< ୧ ଯୋହନ 2 >
1 ହେ ମୋହର ବତ୍ସଗଣ, ତୁମ୍ଭେମାନେ ଯେପରି ପାପ ନ କର, ଏଥିନିମନ୍ତେ ମୁଁ ଏହିସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ।
ⲁ̅ⲚⲀϢⲎⲢⲒ ⲚⲀⲒ ϮⲤϦⲀⲒ ⲘⲘⲰⲞⲨ ⲚⲰⲦⲈⲚ ϨⲒⲚⲀ ⲚⲦⲈⲦⲈⲚϢⲦⲈⲘⲈⲢⲚⲞⲂⲒ ⲞⲨⲞϨ ⲈϢⲰⲠ ⲀⲢⲈϢⲀⲚ ⲞⲨⲀⲒ ⲈⲢⲚⲞⲂⲒ ⲞⲨⲞⲚⲦⲀⲚ ⲘⲘⲀⲨ ⲘⲠⲒⲠⲀⲢⲀⲔⲖⲎⲦⲞⲚ ϦⲀⲦⲈⲚ ⲪⲒⲰⲦ ⲒⲎⲤⲞⲨⲤ ⲠⲬⲢⲒⲤⲦⲞⲤ ⲠⲒⲐⲘⲎⲒ
2 ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ୍ତ ସ୍ୱରୂପ ଅଟନ୍ତି।
ⲃ̅ⲞⲨⲞϨ ⲚⲐⲞϤ ⲠⲈ ⲠⲤⲰϮ ⲚⲦⲈⲚⲈⲚⲚⲞⲂⲒ ⲈⲐⲂⲈ ⲚⲞⲨⲚ ⲆⲈ ⲘⲘⲀⲨⲀⲦⲈⲚ ⲀⲚ ⲀⲖⲖⲀ ⲚⲈⲘ ⲈⲐⲂⲈ ⲚⲀ ⲠⲒⲔⲞⲤⲘⲞⲤ ⲦⲎⲢϤ.
3 ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହେଉ ଯେ, ଆମ୍ଭେମାନେ ତାହାଙ୍କୁ ଜାଣୁ।
ⲅ̅ⲞⲨⲞϨ ϦⲈⲚⲪⲀⲒ ⲦⲈⲚⲚⲀⲈⲘⲒ ϪⲈ ⲀⲚⲤⲞⲨⲰⲚϤ ⲈϢⲰⲠ ⲀⲚϢⲀⲚⲀⲢⲈϨ ⲈⲚⲈϤⲈⲚⲦⲞⲖⲎ
4 ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ;
ⲇ̅ⲪⲎ ⲈⲦϪⲰ ⲘⲘⲞⲤ ϪⲈ ⲀⲒⲤⲞⲨⲰⲚϤ ⲞⲨⲞϨ ⲚⲦⲈϤϢⲦⲈⲘⲀⲢⲈϨ ⲈⲚⲈϤⲈⲚⲦⲞⲖⲎ ⲞⲨⲤⲀⲘⲈⲐⲚⲞⲨϪ ⲠⲈ ⲞⲨⲞϨ ⲐⲘⲎⲒ ϢⲞⲠ ϦⲈⲚⲪⲀⲒ ⲀⲚ
5 କିନ୍ତୁ ଯେ ତାହାଙ୍କ ବାକ୍ୟ ପାଳନ କରେ, ତାହାଠାରେ ଈଶ୍ବରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି। ଏତଦ୍ଵାରା ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ତାହାଙ୍କଠାରେ ଅଛୁ।
ⲉ̅ⲪⲎ ⲈⲐⲚⲀⲀⲢⲈϨ ⲈⲠⲈϤⲤⲀϪⲒ ⲀⲖⲎⲐⲰⲤ ϮⲀⲄⲀⲠⲎ ⲚⲦⲈⲪⲚⲞⲨϮ ⲀⲤϪⲰⲔ ⲈⲂⲞⲖ ⲚϦⲢⲎⲒ ϦⲈⲚⲪⲀⲒ ϦⲈⲚⲪⲀⲒ ⲦⲈⲚⲚⲀⲈⲘⲒ ϪⲈ ⲦⲈⲚϢⲞⲠ ⲚϦⲎ ⲦϤ
6 ଯେ ତାହାଙ୍କଠାରେ ରହେ ବୋଲି କହେ, ସେ ତାହାଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ।
ⲋ̅ⲪⲎ ⲈⲦϪⲰ ⲘⲘⲞⲤ ϪⲈ ϮϢⲞⲠ ⲚϦⲎⲦϤ ⲤⲈⲘⲠϢⲀ ⲘⲪⲢⲎϮ ⲈⲦⲀ ⲪⲎ ⲘⲞϢⲒ ⲘⲘⲞϤ ⲚⲦⲈϤⲘⲞϢⲒ ϨⲰϤ ⲘⲠⲀⲒⲢⲎϮ.
