< କରିନ୍ଥୀୟ 8 >

1 ଦେବପ୍ରସାଦ ସମ୍ବନ୍ଧରେ ମୋହର ଉତ୍ତର ଏହି, ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି ବୋଲି ତୁମ୍ଭେମାନେ ଯାହା କହୁଅଛ, ତାହା ଆମ୍ଭେମାନେ ଜାଣୁ। ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ପ୍ରେମରୁ ନିଷ୍ଠା ଜାତ ହୁଏ।
ദേവപ്രസാദേ സർവ്വേഷാമ് അസ്മാകം ജ്ഞാനമാസ്തേ തദ്വയം വിദ്മഃ| തഥാപി ജ്ഞാനം ഗർവ്വം ജനയതി കിന്തു പ്രേമതോ നിഷ്ഠാ ജായതേ|
2 ଯଦି କେହି କୌଣସି ବିଷୟରେ ଜ୍ଞାନୀ ବୋଲି ମନେ କରେ, ତେବେ ତାହାର ଯେପରି ଜାଣିବା ଉଚିତ୍, ସେ ଏପର୍ଯ୍ୟନ୍ତ ସେପରି ଜାଣି ନାହିଁ;
അതഃ കശ്ചന യദി മന്യതേ മമ ജ്ഞാനമാസ്ത ഇതി തർഹി തേന യാദൃശം ജ്ഞാനം ചേഷ്ടിതവ്യം താദൃശം കിമപി ജ്ഞാനമദ്യാപി ന ലബ്ധം|
3 କିନ୍ତୁ ଯଦି କେହି ଈଶ୍ବରଙ୍କୁ ପ୍ରେମ କରେ, ସେହି ଜଣ ତାହାଙ୍କ ପରିଚିତ।
കിന്തു യ ഈശ്വരേ പ്രീയതേ സ ഈശ്വരേണാപി ജ്ഞായതേ|
4 ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ବର ବିନା ଦ୍ୱିତୀୟ ନାହିଁ।
ദേവതാബലിപ്രസാദഭക്ഷണേ വയമിദം വിദ്മോ യത് ജഗന്മധ്യേ കോഽപി ദേവോ ന വിദ്യതേ, ഏകശ്ചേശ്വരോ ദ്വിതീയോ നാസ്തീതി|
5 କାରଣ ସ୍ୱର୍ଗରେ ହେଉ ବା ପୃଥିବୀରେ ହେଉ, ଯେଉଁମାନଙ୍କୁ ଦେବତା ବୋଲି କୁହାଯାଏ, ଯଦ୍ୟପି ସେମାନେ ଥାଇ ପାରନ୍ତି (ଏପରି ତ ଅନେକ ଦେବତା ଓ ଅନେକ ପ୍ରଭୁ ଅଛନ୍ତି),
സ്വർഗേ പൃഥിവ്യാം വാ യദ്യപി കേഷുചിദ് ഈശ്വര ഇതി നാമാരോപ്യതേ താദൃശാശ്ച ബഹവ ഈശ്വരാ ബഹവശ്ച പ്രഭവോ വിദ്യന്തേ
6 ତଥାପି ଆମ୍ଭମାନଙ୍କର ଏକମାତ୍ର ଈଶ୍ବର, ଅର୍ଥାତ୍‍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି, ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ, ପୁଣି, ଏକମାତ୍ର ପ୍ରଭୁ, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି, ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ।
തഥാപ്യസ്മാകമദ്വിതീയ ഈശ്വരഃ സ പിതാ യസ്മാത് സർവ്വേഷാം യദർഥഞ്ചാസ്മാകം സൃഷ്ടി ർജാതാ, അസ്മാകഞ്ചാദ്വിതീയഃ പ്രഭുഃ സ യീശുഃ ഖ്രീഷ്ടോ യേന സർവ്വവസ്തൂനാം യേനാസ്മാകമപി സൃഷ്ടിഃ കൃതാ|
7 ତଥାପି ସମସ୍ତଙ୍କର ଏହି ଜ୍ଞାନ ନାହିଁ; କିନ୍ତୁ କେତେକ ଲୋକ ଏପର୍ଯ୍ୟନ୍ତ ଦେବତା ଅଛି ବୋଲି ଭାବି ଦେବପ୍ରସାଦ ଭୋଜନ କରନ୍ତି, ଆଉ ସେମାନଙ୍କର ବିବେକ ଦୁର୍ବଳ ଥିବାରୁ କଳୁଷିତ ହୁଏ।
