< ୧ ଯୋହନ 2 >

1 ହେ ମୋହର ବତ୍ସଗଣ, ତୁମ୍ଭେମାନେ ଯେପରି ପାପ ନ କର, ଏଥିନିମନ୍ତେ ମୁଁ ଏହିସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ।
Ẹ̀yin ọmọ mi ọ̀wọ́n, mo kọ ìwé nǹkan wọ̀nyí sí yín, kí ẹ̀yin má bà á dẹ́ṣẹ̀. Ṣùgbọ́n bí ẹnikẹ́ni bá sì dẹ́ṣẹ̀, àwa ni alágbàwí lọ́dọ̀ Baba: Jesu Kristi, olódodo nìkan.
2 ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ୍ତ ସ୍ୱରୂପ ଅଟନ୍ତି।
Òun sì ní ètùtù fún ẹ̀ṣẹ̀ wa, kì í tilẹ̀ ṣe fún tiwa nìkan ṣùgbọ́n fún ẹ̀ṣẹ̀ gbogbo aráyé.
3 ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହେଉ ଯେ, ଆମ୍ଭେମାନେ ତାହାଙ୍କୁ ଜାଣୁ।
Àwa mọ̀ pé àwa ti wá mọ̀ ọ́n, bí àwa bá ń pa òfin rẹ̀ mọ́.
4 ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ;
Ẹni tí ó bá wí pé, “Èmi mọ̀ ọ́n,” tí kò sì pa òfin rẹ̀ mọ́, èké ni, òtítọ́ kò sì ṣí nínú rẹ̀.
5 କିନ୍ତୁ ଯେ ତାହାଙ୍କ ବାକ୍ୟ ପାଳନ କରେ, ତାହାଠାରେ ଈଶ୍ବରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି। ଏତଦ୍ଵାରା ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ତାହାଙ୍କଠାରେ ଅଛୁ।
Ṣùgbọ́n ẹnikẹ́ni tí ó bá ń pa òfin rẹ̀ mọ́, lára rẹ̀ ni a gbé mú ìfẹ́ Ọlọ́run pé nítòótọ́. Nípa èyí ni àwa mọ̀ pé àwa ń wà nínú rẹ̀.
6 ଯେ ତାହାଙ୍କଠାରେ ରହେ ବୋଲି କହେ, ସେ ତାହାଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ।
Ẹnikẹ́ni tí ó bá wí pé òun ń gbé inú rẹ̀, òun náà pẹ̀lú sì yẹ láti máa rìn gẹ́gẹ́ bí Jesu ti rìn.
7 ହେ ପ୍ରିୟମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁ ନାହିଁ, ମାତ୍ର ଆରମ୍ଭରୁ ଯେଉଁ ପୁରାତନ ଆଜ୍ଞା ତୁମ୍ଭେମାନେ ପାଇଅଛ, ତାହା ଲେଖୁଅଛି; ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ପୁରାତନ ଆଜ୍ଞା।
Ẹ̀yin olùfẹ́ ọ̀wọ́n, kì í ṣe òfin tuntun ni mo ń kọ̀wé rẹ̀ sí yín ṣùgbọ́n òfin àtijọ́, èyí tí ẹ̀yin tí gbọ́ ní àtètèkọ́ṣe. Òfin àtijọ́ ni ọ̀rọ̀ náà tí ẹ̀yin tí gbọ́.
8 ପୁନଶ୍ଚ, ମୁଁ ନୂତନ ଆଜ୍ଞା ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, ଏହା ତାହାଙ୍କଠାରେ ଓ ତୁମ୍ଭମାନଙ୍କଠାରେ ସତ୍ୟ ବୋଲି ପ୍ରକାଶ ପାଏ। କାରଣ ଅନ୍ଧକାର ଘୁଞ୍ଚିଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।
Pẹ̀lúpẹ̀lú, òfin tuntun ni mo ń kọ̀wé rẹ̀ sí yín; èyí tí í ṣe òtítọ́ nínú rẹ̀ àti nínú yin, nítorí òkùnkùn ń kọjá lọ, ìmọ́lẹ̀ òtítọ́ sì tí ń tàn.
9 ଯେ ଆପଣା ଭାଇକୁ ଘୃଣା କରି କହେ ଯେ, ସେ ଜ୍ୟୋତିଃରେ ଅଛି, ସେ ଏପର୍ଯ୍ୟନ୍ତ ସୁଦ୍ଧା ଅନ୍ଧକାରରେ ଅଛି।
Ẹni tí ó bá sì wí pé òun ń wà nínú ìmọ́lẹ̀, tí ó sì kórìíra arákùnrin rẹ̀ sì ń bẹ nínú òkùnkùn.
10 ଯେ ଆପଣା ଭାଇକୁ ପ୍ରେମ କରେ, ସେ ଜ୍ୟୋତିଃରେ ରହେ, ପୁଣି, ତାହାଠାରେ ଝୁଣ୍ଟିବାର କୌଣସି କାରଣ ନାହିଁ।
Ẹni tí ó ba fẹ́ràn arákùnrin rẹ̀, ó ń gbé inú ìmọ́lẹ̀, kò sì ṣí ohun ìkọ̀sẹ̀ kan nínú rẹ̀.
