< କରିନ୍ଥୀୟ 9 >
1 ମୁଁ କଅଣ ସ୍ୱାଧୀନ ନୁହେଁ? ମୁଁ କଅଣ ଜଣେ ପ୍ରେରିତ ନୁହେଁ? ମୁଁ କଅଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ? ତୁମ୍ଭେମାନେ କଅଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ?
୧ମର୍ ଜାଇଟା ମନ୍ କଲାଟା, ସେଟା କାଇ କରିନାପାରି କି? ମୁଇ କାଇ ଗଟେକ୍ ପେରିତ୍ ନଇ କି? ମୁଇ କାଇ ଆମର୍ ମାପ୍ରୁ ଜିସୁର୍ ଦର୍ସନ୍ ପାଇ ନାଇ କି? ତମେ ସବୁ, ମୁଇ ମାପ୍ରୁର୍ ପାଇ କରିରଇବା କାମର୍ ଲାଗି ବିସ୍ବାସ୍ କଲାସ୍ ନାଇ କି?
2 ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତଥାପି ତୁମ୍ଭମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଦ୍ରାଙ୍କ ସ୍ୱରୂପ।
୨ଜଦି ମକେ ବିନ୍ ଲକ୍ମନ୍ ଗଟେକ୍ ପେରିତ୍ ବଲି ନ ନାମ୍ଲେ ମିସା, ତମେ ମକେ ସତ୍ ଇସାବେ ନାମି ଆଚାସ୍ । କାଇକେବଇଲେ ମାପ୍ରୁର୍ ସଙ୍ଗ୍ ତମର୍ ଜିବନ୍ ମିସ୍ଲାର୍ ଲାଗି, ମର୍ ପେରିତ୍ ପଦର୍ ସାକି ଆଚାସ୍ ।
3 ମୋହର ସମାଲୋଚକମାନଙ୍କୁ ମୋହର ଉତ୍ତର ଏହି।
୩ତମେ ଗଟେକ୍ ପେରିତ୍ କି? ବଲି ମକେ ପର୍ସନ୍ କର୍ବା ଲକ୍ମନ୍କେ ମୁଇ ଏ କାତା କଇବି ।
4 ଭୋଜନପାନ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?
୪ଆମେ ମାପ୍ରୁ ଜିସୁର୍ ପେରିତ୍ ମନ୍ । ତାର୍ କାମର୍ ଲାଗି, କାଇବାଟା କି ପିଇବାଟା ମିଲ୍ଲେ, ସେଟା ନେବାର୍ ମର୍ ଅଦିକାର୍ ନାଇ କି?
5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?
୫ଅଲ୍ଗା ପେରିତ୍ମନର୍ ପାରା, ପିତର୍ ଆରି ଆମର୍ ମାପ୍ରୁ ଜିସୁର୍ ବାଇମନର୍ ପାରା, ବିସ୍ବାସ୍ କରିରଇବା ମାଇଜିକେ ବିବା ଅଇକରି ତାକେ ମର୍ ସଙ୍ଗ୍ ନେବାକେ କାଇ ମର୍ ଅଦିକାର୍ ନାଇ କି?
6 କିମ୍ବା ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ କଅଣ କେବଳ ମୋହର ଓ ବର୍ଣ୍ଣବ୍ବାଙ୍କର ଅଧିକାର ନାହିଁ?
୬ଅବ୍କା ଜିଇବା କାଇବାକେ ମୁଇ ଆରି ବର୍ନବା ଆବଡ୍ କାମ୍ କର୍ତେ ରଇବୁ କି?
7 କିଏ ନିଜ ବ୍ୟୟରେ କେବେ ସୈନିକବୃତ୍ତି କରେ? କିଏ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ ନ କରେ? ଅବା କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ?
୭ବାବିଦେକା, ଗଟେକ୍ ସଇନ ଜୁଇଦେ ରଇଲାବେଲେ ନିଜେ କର୍ଚ କରି କେବେ କାମ୍ କରିପାରେ କି? ନାଇ, ନାପାରେ । କି ଗଟେକ୍ ଚାସି ତାର୍ କେତେ ଅନି ଅଇଲା ପସଲ୍, ତାର୍ କାଇବାର୍ ଅଦିକାର୍ ନାଇ କି? ଆରି କେ ଗରୁଗାଇ ପସିରଇକରି ସେମନର୍ ଦୁଦ୍ ନ କାଅତ୍ କି?
