< ପ୍ରଥମ ରାଜାବଳୀ 13 >

1 ପୁଣି, ଯାରବୀୟାମ ଧୂପ ଜ୍ୱଳାଇବା ପାଇଁ ଯଜ୍ଞବେଦି ନିକଟରେ ଛିଡ଼ା ହେବା ସମୟରେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯିହୁଦାରୁ ପରମେଶ୍ୱରଙ୍କ ଏକ ଲୋକ ବେଥେଲ୍‍ରେ ଉପସ୍ଥିତ ହେଲା।
ئەوە بوو پیاوێکی خودا بە فەرمایشتی یەزدان لە یەهوداوە هاتە بێت‌ئێل، یارۆڤعامیش لەلای قوربانگاکەوە ڕاوەستابوو بۆ بخوور سووتاندن.
2 ପୁଣି, ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚସ୍ୱର କରି କହିଲା, “ହେ ଯଜ୍ଞବେଦି, ଯଜ୍ଞବେଦି, ସଦାପ୍ରଭୁ ଏହିପରି କହନ୍ତି; ଦେଖ, ଦାଉଦ-ବଂଶରେ ଯୋଶୀୟ ନାମରେ ଏକ ସନ୍ତାନ ଜନ୍ମିବ; ପୁଣି, ଉଚ୍ଚସ୍ଥଳୀର ଯେଉଁ ଯାଜକମାନେ ତୁମ୍ଭ ଉପରେ ଧୂପ ଜ୍ୱଳାଉ ଅଛନ୍ତି, ସେମାନଙ୍କୁ ତୁମ୍ଭ ଉପରେ ସେ ବଳିଦାନ କରିବ ଓ ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ।”
پیاوەکە بەگوێرەی فەرمایشتی یەزدان ڕووەو قوربانگاکە هاواری کرد و گوتی: «ئەی قوربانگا! ئەی قوربانگا! یەزدان ئەمە دەفەرموێت:”کوڕێک لە نەوەی داود دەبێت، ناوی یۆشیایە، کاهینانی نزرگەکانی سەر بەرزاییت لەسەر سەردەبڕێت، ئەوانەی بخوورت لەسەر دەسووتێنن، ئێسکی مرۆڤیشت لەسەر دەسووتێنرێ.“»
3 ଆହୁରି ସେ ଲୋକ ସେହି ଦିନ ଏକ ଚିହ୍ନ ଦେଇ କହିଲା, “ସଦାପ୍ରଭୁଙ୍କ କଥିତ ଚିହ୍ନ ଏହି; ଦେଖ, ଏହି ବେଦି ଫାଟିଯିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡ଼ି ହୋଇ ପଡ଼ିବ।”
هەر لەو ڕۆژەشدا پیاوەکەی خودا نیشانەیەکی دا و گوتی: «ئەمەش ئەو نیشانەیە کە یەزدان فەرموویەتی، قوربانگاکە شەق دەبات و خۆڵەمێشەکەی سەریشی پەرشوبڵاو دەبێتەوە.»
4 ତହିଁରେ ପରମେଶ୍ୱରଙ୍କ ଲୋକ ବେଥେଲ୍‍ସ୍ଥିତ ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚସ୍ୱର କରି ଯେଉଁ କଥା କହିଲା, ଯାରବୀୟାମ ରାଜା ତାହା ଶୁଣି ଯଜ୍ଞବେଦିଠାରୁ ହସ୍ତ ବଢ଼ାଇ କହିଲେ, “ତାହାକୁ ଧର।” ଏଥିରେ ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବଢ଼ାଇ ଥିଲେ; ତାହା ଶୁଷ୍କ ହୋଇଗଲା, ତେଣୁ ସେ ତାହା ଆଉ ଫେରାଇ ପାରିଲେ ନାହିଁ।
کاتێک یارۆڤعامی پاشا گوێی لە قسەی پیاوەکەی خودا بوو، کە لە بێت‌ئێل ڕووەو قوربانگاکە کردی، یارۆڤعام لە قوربانگاکەوە دەستی درێژکرد و گوتی: «بیگرن!» بەڵام ئەو دەستەی کە ڕووەو ئەو درێژی کرد وشک بوو، نەیتوانی بیکێشێتەوە.