11 କିନ୍ତୁ ଯେ ଆପଣା ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି, ପୁଣି, ଅନ୍ଧକାରରେ ଭ୍ରମଣ କରି କେଉଁଆଡ଼େ ଯାଉଅଛି, ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି।
Ṣùgbọ́n ẹni tí o bá kórìíra arákùnrin rẹ̀ ń gbé nínú òkùnkùn, ó sì ń rìn nínú òkùnkùn; kò sì mọ ibi tí òun ń lọ, nítorí tí òkùnkùn tí fọ́ ọ lójú.
12 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତାହାଙ୍କ ନାମ ସକାଶେ ତୁମ୍ଭମାନଙ୍କର ପାପ କ୍ଷମା ହୋଇଅଛି।
Èmi ń kọ̀wé sí yín, ẹ̀yin ọmọ mi ọ̀wọ́n, nítorí tí a darí ẹ̀ṣẹ̀ yín jì yín nítorí orúkọ rẹ̀.
13 ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।
Èmi ń kọ̀wé sí yín, ẹ̀yin baba, nítorí tí ẹ̀yin tí mọ ẹni tí ó wà ní àtètèkọ́ṣe, Èmi ń kọ̀wé sí yín, ẹ̀yin ọ̀dọ́mọkùnrin, nítorí tí ẹ̀yin ti ṣẹ́gun ẹni ibi náà.
14 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ। ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ବଳବାନ, ପୁଣି, ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି ଓ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।
Èmi ń kọ̀wé sí yín, ẹ̀yin ọmọdé mi ọ̀wọ́n, nítorí ẹ̀yin ti mọ Baba. Èmi ń kọ̀wé sí yín, ẹ̀yin baba, nítorí ti ẹ̀yin tí mọ ẹni tí o wà ni àtètèkọ́ṣe. Èmi ń kọ̀wé sí yín, ẹ̀yin ọ̀dọ́mọkùnrin, nítorí tí ẹ̀yin ni agbára, tí ọ̀rọ̀ Ọlọ́run sì ń gbé nínú yín, tí ẹ sì ṣẹ́gun ẹni ibi náà.
15 ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ;
Ẹ má ṣe fẹ́ràn ayé tàbí ohunkóhun tí ń bẹ nínú ayé. Bí ẹnikẹ́ni bá fẹ́ràn ayé, ìfẹ́ tí Baba kò sí nínú rẹ̀.
16 କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ।
Nítorí ohun gbogbo tí ń bẹ nínú ayé: ìfẹ́kúfẹ̀ẹ́ ti ara, ìfẹ́kúfẹ̀ẹ́ ti ojú, àti ìgbéraga ti ohun ti ó ní àti ohun tí ó ṣe kò wá láti ọ̀dọ̀ Baba bí kò ṣe láti ọwọ́ ayé.
17 ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ବରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ। (aiōn g165)
Ayé sì ń kọjá lọ àti ìfẹ́kúfẹ̀ẹ́ rẹ̀, ṣùgbọ́n ẹni tí ó ba ń ṣe ìfẹ́ Ọlọ́run ni yóò wà títí láéláé. (aiōn g165)
18 ହେ ବତ୍ସଗଣ, ଶେଷକାଳ ଉପସ୍ଥିତ, ପୁଣି, ଭଣ୍ଡଖ୍ରୀଷ୍ଟ ଆସିବ ବୋଲି ତୁମ୍ଭେମାନେ ଯେପରି ଶୁଣିଥିଲ, ସେହିପରି ଏବେ ମଧ୍ୟ ଅନେକ ଭଣ୍ଡଖ୍ରୀଷ୍ଟ ଉଠିଲେଣି; ଏତଦ୍ଵାରା ଆମ୍ଭେମାନେ ଜାଣୁଅଛୁ ଯେ, ଶେଷକାଳ ଉପସ୍ଥିତ।
Ẹ̀yin ọmọ mi ọ̀wọ́n, ìgbà ìkẹyìn ni èyí; bí ẹ̀yin sì tí gbọ́ pé aṣòdì sí Kristi ń bọ̀ wá, àní nísinsin yìí, púpọ̀ aṣòdì sí Kristi ló ń bẹ. Nípa èyí ni àwa fi mọ́ pé ìgbà ìkẹyìn ni èyí.
19 ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହଁନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥିନିମନ୍ତେ ସେମାନେ ବାହାରିଗଲେ।
Wọ́n ti ọ̀dọ̀ wá jáde, ṣùgbọ́n wọn kì í ṣe ara wa. Nítorí bí wọ́n bá jẹ́ ara wa, wọn ìbá bá wa dúró, ṣùgbọ́n jíjáde lọ wọn fihàn pé gbogbo wọn kì í ṣe ara wa.