7 ହେ ପ୍ରିୟମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁ ନାହିଁ, ମାତ୍ର ଆରମ୍ଭରୁ ଯେଉଁ ପୁରାତନ ଆଜ୍ଞା ତୁମ୍ଭେମାନେ ପାଇଅଛ, ତାହା ଲେଖୁଅଛି; ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ପୁରାତନ ଆଜ୍ଞା।
ⲍ̅ⲚⲀⲘⲈⲚⲢⲀϮ ⲚⲞⲨⲈⲚⲦⲞⲖⲎ ⲘⲂⲈⲢⲒ ⲀⲚ ⲈϮⲤϦⲀⲒ ⲘⲘⲞⲤ ⲚⲰⲦⲈⲚ ⲀⲖⲖⲀ ⲞⲨⲈⲚⲦⲞⲖⲎ ⲚⲀⲠⲀⲤ ⲦⲈ ⲐⲎ ⲈⲚⲀⲤⲚⲦⲈⲚ ⲐⲎⲚⲞⲨ ⲒⲤϪⲈⲚ ϨⲎ ϮⲈⲚⲦⲞⲖⲎ ⲚⲀⲠⲀⲤ ⲠⲒⲤⲀϪⲒ ⲈⲦⲀⲢⲈⲦⲈⲚⲤⲞⲐⲘⲈϤ
8 ପୁନଶ୍ଚ, ମୁଁ ନୂତନ ଆଜ୍ଞା ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, ଏହା ତାହାଙ୍କଠାରେ ଓ ତୁମ୍ଭମାନଙ୍କଠାରେ ସତ୍ୟ ବୋଲି ପ୍ରକାଶ ପାଏ। କାରଣ ଅନ୍ଧକାର ଘୁଞ୍ଚିଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।
ⲏ̅ⲠⲀⲖⲒⲚ ⲞⲨⲈⲚⲦⲞⲖⲎ ⲘⲂⲈⲢⲒ ⲈϮⲤϦⲀⲒ ⲘⲘⲞⲤ ⲚⲰⲦⲈⲚ ⲐⲎ ⲈⲦⲈ ⲞⲨⲞⲚ ⲞⲨⲘⲈⲐⲘⲎⲒ ϢⲞⲠ ⲚϦⲎⲦⲤ ⲚⲈⲘ ϦⲈⲚⲐⲎⲚⲞⲨ ϪⲈ ⲠⲒⲬⲀⲔⲒ ⲚⲀⲤⲒⲚⲒ ⲠⲒⲞⲨⲰⲒⲚⲒ ⲚⲦⲀⲪⲘⲎⲒ ϨⲎⲆⲎ ϤⲈⲢⲞⲨⲰⲒⲚⲒ.