5 ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ଚିହ୍ନ ଦେଇଥିଲା, ତଦନୁସାରେ ଯଜ୍ଞବେଦି ଫାଟିଗଲା ଓ ଯଜ୍ଞବେଦିରୁ ଭସ୍ମ ଅଜାଡ଼ି ହୋଇ ପଡ଼ିଲା।
قوربانگاکەش شەقی برد و خۆڵەمێشەکەی سەری پەرشوبڵاو بووەوە، هەروەک ئەو نیشانەیەی پیاوەکەی خودا بەگوێرەی فەرمایشتی یەزدان ئاماژەی کرد.
6 ସେତେବେଳେ ରାଜା ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଲେ, “ଯେପରି ମୋହର ହସ୍ତ ପୂର୍ବ ପରି ହୁଏ, ଏଥିପାଇଁ ତୁମ୍ଭେ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ଅନୁଗ୍ରହ ନିବେଦନ କର ଓ ମୋʼ ପାଇଁ ପ୍ରାର୍ଥନା କର।” ତହିଁରେ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କଠାରେ ନିବେଦନ କରନ୍ତେ, ରାଜାଙ୍କର ହସ୍ତ ସୁସ୍ଥ ହୋଇ ପୂର୍ବ ପରି ହୋଇଗଲା।
ئینجا پاشا بە پیاوەکەی خودای گوت: «تکایە لە بەرامبەر یەزدانی پەروەردگارت بپاڕێوە و لە پێناوی من نزا بکە هەتا دەستم چاک بێتەوە.» پیاوەکەی خوداش لە بەرامبەر یەزدان پاڕایەوە، دەستی پاشا وەک جاری جاران چاک بووەوە.
7 ତହୁଁ ରାଜା ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, “ମୋʼ ସଙ୍ଗେ ଗୃହକୁ ଆସି ଆରାମ କର, ମୁଁ ତୁମ୍ଭକୁ ପୁରସ୍କାର ଦେବି।”
پاشا بە پیاوەکەی خودای گوت: «لەگەڵم وەرە ماڵەوە، پشوو بدە و پاداشتیشت دەدەمێ.»
8 ଏଥିରେ ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲା, “ଯେବେ ତୁମ୍ଭେ ଆପଣା ଗୃହର ଅର୍ଦ୍ଧେକ ମୋତେ ଦେବ, ତେବେ ହେଁ ମୁଁ ତୁମ୍ଭ ସଙ୍ଗେ ଯିବି ନାହିଁ କିଅବା ଏହି ସ୍ଥାନରେ ଅନ୍ନ ଭୋଜନ କି ଜଳ ପାନ କରିବି ନାହିଁ,
پیاوەکەی خوداش بە پاشای گوت: «ئەگەر نیوەی ماڵەکەشتم بدەیتێ، لەگەڵت نایەم، لەم شوێنە نان ناخۆم و ئاو ناخۆمەوە،
9 କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ମୋତେ ଏହି ଆଜ୍ଞା ଦିଆଯାଇଅଛି ଯେ, ତୁମ୍ଭେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ, ସେହି ପଥରେ ଫେରି ଆସିବ ନାହିଁ।”
چونکە بەگوێرەی فەرمایشتی یەزدان بەم جۆرە فەرمانم پێکراوە:”نە نان بخۆ و نە ئاو بخۆوە و نە بەو ڕێگایەشدا بگەڕێوە کە پێیدا چوویت.“»
10 ତହୁଁ ସେ ଅନ୍ୟ ପଥରେ ଗଲା, ଯେଉଁ ପଥରେ ବେଥେଲ୍‍କୁ ଆସିଥିଲା, ସେ ପଥରେ ସେ ଫେରିଲା ନାହିଁ।
ئینجا بە ڕێگایەکی دیکەدا ڕۆیشت و بەو ڕێگایەدا نەگەڕایەوە کە پێیدا هاتە بێت‌ئێل.
11 ସେହି ବେଥେଲ୍‍ରେ ଜଣେ ପ୍ରାଚୀନ ଭବିଷ୍ୟଦ୍‍ବକ୍ତା ବାସ କରୁଥିଲା; ଆଉ ତାହାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ତାହା ନିକଟକୁ ଆସି ସେହି ଦିନ ପରମେଶ୍ୱରଙ୍କ ଲୋକ ବେଥେଲ୍‍ରେ ଯାହା ଯାହା କରିଥିଲା, ତାହାସବୁ ତାହାକୁ ଜଣାଇଲା; ମଧ୍ୟ ରାଜାଙ୍କୁ ସେ ଯେଉଁ ଯେଉଁ କଥା କହିଥିଲା, ତାହା ସେମାନେ ଆପଣା ପିତାକୁ ଜଣାଇଲେ।
پێغەمبەرێکی پیر هەبوو لە بێت‌ئێل دەژیا، کوڕەکانی هاتن و هەموو ئەو کارەیان بۆ گێڕایەوە کە پیاوەکەی خودا لەو ڕۆژەدا لە بێت‌ئێل کردی، ئەو قسانەش کە بە پاشای گوتبوو، بۆ باوکیان گێڕایەوە.