8 ମୁଁ ମନୁଷ୍ୟ ଭାବରେ କଅଣ ଏହିସବୁ କଥା କହୁଅଛି? ମୋଶାଙ୍କ ବ୍ୟବସ୍ଥା ମଧ୍ୟ କଅଣ ଏହିସବୁ କଥା କୁହେ ନାହିଁ?
୮ମୁଇ କାଇ ଏଟା ମୁନୁସ୍ ଇସାବେ କଇଲିନି କି? ନିୟମେ ଏଟା ଲେକା ଅଏ ନାଇ କି?
9 କାରଣ ମୋଶାଙ୍କ ବ୍ୟବସ୍ଥାରେ ଏହା ଲେଖାଅଛି, “ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ।” ଈଶ୍ବର କଅଣ ବଳଦ ବିଷୟରେ ଚିନ୍ତା କରନ୍ତି?
୯ସେ ନିୟମେ ଏନ୍ତାରି ଲେକା ଅଇଆଚେ । ଦାନ୍ ଗାନାଇ ବୁଲ୍ତେ ରଇବା ବଲଦର୍ ତମ୍ନାଇ ବାନ୍ଦାନାଇ । ଜେନ୍ତି କି ସେ ଅଲପ୍ ଅଲପ୍ କାଇତେରଇସି । ଏ ନିୟମ୍ ଲେକ୍ଲାବେଲେ ପର୍ମେସର୍ କାଇ ଏ ବଲଦ୍ମନର୍ ବିସଇସେ ଚିନ୍ତା କର୍ତେରଇଲା କି?
10 ସେ କଅଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ୍, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତାହାର ବେଙ୍ଗଳା ପକାଇବା ଉଚିତ୍।
୧୦ଏଟା ଆମର୍ ପାଇ ଲେକା ଅଇଲାଆଚେ । ଜେନ୍ତିକି ଜନ୍ ଲକ୍ମନ୍ କସ୍ବାତେଇ ଆରି କାଟ୍ବାତେଇ ମିସ୍ଲାଇ ଆଚତ୍, ସେମନ୍କେ ତେଇର୍ ପସଲ୍ଟାନେ ବାଗ୍ ମିଲ୍ସି ବଲି ଆସା କରି କାମ୍ କର୍ବାଇ ।
11 ଯଦି ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପାରମାର୍ଥିକ ବୀଜ ବୁଣିଅଛୁ, ତେବେ ତୁମ୍ଭମାନଙ୍କର ଐହିକ ଶସ୍ୟ ଛେଦନ କଲେ କଅଣ ଗୁରୁତର ବିଷୟ?
୧୧ଆମେ ତମର୍ ବିତ୍ରେ ଆତ୍ମାର୍ ମୁଞ୍ଜି ବୁନ୍ଲୁ ଆଚୁ । ସେଟାର୍ ପାଇ ତମର୍ଟାନେ ଅନି କାଇ ଜଗତର୍ ପସଲ୍ ପାଇବାକେ ମନ୍ କର୍ବାଟା, ଗଟେକ୍ କାରାପ୍ କାତା କି?