9 ଯେ ଆପଣା ଭାଇକୁ ଘୃଣା କରି କହେ ଯେ, ସେ ଜ୍ୟୋତିଃରେ ଅଛି, ସେ ଏପର୍ଯ୍ୟନ୍ତ ସୁଦ୍ଧା ଅନ୍ଧକାରରେ ଅଛି।
ⲑ̅ⲪⲎ ⲈⲦϪⲰ ⲘⲘⲞⲤ ϪⲈ ϮϢⲞⲠ ϦⲈⲚⲠⲒⲞⲨⲰⲒⲚⲒ ⲞⲨⲞϨ ϤⲘⲞⲤϮ ⲘⲠⲈϤⲤⲞⲚ ⲀϤⲚϦⲢⲎⲒ ϦⲈⲚⲠⲒⲬⲀⲔⲒ ϢⲀ ϮⲚⲞⲨ
10 ଯେ ଆପଣା ଭାଇକୁ ପ୍ରେମ କରେ, ସେ ଜ୍ୟୋତିଃରେ ରହେ, ପୁଣି, ତାହାଠାରେ ଝୁଣ୍ଟିବାର କୌଣସି କାରଣ ନାହିଁ।
ⲓ̅ⲪⲎ ⲈⲦⲈⲢⲀⲄⲀⲠⲀⲚ ⲘⲠⲈϤⲤⲞⲚ ⲀϤϢⲞⲠ ϦⲈⲚⲠⲒⲞⲨⲰⲒⲚⲒ ⲞⲨⲞϨ ⲘⲘⲞⲚ ⲤⲔⲀⲚⲆⲀⲖⲞⲚ ϢⲞⲠ ⲚϦⲎⲦϤ
11 କିନ୍ତୁ ଯେ ଆପଣା ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି, ପୁଣି, ଅନ୍ଧକାରରେ ଭ୍ରମଣ କରି କେଉଁଆଡ଼େ ଯାଉଅଛି, ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି।
ⲓ̅ⲁ̅ⲪⲎ ⲈⲐⲘⲞⲤϮ ⲘⲠⲈϤⲤⲞⲚ ⲀϤϦⲈⲚ ⲠⲒⲬⲀⲔⲒ ⲞⲨⲞϨ ⲀϤⲘⲞϢⲒ ϦⲈⲚⲠⲒⲬⲀⲔⲒ ⲞⲨⲞϨ ⲚϤⲤⲰⲞⲨⲚ ⲀⲚ ϪⲈ ⲀϤⲘⲞϢⲒ ⲈⲐⲰⲚ ϪⲈ Ⲁ- ⲠⲒⲬⲀⲔⲒ ⲐⲰⲘ ⲚⲚⲈϤⲂⲀⲖ
12 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତାହାଙ୍କ ନାମ ସକାଶେ ତୁମ୍ଭମାନଙ୍କର ପାପ କ୍ଷମା ହୋଇଅଛି।
ⲓ̅ⲃ̅ϮⲤϦⲀⲒ ⲚⲰⲦⲈⲚ ⲚⲒϢⲎⲢⲒ ϪⲈ ⲤⲈⲚⲀⲬⲀ ⲚⲈⲦⲈⲚⲚⲞⲂⲒ ⲚⲰⲦⲈⲚ ⲈⲂⲞⲖ ⲈⲐⲂⲈ ⲠⲈϤⲢⲀⲚ
13 ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।
ⲓ̅ⲅ̅ϮⲤϦⲀⲒ ⲚⲰⲦⲈⲚ ⲚⲒⲒⲞϮ ϪⲈ ⲀⲢⲈⲦⲈⲚⲤⲞⲨⲈⲚ ⲪⲎ ⲈⲦϢⲞⲠ ⲒⲤϪⲈⲚ ϨⲎ ϮⲤϦⲀⲒ ⲚⲰⲦⲈⲚ ⲚⲒϦⲈⲖϢⲒⲢⲒ ϪⲈ ⲀⲢⲈⲦⲈⲚϬⲢⲞ ⲈⲠⲒⲠⲞⲚⲎⲢⲞⲤ
14 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ। ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ବଳବାନ, ପୁଣି, ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି ଓ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।