അധികന്തു ജ്ഞാനം സർവ്വേഷാം നാസ്തി യതഃ കേചിദദ്യാപി ദേവതാം സമ്മന്യ ദേവപ്രസാദമിവ തദ് ഭക്ഷ്യം ഭുഞ്ജതേ തേന ദുർബ്ബലതയാ തേഷാം സ്വാന്താനി മലീമസാനി ഭവന്തി|
8 କିନ୍ତୁ ଖାଦ୍ୟଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟରେ ଗ୍ରାହ୍ୟ କି ଅଗ୍ରାହ୍ୟ କରାଏ ନାହିଁ; ଭୋଜନ ନ କଲେ ଆମ୍ଭମାନଙ୍କର କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଲାଭ ହୁଏ ନାହିଁ।
കിന്തു ഭക്ഷ്യദ്രവ്യാദ് വയമ് ഈശ്വരേണ ഗ്രാഹ്യാ ഭവാമസ്തന്നഹി യതോ ഭുങ്ക്ത്വാ വയമുത്കൃഷ്ടാ ന ഭവാമസ്തദ്വദഭുങ്ക്ത്വാപ്യപകൃഷ്ടാ ന ഭവാമഃ|
9 କିନ୍ତୁ ସାବଧାନ, କାଳେ ତୁମ୍ଭମାନଙ୍କର ଏହି ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ହୁଏ।
അതോ യുഷ്മാകം യാ ക്ഷമതാ സാ ദുർബ്ബലാനാമ് ഉന്മാഥസ്വരൂപാ യന്ന ഭവേത് തദർഥം സാവധാനാ ഭവത|
10 କାରଣ ଜ୍ଞାନୀ ଯେ ତୁମ୍ଭେ, ତୁମ୍ଭକୁ ଯଦି କେହି ପ୍ରତିମାର ମନ୍ଦିରରେ ଭୋଜନରେ ବସିବାର ଦେଖେ, ତେବେ ସେ ଦୁର୍ବଳ ହୋଇଥିଲେ ତାହାର ବିବେକ କଅଣ ଦେବପ୍ରସାଦ ଭୋଜନ କରିବାକୁ ସାହସିକ ହେବ ନାହିଁ?
യതോ ജ്ഞാനവിശിഷ്ടസ്ത്വം യദി ദേവാലയേ ഉപവിഷ്ടഃ കേനാപി ദൃശ്യസേ തർഹി തസ്യ ദുർബ്ബലസ്യ മനസി കിം പ്രസാദഭക്ഷണ ഉത്സാഹോ ന ജനിഷ്യതേ?
11 ଏଣୁ ଯେଉଁ ଦୁର୍ବଳ ଭ୍ରାତା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ସେ ତୁମ୍ଭ ଜ୍ଞାନ ଦ୍ୱାରା ନଷ୍ଟ ହେଉଅଛି।
തഥാ സതി യസ്യ കൃതേ ഖ്രീഷ്ടോ മമാര തവ സ ദുർബ്ബലോ ഭ്രാതാ തവ ജ്ഞാനാത് കിം ന വിനംക്ഷ്യതി?
12 ଏହି ପ୍ରକାରେ ଭାଇମାନଙ୍କ ବିରୁଦ୍ଧରେ ପାପ କରି ଓ ସେମାନଙ୍କ ଦୁର୍ବଳ ବିବେକକୁ ଆଘାତ କରି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଅଛ।
ഇത്യനേന പ്രകാരേണ ഭ്രാതൃണാം വിരുദ്ധമ് അപരാധ്യദ്ഭിസ്തേഷാം ദുർബ്ബലാനി മനാംസി വ്യാഘാതയദ്ഭിശ്ച യുഷ്മാഭിഃ ഖ്രീഷ്ടസ്യ വൈപരീത്യേനാപരാധ്യതേ|
13 ଅତଏବ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ, ତେବେ ମୋହର ଭାଇ ଯେପରି ମୋʼ ଦ୍ୱାରା ବିଘ୍ନ ନ ପାଏ, ଏଥିପାଇଁ ମୁଁ କଦାପି ମାଂସ ଖାଇବି ନାହିଁ। (aiōn g165)
അതോ ഹേതോഃ പിശിതാശനം യദി മമ ഭ്രാതു ർവിഘ്നസ്വരൂപം ഭവേത് തർഹ്യഹം യത് സ്വഭ്രാതു ർവിഘ്നജനകോ ന ഭവേയം തദർഥം യാവജ്ജീവനം പിശിതം ന ഭോക്ഷ്യേ| (aiōn g165)

< କରିନ୍ଥୀୟ 8 >