< ପ୍ରଥମ ରାଜାବଳୀ 10 >
1 ଏଥିଉତ୍ତାରେ ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ନାମ ସମ୍ବନ୍ଧରେ ଶଲୋମନଙ୍କର ସୁଖ୍ୟାତି ଶୁଣି ନିଗୂଢ଼ ପ୍ରଶ୍ନ ଦ୍ୱାରା ତାଙ୍କୁ ପରୀକ୍ଷା କରିବା ପାଇଁ ଆସିଲେ।
When the queen of Sheba heard of Solomon's fame concerning the name of Yahweh, she came to test him with hard questions.
2 ସେ ସୁଗନ୍ଧି ଦ୍ରବ୍ୟ ଓ ଅତି ପ୍ରଚୁର ସ୍ୱର୍ଣ୍ଣ ଓ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହାସମାରୋହରେ ଯିରୂଶାଲମକୁ ଆସିଲା; ପୁଣି, ସେ ଶଲୋମନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା, ସେସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲେ।
She came to Jerusalem with a very long caravan, with camels loaded with spices, much gold, and many precious gemstones. When she arrived, she told Solomon all that was in her heart.
3 ତହିଁରେ ଶଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ; ରାଜାଙ୍କର ବୋଧଗମ୍ୟ କୌଣସି ବିଷୟ ନ ଥିଲା, ସେ ତାହାକୁ ସବୁ କହିଲେ।
Solomon answered all her questions. There was nothing she asked that the king did not answer.
4 ପୁଣି, ଶିବାର ରାଣୀ ଶଲୋମନଙ୍କର ସମସ୍ତ ଜ୍ଞାନ, ତାଙ୍କର ନିର୍ମିତ ଗୃହ,
When the queen of Sheba saw all Solomon's wisdom, the palace that he had built,
5 ତାଙ୍କର ମେଜର ଖାଦ୍ୟଦ୍ରବ୍ୟ, ତାଙ୍କର ଭୃତ୍ୟମାନଙ୍କ ଆସନ, ତାଙ୍କ ମନ୍ତ୍ରୀମାନଙ୍କ ସେବା, ସେମାନଙ୍କ ବସ୍ତ୍ର, ପାନପାତ୍ରବାହକଗଣ ଓ ସେ ସଦାପ୍ରଭୁଙ୍କ ଗୃହରେ କିପରି ଭାବେ ହୋମବଳି ଉତ୍ସର୍ଗ କଲେ, ଏହିସବୁ ଦେଖି ସେ ହତଜ୍ଞାନ ହେଲା।
the food on his table, the seating of his servants, the work of his servants and their clothing, also his cupbearers, and the manner in which he offered burnt offerings in the house of Yahweh, there was no more breath in her.
6 ତହୁଁ ସେ ରାଜାଙ୍କୁ କହିଲେ, “ମୁଁ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ବାଦ ପାଇଥିଲି, ତାହା ସତ୍ୟ।
She said to the king, “It is true, the report that I heard in my own land of your words and your wisdom.
7 ତଥାପି ମୁଁ ଆସି ଆପଣା ଚକ୍ଷୁରେ ନ ଦେଖିବା ଯାଏ ସେ କଥା ବିଶ୍ୱାସ ନ କଲି; ଆଉ ଦେଖନ୍ତୁ, ଅର୍ଦ୍ଧେକ ମୋତେ କୁହାଯାଇ ନ ଥିଲା; ମୁଁ ଯେଉଁ ସୁଖ୍ୟାତି ଶୁଣିଲି, ତଦପେକ୍ଷା ଆପଣଙ୍କ ଜ୍ଞାନ ଓ ଐଶ୍ୱର୍ଯ୍ୟ ଅଧିକ।
I did not believe what I heard until I came here, and now my eyes have seen it. Not half was told me about your wisdom and wealth! You have exceeded the fame that I heard about.
8 ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି।
How blessed are your wives, and how blessed are your servants who constantly stand before you, because they hear your wisdom.
9 ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ଉପବିଷ୍ଟ କରାଇବା ପାଇଁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ; ସଦାପ୍ରଭୁ ଇସ୍ରାଏଲକୁ ସଦାକାଳ ପ୍ରେମ କରନ୍ତି, ଏହେତୁ ବିଚାର ଓ ନ୍ୟାୟ କରିବାକୁ ଆପଣଙ୍କୁ ରାଜା କଲେ।”
May Yahweh your God be praised, who has taken pleasure in you, who placed you on the throne of Israel. Because Yahweh loved Israel forever, he has made you king, for you to do justice and righteousness!”
10 ଏଉତ୍ତାରେ ସେ ରାଜାଙ୍କୁ ଏକ ଶହ କୋଡ଼ିଏ ତାଳନ୍ତ ସୁନା, ଆଉ ଅତି ପ୍ରଚୁର ସୁଗନ୍ଧି ଦ୍ରବ୍ୟ ଓ ମଣି ଦେଲା; ଶିବାର ରାଣୀ ଶଲୋମନ ରାଜାଙ୍କୁ ଯେତେ ସୁଗନ୍ଧି ଦ୍ରବ୍ୟ ଦେଲା, ସେତେ ବହୁଳ ପରିମାଣରେ ଆଉ କେବେ ଆସି ନାହିଁ।
She gave the king 120 talents of gold and a large amount of spices and precious stones. No greater amount of spices as these that the queen of Sheba gave to King Solomon was ever given to him again.
