ́n àwọn ènìyàn tí ń tọ Omri lẹ́yìn borí àwọn tí ń tọ Tibni ọmọ Ginati lẹ́yìn. Bẹ́ẹ̀ ni Tibni kú, Omri sì jẹ ọba.
23 ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଏକତିରିଶ ବର୍ଷରେ ଅମ୍ରି ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିବାର ବର୍ଷ ରାଜ୍ୟ କଲେ; ତିର୍ସାରେ ସେ ଛଅ ବର୍ଷ ରାଜ୍ୟ କଲେ।
Ní ọdún kọkànlélọ́gbọ̀n Asa ọba Juda, Omri bẹ̀rẹ̀ sí ń jẹ ọba lórí Israẹli, ó sì jẹ ọba ní ọdún méjìlá, ọdún mẹ́fà ní Tirsa.
24 ପୁଣି, ସେ ଦୁଇ ତାଳନ୍ତ ରୂପାରେ ଶେମରଠାରୁ ଶମିରୋଣ୍‍ ପର୍ବତ କ୍ରୟ କଲେ ଓ ସେହି ପର୍ବତ ଉପରେ ଏକ ନଗର ନିର୍ମାଣ କରି ସେହି ପର୍ବତର ଅଧିକାରୀ ଶେମରର ନାମାନୁସାରେ ଆପଣା ନିର୍ମିତ ନଗରର ନାମ ଶମରୀୟା ରଖିଲେ।
Ó sì ra òkè Samaria lọ́wọ́ Ṣemeri ní tálẹ́ǹtì méjì fàdákà, ó sì kọ́ ìlú sórí rẹ̀, ó sì pe ìlú náà ní Samaria, nípa orúkọ Ṣemeri, orúkọ ẹni tí ó kọ́kọ́ ni òkè náà.
25 ଆଉ ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ତାଙ୍କର ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ଅଧିକ ଦୁଷ୍ଟାଚରଣ କଲେ।
Ṣùgbọ́n Omri sì ṣe búburú níwájú Olúwa, Ó sì ṣe búburú ju gbogbo àwọn tí ó wà ṣáájú rẹ̀ lọ.
26 କାରଣ ସେ ନବାଟର ପୁତ୍ର ଯାରବୀୟାମଙ୍କର ସକଳ ପଥରେ ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ଆପଣାମାନଙ୍କ ଅସାରତା ଦ୍ୱାରା ବିରକ୍ତ କରିବା ପାଇଁ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପ-ପଥରେ ଅମ୍ରି ଚାଲିଲେ।
Ó rìn ní gbogbo ọ̀nà Jeroboamu ọmọ Nebati àti nínú ẹ̀ṣẹ̀ rẹ̀, èyí tí ó ti mú Israẹli ṣẹ̀, láti fi ohun asán wọn mú Olúwa, Ọlọ́run Israẹli bínú.
27 ଅମ୍ରିଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଓ ତାଙ୍କ ପ୍ରକାଶିତ ପରାକ୍ରମସବୁ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
Ìyókù ìṣe àti ohun tí Omri ṣe, àti agbára rẹ tí ó fihàn, a kò ha kọ, wọ́n sínú ìwé ọ̀rọ̀ ọjọ́ àwọn ọba Israẹli?
28 ଅମ୍ରିଙ୍କ ମୃତ୍ୟୁ ପରେ, ସେ ଶମରୀୟାରେ କବରପ୍ରାପ୍ତ ହେଲେ; ପୁଣି, ତାଙ୍କର ପୁତ୍ର ଆହାବ ତାହାଙ୍କ ପଦରେ ରାଜ୍ୟ କଲେ।
Omri sì sùn pẹ̀lú àwọn baba rẹ̀ a sì sin ín ní Samaria. Ahabu ọmọ rẹ̀ sì jẹ ọba ní ipò rẹ̀.