12 ତହିଁରେ ସେମାନଙ୍କ ପିତା ସେମାନଙ୍କୁ ପଚାରିଲା, “ସେ କେଉଁ ପଥରେ ଗଲା?” ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ ଯେଉଁ ପଥରେ ଯାଇଥିଲା, ତାହା ତାହାର ପୁତ୍ରମାନେ ଦେଖିଥିଲେ।
باوکیشیان لێی پرسین: «بە کام ڕێگادا ڕۆیشت؟» کوڕەکانی ئەو ڕێگایەیان پیشان دا کە پیاوەکەی خودا ئەوەی لە یەهوداوە هاتبوو پێیدا ڕۆیشتبوو.
13 ଏଥିରେ ସେ ଆପଣା ପୁତ୍ରମାନଙ୍କୁ କହିଲା, “ମୋʼ ପାଇଁ ଗଧ ସଜାଅ।” ତହୁଁ ସେମାନେ ତାହା ପାଇଁ ଗଧ ସଜାନ୍ତେ, ସେ ତହିଁରେ ଚଢ଼ିଲା।
ئینجا بە کوڕەکانی گوت: «گوێدرێژەکەم بۆ کورتان بکەن.» ئەوانیش گوێدرێژەکەیان بۆ کورتان کرد و سواری بوو.
14 ଏଉତ୍ତାରେ ସେ ପରମେଶ୍ୱରଙ୍କ ଲୋକର ପଛେ ପଛେ ଯାଇ ଏକ ଅଲୋନ ବୃକ୍ଷ ମୂଳେ ତାହାକୁ ବସିଥିବାର ଦେଖିଲା; ପୁଣି, ସେ ତାହାକୁ ପଚାରିଲା, “ତୁମ୍ଭେ କି ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ?” ସେ କହିଲା, “ହଁ, ମୁଁ।”
لەدوای پیاوەکەی خودا ڕۆیشت و دۆزییەوە لەژێر دار بەڕووێکدا دانیشتبوو، پێی گوت: «ئایا تۆ پیاوەکەی خودایت، ئەوەی لە یەهوداوە هاتووە؟» ئەویش گوتی: «بەڵێ ئەوم.»
15 ତେବେ ସେ ତାହାକୁ କହିଲା, “ମୋʼ ସଙ୍ଗେ ଗୃହକୁ ଆସ ଓ ଅନ୍ନ ଭୋଜନ କର।”
پێی گوت: «لەگەڵم وەرە ماڵەوە و نان بخۆ.»
16 ତହିଁରେ ସେ କହିଲା, “ମୁଁ ତୁମ୍ଭ ସଙ୍ଗେ ଫେରି ନ ପାରେ, କି ତୁମ୍ଭ ସଙ୍ଗେ ଗୃହକୁ ଯାଇ ନ ପାରେ; କିଅବା ଏହି ସ୍ଥାନରେ ତୁମ୍ଭ ସଙ୍ଗେ ମୁଁ ଅନ୍ନ ଭୋଜନ କରିବି ନାହିଁ, କି ଜଳ ପାନ କରିବି ନାହିଁ;
پیاوەکەی خوداش گوتی: «ناتوانم لەگەڵت بگەڕێمەوە و لەگەڵت نایەمە ژوورەوە، لەم شوێنە لەگەڵت نان ناخۆم و ئاو ناخۆمەوە،
17 କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ମୋତେ କୁହାଯାଇଅଛି, ତୁମ୍ଭେ ସେସ୍ଥାନରେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ, ସେ ପଥରେ ଫେରି ଆସିବ ନାହିଁ।”
چونکە بە فەرمایشتی یەزدان پێم گوتراوە:”لەوێدا نان مەخۆ و ئاو مەخۆوە و بەو ڕێگایەدا مەگەڕێوە کە پێیدا ڕۆیشتی.“»
18 ଏଥିରେ ସେ ତାହାକୁ କହିଲା, “ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟଦ୍‍ବକ୍ତା; ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଏକ ଦୂତ ମୋତେ ଏହି କଥା କହିଲେ, ଯେପରି ସେ ଅନ୍ନ ଭୋଜନ ଓ ଜଳ ପାନ କରିବ, ଏଥିପାଇଁ ତୁମ୍ଭେ ତାହାକୁ ଫେରାଇ ଆପଣା ସଙ୍ଗେ ଗୃହକୁ ଆଣ।” ମାତ୍ର ସେ ତାହାକୁ ମିଥ୍ୟା କହିଲା।
ئەویش پێی گوت: «هەروەها منیش وەک تۆ پێغەمبەرم و فریشتەیەک بە فەرمایشتی یەزدان قسەی لەگەڵ کردم و فەرمووی:”لەگەڵ خۆتدا بیبە ماڵەکەت هەتا نان بخوات و ئاو بخواتەوە.“» بەمە درۆی لەگەڵ کرد.