ⲓ̅ⲇ̅ⲀⲒⲤϦⲀⲒ ⲚⲰⲦⲈⲚ ⲚⲒⲀⲖⲰⲞⲨⲒ ϪⲈ ⲀⲢⲈⲦⲈⲚⲤⲞⲨⲈⲚ ⲪⲒⲰⲦ ⲀⲒⲤϦⲀⲒ ⲚⲰⲦⲈⲚ ⲚⲒⲒⲞϮ ϪⲈ ⲀⲢⲈⲦⲈⲚⲤⲞⲨⲈⲚ ⲪⲎ ⲈⲦϢⲰⲠⲒ ⲒⲤϪⲈⲚ ϨⲎ ⲀⲒⲤϦⲀⲒ ⲚⲰⲦⲈⲚ ⲚⲒϦⲈⲖϢⲒⲢⲒ ϪⲈ ⲦⲈⲦⲈⲚϪⲞⲢ ⲞⲨⲞϨ ⲠⲒⲤⲀϪⲒ ⲚⲦⲈⲪⲚⲞⲨϮ ϢⲞⲠ ϦⲈⲚⲐⲎⲚⲞⲨ ⲞⲨⲞϨ ⲀⲦⲈⲦⲈⲚϬⲢⲞ ⲈⲠⲒⲠⲞⲚⲎⲢⲞⲤ
15 ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ;
ⲓ̅ⲉ̅ⲘⲠⲈⲢⲘⲈⲚⲢⲈ ⲠⲒⲔⲞⲤⲘⲞⲤ ⲞⲨⲆⲈ ⲚⲎ ⲈⲦϢⲞⲠ ϦⲈⲚⲠⲒⲔⲞⲤⲘⲞⲤ ⲈϢⲰⲠ ⲆⲈ ⲀⲢⲈϢⲀⲚ ⲞⲨⲀⲒ ⲘⲈⲚⲢⲈ ⲠⲒⲔⲞⲤⲘⲞⲤ ϮⲀⲄⲀⲠⲎ ⲚⲦⲈⲪⲒⲰⲦ ϢⲞⲠ ⲚϦⲎⲦϤ ⲀⲚ.
16 କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ।
ⲓ̅ⲋ̅ϪⲈ ⲈⲚⲬⲀⲒ ⲚⲒⲂⲈⲚ ⲈⲦϦⲈⲚ ⲠⲒⲔⲞⲤⲘⲞⲤ ϮⲈⲠⲒⲐⲨⲘⲒⲀ ⲚⲦⲈϮⲤⲀⲢⲜ ⲚⲈⲘ ϮⲈⲠⲒⲐⲨⲘⲒⲀ ⲚⲦⲈⲚⲒⲂⲀⲖ ⲚⲈⲘ ϮⲘⲈⲦⲢⲈϤϨⲒⲠϨⲞ ⲚⲦⲈⲠⲀⲒⲂⲒⲞⲤ ⲚⲀⲒ ϨⲀⲚⲈⲂⲞⲖ ⲘⲪⲒⲰⲦ ⲀⲚ ⲚⲈⲀⲖⲖⲀ ϨⲀⲚⲈⲂⲞⲖ ϦⲈⲚⲠⲒⲔⲞⲤⲘⲞⲤ ⲚⲈ
17 ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ବରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ। (aiōn )
ⲓ̅ⲍ̅ⲞⲨⲞϨ ⲠⲒⲔⲞⲤⲘⲞⲤ ⲚⲀⲤⲒⲚⲒ ⲚⲈⲘ ⲦⲈϤⲈⲠⲒⲐⲨⲘⲒⲀ ⲪⲎ ⲆⲈ ⲈⲦⲒⲢⲒ ⲘⲪⲞⲨⲰϢ ⲘⲪⲚⲞⲨϮ ϤⲚⲀϢⲰⲠⲒ ϢⲀ ⲈⲚⲈϨ. (aiōn )
18 ହେ ବତ୍ସଗଣ, ଶେଷକାଳ ଉପସ୍ଥିତ, ପୁଣି, ଭଣ୍ଡଖ୍ରୀଷ୍ଟ ଆସିବ ବୋଲି ତୁମ୍ଭେମାନେ ଯେପରି ଶୁଣିଥିଲ, ସେହିପରି ଏବେ ମଧ୍ୟ ଅନେକ ଭଣ୍ଡଖ୍ରୀଷ୍ଟ ଉଠିଲେଣି; ଏତଦ୍ଵାରା ଆମ୍ଭେମାନେ ଜାଣୁଅଛୁ ଯେ, ଶେଷକାଳ ଉପସ୍ଥିତ।
ⲓ̅ⲏ̅ⲚⲒⲀⲖⲰⲞⲨⲒ ⲦϦⲀⲈ ⲚⲞⲨⲚⲞⲨ ⲦⲈ ⲞⲨⲞϨ ⲔⲀⲦⲀ ⲪⲢⲎϮ ⲈⲦⲀⲢⲈⲦⲈⲚⲤⲰⲦⲈⲘ ϪⲈ ⲠⲒⲀⲚⲦⲒⲬⲢⲒⲤⲦⲞⲤ ⲚⲎⲞⲨ ϮⲚⲞⲨ ⲒⲤ ⲞⲨⲘⲎϢ ⲚⲀⲚⲦⲒⲬⲢⲒⲤⲦⲞⲤ ⲀⲨϢⲰⲠⲒ ϦⲈⲚⲪⲀⲒ ⲦⲈⲚⲚⲀⲈⲘⲒ ϪⲈ ⲦϦⲀⲈ ⲚⲞⲨⲚⲞⲨ ⲦⲈ.