20 ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଥିବାରୁ ତୁମ୍ଭେ ସମସ୍ତେ ଜ୍ଞାନ ପ୍ରାପ୍ତ ହୋଇଅଛ।
Ṣùgbọ́n ẹ̀yin ní ìfòróróyàn láti ọ̀dọ̀ Ẹ̀mí Mímọ́ wá, gbogbo yín sì mọ òtítọ́.
21 ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ ମୁଁ ଯେ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତାହା ନୁହେଁ, ମାତ୍ର ତୁମ୍ଭେମାନେ ସତ୍ୟ ଜାଣିଥିବାରୁ ଓ କୌଣସି ମିଥ୍ୟା ସତ୍ୟରୁ ଜାତ ହୁଏ ନାହିଁ ବୋଲି ଜାଣିଥିବାରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି।
Èmi kò kọ̀wé sí yín nítorí pé ẹ̀yin kò mọ òtítọ́, ṣùgbọ́n nítorí tí ẹ̀yin mọ̀ ọ́n, àti pé kò sí èké nínú òtítọ́.
22 ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ।
Ta ni èké? Ẹni tí ó sẹ́ pé Jesu kì í ṣe Kristi. Eléyìí ni Aṣòdì sí Kristi, ẹni tí ó sẹ́ Baba àti Ọmọ.
23 ଯେ ପୁତ୍ରଙ୍କୁ ନାସ୍ତି କରେ, ସେ ପିତାଙ୍କୁ ପ୍ରାପ୍ତ କରି ନାହିଁ; ଯେ ପୁତ୍ରଙ୍କୁ ସ୍ୱୀକାର କରେ, ସେ ପିତାଙ୍କୁ ମଧ୍ୟ ପ୍ରାପ୍ତ କରିଅଛି।
Ẹnikẹ́ni tí o ba sẹ́ Ọmọ, kò gba Baba; ṣùgbọ́n ẹni tí ó ba jẹ́wọ́ Ọmọ, ó gba Baba pẹ̀lú.
24 ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ତୁମ୍ଭମାନଙ୍କଠାରେ ଥାଉ। ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ଯଦି ତୁମ୍ଭମାନଙ୍କଠାରେ ଥାଏ, ତାହାହେଲେ ତୁମ୍ଭେମାନେ ମଧ୍ୟ ପୁତ୍ର ଓ ପିତାଙ୍କଠାରେ ରହିବ।
Ẹ jẹ́ kí èyí tí ẹ tí gbọ́ ni àtètèkọ́ṣe máa gbé inú yín. Bí èyí tí ẹ̀yin tí gbọ́ ní àtètèkọ́ṣe bá ń gbé inú yín, ẹ̀yin ó sì dúró nínú Ọmọ àti nínú Baba.
25 ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ। (aiōnios g166)
Èyí sì ni ìlérí náà tí ó tí ṣe fún wa, àní ìyè àìnípẹ̀kun. (aiōnios g166)
26 ଯେଉଁମାନେ ତୁମ୍ଭମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ସମ୍ବନ୍ଧରେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।
Nǹkan wọ̀nyí ni mo kọ̀wé sí yín ní ti àwọn tí wọ́n fẹ́ ẹ mú yín ṣìnà.
27 କିନ୍ତୁ ତୁମ୍ଭେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ, ତାହା ତୁମ୍ଭମାନଙ୍କଠାରେ ରହିଅଛି, ପୁଣି, କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦେବ, ଏହା ତୁମ୍ଭମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ, ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ; ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ।
Ṣùgbọ́n ní ti ìfòróróyàn tí ẹ̀yín gba lọ́wọ́ rẹ̀ ṣì ń gbé inú yín, ẹ̀yin kò tún nílò pé kí ẹnìkan kọ yín. Ṣùgbọ́n bí ìfòróróyàn náà ti ń kọ́ yín ní ohun gbogbo tí ó jẹ́ òtítọ́, tí kì í sì í ṣe èké, àní gẹ́gẹ́ bí ó sì ti kọ́ yín, ẹ máa gbé inú rẹ̀.
28 ଅତଏବ, ହେ ବତ୍ସଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା।
Àti nísinsin yìí, ẹ̀yin ọmọ mi ọ̀wọ́n, ẹ máa gbé inú rẹ̀, pé nígbà tí òun ó bá farahàn, kí a lè ni ìgboyà níwájú rẹ̀, kí ojú má sì tì wá níwájú rẹ̀ ni ìgbà wíwá rẹ̀.
29 ସେ ଧାର୍ମିକ ଅଟନ୍ତି, ଏହା ଯଦି ଜାଣ, ତେବେ ଯେ କେହି ଧର୍ମାଚରଣ କରେ, ସେ ଯେ ତାହାଙ୍କଠାରୁ ଜାତ, ଏହା ମଧ୍ୟ ଜାଣ।
Bí ẹ̀yin ba mọ̀ pé olódodo ni òun, ẹ mọ̀ pé a bí olúkúlùkù ẹni tí ń ṣe òdodo nípa rẹ̀.

< ୧ ଯୋହନ 2 >