11 ଆଉ ହୂରମ୍ର ଯେଉଁ ଯେଉଁ ଜାହାଜରେ ଓଫୀରରୁ ସୁନା ଆସିଲା, ସେହି ସବୁରେ ମଧ୍ୟ ଓଫୀରରୁ ଅତି ପ୍ରଚୁର ଚନ୍ଦନ କାଷ୍ଠ ଓ ମଣି ଆସିଲା।
The fleet of Hiram, which brought gold from Ophir, also brought from Ophir a large amount of almug wood and precious stones.
12 ସେହି ଚନ୍ଦନ କାଷ୍ଠରେ ରାଜା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସ୍ତମ୍ଭ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ନିର୍ମାଣ କଲେ; ଏରୂପ ଚନ୍ଦନ କାଷ୍ଠ ଆଜି ପର୍ଯ୍ୟନ୍ତ କେବେ ଆସି ନାହିଁ କି ଦେଖାଯାଇ ନାହିଁ।
The king made almug wood pillars for the temple of Yahweh and for the king's palace, and harps and lyres for the singers. No such quantity of almug wood has ever come or been seen again to this day.
13 ଶିବାର ରାଣୀ ଯାହା ଯାହା ମାଗିଲା, ତାହାର ମନୋବାଞ୍ଛାନୁସାରେ ଶଲୋମନ ରାଜା ତାହାସବୁ ତାହାକୁ ଦେଲେ, ତାହା ଛଡ଼ା ଶଲୋମନ ରାଜଯୋଗ୍ୟ ଦାନାନୁସାରେ ତାହାକୁ ଦେଲେ। ଏଉତ୍ତାରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ।
King Solomon gave to the queen of Sheba everything she wished for, whatever she asked, in addition to what Solomon gave her of his royal bounty. So she returned to her own land with her servants.
14 ବର୍ଷକ ମଧ୍ୟରେ ଶଲୋମନଙ୍କ ନିକଟକୁ ଛଅ ଶହ ଛଷଠି ତାଳନ୍ତ ପରିମିତ ସୁବର୍ଣ୍ଣ ଆସେ।
Now the weight of gold that came to Solomon in one year was 666 talents of gold,
15 ଏହାଛଡ଼ା ପାଇକରମାନେ ଆଣିଲେ, ପୁଣି, ବଣିକମାନଙ୍କ ବ୍ୟବସାୟରୁ ଓ ମିଶ୍ରିତ ଗୋଷ୍ଠୀୟମାନଙ୍କ ସମସ୍ତ ରାଜାଠାରୁ ଓ ଦେଶାଧ୍ୟକ୍ଷମାନଙ୍କଠାରୁ ସୁବର୍ଣ୍ଣ ଆସିଲା।
besides the gold that the traders and merchants brought. All the kings of Arabia and the governors in the country also brought gold and silver to Solomon.
16 ତହିଁରେ ଶଲୋମନ ରାଜା ପିଟାସୁନାରେ ଦୁଇ ଶହ ବଡ଼ ଢାଲ ପ୍ରସ୍ତୁତ କଲେ; ପ୍ରତ୍ୟେକ ଢାଲରେ ଛଅ ଶହ ଶେକଲ ସୁନା ଲାଗିଲା।
King Solomon made two hundred large shields of beaten gold. Six hundred shekels of gold went into each one.
17 ଆଉ ସେ ପିଟାସୁନାରେ ତିନି ଶହ ଢାଲ ପ୍ରସ୍ତୁତ କଲେ; ପ୍ରତ୍ୟେକ ଢାଲରେ ତିନି ମିନାସ୍ ସୁନା ଲାଗିଲା; ଆଉ ରାଜା ଲିବାନୋନ-ଅରଣ୍ୟ ଗୃହରେ ତାହାସବୁ ରଖିଲେ।
He also made three hundred shields of beaten gold. Three minas of gold went into each shield; the king put them into the Palace of the Forest of Lebanon.
18 ଆହୁରି ରାଜା ହସ୍ତୀଦନ୍ତର ଗୋଟିଏ ବୃହତ ସିଂହାସନ ନିର୍ମାଣ କରି ଅତ୍ୟୁତ୍ତମ ସୁବର୍ଣ୍ଣରେ ମଡ଼ାଇଲେ।
Then the king made a great throne of ivory and overlaid it with the finest gold.