19 ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହଁନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥିନିମନ୍ତେ ସେମାନେ ବାହାରିଗଲେ।
ⲓ̅ⲑ̅ⲈⲦⲀⲨⲒ ⲈⲂⲞⲖ ⲚϦⲎⲦⲈⲚ ⲀⲖⲖⲀ ϨⲀⲚⲈⲂⲞⲖ ⲚϦⲎⲦⲈⲚ ⲀⲚ ⲚⲈⲚⲈ ϨⲀⲚⲈⲂⲞⲖ ⲚϦⲎⲦⲈⲚ ⲚⲀⲨⲚⲀϢⲰⲠⲒ ⲚⲈⲘⲀⲚ ⲠⲈ ⲀⲖⲖⲀ ϨⲒⲚⲀ ⲚⲦⲞⲨⲞⲨⲞⲚϨ ⲈⲂⲞⲖ ϪⲈ ϨⲀⲚⲈⲂⲞⲖ ⲚϦⲎⲦⲈⲚ ⲦⲎⲢⲞⲨ ⲀⲚ ⲠⲈ
20 ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଥିବାରୁ ତୁମ୍ଭେ ସମସ୍ତେ ଜ୍ଞାନ ପ୍ରାପ୍ତ ହୋଇଅଛ।
ⲕ̅ⲞⲨⲞϨ ⲚⲐⲰⲦⲈⲚ ϨⲰⲦⲈⲚ ⲞⲨⲞⲚⲦⲞⲦⲈⲚ ⲚⲞⲨⲐⲰϨⲤ ⲈⲂⲞⲖ ϦⲈⲚⲠⲈⲐⲞⲨⲀⲂ ⲞⲨⲞϨ ⲦⲈⲦⲈⲚⲤⲰⲞⲨⲚ ⲚϨⲰⲂ ⲚⲒⲂⲈⲚ
21 ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ ମୁଁ ଯେ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତାହା ନୁହେଁ, ମାତ୍ର ତୁମ୍ଭେମାନେ ସତ୍ୟ ଜାଣିଥିବାରୁ ଓ କୌଣସି ମିଥ୍ୟା ସତ୍ୟରୁ ଜାତ ହୁଏ ନାହିଁ ବୋଲି ଜାଣିଥିବାରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି।
ⲕ̅ⲁ̅ⲈⲦⲀⲒⲤϦⲀⲒ ⲚⲰⲦⲈⲚ ⲀⲚ ϪⲈ ⲦⲈⲦⲈⲚⲤⲰⲞⲨⲚ ⲚⲐⲘⲎⲒ ⲀⲚ ⲀⲖⲖⲀ ϪⲈ ⲦⲈⲦⲈⲚⲤⲰⲞⲨⲚ ⲘⲘⲞⲤ ϪⲈ ⲤⲀⲘⲈⲐⲚⲞⲨϪ ⲚⲒⲂⲈⲚ ϨⲀⲚⲈⲂⲞⲖ ⲚⲐⲘⲎ ⲒⲀⲚ ⲚⲈ
22 ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ।
ⲕ̅ⲃ̅ⲚⲒⲘ ⲠⲈ ⲠⲒⲤⲀⲘⲈⲐⲚⲞⲨⲚ ⲈⲂⲎⲖ ⲈⲪⲎ ⲈⲦϪⲰⲖ ⲈⲂⲞⲖ ϪⲈ ⲒⲎⲤⲞⲨⲤ ⲀⲚ ⲠⲈ ⲠⲬⲢⲒⲤⲦⲞⲤ ⲪⲀⲒ ⲠⲈ ⲠⲒⲀⲚⲦⲒⲬⲢⲒⲤⲦⲞⲤ ϪⲈ ⲪⲎ ⲈⲦϪⲰⲖ ⲘⲪⲒⲰⲦ ⲈⲂⲞⲖ ϤϪⲰⲖ ⲞⲚ ⲘⲠⲒⲔⲈϢⲎⲢⲒ