12 ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କଅଣ ଆହୁରି ଅଧିକ ନୋହୁଁ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ।
୧୨ତମର୍ ଟାନେଅନି ଏଟା ଆସା କର୍ବାକେ ଜଦି ବିନ୍ ଲକ୍ମନର୍ ଅଦିକାର୍ ଆଚେ, ସେନ୍ତି ବଇଲେ ତାକର୍ଟାନେଅନି ଆମର୍ ଅଦିକାର୍ ବେସି ନଏଁ କି? ଏଲେ ମିସା ସେ ଅଦିକାର୍ ଆମେ ବେବାର୍ କରୁନାଇ, ମାତର୍ କିରିସ୍ଟର୍ ସୁବ୍କବର୍କେ କାଇମିସା ଅସୁବିଦା ନ ଆସ ବଲି ଆମେ ସବୁ ରକାମର୍ କସ୍ଟ ମୁର୍ଚି କରି ରଇଲୁନି ।
13 ଯେଉଁମାନେ ମନ୍ଦିରରେ ସେବା କରନ୍ତି, ସେମାନେ ଯେ ମନ୍ଦିରରୁ ଖାଦ୍ୟ ପାଆନ୍ତି, ପୁଣି, ଯେଉଁମାନେ ବେଦିର ସେବାରେ ନିବିଷ୍ଟ ରହନ୍ତି, ସେମାନେ ଯେ ବେଦୀ ସହିତ ଅଂଶୀ ହୁଅନ୍ତି, ଏହା କଅଣ ଜାଣ ନାହିଁ?
୧୩ଜନ୍ ଲକ୍ମନ୍ ମନ୍ଦିରେ ସେବା କଲାଇନି, ସେମନ୍ ମନ୍ଦିରେ ଅନି କାଦି ପାଇବାଇ । ଆରି ଜେ ସବୁଦିନେ ବେଦିଟାନେ ବଲି ଦେଲାଇନି, ସେମନ୍ ବେଦିଟାନେ ବଲିକଲା ବାଟାଇ ମିସ୍ବାଇ, ଏଟା ତମେ ଜାନିଆଚାସ୍ ।
14 ସେହି ପ୍ରକାରେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନେ ଯେ ସୁସମାଚାର ଦ୍ୱାରା ଜୀବନ ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଅଛନ୍ତି।
୧୪ସୁସମାଚାର୍ ଜାନାଇବା ଲକ୍, ତେଇଅନି ଜିଉନା କାଉନା କରା ବଲି ମାପ୍ରୁ ଆଦେସ୍ ଦେଲାଆଚେ ।
15 କିନ୍ତୁ ମୁଁ ଏହିସବୁ ବିଷୟ କିଛି ବ୍ୟବହାର କରି ନାହିଁ, ଆଉ ମୋʼ ପ୍ରତି ଯେ ଏହିପରି କରାଯିବ, ଏଥିପାଇଁ ମୁଁ ଏହିସବୁ ଲେଖୁ ନାହିଁ; କାରଣ କେହି ମୋହର ଏହି ଦର୍ପ ବ୍ୟର୍ଥ କରିବା ଅପେକ୍ଷା ବରଂ ମୋହର ମରିବା ଭଲ।
୧୫ମାତର୍ ମୁଇ ଏନ୍ତାରି କାଇମିସା ଅଦିକାର୍ ମାଙ୍ଗିନାଇ, ଏ ବିସଇ ଦାବି କର୍ବାକେ ମୁଇ ଲେକିନାଇ । ତମର୍ଟାନେଅନି ମାଙ୍ଗ୍ବା ବାଦୁଲେ ମୁଇ ମରିଜିବି ସିନା, ନ ମାଙ୍ଗି । କାଇକେବଇଲେ ମୁଇ ତମର୍ଟାନେ କାଇଟା ନ ମାଙ୍ଗ୍ତେ କାମ୍ କଲି, ବଲି ବଡ୍ପନ୍ ଅଇବି ।
16 କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ, ମୁଁ ଦଣ୍ଡର ପାତ୍ର।
୧୬ସୁବ୍କବର୍ ସୁନାଇଲିନି ବଲି ମର୍ ବଡ୍ପନ୍ ଅଇବା ଅଦିକାର୍ ନାଇ, କାଇକେବଇଲେ ଏଟା ମକେ ତିଆରିରଇବା କାମ୍ । ଜଦି ମୁଇ ସୁବ୍କବର୍ ନ ଜାନାଇଲେ ମକେ ବଡ୍ ଡଣ୍ଡ୍ ମିଲ୍ସି ।