19 ଏହେତୁ ସେ ତାହା ସଙ୍ଗେ ଫେରିଯାଇ ତାହା ଗୃହରେ ଅନ୍ନ ଭୋଜନ ଓ ଜଳ ପାନ କଲା।
پیاوەکەی خوداش لەگەڵی گەڕایەوە و لە ماڵەکەی نانی خوارد و ئاوی خواردەوە.
20 ଏଉତ୍ତାରେ ସେମାନେ ମେଜ ନିକଟରେ ବସିଥିବା ବେଳେ ଏପରି ହେଲା ଯେ, ଯେଉଁ ଭବିଷ୍ୟଦ୍‍ବକ୍ତା ତାହାକୁ ଫେରାଇ ଆଣିଥିଲା, ତାହା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା।
لە کاتێکدا کە لەسەر خوانەکە دانیشتبوون، ئەوە بوو فەرمایشتی یەزدان هات بۆ پێغەمبەرەکەی کە گەڕاندییەوە.
21 ଏଥିରେ ସେ ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକକୁ ଉଚ୍ଚସ୍ୱରରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଅଛ, ପୁଣି, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କରି ନାହଁ;
بانگی پیاوەکەی خودای کرد، ئەوەی لە یەهوداوە هاتبوو و گوتی: «یەزدان ئەمە دەفەرموێت:”لەبەر ئەوەی سەرپێچی فەرمایشتی یەزدانت کرد و کارت بەو فەرمانە نەکرد کە یەزدانی پەروەردگارت پێی کردیت،
22 ମାତ୍ର ଫେରି ଆସିଅଛ, ପୁଣି, ଯେଉଁ ସ୍ଥାନରେ ଅନ୍ନ ଭୋଜନ ନ କର ଓ ଜଳ ପାନ ନ କର, ବୋଲି ସେ ତୁମ୍ଭକୁ କହିଥିଲେ, ‘ସେହି ସ୍ଥାନରେ ତୁମ୍ଭେ ଅନ୍ନ ଭୋଜନ କରିଅଛ ଓ ଜଳ ପାନ କରିଅଛ;’ ଏହେତୁ ତୁମ୍ଭ ଶବ ତୁମ୍ଭ ପିତୃଲୋକମାନଙ୍କ କବରରେ ପ୍ରବିଷ୍ଟ ନୋହିବ।”
گەڕایتەوە و نانت خوارد و ئاوت خواردەوە لەو شوێنەی کە پێت گوترا نان و ئاوی لێ مەخۆ، لەبەر ئەوە لاشەکەت ناچێتە ناو گۆڕی باوباپیرانت.“»
23 ଏଥିରେ ସେ ଅନ୍ନ ଭୋଜନ ଓ ଜଳ ପାନ କଲା ଉତ୍ତାରେ ତାହା ପାଇଁ, ଅର୍ଥାତ୍‍, ସେ ଯାହାକୁ ଫେରାଇ ଆଣିଥିଲା, ସେହି ଭବିଷ୍ୟଦ୍‍ବକ୍ତା ପାଇଁ ଗଧ ସଜାଇଲା।
پاش ئەوەی پیاوەکەی خودا خواردی و خواردیەوە، ئەو پێغەمبەرەی کە گەڕاندبوویەوە، گوێدرێژەکەی بۆ کورتان کرد.