29 ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଅଠତିରିଶି ବର୍ଷରେ ଅମ୍ରିଙ୍କର ପୁତ୍ର ଆହାବ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ଅମ୍ରିଙ୍କ ପୁତ୍ର ଆହାବ ଶମରୀୟାରେ ଇସ୍ରାଏଲ ଉପରେ ବାଇଶ ବର୍ଷ ରାଜ୍ୟ କଲେ।
Ní ọdún kejìdínlógójì Asa ọba Juda, Ahabu ọmọ Omri jẹ ọba ní Israẹli, o si jẹ ọba lórí Israẹli ní Samaria ní ọdún méjìlélógún.
30 ପୁଣି, ଅମ୍ରିଙ୍କ ପୁତ୍ର ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ସଦାପ୍ରଭୁଙ୍କ ଦୃଷ୍ଟିରେ ଅଧିକ କୁକର୍ମ କଲେ।
Ahabu ọmọ Omri sì ṣe búburú ní ojú Olúwa ju gbogbo àwọn tí ó wà ṣáájú rẹ̀ lọ.
31 ପୁଣି, ନବାଟର ପୁତ୍ର ଯାରବୀୟାମଙ୍କ ପାପ-ପଥରେ ଚାଲିବାର ତାଙ୍କ ପ୍ରତି ତୁଚ୍ଛ ବିଷୟ ହେଲା ପରି ସେ ସୀଦୋନୀୟମାନଙ୍କ ଇତ୍‍ବାଲ ରାଜାର କନ୍ୟା ଈଷେବଲ୍‍କୁ ବିବାହ କଲେ ଓ ଯାଇ ବାଲ୍‍ର ସେବା କରି ତାହାକୁ ପ୍ରଣାମ କଲେ।
Ó sì ṣe bí ẹni pé ó ṣe ohun kékeré fún un láti máa rìn nínú ẹ̀ṣẹ̀ Jeroboamu ọmọ Nebati, ó sì mú Jesebeli, ọmọbìnrin Etibaali, ọba àwọn ará Sidoni ní aya, ó sì bẹ̀rẹ̀ sí ń sin Baali, ó sì bọ ọ́.
32 ଆଉ ସେ ଶମରୀୟାସ୍ଥିତ ଆପଣା ନିର୍ମିତ ବାଲ୍‍ର ଗୃହରେ ବାଲ୍‍ ପାଇଁ ଏକ ଯଜ୍ଞବେଦି ନିର୍ମାଣ କଲେ।
Ó sì tẹ́ pẹpẹ kan fún Baali nínú ilé Baali tí ó kọ́ sí Samaria.
33 ଆଉ ଆହାବ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତ ଇସ୍ରାଏଲ ରାଜାଙ୍କ ଅପେକ୍ଷା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଆହୁରି ଅଧିକ ବିରକ୍ତିଜନକ କର୍ମ କଲେ।
Ahabu sì túnṣe ère òrìṣà Aṣerah, ó sì ṣe púpọ̀ láti mú Olúwa Ọlọ́run Israẹli bínú ju èyí tí gbogbo ọba Israẹli tí ó ti wà ṣáájú rẹ̀ ti ṣe lọ.
34 ତାଙ୍କର ସମୟରେ ବେଥେଲୀୟ ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ; ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦେଇ ଯାହା କହିଥିଲେ; ସେହି ବାକ୍ୟାନୁସାରେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଅବୀରାମର ମୃତ୍ୟୁୁ ସହିତ ନଗରର ଭିତ୍ତିମୂଳ ସ୍ଥାପନ କଲେ ଓ ଆପଣା କନିଷ୍ଠ ପୁତ୍ର ସଗୂବର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କଲେ।
Ní ìgbà ayé Ahabu, Hieli ará Beteli kọ́ Jeriko. Ó fi ìpìlẹ̀ rẹ̀ lé ilẹ̀ ní Abiramu, àkọ́bí rẹ, ó sì gbé àwọn ìlẹ̀kùn ibodè rẹ̀ kọ́ ní Segubu àbíkẹ́yìn rẹ̀, gẹ́gẹ́ bí ọ̀rọ̀ Olúwa tí ó ti ipa Joṣua ọmọ Nuni sọ.

< ପ୍ରଥମ ରାଜାବଳୀ 16 >