< ୧ ଯୋହନ 1 >
1 ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ।
ଆରୁମେ ଜେ ରିଲା ଜାର୍ ବାକ୍ୟ ଅଃମିମଃନ୍ ସୁଣି ଆଚୁ, ଜାକେ ନିଜ୍ଆକାୟ୍ ଦଃକି ଆଚୁ । ଆର୍ ନିଜାର୍ ଆତେ ଚୁୟ୍ ଆଚୁ, ସେ ଜିବନ୍ ହର୍ କଃତାକ୍ ତୁମିମଃନ୍କେ ଜାଣାଉଁଲୁ ।
2 ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ। (aiōnios )
ସେ ଜିବନ୍ ଦଃକାୟ୍ ଅୟ୍ଲା ଆର୍ ଅଃମିମଃନ୍ ଦଃକିଆଚୁ ଆର୍ ସାକି ଦେଉଁଲୁ; ଜୁୟ୍ ଅଃମ୍ବର୍ ଜିବନ୍ ଉବାର୍ ସଃଙ୍ଗ୍ ରିଲା ଆର୍ ଅଃମିମଃନାର୍ ତଃୟ୍ ଦଃକାୟ୍ ଅୟ୍ଲା, ତାର୍ କଃତା ତୁମିମଃନ୍କେ ଜାଣାଉଁଲୁ । (aiōnios )
3 ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି।
ଜାୟ୍ରି ଅଃମିମଃନ୍ ଦଃକି ଆଚୁ ଆର୍ ସୁଣି ଆଚୁ ସେରି ତୁମିମଃନ୍କେ ହେଁ ଜାଣାଉଁଲୁ, ଜଃନ୍କଃରି ତୁମିମଃନ୍ ହେଁ ଅଃମିମଃନାର୍ ସଃଙ୍ଗ୍ ମିସାବିଳା କଃରୁ ହାରାସ୍, ଅଃମିମଃନାର୍ ଉବା ଆର୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ସଃଙ୍ଗ୍ ଆଚେ ।
4 ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ଆମ୍ଭେମାନେ ଏହିସବୁ ଲେଖୁଅଛୁ।
ଅଃମିମଃନାର୍ ସଃର୍ଦା ଜଃନ୍କଃରି ହୁର୍ନ୍ ଅୟ୍ଦ୍ ଇତାର୍ ଗିନେ ଅଃମିମଃନ୍ ଇ ସଃବୁ ଲେକୁଲୁ ।
5 ଆମ୍ଭେମାନେ ତାହାଙ୍କଠାରୁ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ବର ଜ୍ୟୋତିଃସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ।
ଅଃମିମଃନ୍ ତାର୍ ତଃୟ୍ ହୁଣି ଜୁୟ୍ କବୁର୍ ସୁଣି ଆଚୁ ଆର୍ ତୁମିମଃନ୍କେ ଜାଣାଉଁଲୁ ସେରି ଇରି ଇସ୍ୱର୍ ଉଜାଳ୍ ଆର୍ ତାର୍ ଟାଣେ ଅଃଳକ୍ ହେଁ ଅଃନ୍ଦାର୍ ନାୟ୍
6 ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ।
ତାର୍ ସଃଙ୍ଗ୍ ଅଃମାର୍ ମିସାଣ୍ ଆଚେ, ଇରି କୟ୍ ଜଦି ଅଃମିମଃନ୍ ଅଃନ୍ଦାରେ ଜିବନ୍ କାଟୁନ୍ଦ୍, ସେନ୍ଅୟ୍ଲେକ୍ ଅଃମିମଃନ୍ ମିଚୁଆମଃନ୍ ଆର୍ ସଃତେ ଜିବନ୍ ନଃକାଟୁଲୁ ।
7 କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ।
ମଃତର୍ ସେ ଜଃନ୍କଃରି ଉଜାଳେ ବାସାକାରି, ଅଃମିମଃନ୍ ଜଦି ସେନ୍କଃରି ଉଜାଳେ ଚାଲ୍ଚାଲ୍ତି କଃରୁଲୁ, ତଃବେ ଅଃମିମଃନାର୍ ବିତ୍ରେ ମିସିକଃରି ଆଚେ । ଆରେକ୍ ତାର୍ ହୟ୍ସି ଜିସୁର୍ ବଃନି ସଃବୁ ହାହେ ହୁଣି ଅଃମିମଃନ୍କ୍ ନିର୍ମୁଳ୍ କଃରେଦ୍ ।
8 ଆମ୍ଭମାନଙ୍କର ପାପ ନାହିଁ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ।
ଅଃମିମଃନାର୍ ହାହ୍ ନାୟ୍ ଇରି ଜଦି କଃଉନ୍ଦ୍ ତଃନ୍ଅୟ୍ଲେକ୍ ଅଃହ୍ଣା ଅଃହ୍ଣାକ୍ ଜଃଟୁଲୁ । ଆରେକ୍ ଅଃମାର୍ ତଃୟ୍ ସଃତ୍ ନାୟ୍ ।
9 ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି।
ଜଦି ଅଃମିମଃନ୍ ଇସ୍ୱରାର୍ ତଃୟ୍ ନିଜ୍ନିଜ୍କେ ହାହି ବଃଲି କଃଉନ୍ଦ୍ ତଃବେ ସେ ଅଃମାର୍ ହାହ୍ କେମା କଃରୁକେ ଆର୍ ସଃବୁ ଅଃଦଃର୍ମେ ହୁଣି ଅଃମିମଃନ୍କ୍ ନିର୍ମୁଳ୍ କଃରୁକେ ବିସ୍ୱାସାର୍ ଜୟ୍ଗ୍ ଆର୍ ନ୍ୟାୟ୍ବାନ୍ ।
10 ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି, ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ।
ଅଃମିମଃନ୍ ହାହ୍ ନଃକେରୁ ଇରି ଜଦି କଃଉନ୍ଦ୍ ତଃନ୍ଅଲେ ଅଃମିମଃନ୍ ତାକେ ମିଚୁଆ କଃରୁନ୍ଦ୍ ଆରେକ୍ ତାର୍ ବାକ୍ୟ ଅଃମାର୍ ତଃୟ୍ ନାୟ୍ ।