24 ତହୁଁ ସେ ଯାତ୍ରା କରନ୍ତେ, ପଥ ମଧ୍ୟରେ ଏକ ସିଂହ ତାହାକୁ ଭେଟି ବଧ କଲା। ପୁଣି, ପଥ ମଧ୍ୟରେ ତାହାର ଶବ ପଡ଼ି ରହିଲା ଓ ଗଧ ତାହା ନିକଟରେ ଠିଆ ହେଲା; ସିଂହ ମଧ୍ୟ ସେହି ଶବ ନିକଟରେ ଠିଆ ହେଲା।
جا ڕۆیشت و لە ڕێگا شێرێکی لێ پەیدا بوو، کوشتی. لاشەکەی لەسەر ڕێگاکە کەوتبوو، گوێدرێژ و شێرەکەش لەلای لاشەکە ڕاوەستابوون.
25 ଏଉତ୍ତାରେ ଦେଖ, ଲୋକମାନେ ଯାଉ ଯାଉ ପଥ ମଧ୍ୟରେ ଶବ ପଡ଼ିଥିବାର ଓ ଶବ ପାଖରେ ସିଂହ ଠିଆ ହୋଇଥିବାର ଦେଖିଲେ; ତହୁଁ ସେମାନେ ଆସି ସେହି ପ୍ରାଚୀନ ଭବିଷ୍ୟଦ୍‍ବକ୍ତାର ନିବାସ-ନଗରରେ ତାହା ଜଣାଇଲେ।
لەو کاتەدا چەند پیاوێک تێپەڕین و بینییان لاشەکە لەسەر ڕێگاکە کەوتووە و شێرەکەش لەلای لاشەکە ڕاوەستاوە، ئینجا چوون و ئەو هەواڵەیان لەو شارەدا بڵاوکردەوە کە پێغەمبەرە پیرەکە تێیدا دەژیا.
26 ଏଥିରେ ଯେଉଁ ଭବିଷ୍ୟଦ୍‍ବକ୍ତା ତାହାଙ୍କୁ ପଥରୁ ଫେରାଇ ଆଣିଥିଲା, ସେ ସେହି କଥା ଶୁଣି କହିଲା, “ଯେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଥିଲା, ଏ ପରମେଶ୍ୱରଙ୍କ ସେହି ଲୋକ; ଏହେତୁ ତାହା ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତାହାକୁ ସିଂହ ହସ୍ତରେ ସମର୍ପଣ କରନ୍ତେ, ସେ ତାହାକୁ ବିଦୀର୍ଣ୍ଣ କରି ବଧ କରିଅଛି।”
کاتێک ئەو پێغەمبەرەی کە ئەوی گەڕاندەوە لەسەر ڕێگاکە بیستی، گوتی: «ئەوە پیاوەکەی خودایە کە سەرپێچی فەرمایشتی یەزدانی کرد. یەزدانیش دایە دەستی شێر و پەلاماری دا و کوشتی، هەروەک یەزدان فەرمووی ئاوای بەسەرهات.»
27 ଏଣୁ ସେ ଆପଣା ପୁତ୍ରମାନଙ୍କୁ କହିଲା, “ମୋʼ ପାଇଁ ଗଧ ସଜାଅ।” ତହୁଁ ସେମାନେ ଗଧ ସଜାଇଲେ।
ئینجا بە کوڕەکانی گوت: «گوێدرێژەکەم بۆ کورتان بکەن.» ئەوانیش کورتانیان کرد.
28 ଏଥିରେ ସେ ଯାଇ ପଥ ମଧ୍ୟରେ ତାହାର ଶବ ପଡ଼ିଥିବାର, ପୁଣି, ଗଧ ଓ ସିଂହ ଶବ ନିକଟରେ ଠିଆ ହୋଇଥିବାର ଦେଖିଲା; ସିଂହ ଶବ ଖାଇ ନ ଥିଲା, କି ଗଧକୁ ବିଦୀର୍ଣ୍ଣ କରି ନ ଥିଲା।
چوو و لاشەکەی بینییەوە لەسەر ڕێگاکە کەوتبوو، گوێدرێژەکە و شێرەکەش لەلای لاشەکە ڕاوەستابوون. شێرەکە لاشەکەی نەخواردبوو، پەلاماری گوێدرێژەکەشی نەدابوو.
29 ପୁଣି, ସେ ଭବିଷ୍ୟଦ୍‍ବକ୍ତା ପରମେଶ୍ୱରଙ୍କ ଲୋକର ଶବ ଉଠାଇ ନେଇ ଗଧ ଉପରେ ଥୋଇ ତାହା ଫେରାଇ ଆଣିଲା; ଆଉ ସେହି ପ୍ରାଚୀନ ଭବିଷ୍ୟଦ୍‍ବକ୍ତା ଶୋକ କରିବା ପାଇଁ ଓ ତାହାକୁ କବର ଦେବା ପାଇଁ ଆପଣା ନଗରକୁ ଆସିଲା।
پێغەمبەرەکە لاشەی پیاوەکەی خودای هەڵگرت و خستییە سەر گوێدرێژەکە و بردییەوە، پێغەمبەرە پیرەکە هاتە ناو شارەکەوە هەتا بینێژێت و پرسەی بۆ بگرێت.
30 ପୁଣି, ସେ ଆପଣା କବରରେ ତାହାର ଶବ ଥୋଇଲା; ତହୁଁ ସେମାନେ, “ହାୟ, ମୋହର ଭାଇ!” ବୋଲି ତାହା ଲାଗି ବିଳାପ କଲେ।
ئینجا لاشەکەی خستە ناو گۆڕەکەی خۆی، شیوەنیان بۆ گێڕا و گوتیان: «ئای براکەم!»
31 ଆଉ ସେ ତାହାକୁ କବର ଦେଲା ଉତ୍ତାରେ ଆପଣା ପୁତ୍ରମାନଙ୍କୁ କହିଲା, “ମୁଁ ମଲେ, ଯେଉଁ କବରରେ ପରମେଶ୍ୱରଙ୍କ ଏହି ଲୋକ କବର ପାଇଅଛି, ତହିଁରେ ମୋତେ କବର ଦେଇ ତାହାର ଅସ୍ଥି ପାଖରେ ମୋହର ଅସ୍ଥି ରଖିବ।
پاش ئەوەی کە ناشتیان، قسەی لەگەڵ کوڕەکانی کرد و گوتی: «کە مردم لەو گۆڕەدا بمنێژن کە پیاوەکەی خودای تێدا نێژرا، ئێسکەکانم لەتەنیشت ئێسکەکانی ئەو دابنێن،
32 କାରଣ ସେ ବେଥେଲ୍‍ସ୍ଥ ଯଜ୍ଞବେଦି ବିରୁଦ୍ଧରେ ଓ ଶମରୀୟାର ନାନା ନଗରସ୍ଥିତ ଉଚ୍ଚସ୍ଥଳୀର ସମସ୍ତ ଗୃହ ବିରୁଦ୍ଧରେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଉଚ୍ଚସ୍ୱରରେ ଯାହା କହିଅଛି, ତାହା ନିଶ୍ଚୟ ସଫଳ ହେବ।”
چونکە بە تەواوی ئەو پەیامە دێتە دی، کە بەپێی فەرمایشتی یەزدان ڕووەو قوربانگاکەی بێت‌ئێل و ڕووەو هەموو نزرگەکانی سەر بەرزایی کردی، ئەوانەی لە شارۆچکەکانی سامیرەدان.»
33 ଏ ଘଟଣା ଉତ୍ତାରେ ଯାରବୀୟାମ ଆପଣା କୁପଥରୁ ଫେରିଲେ ନାହିଁ, ମାତ୍ର ପୁନର୍ବାର ସମୁଦାୟ ଲୋକଙ୍କ ମଧ୍ୟରୁ ଉଚ୍ଚସ୍ଥଳୀର ଯାଜକ ନିଯୁକ୍ତ କଲେ; ସମସ୍ତ ଉଚ୍ଚସ୍ଥଳୀ ପାଇଁ ଯେପରି ଯାଜକ ହେବେ ଏଥିପାଇଁ ଯେ ଇଚ୍ଛା କଲା, ତାହାକୁ ସେ ନିଯୁକ୍ତ କଲେ।
تەنانەت لەدوای ئەم ڕووداوەش، یارۆڤعام لە ڕێگا خراپەکەی پاشگەز نەبووەوە، بەڵکو دووبارە لە هەموو لایەکی گەلەوە خەڵکی کردە کاهینی نزرگەکانی سەر بەرزایی، هەرکەسێک دەیویست ببێتە کاهین، ئەرکی پێ دەسپارد و دەبووە یەکێک لە کاهینانی نزرگەکانی سەر بەرزایی.
34 ମାତ୍ର ଏହି କାର୍ଯ୍ୟ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବା ପାଇଁ ଓ ପୃଥିବୀରୁ ଲୁପ୍ତ କରିବା ପାଇଁ ତହିଁ ପ୍ରତି ପାପର କାରଣ ହେଲା।
ئەمە بووە گوناه بۆ بنەماڵەی یارۆڤعام، بووە هۆی وێرانبوون و لەناوچوونیان لەسەر ڕووی زەوی.

< ପ୍ରଥମ ରାଜାବଳୀ 13 >