23 ଯେ ପୁତ୍ରଙ୍କୁ ନାସ୍ତି କରେ, ସେ ପିତାଙ୍କୁ ପ୍ରାପ୍ତ କରି ନାହିଁ; ଯେ ପୁତ୍ରଙ୍କୁ ସ୍ୱୀକାର କରେ, ସେ ପିତାଙ୍କୁ ମଧ୍ୟ ପ୍ରାପ୍ତ କରିଅଛି।
ⲕ̅ⲅ̅ⲞⲨⲞϨ ⲞⲨⲞⲚ ⲚⲒⲂⲈⲚ ⲈⲦϪⲰⲖ ⲘⲠⲒϢⲎⲢⲒ ⲈⲂⲞⲖ ⲠⲒⲔⲈⲒⲰⲦ ⲚⲦⲞⲦϤ ⲀⲚ ⲪⲎ ⲈⲐⲞⲨⲰⲚϨ ⲘⲠⲒϢⲎⲢⲒ ⲈⲂⲞⲖ ⲠⲒⲔⲈⲒⲰⲦ ⲚⲦⲞⲦϤ
24 ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ତୁମ୍ଭମାନଙ୍କଠାରେ ଥାଉ। ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ଯଦି ତୁମ୍ଭମାନଙ୍କଠାରେ ଥାଏ, ତାହାହେଲେ ତୁମ୍ଭେମାନେ ମଧ୍ୟ ପୁତ୍ର ଓ ପିତାଙ୍କଠାରେ ରହିବ।
ⲕ̅ⲇ̅ⲚⲐⲰⲦⲈⲚ ϨⲰⲦⲈⲚ ⲪⲎ ⲈⲦⲀⲢⲈⲦⲈⲚⲤⲞⲐⲘⲈϤ ⲒⲤϪⲈⲚ ϨⲎ ⲘⲀⲢⲈϤϢⲰⲠⲒ ϦⲈⲚⲐⲎⲚⲞⲨ ⲈϢⲰⲠ ⲆⲈ ⲀϤϢⲀⲚϢⲰⲠⲒ ϦⲈⲚⲐⲎⲚⲞⲨ ⲚϪⲈⲪⲎ ⲈⲦⲀⲢⲈⲦⲈⲚⲤⲞⲐⲘⲈϤ ⲒⲤϪⲈⲚ ϨⲎ ⲚⲐⲰⲦⲈⲚ ϨⲰⲦⲈⲚ ⲈⲢⲈⲦⲈⲚⲈϢⲰⲠⲒ ϦⲈⲚⲠⲒϢⲎⲢⲒ ⲚⲈⲘ ⲪⲒⲰⲦ
25 ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ। (aiōnios )
ⲕ̅ⲉ̅ⲪⲀⲒ ⲠⲈ ⲠⲒⲰϢ ⲪⲎ ⲚⲐⲞϤ ⲈⲦⲀϤⲰϢ ⲘⲘⲞϤ ⲚⲀⲚ ⲠⲒⲰⲚϦ ⲚⲈⲚⲈϨ (aiōnios )
26 ଯେଉଁମାନେ ତୁମ୍ଭମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ସମ୍ବନ୍ଧରେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।
ⲕ̅ⲋ̅ⲚⲀⲒ ⲀⲒⲤϦⲎⲦⲞⲨ ⲚⲰⲦⲈⲚ ⲈⲐⲂⲈ ⲚⲎ ⲈⲦⲤⲰⲢⲈⲘ ⲘⲘⲰⲦⲈⲚ