17 କାରଣ ଯଦି ମୁଁ ସ୍ୱେଚ୍ଛାରେ ଏହା କରେ, ତେବେ ମୋହର ପୁରସ୍କାର ଅଛି; କିନ୍ତୁ ଯଦି ସ୍ୱେଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋʼ ଠାରେ ସମର୍ପିତ ହୋଇଅଛି।
୧୭ଏଟା ଜଦି ମୁଇ ନିଜର୍ ମନ୍ କଲା ଇସାବେ କଲେ, କୁଲି ପାଇବାକେ ମର୍ ଅଦିକାର୍ ରଇତା । ମାତର୍ ପର୍ମେସର୍ ମକେ ଏ କାମ୍ ସର୍ପି ଦେଲାକେ, ମୁଇ ଏଟା କଲିନି ।
18 ତେବେ ମୋହର ପୁରସ୍କାର କଅଣ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ।
୧୮ସେନ୍ତାର୍ଆଲେ ମକେ କେତେକ୍ କୁଲି ମିଲ୍ଲାନି? ମର୍ କର୍ଚା ପାଇ ମାଙ୍ଗ୍ବାକେ ମର୍ ଦାବି ରଇଲେ ମିସା, ମୁଇ କୁଲି ନ ପାଇତେ ସୁବ୍କବର୍ ଜାନାଇଲିନି । ସୁବ୍କବର୍ ଜାନାଇବାକେ ଜନ୍ ଅଦିକାର୍ ମୁଇ ପାଇ ଆଚି, ସେଟାସେ ମର୍ କୁଲି ।
19 କାରଣ ଯେପରି ମୁଁ ଅଧିକ ସଂଖ୍ୟକ ଲୋକ ଲାଭ କରିପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି।
୧୯ଏଟାର୍ପାଇ ମୁଇ କାର୍ ତଲିଆ ନାଇ କି କାର୍ ଗତିଦାଙ୍ଗ୍ଡା ନାଇ । ଅଇଲେ ମିସା କେତେକ୍ କେତେକ୍ ଲକ୍କେ କିରିସ୍ଟର୍ତେଇ ଆନ୍ବାକେ ମୁଇ ସବୁଲକର୍ ଗତିଦାଙ୍ଗ୍ଡା ଅଇଆଚି ।
20 ଯେପରି ମୁଁ ଯିହୁଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଯିହୁଦୀମାନଙ୍କ ନିକଟରେ ମୁଁ ଯିହୁଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି।
୨୦ମୁଇ ଜିଉଦି ଲକ୍ମନ୍କେ ପାଇବାକେ, ତାକର୍ ପାରା ଚଲାଚଲ୍ତି କଲିନି, ଜେନ୍ତିକି ମୁଇ ସେମନ୍କେ କିରିସ୍ଟର୍ ବାଟେ ଆନିପାର୍ବି । ମୁଇ ଜଦି ମସାର୍ ନିୟମର୍ ତଲିଆର୍ ନ ଅଇରଇଲେ ମିସା, ସେମନ୍କେ କିରିସ୍ଟର୍ ବାଟେ ଆନ୍ବାକେ, ନିୟମ୍ ମାନ୍ବା ଲକର୍ ପାରା ଚଲାଚଲ୍ତି କଲିନି ।
21 ଯେପରି ମୁଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଈଶ୍ବରଙ୍କ ବ୍ୟବସ୍ଥାବିହୀନ ନ ହୋଇ ଏବଂ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାବିହୀନ ପରି ହେଲି।
୨୧ସେନ୍ତାରିସେ ଜିଉଦି ନ ଅଇଲା ଲକ୍ମନର୍ ସଙ୍ଗ୍ ରଇଲାବେଲେ, ମୁଇ ଜିଉଦି ନିୟମ୍ ମାନି ନାଇ । ସେ ବେଲେ ମୁଇ ଜିଉଦି ନ ଅଇଲା ଲକର୍ ପାରା ଚଲାଚଲ୍ତି କର୍ବି । ଜେନ୍ତିକି ସେମନ୍କେ କିରିସ୍ଟର୍ ବାଟେ ଆନିପାର୍ବି । ଏଟାର୍ ଅରତ୍ ନଏଁ ଜେ ମୁଇ ପର୍ମେସରର୍ ନିୟମ୍ ମାନି ନାଇ । କାଇକେବଇଲେ ମୁଇ କିରିସ୍ଟର୍ ନିୟମର୍ ତଲେ ଆଚି ।
22 ଯେପରି ମୁଁ ଦୁର୍ବଳମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରିପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛି।