19 ସେହି ସିଂହାସନର ଛଅ ପାବଚ୍ଛ ଥିଲା, ସେହି ସିଂହାସନ ଉପରି ଭାଗର ପଛଆଡ଼ ଗୋଲାକାର ଥିଲା ଓ ଆସନର ଦୁଇ ପାର୍ଶ୍ୱରେ ଦୁଇ ହସ୍ତାବଲମ୍ବନ ଥିଲା ଓ ସେହି ହସ୍ତାବଲମ୍ବନ ନିକଟରେ ଦୁଇ ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ।
There were six steps to the throne, and the back of it had a rounded top. There were armrests on each side of the seat, and two lions standing beside the armrests.
20 ଆଉ ସେହି ଛଅ ପାବଚ୍ଛ ଉପରେ ଦୁଇପାଖେ ବାର ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ; ଏରୂପ ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ହୋଇ ନ ଥିଲା।
Twelve lions stood on the steps, one on each side of each of the six steps. There was no throne like it in any other kingdom.
21 ଶଲୋମନ ରାଜାଙ୍କର ପାନପାତ୍ରସବୁ ସୁନାର ଥିଲା ଓ ଲିବାନୋନ-ଅରଣ୍ୟ ଗୃହର ସମସ୍ତ ପାତ୍ର ସୁଦ୍ଧା ସୁବର୍ଣ୍ଣର ଥିଲା; ରୂପାର କିଛି ନ ଥିଲା; ଶଲୋମନଙ୍କ ସମୟରେ ରୂପା କିଛି ବୋଲି ଗଣା ନୋହିଲା।
All King Solomon's drinking cups were gold, and all the drinking cups in the Palace of the Forest of Lebanon were of pure gold. None were silver, because silver was not considered valuable in Solomon's days.
22 କାରଣ, ସମୁଦ୍ରରେ ହୂରମ୍ର ଜାହାଜ ସଙ୍ଗେ ରାଜାଙ୍କର ତର୍ଶୀଶଗାମୀ ଜାହାଜ ଥିଲା; ସେହି ତର୍ଶୀଶର ଜାହାଜମାନ ତିନି ବର୍ଷରେ ଥରେ ସୁନା ଓ ରୂପା, ହସ୍ତୀଦନ୍ତ, ବାନର ଓ ମୟୂର ନେଇ ଆସନ୍ତି।
The king had at sea a fleet of oceangoing ships, along with the fleet of Hiram. Once every three years the fleet brought gold, silver, and ivory, as well as apes and baboons.
23 ଏହିରୂପେ ଶଲୋମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କୁ ବଳିଗଲେ।
So King Solomon exceeded all the kings of the world in riches and in wisdom.
24 ଆଉ ପରମେଶ୍ୱର ଶଲୋମନଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ, ତାଙ୍କର ସେହି ଜ୍ଞାନର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତେ ତାଙ୍କର ସାକ୍ଷାତ କରିବାକୁ ଚାହିଁଲେ।
All the earth sought the presence of Solomon in order to hear his wisdom, which God had put in his heart.
25 ପୁଣି, ପ୍ରତ୍ୟେକ ଲୋକ ନିରୂପଣାନୁସାରେ ବର୍ଷକୁ ବର୍ଷ ଆପଣା ଆପଣା ଭେଟି ରୂପେ ରୂପାପାତ୍ର, ସୁନାପାତ୍ର, ବସ୍ତ୍ର, ଅସ୍ତ୍ରଶସ୍ତ୍ର, ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଆଣିଲେ।
Those who visited brought tribute, vessels of silver and of gold, and clothes, armor, and spices, as well as horses and mules, year after year.
26 ଆଉ ଶଲୋମନ ରଥ ଓ ଅଶ୍ୱାରୋହୀମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରି ଶହ ରଥ ଓ ବାର ହଜାର ଅଶ୍ୱାରୋହୀ ଥିଲେ, ସେମାନଙ୍କୁ ସେ ରଥ-ନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ।
Solomon gathered together chariots and horsemen. He had 1,400 chariots and twelve thousand horsemen that he stationed in the chariot cities and with himself in Jerusalem.
27 ପୁଣି, ରାଜା ଯିରୂଶାଲମରେ ରୂପାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମ୍ବିରିବୃକ୍ଷ ପରି କଲେ।
The king had silver in Jerusalem, as much as the stones on the ground. He made cedar wood to be as abundant as the sycamore fig trees that are in the lowlands.
28 ଆଉ ଶଲୋମନଙ୍କର ଅଶ୍ୱସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ।
The horses that belonged to Solomon were imported from Egypt, and Kue and the king's merchants purchased them from Kue.
29 ଏହିରୂପେ ସେମାନଙ୍କ ଦ୍ୱାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେସବୁ ଅଣାଗଲା; ପୁଣି, ମିସରର ଏକ ଏକ ରଥ ଛଅ ଶହ ଶେକଲ ରୌପ୍ୟ ମୁଦ୍ରାରେ ଓ ଏକ ଏକ ଅଶ୍ୱ ଏକ ଶହ ପଚାଶ ଶେକଲ ରୌପ୍ୟ ମୁଦ୍ରାରେ ଆସିଲା ଓ ଗଲା।
Chariots were purchased out of Egypt for six hundred shekels of silver each, and horses for 150 shekels each. Many of these were then sold to all the kings of the Hittites and Aram.