27 କିନ୍ତୁ ତୁମ୍ଭେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ, ତାହା ତୁମ୍ଭମାନଙ୍କଠାରେ ରହିଅଛି, ପୁଣି, କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦେବ, ଏହା ତୁମ୍ଭମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ, ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ; ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ।
ⲕ̅ⲍ̅ⲞⲨⲞϨ ⲚⲐⲰⲦⲈⲚ ⲠⲒⲐⲰϨⲤ ⲈⲦⲀⲢⲈⲦⲈⲚϬⲒⲦϤ ⲚⲦⲞⲦϤ ϤϢⲞⲠ ϦⲈⲚⲐⲎⲚⲞⲨ ⲞⲨⲞϨ ⲚⲦⲈⲦⲈⲚⲈⲢⲬⲢⲒⲀ ⲀⲚ ⲈⲤϦⲀⲒ ⲚⲰⲦⲈⲚ ⲒⲈ ⲚⲦⲈⲞⲨⲀⲒ ϮⲤⲂⲰ ⲚⲰⲦⲈⲚ ⲀⲖⲖⲀ ⲘⲪⲢⲎϮ ⲈⲦⲈ ⲠⲀⲒⲠⲚⲈⲨⲘⲀⲢⲰ ϮⲤⲂⲰ ⲚⲰⲦⲈⲚ ⲈⲐⲂⲈ ϨⲰⲂ ⲚⲒⲂⲈⲚ ⲞⲨⲞϨ ⲞⲨⲐⲘⲎⲒ ⲠⲈ ⲞⲨⲤⲀⲘⲈⲐⲚⲞⲨϪ ⲀⲚ ⲠⲈ ⲔⲀⲦⲀ ⲪⲢⲎϮ ⲈⲦⲀϤⲦⲤⲀⲂⲈ ⲐⲎⲚⲞⲨ ϢⲰⲠⲒ ⲚϦⲎⲦϤ
28 ଅତଏବ, ହେ ବତ୍ସଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା।
ⲕ̅ⲏ̅ⲞⲨⲞϨ ϮⲚⲞⲨ ⲞⲚ ⲚⲀϢⲎⲢⲒ ϢⲰⲠⲒ ⲚϦⲎⲦϤ ϨⲒⲚⲀ ⲀϤϢⲀⲚⲞⲨⲞⲚϨ ⲈⲂⲞⲖ ⲦⲈⲦⲈⲚⲚⲀϬ ⲒⲚⲞⲨⲠⲀⲢⲢⲎⲤⲒⲀ ⲚⲦⲈⲦⲈⲚϢⲦⲈⲘϬⲒϢⲒⲠⲒ ⲚⲦⲞⲦϤ ϦⲈⲚⲦⲈϤⲠⲀⲢⲞⲨⲤⲒⲀ
29 ସେ ଧାର୍ମିକ ଅଟନ୍ତି, ଏହା ଯଦି ଜାଣ, ତେବେ ଯେ କେହି ଧର୍ମାଚରଣ କରେ, ସେ ଯେ ତାହାଙ୍କଠାରୁ ଜାତ, ଏହା ମଧ୍ୟ ଜାଣ।
ⲕ̅ⲑ̅ⲈϢⲰⲠ ⲀⲢⲈⲦⲈⲚϢⲀⲚⲚⲀⲨ ϪⲈ ⲞⲨⲐⲘⲎⲒ ⲠⲈ ⲀⲢⲒⲈⲘⲒ ϪⲈ ⲞⲨⲞⲚ ⲚⲒⲂⲈⲚ ⲈⲦⲒⲢⲒ ⲚϮⲘⲈⲐⲘⲎ ⲒⲈⲦⲀⲨⲘⲀⲤϤ ⲈⲂⲞⲖ ⲚϦⲎⲦϤ.