୨୨ଜେଡେବେଲେ ମୁଇ ବିସ୍ବାସେ ଦୁର୍ବଲ୍ ଲକର୍ ସଙ୍ଗ୍ ରଇବି, ତାକର୍ପାରା ଦୁର୍ବଲ୍ ଅଇବି । ଜେନ୍ତିକି ସେନ୍ତିଅଇକରି ସେମନ୍କେ କିରିସ୍ଟର୍ ବାଟେ ଆନି ପାର୍ବି । ସେଟାର୍ପାଇ ମୁଇ ବିନ୍ ବିନ୍ ଲକର୍ଟାନେ ବିନ୍ ବିନ୍ ରକାମ୍ ଅଇରଇଲି । କେନ୍ତିକରି ମିସା ମୁଇ ସେମନ୍କେ ରକିଆ କର୍ବି ।
23 ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ।
୨୩କିରିସ୍ଟର୍ ସୁବ୍କବର୍ ସବୁବାଟେ ଜାନାଇବାକେ ଆରି ତାର୍ ଆସିର୍ବାଦ୍ ପାଇବାକେ ମୁଇ ସବୁଟା କଲିନି ।
24 ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? ତୁମ୍ଭେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼।
୨୪ଆରାଜିତା ଟାନେ ପାଲାଇବା ଲକ୍ ବେସି ଆଚତ୍, ଏଟା ସତ୍ । ମାତର୍ ଗଟେକ୍ ଲକ୍କେସେ ପୁରୁସ୍କାର୍ ମିଲ୍ସି । ଏଟା ତମେ ଜାନିଆଚାସ୍ । ତମେ ମିସା ପୁରୁସ୍କାର୍ ପାଇଲା ପାରା ପାଲାଆ ।
25 ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ସମସ୍ତ ବିଷୟରେ ପରିମିତଭୋଗୀ ହୁଏ; ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି; ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ।
୨୫ଜେ ପାଲାଇବାଟାନେ ବାଗ୍ ନେଇସି, ସେ ଅବିଆସ୍ କରି, ତାର୍ ଗାଗଡ୍ ଡାଟ୍ କରିରଇସି । ଆରି ସେ ଦାପେ ନସିଜିବା ପୁରୁସ୍କାର୍ ମିଲାଇବାକେ ସେଟା କର୍ସି । ମାତର୍ ଆମେ, କେବେ ମିସା ନ ନସ୍ବା ପୁରୁସ୍କାର୍ ପାଇବାକେ, ସେଟା କଲୁନି ।
26 ଅତଏବ ମୁଁ ଦୌଡ଼ୁଅଛି, କିନ୍ତୁ ବିନାଲକ୍ଷ୍ୟରେ ନୁହେଁ, ମୁଁ ମୁଷ୍ଟିଯୁଦ୍ଧ କରୁଅଛି, କିନ୍ତୁ ଶୂନ୍ୟକୁ ଆଘାତ କରିବା ଲୋକ ପରି ନୁହେଁ।
୨୬ମୁଇ ଏନେତେନେ ନ ଦେକି ସାରାସାରି କେଟ୍ବାଟାନେ ପାଲାଇବା ଲକର୍ ପାରା ଆଚି । ମୁଇ ଗଟେକ୍ ବିଦା ସଙ୍ଗ୍ ଜୁଇଦ୍ କର୍ବା ଲକର୍ପାରା, ଜେକି ତାର୍ ବିଦା ମାର୍ଲେ ପାଇସି ଆକା ।
27 ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋହର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି।
୨୭ମୁଇ କସ୍ଟ ମୁର୍ଚିକରି ଗାଗଡ୍ ମେଲା ଚାଡିନାଇ । କାଇକେ ବଇଲେ ବିନ୍ ଲକ୍ମନର୍ ଲଗେ ସୁବ୍କବର୍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍ ।